ନବରଙ୍ଗପୁର: ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ନବରଙ୍ଗପୁର ସୁନାରୀ ସାହି ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମହମ୍ମଦଙ୍କ ମୃତ୍ୟୁ ସମୟରେ ତାଙ୍କ ନିକଟରେ ପରିବାର ଲୋକେ ଉପସ୍ଥିତ ଥିଲେ। ମହମ୍ମଦ ବାଜୀଙ୍କ ବିୟୋଗରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକଟ କରିଛନ୍ତି। ସ୍ୱାଧୀନତା ସଂଗ୍ରାମ ଓ ଜନଜାତି ବର୍ଗର ଉନ୍ନତି ପାଇଁ […]
ଭଦ୍ରକ/ବାଲେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରୁ ପୁଣି ଉଦ୍ଧାର ହୋଇଛି ନାଗ ଛୁଆ । ସକାଳେ ଗୋଖାଦିଗି ସାହିର ଲକ୍ଷ୍ମୀଧର ମଲିକ ତାଙ୍କ ଘରେ ଏକ ନାଗ ଛୁଆ ବୁଲୁଥିବାର ଦେଖିବାକୁ ପାଇଥିଲେ। ଏ ନେଇ ପରିବାର ଲୋକେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପଲାଇନ ସଦସ୍ୟ ମିର୍ଜା ଆରିଫ୍ ପହଞ୍ଚି ଘରୁ ଏକ ନାଗୁଣୀ ସହ ୩୬ଟି ନାଗସାପ ଛୁଆକୁ ଉଦ୍ଧାର କରିଥିଲେ। ସେହିପରି ଆନନ୍ଦପୁର ପଞ୍ଚାୟତ ବାଲିପାଟଣା ଗ୍ରାମର କାଶିନାଥ ସାହୁଙ୍କ […]
ଗଜପତି: ଗୀତ ଗାଇଲେ ଗଜପତି ଏସ୍ପି ସାରା ଶର୍ମା। ଷ୍ଟୁଡିଓରେ ପ୍ରଫେସନାଲ୍ ସିଙ୍ଗର ଭଳି ଗୀତ ରେକର୍ଡ କରିଛନ୍ତି ଏସ୍ପି। ଏସ୍ପିଙ୍କର ଏହି ଗୀତ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଛି। ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ଗଜପତି ଏସ୍ପି ଏହି ନିଆରା ପଦକ୍ଷେପ ନେଇଛନ୍ତି। ଗୀତରେ ମହିଳା ସୁରକ୍ଷା ପାଇଁ ସେ ବାର୍ତ୍ତା ଦେଇଛନ୍ତି। ଗଜପତି ଜିଲ୍ଲାରେ ମହିଳାଙ୍କ ସୁରକ୍ଷା ନେଇ ଗଠନ ହୋଇଛି ‘SHE TEAM’। ଖୋଦ୍ ଏସ୍ପି ସାରା ଶର୍ମାଙ୍କ […]
କେନ୍ଦୁଝର: ଓଲଟିଗଲା ସୋରିଷ ତେଲ ବୋଝେଇ ମିନି ଟ୍ରକ୍। ଲୋକେ ଉଦ୍ଧାର କରିବେ କ’ଣ, ତେଲ ଲୁଟିବାରେ ଲାଗିଲେ। ଘଟଗାଁ ଥାନା ନିକଟ ୨୦ ନମ୍ବର ଜାତୀୟ ରାଜପଥର ଗୋଳାବନ୍ଧ ଗାଁ ନିକଟରେ ଏପରି କିଛି ଘଟଣା ଦେଖିବାକୁ ମିଳିଛି। ଭାରସାମ୍ୟ ହରାଇବା ଯୋଗୁ ଜାତୀୟ ରାଜପଥ କଡ଼କୁ ଓଲଟି ପଡ଼ିଥିଲା ମିନି ଟ୍ରକ୍। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ। ତେବେ ଡ୍ରାଇଭର୍ ନଥିବାର ସୁଯୋଗ ନେଇ ଲୋକେ ତେଲ ଲୁଟ୍ କରିବା ଆରମ୍ଭ କରିଥିଲେ। ରାସ୍ତାରେ […]
କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଟିକରପଡ଼ା ଗାଁରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି। ଏଥିରେ ଆକ୍ରାନ୍ତ ହୋଇ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ତୁଳସା କ୍ରିଷ୍ଣାନୀ ଓ ଦୁଦୁରୀ କ୍ରିଷ୍ଣାନୀ। ଗାଁର ଆଉ କିଛି ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗଲା ଦୁଇ ଦିନ ହେଲା ଗାଁରେ ଅଜଣା ରୋଗ ଲାଗି ରହିଥିବା ବେଳେ ଡାକ୍ତରୀ ଦଳ ଗାଁକୁ ଏଯାଏଁ ଆସିନଥିବା ଲୋକେ ଅଭିଯୋଗ […]
ମାଲକାନଗିରି: ଟିକ୍ଟକ୍ ପ୍ରେମରେ ମେଡିକାଲ୍ କର୍ମଚାରୀ। ଗୁରୁତ୍ୱପୂର୍ଣ୍ଣ ଏସ୍ଏନ୍ସିୟୁ ବିଭାଗ ଭିତରେ ଚାଲିଛି ଟିକ୍ଟକ୍ ଭିଡିଓ। ଏପରି କିଛି ଘଟଣାର ଭିଡିଓ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ରହିଛନ୍ତି ହସ୍ପିଟାଲ୍ର ନର୍ସ ସମେତ କିଛି ମହିଳା କର୍ମଚାରୀ। ଅଫିସ୍ରେ କାର୍ଯ୍ୟ ଚାଲିଥିବା ସମୟରେ ଏହି ଭିଡିଓଟି ସୁଟ୍ କରାଯାଇଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଏସ୍ଏନ୍ସିୟୁ ବିଭାଗରେ ଗୁରୁତର ଥିବା ଶିଶୁଙ୍କ ସହିତ ବି ଭିଡିଓ କରାଇବାକୁ ପଛାଇନାହାନ୍ତି ମେଡିକାଲ କର୍ମଚାରୀ। […]
ଭୁବନେଶ୍ୱର: ଦୁବାଇରେ ଫସି ରହିଥିବା ୧୦ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ସୂଚନା ଅନୁସାରେ ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଜିଲ୍ଲାର ୧୦ ଜଣ ଓଡ଼ିଆ ଶ୍ରମିକ ଦୁବାଇକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ କମ୍ପାନୀ ସେମାନଙ୍କୁ ନିର୍ଯାତନା ଦେଉଥିବା ନେଇ କିଛିଦିନ ତଳେ ଅଭିଯୋଗ ହୋଇଥିଲା। ଏପରିକି ସେମାନଙ୍କୁ ସେଠାରେ ଦରମା ଦିଆଯାଉନାହିଁ ବୋଲି ଶ୍ରମିକମାନେ ଅଭିଯୋଗ କରିବା ସହ ସୋଶାଲ ମିଡିଆ ଜରିଆରେ […]
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା କଟାପାଙ୍ଗ ଗ୍ରାମ ନିକଟ ରାସ୍ତାରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଛି। ମାଓପୋଷ୍ଟର ଦେଖିବା ପରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। କେକେବିଏନ୍ ମାଓବାଦୀ ସଙ୍ଗଠନ ପକ୍ଷରୁ ପୋଷ୍ଟର ଲଗାଯାଇଛି । ପୋଷ୍ଟରରେ ସରକାରଙ୍କ ଦମନ ନୀତିକୁ ବିରୋଧ କରି ଆଜି 24 ଘଣ୍ଟିଆ ଓଡ଼ିଶା ଓ ପୂର୍ବ ଛତିଶଗଡ ବନ୍ଦ ପାଳନ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଏହା ବ୍ୟତୀତ ପୋଲିସର ଦମନଳୀଳା ଓ ପୋଲିସ ଇନଫର୍ମର ଭାବେ […]
