ଭୁବନେଶ୍ୱର: ରାଜଧାନୀରୁ ବି ଟେକ୍ ଡିଗ୍ରୀଧାରୀଙ୍କଠାରୁ ମିଳିଲା ଧଳା ଜହର। ଭୁବନେଶ୍ୱର ସାଲିଆସାହିରୁ ସମ୍ପୃକ୍ତ ଛାତ୍ରଙ୍କ ନିକଟରୁ ପ୍ରାୟ ୮୩ ଗ୍ରାମ ବ୍ରାଉନ୍ସୁଗାର ପୁଲିସ୍ ଜବତ କରିଛି। ବ୍ରାଉନ୍ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ବୋଲି ଜଣାପଡିଛି। ବ୍ରାଉନ୍ସୁଗାର କାରବାରରେ ସଂପୃକ୍ତ ଡିଗ୍ରୀଧାରୀ ଛାତ୍ରଙ୍କୁ ଗିରଫ କରି ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ଟଙ୍କା ଲୋଭରେ ପଡ଼ି ସେ କିଛି ଦିନ ହେଲା ଏହି କାରବାର କରୁଥିବା ପୁଲିସ୍ କହିଛି। ଗତ କିଛି ଦିନ […]
ଭୁବନେଶ୍ୱର: ପୂର୍ବତନ ସାଂସଦ ହେମା ଗମାଙ୍ଗଙ୍କ କଂଗ୍ରେସ ବାହୁଡ଼ାକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ, ଏହାକୁ ନେଇ ପ୍ରତିକିୟା ରଖିଛନ୍ତି ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି। ତାରା ରୋକଠୋକ୍ କହିଛନ୍ତି, ହେମା ଦଳକୁ ଆସନ୍ତୁ କିନ୍ତୁ କୌଣସି ପଦ ପଦବୀ ଆଶା ରଖନ୍ତୁ ନାହିଁ। ଦଳକୁ କିଏ ଆସିଲା, କିଏ ଗଲା କୌଣସି ଫରକ ପଡିବନି ବୋଲି ସେ କହିଛନ୍ତି। ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ହେମାଙ୍କ ଉପରେ ଲୋକେ […]
ନବରଙ୍ଗପୁର: ବିଶାଖାପାଟଣାରୁ ୧୫ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ବୟସ ୧୮ବର୍ଷରୁ କମ୍ ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଇଟାଭାଟିରେ କାମ କରିବା ପାଇଁ ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ପାରିଆବେଢା ଗାଁର ୧୫ଜଣ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରେ ସେମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି। ଏପରିକି କାମ ବାବଦରେ ମଜୁରୀ ମଧ୍ୟ ମିଳୁ ନଥିଲା। ଏନେଇ ସେଠାକୁ କାମ କରିବାକୁ ଯାଇଥିବା ଜଣେ […]
ଭୁବନେଶ୍ୱର: ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି। ଆଜିଠାରୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତୀୟ ନିର୍ବାଚନ କମିଶନ ଟିମ୍। ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିବା ସହ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ପୃଥକ ପୃଥକ ଭାବେ ଆଲୋଚନା କରିବେ କମିଶନ। ଜିଲ୍ଳାସ୍ତରର ନିର୍ବାଚନ ଅଧିକାରୀ, ଏସ୍ପିଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ମଧ୍ୟ କରିବେ କମିଶନ। ଏଥିସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ […]
ଭୁବନେଶ୍ୱର: ସରକାରଙ୍କ ଉଦାସୀନତା ପ୍ରତିବାଦରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆସନ୍ତା ୨୦ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଏକ ଲକ୍ଷ ଶିକ୍ଷକ, କର୍ମଚାରୀ ବୁଦ୍ଧିଜୀବୀଙ୍କୁ ନେଇ ୨୦ ତାରିଖରେ ଲୋୟର ପିଏମ୍ଜି ଛକରେ ଏକ ମହାସମାବେଶ ଅନୁଷ୍ଠିତ ହେବ। ଏହାପରେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ମିଳିତ ମଞ୍ଚ କହିଛି। ଏଥିସହ ଆଗାମୀ ନିର୍ବାଚନରେ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ହେବ ବୋଲି ମିଳିତ ମଞ୍ଚ […]
ବରଗଡ଼: ଚଳିତ ମାସ ଶେଷ ସପ୍ତାହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବରଗଡ଼ ଜିଲ୍ଲା ଗସ୍ତରେ ଆସିପାରନ୍ତି। ବରଗଡ ଜିଲ୍ଲା ଏକ ଚାଷୀ ପ୍ରବଣ ଜିଲ୍ଲା ହୋଇଥିବାରୁ ସେ ବରଗଡ ଆସିବେ ବୋଲି ଗତକାଲି ବରଗଡ଼ ଗସ୍ତରେ ଯାଇଥିବା ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ତେବେ କେବେ ଆସିବେ ସେନେଇ ଚୂଡାନ୍ତ ତାରିଖ ଧାର୍ଯ୍ୟ ହୋଇନଥିବା ସେ କହିଛନ୍ତି। ଓଡ଼ିଶାରେ ବାମ ଦଳ ସହ କଂଗ୍ରେସ ମେଣ୍ଟ କରିପାରେ ବୋଲି ମଧ୍ୟ […]
ବାରିପଦା: ସପ୍ତାହ ଭିତରେ ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି କଳଙ୍କିତ ଘଟଣା ଘଟିଥିଲା। ଏହି ଘଟଣା ମନରୁ ଲିଭିନଥିବା ବେଳେ ପୁଣି ଜଣେ ନାବାଳିକା ଦୁଷ୍କର୍ମରେ ଶିକାର ହୋଇଛି। ଅଭିଯୁକ୍ତ ଦଶମ ଶ୍ରେଣୀ ଛାତ୍ର ପାଚେରୀ ଡେଇଁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଉଠାଇ ନେଇ ଶୌଚାଳୟରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ରବିବାର ସରସ୍ୱତୀ ପୂଜା ଥିଲା। ସେଥିପାଇଁ ଆଶ୍ରମ ସ୍କୁଲରେ ଉତ୍ସବର ମାହୋଲ୍ ଥିଲା। ପୂଜା ସରିବା ପରେ ଛାତ୍ରୀମାନେ ହଷ୍ଟେଲ୍କୁ ଫେରି ଥିଲେ। ତେବେ […]
ଭୁବନେଶ୍ୱର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପୁଲିସ୍ ବାବୁ। ଅଭିଯୁକ୍ତ ପୁଲିସ୍ ବାବୁ ଜଣଙ୍କ ହେଲେ ଭୁବନେଶ୍ୱର ଧଉଳି ଥାନା ଏସ୍ଆଇ ପ୍ରଦୀପ ମହଲା। ଏକ ଜମିଜମା ସଂକ୍ରାନ୍ତ ମାମଲାରେ ଥାନା ପରିସରରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ପ୍ରଦୀପ। ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ଏହାସହ ପ୍ରଦୀପଙ୍କ ଆୟବହିର୍ଭୁତ ସମ୍ପତ୍ତି ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ୨୦୧୩ରେ ସବ୍ଇନ୍ସପେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ପ୍ରଦୀପଙ୍କ […]
