ଭୁବନେଶ୍ୱର: କଟକ ସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ରାଜ୍ୟ ସରକାର ଏମସ୍ ପ୍ଲସ୍ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଭାବେ ବିକଶିତ କରିବେ। ଏଥିପାଇଁ ୧୦୦୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫାଇଭ-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ଗତକାଲି ସକାଳେ କଟକ ବଡ଼ମେଡିକାଲ ପରିଦର୍ଶନରେ ଯାଇ ଫେରିବା ପରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ଗତକାଲି ସନ୍ଧ୍ୟାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ […]
ଭୁବନେଶ୍ୱର: ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ସେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଚିଠି ମାଧ୍ୟମରେ ହରଦୀପ ସିଂଙ୍କୁ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି। ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବା ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ରହିଥିବା ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ‘ଉଡାନ୍’ ଯୋଜନା […]
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଞ୍ଚଳରେ ଏକ ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତକାଲି ରାତିରେ ‘ଦର୍ପ’ ନାମକ ଏହି ମିନି ବସ୍ ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ଗୋବର୍ଦ୍ଧନ ଜେନା। ଆହତଙ୍କ ମଧ୍ୟରୁ କିଛି କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍ଟି ଗତକାଲି ରାତିରେ ଏକ ଭୋଜି ପାଇଁ ଭଡ଼ାରେ ବୋରି ଗ୍ରାମକୁ ଆସିଥିଲା। […]
ଖୋର୍ଦ୍ଧା: ଖୋର୍ଦ୍ଧା ପିଏନ୍ କଲେଜ ସମ୍ମୁଖ ଏନ୍ଏଚ୍ରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଗତକାଲି ଦୁର୍ବୃତ୍ତମାନେ ମୁମୂର୍ଷୁ ଅବସ୍ଥାରେ ଯୁବତୀଙ୍କୁ ରାସ୍ତାରେ ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଅଗ୍ନିଶମ ବାହିନୀ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଗାଡ଼ି ଭିତରେ ୨ ଜଣ ଯୁବକ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିବା ପୀଡ଼ିତା ଜଣକ ଏତଲାରେ ଉଲ୍ଲେଖ […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ ପଡ଼ା ଛକ ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୩୦ ଜଣଙ୍କୁ ସ୍ଥାନୀୟ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବସ୍ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। […]
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଡିପ୍ ଡିପ୍ରେସନ୍, ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି। ଏହାର ନାଁ ‘ବୁଲ୍ବୁଲ୍’ ରଖାଯାଇଛି। ଏହା ବର୍ତ୍ତମାନ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି। ବାତ୍ୟା ‘ବୁଲ୍ବୁଲ୍’ ଏବେ ପାରାଦୀପ ଠାରୁ ୭୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା […]
ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା। ଆଜି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟବ୍ୟାପୀ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ, ତାଙ୍କ ଚରିତ୍ର ପ୍ରତି ଆକ୍ଷେପ କରିଥିବା ଏସ୍ପିଙ୍କ ବହିଷ୍କାର, କ୍ଷମତା ଅପବ୍ୟବହାର କରିଥିବା ମହିଳା କମିଶନ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବିରେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି। ଭୁବନେଶ୍ୱରରେ […]