ପୁରୀ: ଜ୍ୱରରେ ପୀଡ଼ିତ ଅଛନ୍ତି ଶ୍ରୀଜିଉ। ତେଣୁ ଅଣସର ଘରେ ଚାଲିଛି ଗୁପ୍ତସେବା। ଶ୍ରୀଜିଉଙ୍କ ଅଙ୍ଗରେ ଫୁଲୁରି ତେଲ ଲାଗି ହେବା ପରେ ପୀଡ଼ା ଲାଘବ ହୋଇଛି। ତେବେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ଥିବାରୁ ତାଙ୍କ ପାଇଁ ପ୍ରାଚୀ ନଦୀ ତଟ କାକଟପୁର ଅଞ୍ଚଳରୁ ଫଳଭାର ଆସିଛି। କାକଟପୁର ଅଞ୍ଚଳର ବିଭିନ୍ନ ମଠ ଓ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଫଳଭାର ପଠାଇଛନ୍ତି। ଭକ୍ତ ପଠାଇଥିବା ଖଜୁରୀ, ପଇଡ଼, ଡାଳିମ୍ବ, ଆମ୍ବ, ପଣସ ଓ ପିଜୁଳି ଭଳି ଫଳ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଲୁଟେରାଙ୍କ ଆତଙ୍କ ଦେଖାଦେଇଛି। ଆଜି ସକାଳେ ସ୍କୁଟିରେ ଯାଉଥିବା ଜଣେ ମୋବାଇଲ୍ ସୋରୁମ୍ ମାଲିକାଣୀ ଓ ତାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟେରା ଲୁଟ୍ କରିଛନ୍ତି ବୋଲି ଏୟାର୍ ଫିଲ୍ଟ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସକାଳେ ମୋବାଇଲ ସୋରୁମର ମାଲିକାଣୀ ଓ ତାଙ୍କ କର୍ମଚାରୀ ଦୁହେଁ ସ୍କୁଟିରେ ମାଷ୍ଟରକ୍ୟାଣ୍ଟିନ ଆସୁଥିଲେ। ଏହି ସମୟରେ ନବୀନ ନିବାସରୁ ଶହେ ମିଟର ଦୂର କାର୍ଗିଲ ରୋଡରେ ତାଙ୍କ ଚଳନ୍ତା ସ୍କୁଟିକୁ ଠେଲି […]
କେନ୍ଦ୍ରାପଡ଼ା: ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଏହି ଯୋଜନା ବାଟବଣା ହେବାରେ ଲାଗିଛି। କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଈଶ୍ୱରପୁର ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ ଶିଳପୋଖରୀ ଗାଁର ବଂଶୀଧର ସ୍ୱାଇଁ ଜୀବିତ ଥାଇ ମଧ୍ୟ ତାଙ୍କୁ ମୃତ ଦର୍ଶାଯାଇ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ଆତ୍ମସାତ୍ ହୋଇଛି। କେବଳ ବଂଶୀଧର ନୁହଁନ୍ତି, ପଞ୍ଚାୟତର ୬୦ରୁ […]
ବଲାଙ୍ଗିର: ଜେଲ୍ ଯିବାର ଦିନକ ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର। ଜେଲରେ ଅସୁସ୍ଥ ଅନୁଭବ କରିବାରୁ ଗତକାଲି ସରୋଜଙ୍କୁ ପାଟଣାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ସେ ଅସୁସ୍ଥ ହୋଇପଡିଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ଜଣା ପଡିନାହିଁ। କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସଧାରଣରେ ବସ୍ ଉଠ୍ କରାଇବା ଅଭିଯୋଗରେ ବିଧାୟକ ସରୋଜ ମେହେରଙ୍କୁ ବଲାଙ୍ଗିର ପୁଲିସ୍ ଗିରଫ କରିଥିଲା। ଏହାପରେ ତାଙ୍କୁ ପାଟଣାଗଡ଼ ଏଡିଜେ ସାତ ଦିନ ପାଇଁ […]
ରାୟଗଡ଼ା: ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାରେ ୨ ଜଣ ଷ୍ଟେସନ୍ ମାଷ୍ଟରଙ୍କ ସମେତ ତିନି ଜଣଙ୍କୁ ସସପେଣ୍ଡ୍ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପାଇଁ କେଉଟଗୁଡ଼ା ଏବଂ ସିଙ୍ଗାପୁର ରୋଡ୍ ଷ୍ଟେସନ୍ ମାଷ୍ଟରଙ୍କ ସହିତ ଜଣେ କ୍ୟାବିନ୍ ମ୍ୟାନ୍ଙ୍କୁ ସସପେଣ୍ଡ୍ କରାଯାଇଥିବା ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରେଳବାଇ ପକ୍ଷରୁ ଘଟଣା ତଦନ୍ତ କରାଯାଉଛି। ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ସମଲେଶ୍ୱରୀ ଏକ୍ସପ୍ରେସକୁ ଟ୍ରାକ୍ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଂଜିନ ସାମ୍ନାରୁ ଧକ୍କା ଦେଇଥିଲା। ଏହା ପରେ […]
ରାୟଗଡ଼ା: ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ। ରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏହି ଦୁର୍ଘଟଣା ଘଟିଛି। ସାମ୍ନାରୁ ଆସୁଥିବା ଏକ ଇଂଜିନ ସମଲେଶ୍ୱରୀକୁ ଧକ୍କା ଦେବାରୁ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଛି। ଆଜି ଅପରାହ୍ନ ସାଢେ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଟ୍ରାକ୍ ଲାଇନ ମରାମତି କରୁଥିବା ଏକ ମେଣ୍ଟେନାନ୍ସ ଇଞ୍ଜିନ୍ ଏକ୍ସପ୍ରେସ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଧକ୍କାରେ ଇଂଜିନ ସହ ଲଗେଜ୍ ଭ୍ୟାନ୍ ଓ ଗୋଟିଏ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲୁଟେରା ଆତଙ୍କ ଦେଖାଦେଇଛି। ଗତକାଲି ଶିଶୁପାଳଗଡରେ ବିଳମ୍ୱିତ ରାତିରେ ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ ତାଙ୍କ ପତ୍ନୀଙ୍କୁ ମାଡ ମାରି ଘରୁ ଲୁଟ୍ କରିଛନ୍ତି ଲୁଟେରା। ଏନେଇ ଧଉଳି ଥାନାରେ ଏକ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ପ୍ରଥମେ ଲୁଟେରାମାନେ ଝରକା ଗ୍ରୀଲ୍ ତାଡ଼ି ଘରେ ପଶିଥିଲେ। ଏହାପରେ ଦମ୍ପତିଙ୍କୁ ମାଡ଼ ମାରି ଆଲମିରାରୁ ପ୍ରାୟ ତିନି ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଏବଂ କିଛି ନଗଦ ଟଙ୍କା ଲୁଟି ନେଇଥିଲେ। ଏହି […]
ସୁବର୍ଣ୍ଣପୁର: ଅନ୍ଲାଇନ୍ ବ୍ୟାଙ୍କିଙ୍ଗ୍ ବେଶ୍ ଲୋକାଦୃତ ହେଉଥିବା ବେଳେ, ଦିନକୁ ଦିନ ବଢୁଛି ସାଇବର୍ କ୍ରାଇମ୍ । ଅନ୍ଲାଇନ୍ ବ୍ୟବସ୍ଥାରେ ଟଙ୍କା ଠକେଇ ନେବା ଘଟଣା ଏବେ ନିତିଦିନିଆ ହୋଇଗଲାଣି। ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ମେଣ୍ଡାମାଳରେ ଜଣେ ବ୍ୟକ୍ତି ଏଭଳି ଠକେଇର ଶିକାର ହୋଇଛନ୍ତି। ଗୋବିନ୍ଦ କ୍ଷେତୀ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଗାଏବ ହୋଇଯାଇଛି ୫୦ ହଜାର ଟଙ୍କା। ନିଜକୁ ବ୍ୟାଙ୍କ୍ ମ୍ୟାନେଜର ପିରଚୟ ଦେଇ ଜଣେ ଦୁବୃର୍ତ୍ତ ତାଙ୍କ ଆକାଉଣ୍ଟରୁ […]
