ଭୁନେଶ୍ୱର: ନବୀନ ସରକାର ମନ୍ତ୍ରୀମାନଙ୍କ ପାଇଁ ଆସନ୍ତାକାଲି ମାସକର କଣ୍ଟ ପୂରୁଛି । ଏହା ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଉଛନ୍ତି। ଇସ୍ତାହାରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ କେଉଁ ବିଭାଗରେ କେଉଁ କାମକୁ ପ୍ରାଥମିକତା ଦିଆଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଅନେକ ମନ୍ତ୍ରୀ। କିଛି ମନ୍ତ୍ରୀ କାମ ଆରମ୍ଭ ବି କରିଛନ୍ତି। ଆଜି ରିପୋର୍ଟ ଦେଇଥିବା ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି, […]
ପୁରୀ: କଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ପୁରୀ ମୁସଲିମ ସମାଜ । ମୁସଲିମ ସମାଜ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ଇସଲାମ୍ ଧର୍ମରେ ଆତଙ୍କବାଦର ସ୍ଥାନ ନାହିଁ ବୋଲି କୁହାଯାଇଛି। ପୁରୀ ମୁସଲିମ ସମାଜ ମୁରବୀ ଭାରତ ମାତା କି ଜୟ ନାରା ଦେଇଛନ୍ତି । ପୁରୀରେ ରହୁଥିବା ଇସଲାମ୍ ଧର୍ମାବଲମ୍ବୀମାନେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । […]
ଜଗତସିଂହପୁର: ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼। ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଉକୁନ୍ଦରା ପଞ୍ଚାୟତର ସରପଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ତାଙ୍କ ଘର ଉପରକୁ ବୋମାମାଡ଼ କରିଥିଲେ। କିନ୍ତୁ ବୋମାଟି ଘର ସାମ୍ନାରେ ଥିବା କାର୍ ଉପରେ ପଡ଼ିଥିଲା। ଏଥିରେ କାର୍ର କିଛି ଅଂଶ ଜଳି ଯାଇଛି। ବିରିଡ଼ି ଥାନାରେ ଅଭିଯୋଗ ପରେ […]
ଜନ୍ମରୁ ଦୁଇ ହାତ ଓ ଗୋଡ଼ ଠିକରେ କାମ କରୁ ନାହିଁ । ହେଲେ ଦୃଢ଼ ମନୋବଳ ଓ ନିଜର ଇଚ୍ଛା ଶକ୍ତି ବଳରେ ସେ ଅସମ୍ଭବକୁ ସମ୍ଭବ କରିପାରିଛନ୍ତି ।
ପୁରୀ: ପୁଲ୍ୱାମା ହମ୍ଲା ପରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ବଢ଼ିଛି। ମୁଖ୍ୟତଃ ବିଭିନ୍ନ ଧାର୍ମିକ ଅନୁଷ୍ଠାନରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ପୁରୀ ଶ୍ରୀମନ୍ଦିରରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ସିଂହଦ୍ୱାରକୁ ଛାଡ଼ି ଦେଲେ ଅନ୍ୟ ତିନି ଦ୍ୱାରରେ ମେଟାଲ୍ ଡିଟେକ୍ଟର ନାହିଁ। ଦକ୍ଷିଣ, ଉତ୍ତର, ପଶ୍ଚିମ ଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରୁଥିବା ବେଳେ ଏହା ମୁକୁଳା ହୋଇପଡ଼ିଛି। ଫଳରେ ବିନା କୌଣସି ଯାଞ୍ଚରେ ମନ୍ଦିର […]
