
ଭଦ୍ରକ: ବାଲେଶ୍ୱର- ଭଦ୍ରକ ସମବାୟ ବ୍ୟାଙ୍କର ଜୋନାଲ ମ୍ୟାନେଜର ଅଜିତ କୁମାର ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ସମ୍ପତ୍ତି ଠୁଳ ଅଭିଯୋଗରେ ହୋତାଙ୍କ ଭଦ୍ରକ ସହର ଉପକଣ୍ଠ ନଳାଙ୍ଗ ବାସଭବନରେ ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି । ଚଢାଉ ବେଳେ ଅଜିତଙ୍କ ଘରୁ ନଗଦ ୨ ଲକ୍ଷ ଟଙ୍କା ମିଳିଛି । ଏହାଛଡ଼ା ଆଉ ତିନିଟି ଜାଗାରେ ମଧ୍ୟ ଚଢ଼ଉ ଜାରି ରହିଛି । ଆସନ୍ତା ୨୨ରେ ଅଜିତଙ୍କ […]
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ମୋଟ ୨୯ ଜଣଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି। ସୁନୀଲ ରାଏଙ୍କୁ ଗୁଇନ୍ଦା ବିଭାଗ ସ୍ପେଶାଲ ଡିଜି କରାଯାଇଛି। ବିନୟାନନ୍ଦ ଝାଙ୍କୁ OHRC ନିର୍ଦ୍ଦେଶକ ଭାବେ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ସିଦ୍ଧାର୍ଥ ନରଭଣେ ହୋଇଛନ୍ତି HRPC ଏଡିଜି। ମହେନ୍ଦ୍ର ପ୍ରତାପଙ୍କୁ ଜେଲ ବିଭାଗ ଏଡିଜି ଦାୟିତ୍ୱ ମିଳିଥିବା ବେଳେ ସଞ୍ଜୀବ ପଣ୍ଡା ହୋଇଛନ୍ତି ଆଇନ ଶୃଙ୍ଖଳା ବିଭାଗର ଏଡିଜି। ଅମିତାଭ ଠାକୁରଙ୍କୁ ଏସ୍ଏପିର […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଭେନସ ଗାଁରେ ମାଓବାଦୀମାନେ ବର୍ବରକାଣ୍ଡ ଘଟାଇଛନ୍ତି। ସେମାନେ ଘରୁ ଡାକି ନେଇ ଟୁନୁ ଗଣ୍ଡ ନାମକ ଯୁବକଙ୍କୁ ଗାଁ ମୁଣ୍ଡରେ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟା ପରେ ମୃତଦେହ ପାଖରେ ମାଓବାଦୀମାନେ ଲାଲ୍ କାଳିରେ ଲେଖା ଥିବା ଏକ ଚିଠି ଛାଡ଼ି ଯାଇଛନ୍ତି। ଏଥିରେ ଅଭିଯୋଗ କରାଯାଇଛି ଯେ, ଟୁନୁ ଗଣ୍ଡ ପୋଲିସ ଇନଫର୍ମର ଭାବେ କାମ କରୁଥିଲେ। ଛତିଶଗଡ଼ ସୀମାନ୍ତରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା […]
ବାଲେଶ୍ୱର: ବାଲେଶ୍ୱର ରାଣୀପାଟଣା ବ୍ୟାଙ୍କ କଲୋନୀରେ ଗତକାଲି ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଘର ଭିତରେ ଗୋଟିଏ ବିଛଣାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇ ଦୁଇଟି ମୃତଦେହ ପଡ଼ିଛି। ସେମାନଙ୍କ ଉପରେ ଏକ କମ୍ୱଳ ଘୋଡ଼ା ଯାଇଛି। ଏହି ହତ୍ୟାକାଣ୍ଡ ନେଇ କାହା ପାଖରେ କୌଣସି ଖବର ନଥିବା ବେଳେ ମୃତ ମହିଳା ଲକ୍ଷ୍ମୀପ୍ରିୟା ସାହୁଙ୍କ ପରିବାର ଲୋକେ ତାଙ୍କ ଜ୍ୱାଇଁ କୈଳାସ(ଲକ୍ଷ୍ମୀପ୍ରିୟାଙ୍କ ପତି)ଙ୍କ ଉପରକୁ ସିଧାସଳଖ ଅଙ୍ଗୁଳି ଉଠାଇଛନ୍ତି। ଅନ୍ୟପକ୍ଷରେ ସେ ହତ୍ୟା କରିଥିବା ପୁଲିସ […]
