ଭୁବନେଶ୍ୱର: କୁହୁଡ଼ି ପାଇଁ ଫସିଲେ ଯାତ୍ରୀ। ଘନ କୁହୁଡ଼ି ପାଇଁ ଭୁବନେଶ୍ୱରରେ ଏୟାର ଏସିଆର FD 112 ବିମାନ ଅବତରଣ କରିନପାରି କୋଲକାତାକୁ ଫେରିଯାଇଛି। ଗତକାଲି ରାତିରେ ବ୍ୟାଙ୍ଗ୍କକ୍ରୁ ୧୫୦ ଯାତ୍ରୀଙ୍କୁ ଧରି ଏୟାର ଏସିଆର ଏହି ବିମାନ କୋଲକାତାରୁ ଭୁବନେଶ୍ୱରକୁ ଆସୁଥିଲା। ତେବେ ଭୁବନେଶ୍ୱର ଆକାଶରେ କୁହୁଡ଼ି ଆସ୍ତରଣ ଯୋଗୁଁ ଏହି ବିମାନ କୋଲକାତା ବିମାନ ବନ୍ଦରରେ ଅବତରଣ କରିଥିଲା। ହେଲେ କୋଲକାତାରେ ପହଞ୍ଚିବା ପରେ ବିନା କୌଣସି ସୂଚନାରେ ଯାତ୍ରୀଙ୍କୁ ଦୀର୍ଘ ସମୟ ଧରି […]
ବାଲେଶ୍ୱର: ଭୋଗରାଇ ତହସିଲଦାରଙ୍କ ସ୍ତ୍ରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି। ତହସିଲ ଅଫିସ୍ର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ କିରାଣୀଙ୍କୁ ତହସିଲଦାରଙ୍କ ପତ୍ନୀ ଘରୋଇ କାମରେ ନିୟୋଜିତ କରିବା ସହିତ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ତହସିଲଦାରଙ୍କ ସ୍ତ୍ରୀ ସଂପୃକ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଘରେ ଆଣ୍ଠେଇ ଦେଇଥିବା ନେଇ ମଧ୍ୟ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ସେପଟେ ତହସିଲଦାରଙ୍କ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ୍ ଜାମତଲିଆ ସେକ୍ସନର କଇଁସରା ଗାଁରେ ଗତକାଲି ୨ଟି ହାତୀ ପଶି ଥିଲେ। ହାତୀମାନେ ଗାଁ ଭିତରକୁ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ୪ଟି ଘର ମଧ୍ୟ ଭାଙ୍ଗି ଦେଇଥିଲେ। ଫଳରେ କାନ୍ଥ ପଡ଼ି ଘର ଭିତରେ ଶୋଇଥିବା ବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଗାଁରେ ହାତୀ ପଶିଥିବା ଖବର ପାଇ ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅଧିକାରୀଙ୍କ […]
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୫୬୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ହୋଇଥିବା ପରୀକ୍ଷାରେ ପାସ୍ କରିଥିବା ୯୩୮ ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ଥିବାବେଳେ ଓପିଏସ୍ପି ପରୀକ୍ଷା ଦେଇ ନଥିବା ୬୨୨ ଜଣଙ୍କୁ ଠିକାରେ ନିଯୁକ୍ତି ମିଳିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଧିକ ଡାକ୍ତର ନିଯୁକ୍ତି ଦିଆଯାଇଥିବାରୁ, ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଅନ୍ୟପଟେ ରାଜ୍ୟ […]
କଟକ: ୧୬ ନମ୍ବର ଜାତୀୟ ରାଜପଥ ଚୌଦ୍ୱାର-ଟାଙ୍ଗୀ ବଇଁଚୁଆ ନିକଟରେ ଆଜି ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୪ ଜଣ ମହିଳା ଅଛନ୍ତି। ସୂଚନା ଅନୁସାରେ, ଘନ କୁହୁଡ଼ି ଯୋଗୁ ଡିଭାଇଡର୍ରେ କାର୍ ପିଟି ହେବା ଫଳରେ ଦୁର୍ଘଟଣା ଘଟିଥିଲା। ପଶ୍ଚିମବଙ୍ଗ ଆସାନସୋଲରୁ ପୁରୀ ଯାଉଥିବା ବେଳେ ବଇଁଚୁଆ ନିକଟରେ ଏହି ଦୁର୍ଘଟଣା ଘଟିଛି।
ଭୁବନେଶ୍ୱର: ଆଜିଠାରୁ ବିଜେପି ଆରମ୍ଭ କରୁଛି ବିଜୟ ସଂକଳ୍ପ ଯାତ୍ରା। ରାଜ୍ୟର ସବୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୧୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ବିଜୟ ସଂକଳ୍ପ ଯାତ୍ରାରେ ରାଜ୍ୟରେ ୫ହଜାର ସାଧାରଣ ସଭା ଓ ସମାବେଶ କରିବ ବିଜେପି। ଏହାରି ମାଧ୍ୟମରେ ବିଜେପି ଆଜିଠାରୁ ୨୦୧୯ ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରଚାର ଆରମ୍ଭ କରିବ ବୋଲି ଦଳର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି। ଏଥିପାଇଁ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳିର ୫ଟି ବିଧାନସଭା […]
ବାଲେଶ୍ୱର: ରାତି ଅଧରେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିଲେ ଡକାୟତ। ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ୍ର ରାଉତରାପୁର ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ୪ ଜଣ ଡକାୟତ ରାଉତରାପୁର ଗାଁର ସୁଶାନ୍ତ ମାହାର୍ଣ୍ଣାଙ୍କ ଘରେ ପଶିଥିଲେ। ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଡକାୟତମାନେ ପ୍ରଥମେ ଘରର କବାଟ ବାଡ଼େଇ ଥିଲେ। କବାଟ ଖୋଲିବା ମାତ୍ରେ ସେମାନେ ଘରେ ପଶି ଯାଇଥିଲେ।ଏହାପରେ ବନ୍ଧୁକ ଓ ଛୁରୀ ଦେଖାଇ ଘରେ […]
କନ୍ଧମାଳ: ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଅଞ୍ଚଳରେ ଏହି ଘଟଣା ଘଟିଛି। ନାବାଳିକା ଜଣକ ଗର୍ଭପାତ ଉଦ୍ୟମ କରିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ନାବାଳିକାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ନାବାଳିକା ଜଣକ ଗର୍ଭବତୀ ହେବା ପରେ ପ୍ରେମିକ ଜଣକ ତାଙ୍କୁ କିଛି ଔଷଧ ଖୁଆଇଥିଲେ ବୋଲି ଅଭିଯୋଗ ହୋଇଛି। […]
ଢେଙ୍କାନାଳ: ବାର୍ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅଧୀନ ରକଲା ମାଳିସାହିରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତ ବ୍ୟକ୍ତି ଦ୍ୱୟ ହେଲେ ଜ୍ୟୋତିଷ ଚନ୍ଦ୍ର ନାୟକ ଓ ଶୁକଦେବ ନାୟକ। ଏ ଦୁହେଁ ସଂପର୍କରେ ଶଳା-ଭିଣୋଇ ବୋଲି ଜଣାପଡ଼ିଛି। ଜ୍ୟୋତିଷ ଓ ଶୁକଦେବ ଟେଣ୍ଟୋଲେଇରୁ ପୁଷ ପୁର୍ଣ୍ଣିମା ଯାତ୍ରା ଦେଖି ଫେରୁଥିବା ବେଳେ ବାର୍ହା ଶିକାର ପାଇଁ […]
ଭୁବନେଶ୍ୱର: ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ଏବେ ଘନ କୁହୁଡ଼ିର ଆସ୍ତରଣ। ସାରା ରାଜ୍ୟ ଯେପରି ଏବେ କୁହୁଡ଼ି ଭିତରେ ଘୋଡ଼େଇ ହୋଇ ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୨୫ ତାରିଖ ଯାଏ ସମାନ ପରିସ୍ଥିତି ଲାଗି ରହିବ। ଆଜି ଓ କାଲି ୧୨ଟି ଜିଲ୍ଲା ପାଇଁ କୁହୁଡ଼ିର ସତର୍କ ସୂଚନା ଜାରି ହୋଇଛି। ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜନଗରରୁ ପୁରୀ ଯାଉଥିବାବେଳେ ଦ୍ୱିବେଦୀ ନାମକ ଏକ ଯାତ୍ରୀବାହୀ ବସ୍ ଆଜି ସକାଳେ ଗୋପାଳପୁର ବଜାରର ନିକଟରେ ଘନ କୁହୁଡ଼ି ଯୋଗୁଁ ରାସ୍ତା ତଳକୁ ଖସି ଯାଇଥିବା ଜଣାପଡ଼ିଛି। ବସ୍ଟି ବାମ ପଟକୁ ସାଇଡ୍ ନେବାବେଳେ ରାସ୍ତା ତଳକୁ ଖସି ଯାଇଥିଲା। ବସ୍ର ଆଗ ଚକା ସମ୍ପୂର୍ଣ୍ଣ ଭାବରେ ରାସ୍ତା ତଳକୁ ଖସି ଯାଇଥିବା ବେଳେ ପଛ ଚକା ଡ୍ରାଇଭରଙ୍କ ବିଚକ୍ଷଣ ବୁଦ୍ଧି […]
ଭୁବନେଶ୍ୱର: ବିଜେପିର ‘ଜବାବ ମାଗୁଛି ଓଡ଼ିଶା’ ବନାମ୍ ‘ବିଜେଡିରେ ହକ୍ ମାଗୁଛି ଓଡ଼ିଶା’ । ସଂଘୀୟ ବ୍ୟବସ୍ଥା ଅନୁସାରେ ରାଜ୍ୟର ବିକାଶ ଲାଗି ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ଗୁରୁ ଦାୟିତ୍ୱ ରହିଛି। ହେଲେ ତାକୁ ପାଳନ କରାଯାଉନଥିବା ଅଭିଯୋଗ ଆଣି ପରସ୍ପରର ଗୋହି ଖୋଳାଖୋଳି ହେଉଛନ୍ତି ଉଭୟ ଦଳ। ଓଡ଼ିଶାର ଉନ୍ନତି ପାଇଁ କାହାର ଅବଦାନ ବେଶୀ? ରାଜ୍ୟର ବିକାଶ ପାଇଁ କିଏ ଦିନରାତି କାମ କରୁଛି, ଆଉ କିଏ କରୁଛି ଅବହେଳା? ନିର୍ବାଚନର […]
ରାଉରକେଲା: ରାଜଧାନୀ ଏକ୍ସପ୍ରେସ୍ରେ ଲାଗିଗଲା ନିଆଁ। ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ୍ ନମ୍ବର ୨୦୮୧୮ରେ ଆଜି ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଟ୍ରେନ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଅନ୍ୟପଟେ, ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ରାଉରକେଲା ଷ୍ଟେସନ ପୂର୍ବରୁ ତିଲ୍କା ନଗର ନିକଟରେ ନିଆଁ ଲାଗି ଯାଇଥିଲା। ଟ୍ରେନ୍ର ବି-୭ କୋଚ୍ରେ ନିଆଁ ଲାଗିଥିଲା। କୋଚ୍ ଭିତରରେ ଧୂଆଁ ଭର୍ତ୍ତି ହୋଇ ଯିବାରୁ କାଚ […]
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ନୂଆ ସାମ୍ମୁଖ୍ୟର ଅଭ୍ୟୁଦୟ। ଗଠନ ହେଲା ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ। ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିକୁ ଟକ୍କର ଦେବାକୁ ଓଡ଼ିଶା ଗଣତାନ୍ତ୍ରିକ ସାମୁଖ୍ୟ ଗଠନ ହୋଇଛି। ସମତାକ୍ରାନ୍ତି ଦଳ ଓ ଉତ୍କଳ ଭାରତ ମିଶି ଏହି ସାମୁଖ୍ୟ ଗଠନ କରିଛନ୍ତି। ସମତାକ୍ରାନ୍ତି ଆବାହକ ବ୍ରଜ କିଶୋର ତ୍ରିପାଠୀ ଓ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ସାଧାରଣ ନିର୍ବାଚନରେ ବିଜେଡି ବିରୋଧରେ ଲଢେଇ କରିବାକୁ […]
ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ପୁଣି ଆଉ ଏକ ଝଟ୍କା ଲାଗିଛି। ବରଗଡ଼ ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ପ୍ରଣୟ ସାହୁ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କୁ ପଠାଇ ଦେଇଛନ୍ତି। ଗତ ବର୍ଷ ହୋଇଥିବା ବିଜେପୁର ଉପ-ନିର୍ବାଚନରେ ପ୍ରଣୟ କଂଗ୍ରେସ ଦଳରୁ ପ୍ରାର୍ଥୀ ଭାବେ ଲଢି ପରାସ୍ତ ହୋଇଥିଲେ। ଇସ୍ତଫା ପ୍ରସଙ୍ଗରେ ଓଟିଭିକୁ ସୂଚନା ଦେଇ ପ୍ରଣୟ କହିଛନ୍ତି, ବିଜେପୁର ଉପନିର୍ବାଚନ ସମୀକ୍ଷା ପାଇଁ ଦଳକୁ ଜଣାଇଥିଲି କିନ୍ତୁ ଏଥିପ୍ରତି କେହି ଦୃଷ୍ଟି […]
ଭୁବନେଶ୍ୱର: ରାଜ୍ୟରେ ଶୀତର ଲହରୀ ଜାରି ରହିଥିବା ବେଳେ ଆଜି ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଫୁଲବାଣୀରେ ସବୁଠୁ ଅଧିକ ଶୀତ ହେଉଛି। ଫୁଲବାଣୀରେ ଆଜି ସର୍ବନିମ୍ନ ତାପମାତ୍ରା ୭.୩ ଡଗ୍ରୀ ରେକର୍ଡ କରାଯାଇଛି। ସେହିପରି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ରହିଥିବା ବେଳେ କୋରାପୁଟରେ ୯, ସୋନପୁରରେ ୯.୫, ଦାରିଙ୍ଗବାଡ଼ିରେ ୯.୬ ଓ ଭବାନୀପାଟଣାରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଓ କଟକରେ ତାପମାତ୍ରା ୧୦ ଡିଗ୍ରୀ ଉପରେ […]
ଗଞ୍ଜାମ: ମେଡିକାଲରେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ପ୍ରତିବାଦରେ ମଝି ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଏଭଳି ପରିସ୍ଥିତି ଦେଖା ଦେଇଛି। ଗତକାଲି ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁରର ରଙ୍କ ପରିଡ଼ା ପୋଖରୀରେ ବୁଡ଼ି ଗୁରୁତର ହୋଇଥିଲେ। ସକାଳେ ତାଙ୍କୁ ଦିଗପହଣ୍ଡି ମେଡିକାଲକୁ ଅଣାଯାଇଥିଲା। ହେଲେ ମେଡିକାଲରେ କେହି ଡାକ୍ତର ନଥିବା ଯୋଗୁ ରଙ୍କଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାର […]
ମାଲକାନଗିରି: ପାଇପ୍ ଲାଇନ୍ କାଟିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ରାଲେଗଡ଼ ପଞ୍ଚାୟତ ଦିଘାଜାନବାଇ ଗାଁ ନିକଟରେ ଥିବା ଏସ୍ସାର୍ କମ୍ପାନୀର ପାଇପ୍ ଲାଇନ୍କୁ ମାଓବାଦୀମାନେ କାଟିଥିବା ଜଣାପଡ଼ିଛି। ଗତ ଶନିବାର ଏହି ପାଇପ୍ ଲାଇନ୍ କଟାଯାଇଥିବା କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି। ଫଳରେ ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଇଥିବା ପାଇପ୍ ଲାଇନ୍ଟି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପାଇପ୍ ଲାଇନ୍ କଟି ଥିବାରୁ ଏସ୍ସାର୍ କମ୍ପାନୀର କାର୍ଯ୍ୟ ବନ୍ଦ ରହିଛି।
ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ମହିଳା କଂଗ୍ରେସର ପୂର୍ବତନ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ। କଂଗ୍ରେସରୁ ଇସ୍ତଫା ଦେବା ପରେ ଜୟଶ୍ରୀ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ମିଶିଥିବା କହିଛନ୍ତି। ତାଙ୍କ ସହ ଖୋର୍ଦ୍ଧା ଜିଲ୍ଲାର କିଛି ନେତା ଓ କର୍ମୀ ବିଜେପି ରାଜ୍ୟ ମୁଖ୍ୟାଳୟରେ ଦଳରେ ଯୋଗଦାନ କରିଛନ୍ତି। ଗତ ଗୁରୁବାର ଦିନ ଜୟଶ୍ରୀ ପଟ୍ଟନାୟକ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ଉପସଭାନେତ୍ରୀ ଓ ଓପିସିସି ସଦସ୍ୟ […]
ନୟାଗଡ଼: ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଡ୍ୟାମ୍ ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସଟି ରୋଗୀ ଆଣିବାକୁ ଯାଉଥିବା ବେଳେ ଦଶପଲ୍ଲା ଡ୍ୟାମ୍ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗାଡ଼ିର ଆଗ ଆକ୍ସିଲ ଭାଙ୍ଗିଯିବାରୁ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଆହତଙ୍କୁ ପ୍ରଥମେ ଦଶପଲ୍ଲା ଡାକ୍ତରଖାରନାରେ ଭର୍ତ୍ତି […]
ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା କର୍କଟ ରୋଗ ବିଭାଗ। ତା ସହିତ ଆଖି ଅସ୍ତ୍ରୋପଚାର ପାଇଁ ବି ଏକ OT ଆରମ୍ଭ ହୋଇଛି। ଯାହାକୁ ଉଦ୍ଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ନୂତନ ବିଲ୍ଡିଂ ସହିତ ନୂତନ ବିଭାଗ, ରୋଗୀ ଚିକିତ୍ସା ପାଇଁ ବେଶ ସହାୟକ ହେବ ବୋଲି ଆଶାବାଦୀ ଅଛନ୍ତି ମନ୍ତ୍ରୀ। ବର୍ତ୍ତମାନ ପାଇଁ କେବଳ କେମୋ ଥେରାପି ଚିକିତ୍ସା ସୁବିଧା ମିଳିବ। ଏବଂ ଭବିଷ୍ୟତରେ ଅଙ୍କୋଲୋଜି,ରେଡିଓ ଥେରାପି ଓ ସର୍ଜରୀର ଚିକିତ୍ସା ସୁବିଧା ମିଳିବ। […]