ବରଗଡ଼: ଆଧୁନିକ ଯୁଗରେ ବି ଲୋକଙ୍କ ମନରେ ଅନ୍ଧବିଶ୍ୱାସ ବଞ୍ଚି ରହିଛି। ଏହି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚାଙ୍ଗରିଆ ଗାଁର ଜଣେ ମୃତ ବ୍ୟକ୍ତିଙ୍କୁ ଝଡ଼ାଫୁଙ୍କା କରି ବଞ୍ଚାଇବାକୁ ପ୍ରୟାସ କରାଯାଉଥିବା ଦେଖିବାକୁ ମିଳିଛି। ଟାଲପାଲି ପଞ୍ଚାୟତ ଚାଙ୍ଗରିଆ ଗାଁର ଶପ୍ତଶିଳା ଭୋଇ ନାମ୍ନୀ ଜଣେ ମହିଳାଙ୍କୁ ଗତକାଲି ରାତିରେ ବିଷଧର ସାପ କାମୁଡି ଦେଇଥିଲା। ଚିକିତ୍ସା ପାଇଁ ପରିବାର ଲୋକେ ରାତିରେ ତାଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ […]
ଭୁବନେଶ୍ୱର: ବ୍ଲାକମେଲିଂ ଏବଂ ବଟି ଆଦାୟବେଳେ ନକଲି ସାମ୍ବାଦିକ ଧରା ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ସମେତ ୪ ନକଲି ସାମ୍ବାଦିକ ରହିଛନ୍ତି। ବରଗଡ଼ ପୁଲିସ୍ ଏମାନଙ୍କୁ ଗିରଫ କରିଛି। ଗିରଫ ନକଲି ସାମ୍ବାଦିକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହିର ତପନ କୁମାର ସାହୁ, ଉତ୍ତରପ୍ରଦେଶ ନୋଏଡାର ଅନୁଜ ଅଗ୍ରଓ୍ୱାଲ, ବୁଲନ୍ଦସହରର ବିଶାଲ ଗାମ୍ଭୀର ଏବଂ ଦିଲ୍ଲୀଗେଟ୍ ଗାଜିଆବାଦର ଇମ୍ରାନ୍ ଖାନ। ସେମାନଙ୍କଠାରୁ ବିଭିନ୍ନ ଘରୋଇ ଚ୍ୟାନେଲର ବୁମ୍ ସହ କ୍ୟାମେରା, […]
ବ୍ରହ୍ମପୁର(ଅଶୋକ ବହ୍ମା): ଏକ ହତ୍ୟା ମାମଲାରେ ଆଜି କଡ଼ା ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଗଞ୍ଜାମ ଜିଲ୍ଲାର କୁଲଟା ଗାଁର ମହେଶ୍ୱର ସାସମଲ ହତ୍ୟା ମାମଲାରେ ୧୯ ଜଣଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୧ କୋର୍ଟ। ୨୦୦୭ କୁଲଟା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମହେଶ୍ୱର ସାସମଲଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ମୋଟ୍ ୧୯ ଜଣ ଅଭିଯୁକ୍ତ ଥିଲେ। ତେବେ ମାମଲା ଚାଲିବା ଭିତରେ ଜଣଙ୍କ ମୃତ୍ୟୁ ହୋଇସାରିଛି।
ଢେଙ୍କାନାଳ : ପୁଣି ଅଲୋଡ଼ା ଶିଶୁକନ୍ୟା। ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ନିକଟ ତେରମାଇଲ ଛକରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ଏକ ବୁଦା ମୂଳରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ବୁଦାମୂଳରେ ଶିଶୁଟିକୁ ସ୍ଥାନୀୟ ଲୋକେ ଦେଖି ଥିଲେ। ତାକୁ ଉଦ୍ଧାର କରି ସ୍ଥାନୀୟ ଅଙ୍ଗନବାଡି କର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ନବଜାତ ଶିଶୁକନ୍ୟାକୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଭୁବନେଶ୍ୱର: ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୧୯(ଓଜେଇଇ)ର ଫଳ ପ୍ରକାଶ ପାଇଛି। ଉଭୟ ଅନଲାଇନ ଓ ଅଫ୍ଲାଇନ ରେଜଲ୍ଟ ପ୍ରକାଶ ପାଇଛି। ଏମ୍ବିଏରେ ପ୍ରଦୀପ କୁମାର କମ୍ପ ଟପ୍ପର ହୋଇଛନ୍ତି। ଏମ୍ସିଏରେ ସ୍ମିତାରାଣୀ ଚୌଧୁରୀ ଟପ୍ପର ହୋଇଛନ୍ତି। ସେହିପରିଏମ୍.