• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
୨ ଆଦିବାସୀ ଗୋଷ୍ଠୀ ମୁହାଁମୁହିଁ

ମାଲକାନଗିରି: ମାଓବାଦୀଙ୍କ ପାଇଁ ଆଦିବାସୀଙ୍କ ମଧ୍ୟରେ ଭାଙ୍ଗୁଛି ଏକତା। ଏହାସହ ଭୟଙ୍କର ସ୍ଥିତି ଆଡ଼କୁ ମୁହାଁଉଛନ୍ତି ନିରୀହ ଆଦିବାସୀ। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଆଦିବାସୀମାନେ ୨ ଭାଗରେ ବିଭକ୍ତ ହେବାନେଇ ଆଶଙ୍କା ସୃଷ୍ଟି ହୋଇଛି। ଗୁରୁବାର ଦିନ ଗୋଟିଏ ପଞ୍ଚାୟତର ୨ଟି ସ୍ଥାନରେ ଆଦିବାସୀଙ୍କ ୨ ଗୋଷ୍ଠୀ ବଡ଼ ବଡ଼ ମେଳି କରି ପରସ୍ପର ବିରୋଧରେ ଗର୍ଜିଛନ୍ତି। ଖଜୁରୀଗୁଡ଼ାରେ ପଣସପୁଟ, ଅଣ୍ଡାପାଲି, ଯନ୍ତ୍ରୀ ଓ ଯୋଡ଼ାଆମ୍ବ ପଞ୍ଚାୟତର କିଛି ଗାଁରୁ ୨ ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ […]

  • Thursday, 22 July 2021
Coronavirus
ଓଡ଼ିଶାରେ କରୋନା ଭାଇରସ୍‌ ଭୟ: ଆକ୍ରାନ୍ତ ହୋଇଥିବା ସନ୍ଦେହରେ CDMOଙ୍କୁ ଚିଠି ଲେଖିଲେ ଓଡ଼ିଆ ଡାକ୍ତରୀ ଛାତ୍ର

ଫୁଲବାଣୀ: ଓଡ଼ିଶାରେ କରୋନା ଭାଇରସ୍‌ ଭୟ। କେରଳରେ ଜଣେ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ପ୍ରଥମ ଘଟଣା ସାମ୍ନାକୁ ଆସିବା ପରେ ଏବେ ଏହି ଭାଇରସ୍‌କୁ ନେଇ ଓଡ଼ିଶାର ଭୟ ସୃଷ୍ଟି ହୋଇଛି। କାହିଁକି ନା ଜଣେ ଓଡ଼ିଆ ଡାକ୍ତରୀ ଛାତ୍ର କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସମ୍ପୃକ୍ତ ଡାକ୍ତରୀ ଛାତ୍ରଙ୍କ ଘର କନ୍ଧମାଳ ଜିଲ୍ଲା ଫୁଲବାଣୀରେ। ସେ ଚୀନରେ ରହି MBBS କରୁଛନ୍ତି। ତେବେ ଗତ ୧୧ ତାରିଖରେ ସେ ଚୀନ୍‌ରୁ […]

  • Thursday, 22 July 2021
odisha
ନୂଆ ବ୍ୟାରିକେଡ୍‌ ଯୋଗୁ ଅଟକିଲା ଦୋଳ ଗୋବିନ୍ଦଙ୍କ ବିମାନ

ପୁରୀ: ନୂଆ ବ୍ୟାରିକେଡ୍‌ ଯୋଗୁ ଅଟକିଲା ଦୋଳ ଗୋବିନ୍ଦଙ୍କ ବିମାନ। ଗତକାଲି ବେଣ୍ଟ ନୀତି ପାଇଁ ଶ୍ରୀମନ୍ଦିରରୁ ଦୋଳ ଗୋବିନ୍ଦଙ୍କ ବିମାନ ଜଗନ୍ନାଥବଲ୍ଲଭ ମଠକୁ ଯିବାବେଳେ ପୁରୀ ସିଂହଦ୍ୱାର ସମ୍ମୁଖରେ ପ୍ରାୟ ୧୫ ମିନଟ୍ ଅପେକ୍ଷା କରି ରହିବାକୁ ପଡ଼ିଥିଲା। ନୂତନ ଭାବେ ହୋଇଥିବା ବ୍ୟାରିକେଡ୍ ବ୍ୟବସ୍ଥା ଯୋଗୁ ଦିଅଁଙ୍କ ବିମାନ ଯାଇ ପାରିନଥିଲା। ଆଉ ଏହି ବ୍ୟାରିକେଡ୍‌କୁ ହଟାଇବାକୁ କେହି ନ ଥିବାରୁ ୧୫ ମିନିଟ୍‌ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ବଡ଼ୁ ସେବକ […]

  • Thursday, 22 July 2021
cuttack
ରୋଡ ରୋମିଓକୁ ପାନେ: ଚପଲରେ ପିଟିଲେ, ରାସ୍ତା ମଝିରେ ଯୁବକଙ୍କୁ ଆଣ୍ଠେଇଲେ ଯୁବତୀ

କଟକ: ରୋଡ ରୋମିଓକୁ ପାନେ। ଯୁବତୀଙ୍କୁ ବିଚ୍ ରାସ୍ତାରେ ଅସଦାଚରଣ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ରାସ୍ତା ମଝିରେ ସମ୍ପୃକ୍ତ ଯୁବକ ଜଣଙ୍କୁ ଚପଲରେ ପିଟିବା ସହ ଆଣ୍ଠେଇ ଭୁଲ୍‌ ମଗାଇଥିଲେ ଯୁବତୀ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ଗତକାଲି କଟକ ବକ୍ସି ବଜାର ଛକରେ ଉକ୍ତ ଯୁବକ ଜଣକ ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ଜଣକ ଏହାକୁ ବିରୋଧ କରି ସମ୍ପୃକ୍ତ ଯୁବକଙ୍କୁ […]

  • Thursday, 22 July 2021
car
ବ୍ୟାରେଜକୁ ଖସିଲା କାର୍; ୨ ମୃତ, ୩ ଗୁରୁତର

ପାରଳାଖେମୁଣ୍ଡି: ଆନ୍ଧ୍ର ପ୍ରଦେଶର ଗୋଟା ବ୍ୟାରେଜକୁ ଏକ କାର୍‌ ଖସି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ୱିତ ରାତିରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଆନ୍ଧ୍ର ପ୍ରଦେଶ କାକିନାଡ଼ାର ଏନ୍.ଭି.ଏସ୍‌. ପବନ(୩୨) ଓ ଖମାମର ବି. ଚନ୍ଦ୍ର(୪୫)। ସେହିପରି ଗୁରୁତରମାନେ ହେଲେ କାକିନାଡ଼ାର ଏସ୍. ପ୍ରବୀଣ, ବୋବିଲିର ଏସ୍. ମହେଶ୍ୱର ରାଓ ଏବଂ ମଗୋଲତୁରୁର ପି.ଭି. ଗିରିପ୍ରସାଦ। ସୂଚନା ଅନୁସାରେ, ମୃତାହତ […]

  • Thursday, 22 July 2021
odisha
ଉଦ୍‌ଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ

ଭଦ୍ରକ(ପାର୍ଥସାରଥୀ ନାୟକ): ଉଦ୍‌ଘାଟନ ପୂର୍ବରୁ ଫଳକ ଭାଙ୍ଗିଲେ ଦୁର୍ବୃତ୍ତ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟର ଆଜି ଉଦ୍‌ଘାଟନୀ କାର୍ଯ୍ୟକ୍ରମ ଥିବା ବେଳେ ଗତ ରାତିରେ କେହି ଦୁର୍ବୃତ୍ତ ଏହାର ଫଳକକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ରାଜନୈତିକ ଆକ୍ରୋଶ ରଖି କେହି ଉଦ୍‌ଘାଟନୀ ଫଳକ ଭାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଏହି ବିଦ୍ୟାଳୟକୁ ଉଦ୍‌ଘାଟନ କରିବା ନିମନ୍ତେ କାର୍ଯ୍ୟକ୍ରମଥିଲା। ଏଥିଲାଗି ଉଦ୍‌ଘାଟନୀ ଫଳକ ମଧ୍ୟ ଲାଗି ସାରିଥିଲା। ହେଲେ […]

  • Thursday, 22 July 2021
odisha
ଦୁଇ ପୁଲିସ୍‌ ଅଧିକାରୀ ନିଲମ୍ବିତ

ଢେଙ୍କାନାଳ/ଅନୁଗୁଳ: ଅନିୟମିତତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ IIC ପ୍ରମୋଦ କୁମାର ଲେଙ୍କା ନିଲମ୍ବିତ ହୋଇଛନ୍ତି। ପୁଲିସ୍‌ ଡିଜି ଅଭୟ, IIC ପ୍ରମୋଦ କୁମାରଙ୍କୁ ନିଲମ୍ବନ କରିଥିବା ନେଇ ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରମୋଦଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ ସହ ଏହି ସମୟରେ ସେ ତାଳଚେର ସ୍ଥିତ ଏନସିଆର ପୁଲିସ୍‌ ଆଇଜିଙ୍କ ଶୃଙ୍ଖଳାଗତ ପରିଧି ଭିତରେ ରହିବେ ବୋଲି ନିର୍ଦ୍ଦେଶ ରହିଛି। ସେହିପରି ଅପରାଧୀଙ୍କଠାରୁ ମାରଣାସ୍ତ୍ର ଜବତ ମାମଲାର ସଠିକ […]

  • Thursday, 22 July 2021
rainfall
୧ ରୁ ପୁଣି ବର୍ଷା !

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ। ହେଲେ ଆସନ୍ତା ୧ ତାରିଖ ବେଳକୁ ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଉତ୍ତର ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। ଏହା ପ୍ରଭାବରେ ଅଳ୍ପ ଶୀତ ଅନୁଭୂତ […]

  • Thursday, 22 July 2021
odisha
ମାଡ଼ି ଆସିଲା ଖଣ୍ଡିଆଭୂତ, ଉଡ଼ାଇ ନେଲା ଆଜ୍‌ବେଷ୍ଟସ୍‌

କୋଣାର୍କ: ମାଡ଼ି ଆସିଲା ଖଣ୍ଡିଆଭୂତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ନୂଆଗଡ଼ ଗାଁରେ ଖଣ୍ଡିଆଭୂତ ହଠାତ୍‌ ମାଡ଼ି ଆସିବାରୁ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି। ଆଜି ଦିନ ୧୦ଟା ସମୟରେ ଖଣ୍ଡିଆଭୂତ ହଠାତ୍‌ ମାଡ଼ି ଆସି ନୂଆଗଡ଼ ଗାଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ବସନ୍ତ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ୨ଟି କୁଟା ଗଦାକୁ ଉଡ଼ାଇ ଦେବା ସହ ବାଡ଼ିରେ ଥିବା ଏକ ଟ୍ରାକ୍ଟରକୁ ମଧ୍ୟ ଓଲଟାଇ ଦେଇଛି। ଏହାସହ ଏକ ଘରର ଆଜ୍‌ବେଷ୍ଟସ୍‌ ମଧ୍ୟ ଉଡ଼ାଇ […]

  • Thursday, 22 July 2021
odisha
ଭୁଲ୍‌ ଇଞ୍ଜେକ୍ସନ ନେଲା ଯୁବକଙ୍କ ଜୀବନ !

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭୁଲ୍‌ ଇଞ୍ଜେକ୍ସନ ନେଲା ଜୀବନ ! ଢେଙ୍କାନାଳର ଏକ ଘରୋଇ କ୍ଲିନିକରେ ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକସନ ଯୋଗୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସ୍ଥାନୀୟ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଉଳ ପାଟଣା ଗାଁର ଅମିର କୁମାର ଜେନା। ଛାତିରେ ଯନ୍ତ୍ରଣା ହେବାରୁ ଅମିରଙ୍କୁ ପରିବାର ଲୋକେ ଗତକାଲି ଢେଙ୍କାନାଳ ସହର ସ୍ଥିତ ଏକ ଘରୋଇ କ୍ଲିନିକ୍‌ରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା କରୁଥିବା ଡାକ୍ତରଙ୍କ ଭୁଲ୍‌ ଇଞ୍ଜେକ୍ସନ […]

  • Thursday, 22 July 2021
spice jet
ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ାରୁ ମୁମ୍ବାଇକୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡ଼ାବାସୀଙ୍କ ପାଇଁ ଆଉ ଏକ ଖୁସି ଖବର। ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ା ବିମାନବନ୍ଦରରୁ ମୁମ୍ବାଇକୁ ବିମାନସେବା ଆରମ୍ଭ ହେବ। SpiceJet Boing 737  ବିମାନ ମାଧ୍ୟମରେ ଏହି ସେବା ଆରମ୍ଭ ହେବ। ଏନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ ସ୍ୱଦେଶ ଚୌହ୍ୱାନ। ଏହା ପୂର୍ବରୁ ଝାରସୁଗୁଡ଼ାରୁ SpiceJetର ବିମାନ ଦିଲ୍ଲୀ, କଲିକତା ଓ ହାଇଦ୍ରାବାଦକୁ ଚଳାଚଳ କରୁଛି। ସେହିପରି ଏଲାଏନ୍ସ ଏୟାରଲାଇନ୍ସର ବିମାନ ଭୁବନେଶ୍ୱର, ରାୟପୁର ଓ […]

  • Thursday, 22 July 2021
arrest
ଡିପ୍ଲୋମା ଛାତ୍ର କରୁଥିଲେ ବ୍ରାଉନ୍‌ ସୁଗର୍‌ କାରବାର, ଧରିଲା ପୁଲିସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ୍ ସୁଗର୍‌ ଜବତ ହୋଇଛି। ଭୁବନେଶ୍ୱରର ଦୁଇଟି ସ୍ଥାନରେ ବ୍ରାଉନ୍ ସୁଗର୍‌ ଜବତ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ ମୋଟ୍‌ ୪ ଜଣଙ୍କୁ ପୁଲିସ୍ ଗିରଫ କରିଛି। କମିଶନରେଟ୍‌ ପୁଲିସ୍‌ର କୁଇକ୍‌ ଆକ୍ସନ ଟିମ୍ ସହିଦ୍ ନଗର ପୁଲିସ୍‌ ସହାୟତାରେ ସହିଦନଗର ଅଞ୍ଚଳରୁ ୧୦୦ ଗ୍ରାମରୁ ଅଧିକ ବ୍ରାଉନ୍ ସୁଗର୍‌ ଜବତ କରିଛି। ବ୍ରାଉନ୍‌ ସୁଗର୍ ବାଲେଶ୍ୱରରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ଏହି […]

  • Thursday, 22 July 2021
book
ପୁଣି ଚର୍ଚ୍ଚାରେ ଓଡ଼ିଆ ଝିଅ ଝୁଲିମା ମଲ୍ଲିକ

ଫୁଲବାଣୀ: ପୁଣି ଚର୍ଚ୍ଚାରେ ଓଡ଼ିଆ ଝିଅ ଝୁଲିମା ମଲ୍ଲିକ। ରାଜସ୍ଥାନ ଜୟପୁରରେ ଚାଲିଥିବା ଜୟପୁର ଲିଟ୍‌ରେଚର୍‌ ଫେଷ୍ଟିଭାଲ୍‌ରେ ‘WE ARE THE CHAMPIONS’ ପୁସ୍ତକ ଉନ୍ମୋଚିତ ହୋଇଛି। ଏହି ପୁସ୍ତକରେ କନ୍ଧମାଳ ଝିଅ ଝୁଲିମା ମଲ୍ଲିକଙ୍କ କାହାଣୀ ସ୍ଥାନ ପାଇଛି। ଝୁଲିମା ବାଲ୍ୟ ବିବାହକୁ ବନ୍ଦ କରିବା ଓ ବାଳିକା ଶିକ୍ଷାକୁ ପ୍ରୋତ୍ସାହନ ଦେବା ଭଳି ସମାଜ ପରିବର୍ତ୍ତନ କାର୍ଯ୍ୟ କରି ଚର୍ଚ୍ଚାରେ ଆସିଥିଲେ। ବହୁ ଚର୍ଚ୍ଚିତ ଲେଖିକା ରଶ୍ମୀ ବଂଶଲ ଓ ଦେବେନ୍ଦ୍ର ତକ୍‌ଙ୍କ ଦ୍ୱାରା […]

  • Thursday, 22 July 2021
odisha
ବନ୍ଧୁକ ଦେଖାଇ ପାନ ବ୍ୟବସାୟୀଙ୍କଠୁ ୬ ଲକ୍ଷ ଟଙ୍କା ଲୁଟ୍‌

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ହୋଲ୍‌ସେଲ୍‌ ପାନ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଲେ ୩ ଦୁର୍ବୃତ୍ତ। ସୂଚନା ଅନୁଯାୟୀ, ହୋଲ୍‌ସେଲ୍ ପାନ ବ୍ୟବସାୟୀ ରୂପେଶ କୁମାର ମହାନ୍ତି ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କ ଦୋକାନ ଭିତରକୁ ହଠାତ୍ ପଶି ଆସିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ମୁଖା ପିନ୍ଧିଥିବା ବେଳେ ଜଣେ ହେଲମେଟ ପିନ୍ଧିଥିଲେ। […]

  • Thursday, 22 July 2021
bus
ଦୁର୍ଘଟଣାଗ୍ରସ୍ତ ଗାଡ଼ି ଉପରେ ଆକ୍ସନ: ପଡ଼ିଲା ୮୦ ହଜାର ଟଙ୍କା ଫାଇନ୍‌

ସମ୍ବଲପୁର: ଦୁର୍ଘଟଣା ପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଉଭୟ ଟ୍ରାକ୍ଟର ଓ ବସ୍‌ ଉପରେ ପଡ଼ିଲା ମୋଟା ଅଙ୍କର ଫାଇନ୍‌। ତେବେ ଫାଇନ୍‌ଟି ଦୁର୍ଘଟଣା ପାଇଁ ନୁହେଁ ବରଂ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଯେତେବେଳେ ଏହାର ଯାଞ୍ଚ କରାଯାଇଥିଲା ସେତେବେଳେ ଗାଡ଼ିର ଆବଶ୍ୟକ କାଗଜପତ୍ର, ଫିଟ୍‌ନେସ୍‌ ଇତ୍ୟାଦି ନ ଥିବା ନେଇ ଜଣାପଡ଼ିଥିଲା। ଏହାପରେ ଉଭୟ ଗାଡ଼ି ଉପରେ ଏହି ମୋଟା ଅଙ୍କର ଫାଇନ୍‌ ପଡ଼ିଥିଲା। ଗତକାଲି ସମ୍ବଲପୁର ଜିଲ୍ଲାର ୫୫ ନମ୍ବର ଜାତୀୟ ରାଜପଥର ଯୁଯୁମରା ନିକଟରେ […]

  • Thursday, 22 July 2021
heavy rainfall
୨ ଦିନ ଭିଜିବ ଓଡ଼ିଶା !

ଭୁବନେଶ୍ୱର: ରାଜ୍ୟରେ ଆଜି ପାଗ ଶୁଖିଲା ରହିବ ହେଲେ କାଲି ଓ ୨୯ ତାରିଖ ଦିନ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ସେହିପରି ୨୯ ତାରିଖ ଦିନ ମଧ୍ୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାର […]

  • Thursday, 22 July 2021
odisha
ଥାନା ପରିସରରେ ଯୁବକଙ୍କୁ ଆକ୍ରମଣ; ଏସ୍ଆଇଙ୍କୁ ଦୁର୍ବ୍ୟବହାର ଓ ଠେଲାପେଲା

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ପରିସରରେ ଉତ୍ତ୍ୟକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ । ଥାନା ଭିତରେ ପଶି କିଛି ବ୍ୟକ୍ତି ଜଣେ ଯୁବକଙ୍କୁ ନିର୍ଦ୍ଧୁମ ପଟିଛନ୍ତି। ଏପରିକି ପୋଲିସକୁ ମଧ୍ୟ ଛାଡ଼ି ନାହାନ୍ତି। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଏସ୍‌ଆଇ ଆକ୍ରମଣର ଶିକାର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଠେଲାପେଲା କରିବା ସହ ଦୁର୍ବ୍ୟବହାର କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତକାଲି ଗଣତନ୍ତ୍ର ଦିବସ ଅବସରରେ ରେଲ୍‌ୱେ ଷ୍ଟାଡିୟମକୁ ସିପକପଡାର ମନୋରଞ୍ଜନ ଓ ତାଙ୍କ […]

  • Thursday, 22 July 2021
representational image
ଷଣ୍ଢ ଆକ୍ରମଣରେ ମହିଳା ମୃତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ଷଣ୍ଢ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଧଉଳି ଥାନା ଅନ୍ତର୍ଗତ ନୂଆଗାଁ ମାରୁତି ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ଭାବାନୀ ବରାଳ। ମହିଳା ଜଣକ ସକାଳୁ ସକାଳୁ ଫୁଲ ତୋଳିବାକୁ ଯାଇ ଥିବାବେଳେ ତାଙ୍କୁ ଷଣ୍ଢ ଆକ୍ରମଣ କରିଥିଲା।ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ ମହିଳାଙ୍କୁ ଆକ୍ରମଣ […]

  • Thursday, 22 July 2021
odisha
ପତାକା ଉତ୍ତୋଳନ ପରେ ଅନ୍ୟ ଜଣଙ୍କ ଦ୍ୱାରା ଚପଲ ବୁହାଇଲେ ମନ୍ତ୍ରୀ !

କେନ୍ଦୁଝର (ପ୍ରଣୟ ପାଣି): ଆଜି ସାରା ଦେଶରେ ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି। ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ସାଧାରଣତନ୍ତ୍ର ଦିବସ ବେଶ୍‌ ଧୂମ୍‌ଧାମ୍‌ରେ ପାଳିତ ହୋଇଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଭଳି କେନ୍ଦୁଝରରେ ବି ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ହେଲେ ଏଠାକୁ ମୁଖ୍ୟ ଅତିଥି ହୋଇ ଆସିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଚପଲ ବୁହାଇବା ଘଟଣାକୁ ନେଇ ଫସି ଯାଇଛନ୍ତି। ପଦ୍ମନାଭ ବେହେରା ଆଜି ଏଠାରେ ପତାକା ଉତ୍ତୋଳନ […]

  • Thursday, 22 July 2021
maoist
ଗଣତନ୍ତ୍ର ଦିବସକୁ ମାଓବାଦୀଙ୍କ ବିରୋଧ

ବଲାଙ୍ଗିର: ଗଣତନ୍ତ୍ର ଦିବସକୁ ବିରୋଧ କରି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାବରିପାଲି ଗାଁରେ ଦୁଇଟି ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। କମ୍ୱିଂ ଅପରେସନ୍ ସମୟରେ ବରଗଡ଼ ଜିଲ୍ଲା ବୁଡ଼େନ ଥାନାର ପୁଲିସ୍‌ କର୍ମଚାରୀମାନେ ଏହି ପୋଷ୍ଟର ଦୁଇଟି ଦେଖିଥିଲେ ଓ ସେଗୁଡ଼ିକୁ ଜବତ କରିଥିଲେ। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ବଲାଙ୍ଗିର-ବରଗଡ଼ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ଥିବା ବେଳେ ଆଜି ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛନ୍ତି। […]

  • Thursday, 22 July 2021
odisha
ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ସାରା ଦେଶରେ ଆଜି ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହେଉଛି। ଭୁବନେଶ୍ୱର ସ୍ଥିତ ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଳିତ ହୋଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌ ପତାକା ଉତ୍ତୋଳନ କରିଥିଲେ। ଏଥିସହ ସେ ମିଳିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଆୟୋଜିତ ରଙ୍ଗାରଙ୍ଗ ପରେଡ୍‌ ଉତ୍ସବରେ ୪୮ଟି ଟିମ୍‌ ଅଂଶ ଗ୍ରହଣ କରିଥିଲେ। ସେହିପରି ଏଥିରେ ୧୨ଟି ପ୍ରଜ୍ଞାପନ ମେଢ଼ ମଧ୍ୟ ଭାଗ ନେଇଥିଲେ। ଏଥର ରାଜ୍ୟ […]

  • Thursday, 22 July 2021
odisha
ବାଇକ୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

ଜୟପୁର: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ବସ୍ତାମ୍ବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଭନସୁଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଚକ୍ରଧର ପାଲଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ସାଧାରଣତନ୍ତ୍ର ଦିବସ ଅବସରରେ ଚକ୍ରଧର ପାଲ ଗତକାଲି କୋଟପାଡ଼ ବଜାରରୁ ଗିଫ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣାକିଣି କରିବାକୁ ଯାଇଥିଲେ। ସେଠାରୁ କିଣାକିଣି ସାରି ଭନସୁଲି ଫେରୁଥିବା ବେଳେ ବାସ୍ତାମ୍ବା ନିକଟରେ […]

  • Thursday, 22 July 2021
odisha
ବାଲୁକା କଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା

ଭୁବନେଶ୍ୱର: ଆଜି ଦେଶ ପାଳୁଛି ୭୧ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ଖୁବ୍ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ଓ ତାଙ୍କ ଛାତ୍ରଛାତ୍ରୀ। ୧୫ ଟନ୍ ବାଲିରେ ୧୫ ଫୁଟ୍ ଓସାରର ଏହି ବାଲୁକା କଳାରେ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ସହ ତ୍ରିରଙ୍ଗା ଏବଂ ଲାଲ୍ କିଲ୍ଲା, ଇଣ୍ଡିଆ ଗେଟ୍, କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ତାଜମହଲ ଭଳି ବହୁ ଐତିହ୍ୟ ସ୍ଥଳ […]

  • Thursday, 22 July 2021
odisha
ଭୁବନେଶ୍ୱର ବିମାନବନ୍ଦରରେ ଅଘଟଣ: ତଦନ୍ତ ଆରମ୍ଭ, ଠିକାଦାର ଅଟକ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରର ନିର୍ମାଣାଧୀନ କୋଠାର ଛାତ ଭୁଶୁଡିବା ଘଟଣାର ପ୍ରାରମ୍ଭିକ ଯାଞ୍ଚ ଆରମ୍ଭ କରିଛି ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ(AAI)। ଗତକାଲି ରାତିରେ ବିମାନବନ୍ଦର ପରିସରରେ ଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। “ଏହି ଘଟଣାର ବୈଷୟିକ ଦିଗ ସମ୍ପର୍କରେ ତଦନ୍ତ କରାଯିବ। AAI ମୁଖ୍ୟାଳୟରେ ଏନେଇ ତଦନ୍ତ କମିଟି ଗଠନ କରାଯିବ। ଆଉ ଖୁବ୍‌ଶୀଘ୍ର କମିଟି ଭୁବନେଶ୍ୱର ଆସି […]

  • Thursday, 22 July 2021
airport
କେମିତି ଭୁଶୁଡ଼ିଲା ବିମାନବନ୍ଦରର ନିର୍ମାଣାଧୀନ କୋଠାର ଛାତ ?

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗତକାଲି ରାତିରେ ଏକ ବଡ଼ ଧରଣର  ଅଘଟଣ ଘଟିଛି। ବିମାନବନ୍ଦର ପରିସରରେ ଥିବା ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। ଦିଲ୍ଲୀପ କନ୍‌ଷ୍ଟ୍ରକସନ୍‌ ନାମକ ଏକ ସଂସ୍ଥା ଏହି ନିର୍ମାଣ କାର୍ଯ୍ୟ କରୁଥିଲା। ଅନ୍ୟପକ୍ଷରେ ଏହି ଦୁର୍ଘଟଣାକୁ ନେଇ ଅତି ଖାମ୍‌ଖିଆଲ ଢଙ୍ଗରେ ଠିକା ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଦିଲୀପ ଖଟେଇ ନିଜର ପ୍ରତିକ୍ରିୟା […]

  • Thursday, 22 July 2021