• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

jagatsinghpur
ସରସ୍ୱତୀ ପୂଜା ଭସାଣ ଉତ୍ସବ ବେଳେ ଖଣ୍ଡଯୁଦ୍ଧ

ଜଗତସିଂହପୁର: ସରସ୍ୱତୀ ପୂଜା ଭସାଣ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ।  ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଦୁଇ ଗୋଷ୍ଠୀର ୧୦ଜଣ ଆହତ ହୋଇଛନ୍ତି। ଗତକାଲି ସରସ୍ୱତୀ ପୂଜା ଭସାଣ ବେଳେ କୁନ୍ଦୁପୁର ଗାଁରେ ଏହି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଆହତଙ୍କ ମଧ୍ୟରେ ବୃଦ୍ଧ ଓ ଛୋଟ ପିଲା ଅଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲିକୁଦା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

  • Tuesday, 20 July 2021
Capture 2
  ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଆଶା ମଉଳୁଛି

ବ୍ରହ୍ମପୁର : ଚିଟ୍‌ଫଣ୍ଡରେ ଲଗାଇଥିବା ଟଙ୍କା ଫେରି ପାଇବା ଆଶାରେ ବ୍ରହ୍ମପୁର ଗୋଲ୍ଡେନ୍ ଲ୍ୟାଣ୍ଡ ଚିଟ୍‌ଫଣ୍ଡ ଅଫିସ୍ ସମ୍ମୁଖରେ ଦୀର୍ଘ ୧୭ ଦିନ ଧରି ଜମାକାରୀ ଓ ଏଜେଣ୍ଟମାନେ ଅହୋରାତ୍ର ଧାରଣାରେ ବସି ରହିଛନ୍ତି । ଝାଳବୁହା ଟଙ୍କା ଫେରସ୍ତ ନ ପାଇବା ଯାଏ ଏପରି ଭାବେ ଧାରଣା ଜାରି ରହିବ ବୋଲି ସେମାନେ କୋହଭରା କଣ୍ଠରେ କହିଛନ୍ତି। ଗୋଲ୍ଡେନ୍ ଲ୍ୟାଣ୍ଡ ଚିଟ୍‌ଫଣ୍ଡ ସଂସ୍ଥା ୬ ବର୍ଷରେ୨ ଗୁଣ ଟଙ୍କା ମିଳିବାର ଆଶା ଦେଖାଇଥିଲା ।  ଏହାଦ୍ୱାରା […]

  • Tuesday, 20 July 2021
Capture 3
ଢେଙ୍କାନାଳରେ ହାତୀ ଉତ୍ପାତ

ଦନ୍ତା ଆକ୍ରମଣରେ ଲୋକେ ଆହତ

  • Tuesday, 20 July 2021
nayagarh
ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ; ଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଗାଁ ଲୋକେ

ନୟାଗଡ଼: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ କରିବା। ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ପିଇଟି ଶିକ୍ଷକଙ୍କୁ ଲୋକମାନେ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ବିଜିପୁର ଅଞ୍ଚଳରେ ଏପରି କିଛି ଘଟଣାକୁ ନେଇ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ପିଇଟି ଶିକ୍ଷକ ବିଶ୍ୱନାଥ ମୁଦୁଲି ସ୍ଥାନୀୟ ଅଞ୍ଚଳରେ ଟ୍ୟୁସନ୍‌ କରନ୍ତି। ତେବେ ଗତକାଲି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିଶ୍ୱନାଥ ଅସଦାଚରଣ କରିଥିବା ଅଭିଯୋଗ […]

  • Tuesday, 20 July 2021
representational image
ରାଜସ୍ଥାନରୁ ସମ୍ବଲପୁରର ନାବାଳିକା ଉଦ୍ଧାର ଘଟଣାର ନୂଆ ମୋଡ଼

