• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

bvcb
ମାଛକୁଣ୍ଡ ଜଳଭଣ୍ଡାରରେ ବଢ଼ୁଛି ଜଳ ସ୍ତର

କୋରାପୁଟ: ବର୍ଷର ପ୍ରଥମ ବର୍ଷା ଜଳରେ କୋରାପୁଟ ମାଛକୁଣ୍ଡ ଜଳଭଣ୍ଡାରରେ ଜଳ ପତ୍ତନ ବଢ଼ିବାରେ ଲାଗିଛି। ଲଗାଣ ବର୍ଷା ଯୋଗୁ ବିପଦ ସଂକେତ ନିକଟରେ ପ୍ରବେଶ କରୁଛି ବନ୍ୟାଜଳ। ଜଳଭଣ୍ଡାରର ବିପଦ ସଙ୍କେତ ୨୫୯୦ ଫୁଟ୍ ହୋଇଥିବା ବେଳେ ଏବେ ଜଳସ୍ତର ୨୫୮୮.୦୮ ଫୁଟ୍ ରହିଛି। ଜଳଭଣ୍ଡାରର ୮ନଂ ଗେଟ୍ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି। ପ୍ରତି ସେକେଣ୍ଡରେ ଏକ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ତେବେ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ କୌଣସି ବିପଦ ନଥିବା […]

  • Tuesday, 20 July 2021
kendrapara
କେନ୍ଦ୍ରାପଡ଼ାରେ ପୁଣି ଏନ୍‌କାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ଲିଟୁ ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୁଣି ଏନ୍‌କାଉଣ୍ଟର। ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଦେବୀ ପ୍ରସାଦ ଦାସ ଓରଫ ଲିଟୁ ଦାସ ଆହତ ହୋଇଛି। ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଲିଟୁକୁ ଗୁରୁତର ଅବସ୍ଥାରେ ପ୍ରଥମେ ମାର୍ଶାଘାଇର ଏକ ମେଡିକାଲ୍‌ ପରେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି। ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି-ବୌଦ ଅଫିସ ରାସ୍ତାରେ ଲିଟୁକୁ ମାର୍ଶାଘାଇ ପୁଲିସ୍‌ ଓ ସ୍ପେଶାଲ […]

  • Tuesday, 20 July 2021
tudu
ରଥଟଣା ବେଳେ ହଟହଟା ହେଲେ ସାଂସଦ: ଚିହ୍ନି ନପାରି ରାସ୍ତା ଛାଡ଼ିଲାନି ପୁଲିସ୍

ମୟୂରଭଞ୍ଜ: ବାରିପଦା ରଥଯାତ୍ରାରେ ରଥଟଣା ବେଳେ ହଟହଟା ହେଲେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ। ଡିଉଟିରେ ଥିବା ପୁଲିସ ତାଙ୍କୁ କର୍ଡନ ଭିତରକୁ ନଛାଡ଼ିବାରୁ ସାଂସଦଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ। ଦାୟିତ୍ୱରେ ଥିବା ପୁଲିସ୍‌ମାନେ ସାଂସଦଙ୍କୁ ଚିହ୍ନି ନପାରିବାରୁ ଏଭଳି ପରିସ୍ଥିତି ଉପୁଜିଥିଲା। ତେବେ କିଛି ଉପରିସ୍ଥ ଅଧିକାରୀ ପହଞ୍ଚି ସାଂସଦଙ୍କୁ ବୁଝାସୁଝା କରିବା ସହ କ୍ଷମା ମାଗିଥିଲେ। ସେପଟେ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାଂସଦ ବିଶେଶ୍ୱର ଟୁଡୁ।

