• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Ashirbad Behera
ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗିରଫ

କଟକ: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିଛି।  ଏଥିସହିତ ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ଅର୍ଥତତ୍ତ୍ୱ ଚିଟ୍‌ ଫଣ୍ଡ ମାମଲାରେ ଉଭୟଙ୍କ ସଂପୃକ୍ତି ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା।  ଆଜି ସକାଳ ୭ଟାରେ ସିବିଆଇର ୧୧ ଜଣିଆ ଟିମ୍‌ ଆଶୀର୍ବାଦଙ୍କ ଘର ଓ ଅଫିସ୍‌ରେ ଚଢଉ କରିଥିଲା । ପରେ ତାଙ୍କୁ ଗିରଫ କରାଯାଇଛି। ଆଶୀର୍ବାଦଙ୍କର ଏଟି ଗ୍ରୁପ୍‌ ସହ […]

  • Wednesday, 21 July 2021
knife
କଟକରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା!

କଟକ: କଟକରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ କାର୍ତ୍ତିକ ବାରିକ। କଟକ ଆଲାମଚାନ୍ଦ ବଜାରରେ ତାଙ୍କ ଘର। ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ନଣ୍ଡା ନାମକ ଜଣେ ଯୁବକ ତାଙ୍କ ଭାଇଙ୍କୁ ହତ୍ୟା କରିଛି ବୋଲି ମୃତ କାର୍ତ୍ତିକଙ୍କ ଭାଇ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, କାର୍ତ୍ତିକ ଘର ପାଖ ଦୋକାନକୁ ଚା’ ଆଣିବାକୁ ଯାଇଥିବା ବେଳେ ନଣ୍ଡା ତାଙ୍କୁ ଛୁରାମାଡ଼ କରିଥିଲେ। ଏହାପରେ ତାଙ୍କୁ […]

  • Wednesday, 21 July 2021
odisha
ବୈପାରୀଗୁଡ଼ା ସିଡିପିଓ ନିଲମ୍ବିତ

ଜୟପୁର: ବିଭିନ୍ନ ଦୁର୍ନୀତି  ଅଭିଯୋଗରେ ବୈପାରୀଗୁଡ଼ା ସିଡିପିଓ ସୁରମା ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ନେଇ କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ସୂଚନା ଦେଇଛନ୍ତି। ସୁରମା ମହାପାତ୍ରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିଥିଲା। ପ୍ରିସ୍କୁଲ କିଟ୍ କିଣାରେ ଅନିୟମିତତା ସହ ଅଙ୍ଗନବାଡି କର୍ମୀଙ୍କଠାରୁ ପିସି ଆଦାୟ, କର୍ମଚାରୀଙ୍କୁ ନିର୍ଯାତନା ଓ ଛତୁଆ ବଣ୍ଟନରେ ଅନିୟମିତତା କରିଥିବା ଭଳି ଅଭିଯୋଗ ତାଙ୍କ ନାଁରେ ହୋଇଥିଲା। ଏହି ନେଇ ପ୍ରଶାସନିକ ତଦନ୍ତ ସହିତ ବିଭାଗୀୟ ତଦନ୍ତ […]

  • Wednesday, 21 July 2021
odisha
ପୂର୍ବତନ ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର: ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମବାଣୀ। ତୁରନ୍ତ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଯଦି ପୂର୍ବତନ ବିଧାୟକମାନେ କ୍ୱାର୍ଟର୍ସ ନ ଛାଡ଼ନ୍ତି ତେବେ ପାଣି, ବିଜୁଳି ବନ୍ଦ କରି ଦିଆଯିବ ବୋଲି ବାଚସ୍ପତି କହିଛନ୍ତି। ନିର୍ବାଚନର ୫ ମାସ ପରେ ବି ପୂର୍ବତନ ବିଧାୟକମାନେ କ୍ୱାର୍ଟର ଛାଡ଼ି ନ ଥିବାରୁ ନିର୍ବାଚିତ ବିଧାୟକଙ୍କୁ କ୍ୱାର୍ଟର୍ସ ମିଳିବାରେ ସମସ୍ୟା ଦେଖା ଦେଉଛି। ଏଣୁ ପୂର୍ବତନ ବିଧାୟକଙ୍କୁ ବାଚସ୍ପତି ଏଭଳି […]

