ବୌଦ୍ଧ: ସମ୍ପର୍କକୁ କଳଙ୍କିତ କଲା ପୁତୁରା। କଳୁଷିତ ପାପ ମନବାଞ୍ଛା ପୂରଣ ନହେବାରୁ ରକ୍ତରେ ଭିଜାଇଲା ରକ୍ତର ସମ୍ପର୍କ। ଏଭଳି ଏକ ଅଭିଯୋଗ ହୋଇଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ। ପିଉସୀକୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଗଳାକାଟି ହତ୍ୟା କରିଛି ସମ୍ପର୍କୀୟ ପୁତୁରା। ଗତକାଲି ଅଭିଯୁକ୍ତ ପୁତୁରା ବିନୋଦ ଦୀପ ନିଜ ପିଉସୀଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା। ଏଥିରେ ବିଫଳ ହେବାରୁ ସେ ପିଉସୀଙ୍କ ତଣ୍ଟି କାଟି ଫେରାର୍ ହୋଇଯାଇଛି। ଗୁରୁତର […]
ପୁରୀ: ପୁରୀ ଜ଼ିଲ୍ଲା ଡ଼େଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଇଛି । ଆଜି ସକାଳୁ ଡ଼େଲାଙ୍ଗ ଆଙ୍କୁଲା ଛକ ଠାରେ ଡ଼ାକପଡା ଗାଁର ଜଣେ ଯୁବକ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡ଼େଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସକାଳେ କେହି ଡାକ୍ତର ନଥିବାରୁ ଫାର୍ମାସିଷ୍ଟ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରିଥିଲେ। ଏହି ଘଟଣାରେ ଆହତଙ୍କ ସମ୍ପର୍କୀୟ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଦେଉଳି ଗାଁ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ହାଣି ଦେଇଛନ୍ତି। ମୃତ ଯୁବକଜଣକ ହେଲେ ଦେଉଳି ଗାଁର ଚିନ୍ମୟ ସାହୁ । ସେ ବାଇକ୍ରେ ଯାଉଥିବାବେଳେ ଦୁର୍ବୃତ୍ତମାନ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଲୋକେ ଆକ୍ରମଣକାରୀଙ୍କ ଘର ଜାଳି ଦେଇଛନ୍ତି । ଏହି ଘଟଣାକୁ ନେଇ ଦେଉଳି ଗାଁରେ ଉତ୍ତେଜନା […]
ନୂଆଦିଲ୍ଲୀ: ପୁଲଓ୍ୱାମା ଆକ୍ରମଣ ଘଟଣାରେ ଭାରତର ୪୦ ଯବାନ ସହିଦ ହେବା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହାକୁ ନେଇ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ, ଏଭଳି ପରିସ୍ଥିତିରେ ଆଜିଠୁ କୁଲଭୂଷଣ ଯାଦବ ମାମଲାରେ ଶୁଣାଣି ଆରମ୍ଭ ହୋଇଛି । ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ ବା ଆଇସିଜେରେ ଏହାର ଶୁଣାଣି ଆରମ୍ଭ ହୋଇଛି। ଭାରତ ଓ କୁଳଭୂଷଣଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ […]
ଭୁବନେଶ୍ୱର(ଅଲୋକ ମହାନ୍ତି): ରାଜଧାନୀରେ ଗଞ୍ଜେଇ କାରବାରର ପର୍ଦ୍ଦାଫାଶ କରିଛି ଅବକାରୀ ବିଭାଗ। ଖଣ୍ଡଗିରିର କୋଳଥିଆ ନିକଟ ଏକ ଡୁପ୍ଲେକ୍ସରେ ଅବକାରୀ ବିଭାଗ ଚଢ଼ାଉ କରି ୧୦ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ବାଲେଶ୍ୱରର ସୁବଳ ସାମନ୍ତରାୟ। ମିଳିଥିବା ସୂଚନା ଅନୁସାରେ, ସୁବଳ ଜଣେ ଆନ୍ତରାଜ୍ୟ ଗଞ୍ଜେଇ ମାଫିଆ। ସେ ରାଜ୍ୟ ଓ ରାଜ୍ୟ ବାହାରେ […]
ଜୟପୁର: କୋରାପୁଟ ଜିଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଘଷରଡ଼ାରେ ଥିବା ଏକ କାଜୁ ମିଲ୍ରୁ ଗତ ୧୬ ତାରିଖରେ ୩, ୮୫୦ କେଜି କାଜୁ ଚୋରି ହୋଇଥିଲା। ଏକ ୧୦ ଜଣିଆ ଗ୍ୟାଙ୍ଗ ଏହି କାଣ୍ଡ ଘଟାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଥିଲା । ପରେ ଏହି ଘଟଣାରେ ପୁଲିସ ଏକ ଗ୍ୟାଙ୍ଗର ୫ଜଣଙ୍କୁ ଗିରଫ କରିଛି । ହେଲେ ସେମାନଙ୍କ ମଧ୍ୟରୁ ଚୋରି କାଜୁ କିଣିଥିବା ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା […]
ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଜୋର ଧରୁଛି। ଓଡ଼ିଶାର ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀର ନେତାଙ୍କ ସହିତ ଇସ୍ତାହାର କମିଟି ଆଲୋଚନା କରିଥିବା ଜଣାଯାଇଛି । ଇସ୍ତାହାରରେ ଚାଷୀ ଓ ଚାଷ ସମସ୍ୟା ଫୋକସ୍ରେ ରହିବ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, କେତେ ସିଟ୍ ପାଇବୁ କହିପାରିବୁନି, କିନ୍ତୁ ସରକାର ଗଠନ କରିବୁ । ମାର୍ଚ୍ଚ ୨ ତାରିଖରେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ଏକପ୍ରକାର […]
ସମ୍ବଲପୁର: କଂଗ୍ରେସ ଛାଡ଼ିଲେ ଭିମ୍ସାରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀ। ଏନେଇ ସେ ନିଜ ଇସ୍ତଫା ପତ୍ର ଏଆଇସିସି ସଭାପତି ଓ ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ପଠାଇ ଦେଇଛନ୍ତି। କଂଗ୍ରେସର ସମୀକ୍ଷା ବୈଠକରେ କର୍ମୀଙ୍କ ଦୁର୍ବ୍ୟବହାର ଓ ଗାଳିଗୁଲଜ କରାଯାଇଥିବା ଅଭିଯୋଗ କରି ସେ ଦଳ ଛାଡ଼ିଥିବା କହିଛନ୍ତି। ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇ ସମ୍ବଲପୁର ବିଧାନସଭା ଆସନ ପାଇଁ ଲଢ଼ିଥିଲେ। ତେବେ ନିର୍ବାଚନରେ ହାରିବା ପରେ ଗତ ୨୬ ତାରିଖରେ ଜିଲ୍ଲା […]
ବରଗଡ଼: ମୋବାଇଲ ନ ଫେରାଇବାରୁ ସାଙ୍ଗକୁ ହତ୍ୟା। ଏପରି ଅଭାବନୀୟ ଘଟଣା ବରଗଡ଼ରେ ଘଟିଛି । ମୃତକ ହେଲେ ବରଗଡ଼ ବାନ୍ଦୁଟିକ୍ରାର ସଦାନନ୍ଦ ତାଣ୍ଡିଙ୍କ ପୁଅ ଇନେଶ ତାଣ୍ଡି । ଇନେଶଙ୍କୁ ହତ୍ୟା ଅଭିଯୋଗରେ ତାଙ୍କର ଦୁଇ ସାଙ୍ଗ ଆଶିଷ ଭୋଇ ଓ ବିକାଶ ବାଗଙ୍କୁ ବରଗଡ଼ ଟାଉନ୍ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁସାରେ, କିଛି ଦିନ ପୂର୍ବେ ଆଶିଷଙ୍କଠାରୁ ଇନେଶ ଏକ ମୋବାଇଲ ନେଇଥିଲେ। ବାରମ୍ବାର ମାଗିବା ସତ୍ତ୍ୱେ […]
ଗଜପତି : ଗଜପତି ଜିଲ୍ଲା ଅଡ଼ବା ପୋଲିସ ୪ଜଣ ଚୋରା ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୮୨ କିଲୋ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତମାନେ ଗଞ୍ଜେଇ ନେଇ ଅଡ଼ବା ଥାନା ରେଣୁଗାଁରୁ ବ୍ରହ୍ମପୁର ଅଭିମୁଖେ ଆସିବାର ଯୋଜନା ଥିଲା । ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେମାନଙ୍କୁ ପୋଲିସ ଗିରଫ କରିଛି । ସମସ୍ତଙ୍କ ଘର ବ୍ରହ୍ମପୁରରେ […]
ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଭଉଣୀକୁ ବାହା ଦେବାକୁ ମନା କରିବାରୁ ଯୁବତୀଙ୍କ ବଡ଼ଭାଇଙ୍କୁ ହତ୍ୟା କଲା ପ୍ରେମିକ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଙ୍କରିଆପଦର ଗାଁରେ। ମୃତକ ହେଲେ ବରପାଲି ଥାନା କୁଟ୍ରାପାଲି ଗାଁର ଗୋବର୍ଦ୍ଧନ ଗିରି। ସୂଚନାନୁସାରେ, ଗୋବର୍ଦ୍ଧନଙ୍କ ଭଉଣୀଙ୍କୁ ନାନୁ ସନ୍ୟାସୀ ନାମକ ଜଣେ ଯୁବକ ଭଲ ପାଉଥିଲେ। କିନ୍ତୁ ଗୋବର୍ଦ୍ଧନ ତାଙ୍କ ଭଉଣୀକୁ ବାହା ଦେବାକୁ ମନା କରିବାରୁ ଏଥିରେ ଖୁବ୍ ରାଗି ଯାଇଥିଲେ ନାନୁ। ଗୋବର୍ଦ୍ଧନ ଦୁଇ […]
ଭୁବନେଶ୍ୱର: ମେଡିକାଲ୍ ପାଠ୍ୟକ୍ରମ ଏମ୍ବିବିଏସ୍ ଓ ବିଡିଏସ୍ ପାଇଁ ଆଜି ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏହାପରେ ଆଜି ଓ ଆସନ୍ତାକାଲି ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଙ୍ଗ ଓ ଲକିଙ୍ଗ କରିପାରିବେ। ପ୍ରଥମ ପର୍ଯ୍ୟାୟ ମେଡିକାଲ୍ ସିଟ୍ ଆଲଟ୍ମେଣ୍ଟ ଜୁଲାଇ ୪ ତାରିଖରେ ପ୍ରକାଶ ପାଇବ। ଏମ୍ବିବିଏସ୍ରେ ୧୨୫୦ ଓ ବିଡିଏସ୍ରେ ୧୫୦ ସିଟ୍ ଲାଗି ଓଜେଇଇ ଆଡମିଶନ୍ କରୁଛି। ଗତକାଲି ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ୩ ହଜାର ୬ ଶହ ୫୪ ଜଣ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଳୁ ମିଶନ ବିଫଳ ହେବା ଫଳରେ ରାଜ୍ୟରେ ଗଢିଉଠିଥିବା ସମସ୍ତ ଘରୋଇ ଶୀତଳଭଣ୍ଡାର ଏବେ ରୁଗ୍ଣ ଅବସ୍ଥାରେ ପଡ଼ିଛି। ତେଣୁ ସମସ୍ତ ରୁଗ୍ଣ ଶୀତଳଭଣ୍ଡାରକୁ ଚାଲୁ କରିବା ପାଇଁ ମାଲିକଙ୍କୁ ୨ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଦାବୀ ହୋଇଛି । ଏହାସହ ବିଦ୍ୟୁତ୍ ଶୁଳ୍କରେ ୫୦ ପ୍ରତିଶତ ଛାଡ଼ ଏବଂ ବ୍ୟାଙ୍କ ଲୋନ କ୍ଷେତ୍ରରେ ସୁଧା ହାର କମାଇବାକୁ ରାଜ୍ୟ ଶୀତଳଭଣ୍ଡାର ସଂଘ ପକ୍ଷରୁ ଦାବୀ ହୋଇଛି । […]
ଭୁବନେଶ୍ୱର: ଏସ୍ସି/ଏସ୍ଟି ହଷ୍ଟେଲ୍ ଛାତ୍ରୀ ଗର୍ଭବତୀ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା। ଏ ସମ୍ପର୍କରେ ସେ ଅବଗତ ଅଛନ୍ତି, ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରେଗ୍ନାନ୍ସି କିଟ୍ ଯୋଗେ ରାଜଧାନୀର କେତେକ ଛାତ୍ରୀନିବାସରେ ସ୍ୱାସ୍ଥ୍ୟ ପରୀକ୍ଷାରୁ ୩ ଜଣଙ୍କଠାରେ ରିପୋର୍ଟ ପଜିଟିଭ୍ ବାହାରିଛି। ଘଟଣା ସଂପର୍କରେ ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ଜଣାଇ ଦିଆ ଯାଇଛି। ଏଥିସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଦଳର […]
ଭୁବନେଶ୍ୱର: ମୋ ଘର ବିଜେପି ଘର, ମୋ ପରିବାର ବିଜେପି ପରିବାର ନାଁରେ ବିଜେପି ପକ୍ଷରୁ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଧିବଦ୍ଧ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାସଭବନରୁ କାର୍ଯ୍ୟକ୍ରମ ଅ।ରମ୍ଭ ହୋଇଛି । ବିଜେପିର ସମସ୍ତ କର୍ମୀ ଓ ନେତାଙ୍କ ଘରେ ଏଣିକି ବିଜେପି ପତାକା ଲଗାଯିବ । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ପୁଣି ଥରେ କ୍ଷମତାକୁ ଆଣିବା ପାଇଁ […]
ଦେବଗଡ଼ : ରେଙ୍ଗାଳି ବନ୍ଧ ଯୋଗୁ ବାସଚ୍ୟୁତ ହୋଇଥିବା ଅଞ୍ଚଳବାସୀଙ୍କୁ ଦୀର୍ଘ ବର୍ଷ ପରେ ବି ଥଇଥାନ କରାଯିବାକୁ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଉ ନାହିଁ। ଏହାବ୍ୟତୀତ ପ୍ରତିଶ୍ରୁତି ମୁତାବକ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉ ନାହିଁ। ଏଥିରେ ଅତିଷ୍ଠ ହୋଇ ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ସୋମବାର ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ଦୋକାନ ବଜାର ସମେତ ଗାଡ଼ି ଚଳାଚଳ […]
ବଲାଙ୍ଗିର: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ଆଜି ଭୁବନେଶ୍ୱର ଆଡିସନାଲ୍ ଡିଷ୍ଟ୍ରିକ୍ଟ୍ ଆଣ୍ଡ୍ ସେସନ୍ କୋର୍ଟରେ ହେବ। ଏଥିପାଇଁ ତାଙ୍କୁ ପାଟଣାଗଡ଼ ଜେଲ୍ରୁ ରାତି ୩ଟା ବେଳେ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରକୁ ଅଣାଯାଇଛି। ଶୁଣାଣି ବେଳେ ସ୍ପେଶାଲ ଜଜ୍ଙ୍କ କୋର୍ଟରେ ଉପସ୍ଥିତ ରହିବା ପାଇଁ ପାଟଣାଗଡ ଏ.ଡି.ଜେ କୋର୍ଟ, ବିଧାୟକ ସରୋଜ ମେହେର, ଯନ୍ତ୍ରୀ ଜୟକାନ୍ତ ଶବର, ଅଭିଯୋଗକାରିଣୀ ପ୍ରବୀଣା ରାଜହଂସ, ପାଟଣାଗଡ଼ ଏସ୍ଡିପିଓ ଏବଂ ପାଟଣାଗଡ଼ ଏ.ଡି.ଜେ କୋର୍ଟର ସରକାରୀ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଚଉଦକୁଲାଟର ଆଜାଦ ସ୍ପୋର୍ଟିଂ କ୍ଲକ୍ ଆନୁକୂଲ୍ୟରେ ପଞ୍ଚଦଶ ରାଜ୍ୟ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଗତକାଲି ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ହଜାର ହଜାର ଦର୍ଶକ ପୂର୍ବତନ ସାଂସଦଙ୍କୁ ସ୍ୱାଗତ କରିଥିଲେ। କ୍ରୀଡାର ବିକାଶ ପାଇଁ ୨୪ଟି ମିନି ଷ୍ଟାଡିୟମ୍ ସାଂସଦ ପାଣ୍ଠିରୁ ନିର୍ମାଣ ହୋଇଛି। ତଥାପି ଅନେକ ଭିତ୍ତିଭୂମିର ଅଭାବ ଅଛି ବୋଲି ବୈଜୟନ୍ତ କହିଛନ୍ତି। ଆଗାମୀ ଦିନରେ ଲୋକେ ସହଯୋଗ […]
ଭୁବନେଶ୍ୱର: ଅସମ୍ଭାଳ ତାତିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଉତ୍ତରପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଏହି ବର୍ଷା ହେଉଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଅତ୍ୟଧିକ ବର୍ଷା ସମ୍ଭାବନା ଯୋଗୁ ଆଜି ରାଜ୍ୟର ୮ଟି ଜିଲ୍ଲାରେ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା-ସମ୍ବଲପୁର, […]
ଭୁବନେଶ୍ୱର: ସୁର ବାବାଙ୍କ ନାଁରେ ପୁଣି ଅଭିଯୋଗ। ପୂଜା ବାହାନାରେ ଅଧ ରାତିରେ ଜଣେ ମହିଳାଙ୍କୁ ନିଜ କୋଠରୀକୁ ଡାକି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି। ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ହତ୍ୟା କରିବାକୁ ତ୍ରାହି ଅଚ୍ୟୁତ ଆଶ୍ରମର ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କ ଚେଲାମାନେ ଧମକ ଦେଉଥିବା ମହିଳା ଜଣକ ଏତଲାରେ ଦର୍ଶାଇଛନ୍ତି। ଏତଲା ଅନୁସାରେ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଜଣେ ମହିଳାଙ୍କ […]
