ପୁରୀ: ଗୋଟିଏପଟେ ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଅନ୍ୟପଟେ ଆଡମିଟ୍ କାର୍ଡ ମିଳିନଥିବାରୁ ମାଟ୍ରିକ୍ ପରୀକ୍ଷାରୁ ଜଣେ ଛାତ୍ର ବଞ୍ଚିତ ହୋଇଛନ୍ତି। ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସାନଗୋବିନ୍ଦପୁର ଗାଁର ଜ୍ଞାନେନ୍ଦ୍ର ପାଟ୍ଟଶାଣୀ ଫର୍ମ ପୂରଣ କରିଥିଲେ ମଧ୍ୟ ତାଙ୍କୁ ଆଡମିଟ୍ କାର୍ଡ ମିଳିନିଥିବା ସେ ଅଭିଯୋଗ କରିଛନ୍ତି। ସେ ଫର୍ମ ପୂରଣ ପାଇଁ ସମସ୍ତ ଡକ୍ୟୁମେଣ୍ଟ୍ ଓ ୪୫୦ ଟଙ୍କା ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ଦେଇଥିଲେ। କିନ୍ତୁ ଏହା ପରେ ବି ତାଙ୍କୁ […]
ଭୁବନେଶ୍ୱର: ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ଚଳିତ ଥର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରାଜ୍ୟର ସମସ୍ତ ୩୦୪ ନୋଡାଲ ସେଣ୍ଟରରେ ବୁଧବାର ସନ୍ଧ୍ୟାରୁ ପହଞ୍ଚି ସାରିଥିବା ପ୍ରଶ୍ନପତ୍ର ଆଜି ସକାଳ ୮ ଟା ୩୦ ଭିତରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲା। ସକାଳ ୯ଟାରୁ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ପ୍ରବେଶ କରିଥିଲେ। ଅନ୍ୟଦିନ ୯ଟା […]
ବାଲେଶ୍ୱର : ନୀଳଗିରି ବ୍ଲକ୍ ଢୋଲପୁର ଗାଁରେ ପାହାଡ଼ ପାଖରୁ ଏକ ଭାଲୁ ଛୁଆ ଉଦ୍ଧାର ହୋଇଛି। କୁଲଢ଼ିଆ ବନବିଭାଗ କର୍ମଚାରୀ ଏହି ଭାଲୁ ଛୁଆକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଛନ୍ତି। ବନବିଭାଗ ଟିମ୍ ପକ୍ଷରୁ ଉଦ୍ଧାର ଭାଲୁ ଛୁଆର ଚିକିତ୍ସା କରାଯାଉଛି। ଚଳିତ ମାସ ବାଲେଶ୍ୱର ଜିଲାରେ ୪ ଟି ଭାଲୁଙ୍କ ମୃତ୍ୟ ହୋଇସାରିଛି। ପୁଣି କୁଲଢ଼ିଆ ବନବିଭାଗ ଅଧୀନ ଢୋଲପୁର ଗ୍ରାମ ପାହାଡ଼ ନିକଟରୁ ଏକ ଭାଲୁ ଛୁଆ ଉଦ୍ଧାର କରାଯାଇଛି। ନୀଳଗିରିରେ ଏଭଳି […]
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରୀ ସୋସାଇଟ୍ ଆଗରେ ଚାଷୀମାନେ ଧାରଣା ଦେଇଛନ୍ତି। ସୋସାଇଟିରେ ଧାନ ଦେବା ପାଇଁ ୩୮୩ ଚାଷୀ ଅନ୍ଲାଇନ୍ ପଞ୍ଜୀକରଣ କରିଥିଲେ। ସରକାର ୨୭ ହଜାର ୫୦୦ କ୍ୱିଣ୍ଟାଲ୍ ଧାନ କିଣିବା କଥା, ହେଲେ ୧୯୦ ଚାଷୀଙ୍କଠାରୁ ମାତ୍ର ୭ହଜାର ୫୦୦କ୍ୱିଣ୍ଟାଲ୍ ଧାନ କିଣା ହୋଇଛି। ଏବେ ସୋସାଇଟିରେ ନା ଟୋକନ୍ ମିଳୁଛି ନା ଧାନ ବିକ୍ରି ହୋଇପାରୁଛି। ଖଳା ଓ ଘରେ ଧାନ ଗଦା ହୋଇ ରହିଥିବା ଅଭିଯୋଗ କରିଛନ୍ତି […]
ରାୟଗଡା: ରାୟଗଡ଼ାରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ। ରାୟଗଡ଼ା ବ୍ଲକର ଜେମାଦେଇପେଣ୍ଠ, ବୈରାଗୀ ହଲୁଆ ଓ ପିତାମହଲ ଆଦି ୩ଟି ପଞ୍ଚାୟତର ମହିଳାମାନେ ଏକତ୍ର ହୋଇ ମଦ ବିରୋଧୀ ଆନ୍ଦୋଳନରେ ସାମିଲ୍ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି।ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଞ୍ଚଳରେ ଦେଶୀ ମଦଭାଟି ଥିବାରୁ ଘରର ପୁରୁଷମାନେ ଅବାଟକୁ ଯାଉଛନ୍ତି। ତେଣୁ ତୁରନ୍ତ ଉକ୍ତ ଭାଟିଗୁଡ଼କୁ ବନ୍ଦ କରିବାକୁ ମହିଳାମାନେ ଦାବି କରିଛନ୍ତି। ମଦଭାଟି […]