ଟେକରେ ପ୍ରଦୀପ କୁମାର ବାରିକ, ଏମ୍ .ଫାର୍ମରେ ଅତ୍ୟୁର୍ମିଲା ଚକ୍ରବର୍ତ୍ତୀ ଟପ୍ପର ହୋଇଛନ୍ତି। ବି.ଫାର୍ମରେ ସମୀର କୁମାର ପାଢ଼ୀ, ଫାର୍ମାସି ଲ୍ୟାଟେରାଲ ଏଣ୍ଟ୍ରିରେ ଅମିତ କୋଟାଲ ଏବଂ ବିଏସ୍ସିର ଲ୍ୟାଟେରାଲ ଏଣ୍ଟ୍ରିରେ ଭବାନୀ ଶଙ୍କର ବେହେରା ଟପ୍ପର ହୋଇଛନ୍ତି। […]
କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ):କିଛି ଦିନର ଶିଥିଳତା ପରେ ପୁଣି କ୍ରାଇମବ୍ରାଞ୍ଚ ଓ ଅର୍ଥନୈତିକ ଶାଖା ତତ୍ପର ହୋଇପଡିଛି। ଗ୍ୟାଙ୍ଗଷ୍ଟର ଟିଟୋର କେନ୍ଦ୍ରାପଡା ସହରରେ ଥିବା ଦିଲରାପୁର ସ୍ଥିତ ବାସଭବନରେ ଆଜି ଭୋର ତିନିଟା ବେଳେ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲା। ଟିଟୋର ଦୁଇ ଭାଇ ଆସପକ ଅଲ୍ଲି ଓରଫ ଜୀ ବାବୁ, ସୟଦ ଇଫତିକର ଅଲ୍ଲି ଓରଫ ଚିତୋ ଏବଂ ଟିଟୋର ସମ୍ପର୍କୀୟ ଅମଜାଦ ଖାନ୍ ଓରଫ ମୁନାକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଏହି ୩ […]
କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଗେରୁପଡ଼ା ଗାଁରେ ଗତକାଲି ରାତିରେ ସର୍ଟ ନିଆଁରୁ ଅଗ୍ନିକାଣ୍ଡ ଘଟି ଜଣେ ନାବାଳିକା ଜୀବନ୍ତ ଜଳି ଯାଇଛନ୍ତି। ମା’ ଓ ୨ ପିଲା ଗୁରୁତର ହୋଇ ପଡ଼ିଛନ୍ତି। ଗେରୁପଡ଼ା ଗାଁର ଗୋଟିଏ ପରିବାରର ମା’, ୧୩ ବର୍ଷ ଓ ୧୫ ବର୍ଷର ଦୁଇ ଝିଅ ଏବଂ ଜଣେ ୬ ବର୍ଷର ପୁଅ ରାତିରେ ଗୋଟିଏ ଘରେ ଶୋଇଥିଲେ। ଘରେ ନିଆଁ ଲାଗି ଜଳୁଥିଲେ ମଧ୍ୟ କେହି ଜାଣି ପାରି ନ ଥିଲେ। […]
ଛତ୍ରପୁର : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପୁଅଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସୁଶାନ୍ତ ନାୟକ। ସୁଶାନ୍ତଙ୍କ ଦୁଇ ସହଯୋଗୀ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ସନ୍ଧ୍ୟାରେ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତଙ୍କ ସମେତ ତାଙ୍କର ଦୁଇ ସହଯୋଗୀ ଆହତ ହୋଇଥିଲେ। ସେମାନଙ୍କୁ ବ୍ରହ୍ମପୁର […]
ଭୁବନେଶ୍ୱର: ଆଜି ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୨ଟା ୧୫ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ।