ଭୁବନେଶ୍ୱର: ଗତକିଛି ଦିନ ତଳେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କ ଆଡ଼କୁ ବଢୁଥିବା ସିବିଆଇର ପାଦରେ ସତେ ଯେମିତି କିଏ ବ୍ରେକ୍ ଲଗାଇ ଦେଇଛି। ଏମିତି ଲାଗୁଛଇ ପୁଣି ଶିଥିଳ ପଡ଼ି ଯାଇଛି ସିବିଆଇର ଚିଟ୍ଫଣ୍ଡ ତଦନ୍ତ। ସେହିପରି ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କ ଆଡ଼କୁ ବଢୁଥିବା ପୁଲିସ ମଧ୍ୟ ଚୁପ୍ ହୋଇଯାଇଛି। ଯାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଫେବୃଆରୀ ୭ ଓ ୯ ତାରିଖରେ […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପିଏମ୍-କିଷାନ ଯୋଜନା କାର୍ଯ୍ୟକାରିତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ‘କାଳିଆ’ ଯୋଜନା ପାଇଁ ରାଜ୍ୟ ସରକାର ଯେଭଳି ତତ୍ପରତା ଦେଖାଉଛନ୍ତି, ପିଏମ୍ କିଷାନ କ୍ଷେତ୍ରରେ ସେଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ। ରାଜ୍ୟ କୃଷି ସଚିବ କହିଛନ୍ତି, “ଓଡିଶା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଏପର୍ଯ୍ୟନ୍ତ ମିଳିନାହିଁ। ସେପଟେ ‘କାଳିଆ’ ଯୋଜନା ଭଳି ପିଏମ୍-କିଷାନରେ ଭାଗଚାଷୀ ଓ ଭୂମିହୀନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ରାଜନୀତି ତେଜିବାରେ ଲଶଗିଛି। ଯୋଜନା ଅଟକାଇବାକୁ […]
ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ଫାଙ୍କି ଓ ବିଦେଶରୁ ବେଆଇନ୍ ଉପାୟରେ ପୁଞ୍ଜି ଆଣିବା ଅଭିଯୋଗକୁ ଲୋକସଭାରେ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଥିବା ଭର୍ତ୍ତୃହରି ଆଜି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, “ବୈଜୟନ୍ତଙ୍କ ବିରୋଧରେ ମନି ଲଣ୍ଡ୍ରିଂ ତଥା ବିଦେଶୀ ମୁଦ୍ରା ବିନିମୟ ଆଇନ ବା ଫେମା ଉଲ୍ଲଂଘନ ଭଳି ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ବୈଜୟନ୍ତ ବିଦେଶରେ ଆକାଉଣ୍ଟ […]
ରାଇରଙ୍ଗପୁର: ସାରନା ଧର୍ମକୁ ସରକାରୀ ମାନ୍ୟତା ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆଦିବାସୀ ସେଙ୍ଗେଲ ଅଭିଯାନ ଓ ଝାରଖଣ୍ଡ ଦିଶମ ପାର୍ଟି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଶୋଭାଯାତ୍ରା କରାଯାଇଛି। ସାରନା ଧର୍ମକୁ ସରକାରୀ ମାନ୍ୟତା ସହିତ ସ୍ୱତନ୍ତ୍ର କୋଡ ପ୍ରଦାନ, ସାନ୍ତାଳୀ ଭାଷାକୁ ରାଜ୍ୟର ଦ୍ୱିତୀୟ ଭାଷାର ମାନ୍ୟତା ଆଦି ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ତାଙ୍କ ଦାବି ପୂରଣ କଲେ […]
