• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

fd
ନକଲି ବିଦେଶୀ ଓ ଦେଶୀ ମଦ ଜବତ

ଢେଙ୍କାନାଳ: ଭୁବନ ଥାନା ମହୁଲପାଳ ଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ନକଲି ବିଦେଶୀ ଓ ଦେଶୀ ମଦ ଜବତ କରିଛି। ଏଥିସହ ମଦ ତିଆରି ପାଇଁ ବ୍ୟବହୃତ କେମିକାଲ୍ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ଦୁଇ ଜଣ ଗିରଫ ମଧ୍ୟ ହୋଇଛନ୍ତି। ଢେଙ୍କାନାଳ ଅବକାରୀ ବିଭାଗର ମୋବାଇଲ୍ ଟିମ୍ ଓ କାମାକ୍ଷାନଗରର ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି କୃଷ୍ଣଚନ୍ଦ୍ର ଜେନାଙ୍କ ଘରୁ ୧୯୦ ବୋତଲ ନକଲି ବିଦେଶୀ ମଦ […]

  • Tuesday, 20 July 2021
safala
ଅଙ୍ଗନବାଡ଼ି ଦିଦିଙ୍କ ମାଡ଼ରେ ଭାଙ୍ଗିଲା ୪ ବର୍ଷର ଶିଶୁର ହାତ !

ବାଲେଶ୍ୱର: ଅଙ୍ଗନୱାଡ଼ି କର୍ମୀଙ୍କ ମାଡ଼ରେ ଭାଙ୍ଗିଲା ଶିଶୁ କନ୍ୟାର ହାତ। ଏଭଳି ଅଭିଯୋଗ ଆସିଛି, ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାଉଣ୍ଡିଆ ଗାଁରୁ। ଏନେଇ ଖଇରା ଥାନା ଓ ଖଇରା ସିଡିପିଓ (ଚାଇଲ୍‌ଡ ଡେଭ୍‌ଲପ୍‌ମେଣ୍ଟ ପ୍ରୋଜେକ୍ଟ ଅଫିସର) ଅଭିଯୋଗ କରିଛନ୍ତି। ଆହତ ଶିଶୁର ବାପା ମୁକୁନ୍ଦ ଦାସ। ସେପଟେ ଖେଳିବା ବେଳେ ପଡ଼ି ଯିବାରୁ ହାତ ଭାଙ୍ଗି ଯାଇଥିବା ସଂପୃକ୍ତ ଅଙ୍ଗନୱାଡ଼ି କର୍ମୀ କହିଛନ୍ତି। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଡିପିଓ।

  • Tuesday, 20 July 2021
d
୬ଟି ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଯୋଜନାରେ ୬ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ ମାଧ୍ୟମରେ ଯାଜପୁର, ମାଲକାନାଗିରି ଓ ସୁବର୍ଣପୁର ଜିଲ୍ଲାରେ ପ୍ରାୟ ୫ ହଜାର ୪୪୦ ହେକ୍ଟର୍ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ଏଥିପାଇଁ ଖର୍ଚ୍ଚ ହୋଇଛି ୧୩୮ କୋଟି ୮୭ ଲକ୍ଷ ଟଙ୍କା। ସେହିଭଳି ଏହି ଯୋଜନାରେ ବୌଦ୍ଧ, ଯାଜପୁର, ମାଲକାନାଗିରି, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ୨୪ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର […]

  • Tuesday, 20 July 2021
pm modi
ଓଡ଼ିଶାରେ ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

ବଲାଙ୍ଗିର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଲାଙ୍ଗିରରେ ପ୍ରାୟ ୧୫୪୫ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଆଜି ସକାଳେ ପ୍ରଧାନମନ୍ତ୍ରୀ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ବଲାଙ୍ଗିରରେ ପହଞ୍ଚିଥିଲେ। ବଲାଙ୍ଗିର ରେଳଷ୍ଟେସନ୍‌ ନିକଟରେ ଥିବା ପଡ଼ିଆରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବଲାଙ୍ଗିର-ବିଛୁପାଲି ମଧ୍ୟରେ ରେଳ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହା ଦ୍ୱାରା ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ପ୍ରଥମ ଥର ପାଇଁ ବଲାଙ୍ଗିର ପଟୁ ରେଳ ଚଳାଚଳ ଆରମ୍ଭ ହୋଇଛି। […]

  • Tuesday, 20 July 2021
bai
ବୈଜୟନ୍ତଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ: ଦଳରେ ଯୋଗ ଦେବାର ୩ ଦିନ ପରେ ବୈଜୟନ୍ତଙ୍କୁ ବିଜେପିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ବିଜେପିର ରାଷ୍ଟ୍ରୀୟ ଉପସଭାପତି ଭାବେ ନିଯୁକ୍ତି କରାଯାଇଛି। ଏଥିସହିତ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ମଧ୍ୟ ତାଙ୍କୁ ଦାୟିତ୍ୱ ଦିଆଯାଇଛି। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ତାଙ୍କୁ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ଦେଇଥିବା ନେଇ ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବତନ ସାଂସଦ ବୈଜୟନ୍ତ ଗତ ୪ ତାରିଖରେ ବିଜେପିରେ ଯୋଗ ଦେଇଥିଲେ। ବୈଜୟନ୍ତ […]

  • Tuesday, 20 July 2021
fgf
ରାସ୍ତା ଉଦ୍‌ଘାଟନକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ

ବାଲେଶ୍ୱର: ରାସ୍ତା ଉଦ୍‌ଘାଟନକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ବିଜେଡି କର୍ମୀ। ଜଳେଶ୍ୱର ଓଟି ରୋଡ୍‌ଠାରୁ ଚାପଲା ପର୍ଯ୍ୟନ୍ତ ନିର୍ମାଣାଧିନ ରାସ୍ତାର ବାରମ୍ବାର ଉଦ୍‌ଘାଟନକୁ ନେଇ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଗତ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ମାଣାଧିନ ରାସ୍ତାକୁ ବାଲେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍‌ଘାଟନ କରିଥିଲେ। କିନ୍ତୁ ବର୍ତ୍ତମାନ ଯାଏ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇନଥିବାବେଳେ ଆଜି ପୁଣି ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନା ଏବଂ ସ୍ଥାନୀୟ ବିଧାୟକ […]

  • Tuesday, 20 July 2021
accident
ଓଲଟି ପଡ଼ିଲା କୁକୁଡ଼ା ବୋଝେଇ ମିନି ଟ୍ରକ୍‌

ଗଜପତି: ଓଲଟି ପଡ଼ିଲା କୁକୁଡ଼ା ବୋଝେଇ ଟ୍ରକ୍‌। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ରାମଗଡ଼ ନିକଟସ୍ଥ କେନ୍ଦୁଘାଟିରେ ଆଜି ଭୋରରେ ଏକ କୁକୁଡ଼ା ବୋଝେଇ ମିନି ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଦୁଇ ଶହରୁ ଊର୍ଦ୍ଧ୍ୱ କୁକୁଡ଼ା ମରିଯାଇଛନ୍ତି। ତେବେ ଗାଡ଼ି ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ, କୁକୁଡ଼ା ବୋଝେଇ ମିନି ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକେ କୁକୁଡ଼ା ବୋହି ନେଇ ଯାଇଥିବା ଦେଖିବାକୁ ମିଳିଥିଲା। ମିନି […]

  • Tuesday, 20 July 2021
sa
ରେଳ ଧାରଣା ଉପରକୁ ମାଡ଼ିଆସିଲା କଣ୍ଟେନର୍

ସମ୍ବଲପୁର: ରେଳ ଧାରଣା ଉପରେ ଚଢ଼ିଗଲା କଣ୍ଟେନର୍। ସମ୍ବଲପୁର-ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ରାସ୍ତାକୁ ଲାଗି ଥିବା ରେଳ ଧାରଣା ଉପରେ କଣ୍ଟେନର୍ ଚଢ଼ି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ସୌଭାଗ୍ୟବଶତଃ କଣ୍ଟେନ୍‌ରର ଡ୍ରାଇଭର୍ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାସହ କୌଣସି ଜନଜୀବନ ମଧ୍ୟ କ୍ଷୟକ୍ଷତି ହୋଇନାହିଁ। ବର୍ତ୍ତମାନ ରେଳ ଲାଇନ୍‌ରୁ କଣ୍ଟେନରକୁ ହଟାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ରାସ୍ତାକଡ଼ରେ ଥିବା ପାହାଡ଼ରେ କଣ୍ଟେନ୍‌ରଟି ପିଟି ହୋଇ ରେଳ ଧାରଣା […]

