ଯାଜପୁର: ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖା ଦେଇଛି। ଡାକ୍ତରଙ୍କ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ମେଡିକାଲ୍ରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ତେବେ ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।
ଭୁବନେଶ୍ୱର: ମେ’ ୨୦ରେ ହେବାକୁ ଥିବା ବିପିୟୁଟି ପରୀକ୍ଷାକୁ ଘୁଞ୍ଚାଯାଇଛି। ଏହି ପରୀକ୍ଷା ଏବେ ଜୁନ୍ ୧୩ ତାରିଖରେ ହେବ ବୋଲି ସ୍ଥିର କରାଯାଇଛି। ମେ’ ୨୦ରେ ନିଟ୍ ପରୀକ୍ଷା ଥିବାରୁ ବିପିୟୁଟି ପରୀକ୍ଷାକୁ ଘୁଞ୍ଚା ଯାଇଛି ବୋଲି ସୂଚନା ମିଳିଛି। ବିପିୟୁଟି ପରୀକ୍ଷା ନିର୍ଦ୍ଦେଶକ ଦୀପକ କୁମାର ସାହୁ ଏହି ସୂଚନା ଦେଇଛନ୍ତି।
ଜଗତସିଂହପୁର: ବାତ୍ୟା ଫୋନିର ୧୧ ଦିନ ପରେ ବିଦ୍ୟୁତ୍ ସଂଯୋଗ ନ ହେବାରୁ ଜଗତସିଂହପୁର ଜିଲ୍ଲାରେ ହୋଇଥିବା ରାସ୍ତାରୋକ ହଟିଛି। ତାରପୁର, ଚିକିଣିଆ ଓ ଗୁଆଳିପୁର ଏବଂ କାଦୁଅପଡ଼ା ଓ ପଲ୍ଲୀ ପଞ୍ଚାୟତର ଲୋକେ କରିଥିବା ରାସ୍ତାରୋକ ପ୍ରତ୍ୟାହାର କରିଛନ୍ତି। ବିଜୁଳି ସଂଯୋଗ ଦିଆଯାଇନଥିବାରୁ ତାରପୁର ନିକଟରେ କଟକ-ପାରାଦୀପ ରାସ୍ତା ଉପରେ ବସି ତାରପୁର, ଚିକିଣିଆ ଓ ଗୁଆଳିପୁର ପଞ୍ଚାୟତବାସୀ ଆନ୍ଦୋଳନ କରିଥିଲେ। ଫଳରେ ନାଉଗାଁ ଓ ପାରାଦୀପ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ସେହିପରି ସିଙ୍ଗିପୁର ଛକରେ […]
ଭୁବନେଶ୍ୱର: PMAY ସହାୟତା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ଦଳ କହିଛି, ନିର୍ବାଚନ ପୂର୍ବରୁ ଲୋକଙ୍କୁ ବିଜୁ ପକ୍କା ଘର ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଥିବା ଡିଣ୍ଡିମ ପିଟୁଥିଲେ ରାଜ୍ୟ ସରକାର। ଯଦି ଲୋକଙ୍କ ପକ୍କାଘର ଥିଲା, ତେବେ ବାତ୍ୟା ପୂର୍ବରୁ ୧୨ ଲକ୍ଷ ଲୋକଙ୍କୁ କାହିଁକି ସ୍ଥାନାନ୍ତର କରାଗଲା, ସେହିଭଳି କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ ହୋଇ ନ ଥିବା ବେଳେ ଜୁନ୍ ୧ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ […]
ସୋନପୁର: ସମ୍ବଲପୁର-ସୋନପୁର ରାସ୍ତାରେ ବାଇକ-କାର୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ବାଇକ ଆରୋହୀ ଏବଂ ମେଡ଼ିକାଲରୁ କାରରେ ଫେରୁଥିବା ଜଣେ ପ୍ରସୂତି ଅଛନ୍ତିା ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣାଗ୍ରସ୍ତ କାର୍ ସହ ଅନ୍ୟ ଏକ କାରକୁ ଜାଳି ଦେଇଛନ୍ତି । ଘଟଣାସ୍ଥଳରେ ଏବେ ବି ଉତ୍ତେଜନା ଲାଗି ରହିଛି । ଏସ୍.ପତ୍ରାପାଲି ଛକରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣାଗ୍ରସ୍ତ ବାଇକ୍ରେ ୩ ଜଣ ଯାଉଥିବା ବେଳେ ସାମ୍ନା […]
ଭୁବନେଶ୍ୱର: ଫୋନି ପ୍ରଭାବିତ ଲୋକଙ୍କୁ ମାଗଣାରେ କିରୋସିନ୍ ଯୋଗାଣ ଲାଗି ରାଜ୍ୟ ସରକାରଙ୍କୁ ୩ କୋଟି ୨୦ ଲକ୍ଷ ଟଙ୍କା ଦେଇଛି ଅଏଲ ଇଣ୍ଡିଆ ଲିମିଟେଡ୍ । ଅଏଲ୍ ଇଣ୍ଡିଆ ଲିମିଟେଡ୍ ଜେନେରାଲ୍ ମ୍ୟାନେଜର ରାଜୀବ ସିଂଘଲ ଆଜି ଏ ବାବଦ ଚେକ୍ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ପୂର୍ବରୁ ବାତ୍ୟା ବିପନ୍ନଙ୍କୁ ୧୦ଲକ୍ଷ ଲିଟର କିରୋସିନ୍ ଯୋଗାଇ ଦେବାକୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକ। ତେବେ […]
ଭୁବନେଶ୍ୱର: ବାତ୍ୟା ଫୋନି ସହାୟତା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରକୁ ପ୍ରଶଂସା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ତାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAYରେ ଆଉ ୫ ଲକ୍ଷ ଘର ମଞ୍ଜୁର କରିବାକୁ ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁସାରେ ୧୪ ଜିଲ୍ଲାରେ ପ୍ରାୟ ୫ ଲକ୍ଷ ଘର ଭାଙ୍ଗିଛି। ତେଣୁ ଓଡ଼ିଶା ପାଇଁ ପରମାନେଣ୍ଟ ୱେଷ୍ଟ ଲିଷ୍ଟ୍ ତଥା PWL […]
ଭୁବନେଶ୍ୱର: ବାତ୍ୟା ଫୋନି ଯୋଗୁଁ ଯୁକ୍ତ ୨ ପରୀକ୍ଷା ଫଳ ବିଳମ୍ବରେ ପ୍ରକାଶ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଫୋନି ପ୍ରଭାବିତ ଜିଲ୍ଲାଗୁଡିକରେ ଖାତା ଦେଖା ପ୍ରଭାବିତ ହୋଇଛି। ସେଠାରେ ବନ୍ଦ ରହିଥିବା ଅଫଲାଇନ୍ ମୂଲ୍ୟାୟନ ଆରମ୍ଭ ହୋଇ ସାରିଥିବାବେଳେ ଇ-ଭ୍ୟୁଲୁଏସନ କିନ୍ତୁ ପ୍ରଭାବିତ ହୋଇଛି। ତେବେ ଇ- ଭ୍ୟୁଲୁଏସନ ବନ୍ଦ ଥିବା ୭ଟି କେନ୍ଦ୍ର ମଧ୍ୟରୁ ୨ଟି କେନ୍ଦ୍ରରେ ଆଜିଠୁ ପୁଣି ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି CHSE ଉପ ପରୀକ୍ଷା ନିୟନ୍ତ୍ରକ। […]
ଭୁବନେଶ୍ୱର: ବାତ୍ୟା ଫୋନି ମାଡ଼ଠୁ ଢେର ଗୁଣରେ ବଢ଼ି ଗଲାଣି ରାଜଧାନୀରେ ବିଜୁଳି ଯନ୍ତ୍ରଣା ୧୨ତାରିଖ ସୁଦ୍ଧା ସବୁ ଅଞ୍ଚଳକୁ ବିଜୁଳି ସଂଯୋଗ ନେଇ ସରକାର ଦେଇଥିବା କଣ୍ଟ ପୂରି ସାରିଥିବାବେଳେ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳ ଓ ଉପକଣ୍ଠ ଗାଁ ସାଙ୍ଗରେ ସମସ୍ୟା ଆଦୌ ସୁଧୁରୁ ନ ଥିବାରୁ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଛି। ତେଣେ ଆଜି କେନ୍ଦ୍ର ଶକ୍ତି ସଚିବ ବିଜୁଳି ସ୍ଥିତିର ସମୀକ୍ଷା କରି, ବର୍ତ୍ତମାନ ସମୟରେ ଡେଡ୍ଲାଇନ୍ ସେଟ୍ କରିବା ଅସମ୍ଭବ ବୋଲି […]
ଭୁବନେଶ୍ୱର: ଫୋନି ବିଧ୍ୱଂସ୍ତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ ଜଣିଆ ଟିମ୍ ୨ ଭାଗରେ ବିଭକ୍ତ ହୋଇ ଆଜି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିଛନ୍ତି । ଗୋଟିଏ ଦଳ ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଓ ବ୍ରହ୍ମଗିରି ବ୍ଲକରେ ଅନୁଧ୍ୟାନ କରିଥିବା ବେଳେ ଆଉ ଗୋଟିଏ ଦଳ ଖୋର୍ଦ୍ଧା, ବାଲିପାଟଣା, ଜଟଣୀ ଓ ଭୁବନେଶ୍ୱର […]
ବାରିପଦା: ପୋଲିସ୍ ଏଏସ୍ଆଇଙ୍କୁ ପଥର ମାଫିଆଙ୍କ ଆକ୍ରମଣ ଅଭିଯୋଗ। ଆକ୍ରମଣରେ ମୟୁରଭଞ୍ଜ କପ୍ତିପଦା ଥାନା ଏଏସ୍ଆଇ ଶୁଭେନ୍ଦୁ ବେହେରା ଗୁରୁତର ଆହତ ହୋଇଛନ୍ତି । ଏକ ମାମଲାରେ ଅଭିଯୁକ୍ତ ଥିବା ବାଲି ମାଫିଆ ବସନ୍ତ କୁମାର ବେହେରାଙ୍କୁ ଗରିଫ କରିବାକୁ ଗତକାଲି ରାତିରେ ତାଙ୍କ ଗାଁ ଡାହିସାହିକୁ ଯାଇଥିଲେ ଏଏସ୍ଆଇ । ହେଲେ ଏହି ସୟମରେ ବସନ୍ତ କୁମାର ବେହେରାଙ୍କ ସହ ତାଙ୍କ ପରିବାର ସଦସ୍ୟ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗୁରୁତର ଏଏସ୍ଆଇଙ୍କୁ ଉଦ୍ଧାର କରି […]
ଝାରସୁଗୁଡା: ୧୪ ବର୍ଷର ନାବାଳିକାକୁ ବିବାହ ବେଦୀରୁ ଉଦ୍ଧାର କରି ବାଲ୍ୟ ବିବାହକୁ ପଣ୍ଡ କଲା CWC । ଝାରସୁଗୁ଼ଡା ଜିଲ୍ଲ ସଦର ବ୍ଲକର କଟାପାଲିରେ ଏକ ବିବାହ ଉତ୍ସବରୁ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛ। ଝାରସୁଗୁଡ଼ା ବେଲପାହଡା ଅଞ୍ଚଳର ପ୍ରଦୀପ ଦାସଙ୍କର ବଲାଙ୍ଗିର ଦେଓଗାଁ ଅ଼ଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ସହ ବିବାହ ସ୍ଥିର ହୋଇଥିଲା । ବାଲ୍ୟ ବିବାହ ଆଇନତଃ ଅପରାଧ ବୋଲି ଜାଣିସୁଦ୍ଧା ପ୍ରଦୀପଙ୍କ ପରିବାର ପକ୍ଷରୁ ଏହି ବିବାହକୁ ବିଧିବଦ୍ଧ […]
ଜଗତସିଂହପୁର: ଜଗତସିଂହପୁର ବିରିଡି ବ୍ଲକରେ ପଲିଥିନ ବଣ୍ଟନ ବେଳେ ବିପନ୍ନଙ୍କୁ ଲାଠିମାଡ଼ ଅଭିଯୋଗ ହୋଇଛି। ପୋଲିସ ମାଡ଼ରେ ଜଣେ ହିତାଧିକାରୀ ଗୁରୁତର ଆହତ ହୋଇଛନ୍ତି। ଆଜି ବିରିଡି ବ୍ଲକ ଅଞ୍ଚଳର ଫୋନି ବାତ୍ୟା କ୍ଷତିଗ୍ରସ୍ତଙ୍କୁ ତହସିଲ ଅଫିସରେ ପଲିଥିନ ବଣ୍ଟନ କରାଯାଉଥିଲା । ସେଠାରେ ବଲିଥିନ୍ ନେବାକୁ ଲୋକଙ୍କ ଭିଡ ଓ ଠେଲାପେଲା ନିୟନ୍ତ୍ରଣ ପାଇଁ ପୋଲିସ ଉପସ୍ଥିତ ଥିଲା। ହେଲେ ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ୍ ସେମାନଙ୍କ ଉପରେ ଲାଠିମାଡ କରିଥିବା ଲୋକେ ଅଭିଯୋଗ କରିଛନ୍ତି। […]
ଆନନ୍ଦପୁର:କେନ୍ଦୁଝର ଘଟଗାଁ କଲେଜ ଛକ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଓଡ଼ିଆ ହାସ୍ୟ ଅଭିନେତା ସଲିଲ ମିତ୍ର ଗୁରୁତର ହୋଇଛନ୍ତି। ତାଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି। ଗୋଡ ଭାଙ୍ଗି ଯାଇଛି। ଘଟଗାଁ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସଲିଲ ତାଙ୍କ କାରରେ ଯାଉଥିବାବେଳେ ହଠାତ ଗୋରୁ ପଲ ତାଙ୍କ ଗାଡ଼ି ସାମ୍ନାକୁ ଚାଲି ଆସିଲେ। ଫଳରେ ଗାଡି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ତେବେ କାରରେ […]
ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲାରେ ପୁଣି ଲାଲ୍ ଆତଙ୍କ। ନକ୍ସଲମାନେ ଆଜି ଲାଞ୍ଜିଗଡ଼ ବ୍ଲକ୍ର ତ୍ରିଲୋଚନପୁରରେ ନିର୍ମାଣାଧୀନ ଏକ ସିଆର୍ପିଏଫ୍ କ୍ୟାମ୍ପକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ଆଜି ସକାଳେ ନକ୍ସଲମାନେ ଏହି ହିଂସାକାଣ୍ଡ ଘଟାଇଛନ୍ତି। ବିସ୍ଫୋରଣରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ତେବେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ପୂର୍ବରୁ ମଧ୍ୟ ଏହି ନିର୍ମାଣାଧୀନ ସିଆର୍ପିଏଫ୍ କ୍ୟାମ୍ପକୁ ମାଓବାଦୀମାନେ ଟାର୍ଗେଟ କରିଥିଲେ। ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ମାଥିଲି ଥାନା […]
ବାଙ୍କି: ‘ଫୋନି’ ଯିବାର ୧୦ ଦିନ ହୋଇଗଲାଣି। ହେଲେ ସବୁ ଲୋଙ୍କ ପାଖରେ ପହଞ୍ଚି ପାରିନି ପାଣି ଓ ବିଜୁଳି । ଭୁବନେଶ୍ୱର ଓ କଟକର ୮୦ ପ୍ରତିଶତ ଲୋକ ଯଦିଓ ବିଜୁଳି, ପାଣି ପାଇଲେଣି ତଥାପି ଅନେକ ଜାଗାରେ ଲୋକେ ଏବେ ବି ଫୋନିର ନିର୍ଯାତନା ଭୋଗୁଛନ୍ତି। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ଅନେକ ଜାଗାରେ ରାସ୍ତାକୁ ଓହ୍ଲାଉଥିବା ଦେଖିବାକୁ ମିଳୁଛି। କଟକ ଜିଲ୍ଲା ବାଙ୍କୀ ତାଳବସ୍ତ ପଞ୍ଚାୟତକୁ ଆଜିଯାଏ ପାଣି-ବିଜୁଳି କିଛି ବି ଆସିନି। […]
ଜଗତ୍ସିଂହପୁର(ଶଶାଙ୍କ ପଣ୍ଡା): ବାତ୍ୟା ଫୋନିର ୧୦ଦିନ ପରେ ମଧ୍ୟ ବିଦ୍ୟୁତ୍ ନ ଆସିବାକୁ ନେଇ ଜଗତସିଂହପୁରରେ ଅସନ୍ତୋଷ। ଉତ୍ୟକ୍ତ ଲୋକେ ଧାରଣା ଦେବା ସହ ରାସ୍ତାରୋକ କରିଛନ୍ତି। ବାତ୍ୟା ଫୋନିରେ ଜଗତସିଂହପୁର ଜିଲ୍ଲାରେ ବ୍ୟାପକ କ୍ଷତି ହେବା ସହ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଥିଲା। ତେବେ ବାତ୍ୟାର ୧୦ଦିନ ପରେ ମଧ୍ୟ ଅଧିକାଂଶ ଅଂଚଳ ଅନ୍ଧାରରେ ରହିଛି। ତେଣୁ ତୁରନ୍ତ ବିଦ୍ୟୁତ୍ ସେବା ପ୍ରଦାନ ଦାବୀରେ ଆଜି କାଦୁଅପଡ଼ା ପଞ୍ଚାୟତବାସୀ ରାସ୍ତାରୋକ କରିଛନ୍ତି। ପ୍ରାୟ ଶତାଧିକ ଲୋକ […]
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବରପଦା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା। କଟକରେ ଜଣେ ରୋଗୀଙ୍କୁ ଛାଡ଼ି ଫେରୁଥିବା ଏକ ବୋଲେରୋ ୨୦ ନମ୍ବର ଜାତୀୟ ରାଜପଥର ବରପଦା ଛକ ନିକଟରେ ଟ୍ରକ୍କୁ ଧକ୍କା ଦେଇଥିଲା। ଫଳରେ ବୋଲେରୋ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆହତ ବ୍ୟକ୍ତିଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ଉଭୟ ଟ୍ରକ୍ […]
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର୍ ଥାନା ଅନ୍ତର୍ଗତ ମହୁଲଡିହା ମାରାଣ୍ଡି ସାହିରେ ଶନିବାର ରାତିରେ ଏକ ମହୁଲ ଗଛ ପାଇଁ ସାନଭାଇ ବଡ଼ ଭାଇକୁ ପିଟି ପିଟି ମାରି ଦେଇଛି। ଏହାକୁ ବିରୋଧ କରିବାକୁ ଯାଇ ଭାଉଜ ଓ ୧୦ ବର୍ଷର ପୁତୁରା ମଧ୍ୟ ଗୁରୁତର ହୋଇଛନ୍ତି। ପାରିବାରିକ ଝଗଡ଼ାର ପରିଣତି କେତେ କରୁଣ ହୋଇପାରେ ତାହା ଦେଖିବାକୁ ମିଳିଛି ମାରାଣ୍ଡି ସାହିରେ। ବଡ଼ ଭାଇ ଜିତେନ ହୋ ଘର ନିକଟରେ ଥିବା ଏକ ମହୁଲ ଗଛ […]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଆସନ୍ତାକାଲି ହେବ ୬ଷ୍ଠ ପର୍ଯ୍ୟାୟ ଭୋଟ୍ଗ୍ରହଣ । ୭ ରାଜ୍ୟର ୫୯ ଆସନରେ ୯୭୯ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ। ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ୟାଦବ, ଶିଲା ଦୀକ୍ଷିତ ଓ ଦିଗ୍ବିଜୟ ସିଂହଙ୍କ ସମେତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମାନେକା ଗାନ୍ଧି ଓ କ୍ରିକେଟ୍ରରୁ ରାଜନେତା ହୋଇଥିବା ଗୌତମ ଗାମ୍ଭୀରଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର୍। ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର ଆସନ୍ତାକାଲି ଭୋଟ ଦେବେ। ଉତ୍ତର ପ୍ରଦେଶର ୧୪ […]
ପୁରୀ: ଫୋନି ମାଡ଼ରେ ଖାଲି ଯେ, ପୁରୀ ଜିଲ୍ଲାର ଲୋକଙ୍କ ଜୀବନଯାତ୍ରା ପ୍ରଭାବିତ ହୋଇଛି ତା ନୁହେଁ, ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି ଶିକ୍ଷାନୁଷ୍ଠାନ। ଗୋପ ଓ ନିମାପଡ଼ା ବ୍ଲକ୍ର ୮୦ ଭାଗ ସ୍କୁଲ୍ ବାତ୍ୟାରେ ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଥିବା ବେଳେ ପୁରୀ ସହରରେ ଥିବା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସର ବି ଛାରଖାର ହୋଇଯାଇଛି । ତେବେ ଚିନ୍ତାର ବିଷୟ ହେଉଛି ଫୋନି ଯୋଗୁଁ ଏଠାରେ ନଷ୍ଟ ହେବାକୁ ବସିଛି ହଜାର ହଜାର ଦୁର୍ଲଭ […]
ଭୁବନେଶ୍ୱର (ଜଗଦୀଶ ଦାଶ): ଉତ୍କଳୀୟ ଐତିହ୍ୟର ଚଳନ୍ତି ଦର୍ପଣ ସାଜି ସାରା ବିଶ୍ୱକୁ କଳା ଚାତୁରୀରେ ବାନ୍ଧି ରଖିଥିବା ଶିଳ୍ପୀ ଗ୍ରାମ ହେଉଛି ରଘୁରାଜପୁର। ଏହି ଗ୍ରାମରେ ବତୁରି ଯାଇଛି କାରୀଗରଙ୍କ ବର୍ଷ ବର୍ଷର ପରିଶ୍ରମ। ଦୋହଲି ଯାଇଛି ଗୁଜୁରାଣର ଭବିଷ୍ୟତ। ବିଧ୍ୱଂସ ଓ ବିପର୍ଯ୍ୟୟକୁ ସାଙ୍ଗରେ ଧରି ଗତ ୩ ତାରିଖରେ ସମଗ୍ର ପୁରୀ ଜିଲ୍ଲାକୁ ଛାରଖାର କରି ଦେଇଥିବା ଝଡ଼ବାତ୍ୟା ‘ଫୋନି’ ଏହି ଗାଁକୁ ଯେମିତି ଚିତ୍ରଶୂନ୍ୟ କରିଦେଇଛି। ପଟ୍ଟତିତ୍ରର ଗାଁ ରଘୁରାଜପୁର […]
ବ୍ରହ୍ମଗିରି/ପୁରୀ(ଓଡ଼ିଶା ରିପୋର୍ଟର):ବାତ୍ୟା ଫୋନି ତାଣ୍ଡବ ରଚିଲା। ଉଜାଡ଼ିଦେଲା ବାସ ବେଉସା। ମାଟିରେ ମିଶାଇଦେଲା ଧନ ଜୀବନ। ବଡ଼ଠାକୁରଙ୍କ ବଡ଼ଦେଉଳ ହେଉ କିମ୍ବା ଜୀବନ ଜୀବିକା ପାଇଁ ସଂଘର୍ଷ କରୁଥିବା ମେହନତି ମଣିଷର ଗାଁ ହେଉ, ସବୁଠି ଧ୍ୱସ୍ତବିଧ୍ୱସ୍ତର ଚିତ୍ର । ଅବଶ୍ୟ ଇତିମଧ୍ୟରେ ପ୍ରାଣଘାତୀ ଫୋନିକୁ ଆଠଦିନ ବିତିଯାଇଛି। ହେଲେ ଦୂର ହେଉନି ଗାଁ ଲୋକଙ୍କ ଦୁର୍ଦ୍ଦଶା। ନା ସରକାର ନା ପ୍ରଶାସନ। ସହାୟତା ତ ଦୂରର କଥା ସମବେଦନା ଜଣାଇବାକୁ ବି କେହି ଆସୁନାହାଁନ୍ତି ବିପନ୍ନଙ୍କ […]
ଭୁବନେଶ୍ୱର: ବାତ୍ୟା ଫୋନିରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଆସନ୍ତାକାଲି ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍ । ବାତ୍ୟା ପୁନରୁଦ୍ଧାର ପ୍ରସଙ୍ଗରେ କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶକ୍ତି ସଚିବଙ୍କ ନେତୃତ୍ୱରେ ଏହି ଟିମ୍ ଓଡ଼ିଶା ଆସୁଛନ୍ତି। ଏହି ଟିମରେ ଟେଲିକମ, ବ୍ୟାଙ୍କିଙ୍ଗ ବ୍ୟାପାର ସଚିବ ଓ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ଆସନ୍ତା ସପ୍ତାହରେ ଗୃହ ବିଭାଗର ଏକ ଟିମ୍ […]
ଭୁବନେଶ୍ୱର: ସମନ୍ୱୟ ଅଭାବ ଯୋଗୁଁ ରାଜଧାନୀରେ ଧିମେଇ ଯାଇଛି ବିଜୁଳି ମରାମତି କାମ। ଫଳରେ ଫୋନିର ୮ ଦିନ ପରେ ବି ଅନ୍ଧାରରେ ରହିଛି ରାଜଧାନୀର। ଅନେକ ଅଂଚଳ ରାଜ୍ୟ ବାହାରୁ ଆସିଥିବା କୁଶଳୀ କର୍ମଚାରୀ ଓ ଶ୍ରମିକମାନଙ୍କୁ ସଠିକ୍ ଭାବେ କାମରେ ଲଗାଇପାରୁନାହାଁନ୍ତି ସରକାର। ଆନୁଷଙ୍ଗିକ ସୁବିଧା ଓ ଆବଶ୍ୟକ ସଂରଜାମ ଯୋଗାଇ ନ ଦେବାରୁ ବିଜୁଳି ମରାମତି ପାଇଁ ଆସିଥିବା କର୍ମଚାରୀ ହାତବାନ୍ଧି ବସୁଛନ୍ତି । ଏପଟେ କିନ୍ତୁ ସରକାର ଦାବି କରୁଛନ୍ତି କାଲି […]