ନବରଙ୍ଗପୁର: “ବେଶୀ ଯୁକ୍ତିତର୍କ କରନା। କାହାକୁ କେତେ ପଇସା ଦେଇଥିଲୁ କହ, ତୁ ତୋର ପଇସା ପାଇଲେ, କଥା ଛିଣ୍ଡିଲା।” ଏକ ଭିଡିଓରେ ଏପରି କହି ଅଡ଼ୁଆରେ ପଡ଼ିଛନ୍ତି ନବରଙ୍ଗପୁର ଆରଟିଓ। ନିଜ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କୁ ସେ ନେଇଥିବା ୧୫ ହଜାର ଟଙ୍କା ଫେରାଇବାକୁ କହୁଥିବା ବେଳେ ନିଜେ ବି ୩୦ ହଜାର ଟଙ୍କା ନେଇଥିବା ସ୍ୱୀକାର କରିଛନ୍ତି। ସ୍ଥାୟୀ ଚାକିରି କରାଇ ଦେବାକୁ ଜଣେ ଯୁବକଙ୍କଠାରୁ ନେଇଥିବା ଲାଞ୍ଚ ଟଙ୍କା ସମ୍ପର୍କରେ ବଖାଣି ଏପରି […]
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଆଞ୍ଜିଆପେଟା ଛକ ନିକଟ ନୂଆସାହି ପାହାଡ଼ ଉପରୁ ଏକ ନରକଙ୍କାଳ ମିଳିଛି। ଉଦ୍ଧାର କରାଯାଇଥିବା ଏହି ନରକଙ୍କାଳ ପାଖରୁ ସିଆର୍ପିଏଫ୍ ୟୁନିଫର୍ମ ଓ ପରିଚୟ ପତ୍ର ମିଳିଥିବାରୁ ଏହି କଙ୍କାଳ ଜଣେ CRPF ଯବାନଙ୍କ ମୃତଦେହ ହୋଇଥିବାର ସନ୍ଦେହ କରାଯାଉଛି। ଏହାକୁ ନେଇ ଏବେ ତନାଘନା ଚାଲିଛି। ପରିଚୟପତ୍ରରେ ଧରମ ଦେବ ନାଁ ଲେଖାଯିବା ସହ ଠିକଣାରେ ଉତ୍ତରପ୍ରଦେଶ ଲେଖା ଅଛି। ଶେଷଖାଲ ଥାନା ଅଞ୍ଚଳରେ ଥିବା କ୍ୟାମ୍ପରେ ସେ କାର୍ଯ୍ୟରତ ଥିଲେ […]
କାମାକ୍ଷାନଗର: ମହଙ୍ଗା ପଡିଲା ମାଟ୍ରିକ୍ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ଖୁଲମ୍ଖୁଲା କପି ଯୋଗାଇ ଦେବା। କପି ରୋକିବା ପାଇଁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରିବୁଲେଇ ଜନତା ସରକାରୀ ହାଇସ୍କୁଲରେ ୧୪୪ ଧାରା ଜାରି ହୋଇଛି। ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଖୁଲମଖୁଲା କପି ଦିଆଯାଉଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଏଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀ ସୂଚନା ଦେଇଛନ୍ତି। ପୁଲିସ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରୀକ୍ଷା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଲାଗି ରହିଛି। କିଛି ଜିଲ୍ଲାରେ ବର୍ଷା ମଧ୍ୟ ହେଉଛି। ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗତକାଲି ରାତିରୁ ଝିପି ଝିପି ବର୍ଷା ଲାଗି ରହିଛି। ତେବେ ଆସନ୍ତା ୩ ଦିନ ଯାଏ ଏଭଳି ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ଓ ଆସନ୍ତାକାଲି ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। ୨୬ ତାରିଖ ବେଳକୁ ଅଳ୍ପ […]
ଭୁବନେଶ୍ୱର: ପିପିଲି ପରେ ଏବେ ରାଜଧାନୀ ଭୁବନେଶ୍ୱର ମୁହାଁ ହୋଇଛି ନରହନ୍ତା ଦନ୍ତା। ଭୁବନେଶ୍ୱର ଉପକଣ୍ଠ ଘାଟିକିଆରେ ନରହନ୍ତା ଦନ୍ତା ପହଞ୍ଚି ଥିବାବେଳେ ଦନ୍ତା ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଚନ୍ଦକା ଜଙ୍ଗଲରୁ ଚାଲି ଆସିଥିବା ଏହି ଦନ୍ତା ଆକ୍ରମଣରେ ଗତକାଲି ପୁରୀ ଜିଲ୍ଲା ପିପିଲିରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଅବସ୍ଥା ଗୁରୁତର ରହିଛି। ବିଳମ୍ବିତ ରାତିରେ […]
ଭୁବନେଶ୍ୱର: କିଛି ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ପରେ ଆଜି ପାଗରେ ପରିବର୍ତ୍ତନ ଆସିଛି। ଆଜି ସକାଳୁ ସକାଳୁ ପାଗ କୋହଲା ରହିଥିବା ଦେଖିବାକୁ ମିଳିଛି। ଆଜି ୫ଟି ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦିନ ୧୨ଟା ଯାଏ ସତର୍କ ରହିବାକୁ ନୟାଗଡ଼, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି।
ନିଆଳି: କଟକ ନିଆଳି ତହସିଲ୍ ଅଫିସ୍ରେ ଅଗ୍ନିକାଣ୍ଡ। ନିଆଁ ଲାଗି ବହୁ ଗରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି। ଆଜି ଭୋର ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଖବରପାଇ ନିଆଳି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ସାଢ଼େ ୪ଟା ସମୟରେ କମ୍ପ୍ୟୁଟର ସେକ୍ସନରୁ ଧୂଆଁ ବାହାରୁଥିବା ଦେଖି ଜଣେ ଜଗୁଆଳୀ ଅନ୍ୟ କର୍ମଚାରୀଙ୍କୁ ଖବର […]
ମୋହନା: ମାଟ୍ରିକ୍ ପରୀକ୍ଷା ଦେବା ପୂର୍ବରୁ ପୋଖରୀରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଗଜପତି ଜିଲ୍ଲା ଚନ୍ଦ୍ରଗିରି ଫାଣ୍ଡି ଗୋବିନ୍ଦପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ସମ୍ପୃକ୍ତ ଛାତ୍ର ଜଣକ ଆଜି ମାଟ୍ରିକ୍ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ସକାଳେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲେ ଛାତ୍ର ଜଣକ। ଗାଁ ଲୋକେ ସମ୍ପୃକ୍ତ ଛାତ୍ରଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ […]
ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ବାପାକୁ ଠେଙ୍ଗାରେ ପିଟିପିଟି ମାରି ଦେଲା ପୁଅ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗାଁରେ ଜଣେ ବ୍ୟକ୍ତି ନିଜ ବାପାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୋପାଳ ନାଏକ। ପୁଲିସ୍ ଅଭିଯୁକ୍ତ ପୁଅ ଜିତେନ ନାଏକଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଗତକାଲି ଗୋପାଳ ଓ ତାଙ୍କ ପୁଅ ଜିତେନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ […]
କଟକ: କଟକ ଖାନନଗର ନିକଟ କାଠଯୋଡ଼ି ପଠାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ। ଆଜି ସକାଳେ ନଦୀ ପଠାରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୁଲିସ୍କୁ ଖବର ଦେଇଥିଲେ। ଖବର ପାଇ ବାଦାମବାଡ଼ି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ଘଟଣାର ତଦନ୍ତ କରୁଛି ପୁଲିସ୍। ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ […]
ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ସ୍ଥିତ ଜେକେ ପେପର ମିଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ସନ୍ଧ୍ୟାରେ ପେପର ମିଲ୍ର ଗୋଦାମରେ ନିଆଁ ଲାଗି ଯାଇଥିଲା। ନିଆଁରେ ଅନେକ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ଘଟିଛି ତାହା ଜଣାପଡ଼ିନାହିଁ। ସର୍ଟ ସର୍କିଟ୍ ଯୋଗୁ ପେପର ମିଲ୍ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଦୁଃଖର କରୁଣ ଚିତ୍ର ଦେଖିବାକୁ ମିଳିଛି। ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସପ୍ତାହକ ମଧ୍ୟରେ ୨ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଗନିଆରୀ ଗାଁର ବିଳାଶିନୀ ବାଗ୍ ଓ ସିନାପାଲି ବ୍ଲକ୍ ଅନ୍ତର୍ଗତ ମାଲପଡା ଗାଁର ଜିତେନ୍ଦ୍ର ମାଝୀ। ତେବେ ଜିତେନ୍ଦ୍ରଙ୍କ ମୃତଦେହ ଗାଁକୁ ଆସିଥିବା ବେଳେ ଅର୍ଥାଭାବରୁ ବିଳାଶିନୀଙ୍କ ମୃତଦେହକୁ ଗାଁକୁ ଆସି ପାରି ନାହିଁ। ଏଥିସହ ବିଳାଶିନୀଙ୍କ ପରିବାରର […]
ସୁନ୍ଦରଗଡ଼: ଟିଭି ଫାଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସ୍ୱାମୀ ଓ ୬ମାସର ଶିଶୁ ଗୁରୁତର ହୋଇପଡ଼ିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଧୁରୁହାଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳାଙ୍କ ନାଁ ବବି ନାଏକ। ଗତକାଲି ସନ୍ଧ୍ୟାରେ ଲହଣ୍ଡାବୁଡ଼ ଗାଁର ଡିଲେଶ୍ୱର ନାଏକଙ୍କ ପରିବାର ଲୋକେ ଟିଭି ଦେଖୁଥିବାବେଳେ ଏହି ଅଘଟଣ ଘଟିଥିଲା। ହଠାତ୍ ଟିଭିଟି ସର୍ଟ ସର୍କିଟ ହୋଇ ଫାଟି ଯାଇଥିଲା। ଫଳରେ ଡିଲେଶ୍ୱରଙ୍କ ସହ ତାଙ୍କ ପତ୍ନୀ […]
ସୋନପୁର: ବିବାହ କାର୍ଯ୍ୟକ୍ରମରେ ବ୍ୟାଣ୍ଡ୍ ବଜାଇବା ପାଇଁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଖେମାଲୋଏ ଗାଁର ତେଜରାଜ ବାଗ, ଉତ୍ତମ ଡଙ୍ଗରିଆ ଓ ଝାରବାହଲି ଗାଁର ବାବୁଲା ମହାକୁଡ଼। ବାବୁଲା ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ବୋଲି ଜଣାପଡ଼ିଛି। ଗତକାଲି ସନ୍ଧ୍ୟାରେ ଖେମାଲୋଏ ଗାଁରୁ ଏକ ବ୍ୟାଣ୍ଡ୍ […]
କରଞ୍ଜିଆ: କାଠ ଚୋରି କରିଥିବା ସନ୍ଦେହରେ ଜଣେ ଗର୍ଭବତୀ ମହିଳାଙ୍କୁ କରଞ୍ଜିଆ ଦୁଧିଆଣି ରେଞ୍ଜର ମହିଳା ଫରେଷ୍ଟ ଗାର୍ଡ ମାଡ଼ ମାରିବା ସହିତ ଉଠ୍ବସ୍ କରାଇଥିବା ଅଭିଯୋଗ ହୋଇଛି। ଉକ୍ତ ମହିଳାଙ୍କ ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଫରେଷ୍ଟ ଗାର୍ଡଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନା ଅନୁଯାୟୀ, ବାରାହାପାଣପୋଷି ଗାଁରେ ରହୁଥିବା ସମ୍ପୃକ୍ତ ମହିଳାଙ୍କ ବାପ ଘର ଲୋକେ କାଠ ଚୋରି କରି ରଖିଥିବା […]
ଭୁବନେଶ୍ୱର: ବିଜେଡିର ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ବିଭିନ୍ନ ଜିଲ୍ଲା ପାଇଁ ଘୋଷଣା ହୋଇଥିବା ୩୩ଜଣ ସଭାପତିଙ୍କ ମଧ୍ୟରେ ୧୪ ଜଣ ପୁରୁଣାଙ୍କୁ ସ୍ଥାନ ମିଳିଥିବା ବେଳେ ୧୯ ନୂଆ ମୁହଁ ରହିଛନ୍ତି। ଭୁବନେଶ୍ୱର ପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଷ ସାମନ୍ତରାୟ, ଗଞ୍ଜାମ ପାଇଁ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖୋର୍ଦ୍ଧା ପାଇଁ ବିଭୂତି ଭୂଷଣ ବଳବନ୍ତରାୟ, ମୟୂରଭଞ୍ଜ ସଦର ପାଇଁ ସୁଦାମ ମାରାଣ୍ଡି, ପୁରୀ ପାଇଁ ମହେଶ୍ୱର ମହାନ୍ତି, ରାଉରକେଲା […]
ବୀରମିତ୍ରପୁର/ରାଉରକେଲା: ଆଜି ପବିତ୍ର ମହାଶିବରାତ୍ରି। ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଲମ୍ବା ଲାଇନ୍ରେ ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ମହାଦେବଙ୍କ ଦର୍ଶନ କରୁଛନ୍ତି। ଏସବୁ ଭିତରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ କନ୍ଦରକେଲା ଜଟିଆ ବାବା ପାହାଡ଼ରୁ ପଥର ଖସି ୧୫ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ଶିଶୁ ଓ ମହିଳା ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତୁର ରହିଛି। ସେମାନଙ୍କୁ RGHକୁ […]
ଉଦଳା (ମାନସ ପାଣି): ପୋଖରୀ ଭିତରେ ପଶି ଗଲା ଭ୍ୟାନ୍। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଆଜି ସକାଳେ ଏହି ଘଟଣା ଘଟିଛି। ତେବେ ଏଥିରେ କାହାରି କିଛି କ୍ଷତି ହୋଇନାହିଁ। ଗାଡ଼ିରେ ବସିଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଉଦଳାର ସର୍ବପୁରାତନ ମଣିନାଗେଶ୍ୱର ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ସଞ୍ଜିତ କୁମାର ସାହୁ ନାମକ ଜଣେ ବ୍ୟକ୍ତି ମହାଶିବରାତ୍ରି ପାଇଁ ପରିବାର ଲୋକଙ୍କ ସହ ମନ୍ଦିର ଯିବାକୁ ଆଜି ସକାଳୁ ବାହାରି ଥିଲେ। […]
ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି। ଜାଗର ଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଆଜି ଭୋର ୩ଟାରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଛି। ଏହାପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ନୀତିକାନ୍ତି ଜାରି ରହିଛି। ପ୍ରଥମ ଥର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ସହ ମନ୍ଦିର ବେଢାକୁ ବିଭିନ୍ନ ଫୁଲରେ ସଜା ଯାଇଛି। ଏଥିପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ […]
ପୁରୀ: ମହାପ୍ରଭୁଙ୍କ ଦର୍ଶନ ପାଇଁ ୨୩୦ କିଲୋମିଟର ଦୌଡ଼ି ଦୌଡ଼ି ପୁରୀ ଆସିଲେ ଭଦ୍ରକର ଜଣେ ଯୁବକ। ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ସୌରଭ ସେଠୀ ନାମକ ଜଣେ ଯୁବକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ନିଜ ଗାଁରୁ ଦୌଡ଼ି ଦୌଡ଼ି ପୁରୀ ଶ୍ରୀମନ୍ଦିରରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ସେନାରେ ଯୋଗଦେବା ପାଇଁ ବାରମ୍ବାର ଚେଷ୍ଟା ପରେ ବି ବିଫଳ ହେବାରୁ ସୌରଭ, ମହାପ୍ରଭୁଙ୍କ ଶରଣ ପଶିଛନ୍ତି। କାଳିଆ ଠାକୁରଙ୍କୁ ମନର […]
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଗାୟତ୍ରୀ ବିହାର ଥାନା ଅନ୍ତର୍ଗତ ପୁରୁଣା ବସ୍ତିରୁ ୩ ଜଣ ନାବାଳିକା ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସେମାନେ ହେଲେ କୈଳାସ ଦାସଙ୍କ ଦୁଇ ଝିଅ ଗୀତା ଦାସ(୧୩), ରଶ୍ମିତା ଦାସ(୧୨ )ଓ ଭଗବାନ ଛନ୍ଛନ୍ଙ୍କ ଝିଅ ବନିତା ଛନ୍ଛନ୍। ଏହି ୩ ନାବାଳିକା ସ୍କୁଲ୍ ଯିବା ପାଇଁ ଗତକାଲି ସକାଳୁ ଘରୁ ବାହାରି ଆସିଥିଲେ। ହେଲେ ସ୍କୁଲ୍ ନ ଯାଇ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ସ୍କୁଲ୍ ଛୁଟି ହେବାପରେ ଘରକୁ ନ […]
ସମ୍ବଲପୁର: ସମ୍ବଲପୁର ସହର ଉପକଣ୍ଠ ଦୁବେସିଙ୍ଗା ବ୍ରିଜ୍ ନିକଟରେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍। ହେଲେ ଏହି ସବୁ ନୋଟ୍ ଗୁଡ଼ିକ ମଧ୍ୟରୁ କିଛି ନୋଟ୍ ଉଇ ଖାଇ ଯାଇଥିବାବେଳେ ଆଉ କିଛି ନୋଟ୍ ଚିରି ଯାଇଛି। ଏନେଇ ସ୍ଥାନୀୟ ଲୋକେ ପୁଲିସ୍ ଖବର ଦେବାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଏହିସବୁ ନୋଟ୍କୁ ଜବତ କରିଛି। ଏହା ନୂଆ ୫୦୦ ଶହ ଟଙ୍କିଆ ନୋଟ୍ ବୋଲି ଜଣାପଡ଼ିଛି। ତେବେ ଏହି ଟଙ୍କା ଗୁଡିକ […]
ଭୁବନେଶ୍ୱର: ସିଲ୍ ହେଲା ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର। ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)ର କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଗ୍ ବଜାର ସିଲ୍ ଚାଲିଥିବା ଜଣାପଡ଼ିଛି। ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ପଟିଆ ବିଗ୍ ବଜାରକୁ ସିଲ୍ କରାଯାଇଛି। ସିଲ୍କୁ ନେଇ ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ବିଡିଏର ବିଲ୍ଡିଂ ପ୍ଲାନ୍ ମୁତାବକ କାର୍ଯ୍ୟ କରାଯାଇ ନଥି ବାବେଳେ ପାର୍କିଂ ସ୍ଥାନରେ ଗୋଦାମ କରାଯାଇଛି। ଏ ନେଇ […]
ବ୍ରହ୍ମପୁର: ଆଖି ବୁଜିଲେ ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର। ବ୍ରହ୍ମପୁର ଏସ୍ପି ଅଫିସ୍ ସମ୍ମୁଖରେ ଆତ୍ମାହୁତି ଦେଇଥିବା ମିନାକ୍ଷୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରାଣ ହରାଇଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ି ଯାଇଥିଲା। ଫେବୃଆରୀ ୧୨ ତାରିଖ ଦିନ ବ୍ରହ୍ମପୁର ଏସ୍ପିଙ୍କ ଅଫିସ ସାମ୍ନାରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ ମିନାକ୍ଷୀ। ଗୁରୁତର ଅବସ୍ଥାରେ […]
ରାଇରଙ୍ଗପୁର: ମାଟ୍ରିକ୍ ପରୀକ୍ଷା ଆରମ୍ଭରୁ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଥିବାବେଳେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିିଫିକେଟ୍ ପରୀକ୍ଷାର ପ୍ରଶ୍ନପତ୍ରରେ ସମସ୍ୟା ଯୋଗୁ ଅପରାହ୍ଣ ବଦଳରେ ସନ୍ଧ୍ୟାରେ ପରୀକ୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ହାଇସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ମୟୂରଭଞ୍ଜ ଜିଲ୍ଲା ବିଜାତଳା ସରକାରୀ ହାଇସ୍କୁଲରେ ଗତକାଲି ସନ୍ଧ୍ୟା ୬ରୁ ରାତି ସାଢ଼େ ୮ଟା ଯାଏ ଓଡ଼ିଶା ଷ୍ଟେଟ୍ […]