  • Tuesday, 20 July 2021
fire
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୫ ବଖରା ଘର

ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୫ ବଖରା ଘର। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ ଗୁହାଳିଆ ରାଉତସାହିରେ ଭୟାବହ ଅଗ୍ନିକାଣ୍ଡରେ ୧୭ଟି ପରିବାରର ୨୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୩ଟି ବାଇକ୍ ଓ ୪୦ ହଜାର ଟଙ୍କା ପୋଡ଼ିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ସର୍ଟ ସର୍କିଟରୁ ଜଣକ ଘରେ ନିଆଁ ଲାଗି ଯାଇଥିଲା। ପରେ ଏହି […]

  • Tuesday, 20 July 2021
f
ସନ୍ଧିଗ୍ଧ ଟିଫିନ୍‌ କ୍ୟାରିୟର୍‌ ଠାବ

ରାୟଗଡ଼ା: ବିଷମକଟକ ରାଜ୍ୟ ରାଜପଥର ଡଙ୍ଗରବାଙ୍କ ନିକଟ କଲଭର୍ଟ ତଳୁ ୨ଟି ସନ୍ଦିଗ୍ଧ ଟିଫିନ୍ ଟିଫିନ୍ କ୍ୟାରିୟର ଠାବ କରିଛି ସିଆର୍‌ପିଏଫ୍ । ଆଜି ସକାଳ ପ୍ରାୟ ୧୧ଟା ବେଳେ ସିଆର୍‌ପିଏଫ୍ ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ କଲର୍ଭଟ ତଳେ ଡାଳପତ୍ର ଘୋଡ଼ାଯାଇଥିବା ଅବସ୍ଥାରେ ୨ଟି ଟିଫିନ୍ କ୍ୟାରିୟର୍ ଦେଖିଥିଲେ। ତେବେ କ୍ୟାରିୟରରେ ତାର ଲାଗିଥିବା ଦେଖିବାକୁ ମିଳିବା ପରେ ଲ୍ୟାଣ୍ଡମାଇନ୍ ସନ୍ଦେହରେ ଉଭୟ ପଟୁ ଯାନବାହନ ଚଳାଚଳ ବନ୍ଦ କରି ଦିଆଯାଇଛି। ଘଟଣାସ୍ଥଳରେ ସିଆରପିଏଫ୍ ଫୋର୍ସ […]

  • Tuesday, 20 July 2021
accident
ଦୋକାନ ଉପରେ ମାଡ଼ିଗଲା ଟୁରିଷ୍ଟ୍‌ ବସ୍‌

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ନିକଟରେ ଏକ ଟୁରିଷ୍ଟ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ରେ ୬୦ରୁ ୭୦ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିରରୁ ପୁରୀ ଅଭିମୁଖେ ଯାଉଥିବା ଏକ ଟୁରିଷ୍ଟ୍‌ ବସ୍‌ ଟାକରା ନିକଟରେ ଏକ ମୋଡଣି ରାସ୍ତାରେ […]

  • Tuesday, 20 July 2021
representational image
ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଏକ ସେବାଶ୍ରମରେ ଗତକାଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ପ୍ରସବ ଘଟଣାକୁ ନେଇ ଉତ୍ତେଜନା ଥମି ନଥିବାବେଳେ ପୁଣି ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଜି. ଉଦୟଗିରି ଆଦର୍ଶ ଥାନାରେ ଏନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ରିକୁ ନାୟକକୁ ପୁଲିସ୍‌ ଗିରଫ କରିଛି। ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ଦୁଷ୍କର୍ମ ପରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ସେପଟେ ନାବାଳିକାଙ୍କ ସ୍ୱାସ୍ଥ୍ୟ […]

  • Tuesday, 20 July 2021
cm
ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ସଚିବାଳୟ ପରିସରରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ସୁନେତ୍ର ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ୫୩ଟି ସ୍ଥାୟୀ ଦୃଷ୍ଟିଯତ୍ନ କେନ୍ଦ୍ର ସହ ୧୦ଟି ଜିଲ୍ଲାରେ ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏଥିରେ ଲୋକଙ୍କୁ ମାଗଣା ଚକ୍ଷୁ ଚିକିତ୍ସା ସହ ଚଷମା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏଥିସହିତ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର , ଗୋଷ୍ଠୀ ସ୍ତରରେ ଚକ୍ଷୁ ପରୀକ୍ଷା, ମଧୁମେହ ଜନିତ ରେଟିନୋପାଥି […]

  • Tuesday, 20 July 2021
representational image
ସ୍କୁଲ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣା: ଆଖି ବୁଜିଲା ନବଜାତ ଶିଶୁ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଏକ ସେବାଶ୍ରମରେ ଗତକାଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ପ୍ରସବ କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବ୍ରହ୍ମପୁର MKCG ମେଡିକାଲ୍‌ରେ ନବଜାତ ଶିଶୁର ଚିକିତ୍ସା ଚାଲିଥିଲା। ସେପଟେ ନାବାଳିକା ଛାତ୍ରୀଙ୍କ ପ୍ରସବ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଛି।  ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲି ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ଏହି ଘଟଣାରେ ଆଗରୁ ଆବାସିକ ସ୍କୁଲର […]

  • Tuesday, 20 July 2021
cm
ପୂର୍ବତଟ ରେଲୱେର ବିଭାଜନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ପୂର୍ବତଟ ରେଲୱେର ବିଭାଜନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରୁଛି ବିଜେଡି। ଏଥିପାଇଁ ଦଳ ଗତକାଲି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲା। ଏହା ବିରୋଧରେ ବିଜୁ ଛାତ୍ର ଜନତା, ଯୁବ ଓ ମହିଳା ସଂଗଠନ ପକ୍ଷରୁ ପୂର୍ବତଟ ରେଲୱେର ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳ ଅଭିଯୋଗ କରିଛି ଯେ, ରେଳବାଇ ପୂର୍ବତଟ ରେଲୱେ ଓଡ଼ିଶା ପକ୍ଷରୁ […]

  • Tuesday, 20 July 2021
jagannath temple
ବ୍ରହ୍ମ ବିଭ୍ରାଟ ଘଟଣାରେ ପୁଣି ୯ ସେବାୟତଙ୍କୁ ନୋଟିସ ଜାରି

ପୁରୀ: ଶ୍ରୀଜିଉଙ୍କ ନବକଳେବରରେ ବ୍ରହ୍ମବିଭ୍ରାଟ ଘଟଣାରେ ୮ଜଣ ଦଇତାପତି ଓ ଜଣେ ମହାରଣା ସେବାୟତଙ୍କୁ ପୁଣି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତର ସନ୍ତୋଷଜନକ ନହେଲେ ସେବାୟତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଘଟ ପରିବର୍ତ୍ତନରେ କେତେକ ବିଶୃଙ୍ଖଳା ଘଟି ଅହେତୁକ ବିଳମ୍ବ ଘଟିଥିବା ଅଭିଯୋଗରେ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରସାଶନ ପକ୍ଷରୁ କୈଫିୟତ ତଲବ […]

  • Tuesday, 20 July 2021
browm
ରାଜଧାନୀରୁ ପୁଣି ବ୍ରାଉନ ସୁଗର ଜବତ: ୨ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ବ୍ରାଉନ ସୁଗର ଜବତ ହୋଇଛି। ଭୁବନେଶ୍ୱର ଝାରପଡ଼ା ଓଭରବ୍ରିଜ୍ ନିକଟରୁ ୬୪ ଗ୍ରାମ୍‌ ଓଜନର ବ୍ରାଉନ ସୁଗର ଜବତ ହୋଇଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ କୁଇକ୍ ଆକ୍ସନ ଟିମ୍ ଓ ଲକ୍ଷ୍ମୀସାଗର ପୁଲିସ୍ ମିଳିତ ଭାବେ ଚଢ଼ାଉ କରି ବ୍ରାଉନ୍ ସୁଗର ଜବତ କରିଛି। ଏଥିରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୨ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଲଖିଆ ବିନ୍ଧାଣୀ ହୋଇଥିବା ବେଳେ ଅନ୍ୟ ଜଣେ […]

  • Tuesday, 20 July 2021
Schoolgirl Delivers Baby
ସ୍କୁଲ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶିଶୁକନ୍ୟା ପ୍ରସବ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଛି।  ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲି ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ଏହି ଘଟଣାରେ ଆଗରୁ ଆବାସିକ ସ୍କୁଲର ୩ ଆସିଷ୍ଟାଣ୍ଟ୍‌ ସୁପରିଣ୍ଟେଣ୍ଡେଣ୍ଟ, ଜଣେ ଏଏନ୍ଏମ୍, ୨ ମ୍ୟାଟ୍ରନ ଏବଂ ୨ ଜଣ କୁକ୍ କମ୍ ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟରୁ ବିଦା କରାଯାଇଥିଲା। ସେପଟେ ଗତକାଲି ରାଜ୍ୟ କଂଗ୍ରେସ ଟିମ୍ ଦାରିଙ୍ଗବାଡି ଗସ୍ତ କରିଛନ୍ତି। ରାଜ୍ୟ ମହିଳା […]

  • Tuesday, 20 July 2021
anganwadi
‘ରାଜ୍ୟ ସରକାର ମିଥ୍ୟାବାଦୀ ସରକାର, ଆମକୁ ଭୁଆଁ ବୁଲାଉଛନ୍ତି’

ବ୍ରହ୍ମପୁର: ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ଘୋଷଣାକୁ ନେଇ ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍‌ର ଗଞ୍ଜାମ ଜିଲ୍ଲା ଶାଖା ସାଂଘାତିକ ଅଭିଯୋଗ ଆଣିଛି। ରାଜ୍ୟ ସରକାରଙ୍କ ଦରମା ବୃଦ୍ଧି ଘୋଷଣାକୁ ମିଥ୍ୟା ବୋଲି ସଂଘ ଅଭିଯୋଗ କରିଛି। ଗତ ୧୨ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୫ ଶହ ଟଙ୍କା ବୃଦ୍ଧି କରାଯିବ। ଏହାଦ୍ୱାରା ସେମାନେ ୬ହଜାର ଟଙ୍କା ବଦଳରେ ୭ ହଜାର ୫ଶହ ଟଙ୍କା ପାଇବେ […]

  • Tuesday, 20 July 2021
dharmendra pradhan
ମହିଳାଙ୍କ ସମ୍ମାନ କଥା ବାରମ୍ବାର କହୁଥିବା ମୁଖ୍ୟମନ୍ତ୍ରୀ ଏବେ କଣ କହିବେ ‘ଆପଣ ମାନେ ଖୁସି ତ’?: ଧର୍ମେନ୍ଦ୍ର

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ ଟ୍ୱିଟ୍ ଜରିଆରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଛାତ୍ରୀ ଗର୍ଭବତୀ ହେବା ଓ କର୍ତ୍ତୃପକ୍ଷ ଚୁପ୍‌ ରହିବା ଘୋର୍ ଚିନ୍ତାର ବିଷୟ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଦାରିଙ୍ଗବାଡି ଠାରେ ଆଦିବାସୀ ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଓ କର୍ତ୍ତୃପକ୍ଷ ଦୀର୍ଘଦିନ ଧରି ଚୁପ ରହିବା ଘୋର ଚିନ୍ତାର ବିଷୟ । ସରକାର ତୁରନ୍ତ ଦୃଢ […]

  • Tuesday, 20 July 2021
viral
ପ୍ରଶ୍ନପତ୍ର ଭାଇରାଲ୍‌ରେ ଲାଗୁନି ରୋକ୍: ଓଡ଼ିଆ, ଇଂରାଜୀ ପରେ ଏବେ ଗଣିତ ପାଳି

ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷାର ପିଛା ଛାଡୁନି ଭାଇରାଲ୍ ଭୂତ। ପରୀକ୍ଷା ଆରମ୍ଭ ହେଲା ଦିନଠୁ କେଉଁଠି ନା କେଉଁଠି ପ୍ରଶ୍ନପତ୍ର ଭାଇରାଲ୍ ହେଉଛି। କଡ଼ା ସୁରକ୍ଷା ସହ ବ୍ୟାପକ ସତର୍କତା ସତ୍ତ୍ୱେ କଳାହାଣ୍ଡିରେ ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ପଦାକୁ ଆସିଛି। ଏହି ଘଟଣାରେ କିଛି କର୍ମଚାରୀଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଇଛି। ପୂର୍ବରୁ ଓଡ଼ିଆ ଓ ଇଂରାଜୀ ବିଷୟରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇସାରିଥିବା ବେଳେ ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ୍‌ ହେବା ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହିତ […]

  • Tuesday, 20 July 2021
vlcsnap-error544
ଆଜି ପବିତ୍ର ମକର ସଂକ୍ରାନ୍ତି

ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। କୃଷି ଭିତ୍ତିକ ଏହି ପର୍ବକୁ ନେଇ ଚାରିଆଡ଼େ ଉତ୍ସବ ମୁଖର। ଆଜିର ଦିନରେ ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠାପଣା ପ୍ରସ୍ତୁତ କରାଯାଇଥାଏ। ମକର ସଂକ୍ରାନ୍ତିରେ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଆଜି ମକର ବେଶରେ ରତ୍ନସିଂହାସନରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ। ମକରକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଅଟ୍ରି ଉଷ୍ଣପ୍ରସ୍ରବଣ […]

  • Tuesday, 20 July 2021
odia labour death
ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ତେଲେଙ୍ଗାନା: ତେଲେଙ୍ଗାନା କରିମ୍ ନଗରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ମୃତ ଶ୍ରମିକଙ୍କ ନାଁ ମନୋରଞ୍ଜନ ମହାପାତ୍ର। ବାଲେଶ୍ୱର ଜିଲ୍ଲା ନୀଳଗିରି ନରସିଂହପୁରରେ ତାଙ୍କ ଘର ବୋଲି ଜଣାପଡ଼ିଛି। କରିମ ନଗରରେ ଏକ ଗ୍ରାନାଇଟ୍ ଫ୍ୟାକ୍ଟ୍ରିର୍‌ରେ ମନୋରଞ୍ଜନ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ମନୋରଞ୍ଜନଙ୍କ ମୃତଦେହ ଆଜି ତାଙ୍କ ଘରେ ପହଞ୍ଚିଛି। ତେବେ ମାତ୍ର ୧୫ ହଜାର ଟଙ୍କା ଦେଇ ମୃତଦେହକୁ ଗାଁକୁ ପଠାଇ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ତେଣୁ କମ୍ପାନୀ କର୍ତ୍ତୃପକ୍ଷ […]

  • Tuesday, 20 July 2021
Capture-14........
ବ୍ରହ୍ମପୁରରେ ଆରମ୍ଭ ହେଉନି ରିଂରୋଡ଼ କାମ

ବ୍ରହ୍ମପୁର: ରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିକୁ ଦେଖୁ ଦେଖୁ ୫ବର୍ଷ ବିତିଲା । ହେଲେ ବ୍ରହ୍ମପୁରରେ ଆଜିଯାଏ ତିଆରି ହୋଇପାରିଲାନି ରିଂ ରୋଡ୍ । ବର୍ତ୍ତମାନ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାମ ଶେଷ ହୋଇନଥିବାରୁ ରିଂରୋଡ଼ ପ୍ରକଳ୍ପ କାମ ଆରମ୍ଭ ହୋଇ ପାରିନାହିଁ । ଖୁବଶୀଘ୍ର ରାସ୍ତା କାମ  ଆରମ୍ଭ ହେବ ବୋଲି ପ୍ରଶାସନ କହୁଥିବାବଳେ ଏହାକୁ ନେଇ ବ୍ରହ୍ମପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗାମୀ ନିର୍ବାଚନରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଅଣ୍ଟା […]

  • Tuesday, 20 July 2021
student
୫୦୦ ଟଙ୍କା ପାଇଁ ନଈ ବାଲିରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଗାତରେ ଜୀଅନ୍ତା ପୋତିବା ନେଇ ଅଭିଯୋଗ

କୁଜଙ୍ଗ: ମାତ୍ର କିଛି ଟଙ୍କା ପାଇଁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଗାତରେ ଜୀଅନ୍ତା ପୋତିବା ନେଇ ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ବୁଧବାର ଦିନ ଜିଲ୍ଲାନାସୀ ଗାଁର ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ର ୫୦୦ ଟଙ୍କା ପାଇଁ ନଦୀ ପଠାରେ ଗାତ କରି ବେକ ପର୍ଯ୍ୟନ୍ତ ପୋତି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ […]

  • Tuesday, 20 July 2021