• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

naveen niwas
ନବୀନ ନିବାସ ପାଇଁ ଜମି ଜବର ଦଖଲ !

ଭୁବନେଶ୍ୱର :  ନବୀନ ନିବାସ ପାଇଁ ଜମି ଜବର ଦଖଲ ଅଭିଯୋଗ। ରାସ୍ତା ପ୍ରଶସ୍ତୀକରଣ ପାଇଁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରୁ ମିଳିଥିବା ୧ ଦଶମିକ ୬ ଏକର ଜାଗା ଏବେ ନବୀନ ନିବାସ କବ୍‌ଜାରେ। ଏଭଳି ସଂଗୀନ ଅଭିଯୋଗ ଆଣିଛି କଂଗ୍ରେସ। ଦଳ ଅଭିଯୋଗ କରିଛି ୩ ଫେବ୍ରୁଆରି ୨୦୧୬ ରେ ରାସ୍ତା ସଂପ୍ରସାରଣ ପାଇଁ ୧ ଦଶମିକ ୬ ଏକର ଜମି ଅଦଳ ବଦଳ ପାଇଁ ଏୟାରପୋର୍ଟ ଅଥରିଟିଙ୍କୁ ଚିଠି ଲେଖିଥିଲେ ରାଜ୍ୟ ସରକାର। […]

  • Tuesday, 20 July 2021
Jagi Mangat Panda
‘OTVକୁ ସାଂଘାତିକ ହଇରାଣ କରାଯାଉଛି’

ଭୁବନେଶ୍ୱର: ଓଟିଭିକୁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯାଉଛି। ବିଧାନସଭା ସ୍ୱାଧିକାର କମିଟି ଆଗରେ ଆଜି ହାଜର ହେବା ପରେ ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଏଭଳି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଜଣେ ମହିଳା ଉଦ୍ୟୋଗପତି ଭାବେ ରାଜ୍ୟରେ ଗତ ୨୨ ବର୍ଷ ଧରି ସେ କାର୍ଯ୍ୟ କରି ଆସୁଛନ୍ତି। ଆଉ ରାଜ୍ୟରେ ୨ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛନ୍ତି। ତେବେ ପ୍ରଥମ ଥର ଲାଗି ତାଙ୍କୁ ସାଙ୍ଘାତିକ ଭାବେ ହଇରାଣ କରାଯାଉଥିବା […]

  • Tuesday, 20 July 2021
naba das..
ବିଧାୟକ ପଦରୁ ଇସ୍ତଫା ଦେଲେ ନବ ଦାସ

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାୟକ ପଦ ଛାଡିଲେ ନବ କିଶୋର ଦାସ। ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ବିଧିବଦ୍ଧ ଭାବେ ସେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତିଙ୍କୁ ଲେଖିଥିବା ଚିଠିରେ ନବ, ସ୍ୱଇଚ୍ଛାରେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ତେବେ ବାଚସ୍ପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସୂଚନା ମିଳିଛି। କଂଗ୍ରେସରୁ ଇସ୍ତଫା ଦେବା ପରେ ନବ ଗତ ୨୪ ତାରିଖରେ ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ। ଗତ ଜାନୁଆରୀ ୧୬ ତାରିଖ […]

  • Tuesday, 20 July 2021
jagannath temple
ଦଇତାପତି ନିଯୋଗ ନିର୍ବାଚନ ପାଇଁ ଚାଲିଛି ମତଦାନ

ପୁରୀ: ଶ୍ରୀମନ୍ଦିର ଦଇତାପତି ନିଯୋଗର ନିର୍ବାଚନ ପାଇଁ ମତଦାନ ଚାଲିଛି। ଆଜି ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୩ଟା ଯାଏ ଚାଲିବ। ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଥିବା ସ୍ୱତନ୍ତ୍ର କକ୍ଷରେ ମତଦାନ ଚାଲିଛି। ପ୍ରଥମଥର ପାଇଁ ୧୫ ଜଣ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚନ ମାଧ୍ୟମରେ ଚୟନ କରାଯାଉଛି। ନିଯୋଗର ୧୨୦ ଜଣ ସଦସ୍ୟ ଏଥିପାଇଁ ମତଦାନ କରୁଛନ୍ତି। ପରେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ସଭାପତି, ଉପସଭାପତି, ସମ୍ପାଦକ, ସହ- ସମ୍ପାଦକ ଓ କୋଷାଧ୍ୟକ୍ଷ […]

