• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

apollo hospital
ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ। ଆଜି ସକାଳେ ଆପୋଲୋ ହସ୍ପିଟାଲ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି। ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍‌ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପ୍ରଥମେ ବ୍ୟାଟେରୀ ରୁମ୍ ନିକଟରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲାା ପରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ ଲୋକେ। ସର୍ଟ ସର୍କିଟ୍‌ […]

  • Tuesday, 20 July 2021
cabinet meeting
ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବ। ତେଣୁ ଏହାପୂର୍ବରୁ ରାଜ୍ୟ କ୍ୟାବିନେଟ୍‌ରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ। କୃଷି, ଜଳସେଚନ ଏବଂ ଅନ୍ୟାନ୍ୟ ବିଭାଗରେ ରାଜ୍ୟ ସରକାର ବଡ଼ ଘୋଷଣା କରିପାରନ୍ତି । ହେଲେ କେଉଁ କେଉଁ ପ୍ରସ୍ତାବ ଉପରେ ଅନୁମୋଦନ ହେବ […]

  • Tuesday, 20 July 2021
cold wave
୧୦ ଡିଗ୍ରୀ ତଳେ ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ବିଶେଷ କରି ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ଦୁଇରୁ ତିନି ଡିଗ୍ରୀ ତଳକୁ ଖସିଛି। ଗତ ତିନି ଦିନ ହେଲା ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ଶୀତ ଜାରି ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ତେବେ ଆହୁରି ୨ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ […]

  • Tuesday, 20 July 2021
pcc chief
କଂଗ୍ରେସର ନିର୍ବାଚନୀ କସରତ

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରୁ ୩ ଜଣଙ୍କ ନାଁ ବିଧାୟକ ପ୍ରାର୍ଥୀ ପାଇଁ ଚୟନ କରିବାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ନିର୍ଦ୍ଦେଶ ଦେଇଛି। ପ୍ରତି ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଜୋନ୍ ସଭାପତିଙ୍କ ସହ ଆଲୋଚନା କରି ଜିଲ୍ଲା ସଭାପତିମାନେ ପ୍ରାର୍ଥୀଙ୍କ ନାଁ ସୁପାରିସ କରିବେ। ତୃଣମୂଳସ୍ତରରୁ ମତାମତ ଆଣି ପ୍ରାର୍ଥୀଙ୍କ ନାଁ ସୁପାରିସ କରାଯିବ ବୋଲି ନିରଞ୍ଜନ କହିଛନ୍ତି। […]

  • Tuesday, 20 July 2021
medicine
ପୋଲ ତଳେ ପୁଳା ପୁଳା ଔଷଧ

ନୟାଗଡ଼: ପୋଲ ତଳେ ପୁଳା ପୁଳା ଔଷଧ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ଗୋଛାବାରି ଗାଁ ନିକଟରେ ଥିବା ଏକ ପୋଲ ତଳେ ବହୁ ପରିମାଣର ଔଷଧ ପଡ଼ି ରହିଥିବା ଦେଖିବାକୁ ମିଳିଛି। କିଛି ମେଡିସିନ୍‌ ଏକ୍ସପାଏରି ହୋଇ ଯାଇଥିବାବେଳେ ଆଉ କିଛି ମେଡିସିନ୍‌ର ଏକ୍ସପାଏରି ତାରିଖ ଯାଇନଥିବା ଜଣାପଡିଛି। ତେବେ ଏତେ ପରିମାଣର ଔଷଧ କିଭଳି ଆସିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଔଷଧରେ ସରକାରୀ ଲୋଗୋ ଥିବା ଦେଖିବାକୁ ମିଳିଛି। ଏହି ଔଷଧ […]

  • Tuesday, 20 July 2021
police station
ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ; ଜଣେ ଗିରଫ

କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ କୋଟଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ୍‌ ଅକ୍ଷୟ ବଡ଼ନାୟକ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ମିଶାଇ କନ୍ଧମାଳ ଜିଲ୍ଲାରେ ୨୦ ଦିନ ମଧ୍ୟରେ ୮ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଲାଣି। ସୂଚନାଯୋଗ୍ୟ, ନିକଟରେ କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ […]

