ଭୁବନେଶ୍ୱର: ବିଭିନ୍ନ ଦାବିରେ ଆସନ୍ତା ୭ ତାରିଖରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ବିଧାନସଭା ଘେରାଉ କରିବ। ୫୦ ହଜାରରୁ ଅଧିକ ଶିକ୍ଷକ ଏହି ଆନ୍ଦୋଳନରେ ଯୋଗ ଦେବେ। ୨୮ ଶହ ଗ୍ରେଡ୍ ପେ’ ଦେଇ ସପ୍ତମ ବେତନ କମିଶନର ସଂଶୋଧନ, କନିଷ୍ଠ ଶିକ୍ଷକଙ୍କ ମୂଳ ଦରମାର ୨୫ ପ୍ରତିଶତ ବୃଦ୍ଧି, ପେନ୍ସନ୍ ବ୍ୟବସ୍ଥା ଲାଗୁ, କନିଷ୍ଠ ଶିକ୍ଷକଙ୍କ ବଦଳି ନୀତିକୁ ବଳବତ୍ତର ଏବଂ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ନେଇ ଓଡ଼ିଶା ପ୍ରାଥମିକ […]
ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରି ବିଜେଡିରେ ଫାଟ। ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ନେଇ ବ୍ରହ୍ମଗିରି ବିଜେଡିରେ ବିବାଦ ଦେଖିବାକୁ ମିଳିଛି। ବ୍ରହ୍ମଗିରିର ବରିଷ୍ଠ ବିଜେଡି ନେତା ଓ କର୍ମୀ ବିଧାୟକଙ୍କୁ ବିରୋଧ କରିଛନ୍ତି। ସଞ୍ଜୟ ଦାସବର୍ମାଙ୍କୁ ବିରୋଧ କରି ଦଳର ଛାମୁଆ ନେତା ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହାସହ ବିଧାୟକଙ୍କ ବିରୋଧରେ ଆଗାମୀ ଦିନରେ ଏକ ପ୍ରତିବାଦ ସମାବେଶ ଡକାଯିବ ବୋଲି ଏହି ନେତାମାନେ କହିଛନ୍ତି। ଏହାସହ ସଞ୍ଜୟ […]
ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି। କୃଷି, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଗ୍ରାମାଞ୍ଚଳ ବିକାଶର ସ୍ୱର୍ଣ୍ଣିମ ଚେହେରା ଉପସ୍ଥାପନ କରିଛନ୍ତି ରାଜ୍ୟପାଳ। ଗାଁ ଗହଳିରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ପାଇପ୍ ପାଣି ପ୍ରକଳ୍ପ ସଂପର୍କରେ ରାଜ୍ୟପାଳ କହିଛନ୍ତି। ଏହାସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଗୁ ରାଜ୍ୟ ଓ ରାଜ୍ୟ ବାହାରେ ଗରିବ […]
ଭୁବନେଶ୍ୱର: ପୁଣି ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ବିଜେପି ପକ୍ଷରୁ ସୂଚନା ମିଳିଛି। ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୁଦ୍ଧଦ୍ୱାର […]
ବଲାଙ୍ଗିର: ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ। ବଲାଙ୍ଗିର ଜିଲ୍ଲା ତୁଷୁରା ଛକ ନିକଟରେ ପୁଲିସ୍ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା ଆହତ ହୋଇଛି। ତା’ର ବାମ ଗୋଡ଼ରେ ଗୁଳି ବାଜିଛି। ଆହତ କ୍ରିଷ୍ଣାକୁ ସଇଁନ୍ତଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବଲାଙ୍ଗିର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗତକାଲି କ୍ରିଷ୍ଣାକୁ ଗିରଫ କରିବା ପାଇଁ ପୁଲିସ୍ ଉଦ୍ୟମ କରିବା ବେଳେ ସେ ପ୍ରଥମେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲା। […]
ଭୁବନେଶ୍ୱର: ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଆଜି ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଅଭିଭାଷଣ ରଖିବେ। ଏହାପୂର୍ବରୁ ବିରୋଧୀ ଓ ଶାସକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ବୈଠକ ବସି ସରକାରଙ୍କୁ ଗୃହରେ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଛି। ସେପଟେ ବିରୋଧୀଙ୍କ ମୁକାବିଲା ପାଇଁ ଶାସକ ବିଜେଡି ବି ପ୍ରସ୍ତୁତ ହୋଇଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସି ବଜେଟ୍ […]