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜାମପଲ୍ଲୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ଯାଇଛି। ଗାଁର ରମେଶ ପ୍ରଧାନଙ୍କର ୪ଟି ଧାନ ଗଦା ଓ ମଧୁ ଅଳତିଆଙ୍କର ଗୋଟିଏ ଧାନଗଦା ଜଳି ଧ୍ୱଂସ ହୋଇଯାଇଛି। ଅଗ୍ନିକାଣ୍ଡରେ ୫ ଏକର ଜମିର ଧାନ ନଷ୍ଟ ହୋଇଯାଇଛି। ଜାମପଲ୍ଲୀ ଗାଁ ବିଲରେ ଏହି ଧାନ ଗଦା ଦିଆଯାଇଥିଲା। ସକାଳୁ ବିଲକୁ ଯିବା ପରେ ରମେଶ ଓ ମଧୁ ନିଆଁ ଲାଗିଥିବା ଜାଣିବା ପାଇଥିଲେ। ଏହାପରେ ଦମକଳ ଗାଡ଼ି ପହଞ୍ଚି […]
ଯାଜପୁର: ଜମିବାଡି ବିବାଦକୁ କେନ୍ଦ୍ର କରି ଯାଜପୁର ଜିଲ୍ଲା ଚଇନିହୁଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗାଁର ପିତାମ୍ବର ନାୟକ ଓ ରତ୍ନାକର ନାୟକଙ୍କ ପରିବାର ମଧ୍ୟରେ ବହୁଦିନରୁ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ଜମିରେ ବାଡ ବସାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲେ। ଏହାକୁ ନେଇ ଛଭୟ ପକ୍ଷ ପିଟାପିଟି […]
ବାଲେଶ୍ୱର: ପ୍ରସ୍ତାବିତ ସୁବର୍ଣରେଖା ବନ୍ଦରକୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଚୌମୁଖ ଅଞ୍ଚଳବାସୀ ଜୋରଦାର ବିରୋଧ କରିଛନ୍ତି। ଏହାସହ ଭିଟାମାଟି ଛାଡ଼ିବାକୁ ସଫା ସଫା ମନା କରିଦେଇଛନ୍ତି। ୨୦୦୮ରେ ବିରୋଧ ଯୋଗୁ ପ୍ରକଳ୍ପ କାମ ଆଗକୁ ବଢ଼ିନଥିଲା। ସାଧାରଣ ନିର୍ବାଚନର ଦିନ କେଇଟା ପୂର୍ବରୁ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି। ହେଲେ କୌଣସି ସ୍ଥିତିରେ ବନ୍ଦର କାମ କରାଇ ନଦେବାକୁ ଗ୍ରାମବାସୀ ଅଡ଼ି ବସିଛନ୍ତି। ସୂଚନାଯୋଗ୍ୟ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାଲେଶ୍ୱର […]
ନୂଆପଡ଼ା/ବାଲେଶ୍ୱର: ନୂଆପଡାରେ ବିଜେପି ଆରମ୍ଭ କରିଛି ‘ମୋ ପରିବାର ବିଜେପି ପରିବାର’ କାର୍ଯ୍ୟକ୍ରମ। ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିଜ ଘରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ସଫଳତାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ନେଇ ପ୍ରତି ଘରେ ପୋଷ୍ଟର ଓ ଦଳୀୟ ପତାକା ଲଗାଇଛି ବିଜେପି। ଆଜି କୋମନା ଓ ନୂଆପଡା ବ୍ଲକର ଅନେକ ଗାଁରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସ୍ଥାନୀୟ କର୍ମୀଙ୍କ ସହ ବସନ୍ତ ପଣ୍ଡା ଯୋଗଦେଇଥିଲେ। ସେହିପରି […]
