ପୁରୀ: ପିପିଲି ନିକଟ ପିଢ଼ପାଟଣା ଛକରେ ମର୍ମନ୍ତୁଦ ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉଜଣେ ମଧ୍ୟ ଆହତ ହୋଇଛନ୍ତି। ପଟ୍ଟନାୟିକିଆ-ଡେଲାଙ୍ଗ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ପଛରେ ବାଇକ୍ ପିଟି ହେବାରୁ ଏଭଳି ଦୁର୍ଘଟଣା ଘଟିଛି। ଦୁଇ ମୃତକ ହେଲେ ପାଟଣା ଗାଁର ୫୫ ବର୍ଷୀୟ ପବନା ବେହେରା ଓ ତାଙ୍କ ୩୫ ବର୍ଷର ପୁଅ ଧଡ଼ିଆ ବେହେରା। ଧଡ଼ିଆଙ୍କ ଶଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। […]
ଭୁବନେଶ୍ୱର: ରାଜ୍ୟରେ ମୁକ୍ତ ଓ ଅବାଧ ମତଦାନ ପାଇଁ ନିର୍ବାଚନ କମିଶନ ପୂରା ତତ୍ପର। ନିର୍ବାଚନରେ ବିଶେଷ କରି ମଦ ଓ ଟଙ୍କାର ଯେମିତି ପ୍ରଭାବ ଦେଖିବାକୁ ନ ମିଳେ, ସେଥିପାଇଁ କମିଶନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ଆଜି ପର୍ଯ୍ୟନ୍ତ ୨ କୋଟିରୁ ଅଧିକ ଟଙ୍କାର ମଦ ଜବତ ହୋଇଥିବା ବେଳେ କୋଟିଏରୁ ଅଧିକ ନଗଦ ଟଙ୍କା ଜବତ ହୋଇସାରିଲାଣି। ଚେକ୍ ପୋଷ୍ଟ କରାଯାଇ ଗାଡ଼ି ମଟର ଯାଞ୍ଚ କରାଯାଉଛି। ଷ୍ଟାଟିକ୍ ଟିମ୍ […]
କେନ୍ଦୁଝର: ବିବାହ ଉତ୍ସବକୁ ଯୋଗ ଦେବାକୁ ଯାଉଥିବା ଏକ ବରଯାତ୍ରୀ ଭ୍ୟାନ୍ କେନ୍ଦୁଝର ପଣ୍ଡାପଡ଼ା ବଡପିଛୁଳା ଛକରେ ଓଲଟି ପଡିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଆହତ ହୋଇଛନ୍ତି । ଆହତମାନଙ୍କୁ ପଣ୍ଡାପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ହରିଚନ୍ଦନପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗାଡି ଚାଳକଙ୍କ ଅବସ୍ଥା ଗୁରୁତର ହେବାକୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ […]
ସୋନପୁର: ସୋନପୁର-ବଲାଙ୍ଗୀର ରାସ୍ତାର ଝିଂକି ଛକରେ ଏକ ଟ୍ରକ ଧକ୍କା ଦେବାରୁ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବୌଦ୍ଧ ମନମୁଣ୍ଡା ଫଗୁଣାମାଳ ଗାଁର ରଞ୍ଜିତ ମଲ୍ଲିକ ଏବଂ ମରମେଶ୍ୱର ବଘାର । ଉଭୟ ବଲାଙ୍ଗୀରରୁ ଘରକୁ ଫେରୁଥିବାବେଳେ ଝିଂକି ଛକରେ ସାମନା ପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଗାଡି ଚାଳକ ଫେରାର ହୋଇଯାଇଥିଲେ। ସୋନପୁର […]
ଯାଜପୁର: ଯାଜପୁର ଜିଲ୍ଲା ଦୌରାଜଜ୍ ଏକ ନବବଧୂ ହତ୍ୟା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। ଏହି ଘଟଣାରେ ବିଚାରପତି ଏକ ପରିବାରର ୪ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୧୪ ମସିହାରେ ପାଣିକୋଇଲିରେ ଜଣେ ନବବଧୂ କୁସୁମଲତା ସାହୁଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ବହୁ ଖୋଜାଖୋଜି ପରେ ଏକ ପୋଖରୀରୁ କୁସୁମଲତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣାରେ ଶାଶୂ, ଶ୍ୱଶୁର, ସ୍ୱାମୀ, ଦିଅର ଓ ନଣନ୍ଦଙ୍କୁ […]
ଭୁବନେଶ୍ୱର: ରାଜ୍ୟରେ ହଠାତ୍ ପାଣିପାଗରେ ପରିବର୍ତ୍ତନ ଦେଖା ଦେଇଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏଥିସହ ପାଗ କୋହଲା ମଧ୍ୟ ରହିଛି। ଫଳରେ ପୁଣି ଶୀତ ବଢ଼ିବାର ଆଶଙ୍କା ଦେଖା ଦେଇଛି। ଆଜି ସକାଳୁ ସକାଳୁ ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ଏପରିକି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ମଧ୍ୟ ସୂଚନା ମିଳିଛି। ପୂର୍ବରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗଞ୍ଜାମ, […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ପହଞ୍ଚିବ ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର। ସକାଳେ ଉଭୟଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଗାଡିରେ ସେମାନଙ୍କ ଜନ୍ମମାଟିକୁ ନିଆଯିବ। ସହିଦ ପ୍ରସନ୍ନ କୁମାର ସାହୁଙ୍କ ମରଶରୀରକୁ ଜଗତସିଂହପୁର ନାଉଗାଁ ଓ ସହିଦ ମନୋଜ କୁମାର ବେହେରାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି କଟକ ନିଆଳିର ରତନପୁରକୁ ନିଆଯିବ। ସହିଦ ଯବାନଙ୍କୁ ସମ୍ମାନ ଜଣାଇ ଶେଷକୃତ୍ୟରେ ଦେଶ ସାରା କେନ୍ଦ୍ର […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୋଣ୍ଡୁଗୁଡ଼ା ପଞ୍ଚାୟତ ବାଦପୁର ଗାଁ ଆଖୁ କିଆରିରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ଅଗ୍ନିକାଣ୍ଡ ଯୋଗୁ ଶହେ ଏକରରୁ ଅଧିକ ଅଞ୍ଚଳରେ ହୋଇଥିବା ଆଖୁ ଫସଲ ଜଳି ନଷ୍ଟ ହୋଇଯାଇଛି । କୋଷାଗୁମୁଡ଼ା ଅଗ୍ନିଶମ ଗାଡ଼ି ପହଞ୍ଚିଥିଲେ ବି କ୍ଷେତକୁ ଯାଇ ନ ପାରିବାରୁ ସମସ୍ତ ଫସଲ ଜଳି ଯାଇଥିଲା । କେମିତି ଋଣ ଶୁଝିବେ ଓ ପରିବାର ପୋଷିବେ ସେ ଚିନ୍ତାରେ ମୁଣ୍ଡରେ ହାତ ଦେଇବସିଛନ୍ତି ବାଦପୁର ଓ କୋଣ୍ଡାପୁରୀ […]
ଗଜପତି: ଦାରିଦ୍ରତା ଓ ନିରକ୍ଷରତାକୁ ଅସ୍ତ୍ର କରି ବଢି ଚାଲିଛି ଶିଶୁ ଚାଲାଣ। ବିଭିନ୍ନ ପ୍ରଲୋଭନ ଦେଖାଇ ଦଲାଲମାନେ ନିରୀହ ପିଲାଙ୍କୁ ରାଜ୍ୟ ବାହାରେ କମ୍ପାନୀ ଓ ଘରୋଇ କାମରେ ନିୟୋଜିତ କରାଉଛନ୍ତି । ଏହାର ବେଶି ପ୍ରଭାବ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକରେ। ବାହାର ରାଜ୍ୟରେ ନିର୍ଯାତନାର ଶିକାର ହୋଇ ବହୁ ପିଲା ଗାଁକୁ ଫେରି ଆସଥିବାବେଳେ ଏବେ ବି କିଛି ପିଲା ସହାୟତାକୁ ଅପେକ୍ଷା କରି ବସିଛନ୍ତି। ଗତ ୨ ବର୍ଷ […]
ଭୁବନେଶ୍ୱର: ଓଡିଶା ଗସ୍ତରେ ଥିବା ନିର୍ବାଚନ କମିଶନର ଅଶୋକ ଲାଭାସା ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ। ଚଳିତ ଥର ସିଟିଜେନ୍ ଭିଜିଲାନ୍ସ ଆପ୍ ଲଞ୍ଚ କରାଯିବ। ଯଦି କିଛି ଅଭିଯୋଗ ଥାଏ ,ତେବେ କୌଣସି ବ୍ୟକ୍ତି ଚାହିଁଲେ ଫଟୋଗ୍ରାଫ୍ ନେଇ ଆପେ ଅଭିଯୋଗ କରିପାରିବେ ବୋଲି ସେ କହିଥିଲେ। କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ୧୦୦ ମିନିଟ୍ ଭିତରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅବଗତ କରାଯିବ । ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହାକୁ ସୁରୁଖୁରରେ ଶେଷ […]
ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲିର ଆଳୁ ବ୍ୟବସାୟୀଙ୍କଠାରୁ ୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍ ୬ ଜଣିଆ ଡକାୟତ ଦଳକୁ ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାସ୍ଥଳରୁ ମିଳିଥିବା ଫୋନ୍କୁ ଟ୍ରାକ୍ କରି ପୁଲିସ୍ ଏହି ସଫଳତା ପାଇଥିବା କହିଛି। ଡକାୟତଙ୍କଠାରୁ ବିଭିନ୍ନ ମାରାଣାସ୍ତ୍ର ସହ ୧୮ ହଜାର ଟଙ୍କା, ୬ଟି ମୋବାଇଲ ଓ ୪ଟି ବାଇକ୍ ଜବତ ହୋଇଛି। ଗତ ୧ ତରିଖ ରାତିରେ ଏହି […]
ଯାଜପୁର :ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଡଙ୍କାରୀ ଗାଁରେ ୪୦ରୁ ଅଧିକ ହିତାଧିକାରୀ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇ ପାରୁ ନ ଥିବା ଅଭିଯୋଗ ହୋଇଛି। ଏହାର ସମାଧାନ ନିମନ୍ତେ ବର୍ଷ ବର୍ଷ ଧରି ସରପଞ୍ଚ, ବ୍ଲକ୍ ଅଧିକାରୀଙ୍କୁ ଗୁହାରୀ କରାଗଲେ ବି କେହି କର୍ଣ୍ଣପାତ କରୁ ନାହାନ୍ତି। ଫଳରେ ପରିଣତ ବୟସରେ ଭାଗ୍ୟ ଓ ଭଗବାନଙ୍କ ଭରସାରେ ଦିନ କାଟୁଛନ୍ତି ଅସହାୟ ଗରିବ ବୃଦ୍ଧବୃଦ୍ଧା। […]
ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କୁ ମାସିକ ୧୨ ହଜାର ଟଙ୍କା ଲେଖାଏ ପେନ୍ସନ୍ ପ୍ରଦାନ କରିବାକୁ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଦାବି ହୋଇଛି। ୨୦୧୮ ମସିହାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଏ ନେଇ ଆଲୋଚନା ହୋଇଥିଲା। ଏଥିରେ ୪୦ ବର୍ଷରୁ ଊର୍ଦ୍ଧ୍ୱ ମହିଳା କାରିଗର ଓ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ପୁରୁଷ କାରିଗରଙ୍କୁ ୧୨ ହଜାର ଟଙ୍କା ପେନ୍ସନ୍ ଦେବା ଲାଗି ସଂଘ ଦାବି କରିଥିଲା। ମାତ୍ର ଦୀର୍ଘ ଦିନ […]
ଖୋର୍ଦ୍ଧା: ନାବାଳିକା ଦୁଷ୍କର୍ମ ମାମଲାରେ ଖୋର୍ଦ୍ଧା ଅଞ୍ଚଳରୁ ଅଭିଯୁକ୍ତ ରାମଚନ୍ଦ୍ରଙ୍କୁ ଗିରଫ କରିଛି ପୁଲିସ। ବୁଧବାର ରାତିରେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ନିକଟ ଅଞ୍ଚଳରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ରାମଚନ୍ଦ୍ର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଖୋର୍ଦ୍ଧା ଟାଉନ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏକ ମାମଲା ଦାୟର୍ ହୋଇଥିଲା। ଅଭିଯୋଗ ପାଇବା ପରେ ତଦନ୍ତ କରୁଥିବା ପୁଲିସ୍ ଖୋର୍ଦ୍ଧାରୁ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଆଜି ଡାକ୍ତରୀ ମାଇନା ପରେ ପୁଲିସ ଅଭିଯୁକ୍ତକୁ ଅଧିକ […]
ଅନୁଗୁଳ: ମରୁଡ଼ି ବୀମା ରାଶି ପାଇ ନ ଥିବା ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବୁରକୁଣା ପଞ୍ଚାୟତବାସୀ। ପଞ୍ଚାୟତର ଶତାଧିକ ଲୋକେ ପବିତ୍ରନଗର ଓ ବରପାଳ ନିକଟରେ ରାସ୍ତାରୋକ କରିଥିଲେ। ୨୦୧୭-୧୮ ମସିହାର ଅଞ୍ଚଳବାସୀ ହକ୍ ପାଇବା ଲାଗି ଆନ୍ଦୋଳନ କରୁଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡ଼ି ମଟର ଅଟକି ରହିଥିଲା । ସମସ୍ୟା ବିଷୟରେ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ବି କିଛି ସୁଫଳ ମିଳି ନ […]
କୋରାପୁଟ: ନିଜ ପୁଅକୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ହେଲେ ସୁଯୋଗ ପାଇ ଜେଲ୍ରୁ ଚମ୍ପଟ ମାରିଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ଜେଲ୍ରେ। ଫେରାର ବନ୍ଦୀ ଜଣକ ମୋତିସିଂ ଚଲାନ । ୨୦୧୨ରୁ ସେ ଜେଲ୍ରେ ରହି ୧୦ ବର୍ଷର ଆଜୀବନ କାରାଦଣ୍ଡ ଭୋଗୁଥିଲେ । ତାଙ୍କ ବୟସ ୫୭ ବର୍ଷ ଓ ଘର ନବରଙ୍ଗପୁର ଜିଲ୍ଲା କୋଡିଙ୍ଗାରେ। ଗୁରୁବାର ସକାଳେ ଜେଲ୍ ପରିସରରେ ଥିବା ବଗିଚାରେ କିଛି କଏଦୀ କାମ […]
ଭୁବନେଶ୍ୱର/କଟକ: କମିଶନରେଟ୍ ପୁଲିସ୍ରେ ବଡ଼ ଧରଣର ବଦଳି ହୋଇଛି। ଏଡିସିପି, ଏସିପି ଏବଂ ଇନ୍ସପେକ୍ଟର ସ୍ତରରେ ଅଦଳବଦଳ କରାଯାଇଛି। ଏଥିସହ କଟକ ଓ ଭୁବନେଶ୍ୱରର ମୋଟ ୨୬ଟି ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି। ଗିରିଜା ଶଙ୍କର ଚକ୍ରବର୍ତ୍ତୀ କ୍ୟାପିଟାଲ ଥାନାର ଆଇଆଇସି ହୋଇଛନ୍ତି। ଅରୁଣ କୁମାର ସ୍ୱାଇଁ ନୟାପଲ୍ଲୀ ଥାନାଧିକାରୀ ହୋଇଛନ୍ତି। ଖଣ୍ଡଗିରି ଥାନା ଆଇଆଇସି ହୋଇଛନ୍ତି ରଶ୍ମୀରଞ୍ଜନ ମହାପାତ୍ର। ସେହିପରି ବିଶ୍ୱରଞ୍ଜନ ନାୟକ ହେଲେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି। ଅମିତାଭ ମହାପାତ୍ର ହେଲେ ଖାରବେଳନଗର ଥାନା […]
ଭୁବନେଶ୍ୱର:ଓଡ଼ିଶାରେ ୨୦୧୯ ନିର୍ବାଚନ ପ୍ରସ୍ତୁତି ନେଇ ଜାତୀୟ ନିର୍ବାଚନ ଆୟୋଗ ପ୍ରତିନିଧି ଦଳର ସମୀକ୍ଷା। ଓଡ଼ିଶା ଗସ୍ତରେ ଆସିଥିବା ଭାରତୀୟ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସେମାନେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ଆୟୋଜିତ ସମୀକ୍ଷା ବେଳେ କଂଗ୍ରେସ, ବିଜେପି, ବିଜେଡି, ସିପିଆଇ ସମେତ ଅନ୍ୟ ଦଳର ପ୍ରତିନିଧି ସାମିଲ ହୋଇ ନିଜ ନିଜର ପକ୍ଷ ରଖିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ […]
ପୁଡୁଚେରୀ: ପୁଡୁଚେରୀରେ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଉପରାଜ୍ୟପାଳଙ୍କ କିଛି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ୱାମୀ ବିରୋଧ କରିଛନ୍ତି । ପ୍ରତିବାଦରେ ବୁଧବାର ରାତିରେ ସେ ଉପରାଜ୍ୟପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଶୋଇ ରହି ବିକ୍ଷୋଭ କରିଥିଲେ। କଂଗ୍ରେସ ଓ ଡିଏମକେର କେତେକ ବିଧାୟକ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇଥିଲେ । ଉପରାଜ୍ୟପାଳ କିରନ ବେଦୀ ପୁଡୁଚେରୀରରେ ସମସ୍ତ ବାଇକ୍ ଆରୋହୀଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜେଲ୍ର ବିଚାରଧୀନ କଏଦୀ ଧିରେନ୍ ବେହେରାଙ୍କର ମୃତ୍ୟୁ ହୋଇଛି । ଧିରେନ୍ ବୁଧବାର ରାତିରେ ହଠାତ୍ ଅସୁସ୍ଥତା ଅନୁଭୂତ କରିଥିଲେ। ଏହାପରେ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି । ମୃତ ବିଚାରାଧୀନ ବନ୍ଦୀ ଧୀରେନଙ୍କ ଘର କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ପାଟଳିପଙ୍କ ଗାଁରେ ବୋଲି ଜଣାପଡ଼ିଛି । ତେବେ ମୃତ୍ୟୁକୁ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ପରିବାର […]
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ତଳ ଗେଙ୍ଗୁଟିଆ ଗାଁର ଭୋଇ ସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ୧୦ ପରିବାର ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି । ସେମାନଙ୍କ ଘରର ସବୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ୧୦ଟି ପରିବାରର ପ୍ରାୟ ୧୫ ବଖରା ଏହି ଅଗ୍ନିକାଣ୍ଡରେ ପୋଡ଼ିଯାଇଛି। ବୁଧବାର ସନ୍ଧ୍ୟା ସମୟରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଛି । ପରଜଙ୍ଗରୁ ଦମକଳ ବାହିନୀ ପହଞ୍ଚିବାରେ ବିଳମ୍ବ ହେବାରୁ […]
କୋଣାର୍କ: ଶ୍ରୀକ୍ଷେତ୍ରରୁ ଅର୍କକ୍ଷେତ୍ର କୋଣାର୍କକୁ ଯିବା ବାଟରେ ଜାତୀୟ ରାଜପଥରେ ଘୋର ଟ୍ରାଫିକ ସମସ୍ୟା ଦେଖାଦେଉଛି । ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏବଂ ଯାତ୍ରୀ ଏଠାକୁ କୋଣାର୍କର କାରୁକାର୍ଯ୍ୟ ଦେଖାଇବାକୁ ଭିଡ଼ ଜମାଉଛନ୍ତି । ପୁରୀରୁ ମହାପ୍ରଭୁଙ୍କ ଦର୍ଶନ ସାରି ଏହି ରାସ୍ତା ଦେଇ ବହୁ ଲୋକ ଯାତାୟତ କରୁଛନ୍ତି। ମାତ୍ର ମାଟିଆପଡା ରେଳଫାଟକ ରାସ୍ତାରେ ଟ୍ରାଫିକ ସମସ୍ୟା ଅତି ଗୁରୁତର ହୋଇପଡୁଛି। ଫଳରେ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡୁଛି। କେବଳ ପର୍ଯ୍ୟଟକ […]
ଜଗତସିଂହପୁର: ସରସ୍ୱତୀ ପୂଜା ଭସାଣ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ। ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଦୁଇ ଗୋଷ୍ଠୀର ୧୦ଜଣ ଆହତ ହୋଇଛନ୍ତି। ଗତକାଲି ସରସ୍ୱତୀ ପୂଜା ଭସାଣ ବେଳେ କୁନ୍ଦୁପୁର ଗାଁରେ ଏହି ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଆହତଙ୍କ ମଧ୍ୟରେ ବୃଦ୍ଧ ଓ ଛୋଟ ପିଲା ଅଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲିକୁଦା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର : ଚିଟ୍ଫଣ୍ଡରେ ଲଗାଇଥିବା ଟଙ୍କା ଫେରି ପାଇବା ଆଶାରେ ବ୍ରହ୍ମପୁର ଗୋଲ୍ଡେନ୍ ଲ୍ୟାଣ୍ଡ ଚିଟ୍ଫଣ୍ଡ ଅଫିସ୍ ସମ୍ମୁଖରେ ଦୀର୍ଘ ୧୭ ଦିନ ଧରି ଜମାକାରୀ ଓ ଏଜେଣ୍ଟମାନେ ଅହୋରାତ୍ର ଧାରଣାରେ ବସି ରହିଛନ୍ତି । ଝାଳବୁହା ଟଙ୍କା ଫେରସ୍ତ ନ ପାଇବା ଯାଏ ଏପରି ଭାବେ ଧାରଣା ଜାରି ରହିବ ବୋଲି ସେମାନେ କୋହଭରା କଣ୍ଠରେ କହିଛନ୍ତି। ଗୋଲ୍ଡେନ୍ ଲ୍ୟାଣ୍ଡ ଚିଟ୍ଫଣ୍ଡ ସଂସ୍ଥା ୬ ବର୍ଷରେ୨ ଗୁଣ ଟଙ୍କା ମିଳିବାର ଆଶା ଦେଖାଇଥିଲା । ଏହାଦ୍ୱାରା […]