କନ୍ଧମାଳ: ପୁରୀରେ କାଳିଆ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସି ଜଣେ ଚାଷୀ ଆଉ ଘରକୁ ଫେରି ନାହାନ୍ତି। କନ୍ଧମାଳ ଜିଲ୍ଲାର ଏହି ଚାଷୀ ଜଣକ ଆଜିକୁ ୧୧ ଦିନ ହେବ ଘରକୁ ଫେରି ନଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ବିଲାମାଳ ଓଡ଼ିଆ ସାହିର ଲିଙ୍ଗରାଜ ନଗାଉତିଆ ଗତ ୨୫ ତାରିଖରେ କାଳିଆ ଯୋଜନାର ଶୁଭାରମ୍ଭ ନେଇ ପୁରୀରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଯୋଗ ଦେବାପାଇଁ ଗାଁର କିଛି ଚାଷୀଙ୍କ ସହ ପୁରୀ ଯାଇଥିଲେ। ହେଲେ ଫେରିବା […]
ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ହରିହର କରଣଙ୍କ ପରଲୋକ ହୋଇଛି। ସେ ସେପ୍ଟିସେମିଆ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୭୨ ବର୍ଷ ବୟସ ହୋଇଥିଲା। ଷଷ୍ଠ, ସପ୍ତମ, ଅଷ୍ଟମ, ନବମ, ଏକାଦଶ, ଦ୍ୱାଦଶ ବିଧାନସଭାରେ ହରିହର କରଣ ସଦସ୍ୟ ଥିଲେ। ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିବା ହରିହର ଛାତ୍ର ଜୀବନରୁ ରାଜନୀତିରେ ପାଦ ଥାପିଥିଲେ। କଟକ […]
ଭୁବନେଶ୍ୱର: କାଳିଆ ଯୋଜନା ପରେ ରାଜ୍ୟ ସରକାର ପୁଣି ଆଉ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଏହି ନୂଆ ଯୋଜନା ହେଲା ‘କାଳିଆ ଛାତ୍ରବୃତ୍ତି’। ଆଜି କେନ୍ଦୁଝର ଜିଲ୍ଲା ଗସ୍ତ ଅବସରରେ ପଣ୍ଡାପଡ଼ାରେ ଆୟୋଜିତ କାଳିଆ ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ନୂଆ ଯୋଜନା ଘୋଷଣା କରିଛନ୍ତି। ଏଥିରେ ମେରିଟ୍ ଆଧାରରେ ସରକାରୀ ପେଶାଦାର କଲେଜରେ ନାମ ଲେଖାଇଥିବା କାଳିଆ ଯୋଜନାର ହିତାଧିକାରୀ ପରିବାରର ପିଲାମାନଙ୍କ ଉଚ୍ଚ ଶିକ୍ଷା ଖର୍ଚ୍ଚ ରାଜ୍ୟ […]
କଟକ: କଟକ ପୁରୀଘାଟ ସ୍ଥିତ ବଙ୍ଗାଳି ସାହିରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ବଙ୍ଗାଳି ସାହି ସ୍ଥିତ ଜଷ୍ଟିସ୍ ମଦନ ମୋହନ ଦାସଙ୍କ ପୈତୃକ ବାସଭବନ ଭିତରେ ଭାଙ୍ଗି ପଶି ଯାଇଥିଲା। ଏଥିରେ ୨ଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି। ଆଜି ସକାଳେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଏହି ଅଞ୍ଚଳରେ ଜାଇକା କାମ ଚାଲୁଥିଲା। ତେବେ ଡ୍ରାଇଭର ନଥିବା ସମୟରେ ଜାଇକା କାମରେ ବ୍ୟବହୃତ ଏହି […]
ଭୁବନେଶ୍ୱର: ହାତୀ ପିଠିରେ ବସିଲେ କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ। ଭୁବନେଶ୍ୱରରେ ଆୟୋଜିତ ମିଶ୍ରଣ ପର୍ବରେ ଆଜି ସେ ବିଧିବଦ୍ଧ ଭାବେ ବହୁଜନ ସମାଜ ପାର୍ଟି (ବିଏସ୍ପି)ରେ ସାମିଲ ହୋଇଛନ୍ତି। ମିଶ୍ରଣ ପର୍ବରେ ବିଏସ୍ପିର ରାଜ୍ୟ ପ୍ରଭାରୀ ଧରମବୀର ସିଂହ ଉପସ୍ଥିତ ଥିଲେ। କିଛି ଦିନ ପୂର୍ବରୁ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ କୃଷ୍ଣଚନ୍ଦ୍ର ସଗରିଆ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା। ଦଳରୁ ବହିଷ୍କୃତ ପୂର୍ବରୁ ସେ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ […]