ଭୁବନେଶ୍ୱର: ପିଏମ୍ କିଷାନ ଯୋଜନାରେ ଓଡ଼ିଶା ଚାଷୀଙ୍କୁ ସାମିଲ ନିମେନ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କାଳିଆ ଯୋଜନା ସଂକ୍ରାନ୍ତରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ତାଲିକା ଦିଆଯିବ ବୋଲି ସୂଚନା ମିଳିଛି । ଏଥିରେ କାଳିଆ ଯୋଜନାରେ ସାମିଲ୍ ଥିବା କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ତାଲିକା ଦିଆଯିବ।
ମାଲକାନଗିରି : ପ୍ରସୂତି, ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ନିମନ୍ତେ ପ୍ରଣୟନ ହେଉଛି ବହୁ ଯୋଜନା। ସେମାନଙ୍କୁ ମେଡିକାଲରେ ପହଞ୍ଚାଇବା ନିମେନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା ସହ ମାଗଣା ପ୍ରସବର ବ୍ୟବସ୍ଥା କରାଯାଇଛି। ଏହାଛଡା ସେମାନଙ୍କୁ ମମତା ଯୋଜନାରେ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଉଛି। ଏହାସତ୍ତ୍ୱେ ଉପାନ୍ତ ଅଞ୍ଚଳରେ ଆଜି ବି ଗର୍ଭବତୀ ଭାରରେ ବୁହା ହେବା ପରି ଘଟଣା ନିୟମିତ ଭାବେ ଦେଖିବାକୁ ମିଳୁଛି। ଏଭଳି ଲଜ୍ଜାଜନକ ଏକ ଘଟଣା ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି । […]
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ହରିଶଙ୍କର ଷ୍ଟେସନ୍ ନିକଟରେ ବିଶାଖାପାଟଣା-ଭଗତକି କୋଠି ଟ୍ରେନରେ ନିଆଁ ଲାଗି ଯାଇଥିଲା। ଟ୍ରେନଟି ଚଳନ୍ତା ଅବସ୍ଥାରେ ଥିବା ବେଳେ ୨ଟି ଇଞ୍ଜିନ ମଧ୍ୟରୁ ପଛ ଇଞ୍ଜିନରୁ ଜୋରରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଛାନିଆ ହୋଇ ଯାଇଥିଲେ। ଏନେଇ ସେମାନ ରେଳ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏହାପରେ ହରିଶଙ୍କର ଷ୍ଟେସନ୍ରେ ଟ୍ରେନ୍କୁ ଅଟକାଇ ଧୂଆଁ ବନ୍ଦ କରାଯାଇଥିଲା। ସେଠାରୁ ଟ୍ରେନ୍ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି। ଏଥିରେ […]
ଭୁବନେଶ୍ୱର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ପାଳନ ଯୋଗୁଁ ରାଜ୍ୟବ୍ୟାପୀ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି । ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ଭୁବନେଶ୍ୱର ବରମୁଣ୍ଡାରେ ସକାଳୁ ଅଟକି ରହିଛନ୍ତି । ସମ୍ବଲପୁର, କୋରାପୁଟ୍ ଓ ରାଉରକେଲା ଭଳି ଦୂର ଜାଗାରୁ ଆସିଥିବା ଯାତ୍ରୀ ବଡ଼ି ଭୋରରୁ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିଛନ୍ତି ।ହେଲେ ସେଠାରୁ ସେମାନେ […]