ପାରଳାଖେମୁଣ୍ଡି: ମୃତ୍ୟୁ କୌଣସି ବି ମୁହୂର୍ତ୍ତରେ ଆସିପାରେ। ଯାହାର ଜ୍ୱଳନ୍ତ ଉଦାହରଣ ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି। ଯୋଗ କରୁଥିବା ବେଳେ ଜଣେ ବୃଦ୍ଧଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ତେବେ ବୃଦ୍ଧଙ୍କ ପରିଚୟ ଜଣାପଡ଼ି ନାହିଁ। ଆଜି ସକାଳେ ହାଇଟେକ୍ ପ୍ଲାଜା ପଡ଼ିଆରେ ଯୋଗ ଶିବିର ଚାଲିଥିଲା। ଯୋଗ ଚାଲିଥିବା ସମୟରେ ହଠାତ୍ ଜଣେ ବୃଦ୍ଧ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୋର(ଶଶିକାନ୍ତ ବେହେରା): ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ରାସ୍ତା କଡ଼ରୁ ୨ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ବାସୁଦେବପୁର-ଅନନ୍ତପୁର ରାସ୍ତାର ଗୁଡ୍ ଛକରୁ ଏହି ଦୁଇ ଶିଶୁଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। କିଏ ଓ କାହିଁକି ଏଠାରେ ନବଜାତଙ୍କୁ ଏଠାରେ ଛାଡ଼ି ଦେଇଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
କେନ୍ଦୁଝର: ବର୍ଷାରେ ଭିଜିଲା ଶହ ଶହ ଧାନ ବସ୍ତା। କେନ୍ଦୁଝର ଜିଲ୍ଲା ତେଲକୋଇ ସମବାୟ ସମିତିର ଅବହେଳା ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଧାନ କିଣାନଯିବାରୁ ଶହ ଶହ ଧାନ ବସ୍ତା ବର୍ଷାରେ ଭିଜିଯାଇଛି। ଜାନୁଆରୀ ୨୫ ତାରିଖରୁ ଧାନ କିଣା ବନ୍ଦ ହୋଇଯାଇଥିଲା। ହେଲେ ୨ ହଜାର ବସ୍ତା ଧାନ କିଣାଯିବ ବୋଲି ଅନୁମତି ଆସିଥିଲା। ଆଉ ୧୫ ତାରିଖ ଶୁକ୍ରବାର ଦିନ ଧାନ କିଣାଯିବ ବୋଲି ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ କୁହାଯାଇଥିଲା। ସେହି […]
ଯାଜପୁର: ବୋହୂକୁ ମରଣାନ୍ତକ ଆକ୍ରମଣ କରିବା ପରେ ଶ୍ୱଶୂର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବରୁଣେଇପଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି କୌଣସି କଥାକୁ ନେଇ ଶ୍ୱଶୁର ଓ ବୋହୂ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି ସମୟରେ ଶ୍ୱଶୁର ଏକ ଧାରୁଆ ଅସ୍ତ୍ରରେ ବୋହୂଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବୋହୂଙ୍କୁ ଯାଜପୁର ରୋଡ୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ […]
ଭଦ୍ରକ: କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭଦ୍ରକ ଉପକଣ୍ଠ ରାଣୀତାଲ୍ରେ ଏକ ସାଧାରଣ ସଭାରେ ରାଜନାଥ ସିଂ ଯୋଗଦେବେ। ରାଜନାଥଙ୍କ ଗସ୍ତକୁ ନେଇ ଭଦ୍ରକ ଜିଲ୍ଲା ବିଜେପି ଚଳଚଞ୍ଚଳ ହୋଇଛି। ରାଜନାଥ ସିଂହ ରାଣୀତାଲ୍ରେ ବୁଥ୍ ସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସମାବେଶରେ ଭଦ୍ରକ ବ୍ୟତୀତ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କର୍ମୀ ଯୋଗଦେବେ। ରାଜନାଥ ସିଂହଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା […]