• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rainfall
ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର: ଏବେ ଅସହ୍ୟ ଶୀତ ପରେ ବର୍ଷାକୁ ନେଇ ଚିନ୍ତା। ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ସ୍ଥାନରେ ଘଡ଼ଘଡ଼ି ମଧ୍ୟ ମାରିପାରେ। ସେହିପରି ଦେବଗଡ,ସୋନପୁର,ଭଦ୍ରକ,ବୌଦ୍ଧ,ଅନୁଗୁଳ,ସୁନ୍ଦରଗଡ଼,ଝାରସୁଗୁଡା ଜିଲ୍ଲାରେ ଆଜି ବର୍ଷା ସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଆସନ୍ତା […]

  • Wednesday, 21 July 2021
accident
ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଥିଲେ, ଅଧା ବାଟରେ ଘଟିଲା ଦୁର୍ଘଟଣା

କେନ୍ଦ୍ରାପଡ଼ା: ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ସାରି ଘରକୁ ଫେରିବା ବେଳେ ମହାଯାତ୍ରା। ପୁରୀରୁ ଘରକୁ ଫେରିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଦୁଇଟି ଜୀବନ। ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦୁହୁରିଆ ନୟନବିହାର ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ରାସ୍ତାରେ କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ କାର୍ ପିଟି ହେବାରୁ ଦୁର୍ଘଟଣା ଘଟିଥିଲା। […]

  • Wednesday, 21 July 2021
accident
ଘାଟିରୁ ୨୦ ଫୁଟ ତଳକୁ ଖସିପଡ଼ିଲା ଟ୍ୟାଙ୍କର୍

ରାୟଗଡ଼ା(ମନୋଜ ପାତ୍ର): ଘାଟିରୁ ୨୦ ଫୁଟ ତଳକୁ ଖସିପଡ଼ିଲା ଟ୍ୟାଙ୍କର୍। ଫଳରେ ଘଟଣାସ୍ଥଳରେ ଟ୍ୟାଙ୍କର୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲ୍‌ପର୍‌ ଗୁରୁତର ଭାବେ ‌ଆହତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲା ଗୁମ୍ମା ଘାଟିରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଆଜି ଭୋର ସମୟରେ ଏକ ଆଲୁମିନିୟମ ପାଉଡର ବୋଝେଇ ଟ୍ୟାଙ୍କର୍‌ ଟିକିରି ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନିୟମ୍ ପାଉଡର୍ ନେଇ ମଧ୍ୟପ୍ରଦେଶ ଯାଉଥିଲା। ଏହି ସମୟରେ ଟ୍ୟାଙ୍କର୍‌ଟି ଗୁମ୍ମା ଘାଟିରେ ଭାରସାମ୍ୟ ହରାଇ ଘାଟିରୁ ୨୦ […]

  • Wednesday, 21 July 2021
rto
ଏଣିକି ଅନ୍‌ଲାଇନ୍‌ରେ ସଙ୍ଗେସଙ୍ଗେ ମିଳିବ ଲର୍ଣ୍ଣସ୍ ଲାଇସେନ୍ସ

ଭୁବନେଶ୍ୱର: ଏଣିକି ଆଉ ଲର୍ଣ୍ଣସ ଲାଇସେନ୍ସ ପାଇଁ ଘଣ୍ଟାଘଣ୍ଟା ଧରି ଆର୍‌ଟିଓ ଅଫିସରେ ଛିଡ଼ା ହେବାକୁ ପଡ଼ିବ ନାହିଁ। କାରଣ ଏବେ ଅନ୍‌ଲାଇନରେ ଟେଷ୍ଟ୍ ଦେଇ ତତ୍‌କ୍ଷଣାତ୍ ଲର୍ଣ୍ଣସ ଲାଇସେନ୍ସ(ଏଲ୍ଏଲ୍) ହାସଲ କରିହେବ। ଲର୍ଣ୍ଣସ ଲାଇସେନ୍ସ ପାଇଁ ଆବେଦନକାରୀଙ୍କୁ ଆର୍‌ଟିଓଙ୍କ ଅନୁମୋଦନ ନେବା ଜରୁରୀ ଥିବା ବ୍ୟବସ୍ଥାକୁ ରାଜ୍ୟ ସରକାର ଆଜିଠୁ ଉଚ୍ଛେଦ କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପରିବହନ କମିଶନର ସଞ୍ଜିବ ପଣ୍ଡା କହିଛନ୍ତି ଯେ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା […]

  • Wednesday, 21 July 2021
odisha
ନୂଆବର୍ଷ ଭୋଜି ବେଳେ ଛାତରୁ ଖସି ପଡ଼ିଲେ ଯୁବକ

କଟକ: ନୂଆବର୍ଷକୁ ପାଳନ କରିବା ପାଇଁ ଚାରିଆଡ଼େ ସମସ୍ତେ ମସଗୁଲ୍‌ ଥିବାବେଳେ ଏହି ସମୟରେ ରାଜ୍ୟର କିଛି ସ୍ଥାନରେ ଦୁଃଖଦ ଘଟଣା ଘଟିଥିବା ସାମ୍ନାକୁ ଆସିଛି। କେଉଁଠି ଜିରୋ ନାଇଟ୍ ସେଲେବ୍ରେସନ୍‌ ବେଳେ କିଛି କଥାକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଛି ତ ଆଉ କେଉଁଠି ଛାତରୁ ଖସି ଯୁବକଙ୍କ ମୃତ୍ୟୁ ଘଟିଛି। ଏମିତି କିଛି ଅଘଟଣ ଘଟିଛି କଟକ ବାଦାମବାଡ଼ି ଥାନା ଅଞ୍ଚଳରେ। ଗତକାଲି ଜିରୋ ନାଇଟ୍ ସେଲେବ୍ରେସନ୍‌ ପାଇଁ ଭୋଜିର ଆୟୋଜନ କରାଯାଇଥିଲା। ଆଉ […]

  • Wednesday, 21 July 2021
malkangiri
ନୂଆ ମୋଡ଼ ନେଲା ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଘଟଣା

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ନୂଆ ମୋଡ଼ ନେଇଛି। ଗତକାଲି ଜିଲ୍ଲାପାଳଙ୍କ ସରକାରୀ କାର୍ଯ୍ୟାଳୟ ପାଚେରିରେ କେହି ଦୁର୍ବୃତ୍ତ ଦେବ ନାରାୟଣଙ୍କ ଆତ୍ମହତ୍ୟାକୁ ନେଇ ଅନେକ ଅପ୍ରାସଙ୍ଗିକ କଥା ଲେଖିଥିବା ଦେଖିବାକୁ ମିଳିଛି। ଗତ ୨୮ ତାରିଖରେ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଥିଲା। କୌଣସି ପାରିବାରିକ କଳହ ନ ଥିବା ବେଳେ ଅଫିସ୍‌ ଚାପ ଯୋଗୁ ସେ ଆତ୍ମହତ୍ୟା ପରି […]

  • Wednesday, 21 July 2021
odisha
ଜିରୋ ନାଇଟ୍‌ ଭୋଜିରେ ଯୁବକଙ୍କୁ ହତ୍ୟା !

ଭଦ୍ରକ: ନୂଆବର୍ଷକୁ ପାଳନ କରିବା ପାଇଁ ଚାରିଆଡ଼େ ସମସ୍ତେ ମସଗୁଲ୍‌ ଥିବାବେଳେ ଏହି ସମୟରେ ଏକ ଦୁଃଖ ଘଟଣା ସାମ୍ନାକୁ ଆସିଛି। ଗୋଟିଏପଟେ ଜିରୋ ନାଇଟ୍ ସେଲେବ୍ରେସନ୍‌ରେ ସମସ୍ତେ ବ୍ୟସ୍ତ ଥିବାବେଳେ, ଅନ୍ୟପଟେ ଏଭଳି ରାତିରେ ଅତି ନିର୍ମମ ଭାବେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଳଙ୍ଗା ଗାଁରୁ ଏଭଳି ଅଭିଯୋଗ ଆସିଛି। ମୃତ ଯୁବକ ହେଲେ ଜଳଙ୍ଗା ଗାଁର ସତ୍ୟବ୍ରତ ଶିଅଳ। ଅଭିଯୋଗ ଅନୁଯାୟୀ, […]

  • Wednesday, 21 July 2021
RI
ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନୟାଗଡ ଜିଲ୍ଲା ଗଣିଆ ଆଡକଟା ରାଜସ୍ୱ ନିରୀକ୍ଷକ(ଆର୍‌ଆଇ) ନମିତା ପ୍ରଧାନ। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଧୁଆମଡ଼ା ଗାଁର ଗୋକୁଳ ସାହୁଙ୍କ ଜମିବାଡିର ଇନ୍‌କ୍ଵାରି ରିପୋର୍ଟ କରାଇ ଦେବାପାଇଁ ନମିତା ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଗୋକୁଳ ନୟାଗଡ ଭିଜିଲାନ୍ସ ନିକଟରେ ପୂର୍ବରୁ ଅଭିଯୋଗ […]

  • Wednesday, 21 July 2021
odisha
ଜିରୋ ନାଇଟ୍ ସେଲେବ୍ରେସନ୍‌ ଆଳରେ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଇ ଗଣିଲେ ଫାଇନ୍‌

ଭୁବନେଶ୍ୱର: ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଜିରୋ ନାଇଟ୍ ସେଲେବ୍ରେସନ୍‌ ଆଳରେ ରାଜଧାନୀ ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଶାସକ୍ତ ଅବସ୍ଥାରେ ଲୋକମାନେ ଗାଡ଼ି ଚଲାଉଥିବା ଦେଖିବାକୁ ମିଳିଥିଲା। ତେବେ ଏମାନଙ୍କୁ ସାବାଡ୍‌ କରିବା ପାଇଁ କମିଶନରେଟ୍‌ ପୁଲିସ୍‌ ମଧ୍ୟ ପୂରାପୂରି ପ୍ରସ୍ତୁତ ହୋଇଥିଲା। ଭୁବନେଶ୍ୱରର ବିଭିନ୍ନ ଛକରେ ପୁଲିସ୍‌ ପକ୍ଷରୁ ଚେକିଂ ଓ ବ୍ଲକିଂ ଜୋରଦାର କରାଯାଥିଲା। ଆଉ ଏହି ସମୟରେ ବହୁ ମଦ୍ୟପ ଗାଡ଼ି ଚାଳକ ପୁଲିସ୍‌ ହାତରେ ଧରା ପଡ଼ି ମୋଟା […]

  • Wednesday, 21 July 2021
ias officer
ଲାଞ୍ଚ ନେଇ ଧରାପଡ଼ିଲେ IAS ଅଫିସର

ଭୁବନେଶ୍ୱର: ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ୍ ଅଫିସର। ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିବା ସୂଚନା ମିଳିଛି। ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ହେଉଛନ୍ତି ବିଜୟ କେତନ ଉପାଧ୍ୟାୟ। ସୂଚନା ଅନୁସାରେ, ବିଜୟ କେତନ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଯାଇଥିଲେ।

  • Wednesday, 21 July 2021
airport
ଫେବୃଆରୀରୁ ଆରମ୍ଭ ହେବ ଭୁବନେଶ୍ୱର ବିମାନବନ୍ଦରର ରିସର୍ଫେସିଂ କାମ

ଭୁବନେଶ୍ୱର: ଆସନ୍ତା ଫେବୃଆରୀରୁ ଭୁବନେଶ୍ୱର ବିମାନବନ୍ଦର ରନ୍‌ୱେର ରିସର୍ଫେସିଂ କାମ ଆରମ୍ଭ ହେବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ଭିଭି ରାଓ ଏନେଇ ସୂଚନା ଦେଇଛନ୍ତି। ରିସର୍ଫେସିଂ ବେଳେ ୮ରୁ ୧୦ ମାସ ବିମାନ ସେବା ପ୍ରଭାବିତ ହେବ। ପ୍ରଥମ ପର୍ଯ୍ୟାୟରେ ଏହି କାମ ରାତିରେ କରାଯିବ। ତେଣୁ ରାତି ୧୨ରୁ ସକାଳ ୬ଟା ପର୍ଯ୍ୟନ୍ତ ଉଡ଼ାଣ ବନ୍ଦ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଦିନରେ କାର୍ଯ୍ୟ କରାଯିବ। ତେଣୁ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା […]

  • Wednesday, 21 July 2021
odisha
ଲଭ୍‌-ସେକ୍ସ-ଧୋକା: ଭୁବନେଶ୍ୱର ଯୁବତୀଙ୍କୁ ଧୋକା ଦେଇ ସରପଞ୍ଚ ଗିରଫ

ଭୁବନେଶ୍ୱର: ପ୍ରଥମେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ, ତା’ପରେ ଶାରୀରିକ ସମ୍ପର୍କ ରଖିଲେ। ଏପରିକି ମନ୍ଦିରରେ ବିବାହ କରି ୭ ବର୍ଷ ଏକାଠି ମଧ୍ୟ ରହିଲେ। ଶେଷରେ ଯୁବତୀଙ୍କୁ ଧୋକା ଦେଲେ। ଜଣେ ସରପଞ୍ଚଙ୍କ ବିରୋଧରେ ଏମିତି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀ। ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ଭୁବନେଶ୍ୱର ଡମଣା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ କରିଥିଲେ। ଏହାପରେ ତାଙ୍କ ସହ ଶାରୀରିକ […]

  • Wednesday, 21 July 2021
odisha
ପେଟ୍ରୋଲ ପମ୍ପ ମାଲିକଙ୍କ ଉପରକୁ ଫାୟାରିଂ

ପୁରୀ: ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼। ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଶ୍ରୀକାନ୍ତ ପେଟ୍ରୋଲ ପମ୍ପରେ ବସି ନିଜ କର୍ମଚାରୀଙ୍କ ସହ ଟଙ୍କା ହିସାବ କରୁଥିଲେ। ଏହି ସମୟରେ ତିନି ଜଣ ଯୁବକ ବାଇକ୍‌ରେ ସେଠାରେ ଆସି ପହଞ୍ଚି […]

  • Wednesday, 21 July 2021
cold wave
୧୦ ଡିଗ୍ରୀ ତଳେ ୧୬ଟି ସହର; ଲଗାତାର ତୃତୀୟ ଦିନ ପାଇଁ ସୋନପୁର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା। ଆଜି ରାଜ୍ୟର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବେଳେ ଏଭଳି ଶୀତ ଆହୁରି ୨ ଦିନ ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ଲଗାତାର ତୃତୀୟ ଦିନ ପାଇଁ ସୋନପୁର ସବୁଠୁ ଥଣ୍ଡା ସହର ହୋଇଛି। ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ସୋନପୁରର ତାପମାତ୍ରା ୩.୪ ଡିଗ୍ରୀ ଥିବା ବେଳେ […]

  • Wednesday, 21 July 2021
rainfall
ନୂଆବର୍ଷରେ ଭିଜିବ ଓଡ଼ିଶା ! ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ନୂଆ ସମ୍ଭାବନା ନେଇ ଆସୁଥିବା ନୂଆବର୍ଷକୁ ଫିକା କରିପାରେ ବର୍ଷା। ଏବେ ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଏହି ଶୀତର ଲହରି ଆସନ୍ତା ଜାନୁଆରୀ ୧ ପର୍ଯ୍ୟନ୍ତ ଲାଗି ରହିବ। ତେବେ ଜାନୁଆରୀ ୧ ଓ ୨ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଜାନୁଆରୀ ୧ରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, […]

  • Wednesday, 21 July 2021
accident-1
ଟ୍ରକ୍‌କୁ ପଛ ପଟୁ ଧକ୍କା ଦେଲା କୁକୁଡା ବୋଝେଇ ଗାଡ଼ି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବାଇପାସ୍‌ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌କୁ ପଛ ପଟୁ କୁକୁଡା ବୋଝେଇ ଗାଡ଼ି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଜଣ କୁକୁଡା ବୋଝେଇ ଗାଡ଼ିର ଡ୍ରାଇଭର ଶତ୍ରୁଘ୍ନ ଯାଦବ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ କୁକୁଡା ବୋଝେଇ ଗାଡ଼ିରେ ଥିବା ଆଉ ୨ଜଣ ଗୁରୁତର ହୋଇଛନ୍ତି।  ସୂଚନାଯୋଗ୍ୟ, ଆଜି ଭୋର ସମୟରେ ଏକ କୁକୁଡ଼ା ବୋଝେଇ ଗାଡ଼ି ପରଜଙ୍ଗ ଅଞ୍ଚଳରୁ ରାଉରକେଲା ଅଭିମୁଖେ ଯାଉଥିଲା। […]

  • Wednesday, 21 July 2021
odisha
ଭିଜିଲାନ୍ସ ଜାଲରେ CESUର କନିଷ୍ଠ ଯନ୍ତ୍ରୀ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ CESUର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପକ୍ଷରୁ ତାଙ୍କ ଘରେ ଚଢ଼ଉ ହୋଇଛି। ଆଜି ଭୋର ସମୟରୁ ଦୀପ୍ତିଙ୍କ ଜଗତସିଂହପୁରର ଗୋପାଳସାଗର ମଙ୍ଗଳା କଲୋନୀ ସ୍ଥିତ ବାସଭବନ, ବିସପିତ୍ତଳ ସ୍ଥିତ ପୈତୃକ ଘର, ଗାନ୍ଧୀ ଛକରେ ଥିବା ମାର୍କେଟ କମ୍ପ୍ଲେକ୍ସ ସମେତ ୫ ଟି ସ୍ଥାନରେ ଚଢ଼ଉ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ୩ […]

  • Wednesday, 21 July 2021
train
ଟ୍ରେନ୍‌ ସମୟ ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର: ବାଲେଶ୍ୱର ସ୍ଥିତ ଶୋଭାରାମପୁରରେ ଗତକାଲି ନିର୍ମାଣାଧୀନ ରେଲ୍‌ୱେ ଓଭରବ୍ରିଜ୍‌ର ଏକ ବିମ୍‌ ଖସି ପଡ଼ିବା ଫଳରେ ଖୋର୍ଦ୍ଧା-ଖଡଗପୁର ରୁଟ୍‌ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏନେଇ ଆଜି କିଛି ଟ୍ରେନ୍ ବାତିଲ୍ ହୋଇଥିବା ବେଳେ କିଛି ଟ୍ରେନ୍‌ର ସମୟ ସୂଚୀରେ ପରିବର୍ତ୍ତନ ହୋଇଛି। ଏନେଇ ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ-ହାଓ୍ୱଡ଼ା ଶତାବ୍ଦୀ ଏକ୍ସପ୍ରେସ ଆଜି ଉଭୟ (ପୁରୀ ଓ ହାୱଡା) ପଟୁ ବାତିଲ୍ ହୋଇଛି। ଗତକାଲି ଛାଡ଼ିବାକୁ ଥିବା ହାଓ୍ୱଡ଼ା-ଏମ୍‌ଜିଆର୍‌ ଚେନ୍ନାଇ ମେଲ୍ ଆଜି […]

  • Wednesday, 21 July 2021
train
୧୨ ଘଣ୍ଟା ପରେ ଖୋର୍ଦ୍ଧା-ଖଡଗପୁର ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର: ପ୍ରାୟ ୧୨ ଘଣ୍ଟା ପରେ ଖୋର୍ଦ୍ଧା-ଖଡଗପୁର ରୁଟ୍‌ରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ଗତକାଲି ବାଲେଶ୍ୱର ସ୍ଥିତ ଶୋଭାରାମପୁରରେ ନିର୍ମାଣାଧୀନ ରେଲ୍‌ୱେ ଓଭରବ୍ରିଜ୍‌ର ଏକ ବିମ୍‌ ଖସି ପଡିବା ଫଳରେ ଖୋର୍ଦ୍ଧା-ଖଡଗପୁର ରୁଟ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏଥିରେ ରେଲ୍‌ୱେର ଇଲେକ୍ଟ୍ରିକ୍ ତାର ଛିଣ୍ଡି ଯାଇଥିଲା। ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌ ତାର ସଜାଡ଼ିବା ପାଇଁ ୧୫୦ରୁ ଅଧିକ ରେଲ୍‌ୱେ କର୍ମଚାରୀ ଓ ଠିକା ଶ୍ରମିକ ନିୟୋଜିତ ହୋଇଥିଲେ। ରାତି ପ୍ରାୟ ୧୧ଟା ପରେ ଉଭୟ […]

  • Wednesday, 21 July 2021
meghanada 1
ରଙ୍ଗୀନ ଆଲୋକମାଳାରେ ଝଲସିଲା ମେଘନାଦ ପାଚେରି

ପୁରୀ: ନୂଆବର୍ଷ ପୂର୍ବରୁ ପୁରୀ ଶ୍ରୀମନ୍ଦିରର ମେଘନାଦ ପାଚେରିକୁ ରଙ୍ଗୀନ ଆଲୋକମାଳାରେ ସଜା ଯାଇଛି। ଯାହାକି ଶ୍ରୀମନ୍ଦିରକୁ ଆହୁରି ଅଧିକ ସୌନ୍ଦର୍ଯ୍ୟମୟ କରିଛି। ପ୍ରଥମେ ମେଘନାଦ ପାଚେରିର ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାରର ବୃକ୍ଷ ଲଗା ଯାଇଥିଲା। ଏହାପରେ ରଙ୍ଗୀନ ଆଲୋକମାଳାରେ ମେଘନାଦ ପାଚେରିକୁ ସୁସଜ୍ଜିତ କରାଯାଇଛି। ଏହା ଏତେ ସୁନ୍ଦର ଲାଗୁଛି ଯେ, ଏହାକୁ ଦେଖିଲେ ଆପଣଙ୍କ ଆଖି ବି ଝଲସି ଉଠିବ। ବିଶେଷକରି ସିଂହଦ୍ଵାରରୁ ଦକ୍ଷିଣ ଦ୍ୱାର, ଆଉ ସିଂହଦ୍ଵାରରୁ ଉତ୍ତରଦ୍ୱାର ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା […]

  • Wednesday, 21 July 2021
odisha
ଆର୍‌ଟିଆଇ କର୍ମୀଙ୍କୁ ଗୁଳି କରି ହତ୍ୟା ଘଟଣାର ଫର୍ଦ୍ଦାଫାସ, ଏମିତି ହୋଇଥିଲା ଷଡ଼ଯନ୍ତ୍ର

ବାଲିଗୁଡ଼ା(ଅଜିତ ନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସୂଚନା ଅଧିକାର କର୍ମୀ(ଆର୍‌ଟିଆଇ) ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାର ଫର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୨ଜଣ ସୁପାରି କିଲରଙ୍କ ସମେତ ୫ ଜଣଙ୍କୁ କନ୍ଧମାଳ ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ ବାଲିଗୁଡ଼ାର ବ୍ୟବସାୟୀ କେ.ବିଶ୍ଵଜିତ ପାତ୍ର, ବିଦ୍ୟୁତ୍‌ ବିଭାଗର ଚୁକ୍ତି ଭିତ୍ତିକ କର୍ମଚାରୀ ଏସ୍‌ ଵାଲାଜି ପାତ୍ର ଓ ରାସ ବିହାରୀ ପାତ୍ର। ମୁଖ୍ୟ ଅଭିଯୁକ୍ତ କୁହଯାଉଥିବା ବିଶ୍ଵଜିତ ପାତ୍ରଙ୍କୁ ଗିରଫ ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ସେମାନଙ୍କଠାରୁ […]

  • Wednesday, 21 July 2021
accident
ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ୍‌ ଅନ୍ତର୍ଗତ ଭୀମକାଣ୍ଡ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ସ୍କୁଟି ଆରୋହୀ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏନ୍‌ଏଚ୍‌ ୧୪୯ ଭୀମକାଣ୍ଡ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ‘ବିଜୟ’ ନାମକ ଏକ ଯାତ୍ରୀବାହୀ ବସ୍‌ […]

  • Wednesday, 21 July 2021
esplanade
ଏସ୍‌ପ୍ଲାନେଡ୍‌ ମଲ୍‌ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା

ଭୁବନେଶ୍ୱର: ୱେବ୍ ଚ୍ୟାନେଲ ଅର୍ଗସର ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ଆକ୍ରମଣର ପ୍ରତିବାଦ କରି ଭୁବନେଶ୍ୱର ରସୁଗଲଡ଼ ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ ସମ୍ମୁଖରେ ସାମ୍ବାଦିକଙ୍କ ପକ୍ଷରୁ ଧାରଣା ଦିଆଯାଇଛି। ସାମ୍ବାଦିକମାନେ ମଲ୍ ସମ୍ମୁଖରେ ଧାରଣାରେ ବସି ଏହି ଘଟଣାର ପ୍ରତିବାଦ କରିଛନ୍ତି। ଏସ୍‌ପ୍ଲାନେଡ୍‌ରେ ଗତକାଲି ୱେବ୍ ଚ୍ୟାନେଲ ଅର୍ଗସର ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କ କ୍ୟାମେରାମ୍ୟାନ୍ ବେଆଇନ୍ ପାର୍କିଂ ଫି ଆଦାୟ ନେଇ ଖବର ସଂଗ୍ରହ କରୁଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ସପିଂ ମଲ୍‌ର ସୁରକ୍ଷାକର୍ମୀ ଉପରିସ୍ଥ ଅଧିକାରୀଙ୍କ […]

  • Wednesday, 21 July 2021
representational image
ଘର ଭିତରୁ ଆସିଷ୍ଟାଣ୍ଟ କମିଶନରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: କେନ୍ଦ୍ରୀୟ ଅବକାରୀ ବିଭାଗର ଆସିଷ୍ଟାଣ୍ଟ କମିଶନର ଅର୍ଜୁନ କୁମାର ଧଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବାସଭବନରୁ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ସୂଚନା ଅନୁଯାୟୀ, ସେ ପ୍ରାୟ ୬ ମାସ ପରେ ଚାକିରିରୁ ଅବସର ନେଇଥା’ନ୍ତେ। କିନ୍ତୁ ତା’ ପୂର୍ବରୁ ଅର୍ଜୁନଙ୍କ ମୃତ୍ୟୁ ଘଟଣାକୁ ସନ୍ଦେହ ଘେରକୁ ଟାଣି ଆଣିଛି। […]

  • Wednesday, 21 July 2021
odisha
୧୦ ଡିଗ୍ରୀ ତଳେ ୧୫ଟି ସହର; ପୁଣି ସୋନପୁର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଆଜି ୧୫ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଏହା ସହିତ ପୁଣି ଥରେ ସୋନପୁର ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରୀ ରେକର୍ଡ କରାଯାଇଛି। ଗତକାଲି ସୋନପୁରର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିଲା। ସେହିପରି ଆଜି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା […]

  • Wednesday, 21 July 2021