ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଭଉଣୀକୁ ବାହା ଦେବାକୁ ମନା କରିବାରୁ ଯୁବତୀଙ୍କ ବଡ଼ଭାଇଙ୍କୁ ହତ୍ୟା କଲା ପ୍ରେମିକ। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅଙ୍କରିଆପଦର ଗାଁରେ। ମୃତକ ହେଲେ ବରପାଲି ଥାନା କୁଟ୍ରାପାଲି ଗାଁର ଗୋବର୍ଦ୍ଧନ ଗିରି। ସୂଚନାନୁସାରେ, ଗୋବର୍ଦ୍ଧନଙ୍କ ଭଉଣୀଙ୍କୁ ନାନୁ ସନ୍ୟାସୀ ନାମକ ଜଣେ ଯୁବକ ଭଲ ପାଉଥିଲେ। କିନ୍ତୁ ଗୋବର୍ଦ୍ଧନ ତାଙ୍କ ଭଉଣୀକୁ ବାହା ଦେବାକୁ ମନା କରିବାରୁ ଏଥିରେ ଖୁବ୍ ରାଗି ଯାଇଥିଲେ ନାନୁ। ଗୋବର୍ଦ୍ଧନ ଦୁଇ […]
ଭୁବନେଶ୍ୱର: ମେଡିକାଲ୍ ପାଠ୍ୟକ୍ରମ ଏମ୍ବିବିଏସ୍ ଓ ବିଡିଏସ୍ ପାଇଁ ଆଜି ଷ୍ଟେଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଏହାପରେ ଆଜି ଓ ଆସନ୍ତାକାଲି ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଙ୍ଗ ଓ ଲକିଙ୍ଗ କରିପାରିବେ। ପ୍ରଥମ ପର୍ଯ୍ୟାୟ ମେଡିକାଲ୍ ସିଟ୍ ଆଲଟ୍ମେଣ୍ଟ ଜୁଲାଇ ୪ ତାରିଖରେ ପ୍ରକାଶ ପାଇବ। ଏମ୍ବିବିଏସ୍ରେ ୧୨୫୦ ଓ ବିଡିଏସ୍ରେ ୧୫୦ ସିଟ୍ ଲାଗି ଓଜେଇଇ ଆଡମିଶନ୍ କରୁଛି। ଗତକାଲି ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ୩ ହଜାର ୬ ଶହ ୫୪ ଜଣ […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଳୁ ମିଶନ ବିଫଳ ହେବା ଫଳରେ ରାଜ୍ୟରେ ଗଢିଉଠିଥିବା ସମସ୍ତ ଘରୋଇ ଶୀତଳଭଣ୍ଡାର ଏବେ ରୁଗ୍ଣ ଅବସ୍ଥାରେ ପଡ଼ିଛି। ତେଣୁ ସମସ୍ତ ରୁଗ୍ଣ ଶୀତଳଭଣ୍ଡାରକୁ ଚାଲୁ କରିବା ପାଇଁ ମାଲିକଙ୍କୁ ୨ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଦାବୀ ହୋଇଛି । ଏହାସହ ବିଦ୍ୟୁତ୍ ଶୁଳ୍କରେ ୫୦ ପ୍ରତିଶତ ଛାଡ଼ ଏବଂ ବ୍ୟାଙ୍କ ଲୋନ କ୍ଷେତ୍ରରେ ସୁଧା ହାର କମାଇବାକୁ ରାଜ୍ୟ ଶୀତଳଭଣ୍ଡାର ସଂଘ ପକ୍ଷରୁ ଦାବୀ ହୋଇଛି । […]
ଭୁବନେଶ୍ୱର: ଏସ୍ସି/ଏସ୍ଟି ହଷ୍ଟେଲ୍ ଛାତ୍ରୀ ଗର୍ଭବତୀ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା। ଏ ସମ୍ପର୍କରେ ସେ ଅବଗତ ଅଛନ୍ତି, ଘଟଣାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରେଗ୍ନାନ୍ସି କିଟ୍ ଯୋଗେ ରାଜଧାନୀର କେତେକ ଛାତ୍ରୀନିବାସରେ ସ୍ୱାସ୍ଥ୍ୟ ପରୀକ୍ଷାରୁ ୩ ଜଣଙ୍କଠାରେ ରିପୋର୍ଟ ପଜିଟିଭ୍ ବାହାରିଛି। ଘଟଣା ସଂପର୍କରେ ସଂପୃକ୍ତ ଛାତ୍ରୀଙ୍କ ଅଭିଭାବକଙ୍କୁ ଜଣାଇ ଦିଆ ଯାଇଛି। ଏଥିସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ପରୀକ୍ଷଣ ଦଳର […]