ମୟୂରଭଞ୍ଜ: ହୁ ହୁ ହୋଇ ଜଳିଗଲା ଚଳନ୍ତା ବସ୍। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିକଟରେ ଏହି ଅଘଟଣ ଘଟିଛି। ବସ୍ଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି। ଏଥିରେ ଥିବା ଅଳ୍ପକେ ବର୍ତ୍ତିଗଲେ ପ୍ରାୟ ୫୦ ଜଣ ଯାତ୍ରୀ। ଏହି ବସ୍ଟି କରଞ୍ଜିଆ ସିଙ୍ଗଡ଼ାରୁ ବେତନଟୀ ଯାଉଥିଲା। ସିଙ୍ଗଡ଼ା ଅଞ୍ଚଳର କିଛି ଲୋକ ବସ୍ ଭଡ଼ା କରି ବେତନଟୀ ଅଞ୍ଚଳର ଆମ୍ବଯୋଡ଼ି ଗାଁକୁ ଯାଉଥିଲେ। ଘାଟିରେ ଥିବା ଦୁଆରଶୁଣି ମନ୍ଦିରରେ ପୂଜା କରିବାକୁ ଡ୍ରାଇଭର୍ ବସ୍ ଅଟକାଇଥିଲେ। ଏହି […]
ପୁରୀ: ଗତବର୍ଷ ଅପହରଣ ହୋଇଥିବା ଝିଅକୁ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ଉଦ୍ଧାର କଲା ପୁଲିସ। ପୁରୀ ଟାଉନ ଥାନା ଅଞ୍ଚଳର ଜଣେ ନାବାଳକ ଝିଅକୁ ଅପହରଣ କରି ରଖିଥିବା ନେଇ ନାବାଳିକାର ପରିବାର ଥାନାରେ ଏତଲା ଦେଇଥିଲେ। ପରିବାରର ଏତଲା ମୁତାବକ ପୁଲିସ୍ ଝିଅକୁ ଖୋଜୁଥିଲା। ତେବେ ଝିଅ ପୁରୀ ଜିଲ୍ଲା ସ୍କୁଲରେ ମାଟ୍ରିକ ପରୀକ୍ଷା ଦେଉଥିବା ଜଣାପଡ଼ିବା ପରେ ପରୀକ୍ଷା ଶେଷ ଦିନ ଯାଏ ଅପେକ୍ଷା କରିଥିଲା ପୁଲିସ୍। ଆଜି ମାଟ୍ରିକ ପରୀକ୍ଷା ଶେଷ ହେବା […]
ବାଲେଶ୍ୱର: ପୂର୍ବତନ ସରପଞ୍ଚଙ୍କ ଚିକିତ୍ସା ପାଇଁ ସାହି ସାହି ବୁଲି ଅର୍ଥ ଯୋଗାଡ଼ କରୁଛନ୍ତି ବାଲେଶ୍ୱର ଜିଲ୍ଲା ଖଈରା ବ୍ଲକ କୁରୁଣ୍ଠା ପଞ୍ଚାୟତର ମହିଳା ସରପଞ୍ଚ ଦମୟିନ୍ତୀ ପଣ୍ଡା। ଗତ ପଞ୍ଚାୟତ ନିର୍ବାଚନରେ ଜିତି ସରପଞ୍ଚ ହୋଇଥିବା ଦମୟନ୍ତୀ ନିଜ ପ୍ରତିଦ୍ୱନ୍ଦ୍ୱୀ ଅକ୍ଷୟ ମହାପାତ୍ରଙ୍କ ଚିକିତ୍ସା ପାଇଁ ଏମିତି ଅର୍ଥ ଯୋଗାଡ଼ କରିବା ଚର୍ଚ୍ଚାର ବିଷୟ ପାଲଟିଛି। କିଡ୍ନୀ ରୋଗରେ ଆକ୍ରାନ୍ତ ଥିବା ଅକ୍ଷୟଙ୍କୁ ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ। କିନ୍ତୁ ତାଙ୍କ ପାଖରେ ଅର୍ଥ ନଥିବାରୁ ଜଣେ […]
ଭୁବନେଶ୍ୱର: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଭୁବନେଶ୍ୱର ଗୌରୀ ନଗର ଲେନ୍ ୫ରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ସେଠାରେ ନିଜ ବାନ୍ଧବୀଙ୍କୁ ହତ୍ୟା କଲେ ତାଙ୍କ ବାନ୍ଧବୀ। ଲିଙ୍ଗରାଜ ଥାନା ପୋଲିସ ଅଭିଯୁକ୍ତ ଯୁବତୀକୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି। ଦୁଇ ବାନ୍ଧବୀ କୋଣାର୍କର ଅମିଶା ମିତ୍ର ଓ ବାଲେଶ୍ୱର ବସ୍ତା ଅଞ୍ଚଳର ଅଳକାନନ୍ଦ ଦାଶ ଭଡ଼ା ଘରେ ଦୀର୍ଘବର୍ଷ ହେଲା ଏକାଠି ରହୁଥିଲେ। ୨ ଦିନ ତଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ […]