ଭୁବନେଶ୍ୱର (ଆଲୋକ ମହାନ୍ତି): ପୁଲ୍ଓ୍ୱାମା ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଏଭଳି ସ୍ଥିତିରେ ଓଡ଼ିଶାରେ ବି ଆଲର୍ଟ ଜାରି କରାଯାଇଛି। ଆଜି ନୌସେନା, ସ୍ଥଳସେନା, କୋଷ୍ଟଗାର୍ଡ, ସିଆରପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ, ଗୁଇନ୍ଦା ବିଭାଗ ଏବଂ ପୁଲିସ୍ର ବରିଷ୍ଠ ଅଧିକାରୀଙ୍କୁ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁରକ୍ଷା ସମୀକ୍ଷା କରିଛନ୍ତି। ଏଥିସହ ସବୁ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ ରହିବାକୁ ଡିଜିପି ରାଜେନ୍ଦ୍ର […]
ଝାରସୁଗୁଡ଼ା: ପୁଲିସ୍ ଭ୍ୟାନ୍-ଟ୍ରକ୍ ମୁହାଁମୁହିଁ ଧକ୍କା। ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ପୁଲିସ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କୁ ବେଲପାହାଡ଼ ଟିଆର୍ଏଲ୍ ହସ୍ପିଟାଲ୍ ଓ ମଣ୍ଡଳିଆ ସ୍ଥିତ MCL ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳ […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡା ପଞ୍ଚାୟତର ବଡନୟନ ପୁରୁ ଛକରେ ଗତକାଲି ରାତିରେ ଏହି ଗୁଳିକାଣ୍ଡ ହୋଇଛି। ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ପ୍ରଶାନ୍ତ ବାରିକ। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଛି। ସୂଚନା ଅନୁସାରେ, ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ବଡନୟନ ପୁରୁ ଛକରେ ଥିବା ଏକ ଗାଡ଼ି ଗ୍ୟାରେଜ୍ ଉପରକୁ ୩ଜଣ ଯୁବକ ବାଇକ୍ରେ ଆସି ଗୁଳିମାଡ଼ […]
ପୁରୀ: ବାଲୁକା କଳାରେ ଏୟାର୍ ଫୋର୍ସ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରଶଂସା କରାଯାଇଛି। ପୁରୀ ବେଳାଭୂମୀରେ ଅଭିନନ୍ଦନଙ୍କ ବୀରତ୍ୱକୁ ସମ୍ମାନ ଜଣାଇ ଏକ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଗତକାଲି ସୀମାରେ ଅଦମ୍ୟ ସାହସ ଦେଖାଇ ଆକାଶ ମାର୍ଗରେ ପାକିସ୍ତାନର ଏଫ୍-୧୬ ଲଢୁଆ ବିମାନକୁ ଖସାଇ ଦେଇଥିଲେ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ। ବର୍ତ୍ତମାନ ତାଙ୍କୁ ନେଇ ସାରା ଦେଶ ଏବେ ଗର୍ବ କରୁଛି।
କେନ୍ଦୁଝର: ଗୁଣିଗାରେଡ଼ି ଏବଂ ଡାହାଣୀ ସନ୍ଦେହରେ ଲୋକମାନେ ହତ୍ୟାକାଣ୍ଡ ପରି ସଙ୍ଗୀନ ଅପରାଧ ଘଟାଉଥିବା ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ହେଉଛି। ଏହିପରି ଅନ୍ଧବିଶ୍ୱାସ ରୋକିବାକୁ ପୁଲିସ୍ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାମ ହାତକୁ ନିଆଯାଉଛି। ତେବେ ଅନ୍ଧବିଶ୍ୱାସରୁ ଦୂରେଇ ରହିବାକୁ ଲୋକଙ୍କୁ ସଚେତନ କରାଯାଉଥିବା ବେଳେ କେନ୍ଦୁଝର ପୁଲିସ୍ ପକ୍ଷରୁ କିନ୍ତୁ ଏକ ଅଭିନବ ଉଦ୍ୟମ କରାଯାଇଛି। ଲୋକଙ୍କ ମନରୁ ଏପରି ଅନ୍ଧବିଶ୍ୱାସ ଦୂର କରିବାକୁ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ଏକ ନିଆରା ଉଦ୍ୟମ କରିଛନ୍ତି। […]
ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ପାହାଡ଼ ନିକଟସ୍ଥ ପରସଲି ପଞ୍ଚାୟତରେ ୪ଟି ମାଓ ପୋଷ୍ଟର୍ ଦେଖିବାକୁ ମିଳିଛି। ପଞ୍ଚାୟତ ଅଫିସ୍ କାନ୍ଥରେ ୨ଟି ପୋଷ୍ଟର୍ ଲାଗିଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ରରେ ୨ଟି ପୋଷ୍ଟର୍ ଲାଗିଛି। ବାଘୁନା ଡିଭିଜିନାଲ୍ ମାଓବାଦୀ କମିଟି ନାଁରେ ଲାଗିଥିବା ଏହି ପୋଷ୍ଟର୍ରେ ନିୟମଗିରି ଜନ ଆନ୍ଦୋଳନକୁ ଦୁର୍ବଳ କରିବାକୁ ସରକାରଙ୍କ ପ୍ରୟାସକୁ ବିରୋଧ କରାଯାଇଛି। ଏହାକୁ କମ୍ପାନୀ ହାତରେ ଟେକିଦେବାକୁ ସରକାରଙ୍କ ଉଦ୍ୟମକୁ ଫାସିବାଦ ନୀତି ବୋଲି ଏଥିରେ ଉଲ୍ଲେଖ ରହିଛି। ଏହା […]
ଭୁବନେଶ୍ୱର: ମାଟ୍ରିକ୍ ପ୍ରଶ୍ନପତ୍ର ସୋଶାଲ୍ ମିଡିଆରେ ବୁଲିବା ପରେ ସରକାରଙ୍କୁ ଘାରିଛି ଭାଇରାଲ୍ ଭୟ । ପ୍ରଶ୍ନପତ୍ର ଲିକ୍କୁ ରୋକିବାକୁ ଯୁକ୍ତ ଦୁଇ ପରୀକ୍ଷାରେ ଏଣିକି ସନ୍ଦେହପୂର୍ଣ୍ଣ ହାତ ଘଣ୍ଟା ଉପରେ ଲାଗିଛି କଟକଣା। ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ଭିତରକୁ କ୍ୟାମେରା ଲାଗିଥିବା ହାତ ଘଣ୍ଟା ପିନ୍ଧି ଯାଇପାରିବେନି। ଏହାସହ ମୋବାଇଲ୍ ଉପରେ ବି ସମାନ କଟକଣା ଜାରି ରହିବ। ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ […]
ଭୁବନେଶ୍ୱର: କାଳିଆ ଯୋଜନାରେ ରାଜ୍ୟର ଆହୁରି ଅଧିକା ୧୦ ଲକ୍ଷ ଚାଷୀ ଉପକୃତ ହେବେ । ଆଜି ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି।କାଳିଆ ଯୋଜନାରୁ କେହି ଚାଷୀ ଯେପରି ବାଦ୍ ନ ପଡ଼ିବେ ସେ ନେଇ ଦୃଷ୍ଟି ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ମାର୍ଚ୍ଚ ପହିଲା କିମ୍ବା ତା ପରେ ପରେ ଡ୍ରାଫ୍ଟ ତାଲିକା ପ୍ରକାଶ କରାଯିବ। ଏପ୍ରିଲ୍ ପହିଲା ପରେ ଦ୍ୱିତୀୟ କିସ୍ତି ଅର୍ଥ ପ୍ରଦାନ ନେଇ […]
ଗଞ୍ଜାମ : ଗଞ୍ଜାମ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପାଳପୁରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଉନ୍ନତିକୃତ ନୂଆ ବର୍ଥର ଉଦ୍ଘାଟନ କରିଛନ୍ତି । ଏହାପରେ ଶେରଗଡ଼ରେ ୧୭୨ କୋଟି ଟଙ୍କାର ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ଓ ସଂପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ଶେରଗଡ଼ ଓ ହିଞ୍ଜିଳି ବ୍ଲକରେ ୧୧ଟି ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଧରାକୋଟ ଓ ସାନଖେମୁଣ୍ଡି ବ୍ଲକର ୧୩ଟି ପାଇପ୍ ଜଳ […]
ଭୁବନେଶ୍ୱର: ଆଜି ମାଟ୍ରିକ୍ ପରୀକ୍ଷାର ଚତୁର୍ଥ ଦିନ। ପରୀକ୍ଷାର୍ଥୀମାନେ ତୃତୀୟ ଭାଷା ସଂସ୍କୃତରେ ଆଜି ପରୀକ୍ଷା ଦେବେ। ପ୍ରଥମ ୩ଟି ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ତେଣୁ ଆଜି କିଭଳି ଶୃଙ୍ଖଳିତ ଭାବେ ପରୀକ୍ଷା ପରିଚାଳନା ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ପରୀକ୍ଷା ପୂର୍ବରୁ କିଭଳି ପ୍ରଶ୍ନପତ୍ର ଭାଇରାଲ୍ ନହୁଏ, ତା’ ଉପରେ ମାଧ୍ୟମିକ ଶିକ୍ଷା ପରିଷଦ ନଜର ରଖିଛି। ସେପଟେ ଗତକାଲି ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ […]
ଭୁବନେଶ୍ୱର: ଆହୁରି ୧୨ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ବର୍ଷା ଜାରି ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହ ପବନ ବହିବ। ଏହାସହ ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି। ଏହାପରେ କାଳବୈଶାଖୀର ପ୍ରଭାବ ହ୍ରାସ ପାଇବ। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ଠାରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ଗତକାଲି ରାତିରେ […]
ଭୁବନେଶ୍ୱର: ମହିଳା କମିଶନ ସଦସ୍ୟା ତିଲୋତ୍ତମା ନାୟକଙ୍କୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଦୁର୍ବବ୍ୟହାର ପ୍ରସଙ୍ଗକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି ଦଳର ମହିଳା ମୋର୍ଟ୍ଟା । ଦଳର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା ପ୍ରଶ୍ନ କରିଛନ୍ତି, ସାମ୍ବିଧାନିକ ପଦବୀରେ ଥିବା ମହିଳା କମିଶନ ସଦସ୍ୟାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନଥିବା ମୁଖ୍ୟମନ୍ତ୍ରୀ ସାଧାରଣ ମହିଳାଙ୍କୁ ନ୍ୟାୟ ଦେଇ ପାରିବେ […]
କେନ୍ଦୁଝର: ଭଉଣୀ ବାହାଘର ଭୋଜି ଖାଇ ଆଖି ବୁଜିଲା ଭାଇ । ତାଙ୍କ ଛଡ଼ା ଆଉ ୧୧ ଜଣ ଗୁରୁତର ହୋଇ ପଡିଛନ୍ତି। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ନୂଆଗାଁରେ ଘଟିଛି। ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନାଙ୍କୁ ସ୍ଥାନାନ୍ତର କରାଯାଇଛି । ବାହାଘର ଲାଗି ଦିନକ ପୂର୍ବରୁ ମାନସଙ୍କ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିବା ସହ ଭୋଜିଭାତରେ ସାହି ଭାଇ ଆପାୟିତ ହୋଇଥିଲେ। ହେଲେ ବିଧିର ବିଧାନ ଅଲଗା। ଯେଉଁ ଘର କାଲି […]
କୋରାପୁଟ : ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କ୍ରମଶଃ ତେଜିବାରେ ଲାଗୁଛି। ପ୍ରତିବାଦରେ ଅବିଭକ୍ତ କୋରାପୁଟ ଜିଲ୍ଲା ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଜୟପୁରରେ ଦୁଇଦିନିଆ ଅର୍ଥନୈତିକ ଅବରୋଧ କରାଯାଇଛି। ସହରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ କମିଟି ପକ୍ଷରୁ ବନ୍ଦ କରାଯାଇଛି। ତେବେ ସହରରେ ଦୋକାନ ବଜାର ଖୋଲା ରହିଛି । କୋରାପୁଟ ଜିଲ୍ଲାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ସେପ୍ଟେମ୍ବର ୪ତାରିଖରୁ କମିଟି […]
ଭୁବନେଶ୍ୱର : ଭୁବନେଶ୍ୱର କାନନବିହାରସ୍ଥିତ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଲୁଟେରା ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲେ। ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ପରିବାର ଲୋକଙ୍କୁ ଭୟଭୀତ କରିଥିଲେ। ଏହାପରେ ସେମାନଙ୍କ ହାତ ଗୋଡ଼ ବାନ୍ଧି ୨୫୦ ଗ୍ରାମର ସୁନା ଅଳଙ୍କାର ଓ ନଗଦ ଟଙ୍କା ମଧ୍ୟ ଲୁଟି ନେଇଥିଲେ। ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରର ଦାମୀ ଆସବାବପତ୍ର ମଧ୍ୟ ନେଇଯାଇଥିବା ପରିବାର ପକ୍ଷରୁ ଅଭିଯୋଗ […]
ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱର ପରିଚ୍ଛନ୍ନତା ଏବଂ ପରିବେଶ ବନ୍ଧୁ ଭାବେ ପୁଣି ଥରେ ନିଜ ଯୋଗ୍ୟତା ପ୍ରତିପାଦନ କରିଛି । ଏଥିପାଇଁ ଭୁବନେଶ୍ୱରକୁ ସୋମବାର ନୂଆଦିଲ୍ଲୀରେ ମିଳିଛି ସମ୍ମାନ ଜନକ ସ୍କଚର ରୌପ୍ୟ ଏବଂ କାଂସ୍ୟ ସମ୍ମାନ। ରାଜ୍ୟର ଅଗ୍ରଣୀ ତଥା ସର୍ବବୃହତ ସ୍ୱାୟତ୍ତ ସଂସ୍ଥା ଭାବେ କଠିନ ବର୍ଜ୍ୟ ବସ୍ତୁ ସଂଗ୍ରହ ଏବଂ ପରିବହନ ପାଇଁ ମଧ୍ୟ ଭୁବନେଶ୍ୱରକୁ ମିଳିଛି ରୌପ୍ୟ ଉପାଧି। ସହରରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ଏବଂ ପରିଚାଳନା ନିମନ୍ତେ ସ୍ୱଚ୍ଛ […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ସଇଁତଳା ଷ୍ଟେସନ୍ରେ ପୁରୀ-ଦୁର୍ଗ ଇଣ୍ଟରସିଟି ଟ୍ରେନ୍ ରହଣି ଦାବିରେ ଆଜି ରେଳରୋକ କରାଯାଇଛି। ସଇଁତଳା ବିକାଶ ପରିଷଦ ଓ ଜନସାଧାରଣଙ୍କ ପକ୍ଷରୁ ଏହି ରେଳରୋକ କରାଯାଇଛି। ଆନ୍ଦୋଳନକାରୀମାନେ ସଇଁତଳା ଷ୍ଟେସନ୍ରେ ପୁରୀ-ଗାନ୍ଧିଧାମ ଏକ୍ସପ୍ରେସକୁ କିଛି ସମୟ ପାଇଁ ଅଟକାଇ ଦେଇଥିଲେ । ପରେ ଆନ୍ଦୋଳନକାରୀ ଅଟକାଇ ଥିବା ଟ୍ରେନକୁ ଛାଡ଼ିଥିଲେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି।
ବାଲେଶ୍ୱର : ଗାଁରେ ବିକ୍ରି ହେଉଛି ଦେଶୀ ମଦ। ଏହାର ବିକ୍ରି ବନ୍ଦ ନିମନ୍ତେ ଦୀର୍ଘ ଦିନର ଦାବି ସତ୍ତ୍ୱେ କୌଣସି ପଦେକ୍ଷପ ନେଉନି ପୁଲିସ, ଅବକାରୀ ବିଭାଗ। ଶେଷରେ ଏଥିରେ ଅତିଷ୍ଠ ହୋଇ ରାସ୍ତାକୁ ଓହ୍ଲାଇଲେ ମହିଳାମାନେ। ସେମାନ ହାତରେ ଝାଡୁ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମଦ ବିକ୍ରି ବନ୍ଦ ଦାବି କରିଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ। ସଦର ବ୍ଲକ ଅଧୀନ କୁଡ଼ଇା ଗାଁର ମହିଳାମାନଙ୍କୁ […]
ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ୪ଟି କ୍ରୀଡ଼ା ହାଇ ପରଫରମାନ୍ସ ଏକାଡେମୀର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ଏକାଡେମୀର ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ, ବ୍ୟାଡମିଣ୍ଟନ କୋଚ୍ ପି.ଗୋପିଚାନ୍ଦ ଉପସ୍ଥିତ ରହିଥିଲେ। ଏହି ୪ଟି ଏକାଡେମୀରେ ଭାରଉତ୍ତୋଳନ, ବ୍ୟାଡମିଣ୍ଟନ, ଫୁଟବଲ୍ ଏବଂ ସ୍ପୋଟର୍ସ ମ୍ୟାନେଜମେଣ୍ଟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନଠାରୁ ଏହି ସବୁ ଏକାଡେମୀ ପାଇଁ ଖେଳାଳି ଚିହ୍ନଟ କରାଯାଇ ପ୍ରଶିକ୍ଷଣ ଦିଆଯିବ। ଏକାଡେମୀ ଉଦ୍ଘାଟନ […]
ଭୁବନେଶ୍ୱର : ପାଣି ପଞ୍ଚାୟତରେ ବ୍ୟାପକ ଆର୍ଥିକ ଅନିୟମିତତା ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍ ଦେଇଛନ୍ତି । ଆବେଦନକାରୀ ଆଇନଜୀବୀ ବିନୟ ନୃସିଂହ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଏଇ ନୋଟିସ୍ ଦେଇଛନ୍ତି । ୨୦୦୨ ମସିହାରେ ଜଳସେଚନ ସୁପରିଚାଳନା ପାଇଁ ଓଡ଼ିଶା ପାଣି ପଞ୍ଚାୟତ ଆଇନ ୨୦୦୨ ପ୍ରଣୟନ କରାଯାଇଥିଲା । ଏହି ଆଇନ୍ ଅନୁଯାୟୀ, ରାଜ୍ୟବ୍ୟାପୀ ୩୦ ହଜାର ପାଣି ପଞ୍ଚାୟତ ଗଠନ କରାଯାଇଥିଲା । ତେବେ ପାଣି […]
କଟକ: କଟକ ଜିଲ୍ଲା ବାଙ୍କୀ ଓ ନରସିଂହପୁର ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ କୁଆପଥର ବର୍ଷା ହୋଇଛି। ସଂଧ୍ୟାରେ ହଠାତ୍ ଆକାଶ ମେଘାଚ୍ଛନ୍ନ ହେବା ସହ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଥିଲା। ଏତେ ବଡ଼ ବଡ଼ କୁଆପଥର ବର୍ଷିଥିଲା ଯେ ଲୋକେ ଦେଖିକି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ଗୋଟିଏ ଗୋଟିଏ କୁଆପଥର ୨ ଶହ ଗ୍ରାମ୍ରୁ ପାଖାପାଖି ୧ କିଲୋ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ନରସିଂହପୁର ଅଞ୍ଚଳରେ ମଧ୍ୟ ପ୍ରବଳ କୁଆପଥର ବର୍ଷା […]
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ତାଲିକା ଘୋଷଣା ଲାଗି କଂଗ୍ରେସ ଜୋରଦାର କସରତ ଚଳାଇଛି। ଦ୍ୱିତୀୟ ଥର ପାଇଁ ଓଡ଼ିଶା ଆସି ବାରିପଦା ଓ ସମ୍ବଲପୁରରେ ଆଶାୟୀଙ୍କ ସହ AICC ସ୍କ୍ରିନିଂ କମିଟି ଆଲୋଚନା କରିଛି। ଆଜି ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି. ସାଥୀସାନ୍ ବାଲେଶ୍ୱର, ଭଦ୍ରକ ଲୋକସଭା ଏବଂ ଏହା ଅଧୀନରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଆଶାୟୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ସ୍କ୍ରିନିଂ କମିଟି […]
ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ଅଧରପଣା ନୀତି। ତିନି ରଥ ଉପରେ ବିରାଜମାନ କରୁଥିବା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହୋଇଛି। ତିନି ଠାକୁରଙ୍କ ଅଧର ବ ଓଠ ଉଚ୍ଚର ଏବଂ କୁମ୍ବ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା। ପରେ ଏହି ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। ଶ୍ରୀଜିଉଙ୍କ ଘୋଷଯାତ୍ରା ବେଳେ […]
ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ହୋଇଥିବା ୩୦୧ଟି ଏମଓୟୁ ମଧ୍ୟରୁ କାର୍ଯ୍ୟକାରୀ ହୋଇଛି ମାତ୍ର ୫୧ଟି। ତେବେ ଏଥିରୁ ୧୦ଟି ସଂସ୍ଥା ସଂପୂର୍ଣ ବନ୍ଦ ବି ହୋଇଯାଇଛି। ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ଏଭଳି ତଥ୍ୟ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ସୁଯୋଗ ସୃଷ୍ଟି ନେଇ ସରକାରଙ୍କ ଆନ୍ତରିକତାର ମୁଖା ଖୋଲିଛି। ଗତ ୪ ବର୍ଷରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ୧୦ଟି ଦେଶରେ ରୋଡସୋ କରିଥିଲେ ବି ସେମିତି କିଛି […]
ଭୁବନେଶ୍ୱର: ଜମି ଅଧିଗ୍ରହଣ, ଫରେଷ୍ଟ କ୍ଲିଅରାନ୍ସ ଓ ଅନ୍ୟ କାରଣ ପାଇଁ ରାଜ୍ୟରେ ଅଟକି ରହିଛି ଏକାଧିକ ରେଳ ପ୍ରକଳ୍ପ। ଏ ନେଇ ରେଳ ବିଭାଗ ଉଦ୍ବେଗ ପ୍ରକାଶ କରିଛି। ଏହି ସମସ୍ୟାର ତୁରନ୍ତ ସମାଧାନ ଲାଗି ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଚିଠି ଲେଖିଥିଲେ। ସମାନ ପ୍ରସଙ୍ଗ ଉଠାଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ରେଲୱେ ବୋର୍ଡ ଅଧ୍ୟକ୍ଷ ଭି.କେ. ଯାଦବ। ଆଜି ଭୁବନେଶ୍ୱରେ ଆୟୋଜିତ ସାମ୍ୱାଦିକ […]