ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୨୫ ବଖରା ଘର। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ ଗୁହାଳିଆ ରାଉତସାହିରେ ଭୟାବହ ଅଗ୍ନିକାଣ୍ଡରେ ୧୭ଟି ପରିବାରର ୨୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୩ଟି ବାଇକ୍ ଓ ୪୦ ହଜାର ଟଙ୍କା ପୋଡ଼ିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ସର୍ଟ ସର୍କିଟରୁ ଜଣକ ଘରେ ନିଆଁ ଲାଗି ଯାଇଥିଲା। ପରେ ଏହି […]
ରାୟଗଡ଼ା: ବିଷମକଟକ ରାଜ୍ୟ ରାଜପଥର ଡଙ୍ଗରବାଙ୍କ ନିକଟ କଲଭର୍ଟ ତଳୁ ୨ଟି ସନ୍ଦିଗ୍ଧ ଟିଫିନ୍ ଟିଫିନ୍ କ୍ୟାରିୟର ଠାବ କରିଛି ସିଆର୍ପିଏଫ୍ । ଆଜି ସକାଳ ପ୍ରାୟ ୧୧ଟା ବେଳେ ସିଆର୍ପିଏଫ୍ ଯବାନମାନେ ପାଟ୍ରୋଲିଂ କରୁଥିବା ବେଳେ କଲର୍ଭଟ ତଳେ ଡାଳପତ୍ର ଘୋଡ଼ାଯାଇଥିବା ଅବସ୍ଥାରେ ୨ଟି ଟିଫିନ୍ କ୍ୟାରିୟର୍ ଦେଖିଥିଲେ। ତେବେ କ୍ୟାରିୟରରେ ତାର ଲାଗିଥିବା ଦେଖିବାକୁ ମିଳିବା ପରେ ଲ୍ୟାଣ୍ଡମାଇନ୍ ସନ୍ଦେହରେ ଉଭୟ ପଟୁ ଯାନବାହନ ଚଳାଚଳ ବନ୍ଦ କରି ଦିଆଯାଇଛି। ଘଟଣାସ୍ଥଳରେ ସିଆରପିଏଫ୍ ଫୋର୍ସ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ନିକଟରେ ଏକ ଟୁରିଷ୍ଟ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ରେ ୬୦ରୁ ୭୦ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିରରୁ ପୁରୀ ଅଭିମୁଖେ ଯାଉଥିବା ଏକ ଟୁରିଷ୍ଟ୍ ବସ୍ ଟାକରା ନିକଟରେ ଏକ ମୋଡଣି ରାସ୍ତାରେ […]
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଏକ ସେବାଶ୍ରମରେ ଗତକାଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ପ୍ରସବ ଘଟଣାକୁ ନେଇ ଉତ୍ତେଜନା ଥମି ନଥିବାବେଳେ ପୁଣି ଜିଲ୍ଲାରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ଜି. ଉଦୟଗିରି ଆଦର୍ଶ ଥାନାରେ ଏନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ରିକୁ ନାୟକକୁ ପୁଲିସ୍ ଗିରଫ କରିଛି। ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣକ ଦୁଷ୍କର୍ମ ପରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗ ହୋଇଛି। ସେପଟେ ନାବାଳିକାଙ୍କ ସ୍ୱାସ୍ଥ୍ୟ […]
ଭୁବନେଶ୍ୱର: ଗତକାଲି ସଚିବାଳୟ ପରିସରରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ସୁନେତ୍ର ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ଜିଲ୍ଲାରେ ୫୩ଟି ସ୍ଥାୟୀ ଦୃଷ୍ଟିଯତ୍ନ କେନ୍ଦ୍ର ସହ ୧୦ଟି ଜିଲ୍ଲାରେ ଭ୍ରାମ୍ୟମାଣ ଦୃଷ୍ଟିଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏଥିରେ ଲୋକଙ୍କୁ ମାଗଣା ଚକ୍ଷୁ ଚିକିତ୍ସା ସହ ଚଷମା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏଥିସହିତ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର , ଗୋଷ୍ଠୀ ସ୍ତରରେ ଚକ୍ଷୁ ପରୀକ୍ଷା, ମଧୁମେହ ଜନିତ ରେଟିନୋପାଥି […]
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଏକ ସେବାଶ୍ରମରେ ଗତକାଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶିଶୁକନ୍ୟା ପ୍ରସବ କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ନବଜାତ ଶିଶୁର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବ୍ରହ୍ମପୁର MKCG ମେଡିକାଲ୍ରେ ନବଜାତ ଶିଶୁର ଚିକିତ୍ସା ଚାଲିଥିଲା। ସେପଟେ ନାବାଳିକା ଛାତ୍ରୀଙ୍କ ପ୍ରସବ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲି ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ଏହି ଘଟଣାରେ ଆଗରୁ ଆବାସିକ ସ୍କୁଲର […]
ଭୁବନେଶ୍ୱର: ପୂର୍ବତଟ ରେଲୱେର ବିଭାଜନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ପ୍ରବଳ ବିରୋଧ କରୁଛି ବିଜେଡି। ଏଥିପାଇଁ ଦଳ ଗତକାଲି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲା। ଏହା ବିରୋଧରେ ବିଜୁ ଛାତ୍ର ଜନତା, ଯୁବ ଓ ମହିଳା ସଂଗଠନ ପକ୍ଷରୁ ପୂର୍ବତଟ ରେଲୱେର ମୁଖ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳ ଅଭିଯୋଗ କରିଛି ଯେ, ରେଳବାଇ ପୂର୍ବତଟ ରେଲୱେ ଓଡ଼ିଶା ପକ୍ଷରୁ […]
ପୁରୀ: ଶ୍ରୀଜିଉଙ୍କ ନବକଳେବରରେ ବ୍ରହ୍ମବିଭ୍ରାଟ ଘଟଣାରେ ୮ଜଣ ଦଇତାପତି ଓ ଜଣେ ମହାରଣା ସେବାୟତଙ୍କୁ ପୁଣି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତର ସନ୍ତୋଷଜନକ ନହେଲେ ସେବାୟତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଘଟ ପରିବର୍ତ୍ତନରେ କେତେକ ବିଶୃଙ୍ଖଳା ଘଟି ଅହେତୁକ ବିଳମ୍ବ ଘଟିଥିବା ଅଭିଯୋଗରେ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରସାଶନ ପକ୍ଷରୁ କୈଫିୟତ ତଲବ […]
ଭୁବନେଶ୍ୱର: ରାଜଧାନୀରୁ ପୁଣି ବ୍ରାଉନ ସୁଗର ଜବତ ହୋଇଛି। ଭୁବନେଶ୍ୱର ଝାରପଡ଼ା ଓଭରବ୍ରିଜ୍ ନିକଟରୁ ୬୪ ଗ୍ରାମ୍ ଓଜନର ବ୍ରାଉନ ସୁଗର ଜବତ ହୋଇଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ କୁଇକ୍ ଆକ୍ସନ ଟିମ୍ ଓ ଲକ୍ଷ୍ମୀସାଗର ପୁଲିସ୍ ମିଳିତ ଭାବେ ଚଢ଼ାଉ କରି ବ୍ରାଉନ୍ ସୁଗର ଜବତ କରିଛି। ଏଥିରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୨ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଲଖିଆ ବିନ୍ଧାଣୀ ହୋଇଥିବା ବେଳେ ଅନ୍ୟ ଜଣେ […]
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶିଶୁକନ୍ୟା ପ୍ରସବ ଘଟଣାରେ ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗତକାଲି ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ଏହି ଘଟଣାରେ ଆଗରୁ ଆବାସିକ ସ୍କୁଲର ୩ ଆସିଷ୍ଟାଣ୍ଟ୍ ସୁପରିଣ୍ଟେଣ୍ଡେଣ୍ଟ, ଜଣେ ଏଏନ୍ଏମ୍, ୨ ମ୍ୟାଟ୍ରନ ଏବଂ ୨ ଜଣ କୁକ୍ କମ୍ ଆଟେଣ୍ଡାଣ୍ଟଙ୍କୁ କାର୍ଯ୍ୟରୁ ବିଦା କରାଯାଇଥିଲା। ସେପଟେ ଗତକାଲି ରାଜ୍ୟ କଂଗ୍ରେସ ଟିମ୍ ଦାରିଙ୍ଗବାଡି ଗସ୍ତ କରିଛନ୍ତି। ରାଜ୍ୟ ମହିଳା […]
ବ୍ରହ୍ମପୁର: ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ଘୋଷଣାକୁ ନେଇ ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ର ଗଞ୍ଜାମ ଜିଲ୍ଲା ଶାଖା ସାଂଘାତିକ ଅଭିଯୋଗ ଆଣିଛି। ରାଜ୍ୟ ସରକାରଙ୍କ ଦରମା ବୃଦ୍ଧି ଘୋଷଣାକୁ ମିଥ୍ୟା ବୋଲି ସଂଘ ଅଭିଯୋଗ କରିଛି। ଗତ ୧୨ ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ, ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୧୫ ଶହ ଟଙ୍କା ବୃଦ୍ଧି କରାଯିବ। ଏହାଦ୍ୱାରା ସେମାନେ ୬ହଜାର ଟଙ୍କା ବଦଳରେ ୭ ହଜାର ୫ଶହ ଟଙ୍କା ପାଇବେ […]
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣାରେ ଟ୍ୱିଟ୍ ଜରିଆରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଛାତ୍ରୀ ଗର୍ଭବତୀ ହେବା ଓ କର୍ତ୍ତୃପକ୍ଷ ଚୁପ୍ ରହିବା ଘୋର୍ ଚିନ୍ତାର ବିଷୟ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଦାରିଙ୍ଗବାଡି ଠାରେ ଆଦିବାସୀ ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଓ କର୍ତ୍ତୃପକ୍ଷ ଦୀର୍ଘଦିନ ଧରି ଚୁପ ରହିବା ଘୋର ଚିନ୍ତାର ବିଷୟ । ସରକାର ତୁରନ୍ତ ଦୃଢ […]
ଭୁବନେଶ୍ୱର: ମ୍ୟାଟ୍ରିକ୍ ପରୀକ୍ଷାର ପିଛା ଛାଡୁନି ଭାଇରାଲ୍ ଭୂତ। ପରୀକ୍ଷା ଆରମ୍ଭ ହେଲା ଦିନଠୁ କେଉଁଠି ନା କେଉଁଠି ପ୍ରଶ୍ନପତ୍ର ଭାଇରାଲ୍ ହେଉଛି। କଡ଼ା ସୁରକ୍ଷା ସହ ବ୍ୟାପକ ସତର୍କତା ସତ୍ତ୍ୱେ କଳାହାଣ୍ଡିରେ ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ପଦାକୁ ଆସିଛି। ଏହି ଘଟଣାରେ କିଛି କର୍ମଚାରୀଙ୍କୁ ଚାକିରିରୁ ସସ୍ପେଣ୍ଡ କରାଯାଇଛି। ପୂର୍ବରୁ ଓଡ଼ିଆ ଓ ଇଂରାଜୀ ବିଷୟରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇସାରିଥିବା ବେଳେ ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ୍ ହେବା ଛାତ୍ରଛାତ୍ରୀ, ଅଭିଭାବକଙ୍କ ସହିତ […]
ଭୁବନେଶ୍ୱର: ଆଜି ପବିତ୍ର ମକର ସଂକ୍ରାନ୍ତି। କୃଷି ଭିତ୍ତିକ ଏହି ପର୍ବକୁ ନେଇ ଚାରିଆଡ଼େ ଉତ୍ସବ ମୁଖର। ଆଜିର ଦିନରେ ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠାପଣା ପ୍ରସ୍ତୁତ କରାଯାଇଥାଏ। ମକର ସଂକ୍ରାନ୍ତିରେ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ଆଜି ମକର ବେଶରେ ରତ୍ନସିଂହାସନରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବେ। ମକରକୁ ଭିନ୍ନ ଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଏ। ମକର ସଂକ୍ରାନ୍ତି ଅବସରରେ ଖୋର୍ଦ୍ଧା ଅଟ୍ରି ଉଷ୍ଣପ୍ରସ୍ରବଣ […]
ତେଲେଙ୍ଗାନା: ତେଲେଙ୍ଗାନା କରିମ୍ ନଗରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ମୃତ ଶ୍ରମିକଙ୍କ ନାଁ ମନୋରଞ୍ଜନ ମହାପାତ୍ର। ବାଲେଶ୍ୱର ଜିଲ୍ଲା ନୀଳଗିରି ନରସିଂହପୁରରେ ତାଙ୍କ ଘର ବୋଲି ଜଣାପଡ଼ିଛି। କରିମ ନଗରରେ ଏକ ଗ୍ରାନାଇଟ୍ ଫ୍ୟାକ୍ଟ୍ରିର୍ରେ ମନୋରଞ୍ଜନ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ମନୋରଞ୍ଜନଙ୍କ ମୃତଦେହ ଆଜି ତାଙ୍କ ଘରେ ପହଞ୍ଚିଛି। ତେବେ ମାତ୍ର ୧୫ ହଜାର ଟଙ୍କା ଦେଇ ମୃତଦେହକୁ ଗାଁକୁ ପଠାଇ ଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ତେଣୁ କମ୍ପାନୀ କର୍ତ୍ତୃପକ୍ଷ […]