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି-କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ପଟ୍ଟାମୁଣ୍ଡାଇରେ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଓ ୩୦ ଶଯ୍ୟା ବିଶିଷ୍ଟ ଶିଶୁ, ମା’ ଚିକିତ୍ସାଳୟର ଉଦ୍ଘାଟନ କରିଥିଲେ। ଏହି ଅବସରରେ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସମର୍ଥକ ଓ ସଭାରେ ଉପସ୍ଥିତ ବିଜେଡି ସମର୍ଥକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନ ଥିବା ବେଳେ ମାଗଣାରେ ଔଷଧୟ ମଧ୍ୟ […]
ନୂଆପଡ଼ା: ନୂଆପଡ଼ାରେ ସିଆରପିଏଫ୍ ପକ୍ଷରୁ ନକ୍ସଲ କ୍ୟାମ୍ପ୍ ଠାବ ହୋଇଛି। ଧରମବନ୍ଧା ଥାନା ଓଡ଼ିଶା-ଛତିଶଗଡ଼ ସୀମାର ସନ୍ତୋଷପଡ଼ା, ବାଞ୍ଜିପାନି, ପଣ୍ଡରିପାଣି ଗାଁ ପାଖରେ ଏହି କ୍ୟାମ୍ପ ଠାବ ହୋଇଛି। ସିଆରପିଏଫ୍ ପକ୍ଷରୁ କମ୍ବିଂ ବେଳେ ନକ୍ସଲ କ୍ୟାମ୍ପ ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜବତ ସାମାଗ୍ରୀ ମଧ୍ୟରେ ରହିଛି ୨ଟି ରାଇଫଲ, ୨ଟି ହ୍ୟାଣ୍ଡ ଗ୍ରେନେଡ୍, ୧୨ଟି ଜିଲୋଟିନ, ୨୫ଟି ଡେଟୋନେଟର ଓ ୫ କେଜି ବିସ୍ଫୋରକ ସାମଗ୍ରୀ।
ନୟାଗଡ଼: ଏଟିଏମ୍ ଭ୍ୟାନକୁ ବୋମାମାଡ଼ କରି ଟଙ୍କା ବାକ୍ସ ଲୁଟ୍ ଭଳି ଘଟଣା ମଙ୍ଗଳବାର ନୟାଗଡ଼ରେ ହୋଇଛି । ଏଟିଏମ୍ରେ ଟଙ୍କା ପୁରାଇବାକୁ ଯାଉଥିବା ଏକ ଭ୍ୟାନ ଉପରକୁ ବୋମାମାଡ କରି ଦୃବୁର୍ତ୍ତମାନେ ରାସ୍ତାରୁ ଟଙ୍କା ଲୁଟ୍ କରି ନେଇଛନ୍ତି । ଖଣ୍ଡପଡ଼ା-ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟରେ ଏହି ଲୁଟ୍ ହୋଇଛି । ବୋମା ମାଡ଼ରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି ।
ପୁରୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥାଣୁତା ଆସିଥିବା ଶ୍ରୀମନ୍ଦିର ସଂସ୍କାର ପାଇଁ ଅଣ୍ଟା ଭିଡ଼ିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଆସନ୍ତା ୧୭ ତାରିଖରେ ଏ ପ୍ରସଙ୍ଗରେ ଗୋବର୍ଦ୍ଧନ ମଠରେ ଆଲୋଚନା ପାଇଁ ବୈଠକ ଡାକିଛନ୍ତି। ଗଜପତି ମହାରାଜା ଦିବ୍ୟସିଂହଦେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ବୈଠକକୁ ଡାକିଛନ୍ତି ଶଙ୍କରାଚାର୍ଯ୍ୟ। ଏହାସହ ଶ୍ରୀମନ୍ଦିର ପରିଚାଳନା କମିଟିକୁ ମଧ୍ୟ ଆଲୋଚନା ପାଇଁ ଡାକା ଯାଇଥିବା […]