ଭୁବନେଶ୍ୱର: ମୋ ଘର ବିଜେପି ଘର, ମୋ ପରିବାର ବିଜେପି ପରିବାର ନାଁରେ ବିଜେପି ପକ୍ଷରୁ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଧିବଦ୍ଧ ଭାବେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱରସ୍ଥିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବାସଭବନରୁ କାର୍ଯ୍ୟକ୍ରମ ଅ।ରମ୍ଭ ହୋଇଛି । ବିଜେପିର ସମସ୍ତ କର୍ମୀ ଓ ନେତାଙ୍କ ଘରେ ଏଣିକି ବିଜେପି ପତାକା ଲଗାଯିବ । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ପୁଣି ଥରେ କ୍ଷମତାକୁ ଆଣିବା ପାଇଁ […]
ଦେବଗଡ଼ : ରେଙ୍ଗାଳି ବନ୍ଧ ଯୋଗୁ ବାସଚ୍ୟୁତ ହୋଇଥିବା ଅଞ୍ଚଳବାସୀଙ୍କୁ ଦୀର୍ଘ ବର୍ଷ ପରେ ବି ଥଇଥାନ କରାଯିବାକୁ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଉ ନାହିଁ। ଏହାବ୍ୟତୀତ ପ୍ରତିଶ୍ରୁତି ମୁତାବକ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଉ ନାହିଁ। ଏଥିରେ ଅତିଷ୍ଠ ହୋଇ ରେଙ୍ଗାଳି ବନ୍ଧ ବାସଚ୍ୟୁତ ସୁରକ୍ଷା ସମିତି ପକ୍ଷରୁ ୫ ଦଫା ଦାବି ନେଇ ସୋମବାର ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ଦୋକାନ ବଜାର ସମେତ ଗାଡ଼ି ଚଳାଚଳ […]
ବଲାଙ୍ଗିର: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ଆଜି ଭୁବନେଶ୍ୱର ଆଡିସନାଲ୍ ଡିଷ୍ଟ୍ରିକ୍ଟ୍ ଆଣ୍ଡ୍ ସେସନ୍ କୋର୍ଟରେ ହେବ। ଏଥିପାଇଁ ତାଙ୍କୁ ପାଟଣାଗଡ଼ ଜେଲ୍ରୁ ରାତି ୩ଟା ବେଳେ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱରକୁ ଅଣାଯାଇଛି। ଶୁଣାଣି ବେଳେ ସ୍ପେଶାଲ ଜଜ୍ଙ୍କ କୋର୍ଟରେ ଉପସ୍ଥିତ ରହିବା ପାଇଁ ପାଟଣାଗଡ ଏ.ଡି.ଜେ କୋର୍ଟ, ବିଧାୟକ ସରୋଜ ମେହେର, ଯନ୍ତ୍ରୀ ଜୟକାନ୍ତ ଶବର, ଅଭିଯୋଗକାରିଣୀ ପ୍ରବୀଣା ରାଜହଂସ, ପାଟଣାଗଡ଼ ଏସ୍ଡିପିଓ ଏବଂ ପାଟଣାଗଡ଼ ଏ.ଡି.ଜେ କୋର୍ଟର ସରକାରୀ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଚଉଦକୁଲାଟର ଆଜାଦ ସ୍ପୋର୍ଟିଂ କ୍ଲକ୍ ଆନୁକୂଲ୍ୟରେ ପଞ୍ଚଦଶ ରାଜ୍ୟ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଗତକାଲି ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ହଜାର ହଜାର ଦର୍ଶକ ପୂର୍ବତନ ସାଂସଦଙ୍କୁ ସ୍ୱାଗତ କରିଥିଲେ। କ୍ରୀଡାର ବିକାଶ ପାଇଁ ୨୪ଟି ମିନି ଷ୍ଟାଡିୟମ୍ ସାଂସଦ ପାଣ୍ଠିରୁ ନିର୍ମାଣ ହୋଇଛି। ତଥାପି ଅନେକ ଭିତ୍ତିଭୂମିର ଅଭାବ ଅଛି ବୋଲି ବୈଜୟନ୍ତ କହିଛନ୍ତି। ଆଗାମୀ ଦିନରେ ଲୋକେ ସହଯୋଗ […]