ଭୁବନେଶ୍ୱର: ମିସେସ ଇଣ୍ଡିଆ ୨୦୧୯ରେ ଓଡ଼ିଆ ମହିଳା ସ୍ନେହା କମାଲ ଦେଖାଇଛନ୍ତି। କୋରାପୁଟ ଜିଲ୍ଲା ହାଲ ଟାଉନସିପରେ ଜନ୍ମିତ ସ୍ନେହା ରାଜସ୍ଥାନର ଜୟପୁରରେ ଶେଷ ହୋଇଥିବା ମିସେସ୍ ଇଣ୍ଡିଆ ବିୟୁଟି ପିଜାଣ୍ଟସରେ ବେଷ୍ଟ ଓ୍ୱାକ୍ କ୍ରାଉନ ଜିଣିଛନ୍ତି। ବିଜିନେସ୍, ଫର୍ମାଲ ପ୍ରଶ୍ନ ଉତ୍ତର, ଟ୍ୟାଲେଣ୍ଟ ଓ ଫିଟନେସ ରାଉଣ୍ଡରେ ଜୁରୀ ମେମ୍ବରଙ୍କୁ ଆକର୍ଷିତ କରି ଏହି କ୍ରାଉନ ଜିତିଛନ୍ତି ସ୍ନେହା। ଇଣ୍ଡିଆନ ଫ୍ୟାଶନ ଫିଏସ୍ତା ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସାରା ଦେଶରୁ ୨ ଶହରୁ […]
ଭୁବନେଶ୍ୱର: ରାଜ୍ୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଚିଟ୍ଫଣ୍ଡ୍ ଜମାକାରୀଙ୍କୁ ଚିହ୍ନଟ ଲାଗି ଆହୁରି ଦୁଇରୁ ତିନି ବର୍ଷ ସମୟ ଲାଗିବ। ଏବେ ସୁଦ୍ଧା ପ୍ରାୟ ୫୦ ପ୍ରତିଶତ କ୍ଷୁଦ୍ର ଜମାକାରୀ ଚିହ୍ନଟ ସରିଛି। ଅବଶିଷ୍ଟ ଜମାକାରୀଙ୍କୁ ଚିହ୍ନଟ ଲାଗି ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି ଚିଟ୍ଫଣ୍ଡ୍ ତଦନ୍ତ କମିଶନ ଜଷ୍ଟିସ ଏମ୍. ଏମ୍ ଦାସ। ରାଜ୍ୟ ସରକାରଙ୍କୁ ଆଜି ଷଷ୍ଠ ଅନ୍ତରୀଣ ରିପୋର୍ଟ ପ୍ରଦାନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ କମିଶନ ଏହି ସୂଚନା ଦେଇଛନ୍ତି। ଷଷ୍ଠ ଅନ୍ତରୀଣ […]
ଭୁବନେଶ୍ୱର: ଗତକିଛି ଦିନ ତଳେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କ ଆଡ଼କୁ ବଢୁଥିବା ସିବିଆଇର ପାଦରେ ସତେ ଯେମିତି କିଏ ବ୍ରେକ୍ ଲଗାଇ ଦେଇଛି। ଏମିତି ଲାଗୁଛଇ ପୁଣି ଶିଥିଳ ପଡ଼ି ଯାଇଛି ସିବିଆଇର ଚିଟ୍ଫଣ୍ଡ ତଦନ୍ତ। ସେହିପରି ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ରଙ୍କ ଆଡ଼କୁ ବଢୁଥିବା ପୁଲିସ ମଧ୍ୟ ଚୁପ୍ ହୋଇଯାଇଛି। ଯାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଫେବୃଆରୀ ୭ ଓ ୯ ତାରିଖରେ […]
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ପିଏମ୍-କିଷାନ ଯୋଜନା କାର୍ଯ୍ୟକାରିତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ‘କାଳିଆ’ ଯୋଜନା ପାଇଁ ରାଜ୍ୟ ସରକାର ଯେଭଳି ତତ୍ପରତା ଦେଖାଉଛନ୍ତି, ପିଏମ୍ କିଷାନ କ୍ଷେତ୍ରରେ ସେଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ। ରାଜ୍ୟ କୃଷି ସଚିବ କହିଛନ୍ତି, “ଓଡିଶା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଏପର୍ଯ୍ୟନ୍ତ ମିଳିନାହିଁ। ସେପଟେ ‘କାଳିଆ’ ଯୋଜନା ଭଳି ପିଏମ୍-କିଷାନରେ ଭାଗଚାଷୀ ଓ ଭୂମିହୀନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ରାଜନୀତି ତେଜିବାରେ ଲଶଗିଛି। ଯୋଜନା ଅଟକାଇବାକୁ […]
ଭୁବନେଶ୍ୱର: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଆୟକର ଫାଙ୍କି ଓ ବିଦେଶରୁ ବେଆଇନ୍ ଉପାୟରେ ପୁଞ୍ଜି ଆଣିବା ଅଭିଯୋଗକୁ ଲୋକସଭାରେ ଉଠାଇଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଥିବା ଭର୍ତ୍ତୃହରି ଆଜି ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, “ବୈଜୟନ୍ତଙ୍କ ବିରୋଧରେ ମନି ଲଣ୍ଡ୍ରିଂ ତଥା ବିଦେଶୀ ମୁଦ୍ରା ବିନିମୟ ଆଇନ ବା ଫେମା ଉଲ୍ଲଂଘନ ଭଳି ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଛି। ବୈଜୟନ୍ତ ବିଦେଶରେ ଆକାଉଣ୍ଟ […]
ରାଇରଙ୍ଗପୁର: ସାରନା ଧର୍ମକୁ ସରକାରୀ ମାନ୍ୟତା ଦାବିରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଆଦିବାସୀ ସେଙ୍ଗେଲ ଅଭିଯାନ ଓ ଝାରଖଣ୍ଡ ଦିଶମ ପାର୍ଟି ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଶୋଭାଯାତ୍ରା କରାଯାଇଛି। ସାରନା ଧର୍ମକୁ ସରକାରୀ ମାନ୍ୟତା ସହିତ ସ୍ୱତନ୍ତ୍ର କୋଡ ପ୍ରଦାନ, ସାନ୍ତାଳୀ ଭାଷାକୁ ରାଜ୍ୟର ଦ୍ୱିତୀୟ ଭାଷାର ମାନ୍ୟତା ଆଦି ଦାବି ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସରକାର ତାଙ୍କ ଦାବି ପୂରଣ କଲେ […]
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜାମପଲ୍ଲୀରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ପୋଡ଼ି ଯାଇଛି। ଗାଁର ରମେଶ ପ୍ରଧାନଙ୍କର ୪ଟି ଧାନ ଗଦା ଓ ମଧୁ ଅଳତିଆଙ୍କର ଗୋଟିଏ ଧାନଗଦା ଜଳି ଧ୍ୱଂସ ହୋଇଯାଇଛି। ଅଗ୍ନିକାଣ୍ଡରେ ୫ ଏକର ଜମିର ଧାନ ନଷ୍ଟ ହୋଇଯାଇଛି। ଜାମପଲ୍ଲୀ ଗାଁ ବିଲରେ ଏହି ଧାନ ଗଦା ଦିଆଯାଇଥିଲା। ସକାଳୁ ବିଲକୁ ଯିବା ପରେ ରମେଶ ଓ ମଧୁ ନିଆଁ ଲାଗିଥିବା ଜାଣିବା ପାଇଥିଲେ। ଏହାପରେ ଦମକଳ ଗାଡ଼ି ପହଞ୍ଚି […]
ଯାଜପୁର: ଜମିବାଡି ବିବାଦକୁ କେନ୍ଦ୍ର କରି ଯାଜପୁର ଜିଲ୍ଲା ଚଇନିହୁଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଗାଁର ପିତାମ୍ବର ନାୟକ ଓ ରତ୍ନାକର ନାୟକଙ୍କ ପରିବାର ମଧ୍ୟରେ ବହୁଦିନରୁ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ଜମିରେ ବାଡ ବସାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିଲେ। ଏହାକୁ ନେଇ ଛଭୟ ପକ୍ଷ ପିଟାପିଟି […]
ବାଲେଶ୍ୱର: ପ୍ରସ୍ତାବିତ ସୁବର୍ଣରେଖା ବନ୍ଦରକୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଚୌମୁଖ ଅଞ୍ଚଳବାସୀ ଜୋରଦାର ବିରୋଧ କରିଛନ୍ତି। ଏହାସହ ଭିଟାମାଟି ଛାଡ଼ିବାକୁ ସଫା ସଫା ମନା କରିଦେଇଛନ୍ତି। ୨୦୦୮ରେ ବିରୋଧ ଯୋଗୁ ପ୍ରକଳ୍ପ କାମ ଆଗକୁ ବଢ଼ିନଥିଲା। ସାଧାରଣ ନିର୍ବାଚନର ଦିନ କେଇଟା ପୂର୍ବରୁ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି। ହେଲେ କୌଣସି ସ୍ଥିତିରେ ବନ୍ଦର କାମ କରାଇ ନଦେବାକୁ ଗ୍ରାମବାସୀ ଅଡ଼ି ବସିଛନ୍ତି। ସୂଚନାଯୋଗ୍ୟ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାଲେଶ୍ୱର […]
ନୂଆପଡ଼ା/ବାଲେଶ୍ୱର: ନୂଆପଡାରେ ବିଜେପି ଆରମ୍ଭ କରିଛି ‘ମୋ ପରିବାର ବିଜେପି ପରିବାର’ କାର୍ଯ୍ୟକ୍ରମ। ରାଜ୍ୟ ସଭାପତି ବସନ୍ତ ପଣ୍ଡା ନିଜ ଘରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କ ସଫଳତାକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ନେଇ ପ୍ରତି ଘରେ ପୋଷ୍ଟର ଓ ଦଳୀୟ ପତାକା ଲଗାଇଛି ବିଜେପି। ଆଜି କୋମନା ଓ ନୂଆପଡା ବ୍ଲକର ଅନେକ ଗାଁରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସ୍ଥାନୀୟ କର୍ମୀଙ୍କ ସହ ବସନ୍ତ ପଣ୍ଡା ଯୋଗଦେଇଥିଲେ। ସେହିପରି […]
ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଉଦଘାଟନୀ କାର୍ଯ୍ୟକ୍ରମରେ ବିଜେଡି-କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ପଟ୍ଟାମୁଣ୍ଡାଇରେ ଉପଖଣ୍ଡସ୍ତରୀୟ ଡାକ୍ତରଖାନା ଓ ୩୦ ଶଯ୍ୟା ବିଶିଷ୍ଟ ଶିଶୁ, ମା’ ଚିକିତ୍ସାଳୟର ଉଦ୍ଘାଟନ କରିଥିଲେ। ଏହି ଅବସରରେ କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତିଙ୍କ ସମର୍ଥକ ଓ ସଭାରେ ଉପସ୍ଥିତ ବିଜେଡି ସମର୍ଥକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ନ ଥିବା ବେଳେ ମାଗଣାରେ ଔଷଧୟ ମଧ୍ୟ […]
ନୂଆପଡ଼ା: ନୂଆପଡ଼ାରେ ସିଆରପିଏଫ୍ ପକ୍ଷରୁ ନକ୍ସଲ କ୍ୟାମ୍ପ୍ ଠାବ ହୋଇଛି। ଧରମବନ୍ଧା ଥାନା ଓଡ଼ିଶା-ଛତିଶଗଡ଼ ସୀମାର ସନ୍ତୋଷପଡ଼ା, ବାଞ୍ଜିପାନି, ପଣ୍ଡରିପାଣି ଗାଁ ପାଖରେ ଏହି କ୍ୟାମ୍ପ ଠାବ ହୋଇଛି। ସିଆରପିଏଫ୍ ପକ୍ଷରୁ କମ୍ବିଂ ବେଳେ ନକ୍ସଲ କ୍ୟାମ୍ପ ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜବତ ସାମାଗ୍ରୀ ମଧ୍ୟରେ ରହିଛି ୨ଟି ରାଇଫଲ, ୨ଟି ହ୍ୟାଣ୍ଡ ଗ୍ରେନେଡ୍, ୧୨ଟି ଜିଲୋଟିନ, ୨୫ଟି ଡେଟୋନେଟର ଓ ୫ କେଜି ବିସ୍ଫୋରକ ସାମଗ୍ରୀ।
ନୟାଗଡ଼: ଏଟିଏମ୍ ଭ୍ୟାନକୁ ବୋମାମାଡ଼ କରି ଟଙ୍କା ବାକ୍ସ ଲୁଟ୍ ଭଳି ଘଟଣା ମଙ୍ଗଳବାର ନୟାଗଡ଼ରେ ହୋଇଛି । ଏଟିଏମ୍ରେ ଟଙ୍କା ପୁରାଇବାକୁ ଯାଉଥିବା ଏକ ଭ୍ୟାନ ଉପରକୁ ବୋମାମାଡ କରି ଦୃବୁର୍ତ୍ତମାନେ ରାସ୍ତାରୁ ଟଙ୍କା ଲୁଟ୍ କରି ନେଇଛନ୍ତି । ଖଣ୍ଡପଡ଼ା-ନୟାଗଡ଼ ରାସ୍ତାର କଇଥପଲ୍ଲୀ ନିକଟରେ ଏହି ଲୁଟ୍ ହୋଇଛି । ବୋମା ମାଡ଼ରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି ।
ପୁରୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥାଣୁତା ଆସିଥିବା ଶ୍ରୀମନ୍ଦିର ସଂସ୍କାର ପାଇଁ ଅଣ୍ଟା ଭିଡ଼ିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଆସନ୍ତା ୧୭ ତାରିଖରେ ଏ ପ୍ରସଙ୍ଗରେ ଗୋବର୍ଦ୍ଧନ ମଠରେ ଆଲୋଚନା ପାଇଁ ବୈଠକ ଡାକିଛନ୍ତି। ଗଜପତି ମହାରାଜା ଦିବ୍ୟସିଂହଦେବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ବୈଠକକୁ ଡାକିଛନ୍ତି ଶଙ୍କରାଚାର୍ଯ୍ୟ। ଏହାସହ ଶ୍ରୀମନ୍ଦିର ପରିଚାଳନା କମିଟିକୁ ମଧ୍ୟ ଆଲୋଚନା ପାଇଁ ଡାକା ଯାଇଥିବା […]
ସୁନ୍ଦରଗଡ଼: କିରେଇ ଆଇଟିଟିରୁ ୫୨ କର୍ମଚାରୀଙ୍କୁ ବହିଷ୍କାର ଦାବିରେ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା-କୋରାପୁଟ୍ ବିଜୁ ଏକ୍ସପ୍ରେସ ୱେକୁ ଅବରୋଧ କରାଯାଇଛି। ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି । ଏନେଇ ଜିଲାପାଳ, ଏସ୍ପିଙ୍କ ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଅଗ୍ରିଆ ସମାଜ ଏହାର ପ୍ରତିବାଦ କରିଛି। ଅନୁଷ୍ଠାନର ସମ୍ପାଦକ ଦେବରାଜ ସାହୁଙ୍କ ବିରୋଧରେ ଟଙ୍କା ହଡ଼ପ ଅଭିଯୋଗ ପରେ ବି ଏଯାଏ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯାଇ ନାହିଁ। […]
ଭଦ୍ରକ: ବାଲେଶ୍ୱର- ଭଦ୍ରକ ସମବାୟ ବ୍ୟାଙ୍କର ଜୋନାଲ ମ୍ୟାନେଜର ଅଜିତ କୁମାର ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ସମ୍ପତ୍ତି ଠୁଳ ଅଭିଯୋଗରେ ହୋତାଙ୍କ ଭଦ୍ରକ ସହର ଉପକଣ୍ଠ ନଳାଙ୍ଗ ବାସଭବନରେ ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି । ଚଢାଉ ବେଳେ ଅଜିତଙ୍କ ଘରୁ ନଗଦ ୨ ଲକ୍ଷ ଟଙ୍କା ମିଳିଛି । ଏହାଛଡ଼ା ଆଉ ତିନିଟି ଜାଗାରେ ମଧ୍ୟ ଚଢ଼ଉ ଜାରି ରହିଛି । ଆସନ୍ତା ୨୨ରେ ଅଜିତଙ୍କ […]