କୋରାପୁଟ: ଆଗାମୀ ସାଧାରଣ ନିର୍ବାଚନ ସହ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶର ବିଧାନସଭା ନିର୍ବାଚନ ମଧ୍ୟ ହେବାର ଅଛି। ତେଣୁ ନିର୍ବାଚନ ସମୟରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ ଲାଗି ଆନ୍ତରାଜ୍ୟ ପୋଲିସ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲା ଜୟପୁରରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍ଙ୍କ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ର ଏବଂ ଛତିଶଗଡ଼ ପୋଲିସ ଅଫିସରମାନେ ଯୋଗ ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜିୟନଗରମ, ଶ୍ରୀକାକୁଲମ, ଓଡ଼ିଶାର […]
ଭଞ୍ଜନଗର: ଓଲଟି ପଡ଼ିଲା ବରଯାତ୍ରୀ ବସ୍। ଗଞ୍ଜାମ ଜିଲ୍ଲା ଭଞ୍ଜନଗରର କଳିଙ୍ଗା ଘାଟିର ଅନ୍ଧାରିକୋଟ ନିକଟରେ ଏକ ବରଯାତ୍ରୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାରେ ଜଣେ ମହିଳା ହାତ କଟି ଯାଇଛି। ଗତକାଲି ରାତିରେ ବସ୍ଟି ବରଯାତ୍ରୀଙ୍କୁ ଧରି ଆସିକା […]
ଭୁବନେଶ୍ୱର : ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଆରମ୍ଭ ହୋଇଛି ତିନି ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଂଗୀତ ମହୋତ୍ସବ । ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ୩୦ଟି ଲୋକନୃତ୍ୟ ଦଳ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜନ କରାଯାଇଛି । ହଜି ଯାଉଥିବା ଲୋକକଳା ଓ ଲୋକନୃତ୍ୟର ପ୍ରଚାର ଓ ପ୍ରସାର କରିବା ଏବଂ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ମହୋତ୍ସବର ଆୟୋଜନ […]
ଭୁବନେଶ୍ୱର : ଆସନ୍ତା ୨୩ ତାରିଖରେ ଭୁବନେଶ୍ୱର ଡିଏମଏସ ସ୍କୁଲରେ ‘ଆଲୁମିନ୍ ମିଟ୍ ବ୍ୟାକ ଟୁ ସ୍କୁଲ’ ୨୦୧୯ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉକ୍ତ ସ୍କୁଲର ଛାତ୍ର ତଥା ବର୍ତ୍ତମାନର ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଯୋଗ ଦେବେ । ସମ୍ମାନିତ ଅତିଥି ଭାବେ ଜଣାଶୁଣା ନ୍ୟୁରୋ ସର୍ଜନ ବସନ୍ତ କୁମାର ମିଶ୍ର ଯୋଗ ଦେବେ । ୧୯୬୭ରୁ ୨୦୧୮ ପର୍ଯ୍ୟନ୍ତ ସମସ୍ତ ବ୍ୟାଚର ଛାତ୍ରଛାତ୍ରୀ ଏହି […]
ନୟାଗଡ଼ : ନୟାଗଡ଼ ଜିଲ୍ଲା ନୂଆଗାଁ ସୋରଡ଼ାରେ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଗୁରୁବାର ଘରଠୁ ଅଳ୍ପ ଦୂରରୁ ଉଦ୍ଧାର ହୋଇଛି। ମୃତକ ହେଲେ କୃଷ୍ଣଚନ୍ଦ୍ର ରାଉତ। ସେ ଦଶପଲ୍ଲାରେ ଏକ ହୋଟେଲରେ କାମ କରୁଥିଲେ। ବୁଧବାର ରାତିରେ ସେ ଘରକୁ ଫେରିଥିଲେ। ହେଲେ ରାତିରେ ସେ କେତେବେଳେ ଉଠି ବାହାରକୁ ଯାଇଥିଲେ ପରିବାର ଲୋକେ ଜାଣି ପାରି ନ ଥିଲେ। ଗୁରୁବାର ସକାଳେ ସେ ଘରେ ନ ଥିବା ଦେଖି ପରିବାର ଲୋକେ ଖୋଜାଖୋଜି […]
ଭୁବନେଶ୍ୱର: ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ହେଉଛି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନଥିବାରୁ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ପଟିଆ-ନନ୍ଦନକାନନ ରୋଡ୍, ମାଷ୍ଟର କ୍ୟାଣ୍ଟିନ୍ ଛକ ସମେତ ପ୍ରମୁଖ ସ୍ଥାନରେ ନବ ନିର୍ମାଣ କୃଷକ […]
ଝାରସୁଗୁଡ଼ା: ଝାରସୁଗୁଡ଼ା ସ୍ଥିତ ବେଦାନ୍ତ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ଶ୍ରମିକଙ୍କୁ ବେଦାନ୍ତ ପରିସର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି। ଜିଏବି ଅଏଲ ରିଫ୍ଲେରରେ ବିସ୍ଫୋରଣ ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ କେଉଁ କାରଣ ପାଇଁ ଏହି ଅଗ୍ନିକାଣ୍ଡ ଘଟିଛି ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀ ନିଆଁକୁ […]
ଗଞ୍ଜାମ: ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହା ହେଲେ ମହିଳା। ଏହି ଘଟଣା ହେଉଛି, ଦିଗପହଣ୍ଡି ବ୍ଲକ୍ ଏସ.ଟି କରପଡ଼ା ପଞ୍ଚାୟତ ମନି ମଣ୍ଡଳ ଗାଁର। ଜଣେ ମହିଳା ଗାଁ ନିକଟ ପାହାଡ଼କୁ ଯାଇଥିବାବେଳେ ହଠାତ୍ ତାଙ୍କ ଗୋଡ଼ ଖସି ଭାଙ୍ଗି ଯାଇଥିଲା। ପକ୍କା ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରି ନଥିଲା। ଶେଷରେ ଅନ୍ୟ ଉପାୟ ନପାଇ ଗାଁ ଲୋକେ ମହିଳାଙ୍କୁ ଖଟିଆରେ ବୋହି ଆଣିଥିଲେ। ଖଟିଆରେ ମହିଳାଙ୍କୁ ଦୀର୍ଘ ୧ କିମି ବୋହି ବାରିଗାଁ ସ୍ଥିତ […]
ରାୟଗଡ଼ା : ସାମାନ୍ୟ ବର୍ଷାରେ ଅସ୍ଥାୟୀ ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲୁଛି। ଫଳରେ ଯାତାୟତ ବିପଦପୂର୍ଣ୍ଣ ହୋଇପଡିଛି। ଏଭଳି ଅବସ୍ଥା ଦେଖିବାକୁ ମିଳିଛି, ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରର କଲ୍ୟାଣୀ ନଦୀ ଉପରେ ତିଆରି ହୋଇଥିବା ଏକ ଅସ୍ଥାୟୀ ପୋଲରେ। ଦୈନନ୍ଦିନ ଯାତାୟତ ପାଇଁ ଏହି ବ୍ରିଜ୍ ଉପରେ ୫ଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି। ତେଣୁ ସ୍ଥାୟୀ ବ୍ରିଜ୍ ନିର୍ମାଣ ହେବା ଯାଏ ଏଠାରେ ଅସ୍ଥାୟୀ ବ୍ରିଜ୍ ନିର୍ମାଣ କରି ଯାତାୟତ କରାଯାଉଛି। […]
ଭୁବନେଶ୍ୱର: ଭୋଟର ଲିଷ୍ଟରୁ ବାଦ୍ ପଡିଥିବା ମତଦାତାଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଦିବସ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୩ ଓ ୨୪ ତାରିଖରେ ସମସ୍ତ ମତଦାନ କେନ୍ଦ୍ରରେ ଏହି ଅଭିଯାନ ଦିବସ ପାଳନ କରାଯିବ। କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ଅଭିଯାନ ଦିବସ ପାଳନ କରାଯିବ। ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଭୋଟରଙ୍କୁ ଅବଗତ କରିବେ। ଭୋଟ୍ ପରିଚୟ ପତ୍ର ଥିଲେ ମଧ୍ୟ ଚଳିତ ବର୍ଷ […]
ଭୁବନେଶ୍ୱର: ସାରା ରାଜ୍ୟରେ ଆଜି ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଦୃଶ୍ୟମାନ ଦୂରତା ୨୦ ମିଟର ତଳକୁ ଖସି ଆସିବାରୁ ୧୫ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ପୁରୀ ରାସ୍ତାରେ ମଧ୍ୟ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ହୋଇଛି। ଏହାଛଡ଼ା ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଘନ କୁହୁଡ଼ି […]
ଜୟପୁର: ମଣ୍ଡିରେ ଧାନ ସଂଗ୍ରହ ନ ହେବା ପ୍ରତିବାଦରେ ତାତିଲେ ଚାଷୀ। ଏନେଇ ଜୟପୁର କୋଟପାଡ଼ ଲ୍ୟାମ୍ପସ୍ ସାମ୍ନାରେ ଧାରଣା ଦେବା ସହ ରାସ୍ତାରୋକ୍ କରିଛନ୍ତି ଚାଷୀ। ଚାଷୀଙ୍କ ଶହଶହ କ୍ୱିଣ୍ଟାଲ୍ ଧାନ ଥାଇବି ଟାର୍ଗେଟ୍ ସମୟ ସରିଯାଇଥିବା କହି ଯୋଗାଣ ବିଭାଗ ଧାନ କିଣୁନଥିବା କୋଟପାଡ଼ କୃଷକ ସମାଜ ପକ୍ଷରୁ ଅଭିଯୋଗ ହୋଇଛି। ତେବେ ଚାଷୀଙ୍କର ଏହି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ। ସେ ମଧ୍ୟ ଚାଷୀଙ୍କ ସହିତ ଧାରଣାରେ ବସିଛନ୍ତି। […]
ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶାରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ବାରମ୍ବାର ଆନ୍ଦୋଳନ ସତ୍ତ୍ୱେ ଚାଷୀଙ୍କ ଦାବି ପୂରଣ ହୋଇନଥିବାରୁ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ଆଜି ସକାଳୁ ପଟିଆ-ନନ୍ଦନକାନନ ରୋଡ୍ରେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ଟାୟାର […]
ଭୁବନେଶ୍ୱର: ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଆଜି ହେବାକୁ ଥିବା ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଏନେଇ ଗତକାଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ପରୀକ୍ଷା ପୁଣି କେବେ ହେବ ସେନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ ବୋଲି କୁହାଯାଇଛି। ଚାଷୀଙ୍କୁ ପ୍ରାଇସ୍ ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ବାରମ୍ବାର […]
ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ହାଇଦରର ସହଯୋଗୀ ମହମ୍ମଦ ନାସିରୁଦ୍ଦିନଙ୍କୁ ଗିରଫ କରିଛି ପୁଲିସ୍। ଚୁନା ହତ୍ୟା ମାମଲାରେ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା। କିନ୍ତୁ ୨୦୧୪ରେ ପାରୋଲ୍ରେ ଆସିବା ପରେ ଫେରାର୍ ହୋଇଯାଇଥିଲା ନାସିରୁଦ୍ଦିନ୍। ସେହି ଦିନଠାରୁ ସେ ଉମର ଓସ୍କାର ଛଦ୍ମ ନାଁରେ ଲୁଚି ରହିଥିଲା। ପୁଲିସ କୌଶଳ କରି ତାକୁ ଧରିବାରେ ସଫଳ ହୋଇଛି।