ଭୁବନେଶ୍ୱର: କଂଗ୍ରେସକୁ ପୁଣିଥରେ ଫେରିବେ ପୂର୍ବତନ ସାଂସଦ ହେମା ଗମାଙ୍ଗ। ହେମା ଗମାଙ୍ଗ କଂଗ୍ରେସକୁ ଫେରିବା ନେଇ ସଙ୍କେତ ଦେଇଛନ୍ତି। କଂଗ୍ରେସର ବରିଷ୍ଠ ନେତାଙ୍କୁ ଭେଟିବା ପାଇଁ ସେ ଏବେ ଦିଲ୍ଲୀରେ ଅଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗମାଙ୍ଗ ଆଗରୁ କଂଗ୍ରେସ ସାଂସଦ ମଧ୍ୟ ଥିଲେ। ପରେ ସେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ। ୨୦୧୭ ମସିହା ଏପ୍ରିଲ ୨୭ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ଛାଡ଼ିବା ନେଇ ହେମା ୭ଟି କାରଣ ଦର୍ଶାଇଥିଲେ। […]
ଭୁବନେଶ୍ୱର: ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ ଲାଗି ସରକାରଙ୍କ ପଦକ୍ଷେପ। ଆସନ୍ତା ୧୫ ତାରିଖରେ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷରୁ ୫ଲକ୍ଷ ଭୂମିହୀନ ଚାଷୀଙ୍କୁ ଆସନ୍ତା ୧୫ ତାରିଖରେ ୫ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ। ଏହାପରେ ୨୨ ତାରିଖରେ ପାଖାପାଖି ୧୪ ଲକ୍ଷ କ୍ଷୁଦ୍ର ଚାଷୀଙ୍କୁ ମଧ୍ୟ କାଳିଆ ଯୋଜନାରେ ସହାୟତା ପ୍ରଦାନ କରାଯିବ। କାଳିଆ […]
ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ‘ପ୍ରାର୍ଥନା’ ଚ୍ୟାନେଲ୍ ପକ୍ଷରୁ ଏକ ଭିନ୍ନ ଧରଣର ପ୍ରୟାସ ଆରମ୍ଭ କରାଯାଇଛି। ଚ୍ୟାନେଲ୍ ପକ୍ଷରୁ ଆଜି ‘ଚାଲ କ୍ଷେତ୍ର ଯିବା’ ଶୀର୍ଷକ ପଦଯାତ୍ରାର ଶୁଭାରମ୍ଭ କରାଯାଇଛି। ଆଜିଠୁ ଆସନ୍ତା ୧୫ ତାରିଖ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ। ଆଜି ପ୍ରଥମ ଦିନରେ ହୀରାପୁରର ଚଉଷଠୀ ଯୋଗିନୀ ମନ୍ଦିରରୁ ଶୋଭାଯାତ୍ରା ବାହାରିଛି। ପ୍ରାର୍ଥନା ପରିବାର ସହ ସାଧୁ ସନ୍ଥ, ଶ୍ରଦ୍ଧାଳୁ, ପ୍ରବଚକ, କଳାକାର ଓ କଣ୍ଠଶିଳ୍ପୀ ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି।
ମାଲକାନଗିର(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳରେ ମାଓ ପୋଷ୍ଟର୍ ଓ ବ୍ୟାନର୍ ଲାଗିଥିବା ଦେଖିବାକୁ ମିଳିଛି। ର୍ନିବାଚନକୁ ବିରୋଧ କରି ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ତେଲୁଗୁ ଓ ଓଡ଼ିଆ ଭାଷାରେ ଏହି ବ୍ୟାନର୍ ଲଗାଯାଇଛି। ସ୍ୱାଧୀନତାର ୭୦ ବର୍ଷ ପରେ ବି ଏହାର ମହତ୍ତ୍ୱ ବୁଝି ପାରିଲେନି ବିଛିନ୍ନା଼ଚଳବାସୀ। ଏଣୁ ଏଥର ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ସ୍ଥାନୀୟ ଲୋକଙ୍କୁ ଆହ୍ୱାନ ଦେଇଛି ମାଓ ସଂଗଠନ। ନୂତନ ଗଣତନ୍ତ୍ର ନାଁରେ ଏହି […]
କୋରାପୁଟ : କୋରାପୁଟ ଜିଲ୍ଲା ଲମତାପୁଟରେ ସଡ଼କ ଦୁର୍ଘଟଣାରେ ଜଣକର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଗାଁ ଲୋକେ ରାସ୍ତା ଅବରୋଧ କରିବା ସହ ଥାନା ଭିତରେ ଧସେଇ ପଶିଥିଲେ। ମୃତକ ହେଲେ ମାଲେ ଗାଁର ଗୌରାଙ୍ଗ ଖିଲ। ସୋମବାର ରାତିରେ ଲମତାପୁଟଠାରୁ ୭ କି.ମି. ଦୂର ବଡ଼ପଡ଼ା ଗାଁ ପାଖରେ ଦୁଇଟି କାର୍ ମଧ୍ୟରେ ଦୁର୍ଘଟଣା ହୋଇଥିଲା। ଏତିକିବେଳେ ସଗର ଗାଁରୁ ଗୋରୁ ନେଇ ଆସୁଥିବା ଗୌରାଙ୍ଗଙ୍କ ଉପରକୁ ଦୁର୍ଘଟଣାଗ୍ରସ୍ତ କାର୍ଟି ମାଡ଼ିଯାଇଥିଲା। ଘଟଣାସ୍ଥଳରେ […]
ଭୁବନେଶ୍ୱର: ଅଲ୍ ଇଣ୍ଡିଆ ବାର୍ କାଉନସିଲ ଡାକରାରେ ରାଜ୍ୟ ବ୍ୟାପୀ ଆଇନଜୀବୀଙ୍କ ୨ ଦିନିଆ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସୋମବାରଠୁ ଆରମ୍ଭ ହୋଇଛି। ଆନ୍ଦୋଳନର ଦ୍ୱିତୀୟ ଦିନରେ ଆଇନଜୀବୀମାନେ ବୀମା, ପେନସନ୍ ଓ ଷ୍ଟାଇପେଣ୍ଡ ଭଳି ଦାବିରେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ଲିଗାଲ ସର୍ଭିସ୍ ଆକ୍ଟ ତୁରନ୍ତ ଲାଗୁ କରିବାକୁ ମଧ୍ୟ ଆଇନଜୀବୀମାନେ ଦାବି କରୁଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଓକିଲ ଭୁବନେଶ୍ୱରରେ ଏକାଠି ହୋଇ ରାଜଭବନଙ୍କୁ ଯାଇ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର […]
ଭୁବନେଶ୍ୱର: କୁଏତ୍ରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଖୁବ୍ ଧୁମ୍ଧାମରେ ଉତ୍କଳ ଦିବସ ପାଳନ କରିଛନ୍ତି। ଅତିଥି ଭାବେ ଗାୟକ ଶ୍ରୀଚରଣ ମହାନ୍ତି ଏହି ଉତ୍କଳ ଦିବସ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ। ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ୍ ମନଭରି ଉପଭୋଗ କରିଥିଲେ ସେଠାରେ ରହୁଥିବା ପ୍ରବାସୀ ଓଡ଼ିଆ। ବିଶେଷ କରି କୌନ କିତନେ ପାନି ମେ ଫିଲ୍ମର ରଙ୍ଗବତୀ ଗୀତରେ ଝୁମିଥିଲେ ସମସ୍ତେ। ପ୍ରବାସୀ ଓଡ଼ିଆ ଆସୋସିଏସନର ସଭାପତି ଅଶୋକ ଲେଙ୍କା ସଭାପତିତ୍ୱରେ କାର୍ଯ୍ୟକ୍ରମ ହୋଇଥିବା […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଭୁବନେଶ୍ୱର ସହିଦନଗର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଭୀମଟାଙ୍ଗି ଅଞ୍ଚଳର ଇତିଶ୍ରୀ ମିଶ୍ର(୪୯) ନାମକ ଜଣେ ମହିଳା ଚିକିତ୍ସିତ ହେଉଥିଲେ। ତେବେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା। ଭୁଲ୍ ଚିକିତ୍ସା ଅଭିଯୋଗ ଆଣି ଇତିଶ୍ରୀଙ୍କ ସମ୍ପର୍କୀୟ ପାଟିତୁଣ୍ଡ କରିଥିଲେ। ତେବେ ବୁଝାସୁଝା ପରେ ପରିବାର ଲୋକେ ମୃତଦେହ ନେଇଥିଲେ। ସୂଚନା ଅନୁସାରେ, ଇତିଶ୍ରୀ ଫୁସ୍ଫୁସ୍ […]
ଢେଙ୍କାନାଳ: ଚାରି ଦଫା ଦାବିରେ ଆଜି ବିଜେପି ପକ୍ଷରୁ ଢେଙ୍କାନାଳ ସହରରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଢେଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ଢେଙ୍କନାଳ ସହରର ବାଜି ରାଉତ ଛକରେ ଥିବା ପୁରାତନ ଜିଲ୍ଲା ଚିକିତ୍ସାଳୟକୁ ସିଟି ହସ୍ପିଟାଲ ମାନ୍ୟତା ପ୍ରଦାନ, ନୂତନ ହସ୍ପିଟାଲରେ ଆବଶ୍ୟକ ଅନୁସାରେ ଡାକ୍ତର ଓ ନର୍ସ ନିଯୁକ୍ତି, ମେଡିକାଲ୍ ପାଖରେ ପୁଲିସ୍ ଫାଣ୍ଡି ପ୍ରତିଷ୍ଠା ଓ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ପ୍ରଚଳନ […]
ମୋହନା(ମିହିର ଜତି): ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଗଜପତି ଆର.ଉଦୟଗିରି ବାଦପୁର ଘାଟିରେ ଏଭଳି ଅଘଟଣ ଘଟିଛି। ସୂଚନା ଅନୁସାରେ, ମୋହନା ଟାଙ୍ଗିପାଲିପଦର ଗାଁର ସୁବାଷ ନାୟକ ତାଙ୍କ ଝିଅର ନାମ ଲେଖାଇବା ପାଇଁ ପତ୍ନୀ ଓ ଝିଅଙ୍କ ସହିତ ବଡ଼ପଦା ସ୍କୁଲକୁ ଯାଉଥିଲେ। ରାସ୍ତାରେ ଉଭୟ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ସୁବାଷ ରାଗି ଯାଇ ସ୍ତ୍ରୀକୁ ହତ୍ୟା କରି କଲଭଟ୍ ତଳେ […]
ଭୁବନେଶ୍ୱର:ସାଧାରଣ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି କଂଗ୍ରେସର କସରତ । ଚୂଡ଼ାନ୍ତ ପ୍ରାର୍ଥୀ ଚୟନ ତଥା ନିର୍ବାଚନ ରଣନୀତି ନେଇ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଦେଶ କଂଗ୍ରେସ। ଏନେଇ କଂଗ୍ରେସର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୁଧବାର କମିଟି ଅଧ୍ୟକ୍ଷ ଭି. ଡ଼ି. ସାଥୀସାନ ଓ ସଦସ୍ୟ ନୌସାଦ ସୋଲାଙ୍କି ଓଡ଼ିଶାରେ ପହଞ୍ଚିବେ। ସେମାନଙ୍କ ଦୁଇ ଦିନିଆ ଗସ୍ତ ଅବସରରେ ଭୁବନେଶ୍ୱରରେ ବୈଠକ ହେବ। ଏହି ବୈଠକରେ ସେମାନେ ଭୁବନେଶ୍ୱର, କଟକ, ପୁରୀ […]
ଭବାନୀପାଟଣା: ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ପ୍ରଦାନ ଦାବିରେ ଭବାନୀପାଟଣାରେ ଆଜି ବନ୍ଦ ଡାକରା ଦିଆଯାଇଛି। ଫଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରରେ ଦୋକାନବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହି ବନ୍ଦରୁ ବାଦ୍ ଦିଆଯାଇଛି। ଜନ୍ମ ମାଟି ସୁରକ୍ଷା ସଂଗ୍ରାମ ସମିତି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି।
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଚିଠିରେ ମୁଖ୍ୟମନ୍ତ୍ରୀ ପିଏମ୍-କିଷାନ ଯୋଜନାକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୮ ମସିହା ଡିସେମ୍ବର ମାସରେ ଚାଷୀଙ୍କ କଲ୍ୟାଣ ପାଇଁ କାଳିଆ ଯୋଜନାକୁ ରାଜ୍ୟ ସରକାର ଅନୁମୋଦନ କରିଥିଲେ। ଏହା ପ୍ରଗତିଶୀଳ ଓ ଲୋକାଭିମୁଖୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ରାଜ୍ୟର ପ୍ରାୟ ୯୨ ପ୍ରତିଶତ କୃଷକ, ଭାଗ ଚାଷୀ, ଭୂମିହୀନ କୃଷି ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଭୂମିହୀନ […]
କୋଣାର୍କ: ଆଜି ମାଘ ସପ୍ତମୀ। ଏହି ଅବସରରେ ଆଜି କୋଣାର୍କ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଭୋର ୩ଟା ୫୦ରେ ତିନି ଠାକୁରଙ୍କ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି ହୋଇଥିଲା। ଏହାପରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁ, ସନ୍ଥ ମାନେ ସାହି ସ୍ନାନ କରିଥିଲେ। ପରେ ଭୋର ୪ଟା ୧୦ ମିନିଟ୍ରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିଲେ। ଏହି ଦିନରେ ବୁଡ଼ ପକାଇଲେ ପାପକ୍ଷୟ ହେବା ସହିତ ରୋଗରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି। ପରମ୍ପରା […]
ଭୁବନେଶ୍ୱର: ବ୍ରାଉନସୁଗାର କାରବାରରେ ଲିପ୍ତ ଥିବା ଅଭିଯୋଗରେ ପୁଲିସ୍ ଇନଫର୍ମର କ୍ଷୀରୋଦ ସାହୁ ଧରାପଡିଛନ୍ତି। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର କ୍ଷିରୋଦଙ୍କ ନିକଟରୁ ୧୦୫ ଗ୍ରାମ୍ର ବ୍ରାଉନସୁଗାର ପୁଲିସ ଜବତ କରିଛି। କିଛି ବର୍ଷ ଧରି ସେ ଏହି କାରବାରରେ ଲିପ୍ତ ଥିବା ଜଣାପଡିଛି। କ୍ଷିରୋଦ କୁମାର ପୁଲିସ୍ ଇନଫର୍ମର ଥିବା ଖୋଳତାଡ଼ରୁ ଜଣାପଡିଛି। ନିଜେ ବ୍ରାଉନସୁଗାର ବ୍ୟବସାୟୀ ହୋଇଥିବାବେଳେ ଅନ୍ୟ ବ୍ରାଉନସୁଗାର ବ୍ୟବସାୟୀଙ୍କ ସମ୍ପର୍କରେ ସେ ପୁଲିସକୁ ସୁଚନା ଦେଉଥିଲେ ବୋଲି ଜଣାଯାଇଛି । କ୍ଷିରୋଦଙ୍କ ସୂଚନାକୁ […]
ବରଗଡ଼ : ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ ମାମଲାରେ ସୋହେଲା ଥାନା ଏଏସ୍ଆଇ ଓ ତାଙ୍କ ସହଯୋଗୀ ଗିରଫ ହୋଇଛନ୍ତି। ଏଏସ୍ଆଇ ବନମାଳୀ କୁଅଁର ଓ ଅନ୍ୟତମ ଅଭିଯୁକ୍ତ କୈବଲ୍ୟ ନାଗଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ଏହି ଘଟଣାରେ ଏଏସ୍ଆଇ କୁଅଁରଙ୍କୁ ବରଗଡ଼ ଏସ୍ପି ନିଲମ୍ବନ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୮ ତାରିଖରେ ମେଲଛାମୁଣ୍ଡା ଅଞ୍ଚଳର ଜଣେ ନାବାଳିକା ଟିଉସନକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପୁଲିସ୍ ତାଙ୍କୁ ସୋହେଲାରୁ […]
ରାଉରକେଲା : ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଟିସିଆଇ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଯୁବତୀଙ୍କ ଜୀବନ ଯାଇଛି। ସ୍କୁଟିରେ ଯାଉଥିବା ୨ ଯୁବତୀଙ୍କୁ ଏକ ଟ୍ରେଲର ପିଟି ଦେବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇ ଟ୍ରେଲର ଡ୍ରାଇଭର ଗାଡ଼ି ସହ ଫେରାର ହୋଇଯାଇଛନ୍ତି । ସଙ୍ଗେ ସଙ୍ଗେ ଯୁବତୀ ଦୁଇଜଣଙ୍କୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସ୍କୁଟିରେ ନମ୍ବର ଲେଖା ନ […]
ଭୁବନେଶ୍ୱର: ପ୍ରାଇସ୍, ପ୍ରେଷ୍ଟିଜ, ପେନସନ୍ ଦାବିରେ ରାଜ୍ୟ ସାରା ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି। ହକ୍ ଦେବାରେ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଭିନ୍ନ ଭିନ୍ନ ସ୍ଥାନରେ ଚାଷୀମାନେ ରାସ୍ତା ଅବରୋଧ କରିଛନ୍ତି। କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ନିକଟରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଏଥିଯୋଗୁ ଯାନବାହନ ଚଳାଚଳ ବାଧାପ୍ରପ୍ତ ହୋଇଛି। ଏହାବ୍ୟତୀତ ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ଭୁବନେଶ୍ୱରକୁ ଆସୁଥିବା ପରିବା ବୋଝେଇ ଗାଡ଼ିଗୁଡିକୁ […]
ମାଲକାନଗିରି: ଓଲଟି ପଡ଼ିଲା ପିକ୍ଅପ୍ ଭ୍ୟାନ୍। ମାଲକାନଗିରି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ମାଲକାନଗିରି-ଗୋବିନ୍ଦପାଲ୍ଲୀ ରାସ୍ତାର ପାଙ୍ଗାମ ନିକଟରେ ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି। କେଉଁ କାରଣରୁ ଏ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ି ନାହିଁ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମିଳିଥିବା ସୂଚନା ଅନୁଯାୟୀ, […]
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଝାରସୁଗୁଡ଼ାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସହରର ତାପମାତ୍ରା ୧୦ ଡିଗ୍ରୀ ଓ ୧୦ଡିଗ୍ରୀ ଉପରେ ରହିଛି। ଗତକାଲି ରାତିରେ ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା ୯.୫ ରେକର୍ଡ କରାଯାଇଥିଲା। ପ୍ରାୟ ସପ୍ତାହେ ପରେ ତାପମାତ୍ରା ସ୍ୱାଭାବିକ ଠାରୁ ଉପରେ ହୋଇଯିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୪ ଦିନ […]
ବ୍ରହ୍ମପୁର: ବ୍ରହ୍ମପୁରରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ୍(ବିଏମ୍ସି)ର ପ୍ରୟାସ। ସହରର ୫ଟି ଜାଗାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍। ପ୍ରଥମେ ଟାଟାବେଞ୍ଜ ଛକ, ପି.ଭି.ଏନ୍. ରାଓ ପେଟ୍ରୋଲ ପମ୍ପ, କମାପଲ୍ଲୀ ଛକ, ଗେଟ୍ବଜାର ଓ କୋର୍ଟପେଟା ଛକରେ ଏହି ବ୍ୟବସ୍ଥା ଆରମ୍ଭ ହେବ। ସେଠାରେ ସିସିଟିଭି କ୍ୟାମେରା ସହ ଅଟୋମେଟେଡ ସୋଲାର ଟ୍ରାଫିକ ଲାଇଟ୍ ଲାଗିବ। ଟ୍ରାଫିକ ଗହଳିକୁ ଦେଖି ଜଳିବ ଗ୍ରୀନ୍ ଓ ରେଡ୍ ଲାଇଟ୍। ମୁଖ୍ୟ […]