ସୁନ୍ଦରଗଡ଼: କିରେଇ ଆଇଟିଟିରୁ ୫୨ କର୍ମଚାରୀଙ୍କୁ ବହିଷ୍କାର ଦାବିରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା-କୋରାପୁଟ୍ ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରାଯାଇଛି। ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି । ଏନେଇ ଜିଲାପାଳ, ଏସ୍ପିଙ୍କ ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଅଗ୍ରିଆ ସମାଜ ଏହାର ପ୍ରତିବାଦ କରିଛି। ଅନୁଷ୍ଠାନର ସମ୍ପାଦକ ଦେବରାଜ ସାହୁଙ୍କ ବିରୋଧରେ ଟଙ୍କା ହଡ଼ପ ଅଭିଯୋଗ ପରେ ବି ଏଯାଏ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇ ନାହିଁ। […]
ଭଦ୍ରକ: ବାଲେଶ୍ୱର- ଭଦ୍ରକ ସମବାୟ ବ୍ୟାଙ୍କର ଜୋନାଲ ମ୍ୟାନେଜର ଅଜିତ କୁମାର ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ସମ୍ପତ୍ତି ଠୁଳ ଅଭିଯୋଗରେ ହୋତାଙ୍କ ଭଦ୍ରକ ସହର ଉପକଣ୍ଠ ନଳାଙ୍ଗ ବାସଭବନରେ ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି । ଚଢାଉ ବେଳେ ଅଜିତଙ୍କ ଘରୁ ନଗଦ ୨ ଲକ୍ଷ ଟଙ୍କା ମିଳିଛି । ଏହାଛଡ଼ା ଆଉ ତିନିଟି ଜାଗାରେ ମଧ୍ୟ ଚଢ଼ଉ ଜାରି ରହିଛି । ଆସନ୍ତା ୨୨ରେ ଅଜିତଙ୍କ […]
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ ୨୯ ଜଣଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସୁନୀଲ ରାଏଙ୍କୁ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି କରାଯାଇଛି। ବିନୟାନନ୍ଦ ଝାଙ୍କୁ OHRC ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ସିଦ୍ଧାର୍ଥ ନରଭଣେ ହୋଇଛନ୍ତି HRPC ଏଡିଜି। ମହେନ୍ଦ୍ର ପ୍ରତାପଙ୍କୁ ଜେଲ ବିଭାଗ ଏଡିଜି ଦାୟିତ୍ୱ ମିଳିଥିବା ବେଳେ ସଞ୍ଜୀବ ପଣ୍ଡା ହୋଇଛନ୍ତି ଆଇନ ଶୃଙ୍ଖଳା ବିଭାଗର ଏଡିଜି। ଅମିତାଭ ଠାକୁରଙ୍କୁ ଏସ୍ଏପିର […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଭେନସ ଗାଁରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ସେମାନେ ଘରୁ ଡାକି ନେଇ ଟୁନୁ ଗଣ୍ଡ ନାମକ ଯୁବକଙ୍କୁ ଗାଁ ମୁଣ୍ଡରେ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟା ପରେ ମୃତଦେହ ପାଖରେ ମାଓବାଦୀମାନେ ଲାଲ୍ କାଳିରେ ଲେଖା ଥିବା ଏକ ଚିଠି ଛାଡ଼ି ଯାଇଛନ୍ତି। ଏଥିରେ ଅଭିଯୋଗ କରାଯାଇଛି ଯେ, ଟୁନୁ ଗଣ୍ଡ ପୋଲିସ ଇନଫର୍ମର ଭାବେ କାମ କରୁଥିଲେ। ଛତିଶଗଡ଼ ସୀମାନ୍ତରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା […]
ବାଲେଶ୍ୱର: ବାଲେଶ୍ୱର ରାଣୀପାଟଣା ବ୍ୟାଙ୍କ କଲୋନୀରେ ଗତକାଲି ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଘର ଭିତରେ ଗୋଟିଏ ବିଛଣାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଦୁଇଟି ମୃତଦେହ ପଡ଼ିଛି। ସେମାନଙ୍କ ଉପରେ ଏକ କମ୍ୱଳ ଘୋଡ଼ା ଯାଇଛି। ଏହି ହତ୍ୟାକାଣ୍ଡ ନେଇ କାହା ପାଖରେ କୌଣସି ଖବର ନଥିବା ବେଳେ ମୃତ ମହିଳା ଲକ୍ଷ୍ମୀପ୍ରିୟା ସାହୁଙ୍କ ପରିବାର ଲୋକେ ତାଙ୍କ ଜ୍ୱାଇଁ କୈଳାସ(ଲକ୍ଷ୍ମୀପ୍ରିୟାଙ୍କ ପତି)ଙ୍କ ଉପରକୁ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି। ଅନ୍ୟପକ୍ଷରେ ସେ ହତ୍ୟା କରିଥିବା ପୁଲିସ […]
ଭୁବନେଶ୍ୱର: କଂଗ୍ରେସକୁ ପୁଣିଥରେ ଫେରିବେ ପୂର୍ବତନ ସାଂସଦ ହେମା ଗମାଙ୍ଗ। ହେମା ଗମାଙ୍ଗ କଂଗ୍ରେସକୁ ଫେରିବା ନେଇ ସଙ୍କେତ ଦେଇଛନ୍ତି। କଂଗ୍ରେସର ବରିଷ୍ଠ ନେତାଙ୍କୁ ଭେଟିବା ପାଇଁ ସେ ଏବେ ଦିଲ୍ଲୀରେ ଅଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଆଗରୁ କଂଗ୍ରେସ ସାଂସଦ ମଧ୍ୟ ଥିଲେ। ପରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ୨୦୧୭ ମସିହା ଏପ୍ରିଲ ୨୭ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ନେଇ ହେମା ୭ଟି କାରଣ ଦର୍ଶାଇଥିଲେ। […]
ଭୁବନେଶ୍ୱର: ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ ଲାଗି ସରକାରଙ୍କ ପଦକ୍ଷେପ। ଆସନ୍ତା ୧୫ ତାରିଖରେ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷରୁ ୫ଲକ୍ଷ ଭୂମିହୀନ ଚାଷୀଙ୍କୁ ଆସନ୍ତା ୧୫ ତାରିଖରେ ୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାପରେ ୨୨ ତାରିଖରେ ପାଖାପାଖି ୧୪ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ମଧ୍ୟ କାଳିଆ ଯୋଜନାରେ ସହାୟତା ପ୍ରଦାନ କରାଯିବ। କାଳିଆ […]
ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ‘ପ୍ରାର୍ଥନା’ ଚ୍ୟାନେଲ୍ ପକ୍ଷରୁ ଏକ ଭିନ୍ନ ଧରଣର ପ୍ରୟାସ ଆରମ୍ଭ କରାଯାଇଛି। ଚ୍ୟାନେଲ୍ ପକ୍ଷରୁ ଆଜି ‘ଚାଲ କ୍ଷେତ୍ର ଯିବା’ ଶୀର୍ଷକ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି। ଆଜିଠୁ ଆସନ୍ତା ୧୫ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ। ଆଜି ପ୍ରଥମ ଦିନରେ ହୀରାପୁରର ଚଉଷଠୀ ଯୋଗିନୀ ମନ୍ଦିରରୁ ଶୋଭାଯାତ୍ରା ବାହାରିଛି। ପ୍ରାର୍ଥନା ପରିବାର ସହ ସାଧୁ ସନ୍ଥ, ଶ୍ରଦ୍ଧାଳୁ, ପ୍ରବଚକ, କଳାକାର ଓ କଣ୍ଠଶିଳ୍ପୀ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି।
ମାଲକାନଗିର(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ମାଓ ପୋଷ୍ଟର୍ ଓ ବ୍ୟାନର୍ ଲାଗିଥିବା ଦେଖିବାକୁ ମିଳିଛି। ର୍ନିବାଚନକୁ ବିରୋଧ କରି ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ତେଲୁଗୁ ଓ ଓଡ଼ିଆ ଭାଷାରେ ଏହି ବ୍ୟାନର୍ ଲଗାଯାଇଛି। ସ୍ୱାଧୀନତାର ୭୦ ବର୍ଷ ପରେ ବି ଏହାର ମହତ୍ତ୍ୱ ବୁଝି ପାରିଲେନି ବିଛିନ୍ନା଼ଚଳବାସୀ। ଏଣୁ ଏଥର ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ ଦେଇଛି ମାଓ ସଂଗଠନ। ନୂତନ ଗଣତନ୍ତ୍ର ନାଁରେ ଏହି […]
କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଗାଁ ଲୋକେ ରାସ୍ତା ଅବରୋଧ କରିବା ସହ ଥାନା ଭିତରେ ଧସେଇ ପଶିଥିଲେ। ମୃତକ ହେଲେ ମାଲେ ଗାଁର ଗୌରାଙ୍ଗ ଖିଲ। ସୋମବାର ରାତିରେ ଲମତାପୁଟଠାରୁ ୭ କି.ମି. ଦୂର ବଡ଼ପଡ଼ା ଗାଁ ପାଖରେ ଦୁଇଟି କାର୍ ମଧ୍ୟରେ ଦୁର୍ଘଟଣା ହୋଇଥିଲା। ଏତିକିବେଳେ ସଗର ଗାଁରୁ ଗୋରୁ ନେଇ ଆସୁଥିବା ଗୌରାଙ୍ଗଙ୍କ ଉପରକୁ ଦୁର୍ଘଟଣାଗ୍ରସ୍ତ କାର୍ଟି ମାଡ଼ିଯାଇଥିଲା। ଘଟଣାସ୍ଥଳରେ […]
ଭୁବନେଶ୍ୱର: ଅଲ୍ ଇଣ୍ଡିଆ ବାର୍ କାଉନସିଲ ଡାକରାରେ ରାଜ୍ୟ ବ୍ୟାପୀ ଆଇନଜୀବୀଙ୍କ ୨ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସୋମବାରଠୁ ଆରମ୍ଭ ହୋଇଛି। ଆନ୍ଦୋଳନର ଦ୍ୱିତୀୟ ଦିନରେ ଆଇନଜୀବୀମାନେ ବୀମା, ପେନସନ୍ ଓ ଷ୍ଟାଇପେଣ୍ଡ ଭଳି ଦାବିରେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଲିଗାଲ ସର୍ଭିସ୍ ଆକ୍ଟ ତୁରନ୍ତ ଲାଗୁ କରିବାକୁ ମଧ୍ୟ ଆଇନଜୀବୀମାନେ ଦାବି କରୁଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଓକିଲ ଭୁବନେଶ୍ୱରରେ ଏକାଠି ହୋଇ ରାଜଭବନଙ୍କୁ ଯାଇ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର […]
ଭୁବନେଶ୍ୱର: କୁଏତ୍ରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଖୁବ୍ ଧୁମ୍ଧାମରେ ଉତ୍କଳ ଦିବସ ପାଳନ କରିଛନ୍ତି। ଅତିଥି ଭାବେ ଗାୟକ ଶ୍ରୀଚରଣ ମହାନ୍ତି ଏହି ଉତ୍କଳ ଦିବସ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ମନଭରି ଉପଭୋଗ କରିଥିଲେ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆ। ବିଶେଷ କରି କୌନ କିତନେ ପାନି ମେ ଫିଲ୍ମର ରଙ୍ଗବତୀ ଗୀତରେ ଝୁମିଥିଲେ ସମସ୍ତେ। ପ୍ରବାସୀ ଓଡ଼ିଆ ଆସୋସିଏସନର ସଭାପତି ଅଶୋକ ଲେଙ୍କା ସଭାପତିତ୍ୱରେ କାର୍ଯ୍ୟକ୍ରମ ହୋଇଥିବା […]