  • Tuesday, 20 July 2021
sahid
ଜନ୍ମମାଟିରେ ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ସଂପନ୍ନ

ଖୋର୍ଦ୍ଧା: ଜନ୍ମମାଟିରେ ସହିଦ ହେମନ୍ତ ପଣ୍ଡାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପରିବାର ଓ ଗାଁ ଲୋକେ ସହିଦ ହେମନ୍ତ ପଣ୍ଡାଙ୍କୁ ଗାଁ ଶ୍ମଶାନରେ ଅନ୍ତିମ ବିଦାୟ ଦେଇଛନ୍ତି। ଶାନ୍ତ ସ୍ୱଭାବର ଗାଁର ପୁଅକୁ ହରାଇ ଲୋକେ ଭାଙ୍ଗି ପଡ଼ିଛନ୍ତି। ହେମନ୍ତଙ୍କ ସାଙ୍ଗସାଥୀ ବି ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି। ୪ ବର୍ଷ ହେଲା ଭାରତୀୟ ସେନାରେ ଲାନ୍ସ ନାୟକ ଥିବା ହେମନ୍ତ ସାଧାରଣତନ୍ତ୍ର ଦିବସରେ କଶ୍ମୀରର ବାରମୁଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଥିଲେ। ଗତକାଲି ହେମନ୍ତଙ୍କ […]

  • Tuesday, 20 July 2021
faf
ଚାନ୍ଦବାଲିରେ ବିଜେପିର ବଡ଼ ଧରଣର ମିଶ୍ରଣ ପର୍ବ

ଭଦ୍ରକ (ବାସୁଦେବ ଦାସ): ଚାନ୍ଦବାଲିରେ ବିଜେପିର ବଡ଼ ଧରଣର ମିଶ୍ରଣ ପର୍ବ ହୋଇଛି। ଦିଗଛିଆ ମୁନି ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରାୟ ୧୦ ହଜାରରୁ ଅଧିକ ବିଜେଡି କର୍ମୀ ଓ ନେତା ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ପ୍ରତାପ ଚନ୍ଦ୍ର ଧଳଙ୍କ ନେତୃତ୍ୱରେ ଏହି କର୍ମୀମାନେ ଆଜି ଦଳରେ ସାମିଲ୍ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର, ବରିଷ୍ଠ […]

  • Tuesday, 20 July 2021
chaitanya majhi
ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ ହୋଇଛି। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ବୟସାଧିକ ଯୋଗୁ କିଛି ଦିନ ହେଲେ ସେ ଅସୁସ୍ଥ ଥିଲେ। ୧୯୨୯ ନଭେମ୍ବର ୧୯ରେ ଚୈତନ୍ୟ ମାଝୀ ଜନ୍ମଗ୍ରହଣ କରିଥିଲେ। ୧୯୭୯ରୁ ୧୯୮୫ ଯାଏ ସେ ଓପିଏସ୍‌ସିର ସଦସ୍ୟ ଥିଲେ।  କଂଗ୍ରେସ ଦଳରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ୧୯୭୨ରୁ ୧୯୭୮ଯାଏ ସେ କେନ୍ଦ୍ର କ୍ୟାବିନେଟର […]

  • Tuesday, 20 July 2021
bjd
ଭୋଟରଙ୍କୁ ଟଙ୍କା ଓ ଘର ଲୋଭ ଦେଖାଇଲେ ବିଜେଡି ନେତା: ଭିଡିଓ ଭାଇରାଲ୍

ଭୁବନେଶ୍ୱର: ନିର୍ବାଚନ ପ୍ରଚାର ବେଳେ ଭୋଟରଙ୍କୁ ଲୋଭ ଦେଖାଇଲେ ଝାରସୁଗୁଡ଼ାର ବିଜେଡି ପ୍ରାର୍ଥୀ ନବ ଦାସ। କୁଚିଣ୍ଡାରେ ନିର୍ବାଚନୀ ସଭାରେ ବିଜେଡି ପ୍ରାର୍ଥୀ ନବ ଦାସ ଭାଷଣ ଦେବା ବେଳେ ଲୋକଙ୍କୁ ଲୋଭ ଦେଖାଇଥିବା ଦେଖିବାକୁ ମିଳିଛି। ନବ ଦାସ ଏକ ସଭାରେ ଭୋଟର୍‌ଙ୍କୁ ଟଙ୍କା ଓ ଘରର ଦେବାର ଲୋଭ ଦେଖାଉଥିବା ଏକ ଭିଡିଓ ଏବେ ଭାଇରାଲ୍‌ ହେଉଛି। ନିଜ ଭାଷଣରେ ନବ ଦାସ ‘ଆପଣଙ୍କ ଦାବି ନବୀନ ପଟ୍ଟନାୟକଙ୍କ ନିକଟରେ ପହଞ୍ଚାଇବି’ ବୋଲି କହିଛନ୍ତି। […]

  • Tuesday, 20 July 2021
practical exam
ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ୍‌ ପରୀକ୍ଷା

ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ୨ ପ୍ରାକ୍ଟିକାଲ୍‌ ପରୀକ୍ଷା ଆରମ୍ଭ ହୋଇଛି। ଏନେଇ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ବେଳେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍‌ ବ୍ୟବସ୍ଥା ହୋଇଛି। ଚଳିତବର୍ଷ ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ୧୦୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତ ବର୍ଷ ଯୁକ୍ତ ୨ରେ ୩ଲକ୍ଷ ୬୭ହଜାର ୫ଶହ ଛାତ୍ରଛାତ୍ରୀ ପରୀକ୍ଷା […]

  • Tuesday, 20 July 2021
accident
ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍‌

କଳାହାଣ୍ଡି: ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍‌। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜୋଲ୍‌କୋ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତା ତଳକୁ ଯାତ୍ରୀବାହୀ ବସ୍‌ ଖସି ପଡ଼ିବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତଙ୍କୁ ଭବାନୀପାଟଣା ଓ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତର ଭାବେ […]

  • Tuesday, 20 July 2021
rainfall
ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବିଦର୍ଭ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଉତ୍ତର ପ୍ରଦେଶ ଠାରୁ ଦକ୍ଷିଣ ଛତିଶଗଡ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ରହିଛି। ଫଳରେ ଏହାର ପ୍ରଭାବରେ ପାଗ ମେଘୁଆ ରହିଛି। ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଆସନ୍ତା ୩୬ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ହେବାର […]

  • Tuesday, 20 July 2021
aap
୩୧ରେ ଓଡ଼ିଶା ଆସିବେ ଅରବିନ୍ଦ କେଜ୍ରିୱାଲ୍‌

ଭୁବନେଶ୍ୱର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆସନ୍ତା ୩୧ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୩୧ ତାରିଖ ଅପରାହ୍ନରେ ଭୁବନେଶ୍ୱର ଲୋୟର ପିମ୍‌ଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭାରେ କେଜ୍ରିୱାଲ୍‌ ଯୋଗ ଦେବେ। ଏନେଇ ଆମ୍‌ ଆଦମୀ ପାର୍ଟି (AAP)ର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏଥିସହ ସେହିଦିନ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ବୁଦ୍ଧିଜୀବୀ ଓ ଦଳୀୟ କର୍ମୀଙ୍କୁ ସାକ୍ଷାତ କରି ସେମାନଙ୍କ ସହ ଆଲୋଚନା କରିବାର […]

  • Tuesday, 20 July 2021
tigress sundari
‘ସୁନ୍ଦରୀ’କୁ ଜଗିବେ ଦୁଇ ପୋଷା ହାତୀ

ଅନୁଗୁଳ/ବାରିପଦା: ଅନୁଗୁଳ ଜିଲ୍ଲା ସାତକୋଶିଆରେ ଥିବା ବାଘୁଣୀ ସୁନ୍ଦରୀ ଉପରେ ଦୁଇ ପୋଷା ହାତୀ ନଜର ରଖିବେ। ଏନେଇ ବନ ବିଭାଗ ପକ୍ଷରୁ ୨ଟି ହାତୀକୁ ସାତକୋଶିଆ ଅଭୟାରଣ୍ୟକୁ ପଠାଯାଇଛି। ଆଜି ଭୋରରୁ ଶିମିଳିପାଳରୁ ୨ଟି ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଶିଆ ପଠାଯାଇଛି। ଉଭୟ ହାତୀ ସାତକୋଶିଆରେ ବାଘୁଣୀ ସୁନ୍ଦରୀର ଗତିବିଧି ଉପରେ ନଜର ରଖିବେ। ତେବେ ବାଘୁଣୀକୁ ଜଗିବା ପାଇଁ ହାତୀକୁ କିଭଳି ବ୍ୟବହାର କରାଯିବ ସେନେଇ ସାତକୋଶିଆ କର୍ତ୍ତୃପକ୍ଷ ପଦକ୍ଷେପ ନେବେ […]

  • Tuesday, 20 July 2021
f
ବିକଳ୍ପ ଶିଳ୍ପ ପ୍ରତିଷ୍ଠା ଦାବି ନେଇ ତେଜୁଛି ଜନ ଆନ୍ଦୋଳନ

ଚୌଦ୍ୱାର (ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାରରେ ବନ୍ଦ ପଡ଼ିଥିବା ବଲାରପୁର କାଗଜକଳ ଭିତ୍ତିଭୂମି ଉପରେ ଏକ ବିକଳ୍ପ ଶିଳ୍ପ ପ୍ରତିଷ୍ଠା ଦାବି ନେଇ ଅଞ୍ଚଳରେ ଜନ ଆନ୍ଦୋଳନ ଆରମ୍ଭ ହୋଇଛି। ଦୀର୍ଘ ୧୫ ବର୍ଷ ହେଲା ବନ୍ଦ ହୋଇ ଯାଇଥିବା ଉକ୍ତ ଜମି ଉପରେ ଯଦି ବିକଳ୍ପ ଶିଳ୍ପ ପ୍ରତିଷ୍ଠା ନହୁଏ, ତେବେ ସମସ୍ତ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଏକ ଦାବିପତ୍ର ଟାଙ୍ଗୀ-ଚୌଦ୍ୱାର ତହସିଲଦାରଙ୍କୁ ଦିଆଯାଇଛି। ସୂଚନା […]

  • Tuesday, 20 July 2021
sundergarh
ପରିବାରର ୫ ଜଣଙ୍କ ମୃତ୍ୟୁ ଘଟଣା: ଗୁଣି ଗାରେଡ଼ି ନେଇ ହତ୍ୟା ସନ୍ଦେହରେ ୬ଜଣଙ୍କୁ ଉଠାଇ ନେଲା ପୁଲିସ୍‌

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦୁପୁର ଗାଁର ଜଣେ ମହିଳା ଓ ତାଙ୍କର ୪ ପିଲାଙ୍କୁ ହତ୍ୟା ସନ୍ଦେହ ଘଟଣାରେ ପୁଲିସ୍‌ ୬ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳ ଓ ଶାବଳ ଜବତ ହୋଇଥିବା ସୂଚନା ମିଳିଛି। ଅଟକ ଅଭିଯୁକ୍ତ ମାନେ ମୃତକଙ୍କ ପଡୋଶୀ ବୋଲି ଜଣାପଡ଼ିଛି।  ଗତକାଲି ଦିନ ତମାମ ଘଟଣାର ଖୋଳତାଡ଼ କରିବା ପରେ ଅପରାହ୍ନରେ ଗାଁ ନିକଟ କୂଅ ଭିତରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। […]

  • Tuesday, 20 July 2021
journalist attack
ରାଜଧାନୀରେ ପୁଣି ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ପୁଣି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ମହିଳାଙ୍କୁ ଅଶ୍ଲୀଳ କମେଣ୍ଟ୍‌ କରୁଥିବା ଯୁବକଙ୍କୁ ପ୍ରତିବାଦ କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସହିଦନଗର ଥାନାରେ ଏତଲା ଦିଆଯାଇଛି। ଆକ୍ରମଣର ଶିକାର ହୋଇଥିବା ଗଣମାଧ୍ୟମ ପ୍ରତିନିଧି କପିଳେନ୍ଦ୍ର ପ୍ରଧାନ  କିଛି ସାଙ୍ଗଙ୍କ ସହ ଆଚାର୍ଯ୍ୟ ବିହାର ଛକ ନିକଟରେ ଥିବା ଏକ ସିନେମା ହଲ୍‌କୁ ଫିଲ୍ମ ଦେଖିବାକୁ ଯାଇଥିବାବେଳେ ସେମାନଙ୍କ ପାଖରେ ବସିଥିବା କିଛି […]

  • Tuesday, 20 July 2021
republic day
ସାରା ରାଜ୍ୟରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ମହାତ୍ମା ଗାନ୍ଧି ମାର୍ଗରେ ରାଜ୍ୟପାଳ ପଫ୍ରେସର୍ ଗଣେଶୀ ଲାଲ୍ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ପରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ। ଏଥର ପରେଡ୍‌ରେ ସାମରିକ ଓ ବେସାମରିକ କ୍ଷେତ୍ରର ୫୪ଟି ଟ୍ରୁପ୍ ଭାଗ ନେଇଥିଲେ। ୯ଟି ପ୍ରଜ୍ଞାପନ ମେଢ ସହ ଡେୟାର ଡେଭିଲ ଶୋ ମଧ୍ୟ ବେଶ୍‌ ଆକର୍ଷଣୀୟ ଥିଲା। ସେପଟେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ […]

  • Tuesday, 20 July 2021
paradip port
ଦୀର୍ଘ ବର୍ଷ ପରେ ପାରାଦୀପ ବନ୍ଦରକୁ ଆସିଲା ଯାତ୍ରୀବାହୀ ଜାହାଜ

ପାରାଦୀପ: ଦୀର୍ଘ ବର୍ଷ ପରେ ପାରାଦୀପ ବନ୍ଦରକୁ ଆସିଲା ଯାତ୍ରୀବାହୀ ଜାହାଜ। ଆଜି ଯାତ୍ରୀବାହୀ ଜାହାଜ ‘ସିଲ୍‌ଭର୍‌ ଡିସ୍‌କଭରର୍‌’ ପାରାଦୀପ ବନ୍ଦରରେ ପହଞ୍ଚିଛି। ଏହି ଜାହାଜରେ ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜ୍‌ଲାଣ୍ଡ ଭଳି ବିଭିନ୍ନ ଦେଶରୁ ୬୨ ଜଣ ପର୍ଯ୍ୟଟକ ଆସିଛନ୍ତି। ପର୍ଯ୍ୟଟକଙ୍କ ସହିତ ଜାହାଜରେ ୯୩ ଜଣ କର୍ମଚାରୀ ଅଛନ୍ତି। ଆଜି ସକାଳ ୫ଟାରେ ପାରାଦୀପ ବନ୍ଦର ୱେଟ୍‌ବେସିନ୍‌ ଠାରେ ଏହି ଜାହାଜଟି ବର୍ଥିଂ କରିଛି। ପ୍ରାୟ ୧୦-୧୨ ବର୍ଷ ପରେ ଯାତ୍ରୀବାହୀ ଜାହାଜ ପାରାଦୀପ ବନ୍ଦରକୁ […]

  • Tuesday, 20 July 2021
bjd leader
ବିଜେଡି ନେତାଙ୍କ କାର୍‌ ଉପରକୁ ବୋମାମାଡ଼

ଯାଜପୁର: ବିଚ୍ ରାସ୍ତା ଉପରେ ବିଜେଡି ନେତାଙ୍କୁ ଆକ୍ରମଣ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଯୁବ ବିଜେଡି ସଭାପତି ପ୍ରସନ୍ନ ରାଉତଙ୍କ କାର୍‌ ଉପରକୁ ଜଣେ ଯୁବକ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ସୂଚନା ଅନୁସାରେ, ପ୍ରସନ୍ନ ଆଜି ସକାଳ ପ୍ରାୟ ୧୦ଟା ବେଳକୁ ଜାରକା ଅଭିମୁଖେ ଯାଉଥିଲେ। ତେବେ ନାକପୁଲ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବକ ତାଙ୍କ କାର୍ ଉପରକୁ ବୋମା ଫିଙ୍ଗିଥିଲେ। ବୋମାମାଡ଼ […]

  • Tuesday, 20 July 2021
cdc
ସ୍କୁଲ୍ ପରେ ବିଇଓଙ୍କ ଅଫିସ୍‌ରେ ତାଲା ପକାଇଲେ ଗ୍ରାମବାସୀ

ବିନିକା (ଦିଲୀପ କୁମାର ସାହୁ): ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ୍‌ ପରେ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଅଫିସରେ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ। ଏଭଳି ଘଟଣା ଘଟିଛି, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ। ସେପଟେ ୩ଦିନ ହେବ ବାଙ୍କିଘିର୍ଡି ଗାଁରେ ଥିବା ନୋଡାଲ୍ ଉଚ୍ଚ ପ୍ରାଥମିକ ସ୍କୁଲରେ ତାଲା ପଡ଼ିଥିବାରୁ ପାଠପଢ଼ା ଠପ୍‌ ହୋଇଯାଇଛି। ଗତ ତିନିଦିନ ହେବ ସ୍କୁଲରେ ଏପରି ତାଲା ଝୁଲୁଛି। ଶିକ୍ଷକ ଓ ପିଲାମାନେ ସ୍କୁଲ ଆସୁଛନ୍ତି, ହେଲେ ଭିତରକୁ ଯାଇ […]

  • Tuesday, 20 July 2021
accident 1
ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ୫ ଗୁରୁତର ଆହତ

ସୋର: ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କୁଆମରା ଛକ ଠାରେ ଗତକାଲି ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ପ୍ରଥମେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ଗାଁର ଦେବାଶିଷ ସାହୁ ତାଙ୍କ ସ୍ତ୍ରୀ ଏବଂ […]

  • Tuesday, 20 July 2021
kamala pujari
ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ

ଜୟପୁର: ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତଚାପ ବଢ଼ି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। କମଳାଙ୍କୁ ଗତକାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚଳିତବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ଗତକାଲି ନାଁ ଘୋଷଣା କରାଯାଇଥିଲା। ଯେଉଁଥିରେ ୩ ଓଡ଼ିଆଙ୍କ ନାଁ ରହିଛି। କୃଷିକ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ କମଳା ପୂଜାରୀଙ୍କୁ ଏହି ସମ୍ମାନ ଦିଆଯିବା ସହ ସମାଜସେବା […]

  • Tuesday, 20 July 2021
former ias officer
କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ଆଇଏଏସ୍‌ ଅଫିସର ଜଗଦୀଶ ମହାନ୍ତି

ଭୁବନେଶ୍ୱର: ଗୋଟିଏପଟେ କଂଗ୍ରେସର ବରିଷ୍ଠ ନେତାମାନେ ଦଳ ଛାଡ଼ୁଥିବା ବେଳେ, ଅନ୍ୟପଟେ ପୂର୍ବତନ ବରିଷ୍ଠ ଆଇଏଏସ୍‌ ଅଫିସର ଜଗଦୀଶ ଚନ୍ଦ୍ର ମହାନ୍ତି ଗତକାଲି କଂଗ୍ରେସରେ ଯୋଗ ଦେଇଛନ୍ତି। ଭାରତୀୟ ପ୍ରଶାସନିକ ସେବାର ସେ ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ। ୭୦ ଦଶକରେ ରାଜ୍ୟରେ ଛାତ୍ର ରାଜନୀତିରେ ନିଜକୁ ସାମିଲ କରିଥିଲେ ଜଗଦୀଶ ମହାନ୍ତି। ୧୯୭୭ ମସିହାରେ ବାଣୀବିହାରରେ ଛାତ୍ର ସଂସଦ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ।  ୧୯୮୫ ମସିହାରେ ସେ ସର୍ବଭାରତୀୟ ପ୍ରଶାସନିକ ସେବାରେ […]

  • Tuesday, 20 July 2021
Gita Mehta
‘ପଦ୍ମଶ୍ରୀ’ ସମ୍ମାନକୁ ଅଗ୍ରାହ୍ୟ କଲେ ଗୀତା ମେହେଟା

ଭୁବନେଶ୍ୱର: ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ଅଗ୍ରାହ୍ୟ କଲେ ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସମୟରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ଠିକ୍ ହେବନି। ଏହା ଜନସାଧାରଣଙ୍କ ନିକଟକୁ ଭୁଲ୍‌ ବାର୍ତ୍ତା ଯିବ ଯାହା ଉଭୟ ସରକାର ଓ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଗୀତା ମେହେଟା ଆଶଙ୍କା କରୁଛନ୍ତି। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ […]

  • Tuesday, 20 July 2021
Capture
କୋହଳ ହେଲା ଓକିଲ ଆନ୍ଦୋଳନ, ୨୫ରେ ଖୋଲିବ କୋର୍ଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଚାଲିଥିବା ଓକିଲ ଆନ୍ଦୋଳନ କୋହଳ ହୋଇଛି। ଫଳରେ ଆସନ୍ତା ୨୫ ତାରିଖରୁ ସମ୍ବଲପୁର କୋର୍ଟ ଖୋଲିବ। ଏ ନେଇ ଆଜି ଅନୁଷ୍ଠିତ ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଦୃଷ୍ଟିରୁ ଓକିଲ ସଂଘ ଆନ୍ଦୋଳନକୁ ସାମୟିକ ଭାବେ କୋହଳ କରିଛି। ୨୫ ତାରିଖରୁ କୋର୍ଟ ଆଂଶିକ ଭାବେ କାର୍ଯ୍ୟକ୍ଷମ ହେବ। ଏବଂ […]

  • Tuesday, 20 July 2021