ବାଙ୍କୀ: କଟକ ଜିଲ୍ଲା ବାଙ୍କି ଥାନା ଅଞ୍ଚଳରୁ ଗତ ୩ ତାରିଖରୁ ଅପହୃତା ଜଣେ ଯୁବତୀଙ୍କୁ ଗତକାଲି ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୁଲିସ୍ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅପହରଣକାରୀମାନେ ସମ୍ପୃକ୍ତ ଯୁବତୀଙ୍କୁ ସୁରଟ ନେବାକୁ ଯୋଜନା କରିବା ପରି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଏହି ଘଟଣାରେ ପୁଲିସ୍ ଅଧିକ ଖୋଳତାଡ଼ ଜାରି ରଖିଛି। ସୂଚନା ଅନୁସାରେ, ଗତ ୩ ତାରିଖ ସନ୍ଧ୍ୟାରେ ଘର ପାଖ ନଳକୂପକୁ ପାଣି ଆଣିବାକୁ ଯୁବତୀ […]
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତାରପୁର ନିକଟସ୍ଥ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଆଜି ସକାଳେ ପୋଲ ଉପରରୁ ଉକ୍ତ ଯୁବକ ଜଣକ ନଦୀକୁ ଡେଇଁ ପଡ଼ିଥିବା ଜଣେ ପ୍ରତକ୍ଷ୍ୟଦର୍ଶୀ କହିଛନ୍ତି। ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ ବାହୀନି ଓ ଉଦ୍ଧାରକାରୀ ଦଳ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛନ୍ତି। ପୋଲ ତଳେ ଏବଂ ନଦୀର ଅବବାହିକାରେ ସର୍ଚ୍ଚ ଅପରେସନ୍ ଚାଲିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ସେ ବାଇକ୍ରେ ଯାଉଥିବା ବେଳେ […]
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏସ୍ଆର୍ସି ପ୍ରଦୀପ କୁମାର ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ‘ଭାରତୀୟ ପାଣିପାଗ ବିଭାଗର ଆଜି ସକାଳର ତଥ୍ୟ ଅନୁସାରେ, ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ସକାଳ ସାଢ଼େ ୫ଟା ବେଳେ ଏହା ପାରାଦୀପ ଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି। ବାଂଲାଦେଶ ଠାରୁ ୧୦୦୦କିମି ଦୂରରେ ରହିଛି। ‘ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଡିପ୍ […]
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ କେନ୍ଦ୍ରୀଭୂତ ୱେଲ୍ ମାର୍କଡ୍ ଲୋ’ ପ୍ରେସର ଆଜି ସକାଳ ସାଢ଼େ ୫ଟାରେ ଅବପାତରେ ପରିଣତ ହୋଇଛି। ଏବେ ଏହା ପାରାଦୀପ ଠାରୁ ପ୍ରାୟତଃ ୯୫୦ କି.ମି. ଦୂରରେ କେନ୍ଦ୍ରୀଭୂତ ଅଛି। କ୍ରମଶଃ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସକାଳେ ଏହା ସାଇକ୍ଲୋନ୍ ବା ବାତ୍ୟାରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ପୂର୍ବାନୁମାନ କରିଛି। ଏହାପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ […]
ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଖମାରଙ୍ଗ ଗାଁ ନିକଟସ୍ଥ ମହାନଦୀ ପଠାରୁ ନିଖୋଜ ପ୍ରଧାନଶିକ୍ଷକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ସାହାଡ଼ାପଦ ଗାଁର ନିମାଇଁ ଚରଣ ମହାପାତ୍ର। ସେ ସିଂହନାଥପୁର ୟୁଜିଏମ୍ଇ ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ। ଗତ ତିନିଦିନ ତଳେ ନିମାଇଁ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ଗତକାଲି ବାଙ୍କୀ ଥାନାରେ ଅଭିଯୋଗ କରିଥିଲେ। ଆଜି ସକାଳେ ପ୍ରଧାନଶିକ୍ଷକଙ୍କ ଗଳିତ ମୃତଦେହ ମହାନଦୀ ପଠାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି […]
ପାରାଦୀପ: ପାରାଦୀପ ଉପକୂଳ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ସହ ପିଟି ହୋଇ ଏକ ମାଛଧରା ଟ୍ରଲର ବୁଡ଼ି ଯାଇଛି। ତେବେ ସମସ୍ତ ୬ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ମତ୍ସଜୀବୀଙ୍କୁ ଅନ୍ୟ ଏକ ଡଙ୍ଗାରେ ଥିବା ମତ୍ସ୍ୟଜୀବୀମାନେ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ, ଆଜି ଭୋର ସମୟରେ ୬ଜଣ ମତ୍ସଜୀବୀ ଏକ ମାଛଧରା ଟ୍ରଲରରେ ମାଛଧରି ନେହରୁ ବଙ୍ଗଳା ମାଛଧରା ବନ୍ଦରକୁ ଫେରୁଥିଲେ। ଏହି ସମୟରେ ଘନ କୁହୁଡି ଯୋଗୁ ସମୁଦ୍ର ଭିତରେ ବୁଡ଼ି […]
ବ୍ରହ୍ମପୁର: ଆର୍ଥିକ ଅନିୟମିତତା ଅଭିଯୋଗରେ ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ଓ କାଂସମାରି ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ଇଶାକ ପ୍ରଧାନଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ଗଞ୍ଜାମ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି। ସରକାରୀ ପ୍ରକଳ୍ପ ବାବଦକୁ ଆସିଥିବା ଟଙ୍କାରୁ ପ୍ରାୟ ୪ ଲକ୍ଷ ୪୩ ହଜାର ୨୨୮ ଟଙ୍କା ଇଶାକ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ଆର୍ଥିକ ହେରଫେର ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ନ ଦେବା ପର୍ଯ୍ୟନ୍ତ ସେ ନିଲମ୍ବିତ ହୋଇ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି। […]
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି। ଏବେ ଏହା ୱେଲ୍ ମାର୍କଡ୍ ଲୋ’ ପ୍ରେସର କ୍ଷେତ୍ରରେ ପରିଣତ ହୋଇଛି। ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ ଏବଂ ଏହାର ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିଝଡ଼ର ରୂପ ନେବାର […]
ରାଉରକେଲା: ଭୁଲ୍ ଇଞ୍ଜେକ୍ସନ ଯୋଗୁ ଗଲା ବିଚାରାଧୀନ କଏଦୀଙ୍କ ଜୀବନ। ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୃତ କଏଦୀଙ୍କର ସ୍ତ୍ରୀ। ଭୁଲ୍ ଇଞ୍ଜେକ୍ସନ ଦେବାରୁ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। ମୃତକ ବିଚାରାଧୀନ କଏଦୀଙ୍କ ନାଁ ଯୋଶେଫ୍ ତିର୍କି। ମୃତକ ଯୋଶେଫ୍ ୨୦୧୭ ମସିହାରେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଏକ ହତ୍ୟା ମାମଲାରେ ବିଚାରାଧୀନ କଏଦୀ ଥିଲେ। ଗତକାଲି ଯୋଶେଫ୍ଙ୍କ ଦେହ ଅସୁସ୍ଥ ହେବାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ RGHରେ ଭର୍ତ୍ତି […]
ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ନାବାଳିକା ଜଣକ କାଳୀ ପୂଜା ଯାତ୍ରା ଦେଖି ଆଜି ଭୋରରେ ସମ୍ପର୍କୀୟ ମାମୁ ପୁଅଙ୍କ ସହିତ ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଯୁବକ ଅଧା ବାଟରେ ସେମାନଙ୍କୁ ଅଟକାଇଥିଲେ। ଏହାପରେ ନାବାଳିକାଙ୍କ ସମ୍ପର୍କୀୟ ଭାଇଙ୍କୁ ଜଣେ ଯୁବକ ଟାଣି ଧରିଥିବା ବେଳେ ଆଉ ୩ ଜଣ ଯୁବକ ନାବାଳିକାଙ୍କୁ ପାଖ […]
ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ବିଭିନ୍ନ ବିଭାଗର ୬ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ବରଖାସ୍ତ କରିଛନ୍ତି। ଏହାସହ ୫ ଅଧିକାରୀଙ୍କ ପେନ୍ସନ୍ ସୁବିଧା ସ୍ଥାୟୀ ଭାବେ ବନ୍ଦ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।ଏହି ସମସ୍ତ ଅଧିକାରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଥିବା ଜଣାପଡ଼ିଛି।
ପୁରୀ: ବାତ୍ୟା ‘ଫୋନି’ର ୬ମାସ ପରେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିନାହିଁ। ଯାହାକୁ ନେଇ ଶତାଧିକ ଲୋକେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଯାଇ ପହଞ୍ଚିଥିଲେ। ଘଟଣା ଘଟିଛି ପୁରୀ ଜିଲ୍ଲାରେ। ‘ଫୋନି’ରେ ପ୍ରଭାବିତ ପ୍ରକୃତ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ସହାୟତା ମିଳିନଥିବା ନେଇ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଶତାଧିକ ଲୋକେ ଅଭିଯୋଗ କରିଛନ୍ତି। ‘ଫୋନି’ରେ ଅନେକ ଲୋକଙ୍କ ବ୍ୟାପକ କ୍ଷତି ହୋଇଥିଲେ ମଧ୍ୟ ସେମାନଙ୍କ ନାଁ କ୍ଷତିଗ୍ରସ୍ତ ତାଲିକାରେ ନ ଥିବା ନେଇ ଅଭିଯୋଗ […]
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ବାତ୍ୟାକୁ ନେଇ ପାଣିପାଗ ବିଜ୍ଞାନୀ ତଥା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ […]
ଯାଜପୁର(ଗୁଲାମ ଗସ୍): ନିଜ ଆଖି ଆଗରେ ଛୁଆ ବିପଦରେ ପଡ଼ିଥିବା ଦେଖି ପିଲାଙ୍କୁ ବଞ୍ଚାଇବାକୁ ଯାଇ ଆପେ ଆପେ ବିପଦ ମୁହଁକୁ ଠେଲି ହୋଇଗଲେ ଜଣେ ମହିଳା। ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ। ଆଜି ସକାଳେ ଗାଁର ପ୍ରମିଳା ବେହେରା ନାମକ ଜଣେ ମହିଳା ୨ ଝିଅ ଶୁଭଲକ୍ଷ୍ମୀ ବେହେରା(୧୧) ଓ ଶୁଭଶ୍ରୀ ବେହେରା(୮) ଙ୍କ ସହ ଗାଁ ନିକଟ ପଡ଼ିଆକୁ ଶୌଚ ହେବାକୁ ଯାଇଥିଲେ। ହେଲେ ଅଚାନକ ଏକ ଶିଆଳ […]
ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨-୩ ଦିନ ମଧ୍ୟରେ ବଙ୍ଗୋପସାଗର ଉପରେ ଘନୀଭୂତ ହୋଇ ଡିପ୍ରେସନ୍ରେ ପରିଣତ ହେବ। ଏହାପରେ ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ନଭେମ୍ବର ୮ ତାରିଖରେ […]
କେନ୍ଦ୍ରାପଡ଼ା: ମହିଳା ସହକର୍ମୀଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲାରେ କେନ୍ଦ୍ରାପ଼ଡ଼ା କ୍ରେଡିଟ୍ କୋ-ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କୁ ପୁଲିସ୍ ଗିରଫ କରିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପ୍ରମୋଦଙ୍କ ବଣିଆମାଳ ସ୍ଥିତ ବାସଭବନରୁ ଟାଉନ ଥାନା ପୁଲିସ୍ ତାଙ୍କୁ ଉଠାଇ ନେବା ପରେ ଅଟକ ରଖିଥିଲେ। ସୂଚନାଯୋଗ୍ୟ, କର୍ମକ୍ଷେତ୍ରରେ ଅସଦାଚରଣ ସହ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିବା ନେଇ ପ୍ରମୋଦଙ୍କ ନାଁରେ ଜଣେ ମହିଳା ସହକର୍ମୀ ଅଭିଯୋଗ ଆଣିଥିଲେ। ଏମିତିକି ଭିନ୍ନ ଉଦ୍ଦେଶ୍ୟ ରଖି ପ୍ରମୋଦ […]
କୋଣାର୍କ(ସଞ୍ଜୟ ପତି): କେନାଲକୁ ଖସିପଡ଼ିଲା ଟାଟା ମ୍ୟାଜିକ୍ ଗାଡ଼ି। ଆଜି ସକାଳେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଅଳଗୁଆଁ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତାକଡ଼ରେ ଥିବା କେନାଲକୁ ଖସି ପଡ଼ିବା ଫଳରେ ୧୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଉକ୍ତ ସମୟରେ ଗାଡ଼ିରେ ୧୭ ଛାତ୍ରଛାତ୍ରୀ ଥିଲେ। ଆହତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ତୁଳସୀପୁର ସ୍ଥିତ ଏକ ଘରୋଇ ସ୍କୁଲର ଟାଟା ମ୍ୟାଜିକ୍ […]
ସମ୍ୱଲପୁର(ସଞ୍ଜୟ ଜେନା): ଏଚ୍ଆଇଭି ଆକ୍ରାନ୍ତ ବୋଲି ମୃତଦେହ କେହି ଛୁଇଁଲେନି ! ମେଡିକାଲ ବେଡ୍ରେ ୧୨ଘଣ୍ଟା ଧରି ପଡ଼ି ରହିଲା ମୃତଦେହ। ବୁର୍ଲା ବଡ଼ ଡାକ୍ତରଖାନାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ବରଗଡ଼ ଜିଲ୍ଲା ସଦର ଥାନା ଅଞ୍ଚଳର ଜଣେ ୬୦ବର୍ଷୀୟ ବ୍ୟକ୍ତିଙ୍କ ଡାହାଣ ଆଖିରେ ଟ୍ୟୁମର ହୋଇଥିଲା। ଅସ୍ତ୍ରୋପଚାର ପାଇଁ ସେ ଗତ ୨୩ ତାରିଖରେ ବୁର୍ଲା ବଡ଼ ଡାକ୍ତରଖାନା ଭର୍ତ୍ତି ହୋଇଥିଲେ। ତେବେ ତାଙ୍କ ସହ ଆସିଥିବା ବ୍ୟକ୍ତି ତାଙ୍କୁ ମେଡିକାଲରେ […]