ଭୁବନେଶ୍ୱର: ରାଜସ୍ଥାନରେ ବିକ୍ରି ହୋଇଥିବା ସମ୍ବଲପୁରର ଜଣେ ନାବାଳିକା ଉଦ୍ଧାର ଘଟଣାରେ ନୂଆ ମୋଡ଼। ନାବାଳିକା ଅପହରଣର ଲିଙ୍କ୍ ରାଜଧାନୀ ଭୁବନେଶ୍ୱରକୁ ଲମ୍ବିଥିବା ପୁଲିସ୍‌ ସୂଚନା ଦେଇଛି। ନାବାଳିକା ଜଣକୁ ରାଜସ୍ଥାନରେ ବିକ୍ରି ଘଟଣାରେ ଭୁବନେଶ୍ୱରର ଜଣେ ମହିଳା ଓ ଯୁବକଙ୍କ ହାତ ଥିବା ପୁଲିସ୍‌ କହିଛି। ପୁଲିସ୍‌ ସୂଚନା ମୁତାବକ, ନାବାଳିକା ଜଣକ ଚାକିରି ଅନ୍ୱେଷଣରେ ଭୁବନେଶ୍ୱର ଆସିଥିଲେ। ଭୁବନେଶ୍ୱର ରେଳ ଷ୍ଟେସନ ଅଞ୍ଚଳରେ ଜଣେ ଅଜଣା ମହିଳା ଓ ଯୁବକ ନାବାଳିକା ଜଣଙ୍କୁ ରାଜସ୍ଥାନର ସୁଖବୀର […]

  • Tuesday, 20 July 2021
bonai
୧୨ ଘଣ୍ଟିଆ ବଣାଇ ବନ୍ଦ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଆଜି ୪ଟି ବ୍ଲକରେ ବନ୍ଦ ପାଳନ କରାଯାଉଛି। ବଣାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ବନ୍ଦ ଡାକରାକୁ ବିଭିନ୍ନ ଦଳ ସମର୍ଥନ କରିଛନ୍ତି।  ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏ ଏହି  ବନ୍ଦ ପାଳନ ହେବ।

  • Tuesday, 20 July 2021
eci team
ଓଡ଼ିଶା ଗସ୍ତରେ ନିର୍ବାଚନ କମିଶନଙ୍କ ଟିମ୍‌

ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତୀୟ ନିର୍ବାଚନ କମିଶନ ଟିମ୍। ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ବିସ୍ତୃତ ସମୀକ୍ଷା କରିବେ। ଆଜି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଳାସ୍ତରର ନିର୍ବାଚନ ଅଧିକାରୀ, ଏସ୍‌ପିଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ମଧ୍ୟ କରିବେ […]

  • Tuesday, 20 July 2021
valentine's day
ଭାଲେଣ୍ଟାଇନ୍ସ ଡେ’ ପାଇଁ ରାଜଧାନୀରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆଜି ହେଉଛି ଭାଲେଣ୍ଟାଇନ୍ସ ଡେ’। ଏହି ଦିନକୁ ନେଇ ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ବହୁତ କ୍ରେଜ୍ ଦେଖିବାକୁ ମିଳିଥାଏ। ପ୍ରେମ ସପ୍ତାହର ଶେଷ ଦିନରେ ଆଜି ନିଜର ମନର ମଣିଷକୁ ହୃଦୟର କଥା କୁହାଯାଇଥାଏ। ଆଜିର ଦିନରେ ବିଭିନ୍ନ ଢଙ୍ଗରେ ପ୍ରେମୀ ଯୁଗଳ ନିଜର ପ୍ରେମ ପ୍ରକାଶ କରିଥାନ୍ତି। ପାର୍କ, ସିନେମା ହଲ୍‌ ଭଳି ସ୍ଥାନମାନଙ୍କରେ ପ୍ରେମୀ ଯୁଗଳଙ୍କୁ ଦେଖିବାକୁ ମିଳିଥାଏ।  ସେପଟେ ଭାଲେଣ୍ଟାଇନ୍ସ ଡେ’ କୁ ବିରୋଧ କରୁଥିବା ବଜରଙ୍ଗ ଦଳ ମଧ୍ୟ […]

  • Tuesday, 20 July 2021
brown sugar
ରାଜଧାନୀରୁ ବି ଟେକ୍‌ ଡିଗ୍ରୀଧାରୀ ଛାତ୍ରଙ୍କ ଠାରୁ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର: ରାଜଧାନୀରୁ ବି ଟେକ୍‌ ଡିଗ୍ରୀଧାରୀଙ୍କଠାରୁ ମିଳିଲା ଧଳା ଜହର। ଭୁବନେଶ୍ୱର ସାଲିଆସାହିରୁ ସମ୍ପୃକ୍ତ ଛାତ୍ରଙ୍କ ନିକଟରୁ ପ୍ରାୟ ୮୩ ଗ୍ରାମ ବ୍ରାଉନ୍‌ସୁଗାର ପୁଲିସ୍‌ ଜବତ କରିଛି। ବ୍ରାଉନ୍‌ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ବ୍ରାଉନ୍‌ସୁଗାର କାରବାରରେ ସଂପୃକ୍ତ ଡିଗ୍ରୀଧାରୀ ଛାତ୍ରଙ୍କୁ ଗିରଫ କରି ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି। ଟଙ୍କା ଲୋଭରେ ପଡ଼ି ସେ କିଛି ଦିନ ହେଲା ଏହି କାରବାର କରୁଥିବା ପୁଲିସ୍‌ କହିଛି। ଗତ କିଛି ଦିନ […]

  • Tuesday, 20 July 2021
congress
ହେମା ଗମାଙ୍ଗଙ୍କ ଘର ବାହୁଡ଼ାକୁ ନେଇ ଖୁସି ନୁହଁନ୍ତି କି ତାରା?

ଭୁବନେଶ୍ୱର: ପୂର୍ବତନ ସାଂସଦ ହେମା ଗମାଙ୍ଗଙ୍କ କଂଗ୍ରେସ ବାହୁଡ଼ାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ, ଏହାକୁ ନେଇ ପ୍ରତିକିୟା ରଖିଛନ୍ତି ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ତାରା ରୋକଠୋକ୍ କହିଛନ୍ତି, ହେମା ଦଳକୁ ଆସନ୍ତୁ କିନ୍ତୁ କୌଣସି ପଦ ପଦବୀ ଆଶା ରଖନ୍ତୁ ନାହିଁ। ଦଳକୁ କିଏ ଆସିଲା, କିଏ ଗଲା କୌଣସି ଫରକ ପଡିବନି ବୋଲି ସେ କହିଛନ୍ତି। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ହେମାଙ୍କ ଉପରେ ଲୋକେ […]

  • Tuesday, 20 July 2021
Migrant Labourers
ବିଶାଖାପାଟଣାରୁ ୧୫ଜଣ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର: ବିଶାଖାପାଟଣାରୁ ୧୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ବୟସ ୧୮ବର୍ଷରୁ କମ୍‌ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଇଟାଭାଟିରେ କାମ କରିବା ପାଇଁ ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ପାରିଆବେଢା ଗାଁର ୧୫ଜଣ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି। ଏପରିକି କାମ ବାବଦରେ ମଜୁରୀ ମଧ୍ୟ ମିଳୁ ନଥିଲା। ଏନେଇ ସେଠାକୁ କାମ କରିବାକୁ ଯାଇଥିବା ଜଣେ […]

  • Tuesday, 20 July 2021
eci
୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି

ଭୁବନେଶ୍ୱର: ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି। ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତୀୟ ନିର୍ବାଚନ କମିଶନ ଟିମ୍। ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବା ସହ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ପୃଥକ ପୃଥକ ଭାବେ ଆଲୋଚନା କରିବେ କମିଶନ। ଜିଲ୍ଳାସ୍ତରର ନିର୍ବାଚନ ଅଧିକାରୀ, ଏସ୍‌ପିଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ମଧ୍ୟ କରିବେ କମିଶନ। ଏଥିସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ […]

  • Tuesday, 20 July 2021
teachers
ଆସନ୍ତା ୨୦ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ

ଭୁବନେଶ୍ୱର: ସରକାରଙ୍କ ଉଦାସୀନତା ପ୍ରତିବାଦରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆସନ୍ତା ୨୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଏକ ଲକ୍ଷ ଶିକ୍ଷକ, କର୍ମଚାରୀ ବୁଦ୍ଧିଜୀବୀଙ୍କୁ ନେଇ ୨୦ ତାରିଖରେ ଲୋୟର ପିଏମ୍‌ଜି ଛକରେ ଏକ ମହାସମାବେଶ ଅନୁଷ୍ଠିତ ହେବ। ଏହାପରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ମିଳିତ ମଞ୍ଚ କହିଛି। ଏଥିସହ ଆଗାମୀ ନିର୍ବାଚନରେ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ହେବ ବୋଲି ମିଳିତ ମଞ୍ଚ […]

  • Tuesday, 20 July 2021
rahul gandhi
ବରଗଡ଼ ଆସିପାରନ୍ତି ରାହୁଲ ଗାନ୍ଧି; ଫୋକସ୍‌ରେ ଚାଷୀ

ବରଗଡ଼: ଚଳିତ ମାସ ଶେଷ ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବରଗଡ଼ ଜିଲ୍ଲା ଗସ୍ତରେ ଆସିପାରନ୍ତି। ବରଗଡ ଜିଲ୍ଲା ଏକ ଚାଷୀ ପ୍ରବଣ ଜିଲ୍ଲା ହୋଇଥିବାରୁ ସେ ବରଗଡ ଆସିବେ ବୋଲି ଗତକାଲି ବରଗଡ଼ ଗସ୍ତରେ ଯାଇଥିବା ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।  ତେବେ କେବେ ଆସିବେ ସେନେଇ ଚୂଡାନ୍ତ ତାରିଖ ଧାର୍ଯ୍ୟ ହୋଇନଥିବା ସେ କହିଛନ୍ତି। ଓଡ଼ିଶାରେ ବାମ ଦଳ ସହ କଂଗ୍ରେସ ମେଣ୍ଟ କରିପାରେ ବୋଲି ମଧ୍ୟ […]

  • Tuesday, 20 July 2021
rape
ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ଦୁଷ୍କର୍ମ କଲା ଦଶମ ଶ୍ରେଣୀ ଛାତ୍ର

ବାରିପଦା: ସପ୍ତାହ ଭିତରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି କଳଙ୍କିତ ଘଟଣା ଘଟିଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଜଣେ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛି। ଅଭିଯୁକ୍ତ ଦଶମ ଶ୍ରେଣୀ ଛାତ୍ର ପାଚେରୀ ଡେଇଁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ଶୌଚାଳୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ରବିବାର ସରସ୍ୱତୀ ପୂଜା ଥିଲା। ସେଥିପାଇଁ ଆଶ୍ରମ ସ୍କୁଲରେ ଉତ୍ସବର ମାହୋଲ୍‌ ଥିଲା। ପୂଜା ସରିବା ପରେ ଛାତ୍ରୀମାନେ ହଷ୍ଟେଲ୍‌କୁ ଫେରି ଥିଲେ। ତେବେ […]

  • Tuesday, 20 July 2021
police
ଖାକିରେ କଳଙ୍କ: ଲାଞ୍ଚ ନେଇ ଧରା ପଡ଼ିଲେ ପୁଲିସ୍‌ ବାବୁ

ଭୁବନେଶ୍ୱର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁଲିସ୍‌ ବାବୁ। ଅଭିଯୁକ୍ତ ପୁଲିସ୍‌ ବାବୁ ଜଣଙ୍କ ହେଲେ ଭୁବନେଶ୍ୱର ଧଉଳି ଥାନା ଏସ୍ଆଇ ପ୍ରଦୀପ ମହଲା। ଏକ ଜମିଜମା ସଂକ୍ରାନ୍ତ ମାମଲାରେ ଥାନା ପରିସରରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପ୍ରଦୀପ। ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ଏହାସହ ପ୍ରଦୀପଙ୍କ ଆୟବହିର୍ଭୁତ ସମ୍ପତ୍ତି ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ୨୦୧୩ରେ ସବ୍‌ଇନ୍ସପେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ପ୍ରଦୀପଙ୍କ […]

  • Tuesday, 20 July 2021
koraput
ମିସେସ୍‌ ଇଣ୍ଡିଆ ୨୦୧୯: ଓଡ଼ିଶାର ସ୍ନେହାଙ୍କୁ ବେଷ୍ଟ ଓ୍ୱାକ୍ କ୍ରାଉନ

ଭୁବନେଶ୍ୱର: ମିସେସ ଇଣ୍ଡିଆ ୨୦୧୯ରେ ଓଡ଼ିଆ ମହିଳା ସ୍ନେହା କମାଲ ଦେଖାଇଛନ୍ତି। କୋରାପୁଟ ଜିଲ୍ଲା ହାଲ ଟାଉନସିପରେ ଜନ୍ମିତ ସ୍ନେହା ରାଜସ୍ଥାନର ଜୟପୁରରେ ଶେଷ ହୋଇଥିବା ମିସେସ୍ ଇଣ୍ଡିଆ ବିୟୁଟି ପିଜାଣ୍ଟସରେ ବେଷ୍ଟ ଓ୍ୱାକ୍ କ୍ରାଉନ ଜିଣିଛନ୍ତି। ବିଜିନେସ୍, ଫର୍ମାଲ ପ୍ରଶ୍ନ ଉତ୍ତର, ଟ୍ୟାଲେଣ୍ଟ ଓ ଫିଟନେସ ରାଉଣ୍ଡରେ ଜୁରୀ ମେମ୍ବରଙ୍କୁ ଆକର୍ଷିତ କରି ଏହି କ୍ରାଉନ ଜିତିଛନ୍ତି ସ୍ନେହା। ଇଣ୍ଡିଆନ ଫ୍ୟାଶନ ଫିଏସ୍ତା ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସାରା ଦେଶରୁ ୨ ଶହରୁ […]

  • Tuesday, 20 July 2021
chit
ଚିଟ୍‌ଫଣ୍ଡ୍‌ ଘୋଟାଲା: ଜମାକାରୀଙ୍କୁ ଚିହ୍ନଟ ପାଇଁ ଆହୁରି ୨ରୁ ୩ ବର୍ଷ ଲାଗିବ

ଭୁବନେଶ୍ୱର: ରାଜ୍ୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଚିଟ୍‌ଫଣ୍ଡ୍‌ ଜମାକାରୀଙ୍କୁ ଚିହ୍ନଟ ଲାଗି ଆହୁରି ଦୁଇରୁ ତିନି ବର୍ଷ ସମୟ ଲାଗିବ। ଏବେ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ କ୍ଷୁଦ୍ର ଜମାକାରୀ ଚିହ୍ନଟ ସରିଛି। ଅବଶିଷ୍ଟ ଜମାକାରୀଙ୍କୁ ଚିହ୍ନଟ ଲାଗି ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ ଜଷ୍ଟିସ ଏମ୍‌. ଏମ୍‌ ଦାସ। ରାଜ୍ୟ ସରକାରଙ୍କୁ ଆଜି ଷଷ୍ଠ ଅନ୍ତରୀଣ ରିପୋର୍ଟ ପ୍ରଦାନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କମିଶନ ଏହି ସୂଚନା ଦେଇଛନ୍ତି। ଷଷ୍ଠ ଅନ୍ତରୀଣ […]

  • Tuesday, 20 July 2021
cbi
ସିବିଆଇ-ପୁଲିସ୍‌ ଏକା ସାଙ୍ଗରେ ହୋଇଗଲେ ଚୁପ୍‌: କେନ୍ଦ୍ର-ରାଜ୍ୟ ସଲାସୁତରା ନା ଆଉ କିଛି ?

ଭୁବନେଶ୍ୱର: ଗତକିଛି ଦିନ ତଳେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କ ଆଡ଼କୁ ବଢୁଥିବା ସିବିଆଇର ପାଦରେ ସତେ ଯେମିତି କିଏ ବ୍ରେକ୍ ଲଗାଇ ଦେଇଛି। ଏମିତି ଲାଗୁଛଇ ପୁଣି ଶିଥିଳ ପଡ଼ି ଯାଇଛି ସିବିଆଇର ଚିଟ୍‌ଫଣ୍ଡ ତଦନ୍ତ। ସେହିପରି ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କ ଆଡ଼କୁ ବଢୁଥିବା ପୁଲିସ ମଧ୍ୟ ଚୁପ୍‌ ହୋଇଯାଇଛି। ଯାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଫେବୃଆରୀ ୭ ଓ ୯ ତାରିଖରେ […]

  • Tuesday, 20 July 2021
pm
ଆୟୁଷ୍ମାନ ଭାରତ ଦଶା ଭୋଗିବ କି ପିଏମ୍-କିଷାନ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପିଏମ୍-କିଷାନ ଯୋଜନା କାର୍ଯ୍ୟକାରିତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ‘କାଳିଆ’ ଯୋଜନା ପାଇଁ ରାଜ୍ୟ ସରକାର ଯେଭଳି ତତ୍ପରତା ଦେଖାଉଛନ୍ତି, ପିଏମ୍ କିଷାନ କ୍ଷେତ୍ରରେ ସେଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ। ରାଜ୍ୟ କୃଷି ସଚିବ କହିଛନ୍ତି, “ଓଡିଶା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍‌ ଏପର୍ଯ୍ୟନ୍ତ ମିଳିନାହିଁ। ସେପଟେ ‘କାଳିଆ’ ଯୋଜନା ଭଳି ପିଏମ୍-କିଷାନରେ ଭାଗଚାଷୀ ଓ ଭୂମିହୀନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ରାଜନୀତି ତେଜିବାରେ ଲଶଗିଛି। ଯୋଜନା ଅଟକାଇବାକୁ […]

  • Tuesday, 20 July 2021
baijayanta
ବୈଜୟନ୍ତଙ୍କ ବିରୋଧରେ ମନି ଲଣ୍ଡ୍ରିଂ ଅଭିଯୋଗ ଲୋକସଭାରେ ଉଠାଇଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ଫାଙ୍କି ଓ ବିଦେଶରୁ ବେଆଇନ୍‌ ଉପାୟରେ ପୁଞ୍ଜି ଆଣିବା ଅଭିଯୋଗକୁ ଲୋକସଭାରେ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଥିବା ଭର୍ତ୍ତୃହରି ଆଜି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, “ବୈଜୟନ୍ତଙ୍କ ବିରୋଧରେ ମନି ଲଣ୍ଡ୍ରିଂ ତଥା ବିଦେଶୀ ମୁଦ୍ରା ବିନିମୟ ଆଇନ ବା ଫେମା ଉଲ୍ଲଂଘନ ଭଳି ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ବୈଜୟନ୍ତ ବିଦେଶରେ ଆକାଉଣ୍ଟ […]

  • Tuesday, 20 July 2021
saran
ସାରନା ଧର୍ମକୁ ସରକାରୀ ମାନ୍ୟତା ଦାବି

ରାଇରଙ୍ଗପୁର: ସାରନା ଧର୍ମକୁ ସରକାରୀ ମାନ୍ୟତା ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆଦିବାସୀ ସେଙ୍ଗେଲ ଅଭିଯାନ ଓ ଝାରଖଣ୍ଡ ଦିଶମ ପାର୍ଟି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଶୋଭାଯାତ୍ରା କରାଯାଇଛି। ସାରନା ଧର୍ମକୁ ସରକାରୀ ମାନ୍ୟତା ସହିତ ସ୍ୱତନ୍ତ୍ର କୋଡ ପ୍ରଦାନ, ସାନ୍ତାଳୀ ଭାଷାକୁ ରାଜ୍ୟର ଦ୍ୱିତୀୟ ଭାଷାର ମାନ୍ୟତା ଆଦି ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ତାଙ୍କ ଦାବି ପୂରଣ କଲେ […]

  • Tuesday, 20 July 2021
bhanjanagar
 ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ଧାନ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜାମପଲ୍ଲୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ଯାଇଛି। ଗାଁର ରମେଶ ପ୍ରଧାନଙ୍କର ୪ଟି ଧାନ ଗଦା ଓ ମଧୁ ଅଳତିଆଙ୍କର ଗୋଟିଏ ଧାନଗଦା ଜଳି ଧ୍ୱଂସ ହୋଇଯାଇଛି। ଅଗ୍ନିକାଣ୍ଡରେ ୫ ଏକର ଜମିର ଧାନ ନଷ୍ଟ ହୋଇଯାଇଛି। ଜାମପଲ୍ଲୀ ଗାଁ ବିଲରେ ଏହି ଧାନ ଗଦା ଦିଆଯାଇଥିଲା। ସକାଳୁ ବିଲକୁ ଯିବା ପରେ ରମେଶ ଓ ମଧୁ ନିଆଁ ଲାଗିଥିବା ଜାଣିବା ପାଇଥିଲେ। ଏହାପରେ ଦମକଳ ଗାଡ଼ି ପହଞ୍ଚି […]

  • Tuesday, 20 July 2021
jajpur
ଜମି ବିବାଦକୁ ନେଇ ପିଟାପିଟି ହେଲେ ଦୁଇ ଗୋଷ୍ଠୀ

ଯାଜପୁର: ଜମିବାଡି ବିବାଦକୁ କେନ୍ଦ୍ର କରି ଯାଜପୁର ଜିଲ୍ଲା ଚଇନିହୁଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗାଁର ପିତାମ୍ବର ନାୟକ ଓ ରତ୍ନାକର ନାୟକଙ୍କ ପରିବାର ମଧ୍ୟରେ ବହୁଦିନରୁ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ଜମିରେ ବାଡ ବସାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲେ। ଏହାକୁ ନେଇ ଛଭୟ ପକ୍ଷ ପିଟାପିଟି […]

  • Tuesday, 20 July 2021
subarnrekha
ସୁବର୍ଣ୍ଣରେଖା ବନ୍ଦର ପାଇଁ ଇଞ୍ଚେ ଜାଗା ଦେବାକୁ ମନାକଲେ ସ୍ଥାନୀୟ ବାସିନ୍ଦା

ବାଲେଶ୍ୱର: ପ୍ରସ୍ତାବିତ ସୁବର୍ଣରେଖା ବନ୍ଦରକୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଚୌମୁଖ ଅଞ୍ଚଳବାସୀ ଜୋରଦାର ବିରୋଧ କରିଛନ୍ତି। ଏହାସହ ଭିଟାମାଟି ଛାଡ଼ିବାକୁ ସଫା ସଫା ମନା କରିଦେଇଛନ୍ତି। ୨୦୦୮ରେ ବିରୋଧ ଯୋଗୁ ପ୍ରକଳ୍ପ କାମ ଆଗକୁ ବଢ଼ିନଥିଲା। ସାଧାରଣ ନିର୍ବାଚନର ଦିନ କେଇଟା ପୂର୍ବରୁ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି। ହେଲେ କୌଣସି ସ୍ଥିତିରେ ବନ୍ଦର କାମ କରାଇ ନଦେବାକୁ ଗ୍ରାମବାସୀ ଅଡ଼ି ବସିଛନ୍ତି। ସୂଚନାଯୋଗ୍ୟ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାଲେଶ୍ୱର […]

  • Tuesday, 20 July 2021