କେନ୍ଦୁଝର: ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ କେନ୍ଦୁଝର ଜିଲ୍ଲାର ସାନଘାଗରା ଜଳପ୍ରପାତ ଅନ୍ୟତମ। ବିଶେଷ କରି ଶୀତ ଦିନରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପର୍ଯ୍ୟଟକଙ୍କ ସୁବିଧା ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ପ୍ରଶାସନ ପକ୍ଷରୁ ସାନଘାଗରାରେ ବିଭିନ୍ନ ନୂଆ ସୁବିଧା ସବୁ ଆରମ୍ଭ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସାନଘାଗରାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଠାରେ ବୋଟିଂ ବ୍ୟବସ୍ଥା ଆରମ୍ଭ ହେବାସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆଦିବାସୀ […]
ଭୁବନେଶ୍ୱର: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ରେ କିପରି ନିଆଁ ଲାଗିଲା, ତାର ତଦନ୍ତ ହେବ। ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିପାଇଁ ଏଡିଏମ୍ଓଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ ହୋଇଛି। କିପରି ନିଆଁ ଲାଗିଲା, ତା’ର ଅନୁଧ୍ୟାନ କରିବ ଏହି କମିଟି। ଏହାପରେ ୬ ତାରିଖ ସୁଦ୍ଧା କମିଟି ରିପୋର୍ଟ ଦେବ। ଗତକାଲି ଆପୋଲୋ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ ଘଟିଥିଲା। ହସ୍ପିଟାଲ୍ର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍ରୁ ଧୂଆଁ […]
ଭୁବନେଶ୍ୱର: କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ଆଜି ବହୁଜନ ସମାଜ ପାର୍ଟି(ବିଏସ୍ପି)ରେ ଯୋଗଦେବେ। ଭୁବନେଶ୍ୱରରେ ଦଳର ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ସେ ବିଧିବଦ୍ଧ ଭାବେ ବିଏସ୍ପିରେ ସାମିଲ ହେବେ। ମିଶ୍ରଣ ପର୍ବରେ ବିଏସ୍ପିର ରାଜ୍ୟ ପ୍ରଭାରୀ ଧରମବୀର ସିଂହ ଉପସ୍ଥିତ ରହିବା କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ସଗରିଆ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ। କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ନ୍ୟାୟ ମିଳିବାରେ ବିଫଳ ହୋଇଥିବା ଦର୍ଶାଇ ନୈତିକତା ଦୃଷ୍ଟିରୁ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।
ପୁରୀ: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଅପରାହ୍ନ ୧୨ଟା ୩୦ ସୁଦ୍ଧା ଶାହ ପୁରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ପୁରୀରେ ଗତକାଲିଠାରୁ ଚାଲିଥିବା ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନରେ ଅମିତ ଶାହ ଯୋଗଦେବେ। ଏଥିସହ ‘ଆଦିବାସୀ ଅଧିକାର’ ସମାବେଶକୁ ଅମିତ ଶାହ ଉଦ୍ବୋଧନ ଦେବେ। ଏହି ଅବସରରେ ଲକ୍ଷାଧିକ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ଓ ସୁରକ୍ଷା ପାଇଁ ଦାବି କରିବା ସହିତ ରାଜ୍ୟ ସରକାରଙ୍କ ଜନଜାତି ବିରୋଧୀ ନୀତିକୁ […]
ପୁରୀ: ପୁରୀରେ ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ବିଜେପି ଏସ୍ଟି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମବିଚାର ନେତାମ୍ ଉଦ୍ଘାଟନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ଙ୍କ ସହ ଦେଶର ପ୍ରମୁଖ ଆଦିବାସୀ ନେତା, ମନ୍ତ୍ରୀ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏହି ଅଧିବେଶନରେ ଯୋଗ ଦେଇଛନ୍ତି। ଆସନ୍ତାକାଲି ପୁରୀରେ ଆଦିବାସୀ ଅଧିକାର ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗ ଦେବେ। ଏହି […]
କଳାହାଣ୍ଡି: ଦାଦନ ଖଟିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହଲ ଗାଁରେ ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଚାରବାହଲ ଗାଁର ଦୀପକ ତାଣ୍ଡି ଚାରି ମାସ ତଳେ ହାଇଦ୍ରାବାଦ୍ ଯାଇଥିଲେ। ସେଠି ଏକ ଚକୋଲେଟ୍ ଫ୍ୟାକ୍ଟ୍ରିରେ ଦୀପକ କାମ କରୁଥିଲେ। ତେବେ ଦୁଇ ଦିନ ତଳେ ହଠାତ୍ ତାଙ୍କ ପେଟ ବ୍ୟଥା ହେବାରୁ ତାଙ୍କୁ ମେଡିକାଲ୍ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ସନ୍ଧ୍ୟାରେ ଦୀପକଙ୍କ […]
ଭୁବନେଶ୍ୱର: ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ରେ ଅଗ୍ନିକାଣ୍ଡ। ଆଜି ସକାଳେ ଆପୋଲୋ ହସ୍ପିଟାଲ୍ରେ ନିଆଁ ଲାଗିଥିବା ସୂଚନା ମିଳିଛି। ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମ୍ରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେବେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପ୍ରଥମେ ବ୍ୟାଟେରୀ ରୁମ୍ ନିକଟରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲାା ପରେ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ ଲୋକେ। ସର୍ଟ ସର୍କିଟ୍ […]
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଆସନ୍ତା କିଛି ମାସ ମଧ୍ୟରେ ସାଧାରଣ ନିର୍ବାଚନ ହେବ। ତେଣୁ ଏହାପୂର୍ବରୁ ରାଜ୍ୟ କ୍ୟାବିନେଟ୍ରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ। କୃଷି, ଜଳସେଚନ ଏବଂ ଅନ୍ୟାନ୍ୟ ବିଭାଗରେ ରାଜ୍ୟ ସରକାର ବଡ଼ ଘୋଷଣା କରିପାରନ୍ତି । ହେଲେ କେଉଁ କେଉଁ ପ୍ରସ୍ତାବ ଉପରେ ଅନୁମୋଦନ ହେବ […]
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଥଣ୍ଡା ଜାରି ରହିଛି। ବିଶେଷ କରି ରାତିର ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ଦୁଇରୁ ତିନି ଡିଗ୍ରୀ ତଳକୁ ଖସିଛି। ଗତ ତିନି ଦିନ ହେଲା ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ଶୀତ ଜାରି ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି। ତେବେ ଆହୁରି ୨ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଗୌରାଙ୍ଗ ଚରଣ […]
ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରତି ନିର୍ବାଚନ ମଣ୍ଡଳୀରୁ ୩ ଜଣଙ୍କ ନାଁ ବିଧାୟକ ପ୍ରାର୍ଥୀ ପାଇଁ ଚୟନ କରିବାକୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ନିର୍ଦ୍ଦେଶ ଦେଇଛି। ପ୍ରତି ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଜୋନ୍ ସଭାପତିଙ୍କ ସହ ଆଲୋଚନା କରି ଜିଲ୍ଲା ସଭାପତିମାନେ ପ୍ରାର୍ଥୀଙ୍କ ନାଁ ସୁପାରିସ କରିବେ। ତୃଣମୂଳସ୍ତରରୁ ମତାମତ ଆଣି ପ୍ରାର୍ଥୀଙ୍କ ନାଁ ସୁପାରିସ କରାଯିବ ବୋଲି ନିରଞ୍ଜନ କହିଛନ୍ତି। […]
ନୟାଗଡ଼: ପୋଲ ତଳେ ପୁଳା ପୁଳା ଔଷଧ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ଗୋଛାବାରି ଗାଁ ନିକଟରେ ଥିବା ଏକ ପୋଲ ତଳେ ବହୁ ପରିମାଣର ଔଷଧ ପଡ଼ି ରହିଥିବା ଦେଖିବାକୁ ମିଳିଛି। କିଛି ମେଡିସିନ୍ ଏକ୍ସପାଏରି ହୋଇ ଯାଇଥିବାବେଳେ ଆଉ କିଛି ମେଡିସିନ୍ର ଏକ୍ସପାଏରି ତାରିଖ ଯାଇନଥିବା ଜଣାପଡିଛି। ତେବେ ଏତେ ପରିମାଣର ଔଷଧ କିଭଳି ଆସିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଔଷଧରେ ସରକାରୀ ଲୋଗୋ ଥିବା ଦେଖିବାକୁ ମିଳିଛି। ଏହି ଔଷଧ […]
କନ୍ଧମାଳ : କନ୍ଧମାଳ ଜିଲ୍ଲା କୋଟଗଡ଼ ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ କୋଟଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ୍ ଅକ୍ଷୟ ବଡ଼ନାୟକ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାକୁ ମିଶାଇ କନ୍ଧମାଳ ଜିଲ୍ଲାରେ ୨୦ ଦିନ ମଧ୍ୟରେ ୮ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଲାଣି। ସୂଚନାଯୋଗ୍ୟ, ନିକଟରେ କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ […]
ପୁରୀ: ପୁଣି ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡ୍ର ବେଲେଶ୍ୱର ପାଟଣା ନିକଟରେ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ନାଁ ବିକ୍ରମ ଆଚାର୍ଯ୍ୟ। ୩ରୁ ୪ ଜଣ ଦୁର୍ବୃତ୍ତ କାଠଫାଳିଆ ଓ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମ୍ବାଦିକଙ୍କ ମୁଣ୍ଡ, କାନ,ଛାତି ଓ ମୁହଁରେ ଆଘାତ ଲାଗିଥିବା ଜଣାପଡିଛି। ଘଟଣାସ୍ଥଳରୁ ମେରାଇନ୍ ଡ୍ରାଇଭ ଥାନା ପୁଲିସ୍ ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ […]
ସମ୍ବଲପୁର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲା ଗସ୍ତ କରିବେ। ବିଜୁ ଯୁବ ବାହିନୀର ଯୁବ ସମ୍ମିଳନୀରେ ଯୋଗ ଦେବା ସହ ମହାନଦୀ ଉପରେ ନିର୍ମିତ ହାଇଲେଭ୍ଲ ସେତୁକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୁଲିସ୍ ଅଟକ ରଖିଛି। ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିବା ଆଶଙ୍କାରେ ପୁଲିସ୍ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ଆଜି ମୁଖ୍ୟମନ୍ତ୍ରୀ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ମଧ୍ୟ କରିବେ। […]