• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ପ୍ରହ୍ଲାଦ ବେହେରାଙ୍କ ପରଲୋକ

ବୌଦ୍ଧ : ଅବିଭକ୍ତ ଫୁଲବାଣୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାରଥୀ ଭାବେ ଜଣାଶୁଣା ପ୍ରହ୍ଲାଦ ବେହେରାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ‍‍‍ବୟସ ହୋଇଥିଲା। ଦୀର୍ଘ ବର୍ଷ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତେବେ ପ୍ରାୟ ୨୦ ଦିନ ହେବ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। […]

  • Thursday, 22 July 2021
cloudy
ହୋଲିକୁ ଫିକା କରିପାରେ ବର୍ଷା; ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ମଧ୍ୟାହ୍ନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, […]

  • Thursday, 22 July 2021
loot-0
ବନ୍ଧୁକ ମୁନରେ ୪ଲକ୍ଷ ୬୦ହଜାର ଟଙ୍କା ଲୁଟ୍‌

ନରସିଂହପୁର(ଦିଲୀପ ପଣ୍ଡା): ବନ୍ଧୁକ ମୁନରେ ମଦ ଦୋକାନ କର୍ମଚାରୀଙ୍କ ନିକଟରୁ ୪ଲକ୍ଷ ୬୦ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। କଟକରୁ ଏଭଳି ଅଭିଯୋଗ ଆସିଛି। ଗତକାଲି ବିଳମ୍ବିତ ରାତିରେ କାନପୁର ଥାନା ଅନ୍ତର୍ଗତ ରିଷିପଡ଼ା ଛକ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନର ଦୁଇ ଜଣ କର୍ମଚାରୀ ଦୋକାନ ବନ୍ଦ କରି ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ଏହାପରେ ବନ୍ଧୁକ ଦେଖାଇ […]

  • Thursday, 22 July 2021
tipper
୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ଟିପ୍ପର, ଚାଲିଗଲା ଡ୍ରାଇଭରଙ୍କ ଜୀବନ

ମୁନିଗୁଡ଼ା(ନନ୍ଦକିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଦେଓକୁପୁଲିଠାରେ ଥିବା ଏକ କ୍ରସର ପରିସରରେ ଏକ ଅଘଟଣ ଘଟିଛି। ପାର୍କିଂ ବେଳେ ଏକ ଟିପ୍ପର ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଗତକାଲି ସନ୍ଧ୍ୟାରେ କ୍ରସର ପରିସରରେ ଟିପ୍ପରଟି ପାର୍କିଂ କରୁଥିବା ବେଳେ ଏପରି ଅଘଟଣ ଘଟିଛି। ଡ୍ରାଇଭର ଜଣକ ଡାଲାକୁ ଉପରକୁ ଉଠାଇ ଦେବାରୁ ଟିପ୍ପରର କ୍ୟାବିନ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ସଙ୍ଗେସଙ୍ଗେ […]

  • Thursday, 22 July 2021
odisha
୪ ଦିନ ହେଲା ମିଳୁନି ପତ୍ତା, ପରିବାର ଲୋକେ ଆତଙ୍କିତ

ଉଦଳା: “ମାର୍ଚ୍ଚ ୫ ସନ୍ଧ୍ୟା ସାଢ଼େ ୬ଟାରୁ ମୋ ସ୍ୱାମୀଙ୍କୁ କିଏ ଅପହରଣ କରି ନେଇଛନ୍ତି। ଉଦଳା ବସ୍‌ ଷ୍ଟାଣ୍ଡ୍‌ରେ ଓହ୍ଲାଇ ଫୋନ୍‌ କରି ମୋତେ ଆକାଉଣ୍ଟ୍‌ ନମ୍ବର ମାଗିଥିଲେ। ତା’ପରଠୁ ଫୋନ୍‌ ସ୍ୱିଚ୍‌ ଅଫ୍‌ ଆସିଥିଲା”। ଏଭଳି କିଛି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ୧୧ ନମ୍ବର ଓ୍ୱାର୍ଡରୁ। ୪ ଦିନ ହେଲା ଜଗଦାନନ୍ଦ ମହାପାତ୍ର ନାମକ ଜଣେ ଯୁବକଙ୍କ ପତ୍ତା ମିଳୁନାହିଁ।  ଯାହାକୁ ନେଇ ପରିବାର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, […]

  • Thursday, 22 July 2021
odisha
ବିଚ୍‌ ରାସ୍ତାରେ ନିଜ ମହକିଲଙ୍କୁ ମାଡ଼ ମାରିଲେ ଓକିଲ, ଭିଡିଓ ଭାଇରାଲ

ନୟାଗଡ଼: ପୁଣି ଓକିଲଙ୍କ ଦବଙ୍ଗଗିରି। ବିଚ୍‌ ରାସ୍ତାରେ ଜଣେ ଓକିଲ ନିଜ ମହକିଲଙ୍କୁ ମାଡ଼ ମାରୁଥିବା ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ଫତେଗଡ଼ ଥାନା ଅଞ୍ଚଳରେ। ଓକିଲଙ୍କ ଆକ୍ରୋଶର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଅଜୟ ପରିଡ଼ା। ଅଭିଯୋଗ ଅନୁଯାୟୀ, ଅଜୟ ଲେବର କାର୍ଡ କରାଇ ଦେବାକୁ ସମ୍ପୃକ୍ତ ଓକିଲଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ତେବେ କାର୍ଡ ନ ହେବାରୁ […]

  • Thursday, 22 July 2021
odisha
ରେଗୁଲାର ଜାଗାରେ‌ ଏକ୍ସ ରେଗୁଲାର ପ୍ରଶ୍ନପତ୍ରରେ ପରୀକ୍ଷା ଦେଲେ ଛାତ୍ରୀ

ବଣାଇ: ରେଗୁଲାର ଜାଗାରେ‌ ଏକ୍ସ ରେଗୁଲାର ପ୍ରଶ୍ନପତ୍ରରେ ପରୀକ୍ଷା ଦେଲେ ଦୁଇ ଛାତ୍ରୀ। ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ କେନା ଭେଟା କଲେଜରୁ। ମିଳିଥିବା ସୂଚନା ଅନୁସାରେ, ଗତ ୪ ତାରିଖରେ ଯୁକ୍ତ ଦୁଇ କଳାର ଦୁଇ ଛାତ୍ରୀ ପିଙ୍କି କିଷାନ ଏବଂ ଖିରେଶ୍ୱରୀ ଭଗତ ମାତୃଭାଷା ସାହିତ୍ୟ ପରୀକ୍ଷା ଦେଇଥିଲେ। ହେଲେ ପରୀକ୍ଷାକେନ୍ଦ୍ରରେ ସେମାନଙ୍କୁ ରେଗୁଲାର ଜାଗାରେ‌ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ଏନେଇ ଦୁଇ ଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ […]

  • Thursday, 22 July 2021
naveen patnaik
ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନ ଲାଗି ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛନ୍ତି।  ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ବିଜେଡି ସଂଖ୍ୟାଲଂଘୁ ସେଲ୍‌ର ପରାମର୍ଶଦାତା ମୁନା ଖାଁ, ସ୍ପେସାଲ ଡେଭଲପମେଣ୍ଟ କାଉନସିଲ୍‌ର ଉପଦେଷ୍ଟା ସୁଜିତ୍ କୁମାର ଓ ମୟୂରଭଞ୍ଜରେ ବିଜୁ ମହିଳା ଦଳର ସଭାନେତ୍ରୀ ମମତା ମହନ୍ତଙ୍କ ନାଁରେ ମୋହର ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷରେ ବ୍ରହ୍ମପୁରର ପୂର୍ବତନ […]

  • Thursday, 22 July 2021
odisha
ଶନିବାର- ନୋ ବ୍ୟାଗ୍‌ ଡେ’

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଓଡ଼ିଆ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ବଢ଼ାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଶନିବାର ଦିନ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନେ ବିନା ବ୍ୟାଗରେ ସ୍କୁଲ ଆସିବେ ବୋଲି ନିୟମ କରାଯାଇଛି। ଏହାସହ ସ୍କୁଲରେ ସେମାନଙ୍କୁ ପାଠପଢ଼ା ଉପକରଣ ଓ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସ୍କୁଲରେ ସେମାନଙ୍କୁ ମନୋରଞ୍ଜନ ମାଧ୍ୟମରେ ପାଠପଢ଼ାଇବାକୁ ବ୍ୟବସ୍ଥା ହୋଇଛି। ଫଳରେ ସ୍କୁଲକୁ ଆସିବା ପ୍ରତି ପିଲାଙ୍କ ଆଗ୍ରହ […]

  • Thursday, 22 July 2021
bus
ଟ୍ୟାକ୍ସ ଫାଙ୍କୁଥିଲେ, ସିଜ୍‌ ହେଲା ବସ୍‌

ବାଲେଶ୍ୱର: ଟ୍ୟାକ୍ସ ଓ ପେନାଲ୍‌ଟି ବାବଦକୁ ଲକ୍ଷାଧିକ ଟଙ୍କା ଟିକସ ଦେଲେନି ବସ୍‌ ମାଲିକ। ଫଳରେ ମାଲିକଙ୍କ ଅନ୍ୟ ଏକ ବସ୍‌କୁ ଅଟକାଇ ସିଜ୍‌ କଲେ ଆର୍‌ଟିଓ। ଏଭଳି କିଛି ଘଟଣା ଘଟିଛି ବାଲେଶ୍ୱରରେ। ଆଜି ବାଲେଶ୍ୱର ଆର୍‌ଟିଓ ଅଫିସ ସାମ୍ନାରେ ‘ଶ୍ରୀ ଲୋକନାଥ’ ନାମକ ଏହି ଘରୋଇ ବସ୍‌କୁ ଅଟକା ଯାଇ ସିଜ୍‌ କରାଯାଇଛି। ଏଥିସହ ବସ୍‌ର କାଗଜପତ୍ର ବି ଯାଞ୍ଚ କରାଯାଇଛି। ସୂଚନା ଅନୁସାରେ, ‘ଶ୍ରୀ ଲୋକନାଥ’ ବସ୍‌ର ମାଲିକ ଗୋପ ପଣ୍ଡାଙ୍କ ଉପରେ […]

  • Thursday, 22 July 2021
rain
୫ଟି ଜିଲ୍ଲାରେ ବର୍ଷା ସହ ଝଡ଼ ତୋଫାନ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ଆଜି ବର୍ଷା ସହିତ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏଥିପାଇଁ ଦିନ ୧ଟା ୩୦ ପର୍ଯ୍ୟନ୍ତ ୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ ବାଲେଶ୍ୱର।

  • Thursday, 22 July 2021
corana-1-1
SCBରୁ ପଳାଇ ଆସିଥିବା କରୋନା ସନ୍ଦିଗ୍ଧ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ୱରର: କରୋନା ସନ୍ଦେହରେ କଟକ SCB ଯାଇ ସେଠାରୁ ଫେରି ଆସି ଭୁବନେଶ୍ୱରର ଏକ ହୋଟେଲରେ ଆଇସୋଲେସନ୍‌ରେ ରହିଥିବା ବିଦେଶୀ ନାଗରିକଙ୍କୁ ଶେଷରେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆୟର୍ଲାଣ୍ଡର ଏହି ନାଗରିକ ଓ ତାଙ୍କର ଜଣେ ସ୍ଥାନୀୟ ସହଯୋଗୀଙ୍କୁ  ଆଇସୋଲେସନ୍ ଓ୍ୱାର୍ଡରେ ରଖାଯିବା ସହ ଡାକ୍ତରୀ ଟିମ୍‌ ସେମାନଙ୍କ ଉପରେ ନଜର ରଖିଛନ୍ତି। ଉଭୟଙ୍କ ରକ୍ତ ନମୁନା ଗତକାଲି ସଂଗ୍ରହ କରାଯାଇଛି। ଏହାକୁ ପରୀକ୍ଷା ପାଇଁ ପୁନେ ଓ କୋଲକାତା ପଠାଯିବ ବୋଲି ଜଣାପଡ଼ିଛି। ସେଠାରୁ […]

  • Thursday, 22 July 2021
bus
କମିଲା ବସ୍‌ ଭଡ଼ା

ଭୁବନେଶ୍ୱର: କମିଲା ବସ୍‌ ଭଡ଼ା। ଗତକାଲି ବସ୍‌ ଭଡ଼ା କମାଇଛନ୍ତି ରାଜ୍ୟ ସରକାର। ଅର୍ଡିନାରୀ (ସାଧାରଣ) ଓ ଏକ୍ସପ୍ରେସ୍‌ ବସ୍‌ ଭଡ଼ା କିଲୋମିଟର ପିଛା ୧ ପଇସା ହ୍ରାସ ପାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ କିଲୋମିଟର ପିଛା ୨ ପଇସା କମିଛି। ଅର୍ଡିନାରୀ ବସ୍‌ ଭଡ଼ା ପୂର୍ବରୁ କି.ମି. ପିଛା ୬୯ ପଇସା ଥିବାବେଳେ ଏବେ ଏହା ୬୮ ପଇସାକୁ କମିଛି। ଏକ୍ସପ୍ରେସ୍‌ ବସ୍‌ ଭଡ଼ା କି.ମି. ପିଛା ୭୨ ପଇସାରୁ ୭୧ ପଇସା, […]

  • Thursday, 22 July 2021
MO-BUS
କାଲି ମାଗଣାରେ ‘ମୋ ବସ୍‌’ରେ ଯାତ୍ରା କରିପାରିବେ ମହିଳା

ଭୁବନେଶ୍ୱର: ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ‘ମୋ ବସ୍‌’ରେ ଆସନ୍ତାକାଲି ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ଏନେଇ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT)ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ଥିବାରୁ ଯାତ୍ରା ଲାଗି ମହିଳାଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ଦିପ୍ତୀ ମହାପାତ୍ର। Important announcement- On the occasion of #InternationalWomensDay […]

  • Thursday, 22 July 2021
ganeshi
ଏଥର ହୋଲି ଖେଳିବେନି ରାଜ୍ୟପାଳ

ଭୁବନେଶ୍ୱର: ବିଶ୍ୱବ୍ୟାପୀ ମହାମାରୀ ରୂପ ଧାରଣ କରିଥିବା କରୋନାକୁ ନେଇ ଏବେ ଓଡ଼ିଶା ଆଲର୍ଟ ହୋଇଛି। ତେବେ ପ୍ରାଣଘାତୀ କରୋନାସଂକ୍ରମଣକୁ ଆଖି ଆଗରେ ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଚଳିତବର୍ଷ ହୋଲି ନଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜଭବନ ପକ୍ଷରୁ ସୂଚନା ଜାରି ହୋଇଛି। ସୂଚନା ଅନୁସାରେ, ରାଜ୍ୟପାଳ ଚଳିତବର୍ଷ ହୋଲି ଖେଳିବେ ନାହିଁ କିମ୍ବା ହୋଲି ମିଳନ ଓ ଉତ୍ସବ ଆଦିରେ ଯୋଗ ଦେବେ ନାହିଁ। ଭୟାବହ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନିମନ୍ତେ […]

  • Thursday, 22 July 2021
rain
ଆସନ୍ତା ୪୮ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାରା ରାଜ୍ୟରେ ଅଦିନିଆ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରାଇଛି। ପୁଣି ଆସନ୍ତା ୨ଦିନ ପାଇଁ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ଗଞ୍ଜାମ ପାଇଁ ୱେଲ୍ଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗୁଣପୁରରେ ସର୍ବାଧିକ ବର୍ଷା ହୋଇଥିବା […]

  • Thursday, 22 July 2021
deadbody
ହେଲମେଟ୍ ଭାସୁଥିବା ଦେଖିବା ପରେ ପୋଖରୀରୁ ଉଦ୍ଧାର ହେଲା ମୃତଦେହ

ଯାଜପୁର: ଯାଜପୁର ସଦର ଥାନା କବୀରପୁର ନିକଟ ପୋଖରୀରୁ ଦୁଇ ଯୁବକଙ୍କ ମୃତଦେହ ମିଳିଛି।ଗତକାଲି ରାତିରେ ଯାଜପୁର ଟାଉନ୍ ଅଞ୍ଚଳର ଅଭିଜିତ୍ ଉପାଧ୍ୟାୟ ଓ ସୁଶୀଲ ରାୟ ଘରୁ କଟକ ଯାଉଥିଲେ। କିନ୍ତୁ କିଛି ସମୟ ପରେ ସେମାନେ କୁଆଡେ ଗଲେ ତାହା ଜଣାପଡ଼ିନଥିଲା। ପରେ ଆଜି ପୋଖରୀରେ ହେଲମେଟ୍ ଭାସୁଥିବା ଲୋକେ ଦେଖିଥିଲେ। ପୋଖରୀ ଭିତରେ ଖୋଜାଖୋଜି କରିବା ପରେ ଏହି ଦୁଇ ଜଣଙ୍କ ମୃତଦେହ ଓ ବାଇକ୍ ପୋଖରୀ ଭିତରୁ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ […]

  • Thursday, 22 July 2021
bank-herpher
ବ୍ୟାଙ୍କ ମ୍ୟାନେଜରଙ୍କ ବଦଳି ପରେ ଖୋଲିଲା ବଡ଼ ଗୁମର

ଗଞ୍ଜାମ: ନକଲି ସୁନା କିନ୍ତୁ ଅସଲି ଠକେଇ। ନକଲି ସୁନା ରଖି ବ୍ୟାଙ୍କ କର୍ମଚାରୀ ଅନ୍ୟ ଜଣକ ନାଁରେ କୋଟି କୋଟି ଟଙ୍କା ଉଠାଇ ଆତ୍ମସାତ କରିଛନ୍ତି। ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ବଦଳି ପରେ ଏବେ ଏହି ଗୁମର ଖୋଲିଛି। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଭଂଜନଗର ନିକଟସ୍ଥ କୁଲାଡରେ ଥିବା ଆନ୍ଧ୍ର ବ୍ୟାଙ୍କରୁ। ନକଲି ସୁନା କାରବାର କରି କୋଟି କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ଅଂଚଳବାସୀ। ଅଭିଯୋଗ କ୍ରମେ ବ୍ୟାଙ୍କରେ […]

  • Thursday, 22 July 2021
fake-note
୨ ଲକ୍ଷ ୬ ଶହ ନକଲି ନୋଟ୍ ଜବତ କଲା ଏସଟିଏଫ୍

ବରଗଡ଼: ବରଗଡ଼ରେ ଜବତ ହେଲା ନକଲି ଟଙ୍କା। ଶହେ କି ହଜାରେ ନୁହେଁ, ୨ ଲକ୍ଷ ୬୦୦ ଟଙ୍କାର ନକଲି ନୋଟ୍ ହୋଇଛି ଜବତ। ବରଗଡ଼ର ଭଟଲି ଛକରୁ ଏହି ନକଲି ନୋଟ୍ ଜବତ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍)। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ନକଲି ନୋଟ୍ କାରବାର କରୁଥିଲେ ବୋଲି କୁହାଯାଉଛି। ଜବତ ନୋଟ୍ ଭିତରେ ୨୮୮ଟି ୫ଶହ ଟଙ୍କିଆ, ୨୩୩ଟି ୨ଶହ ଟଙ୍କିଆ, ୧୦୦ଟି ଶହେ ଟଙ୍କିଆ […]

  • Thursday, 22 July 2021
corona
ଝାରସୁଗୁଡାରେ କରୋନା ସନ୍ଦିଗ୍ଧ!

ଝାରସୁଗୁଡ଼ା: କରୋନାକୁ ନେଇ ସାରା ରାଜ୍ୟରେ ଏବେ କୋକୁଆ ଭୟ। ନିକଟ ଅତୀତରେ ପାରାଦୀପ ଅଞ୍ଚଳର ଦମ୍ପତି କରୋନା ଆକ୍ରାନ୍ତ ସନ୍ଦେହ କରି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଆଜି ପୁଣି ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଆଉ ଜଣେ କରୋନା ସନ୍ଦିଗ୍ଧ। ଝାରସୁଗୁଡ଼ା ଜିଲ୍ଲାର ଜଣେ ବ୍ୟକ୍ତି ମାଲେସିଆରୁ ଫେରିଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରିବା ପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଅଭଜରଭେସନରେ ରଖିବା ସହ ନମୁନା ପରୀକ୍ଷା କରାଯିବ। ଏନେଇ […]

  • Thursday, 22 July 2021
odisha
ଫାଟିଲା ପାଇପ୍‌, ଘରେ ପଶିଲା ପାଉଁଶ ପାଣି

ଅନୁଗୁଳ(ବିରଜା ପ୍ରସାଦ ଦାଶ): ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ TTPSର ଆସ୍‌ ପାଇପ୍‌ ଫାଟିବା ଯୋଗୁ ରାସ୍ତା, ଚାଷ ଜମି ଓ କିଛି ଘର ଭିତରେ ପାଉଁଶ ପାଣି ପଶିଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜଗନ୍ନାଥପୁର ଗାଁ ନିକଟରେ ଏହି ପାଇପ୍‌ ଫାଟି ଯାଇଛି। ଏନେଇ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି,“ଆଜି ସକାଳ ୬ଟାରୁ ପାଉଁଶ ପାଣି ଆସି ମୋ ଧାନ ମିଲ୍ ଭିତରେ ପଶି ଯାଇଛି। ଏଥିଯୋଗୁ ମିଲ୍‌ରେ ଥିବା ଧାନ ନଷ୍ଟ […]

  • Thursday, 22 July 2021
whale
ସମୁଦ୍ର କୂଳରୁ ବିଶାଳ ମୃତ ତିମି ଉଦ୍ଧାର

କୋଣାର୍କ(ସଞ୍ଜୟ ପତି): ପୁରୀ ଜିଲ୍ଲା ଅସ୍ତରଙ୍ଗର ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଏକ ବିଶାଳକାୟ ତିମି ମାଛର ମୃତଦେହ ଠାବ ହୋଇଛି। ଗତକାଲି ସନ୍ଧ୍ୟାରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ। ଆଜି ସକାଳୁ ଅସ୍ତରଙ୍ଗ ବନ କର୍ମଚାରୀ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ ତିମିକୁ ଉଦ୍ଧାର କରିଥିଲେ। ମୃତ ତିମିଟି ୩୦ ଫୁଟ ଊର୍ଦ୍ଧ୍ୱ ଲମ୍ବା ହେବ। ଏହି ତିମି ମାଛଟି blue whale ପ୍ରଜାତିର ହେବ ବୋଲି ଜଣାପଡ଼ିଛି। ମୃତ ତିମିର […]

  • Thursday, 22 July 2021
odisha
ମୁମ୍ବାଇରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଖଲ୍ଲିକୋଟ: ମୁମ୍ୱାଇରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ରାଣିପଡ଼ା ଗାଁର ଗୌରାଙ୍ଗ ଗୌଡ଼। ସେ ୨ ମାସ ହେବ ମୁମ୍ୱାଇରେ ରହି ଏକ ଘରୋଇ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସୂଚନା ଅନୁସାରେ, ସୋମବାର ଦିନ ଗୌରାଙ୍ଗ କାମ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବାରୁ ତାଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ପୁଲିସ୍‌ ତାଙ୍କ ମୃତଦେହକୁ ଜବତ କରି […]

  • Thursday, 22 July 2021
odisha
SCBରେ ଭର୍ତ୍ତି କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ୍ ନେଗେଟିଭ୍

କଟକ: କଟକ SCBରେ ଭର୍ତ୍ତି ହୋଇଥିବା କରୋନା ସନ୍ଦିଗ୍ଧ ଦମ୍ପତିଙ୍କ ସାମ୍ପଲ୍ ନେଗେଟିଭ୍ ଆସିଛି। ପୁନେ ଲ୍ୟାବରେ ଦମ୍ପତିଙ୍କ ରକ୍ତ ଓ ସ୍ୱାବ୍ ପରୀକ୍ଷା କରାଯାଇଥିଲା। ତେବେ ସେମାନଙ୍କର ସାମ୍ପଲ୍‌ ନେଗେଟିଭ୍‌ ଆସିଛି। ପାରାଦୀପରେ ଲାଗିଥିବା ଏକ ଜାହାଜରେ ଏହି ଦମ୍ପତି ଆସିଥିଲେ। ଉଭୟଙ୍କୁ SCBର ସ୍ୱତନ୍ତ୍ର ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି। ଅନ୍ୟପକ୍ଷରେ କରୋନା ଯେପରି ନ ବ୍ୟାପେ, ସେଥିପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିମାନବନ୍ଦରରେ ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି। କେନ୍ଦ୍ର ଜାହାଜ […]

  • Thursday, 22 July 2021
scb
କଟକ SCBରୁ ଚମ୍ପଟ୍ ମାରିଥିବା କରୋନା ସନ୍ଦିଗ୍ଧଙ୍କ ମିଳିଲା ପତ୍ତା

କଟକ: କଟକ SCB ମେଡିକାଲ୍‌ରୁ ଚମ୍ପଟ୍‌ ମାରିଥିବା କରୋନା ସନ୍ଦିଗ୍ଧଙ୍କ ପତ୍ତା ମିଳିଛି। ଭୁବନେଶ୍ୱରର ଏକ ହୋଟେଲରେ ସନ୍ଦିଗ୍ଧ ଆୟର୍ଲାଣ୍ଡ ନାଗରିକଙ୍କୁ ଠାବ କରାଯାଇଛି। ଗତକାଲି ରାତିରୁ ସମ୍ପୃକ୍ତ ବ୍ୟକ୍ତି ଜଣକ କେଉଁ ଆଡ଼େ ଚମ୍ପଟ ମାରିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ସନ୍ଦିଗ୍ଧ ବ୍ୟକ୍ତି ଜଣକ ଭୁବନେଶ୍ୱରର ଏକ ହୋଟେଲ୍‌ରେ ରହିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏକ ନୂଆ ଟ୍ୱିଷ୍ଟ୍‌ ସାମ୍ନାକୁ ଆସିଛି। SCB କର୍ତ୍ତୃପକ୍ଷ ଗୋଟିଏ କଥା କହୁଥିବା ବେଳେ […]

  • Thursday, 22 July 2021

Total Seats 70

BJP 44
AAP 26
INC 0
OTHERS 0

Delhi Vidhan Sabha Election Result