ବ୍ରହ୍ମପୁର: ରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିକୁ ଦେଖୁ ଦେଖୁ ୫ବର୍ଷ ବିତିଲା । ହେଲେ ବ୍ରହ୍ମପୁରରେ ଆଜିଯାଏ ତିଆରି ହୋଇପାରିଲାନି ରିଂ ରୋଡ୍ । ବର୍ତ୍ତମାନ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାମ ଶେଷ ହୋଇନଥିବାରୁ ରିଂରୋଡ଼ ପ୍ରକଳ୍ପ କାମ ଆରମ୍ଭ ହୋଇ ପାରିନାହିଁ । ଖୁବଶୀଘ୍ର ରାସ୍ତା କାମ ଆରମ୍ଭ ହେବ ବୋଲି ପ୍ରଶାସନ କହୁଥିବାବଳେ ଏହାକୁ ନେଇ ବ୍ରହ୍ମପୁରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଗାମୀ ନିର୍ବାଚନରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ଅଣ୍ଟା […]
କୁଜଙ୍ଗ: ମାତ୍ର କିଛି ଟଙ୍କା ପାଇଁ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଗାତରେ ଜୀଅନ୍ତା ପୋତିବା ନେଇ ଅଭିଯୋଗ ହୋଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ବୁଧବାର ଦିନ ଜିଲ୍ଲାନାସୀ ଗାଁର ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ର ୫୦୦ ଟଙ୍କା ପାଇଁ ନଦୀ ପଠାରେ ଗାତ କରି ବେକ ପର୍ଯ୍ୟନ୍ତ ପୋତି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ […]
ଭୁବନେଶ୍ୱର: ଜାନୁଆରୀ ୨୬ ତାରିଖ ସୁଦ୍ଧା ‘କାଳିଆ’ ଯୋଜନାର ହିତାଧିକାରୀଙ୍କୁ ଟଙ୍କା ମିଳିବ। ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ। ଆଜି ଏନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ନିୟମିତ ଭାବେ ନେଣଦେଣ କରୁଥିବା ୧୨ ଲକ୍ଷ ୪୦ ହଜାର ଚାଷୀଙ୍କୁ ଟଙ୍କା ମିଳିବ ବୋଲି ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ତେବେ ଏବେ ଆବେଦନ କରୁଥିବା ଚାଷୀଙ୍କୁ ଯାଞ୍ଚ ପରେ ଟଙ୍କା ଦିଆଯିବ। ଅଧିକାରୀ ଯାଞ୍ଚ ତାଲିକା ଦେଲା […]
ଭୁବନେଶ୍ୱର: କଟକ ନୁହେଁ ଭୁବନେଶ୍ୱରରେ ହେବ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସଭା। ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଏନେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ସେପଟେ କଂଗ୍ରେସ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତକୁ ନେଇ ଗତ କିଛି ଦିନ ଧରି ରାଜ୍ୟ କଂଗ୍ରେସ କ୍ୟାମ୍ପ ଚଳଚଞ୍ଚଳ ହୋଇଛି। ତେବେ କଟକ ଓ ଭୁବନେଶ୍ୱରରେ କେଉଁଠି ରାହୁଲଙ୍କ ସଭା ହେବ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏନେଇ ଆଜି […]
ନବରଙ୍ଗପୁର : ସରୁନି ଦାଦନ ଦୁଃଖ। ଇଟାଭାଟିରେ କାମ କରିବାକୁ ଯାଇଥିବା ନବରଙ୍ଗପୁର ଭଟିଗାଁର ୧୩ ଜଣ ଶ୍ରମିକ ତେଲେଙ୍ଗାନାରେ ନିର୍ଯାତିତ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ ଶ୍ରମିକମାନଙ୍କୁ ଇଟାଭାଟି ମାଲିକ ଚୁକ୍ତି ମୁତାବକ ଟଙ୍କା ଦେଉ ନାହାନ୍ତି। ଟଙ୍କା ମାଗିଲେ ମାରପିଟ କରିବା ସହ ଘରକୁ ଆସିବାକୁ ମଧ୍ୟ ଦେଉନାହାନ୍ତି। ନିର୍ଯାତନା ସମ୍ପର୍କରେ ଶ୍ରମିକମାନେ ସେମାନଙ୍କ ପରିବାରକୁ ଫୋନ୍ ଯୋଗେ ଜଣାଇବା ପରେ ପରିବାର ଲୋକେ ନବରଙ୍ଗପୁର ଥାନାରେ ଏତଲା ଦେଇଛନ୍ତି। ଗତ ଅକ୍ଟୋରରେ ୩ […]
ବାରିପଦା: କାର୍ ଉପରେ ଓଲଟି ପଡ଼ିଲା ଟ୍ରକ୍। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଏହି ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ଏକ ପିଆଜ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ କାର୍ଟି ପୂରା ଚେପା ହୋଇଯାଇଛି। ତେବେ କାର୍ ଭିତରେ ଥିବା ୪ ଜଣ ଯାତ୍ରୀ ବାହାରେ ଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଅନ୍ୟପଟେ, ଟ୍ରକ୍ର ଡ୍ରାଇଭର ଓ ହେଲ୍ପର ଫେରାର ଅଛନ୍ତି। ନାସିକରୁ ପିଆଜ ନେଇ […]
ଝାରସୁଗୁଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଝାରସୁଗୁଡା ଜିଲ୍ଲା ବନହରପାଲି ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ଓଡିଶା ବିଦ୍ୟୁତ୍ ଉତ୍ପାଦନ ନିଗମ-ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟକୁ ଉଦ୍ଘାଟନ କରିଛନ୍ତି। ସେହିପରି କମ୍ପାନୀର ସୁନ୍ଦରଗଡ ଜିଲ୍ଲା ମନୋହରପୁରସ୍ଥିତ ନିଜସ୍ୱ କୋଇଲା ଖଣିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ୧୧ ହଜାର ୫୪୭ କୋଟି ବ୍ୟୟରେ ନିର୍ମିତ ତୃତୀୟ ଓ ଚତୁର୍ଥ ୟୁନିଟରୁ୧୩୨୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହେବ।
ପାରାଦୀପ: ଗଭୀର ସମୁଦ୍ର ଭିତରୁ ବୋଟ୍ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରାଦୀପ ନିକଟ ଗଭୀର ସମୁଦ୍ର ଭିତରୁ କୋଷ୍ଟ୍ଗାର୍ଡ ଜଣେ ବୋଟ୍ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ ବୋଟ୍ ଡ୍ରାଇଭରଙ୍କ ନାଁ ମାୟାଧର ମଲ୍ଲିକ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ନରଣପୁର ଗାଁରେ ତାଙ୍କ ଘର ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ମାଆ କାନନ୍ ବୋଟ୍ରେ ମାୟାଧର ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ତେବେ ତାଙ୍କର ମୃତ୍ୟୁ […]
କୋରାପୁଟ: କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ସଚ୍ଚିଦାନନ୍ଦ ମହାନ୍ତି ନିଜ ପଦବୀରୁ ଓହରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସ୍ୱେଚ୍ଛାକୃତ ଭାବେ ସେ ପଦରୁ ଓହରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ୨୦୧୫ରେ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି କୁଳପତି ଭାବେ ଯୋଗ ଦେଇଥିଲେ। ଜଣେ କୁଳପତି ନିଜ କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ଆଗରୁ ପଦବୀରୁ ଓହରିଯିବା ଏହି ବିଶ୍ୱବିଦ୍ୟାଳୟ ଇତିହାସରେ ପ୍ରଥମ ଘଟଣା।
ବରଗଡ଼: ଗତକାଲିଠାରୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଛି । ଏଥିପାଇଁ ବରଗଡ଼ ସହର ଦୁଲୁକୁଛି। ଗତକାଲି ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜା କଂସ ସିଂହାସନ ଆରୋହଣ କରିଛନ୍ତି। ଏହାପୂର୍ବରୁ ଦେବକୀ-ବସୁଦେବଙ୍କ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ବରଗଡ଼ର ରାମଜୀ ମନ୍ଦିରରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଥିଲା। ପରେ ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣର ଦୃଶ୍ୟ ମଧ୍ୟ ଅଭିନୀତ ହୋଇଥିଲା। ଏବେ ମଥୁରାନଗରୀ କଂସଙ୍କ ଶାସନରେ ଥରହର ହେଉଛି। ଆଜି ଧନୁଯାତ୍ରାର ଦ୍ୱିତୀୟ ଦିନରେ […]