  • Tuesday, 20 July 2021
hotel
ହୋଟେଲ୍‌ରେ ନିଆଁ ଲାଗି ୭ ଗୁରୁତର

ରାଉରକେଲା: ରାଉରକେଲାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ୭ ଜଣ ଗୁରୁତର ଆହତ ହୋଇଛନ୍ତି। ପାନପୋଷ ଛକ ସ୍ଥିତ ପଞ୍ଚମ ହୋଟେଲରେ ଆଜି ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି। ପ୍ରଥମେ ଆହତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍‌କୁ ଅଣାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଆଇଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି। ଗ୍ୟାସ୍‌ ସିଲିଣ୍ଡର କିମ୍ବା ଗ୍ୟାସ୍‌ ପାଇପ୍‌ରୁ ଗ୍ୟାସ୍‌ ଲିକେଜ୍‌ ହୋଇ ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା […]

  • Tuesday, 20 July 2021
pratap
ବରିଷ୍ଠଙ୍କ ପାଦ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

ମୟୂରଭଞ୍ଜ: ବିଜେପି ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ପାଦ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ବେତନଟୀରେ ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସ୍ଥାନୀୟ ପରମ୍ପରା ଅନୁସାରେ ସେଠାରେ ବରିଷ୍ଠଙ୍କ ପାଦ ଧୋଇଦେବାର ବ୍ୟବସ୍ଥା ହୋଇଥିଲା। ତେଣୁ ଏହି ଅବସରରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, କାର୍ଯ୍ୟକ୍ରମକୁ ଆସିଥିବା ଜଣେ ପୂର୍ବତନ ଓଏଏସ୍ […]

  • Tuesday, 20 July 2021
fire
ନିଆଁରେ ପୋଡ଼ି ହୋଇ ଯୁବତୀ ଗୁରୁତର

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବାଉଁଶପାଳ ଗାଁରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ନିଆଁରେ ପୋଡ଼ି ହୋଇ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ଧରିତ୍ରୀ। ଉଦଳା ବାଉଁଶପାଳ ଗାଁରେ ଧରିତ୍ରୀଙ୍କ ଘର ବୋଲି ଜଣାପଡ଼ିଛି। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ିଯାଇଛି। ଗୁରୁତର ଅବସ୍ଥାରେ ଧରିତ୍ରୀଙ୍କୁ ପ୍ରଥମେ ଉଦଳା ଓ ପରେ ବାରିପଦା ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଉଦଳା ଅଗ୍ନିଶମ ବିଭାଗ […]

  • Tuesday, 20 July 2021
duskram
ରାଜ୍ୟରେ ବଢୁଛି ଦୁଷ୍କର୍ମ ମାମଲା: ଦୈନିକ ୬ରୁ ଅଧିକ ଘଟଣା

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ବଢ଼ୁଛି ଦୁଷ୍କର୍ମ ମାମଲା। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଉତ୍ତରରୁ ଏହି ଉଦ୍‌ବେଗଜନକ ଚିତ୍ର ପଦାକୁ ଆସିଛି। ଗୃହ ବିଭାଗ ଶ୍ୱେତପତ୍ର ଅନୁଯାୟୀ, ୨୦୧୬ରେ ରାଜ୍ୟରେ ୨ହଜାର ୧୪୪ଟି ଦୁଷ୍କର୍ମ ମାମଲା ପଞ୍ଜୀକୃତ ହୋଇଥିଲା। ୨୦୧୭ରେ ସଂଖ୍ୟା ୨ହଜାର ୨୨୧ରେ ପହଞ୍ଚିଥିଲା। ତେବେ ୨୦୧୮ରେ ଏହି ସଂଖ୍ୟା ଆହୁରି ବଢ଼ି ୨ହଜାର ୫୦୨ରେ ପହଞ୍ଚିଛି। ଅର୍ଥାତ୍  ଦୈନିକ ରାଜ୍ୟରେ ୬ରୁ ଅଧିକ ଦୁଷ୍ମର୍ମ ଘଟଣା ଘଟୁଛି। […]

  • Tuesday, 20 July 2021
rain
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଟ୍ରପ୍‌ ଲାଇନ୍‌ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ୩ ଦିନ ଯାଏ ଝଡ଼ତୋଫାନ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨/୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଥିଲା। ତେବେ […]