ଭୁବନେଶ୍ୱର: ଅସମ୍ଭାଳ ତାତିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲିଠାରୁ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଉତ୍ତରପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ଏହି ବର୍ଷା ହେଉଛି। ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଅତ୍ୟଧିକ ବର୍ଷା ସମ୍ଭାବନା ଯୋଗୁ ଆଜି ରାଜ୍ୟର ୮ଟି ଜିଲ୍ଲାରେ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା-ସମ୍ବଲପୁର, […]
ଭୁବନେଶ୍ୱର: ସୁର ବାବାଙ୍କ ନାଁରେ ପୁଣି ଅଭିଯୋଗ। ପୂଜା ବାହାନାରେ ଅଧ ରାତିରେ ଜଣେ ମହିଳାଙ୍କୁ ନିଜ କୋଠରୀକୁ ଡାକି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି। ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ହତ୍ୟା କରିବାକୁ ତ୍ରାହି ଅଚ୍ୟୁତ ଆଶ୍ରମର ସୁରେନ୍ଦ୍ର ମିଶ୍ର ଓରଫ୍ ସୁର ବାବାଙ୍କ ଚେଲାମାନେ ଧମକ ଦେଉଥିବା ମହିଳା ଜଣକ ଏତଲାରେ ଦର୍ଶାଇଛନ୍ତି। ଏତଲା ଅନୁସାରେ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଅଞ୍ଚଳର ଜଣେ ମହିଳାଙ୍କ […]
ପାରଳାଖେମୁଣ୍ଡି: ମୃତ୍ୟୁ କୌଣସି ବି ମୁହୂର୍ତ୍ତରେ ଆସିପାରେ। ଯାହାର ଜ୍ୱଳନ୍ତ ଉଦାହରଣ ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି। ଯୋଗ କରୁଥିବା ବେଳେ ଜଣେ ବୃଦ୍ଧଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ତେବେ ବୃଦ୍ଧଙ୍କ ପରିଚୟ ଜଣାପଡ଼ି ନାହିଁ। ଆଜି ସକାଳେ ହାଇଟେକ୍ ପ୍ଲାଜା ପଡ଼ିଆରେ ଯୋଗ ଶିବିର ଚାଲିଥିଲା। ଯୋଗ ଚାଲିଥିବା ସମୟରେ ହଠାତ୍ ଜଣେ ବୃଦ୍ଧ ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସୋର(ଶଶିକାନ୍ତ ବେହେରା): ପୁଣି ଅଲୋଡ଼ା ହୋଇଛି ଶିଶୁ କନ୍ୟା। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ରାସ୍ତା କଡ଼ରୁ ୨ ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି। ବାସୁଦେବପୁର-ଅନନ୍ତପୁର ରାସ୍ତାର ଗୁଡ୍ ଛକରୁ ଏହି ଦୁଇ ଶିଶୁଙ୍କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। କିଏ ଓ କାହିଁକି ଏଠାରେ ନବଜାତଙ୍କୁ ଏଠାରେ ଛାଡ଼ି ଦେଇଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
କେନ୍ଦୁଝର: ବର୍ଷାରେ ଭିଜିଲା ଶହ ଶହ ଧାନ ବସ୍ତା। କେନ୍ଦୁଝର ଜିଲ୍ଲା ତେଲକୋଇ ସମବାୟ ସମିତିର ଅବହେଳା ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଧାନ କିଣାନଯିବାରୁ ଶହ ଶହ ଧାନ ବସ୍ତା ବର୍ଷାରେ ଭିଜିଯାଇଛି। ଜାନୁଆରୀ ୨୫ ତାରିଖରୁ ଧାନ କିଣା ବନ୍ଦ ହୋଇଯାଇଥିଲା। ହେଲେ ୨ ହଜାର ବସ୍ତା ଧାନ କିଣାଯିବ ବୋଲି ଅନୁମତି ଆସିଥିଲା। ଆଉ ୧୫ ତାରିଖ ଶୁକ୍ରବାର ଦିନ ଧାନ କିଣାଯିବ ବୋଲି ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ କୁହାଯାଇଥିଲା। ସେହି […]
ଯାଜପୁର: ବୋହୂକୁ ମରଣାନ୍ତକ ଆକ୍ରମଣ କରିବା ପରେ ଶ୍ୱଶୂର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡ଼ବରୁଣେଇପଦା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗତକାଲି କୌଣସି କଥାକୁ ନେଇ ଶ୍ୱଶୁର ଓ ବୋହୂ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେହି ସମୟରେ ଶ୍ୱଶୁର ଏକ ଧାରୁଆ ଅସ୍ତ୍ରରେ ବୋହୂଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ବୋହୂଙ୍କୁ ଯାଜପୁର ରୋଡ୍ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ […]
ଭଦ୍ରକ: କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭଦ୍ରକ ଉପକଣ୍ଠ ରାଣୀତାଲ୍ରେ ଏକ ସାଧାରଣ ସଭାରେ ରାଜନାଥ ସିଂ ଯୋଗଦେବେ। ରାଜନାଥଙ୍କ ଗସ୍ତକୁ ନେଇ ଭଦ୍ରକ ଜିଲ୍ଲା ବିଜେପି ଚଳଚଞ୍ଚଳ ହୋଇଛି। ରାଜନାଥ ସିଂହ ରାଣୀତାଲ୍ରେ ବୁଥ୍ ସ୍ତରୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ସମାବେଶରେ ଭଦ୍ରକ ବ୍ୟତୀତ ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କର୍ମୀ ଯୋଗଦେବେ। ରାଜନାଥ ସିଂହଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା […]
ଭୁବନେଶ୍ୱର: ଜନ୍ମ ମାଟିରେ ସହିଦଙ୍କୁ ଦିଆଗଲା ଶେଷ ବିଦାୟ। ପୁଲ୍ଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ ଗତକାଲି ବିରାଟ ଶୋଭାଯାତ୍ରାରେ ତାଙ୍କ ଗାଁକୁ ନିଆଯାଇଥିଲା। ସେଠାରେ ଶୋକାକୂଳ ପରିବେଶ ଭିତରେ ପରିବାର, ପରିଜନ ଓ ଗାଁ ଲୋକେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜୁଏଲ ଓରାମ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନା ନିଆଳିରେ ସହିଦ ମନୋଜ କୁମାରଙ୍କ ଗାଁରେ ଉପସ୍ଥିତ ଥିଲେ। ବିମାନ […]
