• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

school
କାଲି ସମସ୍ତ ସରକାରୀ ସ୍କୁଲ, କଲେଜ ଓ ଅଫିସ ଛୁଟି

ଭୁବନେଶ୍ୱର: ରାତି ପାହିଲେ ପବିତ୍ର ମକର ସଂକ୍ରାନ୍ତି। ଏହି ଅବସରରେ ରାଜ୍ୟ ସରକାର ଆସନ୍ତାକାଲି ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରିଛନ୍ତି। କାଲି ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଛୁଟି ଘୋଷଣା କରିବା ପରେ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଛି। ମକର ସଂକ୍ରାନ୍ତିରେ ଘରେ ଘରେ ମକର ଚାଉଳ ସାଙ୍ଗକୁ ପିଠାପଣା ପ୍ରସ୍ତୁତ କରାଯାଇଥାଏ। ଏହି ପର୍ବକୁ […]

  • Wednesday, 21 July 2021
odisha
କଲେଜରେ ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ସାଲେପୁର (ମନୋଜ ଆଚାର୍ଯ୍ୟ): କଲେଜରେ ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। କଟକ ସାଲେପୁର ଜପକୁଦ ମହିଳା ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ବିଜୟକୃଷ୍ଣ ମିଶ୍ରଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ୧୫ ଜଣ ଅଭିଯୋଗକାରୀ। କଲେଜର ବିଭିନ୍ନ ପଦବୀରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ବିଜୟକୃଷ୍ଣ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ନକଲି ନିଯୁକ୍ତି ପତ୍ର ଦେଇ ସେମାନଙ୍କୁ ଚାକିରି ଦିଆଯାଇଥିଲା। ଏପରିକି ସେମାନେ କିଛି ଦିନ କାର୍ଯ୍ୟ […]

  • Wednesday, 21 July 2021
odisha
ବାଇକ୍ ନବରଙ୍ଗପୁରରେ, ଚାଲାଣ କଟିଲା ଝାରସୁଗୁଡ଼ାରେ

ନବରଙ୍ଗପୁର: ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବା ପରଠୁ ଧରପଗଡ଼ ଜୋରଦାର ଚାଲିଛି। ଏସବୁ ଭିତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ଘଟଣା। କେଉଁଠି ଟ୍ରକ୍ ଡ୍ରାଇଭରଙ୍କୁ ହେଲ୍‌ମେଟ୍‌ ପାଇଁ ଚାଲାଣ କଟାଯାଉଛି ତ ଆଉ କେଉଁଠି ଅଟୋ ଡ୍ରାଇଭରଙ୍କ ଠାରୁ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା। ଏହି କ୍ରମରେ ନବରଙ୍ଗପୁରରୁ ଆସିଛି ଏକ ରୋଚକ ଘଟଣା। ବାଇକ୍ ଅଛି ନବରଙ୍ଗପୁରରେ କିନ୍ତୁ ଚାଲାଣ କଟିଲା ଝାରସୁଗୁଡ଼ାରେ। ନବରଙ୍ଗପୁରର ମାନସ ରଞ୍ଜନ ଦାସ […]

  • Wednesday, 21 July 2021
representational image
ବନ୍ଦ ଘରୁ ମିଳିଲା ଦିଅର-ଭାଉଜଙ୍କ ମୃତଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗାଁରେ ୨ଟି ଅଲଗା ଅଲଗା ବନ୍ଦ ଘର ଭିତରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପୁଷ୍ପଲତା ନାଏକ ଓ ସଞ୍ଜୟ ନାଏକ। ଉଭୟେ ସମ୍ପର୍କରେ ଦିଅର-ଭାଉଜ ବୋଲି ଜଣାପଡ଼ିଛି। ମୃତଦେହ ନିକଟରୁ ୨ଟି କୀଟନାଶକ ବୋତଲ ଜବତ ହୋଇଛି। ସଞ୍ଜୟ ଯୋଡ଼ାରେ ଚାକିରି କରୁଥିବା ବେଳେ ଗତକାଲି ସେ ଘରକୁ ଆସିଥିଲେ। ତେବେ ଦିଅର ଓ ଭାଉଜଙ୍କର କେମିତି ମୃତ୍ୟୁ ହେଲା, ତା’ର ପ୍ରକୃତ […]

  • Wednesday, 21 July 2021
cold wave 1
୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଶୀତ ଜାରି ରହିଛି। ଆଜି ୧୧ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ୬ ଡିଗ୍ରୀ ସହ ସୋନପୁର ଓ ଫୁଲବାଣୀ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛନ୍ତି। ଏଥିସହ ପୁରୀରେ ୬.୬ ଡିଗ୍ରୀ , ଟିଟିଲାଗଡ଼ରେ ୭.୧ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ , ଭବାନୀପାଟଣାରେ ୮.୫ ଡିଗ୍ରୀ, କୋରାପୁଟରେ ୯ ଡିଗ୍ରୀ, କେନ୍ଦୁଝରରେ ୯.୧ ଡିଗ୍ରୀ, ଝାରସୁଗୁଡ଼ାରେ ୯.୪ ଡିଗ୍ରୀ , ସମ୍ବଲପୁରରେ ୯.୬ ଡିଗ୍ରୀ ଓ ତାଳଚେରରେ […]

  • Wednesday, 21 July 2021
odisha
ବାଦ୍ୟ ଯନ୍ତ୍ର ବଜାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ପଦ୍ମପୁର(ସୋମେଶ ଚନ୍ଦ୍ର ମହାନ୍ତି): ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ବାଦ୍ୟ କଳା ପ୍ରଦର୍ଶନରେ ବିମୋହିତ ହେଲେ ଛାତ୍ରଛାତ୍ରୀ। ଗତକାଲି ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ଥିବା ଏକ ଇଂରାଜୀ ମାଧ୍ୟମ ସ୍କୁଲର ବାର୍ଷିକ ଉତ୍ସବରେ ଗିରିଧର ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସେ ବାଦ୍ୟଯନ୍ତ୍ର ବଜାଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ସହ ଦର୍ଶକଙ୍କର ମଧ୍ୟ ମନ ମୋହି଼ନେଇଥିଲେ। ଏହି ବାର୍ଷିକ ଉତ୍ସବରେ କୁନି କୁନି ଶିଶୁମାନେ ନୃତ୍ୟ, ସଙ୍ଗୀତ ଓ ନାଟକ […]

  • Wednesday, 21 July 2021
onion
ରାସ୍ତାରେ ଖସିଲା ପିଆଜ ବସ୍ତା, ଆଉ ତା’ପରେ...

ଝାରସୁଗୁଡ଼ା: ପିଆଜ ପାଇଁ ପଥଚାରୀଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା। ଯିଏ ଯେମିତି ପାରିଲା ସେମିତି ତରବରିଆ ଭାବେ ପିଆଜ  ଗୋଟାଇ ବ୍ୟାଗ୍‌ରେ ଭର୍ତ୍ତି କରୁଛନ୍ତି। ବୟସ୍କ ବ୍ୟକ୍ତିଙ୍କଠୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ଏପରିକି ମହିଳାମାନେ ମଧ୍ୟ ପିଆଜ ଗୋଟାଇବାରେ ବ୍ୟସ୍ତ। ବର୍ତ୍ତମାନ ସମୟରେ  ମାଗଣାରେ ଏଭଳି ଅତ୍ୟାବଶ୍ୟକ ଜିନିଷ ପାଇଯିବା ପରେ ଲୋକଙ୍କ ମଧ୍ୟରେ ଖୁସି କହିଲେ ନ ସରେ।ଏମିତିରେ ବି ଆଜିକାଲି ପିଆଜ ଦର ଯାହା ହେଲାଣି ଏଭଳି ଘଟଣା ସ୍ୱାଭାବିକ। ଝାରସୁଗୁଡ଼ା ଜିଲ୍ଲା […]

  • Wednesday, 21 July 2021
odisha
‘ଏମିତି ପୁଅ ଦରକାର ନାହିଁ’

ନୂଆପଡ଼ା: ଯେଉଁ ପୁଅ ନିଜ ରକ୍ତ ସମ୍ପର୍କୀୟକୁ ବଳି ଦେବାକୁ ପଛାଇଲା ନାହିଁ, ମାଆ ପେଟର ଭଉଣୀକୁ ବି ବଳି ଦେଇ ଦେଲା, ସେପରି ପୁଅ ଦରକାର ନାହିଁ। ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ। ସେ ମରିଯିବା ଭଲ ବୋଲି କୋହଭରା କଣ୍ଠରେ ଅତ୍ୟନ୍ତ କ୍ଷୋଭ, ଦୁଃଖ, ହତାଶାରେ ଏ କଥା  କହିଛନ୍ତି ଜଣେ ମା’। ରୁକ୍ମିଣୀ ରଣା, ତାଙ୍କର ୧୨ ବର୍ଷର ଝିଅକୁ ତାଙ୍କ ପୁଅ ଶୋଭାବନ ବଳି ଦେଇ ଦେଇଥିବା ଅଭିଯୋଗ ହୋଇଛି। […]

  • Wednesday, 21 July 2021
arrest
ମାର୍କେଟ ବିଲ୍ଡିଂରେ ଗଣ୍ଡଗୋଳ ଘଟଣା: ଆଉ ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ଗଣ୍ଡଗୋଳ ଘଟଣାରେ ଆଉ ୪ ଜଣଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି। ଏହା ସହିତ ଏହି ଘଟଣାରେ ପୁଲିସ୍ ମୋଟ ୨୨ ଜଣଙ୍କୁ ଗିରଫ କରି ସାରିଲାଣି। ଏବେ ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ସମସ୍ତେ ନାବାଳକ। ଏମାନେ ସ୍କୁଲ, କଲେଜରେ ପଢୁଥିବା ସୂଚନା ମିଳିଛି। ଆଗରୁ କମିଶନରେଟ ପୁଲିସ୍‌ ଏହି ମାମଲାରେ ୧୮ ଜଣଙ୍କୁ ଧରିଥିଲା। ଗତ ଶୁକ୍ରବାର ସଂଧ୍ୟାରେ ୨୫-୩୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ ବିଲ୍ଡିଂରେ […]

  • Wednesday, 21 July 2021
winter
୧୦ ଡିଗ୍ରୀ ତଳେ ୧୩ଟି ସହର; ସୋନପୁର ସବୁଠୁ ଥଣ୍ଡାର ସହର

ଭୁବନେଶ୍ୱର: ଅସହ୍ୟ ଜାଡ଼ରେ ପୁଣି ଥରିଲା ସୋନପୁର। ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ୫ ଡିଗ୍ରୀ ରହିଥିବା ବେଳେ ଅନୁଗୁଳରେ ୬ ଡିଗ୍ରୀ, ଟିଟିଲାଗଡ଼ରେ ୬.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୮.୪ ଡିଗ୍ରୀ, କେନ୍ଦୁଝରରେ ୮.୮ ଡିଗ୍ରୀ, କୋରାପୁଟରେ ୯ ଡିଗ୍ରୀ, ବଲାଙ୍ଗିରରେ ୯ ଡିଗ୍ରୀ, ସମ୍ବଲପୁରରେ ୯ ଡିଗ୍ରୀ, ଭବାନୀପାଟଣାରେ ୯.୩ ଡିଗ୍ରୀ, ସୁନ୍ଦରଗଡ଼ରେ ୯.୫ ଡିଗ୍ରୀ ଓ ବାଲେଶ୍ୱରରେ ୯.୮ […]

  • Wednesday, 21 July 2021
Maurice Kujur
ପୂର୍ବତନ ସାଂସଦ ମୋରିସ କୁଜୁରଙ୍କ ପରଲୋକ

ସୁନ୍ଦରଗଡ଼: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ତଥା ମୋରିସ କୁଜୁରଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ମୋରିସ କୁଜୁର ୧୯୩୫ ମସିହା ନଭେମ୍ବର ୨ ତାରିଖରେ ସୁନ୍ଦରଗଡ଼ରେ ଜନ୍ମ ଗ୍ରହଣ କରିଥିଲେ। ସେ ୧୯୮୪ ରୁ ୧୯୮୯ ଯାଏ ଲୋକସଭା ସାଂସଦ ଥିଲେ। ଏଥିସହ ୧୯୯୬ରୁ ୨୦୦୨ ଯାଏ ରାଜ୍ୟସଭା […]

  • Wednesday, 21 July 2021
odisha
ଠେଙ୍ଗାରେ ପିଟି ବାପାକୁ ମାରିଲା ପୁଅ

ମୁନିଗୁଡ଼ା: ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଉହାପୁଚି ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ମୃତକଙ୍କ ନାଁ ଲଙ୍ଗେସା ହିକବାଡ଼ିକା। ଅଭିଯୁକ୍ତର ନାଁ ବଦ ହିକବାଡ଼ିକା। ସୂଚନା ଅନୁଯାୟୀ, ପାରିବାରିକ କଳହକୁ ନେଇ ଜାନୁଆରୀ ୧୦ରେ ଲଙ୍ଗେସା ଓ ବଦଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ନିକଟରେ ପଡ଼ିଥିବା ଏକ ଠେଙ୍ଗାରେ ଲଙ୍ଗେସାଙ୍କୁ ଆକ୍ରମଣ କରିଥିଲେ ବଦ। ସେ ତାଙ୍କ ମୁଣ୍ଡରେ ପ୍ରହାର କରିଥିଲେ। ଫଳରେ […]

  • Wednesday, 21 July 2021
odisha
SCBରୁ ଅଭିଯୁକ୍ତ ଫେରାର ହେବା ଘଟଣାରେ ନୂଆ ଟ୍ୱିଷ୍ଟ୍‌

କଟକ: ଚିକିତ୍ସା ହେବାକୁ ଆସି କଟକ ବଡ଼ ମେଡିକାଲ୍‌ରୁ ଅଭିଯୁକ୍ତ ଫେରାର ହେବା ଘଟଣାରେ ନୂଆ ଟ୍ୱିଷ୍ଟ୍‌ ଦେଖିବାକୁ ମିଳିଛି। ପୁଲିସ୍‌ ତାଙ୍କୁ ମେଡିକାଲରୁ ପଳାଇ ଯିବାକୁ କହିଥିବା ଅଭିଯୁକ୍ତ ଜଣକ କହିଛନ୍ତି। ଅଭିଯୁକ୍ତଙ୍କ ନାଁ ଆଲୋକ ସାହୁ। ଅନ୍ୟପଟେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଦର୍ଶାଇ ମଙ୍ଗଳାବାଗ ପୁଲିସ୍‌ ଆଲୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ପୂରା ଘଟଣାଟି ହେଲା ଏମିତି… ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ଆଲୋକ କୁମାର ସାହୁ(୨୨) ପେଶାରେ ଜଣେ ଗାଡ଼ି ଚାଳକ। ଗତ […]

  • Wednesday, 21 July 2021
arrest
ଗିରଫ ହେଲେ କୋରାପୁଟ ଡିଇଓ

କୋରାପୁଟ: କୋରାପୁଟ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ପ୍ରମୋଦ ପଣ୍ଡା ଗିରଫ ହୋଇଛନ୍ତି। ପ୍ରମୋଦଙ୍କୁ କଟକରୁ ଗିରଫ କରିଛି କୋରାପୁଟ ପୁଲିସ୍‌ର ସ୍ପେଶାଲ ସ୍କ୍ୱାଡ୍। ମାନସିକ ଚାପ ସହି ନ ପାରି ଜଣେ ଶିକ୍ଷକ ପ୍ରମୋଦଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ମାମଲାରେ ସେ ଗିରଫ ହୋଇଛନ୍ତି । ସୂଚନା ଅନୁସାରେ, ଗତ ବର୍ଷ ଡିସେମ୍ବର ୮ରେ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡା, ପ୍ରମୋଦଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ମାନସିକ ଚାପରୁ ସେ ଆତ୍ମହତ୍ୟା କରିଥିବା ନେଇ ଜଣାପଡ଼ିଥିଲା। ତାଙ୍କ ମୃତ୍ୟୁ […]

  • Wednesday, 21 July 2021
sura routray
‘ବିଦ୍ୟୁତ୍‌ କାଟିଲେ ବିରାଟ ଆନ୍ଦୋଳନ ହେବ, କେହି ସମ୍ଭାଳି ପାରିବେନି’

ଭୁବନେଶ୍ୱର: ‘ଆମେ ଆଗରୁ କହିଛୁ, ଆଜି ମଧ୍ୟ କହୁଛୁ। ବିଦ୍ୟୁତ୍‌ କାଟିଲେ ବିରାଟ ଆନ୍ଦୋଳନ ହେବ। ଏ ଗରିବ, ଖଟିଖିଆ, ମୂଲିଆ ଓ ଚାଷୀଙ୍କ ଘରୁ ବିଦ୍ୟୁତ୍‌ କାଟି ଦିଆଗଲେ ବିରାଟ ଆନ୍ଦୋଳନ କରାଯିବ। ଏହି ଆନ୍ଦୋଳନକୁ କେହି ସମ୍ଭାଳି ପାରିବେନି।’  ଏମିତି କଡ଼ା ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ସେ ଆହୁରି କହିଛନ୍ତି,“ ଶିଳ୍ପପତିମାନଙ୍କ ପାଖରେ ଶହଶହ, ହଜାର ହଜାର କୋଟି ଟଙ୍କା ବକେୟା ରାଶି ରହିଛି, ତାଙ୍କଠାରୁ ଆଦାୟ କର। ହେଲେ […]

  • Wednesday, 21 July 2021
malkangiri
କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ(ପିଏ) ଦେବନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ଆଜି ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାପାଳଙ୍କୁ ଦାୟୀ କରି କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ବସ୍ ଓ ଅନ୍ୟ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ଓ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି। କଂଗ୍ରେସ କର୍ମୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ନାରାବାଜି କରୁଛନ୍ତି। ‘ନିଜର ସ୍ୱାର୍ଥ […]

  • Wednesday, 21 July 2021
odisha
ଜଙ୍ଗଲୀ ରାସ୍ତାରେ ବାପ-ପୁଅଙ୍କୁ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କପା ବିକ୍ରି ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହେଲେ ବାପା-ପୁଅ। ଏହି ଆକ୍ରମଣରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ବାପା। ଗତକାଲି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବୋରଗୁଡ଼ା ନିକଟ ଜଙ୍ଗଲୀ ରାସ୍ତାରେ ଗତକାଲି ଏଭଳି ଘଟଣା ଘଟିଛି। ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ୬ ଲକ୍ଷ ଟଙ୍କା ଲୁଟ୍‌ କରି ନେଇଛନ୍ତି। ଅଭିଯୋଗ ଅନୁସାରେ, ବୋରଗୁଡ଼ାର କ୍ଷିତି ନାଏକ ଓ ତାଙ୍କ […]

  • Wednesday, 21 July 2021
Nandankanan
ଦୁଇ ସନ୍ତାନର ମା’ ହେଲେ ‘ସ୍ନେହା’

ଭୁବନେଶ୍ୱର: ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ରାତିରେ ବାଘୁଣୀ ସ୍ନେହା ଦୁଇଟି ଶାବକ ଜନ୍ମ ଦେଇଛି। ସିସିଟିଭି ମାଧ୍ୟମରେ ଏହା ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି। ଏଥିସହ ନନ୍ଦନକାନନରେ ବାଘ ସଂଖ୍ୟା ୨୭ରେ ପହଞ୍ଚିଛି। ନନ୍ଦନକାନନରେ ଏବେ ୮ଟି ଧଳାବାଘ ଓ ୪ଟି କଳାବାଘ ଅଛନ୍ତି । ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିବା ବାଘ ସୈଫ ଔରସରୁ ବାଘୁଣୀ ସ୍ନେହା ଏହି ୨ ଛୁଆ ପ୍ରସବ କରିଛି। ପ୍ରଥମ ବାଘ ଛୁଆଟି ଭୋର ୩ଟା […]

  • Wednesday, 21 July 2021
fire
ଏସିଡ୍‌ ବୋଝେଇ ଟ୍ୟାଙ୍କରରେ ନିଆଁ

ରାୟଗଡ଼ା: ଦୁର୍ଘଟଣା ପରେ ଜଳିଗଲା ଟ୍ୟାଙ୍କର। ରାୟଗଡ଼ା ଜିଲ୍ଲା ମଝିଘରିଆଣି ମନ୍ଦିର ବ୍ରିଜ୍ ନିକଟରେ ଏକ ଟ୍ରକ୍‌ ଓ ଏସିଡ୍‌ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହେବାପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମୁମ୍ବାଇରୁ ଜେକେପୁର କାଗଜ କଳକୁ ହାଇଡ୍ରୋଜେନ ପାରାକ୍ସାଇଡ୍ ଏସିଡ୍ ନେଇ ଆସୁଥିବା ଏହି ଟ୍ୟାଙ୍କର ମଝିଘରିଆଣି ମନ୍ଦିର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା। ଅପରପଟୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ୍‌ ସହ ଟ୍ୟାଙ୍କରଟିର ମୁହାଁମୁହିଁ […]

  • Wednesday, 21 July 2021
odisha
‘ଆମକୁ ଟଣାଓଟରା କରି ରାସ୍ତାରେ ବସାଇ ଦେଉ ନାହାନ୍ତି’

ଭୁବନେଶ୍ୱର: ‘କାଳିଆ’ ଟଙ୍କା ନ ମିଳିବା ପ୍ରତିବାଦରେ ଆଜି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ବହୁ ହିତାଧିକାରୀ ଧାରଣାରେ ବସିଥିଲେ। ହେଲେ ସେମାନଙ୍କୁ ସେଠାରୁ ପୁଲିସ୍‌ ଉଠାଇ ନେଇଥିଲା। ନବ ନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ ମିଳିବା ପ୍ରତିବାଦରେ ଆଜି ସକାଳେ କୃଷିମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଉଥିଲେ। ଅନେକ ମହିଳା ଚାଷୀ ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ। ହେଲେ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ଅଟକାଇବା ସହ ସେମାନଙ୍କୁ ଉଠାଇ […]

  • Wednesday, 21 July 2021
rainfall
ଆହୁରି ୨ ଦିନ ବର୍ଷା !

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଓ ଆସନ୍ତାକାଲି ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଆଜି ସ୍ୱଳ୍ପ ଧରଣର ବର୍ଷା ହୋଇପାରେ। ଏହି ଜିଲ୍ଲା ଗୁଡ଼ିକ ହେଲା- କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ। ସେହିପରି ଆସନ୍ତାକାଲି ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ଧରଣର […]

  • Wednesday, 21 July 2021
accident-1
ପାଣି ଧରି ଫେରୁଥିଲେ ମା’-ପୁଅ, ପିଟି ଦେଲା ଅଜଣା ଗାଡ଼ି

କରଞ୍ଜିଆ: ରାସ୍ତା ପାର୍ଶ୍ୱ ନଳକୂପରୁ ପାଣି ଧରି ଘରକୁ ଫେରୁଥିବା ବେଳେ ମା’ ଓ ପୁଅଙ୍କୁ ଧକ୍କା ଦେଲା ଏକ ଅଜଣା ଗାଡ଼ି। ଆଉ ଘଟଣାସ୍ଥଳରେ ଚାଲିଗଲା ମା’ ଓ ପୁଅଙ୍କ ଜୀବନ। ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହାକୁ ନେଇ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗତକାଲି ରାତି ପ୍ରାୟ ୯ଟା ବେଳେ ଚାଇଁନେବଦା ଗାଁର  ତ୍ରିଲୋଚନ ନାୟକ, ତାଙ୍କ ପତ୍ନୀ ସବିତା […]

  • Wednesday, 21 July 2021
head master
କୋଟିପତି ହେଡ୍‌ମାଷ୍ଟର ଗିରଫ

ଉମରକୋଟ: ପାଠ ପଢ଼ାଉ ପଢ଼ାଉ ଅମାପ ସମ୍ପତ୍ତିର ମାଲିକ ହୋଇଗଲେ ପ୍ରଧାନଶିକ୍ଷକ। କୋଟି କୋଟି ଟଙ୍କାର ସମ୍ପତ୍ତି ତାଙ୍କ ପାଖରେ ରହିଛି। ତାଙ୍କ ପାଖରେ ଥିବା ବ୍ୟାଙ୍କ ବାଲାନ୍ସଠୁ ଆରମ୍ଭ କରି କୋଠାବାଡ଼ି, ଧନ, ସମ୍ପତ୍ତି ସମ୍ପର୍କରେ ଜାଣିଲେ ଆପଣ ବି ଆଚମ୍ବିତ ହୋଇଯିବେ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ଅନ୍ତର୍ଗତ ବୋରଗାଁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜିତ କୁମାର ପାଣିଗ୍ରାହୀଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ […]

  • Wednesday, 21 July 2021
river
ନଦୀରେ ଗାଧୋଉଥିଲେ, ହଠାତ୍‌ ହେଲା ବିସ୍ଫୋରଣ

ଫୁଲବାଣୀ: ନଦୀକୁ ଗାଧୋଇବାକୁ ଯାଉଛନ୍ତି କି ? ତା’ହେଲେ ସାବଧାନ ! ଏମିତି ବି ଘଟିପାରେ। ନଦୀ ଭିତରେ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣକ ଗତକାଲି କଲେଜ ଛକ ନିକଟ ସାଲୁଙ୍କୀ ନଦୀରେ ଗାଧୋଉଥିଲେ। ଏହି ସମୟରେ ହଠାତ୍‌ ନଦୀ ଭିତରେ ବିସ୍ଫୋରଣ ହୋଇଥିଲା। ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ନଦୀରୁ […]

  • Wednesday, 21 July 2021
bus
କାଲି ଚଳାଚଳ କରିବନି ଘରୋଇ ବସ୍‌

ଭୁବନେଶ୍ୱର: କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ସିଏଏ, ଦରଦାମ ବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟାକୁ ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଆସନ୍ତାକାଲି ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାକୁ ୯ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ସମର୍ଥନ ଜଣାଇଛି। ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ରଖିବାକୁ ମାଲିକମାନେ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍‌ କାଲି କୌଣସି ଘରୋଇ ବସ୍ ରାସ୍ତାରେ […]

  • Wednesday, 21 July 2021