  • Wednesday, 21 July 2021
bbsr
୧୦ ଦଫା ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୧୦ ଦଫା ଦାବିରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିବା ସହ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ପ୍ରସ୍ଥାନ ଫାଟକ କରାଯିବା ସହ ରାଜା ହୋଟେଲ ପାଖରେ ନୂଆ ପ୍ରବେଶ ଫାଟକ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ବର୍ତ୍ତମାନ ମୁଖ୍ୟ ଫାଟକ ସାମ୍ନାରେ ଜାତୀୟ ରାଜପଥ ଉପରେ ଓଭର ବ୍ରିଜ ହୋଇଥିବାରୁ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀ ଭୁଲ୍‌ ରୁଟ୍‌ରେ ବିଶ୍ୱବିଦ୍ୟାଳୟକୁ ପ୍ରବେଶ କରୁଛନ୍ତି। ଫଳରେ ବାରମ୍ବାର […]

  • Wednesday, 21 July 2021
elephant
ନନ୍ଦନକାନନରେ ହାତୀ ‘ଚନ୍ଦନ’ର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହାତୀ ‘ଚନ୍ଦନ’ର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ପ୍ରାୟ ୧୦ ବର୍ଷ। ଗତକାଲି ଭୋର ୩ଟା ୪୦ ମିନିଟ୍‌ରେ ଚନ୍ଦନର ମୃତ୍ୟୁ ହୋଇଛି। ଗତ ୧୩ ତାରିଖରେ ହାତୀଟି ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ନନ୍ଦନକାନନରେ ଥିବା ପଶୁ ଡାକ୍ତର ଚିକିତ୍ସା କରିଥିଲେ। ତେବେ ଭୋରରୁ ହରପିସ୍ ଭୂତାଣୁ ସଂକ୍ରମଣ ଯୋଗୁ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି। ହର୍ପିସ୍ ଭୂତାଣୁ ସଂକ୍ରମଣ ଫଳରେ ଏସୀୟ ହାତୀମାନଙ୍କୁ ଆକ୍ୟୁଟ୍‌ ହେମରଜିକ୍ ରୋଗ […]

  • Wednesday, 21 July 2021
odisha
ପୁଲିସ୍‌ ହେବ ତ ଏମିତି; ଭୋକିଲା ଛୁଆଙ୍କ ମୁହଁରେ ଆହାର ଦେଲେ ସ୍ମୃତିପ୍ରଭା

କେନ୍ଦୁଝର: ପୁଲିସ୍‌ ହେବ ତ ଏମିତି। ୪ଜଣ ଶିଶୁ ଖାଦ୍ୟ ନ ପାଇ ଭୋକ ଉପାସରେ ରହିଥିବା ଜାଣି ମାନବିକତା ଦେଖାଇଲେ ଥାନା ଅଧିକାରୀ। କେନ୍ଦୁଝର ଜିଲ୍ଲାରେ ଏହି ଘଟଣା ଘଟିଛି। କୁସୁମିତା ଗାଁର ଗୋଟିଏ ପରିବାରର ୪ ଜଣ ଶିଶୁ ଖାଦ୍ୟ ନ ପାଇ ଭୋକ ଉପାସରେ ଥିବା କେନ୍ଦୁଝର ସଦର ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ତତ୍‌କ୍ଷଣାତ ଗାଁରେ ପହଞ୍ଚି ପିଲାଙ୍କୁ ବିସ୍କୁଟ୍ ସହ ଅନ୍ୟାନ୍ୟ ଖାଦ୍ୟ […]

  • Wednesday, 21 July 2021
odisha
ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ଓ ଫେସ୍ ଓ୍ୱାଶ୍‌ ଜବତ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରୁ ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ଓ ଫେସ୍ ଓ୍ୱାଶ୍‌ ଜବତ କରାଯାଇଛି। ଗତକାଲି ରାତିରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଟ୍‌ କମ୍ପାନୀର ଏକ ସ୍ୱତନ୍ତ୍ର ଟିମ୍‌ ସହ କଣ୍ଟାବାଞ୍ଜି ପୁଲିସ୍ ସହରରେ ଥିବା ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରିଥିଲେ। ଚଢଉ ସମୟରେ ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ସହ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ତେବେ କେତେ ପରିମାଣର ନକଲି ସାମଗ୍ରୀ ବାହାରିଲା ବର୍ତ୍ତମାନ ସୁଦ୍ଧା ଜଣା ପଡି ନ ଥିବାବେଳେ […]

  • Wednesday, 21 July 2021
angul
ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରିଲା ୬୦ ଲକ୍ଷ ଟଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ହେରଫେର ମାମଲାରେ ନୂଆ ଟ୍ୱିଷ୍ଟ। ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ଫେରି ଆସିଛି ସେହି ୬୦ ଲକ୍ଷ ଟଙ୍କା। ଏନେଇ ଜିଲ୍ଲାପାଳ ମନୋଜ ମହାନ୍ତି ଓଟିଭିକୁ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ଅଭିଯୋଗ ଏବଂ ଏନେଇ ମାମଲା ଦାଏର ହେବା ପରେ ପୁରା ଟଙ୍କା ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ଅନୁଗୁଳ HDFC ବ୍ୟାଙ୍କ ଫେରାଇ ଦେଇଥିବା ଜଣାପଡ଼ିଛି । ମନୋଜ ମହାନ୍ତିଙ୍କ ସୂଚନା ଅନୁସାରେ ୨୦୧୭-୧୮ରେ ତତ୍‌କାଳୀନ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲ୍ କରାଯାଇ ୬୦ […]

  • Wednesday, 21 July 2021
encounter-1
ଆକ୍ସନ୍ ମୁଡ୍‌ରେ ଗଞ୍ଜାମ ପୁଲିସ୍: ୨୪ ଘଣ୍ଟାରେ ୨ଟି ଏନକାଉଣ୍ଟର

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଆକ୍ସନ୍ ମୁଡ୍‌ରେ ଗଞ୍ଜାମ ପୁଲିସ୍। ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଦୁଇ ଦୁଇଟି ଏନକାଉଣ୍ଟର ହୋଇଛି। ଗଞ୍ଜାମ ବ୍ଲକର ପାଲୁର କୃଷ୍ଣପ୍ରସାଦ ରୋଡ୍‌ରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରମୋଦ ବାରିକ ଆହତ ହୋଇଛି। ପ୍ରମୋଦର ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାକୁ MKCG ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଭୋର ପ୍ରାୟ ୪ଟା ବେଳେ ଏହି ଏନ୍‌କାଉଣ୍ଟର ହୋଇଛି। ଏକ ମାମଲାରେ ପ୍ରମୋଦକୁ ପୁଲିସ୍‌ ଧରିବାକୁ ଯାଇଥିଲା। ଏହି ସମୟରେ ପୁଲିସକୁ […]

  • Wednesday, 21 July 2021
ctc
ଦୁର୍ଗାପୂଜା ବୈଠକରେ ବିଧାୟକଙ୍କୁ ଡକା ନ ଯିବା ନେଇ ତେଜିଲା ବିବାଦ

କଟକ: କଟକରେ ଦୁର୍ଗାପୂଜାକୁ ନେଇ ଆୟୋଜିତ ବୈଠକରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ଡକା ନ ଯିବାକୁ ନେଇ ବିବାଦ ତେଜିବାରେ ଲାଗିଛି। ଶୁକ୍ରବାର ଦିନ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ବିଧାୟକ ମହମ୍ମଦ ମୋକିମଙ୍କୁ ଆମନ୍ତ୍ରଣ କରାଯାଇ ନ ଥିଲା। ଫଳରେ ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ଗତକାଲି ସହରର ୧୩ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିପାଇଁ ଡିସିପି ଅଖିଳେଶ୍ୱର ସିଂଙ୍କୁ ଦାୟୀ କରି ତାଙ୍କ କୁଶ ପୁତ୍ତଳିକା ମଧ୍ୟ କଂଗ୍ରେସ କର୍ମୀମାନେ […]

  • Wednesday, 21 July 2021
odisha
‘ଭଲ କାମ କଲେ ମିଳିବ ଆଗୁଆ ପଦୋନ୍ନତି’

ଭୁବନେଶ୍ୱର: ଭଲ କାମ କଲେ ମିଳିବ ଆଗୁଆ ପଦୋନ୍ନତି। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ମୋ ସରକାର କାର୍ଯ୍ୟକ୍ରମ’ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଜିର ବୈଠକରେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ ୬୩୫ ଥାନାର ଆଇଆଇସିଙ୍କ ସହ ବରିଷ୍ଠ ପୁଲିସ୍‌ ଅଧିକାରୀ। 5Tରେ ଭଲ କାମ କଲେ IICଙ୍କୁ ଆଗୁଆ ପଦୋନ୍ନତି ମିଳିବ। ଅଭିଯୋଗ ନେଇ ଥାନାକୁ ଆସୁଥିବା ଲୋକଙ୍କୁ କିଭଳି ବ୍ୟବହାର କରାଯିବ ? ମାମଲାର ଅନୁଧ୍ୟାନ କିପରି […]

  • Wednesday, 21 July 2021
divorce
ଛାଡ଼ପତ୍ର ମାମଲା ଚାଲୁଥିବା ବେଳେ ମହିଳାଙ୍କୁ ମିଳିବ ପେନ୍‌ସନ୍‌

ଭୁବନେଶ୍ୱର: ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା ଚାଲୁଥିବା ବେଳେ ସ୍ତ୍ରୀଙ୍କୁ ମିଳିବ ପେନ୍‌ସନ୍‌। ବାର୍ଷିକ ୪୦ ହଜାରରୁ କମ୍ ‌ଆୟ ଥିବା ମହିଳାଙ୍କୁ ଏହି ପେନସନ୍ ମିଳିବ। ଏନେଇ ଆଜି ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଚାଲୁଥିବା ମଧୁବାବୁ ପେନ୍‌ସନ୍‌ ଯୋଜନାରେ ମହିଳାଙ୍କୁ ଏହି ସୁବିଧା ମିଳିବ। ତେବେ ଏହି ପେନ୍‌ସନ୍‌ ପାଇବା ପାଇଁ ମହିଳା ଜଣକଙ୍କୁ ଛାଡ଼ପତ୍ର ମାମଲା ସମ୍ପର୍କିତ କାଗଜପତ୍ର ପ୍ରମାଣପତ୍ର ଭାବେ […]

  • Wednesday, 21 July 2021
rf
ପୁରୀ ଗଲେ ୫ ଆଇଏଏସ୍

ପୁରୀ : ପୁରୀ ଗଲେ ୫ ପ୍ରୋବେସନର ଆଇଏଏସ୍ ଅଫିସର । ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଉନ୍ନତିକରଣ କାର୍ଯ୍ୟରେ ଏମାନେ ସହଯୋଗ କରିବେ। ଏହି ୫ ଅଫିସର ହେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ, କୀର୍ତ୍ତିଭାସନ.ଭି, ଶୁଭଙ୍କର ମହାପାତ୍ର, ଜେ.ସୋନାଲ ଏବଂ ଭୁବନେଶ ଦାସ ପାଟିଲ। ପୁରୀକୁ  ବିଶ୍ୱ ଐତିହ୍ୟ ନଗରୀ ଭାବେ ଗଢି ତୋଳିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଛି । […]

  • Wednesday, 21 July 2021
niranjan_patnaik
ପିଲାଳିଆମି କରୁଛନ୍ତି ଇତୀଶ୍‌

ଭୁବନେଶ୍ୱର : ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନଙ୍କ ମନ୍ତବ୍ୟ ପାଇଁ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପଟ୍ଟନାୟକ କହିଛନ୍ତି ଇତୀଶ ପିଲାଳିଆମି କରିଛନ୍ତି। ହତୋତ୍ସାହିତ ହୋଇ ସେ ଏମତି କହିଛନ୍ତି । ନିଜେ ତ ଗୋଟିଏ ଜାଗାରୁ ଲଢ଼ିଥିଲେ ଓ ଯେପରି ଭାବେ ତାଙ୍କୁ ଭୋଟ ମିଳିଛି, ସେ କାହା ଉପରେ ଦୋଷ ଲଦିବେ ବୋଲି ପ୍ରଶ୍ନ କରିଛନ୍ତି ପଟ୍ଟନାୟକ । ସାଧାରଣ ନିର୍ବାଚନ ପ୍ରସଙ୍ଗରେ ସେ କହିଛନ୍ତି, […]

  • Wednesday, 21 July 2021
egg 3
ମାଲକାନଗିରିରେ ମିଳୁଛି ପ୍ଲାଷ୍ଟିକ୍ ଅଣ୍ଡା !

ମାଲକାନଗିରି: ମାଲକାନଗିରି ବଜାରରେ ଏବେ ପ୍ଲାଷ୍ଟିକ୍‌ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଆଜି ହାଇଟେକ୍‌ କଲୋନୀରେ ରହୁଥିବା ଦିଗାମ୍ୱର ବେହେରା ଏକ ଦୋକାନରୁ ୪ଟି ଅଣ୍ଡା କିଣିଥିଲେ। ଅଣ୍ଡାକୁ ଫଟାଇଲା ପରେ ସେହି ଅଣ୍ଡା ଭିତରେ ଏକ ପ୍ଲାଷ୍ଟିକ୍ ଆବରଣ ଦେଖିଥିଲେ। ଅଣ୍ଡାର କେଶରକୁ ସେ ଉପରକୁ ଟେକିବା ଦ୍ୱାରା ଏହା ନ ଫାଟି ଉପରକୁ ଝୁଲି ରହୁଥିଲା। ଏଥସହ ସେ ଅଣ୍ଡାରୁ ବାହାରିଥିବା ପ୍ଲାଷ୍ଟିକ୍‌ ଆବରଣକୁ ନିଆଁରେ ଲଗାଇଥିଲେ। ଫଳରେ ତାହା ପୋଡ଼ିବା ସହ […]

  • Wednesday, 21 July 2021
odisha
ବିଧାୟକଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାୟକଙ୍କୁ ପାଠ ପଢ଼ାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାୟକଙ୍କୁ ଶାଳୀନତାର ପାଠ ପଢ଼ାଇବା ସହ ସରଳ ଜୀବନଯାପନ ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ବିଧାୟକଙ୍କୁ ଅନେକ ଟିପ୍‌ସ୍‌ ଦେଇଛନ୍ତି। ଜନପ୍ରତିନିଧି ଭାବେ ଜନତାଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେହିପରି ସାଧାରଣ ଲୋକଙ୍କ ସମସ୍ୟା ଦୂର ପାଇଁ କାମ କରିବାକୁ ସେ […]

  • Wednesday, 21 July 2021
president
ଆସନ୍ତା ୨୭ରେ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ତାରିଖରେ ରାଷ୍ଟ୍ରପତି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ୨୭ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଓ ୨୮ ତାରିଖରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୋପାଳପୁର ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସ୍‌ରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପୁଲିସ୍‌ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତକୁ […]

  • Wednesday, 21 July 2021
heavy rainfall
୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର: ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ନବରଙ୍ଗପୂର ଓ ନୂଆପଡ଼ା। ଏହାସହ ଅନ୍ୟ ଜିଲ୍ଲା ଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ମନ୍‌ସୁନ୍‌ ଟ୍ରପ୍‌ ଲାଇନ୍‌ ଓଡ଼ିଶା ଉପରେ ଥିବାରୁ […]

  • Wednesday, 21 July 2021
marriage
ମଡର୍ଣ୍ଣ ପ୍ରେମ, ସଡନ୍‌ ବାହାଘର

ସୋର: ଫେସବୁକ୍‌ରେ ଗଢ଼ି ଉଠିଲା ସମ୍ପର୍କ। ସମ୍ପର୍କରୁ ପ୍ରେମ ଆଉ ତା’ପରେ ଦେଖା ସାକ୍ଷାତ। ହେଲେ ପ୍ରେମିକ କ’ଣ ଜାଣିଥିଲେ ଏହି ଦେଖାସାକ୍ଷାତ ଏମିତି ମହଙ୍ଗା ପଡ଼ିବ ବୋଲି ! ଲୁଚିଛପି ଦେଖା କରିବାକୁ ଆସିଥିବା ପ୍ରେମିକଙ୍କୁ  ଗାଁ ଲୋକେ ଧରି ଜୋରଜବରଦସ୍ତ ବାହାଘର କରାଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏଭଳି କିଛି ଘଟଣା ଘଟିଛି। ସୂଚନା ଅନୁସାରେ, ଗୁଲୁଣିଆ ଗାଁର ଜଣେ ଯୁବତୀ ଏବଂ କୁବାବୁପାଟଣାର ଜଣେ ଯୁବକଙ୍କ ମଧ୍ୟରେ ପ୍ରଥମେ ଫେସବୁକ୍‌ରେ […]

  • Wednesday, 21 July 2021
flood
ଲଗାଣ ବର୍ଷାରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ

ଭୁବନେଶ୍ୱର: ରାଜୁଆ ନଦୀରେ ବନ୍ୟା ପାଣି ମାଡ଼ି ଆସିବାରୁ ଖୋର୍ଦ୍ଧା ଓ କଣାସ ବ୍ଲକର ୬ଟି ପଞ୍ଚାୟତ ଉବୁଟୁବୁ। ୨୫ରୁ ଅଧିକ ଗାଁ ପାଣିଘେରରେ ରହିଛି। ଘର ବାହାର ସବୁଠୁ ଲହଡ଼ି ଭାଙ୍ଗୁଛି ବନ୍ୟା ଜଳ। ହଜାର ହଜାର ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଏପରିକି କିଛି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ପାଣି ଘରରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌। ମହାନଦୀ ଓ ପାଇକା ନଦୀରେ ବନ୍ୟା ପାଣି ମାଡ଼ି ଆସିବା ଫଳରେ ବ୍ଲକର […]

  • Wednesday, 21 July 2021
bus
ଭୁବନେଶ୍ୱରର ଏହି ସବୁ ବସ୍‌ ଷ୍ଟପ୍‌ରେ ଆଉ ବସ୍‌ ରହିବ ନାହିଁ

ଭୁବନେଶ୍ୱର: ଏଣିକି ଆଚାର୍ଯ୍ୟ ବିହାର, ବାଣୀବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍‌ ଷ୍ଟପ୍‌ ଗୁଡ଼ିକରେ ଆଉ ବସ୍‌ ରହିବ ନାହିଁ। ଏହିସବୁ ଛକରେ ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସତ୍‌ସଙ୍ଗ ବିହାର ସମ୍ମୁଖରେ ଏକ ନୂଆ ବସ୍‌ ଷ୍ଟପ୍‌ କରାଯାଇଛି। ଯାତ୍ରୀମାନେ ଯେଭଳି ବସ୍ ଧରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେଉଁ ଗାଡ଼ି ଗୁଡ଼ିକ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ୍‌ରୁ ବାହାରି କଟକ ଅଭିମୁଖେ […]

  • Wednesday, 21 July 2021
cm
ସାହସୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାହସିକତା ପାଇଁ ଯାଜପୁର ଜିଲ୍ଲା କୋରେଇ ହାଇସ୍କୁଲର ୨ଜଣ ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଦୁଇ ଛାତ୍ର ହେଲେ- ସେକ୍‌ ତସିଫ୍‌ ରାଜା ଓ ମହମ୍ମଦ ସୋଆଇବ। ଜୀବନକୁ ବାଜି ଲଗାଇ ସେକ୍‌ ତସିଫ୍‌ ଓ ମହମ୍ମଦ ଜଣେ ୬ ବର୍ଷର ଛାତ୍ରଙ୍କ ଜୀବନକୁ ରକ୍ଷା କରିଥିଲେ। ଗଣେଶ ପୂଜା ଦିନ ଯାଜପୁର ସଡ଼କପୁର ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ଅବୁଲ୍‌ ରୁମନ ଖାଁ ସ୍କୁଲରୁ ଫେରୁଥିବା ବେଳେ ରାସ୍ତା କଡ଼ରେ ଥିବା […]

  • Wednesday, 21 July 2021
hirakud
ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍‌

ସମ୍ବଲପୁର (ସଞ୍ଜୟ ଜେନା): ହୀରାକୁଦ ଡ୍ୟାମ୍‌ର ୬ଟି ଗେଟ୍‌ ବନ୍ଦ କରାଯାଇଛି। ପୂର୍ବରୁ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିବା ବେଳେ ବର୍ତ୍ତମାନ ୬ଟି ଗେଟ୍‌କୁ ବନ୍ଦ ରଖାଯାଇଛି। ଫଳରେ ଏବେ ମାତ୍ର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୭୧ ହଜାର ୪୫୩ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୧୭ ହଜାର ୭୬୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ଜଣାପଡ଼ିଛି।

  • Wednesday, 21 July 2021
accident
କଲେଜ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

କଟକ: ସଡ଼କ ଦୁର୍ଘଟଣାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ। କଟକ ରେଭେନ୍ସା କଲେଜ ନିକଟରେ ଆଜି ଦିନ ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ମୃତ ଛାତ୍ରୀଙ୍କ ନାଁ ଅନ୍ନପୂର୍ଣ୍ଣା ଚୌଧୁରୀ। ଚୌଦ୍ୱାରରେ ତାଙ୍କ ଘର। ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ। ସୂଚନା ଅନୁସାରେ, ଅନ୍ନପୂର୍ଣ୍ଣା ସ୍କୁଟି ନେଇ ଯାଉଥିବା ବେଳେ କୌଣସି କାରଣରୁ ଗାଡ଼ିରୁ ଖସି ପଡ଼ିଥିଲେ। ଏହି ସମୟରେ ସେଇ ରାସ୍ତା ଦେଇ ଯାଉଥିବା ଏକ ଟ୍ରକ୍‌ ତାଙ୍କ […]

  • Wednesday, 21 July 2021