ଯାଜପୁର: ବିଚ୍ ରାସ୍ତା ଉପରେ ବିଜେଡି ନେତାଙ୍କୁ ଆକ୍ରମଣ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଯୁବ ବିଜେଡି ସଭାପତି ପ୍ରସନ୍ନ ରାଉତଙ୍କ କାର୍ ଉପରକୁ ଜଣେ ଯୁବକ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଛି। ସୂଚନା ଅନୁସାରେ, ପ୍ରସନ୍ନ ଆଜି ସକାଳ ପ୍ରାୟ ୧୦ଟା ବେଳକୁ ଜାରକା ଅଭିମୁଖେ ଯାଉଥିଲେ। ତେବେ ନାକପୁଲ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜଣେ ଯୁବକ ତାଙ୍କ କାର୍ ଉପରକୁ ବୋମା ଫିଙ୍ଗିଥିଲେ। ବୋମାମାଡ଼ […]
ବିନିକା (ଦିଲୀପ କୁମାର ସାହୁ): ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲ୍ ପରେ ବ୍ଲକ୍ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ଅଫିସରେ ତାଲା ପକାଇଲେ ଉତ୍ତ୍ୟକ୍ତ ଗ୍ରାମବାସୀ। ଏଭଳି ଘଟଣା ଘଟିଛି, ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ। ସେପଟେ ୩ଦିନ ହେବ ବାଙ୍କିଘିର୍ଡି ଗାଁରେ ଥିବା ନୋଡାଲ୍ ଉଚ୍ଚ ପ୍ରାଥମିକ ସ୍କୁଲରେ ତାଲା ପଡ଼ିଥିବାରୁ ପାଠପଢ଼ା ଠପ୍ ହୋଇଯାଇଛି। ଗତ ତିନିଦିନ ହେବ ସ୍କୁଲରେ ଏପରି ତାଲା ଝୁଲୁଛି। ଶିକ୍ଷକ ଓ ପିଲାମାନେ ସ୍କୁଲ ଆସୁଛନ୍ତି, ହେଲେ ଭିତରକୁ ଯାଇ […]
ସୋର: ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କୁଆମରା ଛକ ଠାରେ ଗତକାଲି ଏହି ସଡ଼କ ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ପ୍ରଥମେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତି ପ୍ରାୟ ୯ଟା ବେଳେ ବାସୁଦେବପୁର ଥାନା ଅନ୍ତର୍ଗତ ଇରମ ଗାଁର ଦେବାଶିଷ ସାହୁ ତାଙ୍କ ସ୍ତ୍ରୀ ଏବଂ […]
ଜୟପୁର: ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବା କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ରକ୍ତଚାପ ବଢ଼ି ଯାଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। କମଳାଙ୍କୁ ଗତକାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚଳିତବର୍ଷର ସମ୍ମାନଜନକ ପଦ୍ମ ପୁରସ୍କାର ପାଇଁ ଗତକାଲି ନାଁ ଘୋଷଣା କରାଯାଇଥିଲା। ଯେଉଁଥିରେ ୩ ଓଡ଼ିଆଙ୍କ ନାଁ ରହିଛି। କୃଷିକ୍ଷେତ୍ରରେ ପ୍ରମୁଖ ଅବଦାନ ପାଇଁ କମଳା ପୂଜାରୀଙ୍କୁ ଏହି ସମ୍ମାନ ଦିଆଯିବା ସହ ସମାଜସେବା […]
ଭୁବନେଶ୍ୱର: ଗୋଟିଏପଟେ କଂଗ୍ରେସର ବରିଷ୍ଠ ନେତାମାନେ ଦଳ ଛାଡ଼ୁଥିବା ବେଳେ, ଅନ୍ୟପଟେ ପୂର୍ବତନ ବରିଷ୍ଠ ଆଇଏଏସ୍ ଅଫିସର ଜଗଦୀଶ ଚନ୍ଦ୍ର ମହାନ୍ତି ଗତକାଲି କଂଗ୍ରେସରେ ଯୋଗ ଦେଇଛନ୍ତି। ଭାରତୀୟ ପ୍ରଶାସନିକ ସେବାର ସେ ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ। ୭୦ ଦଶକରେ ରାଜ୍ୟରେ ଛାତ୍ର ରାଜନୀତିରେ ନିଜକୁ ସାମିଲ କରିଥିଲେ ଜଗଦୀଶ ମହାନ୍ତି। ୧୯୭୭ ମସିହାରେ ବାଣୀବିହାରରେ ଛାତ୍ର ସଂସଦ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ। ୧୯୮୫ ମସିହାରେ ସେ ସର୍ବଭାରତୀୟ ପ୍ରଶାସନିକ ସେବାରେ […]