ଭୁବନେଶ୍ୱର: ଗାଁ ଭିତରେ ବୋମା ତିଆରିକୁ ବିରୋଧ କରିବାରୁ ଗାଁ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଭଳି ଘଟଣା ଘଟିଛି ପାହାଳ ନିକଟ ଗୋହଳ ଗ୍ରାମରେ। କିଛି ଦିନ ତଳେ ଗୋହଳ ଗ୍ରାମର ୨ଜଣ ଅସାମାଜିକ ଯୁବକ ଅନ୍ୟ ଦୁଇ ଜଣ ଅଚିହ୍ନା ଯୁବକଙ୍କ ସହିତ ଗାଁ ମୁଣ୍ଡରେ ଥିବା ଏକ ଘରେ ବୋମା ଭିଡୁଥିଲେ। ସେହି ଗାଁର ସଭାପତି ପ୍ରଭାତ କୁମାର ଦାସ ଏ ସଂପର୍କରେ ପାହାଳ ଫାଣ୍ଡିରେ ଏତଲା ଦେଇଥିଲେ। ଏଥିରେ ଉତ୍କ୍ଷିତ୍ପ ହୋଇ […]
ପୁଲୱାମାଠାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ରାଜ୍ୟର ବିଭିନ୍ନ ସ୍ଥାନରେ ନୀରବ ପ୍ରାର୍ଥନା ହୋଇଯାଇଛି । ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ଦୁଇ ମିନଟ୍ ପାଇଁ ନୀରବ ପ୍ରାର୍ଥନା କରିଛନ୍ତି । ଏହି ପ୍ରାର୍ଥନା ସଭାରେ ସହିଦଙ୍କ ଆତ୍ମାର ସଦ୍ଗତି କାମନା କରାଯାଇଛି । ସେହିପରି ମୟୂରଭଞ୍ଜ ଉଦଳାରେ ମଧ୍ୟ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି । ବ୍ଲକର ବିଭିନ୍ନ ସ୍କୁଲରେ ନୀରବ ପ୍ରାର୍ଥନା କରାଯାଇଛି। ସରକାରୀ, ବେସରକାରୀ […]
ଖୋର୍ଦ୍ଧା(ବଳରାମ ଲେଙ୍କା): ପୂର୍ବ ଶତ୍ରୁତାକୁ ନେଇ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ପରିଛଳ ବଜାରରେ ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ଜାମୁସାହି ଗାଁର ସନ୍ତୋଷ ରାଉତରାୟ ନାମକ ଜଣ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସନ୍ତୋଷ ଗତ ସନ୍ଧ୍ୟାରେ ପରିଛଳ ବଜାରରେ ଚୁଟି କାଟୁଥିବାବେଳେ ୨ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ସନ୍ତୋଷଙ୍କ ବାମ ପଟ ଛାତିରେ ବାଜିଛି। ଗତ ୭ ତାରିଖରେ […]
ବଲାଙ୍ଗିର: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ଅସୁସ୍ଥ ହୋଇପଡିଛନ୍ତି। ଚିକିତ୍ସା ନିମନ୍ତେ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ବିଚାରଧିନ ବନ୍ଦୀ ପୁଞ୍ଜିଲାଲ୍ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ପାଟଣାଗଡ ଜେଲ୍ରୁ ଚମ୍ପଟ ମାରିବାକୁ ଉଦ୍ୟମ ପରେ ତାଙ୍କୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏହା ପ୍ରତିବାଦରେ ଗତ ୧୦ ଦିନ ହେଲା ସେ ଅନଶନ କରୁଥିଲେ। ଫଳରେ କିଛି ଖାଉନଥିବାରୁ ପୁଞ୍ଜିଲାଲ୍ ଅସୁସ୍ଥ […]
ବ୍ରହ୍ମପୁର: ବ୍ରହ୍ମପୁର ଆସିକା ରୋଡ଼ରେ ଥିବା ଗୋଲଡେନ ଲ୍ୟାଣ୍ଡ ଚିଟଫଣ୍ଡ କମ୍ପାନି ସମ୍ମୁଖରେ ଜମାକାରୀମାନେ ଧାରଣାରେ ବସିଛନ୍ତି। ଏତେ ଦିନ ଅପେକ୍ଷା କରିବା ସତ୍ତ୍ୱେ ମଧ୍ୟ ଜମା ଟଙ୍କା ଫେରି ନ ପାଇବାରୁ ଧୈର୍ଯ୍ୟହରା ହୋଇ ସେମାନ ଏପରି ପଦକ୍ଷେପ ନେଇଥିବା କହିଛନ୍ତି। ଏଥିରେ ବହୁ ଜମାକାରୀ ଓ ଏଜେଣ୍ଟ ସାମିଲ ହୋଇଥିଲେ। ଏତେ ଲୋକଙ୍କୁ ଦେଖି ଚିଟ୍ଫଣ୍ଡ କମ୍ପାନୀ ନିର୍ଦ୍ଦେଶକ ଯୁଗଳ ଖଣ୍ଡୁଆଳ ପଳାଇଥିଲେ । ପୋଲିସ ଆସି ବୁଝାଶୁଝା କରିଥିଲେ ମଧ୍ୟ ଜମା ଟଙ୍କା […]
ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ପାଟପୁରରେ ଗଂଜେଇ ଜବତ କରିବାକୁ ଯାଇଥିବା ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଉପରେ ଆକ୍ରମଣ ହୋଇଛି। ଆକ୍ରମଣକାରୀମାନେ ଜବତ ଗଂଜେଇକୁ ଛଡ଼ାଇ ନେବା ସହ ଫ୍ଲାଇଂ ସ୍କ୍ୱାଡ୍ ବ୍ୟବହାର କରୁଥିବା ଗାଡ଼ିକୁ ଭଂଗାରୁଜା କରିଛନ୍ତି। ସୂଚନାନୁସାର ଅବକାରୀ ବିଭାଗର ମିଳିତ ଟିମ୍ ଚଢ଼ଉ କରିବା ପାଇଁ ରୁପସାରୁ ପାଟପୁର ଗାଁକୁ ଯାଇଥିଲେ। ଏହି ଟିମ୍ରେ କଟକ ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ଓ ବାଲେଶ୍ୱର ଅବକାରୀ ବିଭାଗର ଟିମ୍ ସାମିଲ୍ ଥିଲେ। ସେମାନେ ଚଢ଼ାଉ କରୁଥିବା […]
କଟକ: କଟକ ଜିଲ୍ଲା ଜଗତପୁରର ଖଇରା ନାଳ ପୋଲ ଉପରେ ଏକ ଦୁର୍ଘଟଣା ଘଟିଛି। ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ବାବାମଣି ନାମକ ଏକ ଘରୋଇ ବସ୍ ପୋଲ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି। ମୃତକ ଜଣକ ଏକ ୭ ବର୍ଷର ଶିଶୁ ବୋଲି ଜଣାପଡ଼ିଛି। ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍ଟି ଦ୍ରୁତ ଗତିରେ […]
ନୂଆଦିଲ୍ଲୀ: ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସଂସଦର ଲାଇବ୍ରେରୀ ପ୍ରକୋଷ୍ଠରେ ଏକ ସର୍ବଦଳୀୟ ବୈଠକ ବସିଛି। ଏହି ବୈଠକରେ ଅଧ୍ୟକ୍ଷତା କରୁଥିବା ଗୃହ ମନ୍ତ୍ରୀ ରାଜନାଥ ସିଂ ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଇବେ । ସୁରକ୍ଷା ସମ୍ପର୍କୀତ କ୍ୟାବିନେଟ୍ ବୈଠକରେ ପାକିସ୍ତାନର ମୋଷ୍ଟ ଫେଭରଡ୍ ନେସନ ମାନ୍ୟତା ପ୍ରତ୍ୟାହାର କରି ନେବା ପାଇଁ ସ୍ଥିର ହୋଇଛି । ସେପଟେ ସର୍ବଦଳୀୟ ବୈଠକ ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ […]
ପାଟକୁରା: ଓଲଟି ପଡ଼ିଲା ବ୍ୟାଣ୍ଡ୍ପାର୍ଟି ଗାଡ଼ି। କେନ୍ଦ୍ରାପଡା ଜିଲ୍ଲା ଚିତ୍ରତ୍ପୋଳା ନଦୀବନ୍ଧର ପହଣାଠାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଭରତ ଚନ୍ଦ୍ର ମଲ୍ଲିକ। ସୂଚନା ଅନୁସାରେ, ଗତକାଲି ରାତିରେ ବିବାହ ଉତ୍ସବରେ ଯୋଗଦେଇ ଏକ ବ୍ୟାଣ୍ଡ୍ପାର୍ଟି ଗାଡ଼ି ଫେରୁଥିବା ବେଳେ ଚିତ୍ରତ୍ପୋଳା ନଦୀବନ୍ଧର ପହଣାଠାରେ ଭାରସାମ୍ୟ ହରାଇ ନଦୀବନ୍ଧର ତଳକୁ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆହତ ୩ […]