  • Tuesday, 20 July 2021
gg
ରାଜ୍ୟର ଆର୍ଥିକ ପରିଚାଳନାକୁ ଗଡ଼ବଡ଼ କରିପାରେ କାଳିଆ ବୋଝ

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ପରିଚାଳନାର ଶୃଙ୍ଖଳାକୁ ଗଡ଼ବଡ଼ କରିପାରେ କାଳିଆର ବୋଝ। କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶାର ଟିକସ ଭାଗ କମିବା ପରେ ଏମିତି ଆକଳନ କରୁଛନ୍ତି ଅର୍ଥନୀତି ବିଶେଷଜ୍ଞ। ୨୮ ତାରିଖ ବଜେଟ୍ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ  ନିରଞ୍ଜନ ପୂଜାରୀ କହିଥିଲେ, କେନ୍ଦ୍ରୀୟ ଟିକସରୁ ଓଡ଼ିଶାକୁ ମିଳିବ ୩୯ ହଜାର ୨ ଶହ ୭ କୋଟି ଟଙ୍କା। କିନ୍ତୁ କେନ୍ଦ୍ରର ବଜେଟ୍ ଉପସ୍ଥାପନ ପରେ ଏହି ଆକଳନ ଭୁଲ୍ ହୋଇଯାଇଛି। କେନ୍ଦ୍ରୀୟ ଟିକସ ବାବଦକୁ ରାଜ୍ୟକୁ […]

  • Tuesday, 20 July 2021
dolphin
ଚିଲିକା କୂଳରେ ଡଲଫିନ୍‌ର ମୃତଦେହ

ବ୍ରହ୍ମଗିରି: ପୁରୀ ଜିଲ୍ଲା ଚିଲିକା ଘାଟପେଣ୍ଠ ନିକଟରୁ ଏକ ବିରଳ ଇରାୱାଡ଼ି ଡଲଫିନ୍‌ର ମୃତଦେହ ମିଳିଛି। ମୃତ ଡଲଫିନ୍‌କୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି। ତେବେ ଡଲଫିନ୍ ମୃତ୍ୟୁର କାରଣ ଜଣାପଡିନାହିଁ। ଚଳିତ ମାସରେ ୩ଟି ଡଲଫିନ୍‌ଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ଗତ ଜାନୁଆରୀ ମାସରେ ହୋଇଥିବା ଗଣନାବେଳେ ଚିଲିକାରେ ୧୧୩ଟି ଡଲଫିନ୍‌ ଥିବା ଜଣାପଡିଥିଲା।

  • Tuesday, 20 July 2021
Damodar-Rout
ପାଟକୁରା ନିର୍ବାଚନ ସ୍ୱାଭିମାନର ପ୍ରଶ୍ନ, ଆଞ୍ଚ୍ ଆସିଲେ ସ୍ୱାଭିମାନ ଜଳିବ: ଦାମୋଦର ରାଉତ

ଭୁବନେଶ୍ୱର: ପାଟକୁରା ନିର୍ବାଚନ ପ୍ରସଙ୍ଗରେ ବାଣ ଛାଡ଼ିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ପାଟକୁରାରେ ସ୍ୱାଭିମାନର ପ୍ରଶ୍ନ ରହିଛି। ଆଞ୍ଚ ଆସିଲେ ସ୍ୱାଭିମାନ ଜଳିବ ବୋଲି କହିଛନ୍ତି ଦାମ। ତାସହ ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନଦେବାକୁ ନବୀନ ପଣ କରିଛନ୍ତି ଓ ଏଥିପାଇଁ ଦଳର ଅଧ ଡଜନେ ମନ୍ତ୍ରୀ ଓ ନେତାଙ୍କୁ ପାଟକୁରାକୁ ଛାଡ଼ିଛନ୍ତି ବୋଲି କହିବା ସହ ନବୀନଙ୍କୁ ଟାର୍ଗେଟ୍ କରିଛନ୍ତି। ତେବେ ଦାମଙ୍କ ଏସବୁ ମନ୍ତବ୍ୟ ନେଇ ବିଜେଡିର ପ୍ରତିକ୍ରିୟା […]

  • Tuesday, 20 July 2021
odisha cm
୨୦ ବର୍ଷର ଶାସନରେ ସଫଳତା ନେଇ ମତ ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ୨୦ବର୍ଷର ଶାସନ ଭିତରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେବାସହ ଖାଦ୍ୟ ସମସ୍ୟାର ସମାଧାନ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ କହିଛନ୍ତି। ୮୦ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

  • Tuesday, 20 July 2021
dsf
ପାଟକୁରା ନିର୍ବାଚନ: କଂଗ୍ରେସ କହିଲା ମ୍ୟାଚ୍ ଫିକ୍ସିଂ, ଉତ୍ତରରେ ବିଜୟ କହିଲେ...

ଭୁବନେଶ୍ୱର: ପାଟକୁରା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ସେତିକି ଉଷ୍ମ ହେଉଛି ରାଜ୍ୟ ରାଜନୀତି। ପରିବର୍ତ୍ତିତ ପରିସ୍ଥିତିରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି-ବିଜେପି ନିକଟତର ହେଉଥିବାରୁ ପାଟକୁରାରେ ବି ଏହାର ଇଫେକ୍ଟ ପଡ଼ିବ ପାରେ ବୋଲି ପ୍ରଶ୍ନ ଉଠିଲାଣି। ମାତ୍ର ଦେଢ଼ ମାସ ତଳେ ସାଧାରଣ ନିର୍ବାଚନବେଳେ ଯେଉଁ ବିଜେଡି ଓ ବିଜେପି ଖୋଲାଖୋଲି ପରସ୍ପରକୁ ଆକ୍ରମଣ କରୁଥିଲେ, ଆଜି କିନ୍ତୁ ସ୍ଥିତି ପୂରା ଓଲଟା ହୋଇଯାଇଛି। କେନ୍ଦ୍ରରେ ମୋଦି ଓ ରାଜ୍ୟରେ ନବୀନ କ୍ଷମତାକୁ […]

  • Tuesday, 20 July 2021
Capture 10 .....
‘୨ କୋଟି ସହାୟତା ସହ ବିଜୁଳି ସବ୍‌ସିଡି ଦିଅ’

ଭୁବନେଶ୍ୱର:  ରାଜ୍ୟରେ ଶୀତଳ ଭଣ୍ଡାର ମାଲିକ ସଂଘଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ଶୀତଳ ଭଣ୍ଡାର ବନ୍ଦ କରି ସେମାନେ ଗତକାଲିଠୁ ଧର୍ମଘଟ ଚଳାଇଛନ୍ତି । ପର୍ଯ୍ୟାପ୍ତ ସାମଗ୍ରୀ ମିଳୁନଥିବାରୁ ରାଜ୍ୟର ୪୪ଟି ଶୀତଳ ଭଣ୍ଡାର କ୍ଷତିରେ ଚାଲୁଥିବା କହିଛି ମାଲିକ ସଂଘ । ୨୦୧୫ର ଆଳୁ ସମସ୍ୟା ପରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ପ୍ରତିଷ୍ଠା ହୋଇଥିଲା ୨୬ଟି ଶୀତଳ ଭଣ୍ଡାର। ସେଥିରୁ ୨୪ଟି ଏବେ ରୁଗ୍‌ଣ ଅବସ୍ଥାରେ। ଆଳୁ ମିଶନରେ ଯେତିକି ଉତ୍ପାଦନ ହେବା କଥା […]

  • Tuesday, 20 July 2021
tt
ଚତୁର୍ଥ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲେ ୭୫ ବର୍ଷୀୟ ବୃଦ୍ଧ

ଅନୁଗୁଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଛି ନାରକୀୟ କାଣ୍ଡ । ସାମାନ୍ୟ ବଚସାରୁ ଉତ୍ତ୍ୟକ୍ତ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛନ୍ତି। ଏପରି ଅଭିଯୋଗ ହୋଇଛି ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନ ଅନ୍ତର୍ଗତ ବାରକୋଟିଆ ଗାଁରେ।  ନିଜ ଝିଅ ଘରକୁ ବୁଲି ଆସିଥିବା ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ବଳ ବେହେରା (୭୨) ଚତୁର୍ଥ ସ୍ତ୍ରୀ ଭଗବତୀ ବେହେରା (୪୫ବର୍ଷ) ଙ୍କୁ  ଅତି ବିଭତ୍ସ ଭାବେ ହତ୍ୟା କରିଥିବା […]