  • Tuesday, 20 July 2021
journalist attack
ପୁଣି ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ: ପୁଣି ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ୍‌ର ବେଲେଶ୍ୱର ପାଟଣା ନିକଟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ନାଁ ବିକ୍ରମ ଆଚାର୍ଯ୍ୟ। ୩ରୁ ୪ ଜଣ ଦୁର୍ବୃତ୍ତ କାଠଫାଳିଆ ଓ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମ୍ବାଦିକଙ୍କ ମୁଣ୍ଡ, କାନ,ଛାତି ଓ ମୁହଁରେ ଆଘାତ ଲାଗିଥିବା ଜଣାପଡିଛି। ଘଟଣାସ୍ଥଳରୁ ମେରାଇନ୍‌ ଡ୍ରାଇଭ ଥାନା ପୁଲିସ୍‌ ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ […]

  • Tuesday, 20 July 2021
bjp leader
ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ପୂର୍ବରୁ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଅଟକ ରଖିଲା ପୁଲିସ୍‌

ସମ୍ବଲପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ଗସ୍ତ କରିବେ। ବିଜୁ ଯୁବ ବାହିନୀର ଯୁବ ସମ୍ମିଳନୀରେ ଯୋଗ ଦେବା ସହ ମହାନଦୀ ଉପରେ ନିର୍ମିତ ହାଇଲେଭ୍‌ଲ ସେତୁକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୁଲିସ୍‌ ଅଟକ ରଖିଛି। ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ଆଶଙ୍କାରେ ପୁଲିସ୍‌ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ମଧ୍ୟ କରିବେ। […]

  • Tuesday, 20 July 2021
bubana
ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ

କାମାକ୍ଷାନଗର: ଆଜି ୧୨ ଘଣ୍ଟିଆ ଭୁବନ ବନ୍ଦ ଡାକରା ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ମେଡିକାଲ୍‌ର ଉନ୍ନତୀକରଣ, ଡାକ୍ତର ପଦବୀ ପୂରଣ ଦାବିରେ ଭୁବନ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ଫଳରେ ଭୁବନରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆନ୍ଦୋଳନକାରୀମାନେ ଏନ୍ଏଚ୍-୫୩କୁ ଅବରୋଧ କରିଥିବା ଜଣାପଡ଼ିଛି। ଫଳରେ ଉଭୟ ପଟେ ଗାଡ଼ି ଅଟକି ରହିଛି। ଏଥିସହ ସହରରେ ଦୋକାନ ବଜାର ବି ବନ୍ଦ ରହିଛି। ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ […]

  • Tuesday, 20 July 2021
ho
ବନ୍ଦ ହେବାକୁ ବସିଛି କଟକ ହୋମିଓପ୍ୟାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲ

କଟକ: ବନ୍ଦ ହେବାକୁ ବସିଛି କଟକ ହୋମିଓପ୍ୟାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲ। ସରକାରୀ ଅନୁଦାନ ଏବଂ ଭିତ୍ତିଭୂମି ଅଭାବରୁ ଚଳିତ ଶିକ୍ଷାବର୍ଷରୁ ବନ୍ଦ ହୋଇଯାଇପାରେ ଏହି ଶିକ୍ଷାନୁଷ୍ଠାନ। ଏନେଇ ବିଭିନ୍ନ ସମୟରେ ବିଭାଗୀୟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ। ୧୯୮୨ ମସିହାରେ ନିର୍ମିତ ଏହି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ନା ଅଛି ଆବଶ୍ୟକ ଭିତ୍ତିଭୂମି ନା ଅଛନ୍ତି […]