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଆଳୁ ମିଶନ ବିଫଳ ହେବା ଫଳରେ ରାଜ୍ୟରେ ଗଢି ଉଠିଥିବା ସମସ୍ତ ଘରୋଇ ଶୀତଳଭଣ୍ଡାର ଏବେ ରୁଗ୍ଣ ଅବସ୍ଥାରେ ପଡି ରହିଛି। ତେଣୁ ପ୍ରତି ରୁଗ୍ଣ ଶୀତଳଭଣ୍ଡାରକୁ ଚାଲୁ କରିବା ପାଇଁ ମାଲିକଙ୍କୁ ୨ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି। ଏହାସହ ବିଦ୍ୟୁତ୍ ଶୁଳ୍କରେ ୫୦ ପ୍ରତିଶତ ଛାଡ଼ ଏବଂ ବ୍ୟାଙ୍କ ଲୋନ କ୍ଷେତ୍ରରେ ସୁଧ ହାର କମାଇବାକୁ ରାଜ୍ୟ ଶୀତଳଭଣ୍ଡାର ସଂଘ ଦାବି କରିଛି। ପ୍ରତିବାଦରେ […]
ସମ୍ବଲପୁର : ସମ୍ବଲପୁରର ଧନୁପାଲି ଅଞ୍ଚଳରୁ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଧନୁପାଲି ଥାନା ଖଇରପାଲି ଅଞ୍ଚଳରୁ ପୋଲିସ ମୃତଦେହ ଉଦ୍ଧାର କରିଛି । ମୃତ କର୍ମଚାରୀଙ୍କ ଘର ଗୋବିନ୍ଦତଳା ଅଞ୍ଚଳରେ । ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଧନୁପାଲି ଥାନା ପୋଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି ।
ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଜଟଣୀ ବିକାଶ ନଗରର ରାକେଶ ତ୍ରିପାଠୀ। ନିଜ ଘର ଆଗରେ ଛିଡା ହୋଇଥିବା ବେଳେ କେତେକ ଯୁବକ ପହଞ୍ଚି ବିକାଶଙ୍କୁ ଛୁରିରେ ଆକ୍ରମଣ କରିଥିଲେ । ପଡ଼ୋଶୀ ଘରର ବଣିଆ ସାହୁ ଓ ତାଙ୍କ ତିନି ପୁଅ ଏହି ଆକ୍ରମଣ କରିଥିବା ମୃତକଙ୍କ ମା’ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଜଟଣୀ ପୋଲିସ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ବାଘ ବୁଲୁଥିବା ଜଣାପଡ଼ିଛି । ରଙ୍ଗମାଟିଆ ତଳସାହିରେ କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି। ଜଣେ ସ୍ଥାନୀୟ ବ୍ୟକ୍ତି ବାଘ ଦେଖିଥିବା କହିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଛି। ପାର୍ଶ୍ୱବର୍ତ୍ତୀ ବିଲ ଓ ମାଟିରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି। ସୂଚନାଥାଉ କି, ଗତ କିଛିଦିନ ତଳେ ରାଜଧାନୀରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘକୁ ବନ ବିଭାଗ ଧରିଥିଲା ।ବିମାନବନ୍ଦରର […]
ଢେଙ୍କାନାଳ: ମାଟ୍ରିକ୍ ପରୀକ୍ଷା ଦେବାକୁ ଯିବାବେଳେ ଦୁର୍ଘଟଣାରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଜାତୀୟ ରାଜପଥ ୫୩ ବାରିହାପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଙ୍କ ନାଁ ବୁଲୁ। ଢେଙ୍କାନାଳ ଜିଲ୍ଲା କମର୍ଦା ଗାଁରେ ତାଙ୍କ ଘର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବୁଲୁ ପରୀକ୍ଷା ଦେବାକୁ ବାଇକ୍ରେ ପରୀକ୍ଷାକେନ୍ଦ୍ରକୁ ଯିବାବେଳେ ବାରିହାପୁର ନିକଟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା କଙ୍କଡ଼ାଷୋଡ଼ ସ୍କୁଲ୍ରେ ତାଙ୍କ ପରୀକ୍ଷାକେନ୍ଦ୍ର ପଡ଼ିଥିଲା। ଦୁର୍ଘଟଣାରେ ବାଇକ୍ ଚଳାଉଥିବା ବୁଲୁଙ୍କ […]
ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷା ଆରମ୍ଭ ଦିନରୁ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ଆଜି ମାତୃଭାଷା ଓଡ଼ିଆ ପରୀକ୍ଷା ଚାଲିଥିବାବେଳେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା। ମାଟ୍ରିକ ପରୀକ୍ଷା ସରିବା ପୂର୍ବରୁ ବାହାରେ ପ୍ରଶ୍ନପତ୍ର ବୁଲୁଥିବା ସୂଚନା ମିଳିଛି। ସୋଶାଲ୍ ମିଡିଆରେ ବୁଲୁଥିବା ଭାଇରାଲ ପ୍ରଶ୍ନପତ୍ର ଓ ଓରିଜିନାଲ ପ୍ରଶ୍ନପତ୍ର ମେଳ ଖାଉଥିବା ଦେଖିବାକୁ ମିଳିଛି। ନୂଆପଡ଼ାରେ ପ୍ରଥମେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ଆସିଥିଲା। ଏହାପରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ପ୍ରଶ୍ନପତ୍ର ସୋଶାଲ୍ ମିଡିଆରେ ବୁଲୁଥିବା ଅଭିଯୋଗ […]
କଟକ: ‘ଡାଡି’ଙ୍କୁ ମିଳିଲାନି ଜାମିନ୍। ବହୁଚର୍ଚ୍ଚିତ ଢେଙ୍କାନାଳ ବେଲଟିକିରି ସେଲଟର୍ ହୋମ୍ ଯୌନ ନିର୍ଯାତନା ମାମଲାରେ ସେଲଟର୍ ହୋମ୍ର ଏମ୍ଡି ତଥା ମୁଖ୍ୟ ଅଭିଯୁକ୍ତ ଫୟାଜ୍ ରେହମାନ୍ ଓରଫ୍ ଡାଡିଙ୍କ ଜାମିନ୍ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏଥିସହ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ସେଲ୍ଟର୍ ହୋମ୍ର ଆସିଷ୍ଟାଣ୍ଟ ଡାଇରେକ୍ଟର ଉଦିତ୍ କୁମାର ଲିମାଙ୍କ ଜାମିନ୍ ଆବେଦନକୁ ବି ହାଇକୋର୍ଟ ଖାରଜ କରି ଦେଇଛନ୍ତି। ତଦନ୍ତ ପ୍ରକ୍ରିୟା ପ୍ରଭାବିତ ଆଶଙ୍କାରେ ହାଇକୋର୍ଟ ଉଭୟଙ୍କ ଜାମିନ୍ ଆବେଦନ […]
ଭୁବନେଶ୍ୱର ଉତ୍କଳମଣ୍ଡପ ପରିସରରେ ୩ ଦିନ ଧରି ଚାଲିଥିଲା ରାଜ୍ୟ ସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଗୁରୁବାର ଉଦ୍ଯାପିତ ହୋଇଛି । ଶେଷ ସନ୍ଧ୍ୟାରେ ୧୦ଟି ଜିଲ୍ଲାର କଳାକାର ବିଭିନ୍ନ ଲୋକନୃତ୍ୟ ପରିବେଷଣ କରିଥିଲେ । ସେମାନେ ପଶ୍ଚିମ ଓଡିଶାର ପାରମ୍ପାରିକ ପର୍ବ ଭାଇଯୁଉଁତିଆ ପର୍ବକୁ ନେଇ ଡାଲଖାଇ, ଗଞ୍ଜାମର ବାଘନାଚ, ଜଗତସିଂପୁରର ଧୁଡୁକି ନାଚ, ପୁରୀର ସାହିଯାତ ଭଳି ଅନେକ ଲୋକନୃତ୍ୟ ପରିବେଷଣ କରିଥିଲେ। ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ […]
ଭୁବନେଶ୍ୱର: ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ଆଜି ମାତୃଭାଷା ଓଡ଼ିଆ ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସକାଳ ୯ଟା ୩୦ରେ OMR ସିଟ୍ ଓ ୯ଟା ୪୫ରେ ପିଲାଙ୍କୁ ପ୍ରଶ୍ନପତ୍ର ଦିଆଯିବା ପରେ ଠିକ୍ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୨ଟା ଯାଏ ଚାଲିଥିଲା। ପରୀକ୍ଷାକୁ ନେଇ କେଉଁଠି ପିଲାଙ୍କ ମନରେ ସାମାନ୍ୟ ଭୟ ଥିଲେ ବି ଠିକ୍ଠାକ୍ ପ୍ରସ୍ତୁତି ହୋଇଥିବାରୁ ପରୀକ୍ଷା ଭଲ ହେବ ବୋଲି ପରୀକ୍ଷାର୍ଥୀ କହିଛନ୍ତି। ଚଳିତ ବର୍ଷ ସବଜେକ୍ଟିଭ୍ […]
ପୁରୀ: ମାଟ୍ରିକ୍ ପରୀକ୍ଷା ଦେବାକୁ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗାରେ ଗଲେ ଛାତ୍ରଛାତ୍ରୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳଦା ଦ୍ୱୀପାଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏଡବାଂଶ ଗାଁ ପଢିଆରୀ ବିଦ୍ୟାପୀଠର ୪୦ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ନଦୀ ପାର ହୋଇ ମାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଛି। ମାଟ୍ରିକ୍ ପରୀକ୍ଷା ପାଇଁ ସେମାନଙ୍କ ପରୀକ୍ଷା କେନ୍ଦ୍ର ଅସ୍ତରଙ୍ଗ ସୁନ୍ଦର ଗାଁରେ ଥିବା ଏସ୍.ଏନ୍. ବିଦ୍ୟାପୀଠରେ ପଡିଥିଲା। ଏଡବାଂଶ ଗାଁ ଠୁ ସୁନ୍ଦର ଗାଁ […]
ପୁରୀ: ଗୋଟିଏପଟେ ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ଅନ୍ୟପଟେ ଆଡମିଟ୍ କାର୍ଡ ମିଳିନଥିବାରୁ ମାଟ୍ରିକ୍ ପରୀକ୍ଷାରୁ ଜଣେ ଛାତ୍ର ବଞ୍ଚିତ ହୋଇଛନ୍ତି। ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ସାନଗୋବିନ୍ଦପୁର ଗାଁର ଜ୍ଞାନେନ୍ଦ୍ର ପାଟ୍ଟଶାଣୀ ଫର୍ମ ପୂରଣ କରିଥିଲେ ମଧ୍ୟ ତାଙ୍କୁ ଆଡମିଟ୍ କାର୍ଡ ମିଳିନିଥିବା ସେ ଅଭିଯୋଗ କରିଛନ୍ତି। ସେ ଫର୍ମ ପୂରଣ ପାଇଁ ସମସ୍ତ ଡକ୍ୟୁମେଣ୍ଟ୍ ଓ ୪୫୦ ଟଙ୍କା ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ ଦେଇଥିଲେ। କିନ୍ତୁ ଏହା ପରେ ବି ତାଙ୍କୁ […]
ଭୁବନେଶ୍ୱର: ଆଜିଠୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ଚଳିତ ଥର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରାଜ୍ୟର ସମସ୍ତ ୩୦୪ ନୋଡାଲ ସେଣ୍ଟରରେ ବୁଧବାର ସନ୍ଧ୍ୟାରୁ ପହଞ୍ଚି ସାରିଥିବା ପ୍ରଶ୍ନପତ୍ର ଆଜି ସକାଳ ୮ ଟା ୩୦ ଭିତରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲା। ସକାଳ ୯ଟାରୁ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ପ୍ରବେଶ କରିଥିଲେ। ଅନ୍ୟଦିନ ୯ଟା […]
ବାଲେଶ୍ୱର : ନୀଳଗିରି ବ୍ଲକ୍ ଢୋଲପୁର ଗାଁରେ ପାହାଡ଼ ପାଖରୁ ଏକ ଭାଲୁ ଛୁଆ ଉଦ୍ଧାର ହୋଇଛି। କୁଲଢ଼ିଆ ବନବିଭାଗ କର୍ମଚାରୀ ଏହି ଭାଲୁ ଛୁଆକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରିଛନ୍ତି। ବନବିଭାଗ ଟିମ୍ ପକ୍ଷରୁ ଉଦ୍ଧାର ଭାଲୁ ଛୁଆର ଚିକିତ୍ସା କରାଯାଉଛି। ଚଳିତ ମାସ ବାଲେଶ୍ୱର ଜିଲାରେ ୪ ଟି ଭାଲୁଙ୍କ ମୃତ୍ୟ ହୋଇସାରିଛି। ପୁଣି କୁଲଢ଼ିଆ ବନବିଭାଗ ଅଧୀନ ଢୋଲପୁର ଗ୍ରାମ ପାହାଡ଼ ନିକଟରୁ ଏକ ଭାଲୁ ଛୁଆ ଉଦ୍ଧାର କରାଯାଇଛି। ନୀଳଗିରିରେ ଏଭଳି […]
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଞ୍ଚୁଟିକ୍ରୀ ସୋସାଇଟ୍ ଆଗରେ ଚାଷୀମାନେ ଧାରଣା ଦେଇଛନ୍ତି। ସୋସାଇଟିରେ ଧାନ ଦେବା ପାଇଁ ୩୮୩ ଚାଷୀ ଅନ୍ଲାଇନ୍ ପଞ୍ଜୀକରଣ କରିଥିଲେ। ସରକାର ୨୭ ହଜାର ୫୦୦ କ୍ୱିଣ୍ଟାଲ୍ ଧାନ କିଣିବା କଥା, ହେଲେ ୧୯୦ ଚାଷୀଙ୍କଠାରୁ ମାତ୍ର ୭ହଜାର ୫୦୦କ୍ୱିଣ୍ଟାଲ୍ ଧାନ କିଣା ହୋଇଛି। ଏବେ ସୋସାଇଟିରେ ନା ଟୋକନ୍ ମିଳୁଛି ନା ଧାନ ବିକ୍ରି ହୋଇପାରୁଛି। ଖଳା ଓ ଘରେ ଧାନ ଗଦା ହୋଇ ରହିଥିବା ଅଭିଯୋଗ କରିଛନ୍ତି […]
ରାୟଗଡା: ରାୟଗଡ଼ାରେ ତେଜୁଛି ମଦ ବିରୋଧୀ ଆନ୍ଦୋଳନ। ରାୟଗଡ଼ା ବ୍ଲକର ଜେମାଦେଇପେଣ୍ଠ, ବୈରାଗୀ ହଲୁଆ ଓ ପିତାମହଲ ଆଦି ୩ଟି ପଞ୍ଚାୟତର ମହିଳାମାନେ ଏକତ୍ର ହୋଇ ମଦ ବିରୋଧୀ ଆନ୍ଦୋଳନରେ ସାମିଲ୍ ହୋଇ ରାସ୍ତାକୁ ଓହ୍ଲାଇଛନ୍ତି।ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଞ୍ଚଳରେ ଦେଶୀ ମଦଭାଟି ଥିବାରୁ ଘରର ପୁରୁଷମାନେ ଅବାଟକୁ ଯାଉଛନ୍ତି। ତେଣୁ ତୁରନ୍ତ ଉକ୍ତ ଭାଟିଗୁଡ଼କୁ ବନ୍ଦ କରିବାକୁ ମହିଳାମାନେ ଦାବି କରିଛନ୍ତି। ମଦଭାଟି […]
ଭୁବନେଶ୍ୱର: ପିଏମ୍ କିଷାନ ଯୋଜନାରେ ଓଡ଼ିଶା ଚାଷୀଙ୍କୁ ସାମିଲ ନିମେନ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କାଳିଆ ଯୋଜନା ସଂକ୍ରାନ୍ତରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ତାଲିକା ଦିଆଯିବ ବୋଲି ସୂଚନା ମିଳିଛି । ଏଥିରେ କାଳିଆ ଯୋଜନାରେ ସାମିଲ୍ ଥିବା କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ତାଲିକା ଦିଆଯିବ।
ମାଲକାନଗିରି : ପ୍ରସୂତି, ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ନିମନ୍ତେ ପ୍ରଣୟନ ହେଉଛି ବହୁ ଯୋଜନା। ସେମାନଙ୍କୁ ମେଡିକାଲରେ ପହଞ୍ଚାଇବା ନିମେନ୍ତ ଆମ୍ବୁଲାନ୍ସର ବ୍ୟବସ୍ଥା ସହ ମାଗଣା ପ୍ରସବର ବ୍ୟବସ୍ଥା କରାଯାଇଛି। ଏହାଛଡା ସେମାନଙ୍କୁ ମମତା ଯୋଜନାରେ ମଧ୍ୟ ସହାୟତା ରାଶି ପ୍ରଦାନ କରାଯାଉଛି। ଏହାସତ୍ତ୍ୱେ ଉପାନ୍ତ ଅଞ୍ଚଳରେ ଆଜି ବି ଗର୍ଭବତୀ ଭାରରେ ବୁହା ହେବା ପରି ଘଟଣା ନିୟମିତ ଭାବେ ଦେଖିବାକୁ ମିଳୁଛି। ଏଭଳି ଲଜ୍ଜାଜନକ ଏକ ଘଟଣା ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି । […]
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ହରିଶଙ୍କର ଷ୍ଟେସନ୍ ନିକଟରେ ବିଶାଖାପାଟଣା-ଭଗତକି କୋଠି ଟ୍ରେନରେ ନିଆଁ ଲାଗି ଯାଇଥିଲା। ଟ୍ରେନଟି ଚଳନ୍ତା ଅବସ୍ଥାରେ ଥିବା ବେଳେ ୨ଟି ଇଞ୍ଜିନ ମଧ୍ୟରୁ ପଛ ଇଞ୍ଜିନରୁ ଜୋରରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଛାନିଆ ହୋଇ ଯାଇଥିଲେ। ଏନେଇ ସେମାନ ରେଳ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଏହାପରେ ହରିଶଙ୍କର ଷ୍ଟେସନ୍ରେ ଟ୍ରେନ୍କୁ ଅଟକାଇ ଧୂଆଁ ବନ୍ଦ କରାଯାଇଥିଲା। ସେଠାରୁ ଟ୍ରେନ୍ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି। ଏଥିରେ […]
ଭୁବନେଶ୍ୱର: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ପାଳନ ଯୋଗୁଁ ରାଜ୍ୟବ୍ୟାପୀ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି । ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀ ଭୁବନେଶ୍ୱର ବରମୁଣ୍ଡାରେ ସକାଳୁ ଅଟକି ରହିଛନ୍ତି । ସମ୍ବଲପୁର, କୋରାପୁଟ୍ ଓ ରାଉରକେଲା ଭଳି ଦୂର ଜାଗାରୁ ଆସିଥିବା ଯାତ୍ରୀ ବଡ଼ି ଭୋରରୁ ବରମୁଣ୍ଡା ବସଷ୍ଟାଣ୍ଡରେ ପହଞ୍ଚିଛନ୍ତି ।ହେଲେ ସେଠାରୁ ସେମାନେ […]
କୋରାପୁଟ: ଆଗାମୀ ସାଧାରଣ ନିର୍ବାଚନ ସହ ଓଡିଶା ଏବଂ ଆନ୍ଧ୍ର ପ୍ରଦେଶର ବିଧାନସଭା ନିର୍ବାଚନ ମଧ୍ୟ ହେବାର ଅଛି। ତେଣୁ ନିର୍ବାଚନ ସମୟରେ ମାଓବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣ ଲାଗି ଆନ୍ତରାଜ୍ୟ ପୋଲିସ ଅଧିକାରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲା ଜୟପୁରରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍ଙ୍କ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ର ଏବଂ ଛତିଶଗଡ଼ ପୋଲିସ ଅଫିସରମାନେ ଯୋଗ ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜିୟନଗରମ, ଶ୍ରୀକାକୁଲମ, ଓଡ଼ିଶାର […]