ଭୁବନେଶ୍ୱର: ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବାକୁ ଅଗ୍ରାହ୍ୟ କଲେ ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହି ସମୟରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ଠିକ୍ ହେବନି। ଏହା ଜନସାଧାରଣଙ୍କ ନିକଟକୁ ଭୁଲ୍ ବାର୍ତ୍ତା ଯିବ ଯାହା ଉଭୟ ସରକାର ଓ ତାଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଗୀତା ମେହେଟା ଆଶଙ୍କା କରୁଛନ୍ତି। ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ […]
ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ଚାଲିଥିବା ଓକିଲ ଆନ୍ଦୋଳନ କୋହଳ ହୋଇଛି। ଫଳରେ ଆସନ୍ତା ୨୫ ତାରିଖରୁ ସମ୍ବଲପୁର କୋର୍ଟ ଖୋଲିବ। ଏ ନେଇ ଆଜି ଅନୁଷ୍ଠିତ ଜିଲ୍ଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି। ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ଦୃଷ୍ଟିରୁ ଓକିଲ ସଂଘ ଆନ୍ଦୋଳନକୁ ସାମୟିକ ଭାବେ କୋହଳ କରିଛି। ୨୫ ତାରିଖରୁ କୋର୍ଟ ଆଂଶିକ ଭାବେ କାର୍ଯ୍ୟକ୍ଷମ ହେବ। ଏବଂ […]
ଆନନ୍ଦପୁର (ମୁନା ସିଂ): ବାଇକ୍ରୁ ଜବତ ହେଲା ଲକ୍ଷେ ୨୯ ହଜାର ଟଙ୍କା। ଆନନ୍ଦପୁର ସୋସୋ ଥାନା କାନପୁର ନିକଟରେ ଫ୍ଲାଇଂ ସ୍କ୍ୱାର୍ଡ ଏହି ଟଙ୍କା ଜବତ କରିଛନ୍ତି। ନିର୍ବାଚନ ପାଇଁ ଗାଡ଼ି ଚେକିଂ ଚାଲିଥିବା ବେଳେ ଆଲୋକ ଦାଶ ନାମକ ଜଣେ ଯୁବକଙ୍କ ବାଇକ୍ରୁ ଏହି ଟଙ୍କା ଜବତ ହୋଇଛି। ଏତେ ପରିମାଣର ଟଙ୍କା ନେଇ ଆଲୋକ କୁଆଡ଼େ ଯାଉଥିଲେ, ସେ ନେଇ ତଦନ୍ତ କରୁଛି ପୁଲିସ୍।
ଭୁବନେଶ୍ୱର: ଏକାମ୍ର ଆସନର ବିଜେପି ପ୍ରାର୍ଥୀ ବାବୁ ସିଂ ଆଜି ନିଜ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ଯାଇ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ବାବୁ। ଭୁବନେଶ୍ୱର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ସହ ବହୁ ବରିଷ୍ଠ ବିଜେପି ନେତା ଓ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ଭୁବନେଶ୍ୱର ଏକାମ୍ରରେ ବିଜେପି ପ୍ରାର୍ଥୀ ବାବୁ ସିଂ, ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ ରଶ୍ମୀରେଖା […]
ରାଉରକେଲା: ରାଉରକେଲାରେ ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ। ଆଜି ରାଉରକେଲା ବନ୍ଧମୁଣ୍ଡାରେ ଏକ ମାଲ୍ବାହୀ ଟ୍ରେନ୍ର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା। ଫଳରେ କିଛି ସମୟ ଲାଗି ସେହି ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ଲାଇନ୍ କ୍ଲିଅର ହେବା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା। ତେବେ ଲାଇନ୍ଚ୍ୟୁତ ହେବାର କାରଣ ଜଣାପଡି ନଥିଲାବେଳେ ରେଳ ଲାଇନ୍ରେ ତ୍ରୁଟି ଯୋଗୁଁ ଏହା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଭୁବନେଶ୍ୱର: ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦିଲ୍ଲୀ ପୁଲିସ୍ର ନୋଟିସ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ରାହୁଲ ଗାନ୍ଧି ଓ ଓଡ଼ିଶା ପିସିସି ସଭାପତିଙ୍କୁ ଏହାର ଜବାବ ଦେବାକୁ ପଡିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି, ’୩୦ କୋଟି ଟଙ୍କାରୁ ଅଧିକ ଠକେଇ ମାମଲାରେ ଗୋଟିଏ ବେନାମୀ କମ୍ପାନୀ ମାଧ୍ୟମରେ ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ଓ ତାଙ୍କ ପରିବାରର ଲୋକମାନେ ଠକେଇ ଅଭିଯୋଗ ତାଙ୍କ ନାଁରେ ଆସିଛି। ଏଥିରେ ରାହୁଲ […]
ଢେଙ୍କାନାଳ: ଆଶ୍ରମରୁ ଛାତ୍ର ନିଖୋଜ। ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ସ୍ଥିତ କଳ୍ପତରୁ ଆଶ୍ରମରୁ ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତକାଲି ଏନେଇ ଛାତ୍ରଙ୍କ ପରିବାର ପକ୍ଷରୁ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ଛାନ୍ଭିନ୍ ଚଳାଇଛି। ନିଖୋଜ ଛାତ୍ର ହେଉଛନ୍ତି ୧୦ ବର୍ଷୀୟ ଛୋଟୁ ରୋହିତ ଦାସ। ରାଜଗାଙ୍ଗପୁରର ଗଡ଼ପୋଷ ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସେ କିଛି ବର୍ଷ ହେବ ଏହି ଆଶ୍ରମରେ ରହୁଥିଲେ। ତେବେ ବୁଧବାରଠାରୁ ସେ […]
ପୁରୀ: ଆଜି ପୁରୀ ଜିଲ୍ଲା ମାଳତୀପାଟପୁର ନିକଟ ରାହାଙ୍ଗିରିଆଠାରେ କାଳିଆ ଯୋଜନା ପାଇଁ ଏକ ବିଶାଳ ସମାବେଶ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ରାଜ୍ୟର ୩୧୪ ବ୍ଲକ୍ରୁ ୨ଲକ୍ଷ ଚାଷୀ ଯୋଗଦେବା ପାଇଁ ବ୍ୟବସ୍ଥା କରାଯାଇଛି। କାଳିଆ ଯୋଜନାରେ ଚାଷୀମାନଙ୍କୁ ମିଳିବାକୁ ଥିବା ସହାୟତା ରାଶି ଚାଷୀ ମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ଏହାସହ […]
କଟକ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଅରଟେଲ୍ କମ୍ୟୁନିକେସନ୍ର କେବୁଲ୍ ତାର କାଟି ଦିଆଯାଇଥିବା ଅଭିଯୋଗ ହୋଇଛି। ବାଙ୍କୀ ଅଞ୍ଚଳରେ ଦୀର୍ଘ ଦିନ ଧରି ଅରଟେଲ୍ କମ୍ୟୁନିକେସନ୍ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି। ଗତ କିଛି ଦିନ ହେଲା ବାଙ୍କୀରେ ଅନ୍ୟ ଏକ ଘରୋଇ କେବୁଲ ଅପରେଟର ସଂସ୍ଥାର କିଛି ଅସାଧୁ କର୍ମଚାରୀ ଅରଟେଲ୍ର କେବୁଲ୍କୁ ବାରମ୍ବାର କାଟୁଥିବା ନେଇ ବାଙ୍କୀ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଗତ ବୁଧବାର ବିଳମ୍ବିତ ରାତିରେ ଅରଟେଲ୍ର ଶହେଟି ସ୍ଥାନରେ […]
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଦଳର ମଙ୍ଗ ଧରିବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଆସୁଥିବା ରାହୁଲ, ଭୁବନେଶ୍ୱର ତମାଣ୍ଡୋରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେବେ। ସେପଟେ ରାହୁଲଙ୍କୁ ସ୍ୱାଗତ କରିବାକୁ ରାଜ୍ୟ କଂଗ୍ରେସ ଜୋରଦାର ପ୍ରସ୍ତୁତି କରିଛି। ମଞ୍ଚଠୁ ଆରମ୍ଭ କରି ପଡ଼ିଆ, କଂଗ୍ରେସ ଭବନ ସବୁଠି ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାହୁଲ ଗାନ୍ଧି କି ବାର୍ତ୍ତା ଦେବେ ତା’ଉପରେ ସମସ୍ତଙ୍କ ନଜର। ଦଳରେ ବିଶୃଙ୍ଖଳାକାରୀଙ୍କ ଉପରେ […]
ବଲାଙ୍ଗିର: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର୍ ମାଇଣ୍ଡ ପୁଞ୍ଜିଲାଲ୍ ମେହେର ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି। ପାଟଣାଗଡ଼ ଜେଲ୍ରେ ଥିବା ପୁଞ୍ଜିଲାଲ ୭ ଜଣ ଡକାୟତଙ୍କୁ ଜେଲ୍ରୁ ଚମ୍ପଟ ମାରିବାକୁ ଉସୁକାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଏବେ ପାଟଣାଗଡ଼ ଜେଲ୍ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ସକାଳେ ଡକାୟତମାନେ ଜେଲ୍ରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲେ। ତେବେ ଏହି ସମୟରେ ଡକାୟତଙ୍କ ସହ ଜେଲ କର୍ମଚାରୀଙ୍କ ଧସ୍ତାଧସ୍ତି ହୋଇଥିଲା। ଏପରିକି […]
ଝାରସୁଗୁଡ଼ା: ବିଜେଡିରେ ବିଧିବଦ୍ଧ ଭାବେ ଝାରସୁଗୁଡ଼ା ବିଧାୟକ ନବ ଦାସ ଆଜି ଯୋଗ ଦେଇଛନ୍ତି। ଝାରସୁଗୁଡ଼ାରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ନବ ଦାସ ବିଜେଡିରେ ସାମିଲ ହୋଇଥିଲେ। ଝାରସୁଗୁଡା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସମେତ ୮ ଜଣ ସଦସ୍ୟ, ୫ଟି ବ୍ଲକ୍ର ସମସ୍ତ କଂଗ୍ରେସ ଅଧ୍ୟକ୍ଷ, ଅଧ୍ୟକ୍ଷା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଗତ ଜାନୁଆରୀ ୧୬ ତାରିଖ ଦିନ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ କଂଗ୍ରେସର ପ୍ରାଥମିକ […]
ଜୟପୁର: କାଳିଆ ଯୋଜନା ସମ୍ମିଳନୀ ପାଇଁ ଦର ନଛିଣ୍ଡିବାରୁ ବସ୍ ଚଳାଚଳ ବନ୍ଦ ହୋଇଛି। ଜୟପୁରରେ ଏପରି କିଛି ଘଟଣା ଘଟିଛି। ଆସନ୍ତାକାଲି ପୁରୀରେ କାଳିଆ ଯୋଜନା ପାଇଁ ଏକ କୃଷି ସମାବେଶ ହେବ। ଏଥିପାଇଁ ଜୟପୁର ଘରୋଇ ବସ୍ ମାଲିକ ସଂଘ ସହ ଆର୍ଟିଓ ପକ୍ଷରୁ ଚୁକ୍ତି ହୋଇଥିଲା। ଜୟପୁରରୁ ଚାଷୀଙ୍କୁ ପୁରୀ ନେବା ପାଇଁ ୨୮ଶହ ଟଙ୍କା ଛିଣ୍ଡିଥିଲା। ତେବେ ଏହାକୁ ଜୟପୁର ବସ୍ ମାଲିକ ସଂଘ ଗ୍ରହଣ କରିନାହିଁ। କିଲୋମିଟର୍ ପିଛା ୫୦ […]
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଆଜି ହସ୍ପିଟାଲ୍ର ସର୍ଜରୀ ବିଭାଗରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ବିଦ୍ୟୁତ୍ ସର୍ଟ ସର୍କିଟ୍ କାରଣରୁ ହସ୍ପିଟାଲ୍ରେ ନିଆଁ ଲାଗିଥିବା କୁହାଯାଉଛି। ତେବେ ସୌଭାଗ୍ୟବଶତଃ ୱାର୍ଡରେ ଥିବା ୪୦ରୁ ଅଧିକ ରୋଗୀଙ୍କୁ ଡାକ୍ତରଖାନାରେ ଉପସ୍ଥିତ ଥିବା ଲୋକମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ଭୁବନେଶ୍ୱର: ଋଷିଆ ଉପକୂଳରେ ଦୁଇଟି କାର୍ଗୋ ଜାହାଜରେ ନିଆଁ ଲାଗି ବିସ୍ଫୋରଣ ଘଟିବା ଘଟଣାରେ ୬ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଏ ନେଇ ସୂଚନା ଦିଆଯାଇଛି। ନିଖୋଜ ଭାରତୀୟଙ୍କ ମଧ୍ୟରେ ସିଦ୍ଧାର୍ଥ ମେହେର ନାମକ ଜଣେ ଓଡ଼ିଆ ଯୁବକ ଥିବା ସୂଚନା ମିଳିଛି। ତାଙ୍କ ଘର ସମ୍ବଲପୁରରେ ବୋଲି ଜଣାପଡ଼ିଛି। ସିଦ୍ଧାର୍ଥ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାହାଜ ମାଏଷ୍ଟ୍ରୋରରେ କାମ କରୁଥିଲେ। ଦୁର୍ଘଟଣା […]
ବୌଦ୍ଧ: ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ଓଲଟି ପଡ଼ିଲା ବୋଲେରୋ। ବୌଦ୍ଧ ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ରାଧାନଗର ଛକ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି। ଏଥିରେ ବୌଦ୍ଧ ଜିଲ୍ଲା କୃଷି ଉପ-ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋରଞ୍ଜନ ମଲ୍ଲିକ। ଦୁର୍ଘଟଣାରେ ଗାଡ଼ି ଚାଳକ ହରିଶଙ୍କର ପାଢ଼ି ଓ ପିଅନ ଚକ୍ରଧର ପାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏମାନେ ଗତକାଲି […]
ସୁବର୍ଣ୍ଣପୁର: ବୀରମହାରାଜପୁର ବ୍ଲକ୍ କେଞ୍ଜିରିଆପାଲ୍ଲି ଗାଁରେ ବାଣ ଫୁଟିବାରୁ ନିଆଁ ଲାଗି ୨ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଗତକାଲି ରାତି ୧୧ଟାରୁ ୧୨ ମଧ୍ୟରେ ଗାଁରେ ଏକ ବରଯାତ୍ରୀ ଦଳ ପ୍ରୋସେସନ କରୁଥିବା ବେଳେ ବାଣ ଫୁଟାଇଥିଲେ। ଏହି ସମୟରେ ଗୋଟିଏ ବାଣ ଗାଁର ତପନ ପଧାନଙ୍କ ଘରେ ପଡ଼ି ଯିବାରୁ ନିଆ ଲାଗିଯାଇଥିବା ଅଭିଯୋଗ ହୋଇଛି। ନିଆଁ ଅତି କମ୍ ସମୟରେ ବ୍ୟାପୀ ଯିବାରୁ ଘର ଲୋକେ ବାହାରକୁ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଭଙ୍ଗାରୁଜା ମାମଲାରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି। ବେଗୁନିଆ, ବୋଲଗଡ଼ ଅଞ୍ଚଳରେ ପୁଲିସ୍ର ୩ଟି ଟିମ୍ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଛି। ଗତକାଲି ଥାନାରେ ଭଙ୍ଗାରୁଜା ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬ ଜଣକୁ ଗିରଫ କରାଯିବା ସହ ୧୨ଟି ଗାଡ଼ିକୁ ପୁଲିସ୍ ଜବତ କରିଛି। ସେପଟେ ଘଟଣାକୁ ନେଇ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ୍ ନୋଟିସ୍ କରିଛି। ଗତକାଲି ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଲୋକେ ଥାନାରେ […]
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ରଙ୍ଗପୁର ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକ ଜଣକ ବୈଦ୍ୟନାଥ ଗ୍ରାମର ରବି ଥାନପତି ବୋଲି ଜଣାପଡ଼ିଛି। ବାହାଘର ଭୋଜି ଖାଇ ଗାଡ଼ିରେ ୭ ଜଣ ଫେରୁଥିବା ବେଳେ ଶିବତୁଲା- ଲୁକାପଡ଼ା ରାସ୍ତାରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
କେନ୍ଦ୍ରାପଡ଼ା: ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାରୁ ଅଶାନ୍ତ କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି ହୋଇଛି। ପୁଲିସ୍ ଛାଉଣିରେ ପୂରା ସହର। ସ୍ଥାନୀୟ ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ୧୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଏଥିସହ ସହରରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରି ଦିଆଯାଇଛି। ସେପଟେ ସ୍ଥିତି ନିୟନ୍ତ୍ରଣାଧିନ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ସରକାରୀ ହାଇସ୍କୁଲ ପଡ଼ିଆରେ […]