  • Tuesday, 20 July 2021
ba
ଯୁବକଙ୍କୁ ଗୁଳିମାଡ଼ ପଛରେ ବେଆଇନ ମାଟି ଚାଲାଣ

ବାଲେଶ୍ୱର: ବାଲେଶ୍ୱର ସଦର ବ୍ଲକ କଣ୍ଟାବଣିଆ ଗାଁରେ ବୁଧବାର ହୋଇଥିବା ଗୁଳିକାଣ୍ଡ ଘଟଣା ପଛରେ ରହିଛି ମାଟି ଚୋରାଚାଲାଣ। ଏପରି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା।  ମାଟି ଓ ବାଲି ଉଠାକୁ ନେଇ ଗତ କିଛିବର୍ଷ ଧରି ଅଞ୍ଚଳର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଛି। ତେବେ ପ୍ରଶାସନର ସ୍ଥାଣୁତା ଯୋଗୁ ମାଟି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। କଣ୍ଟାବଣିଆ ଓ ସାନ ଦହପଡ଼ା ଗାଁକୁ ସଂଯୋଗ କରୁଥିବା ବୁଢ଼ାବଳଙ୍ଗ […]

  • Tuesday, 20 July 2021
golapi
ରାଜଧାନୀରେ ଗୋଲାପୀ ଗାର୍ଲର ଆତଙ୍କ

ଭୁବନେଶ୍ୱର: ଦୋକାନୀଙ୍କୁ ଚକ୍‌ମା ଦେଇ ଅତି ଚତୁରତାର ସହ ଗହଣା ଲୁଟୁଥିବା ଗୋଲାପୀ ଗାର୍ଲକୁ ନେଇ ରାଜଧାନୀରେ ଚର୍ଚ୍ଚା ଲାଗି ରହିଛି। ରାଜମହଲ ଛକର ଏକ ଦୋକାନରୁ ଗହଣା ଲୁଟ୍‌ର ସିସିଟିଭି ଫୁଟେଜ୍ ଭାଇରାଲ ହେବା ପରେ ଦୋକାନୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ତେବେ କିଏ ସେ ଗୋଲାପୀ ଗାର୍ଲ ? କ’ଣ ତା’ର ଗହଣା ଲୁଟ୍‌ ଟେକ୍‌ନିକ୍‌ ? ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ରାଜଧାନୀର ରାଜମହଲରେ ଥିବା ଏକ ଗହଣା ଦୋକାନରୁ […]

  • Tuesday, 20 July 2021
b
ବଜେଟ୍‌ରେ ଓଡ଼ିଶାକୁ କ’ଣ ଦେବ କେନ୍ଦ୍ର ?

ଭୁବନେଶ୍ୱର: ବଜେଟ୍‌ରେ ଓଡ଼ିଶାକୁ କ’ଣ ମିଳିବ ? ମଧ୍ୟବର୍ତ୍ତୀକାଳୀନ ବଜେଟ୍ ହୋଇଥିଲେ ମଧ୍ୟ ବିଜେପି ଫୋକସ୍‌ରେ ଓଡ଼ିଶା ଥିବାରୁ କେନ୍ଦ୍ର କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ନେଇ କଳ୍ପନାଜଳ୍ପନା ଚାଲିଛି। ଏଣେ କେନ୍ଦ୍ର, ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ଗ୍ରହଣ କରିନଥିବାରୁ ରାଜ୍ୟ ପାଇଁ ଅଧିକ ଅର୍ଥ ବରାଦ କରିପାରନ୍ତି ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଆଗକୁ ନିର୍ବାଚନ ଥିବାରୁ ଲୋଭନୀୟ ସ୍କିମ୍ ଆଣି ମାଷ୍ଟର ଷ୍ଟ୍ରୋକ୍ ଖେଳି ପାରନ୍ତି କେନ୍ଦ୍ର ସରକାର। ତେବେ ହିନ୍ଦୀ […]

  • Tuesday, 20 July 2021
arabinda
ଭୁବନେଶ୍ୱରରେ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ କେଜ୍ରିୱାଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଲୋୟର ପିଏମ୍‌ଜିରେ ଆୟୋଜିତ ସାମାଜିକ ନ୍ୟାୟ କାର୍ଯ୍ୟକ୍ରମରେ ସେ ନବୀନ ସରକାରଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ସ୍ୱାଧୀନତାର ୭୦ ବର୍ଷ ପରେ ବି ଦେଶର ବିକାଶ ହୋଇପାରିନି। ଆଜି ବି ଆମ ଦେଶରେ କୋଟି କୋଟି ଗରିବ ଲୋକ ଅଛନ୍ତି। ସବୁଠାରୁ ଅଧିକ ଗରିବ ଲୋକ ଓଡ଼ିଶାରେ ଅଛନ୍ତି। କଂଗ୍ରେସ, ବିଜେପି […]

  • Tuesday, 20 July 2021
yojana
ବାଟବଣା ହୋଇଯାଇଛି ‘ହରିଶ୍ଚନ୍ଦ୍ର’  

ଭୁବନେଶ୍ୱର: ଜନ୍ମରୁ ମୃତ୍ୟୁ ଯାଏ ଲୋକଙ୍କ ଲାଗି ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ବାସ୍ତବରେ ଏହାଦ୍ୱାରା ଲୋକେ କେତେ ଉପକୃତ ହେଉଛନ୍ତି ତାହାର କିଛି ଠିକ୍‌ ଠିକଣା ନାହିଁ। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ କି ପ୍ରଶାସନିକ ଅବହେଳା ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚୁ ନଥିବା ଅଭିଯୋଗ ହେଉଛି। ଏପରି ଅଭିଯୋଗ ଆସିଛି, ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରୁ। ଏଠାରେ ଗରିବ ଲୋକଙ୍କୁ  ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଠିକ୍‌ରେ ମିଳୁ ନଥିବା ଅଭିଯୋଗ ଆସିଛି। […]

  • Tuesday, 20 July 2021
punjilal
ପାର୍ସଲବୋମା ବିସ୍ଫୋରଣ ମାମଲା: ଦାଖଲ ହେଲା ଫାଇନାଲ୍‌ ଚାର୍ଜସିଟ୍‌

ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲବୋମା ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ବିରୋଧରେ ଦାଖଲ ହୋଇଛି ଫାଇନାଲ୍ ଚାର୍ଜସିଟ୍। ତଦନ୍ତ ଭାର ହାତକୁ ନେଇଥିବା କ୍ରାଇମବ୍ରାଞ୍ଚ ଟିମ୍ ଦୀର୍ଘ ୧୧ମାସ ଧରି ବିଭିନ୍ନ ଦିଗରୁ ଖୋଳତାଡ଼ କରି ୭୬ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ପ୍ରସ୍ତୁତ କରିଥିଲା। ଯେଉଁଥିରେ ରହିଛି ୭୬ଜଣ ସାକ୍ଷୀଙ୍କ ବୟାନ, ସାଇଣ୍ଟିଫିକ୍ ଟିମ୍ ବିଶେଷଜ୍ଞଙ୍କ ମତ ଓ ମାଳ ମାଳ ତଥ୍ୟ। ପାଟଣାଗଡ଼ ଏସ୍‌ଡିଜେଏମ୍ କୋର୍ଟରେ ଆଜି ଦାଖଲ ହୋଇଛି ଚାର୍ଜସିଟ୍। ଗତ […]

  • Tuesday, 20 July 2021
amit shah
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଅମିତ ଶାହ

ଭୁବନେଶ୍ୱର: ସାଲେପୁର ସମାବେଶକୁ ଆସିବା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ କଟକ ଜିଲ୍ଲାର ସତ୍ୟଭାମାପୁର ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଜି ଅମିତ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ହେଲିକପ୍ଟରରେ ସତ୍ୟଭାମାପୁର ଯାଇଥିଲେ। ସେଠାରେ ଅମିତ ଶାହଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ ଆଜି ଶାହ କ’ଣ ଗୁରୁମନ୍ତ୍ର ଦେଉଛନ୍ତି… ଏହା ଉପରେ ସମସ୍ତଙ୍କ […]

  • Tuesday, 20 July 2021
groom abscond
ଶୌଚ ବାହାନାରେ ଅଧା ବାଟରୁ ବର ଫେରାର!

ନୟାଗଡ଼: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ବରକୁ ସମସ୍ତେ ଅପେକ୍ଷା କରିଥିଲେ। ହେଲେ ଶୌଚ କରିବା ବାହାନାରେ ଅଧା ବାଟରୁ ବର କେଉଁଆଡ଼େ ଫେରାର ହୋଇଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଯଦୁପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଅଡ଼ାଲ ଗାଁର ଜଣେ ଯୁବକଙ୍କ ବିବାହ ଯଦୁପୁର ଗାଁରେ ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ଗତ ଶନିବାର ଦିନ ଯୁବକ ଜଣକ ବରଯାତ୍ରୀ, ରୋଶଣି ନେଇ ଯଦପୁର […]

  • Tuesday, 20 July 2021
baruni
ବାରୁଣୀ ଯାତ୍ରା ପାଇଁ ଉତ୍ସବମୁଖର ବିଭିନ୍ନ ସଙ୍ଗମସ୍ଥଳ

ବାଲେଶ୍ୱର: ବାରୁଣୀ ଯାତ୍ରା ପାଇଁ ଉତ୍ସବମୁଖର ହୋଇପଡ଼ିଛି ବିଭିନ୍ନ ସଙ୍ଗମସ୍ଥଳୀ। ନଦୀ ପଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। କିଏ ପୂର୍ବ ପୁରୁଷଙ୍କ ଆତ୍ମାର ସଦ୍‌ଗତି ପାଇଁ ପିଣ୍ଡଦାନ କରୁଛି, ତ ଆଉ କିଏ ପୁଣ୍ୟ ଅର୍ଜନ ପାଇଁ ନଦୀରେ ବୁଡ଼ ପକାଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଆସିକା ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳୀରେ ଚାଲିଥିବା ବାରୁଣୀ ଯାତ୍ରାରେ। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ବାରୁଣୀ ସ୍ନାନ ସାରି ଶ୍ରଦ୍ଧାଳୁ […]

  • Tuesday, 20 July 2021
568
ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପତି, ପତ୍ନୀ ଗିରଫ୍

କଟକ: ଲକ୍ଷାଧିକ ଟଙ୍କ। ଠକେଇ ଅଭିଯୋଗରେ ପତି,ପତ୍ନୀ ଗିରଫ। ଫେସବୁକରେ ଫେକ ଆଇଡି କରି ଲୋକଙ୍କ ଠାରୁ ଟଙ୍କ। ଠକେଇ କରିଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି କଟକ ଚାଉଳିଆଗଞ୍ଜ ପୋଲିସ। ଉଭୟ ସ୍ୱାମୀ ,ସ୍ତ୍ରୀ ଫେସବୁକରେ ଫେକ ଆଇଡି ଖୋଲି ଲୋକଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରନ୍ତି। ଆଉ ଏହାପରେ ବିଭିନ୍ନ ଆଳ ଦେଖାଇ ଲୋକଙ୍କୁ ଟଙ୍କ। ମାଗି ଠକିଥାନ୍ତି। ଜଣେ ପୁଲିସ କର୍ମଚାରୀଙ୍କୁ ଫେସବୁକରେ ବନ୍ଧୁ କରିବା ସହ ୬୫ ହଜାର ଟଙ୍କ। ଠକିଥିଲେ। ଟଙ୍କ। […]