  • Tuesday, 20 July 2021
ସଡ଼କ ଦୁର୍ଘଟଣାରେ ୩ ମୃତ, ୧୪ ଆହତ

ଭୁବନେଶ୍ୱର: ବେପରୁଆ ଗାଡ଼ି ଚଳନା ଯୋଗୁ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ି ଚାଲିଛି। ଘରୁ ବାହାରିଲା ମାତ୍ର ଜୀବନ ସୁରକ୍ଷିତ ରହୁନି। ସବୁଦିନ କିଛି ନା କିଛି ଦୁର୍ଘଟଣାର ଖବର ଶୁଣିବାକୁ ମିଳୁଛି। ଆଜି ଦେବଗଡ଼, ଗଞ୍ଜାମ ଓ ତେଲ୍‌କୋଇ ଠାରେ ଦୁର୍ଘଟଣାରେ ୩ ଜଣଙ୍କର ପ୍ରାଣ ଯାଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ସମରଖାଇ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥରେ ବାଇକକୁ ଏକ ମାଲ୍ […]

  • Tuesday, 20 July 2021
Capture 9.......
ପୁଲିସ ପରିଚୟ ଦେଇ ନର୍ସଙ୍କ ଚେନ୍‌ ଲୁଟ୍‌

ବାଲେଶ୍ୱର: ପୁଲିସ ପରିଚୟ ଦେଇ ନର୍ସଙ୍କ ବେକରୁ ସୁନା ଚେନ୍ ଲୁଟ୍‌ । ଏପରି ଅଭିନବ ଉପାୟରେ ଲୁଟ୍‌ ଘଟଣା ସୋର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଆଜି ସକାଳୁ ସୋର ଥାନା ଟ୍ରେଜେରି ଛକରୁ ବସ୍‌ ଷ୍ଟାଣ୍ଡ ଅଭିମୁଖେ ଜଣେ ନର୍ସ ଆସୁଥିଲେ। ମହିଳାଜଣକ ଏକୁଟିଆ ଥିବା ଦେଖି ଦୁଇ ଲୁଟେରା ତାଙ୍କ ନିକଟକୁ ଯାଇଥିଲେ।  ଦାମୀ ଅଳଙ୍କାର ପିନ୍ଧି ରାସ୍ତାରେ ଯିବାକୁ ବାରଣ କରି ତାହାକୁ ବ୍ୟାଗ୍‌ରେ ରଖିବାକୁ ସେମାନେ ନର୍ସଙ୍କୁ ଉପଦେଶ […]

  • Tuesday, 20 July 2021
hack
ରାଜ୍ୟର ଏକାଧିକ ୱେବ୍‌ସାଇଟ୍‌ ହ୍ୟାକ୍ !

ଭୁବନେଶ୍ୱର: ରାଜ୍ୟର ଏକାଧିକ ୱେବ୍‌ସାଇଟ୍‌ ହ୍ୟାକ୍। ଓଡ଼ିଶା ପ୍ରଶାସନିକ ସେବା ଆସୋସିଏଏସ୍ଏନ୍, ଶ୍ରୀମନ୍ଦିର ଦଇତାପତି ନିଯୋଗ ସହ ଅନେକ ସରକାରୀ ଅଫିସ୍‌ର ୱେବ୍‌ସାଇଟ୍ ହ୍ୟାକ୍ ହୋଇଛି। ଖାଲି ସେତିକି ନୁହେଁ ଏକାଧିକ ସରକାରୀ କଲେଜ ୱେବ୍‌ସାଇଟ୍ ମଧ୍ୟ ହ୍ୟାକ୍ ହୋଇଥିବା ସୂଚନା ମିଳିଛି। ୱେବ୍‌ସାଇଟ୍ ଗୁଡ଼ିକର ହୋମ୍‌ପେଜ୍‌ରେ ମ୍ୟାଡ୍ ଟାଇଗର ଲେଖା ହୋଇଛି। ତେବେ କାହିଁକି ଓ କିଏ ଏପରି ୱେବ୍‌ସାଇଟ୍ ହ୍ୟାକ୍ କରିଛି ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ପ୍ରଶାସନ ତରଫରୁ ମଧ୍ୟ ଏନେଇ […]

  • Tuesday, 20 July 2021
debasis
ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାଁରେ ମାମଲା ରୁଜୁ

କଟକ: କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାଁରେ ଥାନାରେ ମାମଲା ରୁଜୁ। ସହିଦଙ୍କ ସମ୍ପର୍କୀୟଙ୍କୁ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣାକୁ ନେଇ କଟକ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଛି। ଧକ୍କା ମାରିବା, ଗାଳିଗୁଲଜ କରିବା ଅଭିଯୋଗରେ ପୁଲିସ୍‌ ମାମଲା ରୁଜୁ କରିଛି। ମାମଲା ରୁଜୁ ନେଇ କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ବାଦାମବାଡ଼ି ଥାନା ଏହି ମାମଲାକୁ ନିଆଳି ଥାନାକୁ ହସ୍ତାନ୍ତର କରିବ। କଟକ ମହିଳା କଂଗ୍ରେସର ଅଭିଯୋଗ କ୍ରମେ ବାଦାମବାଡ଼ି ଥାନାରେ […]

  • Tuesday, 20 July 2021
Daitari-Naik
ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ସହଯୋଗର ହାତ ବଢ଼ାଇଲା ପ୍ରଶାସନ

କେନ୍ଦୁଝର: ପଦ୍ମଶ୍ରୀ ଦୈତାରୀ ନାୟକଙ୍କୁ ସହଯୋଗର ହାତ ବଢ଼ାଇଲା କେନ୍ଦୁଝର ପ୍ରଶାସନ। ବଂଶପାଳ ବ୍ଲକ୍ ତଳ ବୈତରାଣୀ ଗାଁର ଜଳ ପୁରୁଷ ପଦ୍ମଶ୍ରୀ ଦୈତାରୀ ନାୟକଙ୍କ ଦୁଃଖ ଦୁର୍ଦ୍ଦଶାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ପରେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ। ପାହାଡ଼ କାଟି ଚାଷ ଜମିକୁ ପାଣି ପହଞ୍ଚାଇଥିବା ଜଳପୁରୁଷ ପଦ୍ମଶ୍ରୀ ଦୈତାରୀ ନାୟକ ଏବେବି ଭଙ୍ଗା କୁଡ଼ିଆରେ ରହୁଛନ୍ତି। ସରକାରୀ ଯୋଜନାରେ ପାଇଥିବା ଇନ୍ଦିରା ଆବାସ ଘର ଏବେ ଅଧାପନ୍ତରିଆ ହୋଇ ପଡ଼ିରହିଛି।  […]

  • Tuesday, 20 July 2021
Capture 6 ...........
‘କର୍ମଚାରୀଙ୍କୁ ସୁରକ୍ଷା ଦିଅ, ଖାଲି ପଦବୀ ପୂରଣ କର’

ଭୁବନେଶ୍ୱର : ରାଜଧାନୀରେ ବିଦ୍ୟୁତ୍‌  ବିତରଣ କରୁଥିବା ଭୁବନେଶ୍ୱର ସିଟି ଡିଷ୍ଟ୍ରିବ୍ୟୁସନ ଡିଭିଜନ- ୨ରେ  ଅଚଳାବସ୍ଥା  ଦେଖାଦେଇଛି । ଖାଲି ଥିବା କର୍ମଚାରୀ ପଦବୀ ପୂରଣ, କର୍ମଚାରୀମାନଙ୍କୁ ସୁରକ୍ଷା ଦାବିରେ ରାଜ୍ୟ ବିଦ୍ୟୁତ୍‌ ଶ୍ରମିକ କର୍ମଚାରୀ ସଂଘ ଓଡିଶା କର୍ମଚାରୀ ଗତକାଲିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।   ସଂଘ ଅଭିଯୋଗ କରିଛି , ବିସିସିଡି- ୨ ଅଧୀନରେ ପ୍ରାୟ ୮୨ ବର୍ଗ କିଲୋମିଟର ଅଞ୍ଚଳରେ ୧ଲକ୍ଷ ୪୬ ହଜାରରୁ ଅଧିକ ଗ୍ରାହକଙ୍କ ପାଇଁ […]

  • Tuesday, 20 July 2021
summer sun
ରେକର୍ଡ ଭାଙ୍ଗିଲା ତାତି: ୩୯ ଡିଗ୍ରୀ ଉପରେ ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ଫେବୃଆରୀରେ ମେ’ ମାସର ତାତି। ଗତକାଲି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୩୯ ଡିଗ୍ରୀ ଟପିଛି। ରାଜ୍ୟର ୧୩ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଛି। ତେବେ ଆସନ୍ତା ୨୪ ତାରିଖ ପରେ ପାଣିପାଗ ପରିବର୍ତ୍ତନ ଆସିପାରେ। ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ […]

  • Tuesday, 20 July 2021
wedding-gift2
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ପୂରିଲା ବର୍ଷେ

ବଲାଙ୍ଗିର: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଜି ବର୍ଷେ ପୂରିଛି। ଗତ ବର୍ଷ ଆଜିର ଦିନରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ପାଟଣାଗଡ଼ ସହରର ବରହମ୍ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ଏବଂ ସୌମ୍ୟଶେଖରଙ୍କ ସମ୍ପର୍କୀୟ ଜେଜେ ମା’ଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣରେ ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇଥିଲେ। ଏହି […]

  • Tuesday, 20 July 2021
Capture 3..........
କାନ୍ଧରେ ଶବ ବୋହି ୨ କି.ମି ଚାଲିଲେ

  ସୁବର୍ଣ୍ଣପୁର : ମୃତଦେହକୁ  ସମ୍ମାନ ଜଣାଇ ଠିକଣା ଜାଗାରେ ପହଞ୍ଚାଇବା ଲାଗି ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା ହୋଇଛି। ପ୍ରତି ମେଡିକାଲରେ ଥିବା ଏହି ଗାଡ଼ି ଦ୍ୱାରା ମୃତକଙ୍କୁ ତାଙ୍କ ଘରେ ବିନା ମୂଲ୍ୟରେ ପହଞ୍ଚାଇବାକୁ ସରକାର ପ୍ରଣୟନ କରିଛନ୍ତି ଯୋଜନା। ହେଲେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ ନାହିଁ ମହାପ୍ରୟାଣ ଗାଡ଼ି। ଫଳରେ ଶୁକ୍ରବାର ରାତିରେ କାନ୍ଧରେ ଶବକୁ. ବୋହି ଦୀର୍ଘ ୨ କି.ମି ନେଇଛନ୍ତି ସମ୍ପର୍କୀୟମାନ । ଏଥିଯୋଗୁ ସେମାନ ବହୁ ଅସୁବିଧାର ସମ୍ମୁଖୀନ […]

  • Tuesday, 20 July 2021
people
ପରକୀୟା ପ୍ରୀତି ସନ୍ଦେହରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକେ

ମାଲକାନଗିରି: ଗାଁ ମଝିରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ। ମାଲକାନଗିରି ଜିଲ୍ଲା MPV ୪୭ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପରକୀୟା ପ୍ରୀତି ସନ୍ଦେହରେ ଗ୍ରାମବାସୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ପରକୀୟା ପ୍ରୀତିକୁ ନେଇ ଗତକାଲି ଜଣେ ବିବାହିତ ମହିଳା ଓ ଜଣେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ଗାଁ ଲୋକେ ନିସ୍ତୁକ ପିଟିଥିଲେ। ସେମାନଙ୍କୁ ମାଡ଼ ମରାଯାଉଥିବା ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଅନ୍ୟପଟେ, ଏହି ଘଟଣାରେ କୌଣସି ଏତଲା […]

  • Tuesday, 20 July 2021