  • Tuesday, 20 July 2021
nj
ବିମାନ ସେବା କ୍ଷେତ୍ରରେ ରେକର୍ଡ କଲା ଭୁବନେଶ୍ୱର ବିମାନବନ୍ଦର

ଭୁବନେଶ୍ୱର: ବିମାନ ସେବା କ୍ଷେତ୍ରରେ ଭୁବନେଶ୍ୱର ବିମାନବନ୍ଦର ଏକ ନୂଆ ରେକର୍ଡ କରିଛି। ପୂର୍ବବର୍ଷ ତୁଳନାରେ ଏ ବର୍ଷ ଯାତ୍ରୀଙ୍କ ସଂଖ୍ୟା ପ୍ରାୟ ୪୧ ପ୍ରତିଶତ ବଢ଼ିଛି। ଏହାକୁ ଆଖି ଆଗରେ ରଖି ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଆଗାମୀ ଦିନରେ ଟର୍ମିନାଲ୍ ଗୁଡ଼ିକୁ ଆହୁରି ଆକର୍ଷଣୀୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଭୁବନେଶ୍ୱର ବିମାନବନ୍ଦରରେ ୩୨ ଲକ୍ଷ ୩୭ ହଜାର ୯୫୬ଜଣ ଯାତ୍ରୀ ଯିବା ଆସିବା କରିଥିଲେ। ଏମାନଙ୍କ ମଧ୍ୟରେ ୩୧ ଲକ୍ଷ […]

  • Tuesday, 20 July 2021
media employee
ଦୈନିକ ଖବରକାଗଜ ସର୍କୁଲେସନ୍‌ କର୍ମଚାରୀଙ୍କୁ ରାତି ଅଧରେ ନିର୍ମମ ହତ୍ୟା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଏକ ଦୈନିକ ଖବରକାଗଜର ସର୍କୁଲେସନ୍‌ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ପ୍ରତାପ ମହାପାତ୍ର। ତାଙ୍କ ଘର ଜଗତସିଂହପୁରରେ। ସୂଚନା ଅନୁସାରେ, ୨୬ ତାରିଖ ଅଫିସ୍ ଛୁଟି ଥିବାରୁ ପ୍ରତାପ କୌଣସି କାମରେ ସମ୍ବଲପୁର ଯାଇଥିଲେ। ସେଠାରୁ ସେ ସୋନପୁର ଯାଇ ଗତକାଲି ରାତିରେ ବଲାଙ୍ଗିର ଫେରିଥିଲେ। ସେ ବସ୍‌ଷ୍ଟାଣ୍ଡରୁ ଅଫିସ୍‌କୁ ଯାଉଥିବା ବେଳେ ରେଲୱେ ଷ୍ଟେସନ୍‌ ରୋଡ୍‌ରେ କିଛି ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ରରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛିମାସ […]

  • Tuesday, 20 July 2021
amit shah
ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସାଲେପୁରର କୁଳିଆ ପଡ଼ିଆରେ ସେ ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ। ଏଥିସହ ଦଳୀୟ କର୍ମକର୍ତ୍ତାଙ୍କୁ ଦେଇଥିବା ଦାୟିତ୍ୱର ହିସାବ ନେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଅମିତ ଶାହଙ୍କ ଗସ୍ତକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିର୍ବାଚନ ପାଇଁ ଦଳୀୟ କର୍ମୀଙ୍କୁ କ’ଣ ଗୁରୁମନ୍ତ୍ର ଦେଉଛନ୍ତି… ଏହା ଉପରେ ସମସ୍ତଙ୍କ ନଜର ରହିବ। […]

  • Tuesday, 20 July 2021
vc
ସମର୍ଥକଙ୍କ ଚେତାବନୀ; ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଅନୁଭବ!

ଭୁବନେଶ୍ୱର: ଖଣ୍ଡପଡ଼ା ବିଜେଡିରେ ବିଦ୍ରୋହର ସ୍ୱର ଉଠିଛି। ସିଟିଂ ଏମ୍ଏଲ୍ଏ ଅନୁଭବ ପଟ୍ଟନାୟକଙ୍କୁ ଟିକେଟ୍ ନ ମିଳିଲେ ସେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ତାଙ୍କ ସମର୍ଥକମାନେ ଚେତାବନୀ ଦେଇଛନ୍ତି। ଏଠାରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର୍ ଧରିବା ପରେ ଅନୁଭବଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଅନୁଭବଙ୍କ ସମର୍ଥକଙ୍କ ମଧ୍ୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ୫ ବର୍ଷ ସରକାର ଓ ବିଜେଡି ପାଇଁ […]

  • Tuesday, 20 July 2021