ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନା ଭୟ। ଓଡ଼ିଶାରେ ଏବେ ସୁଦ୍ଧା କେହିବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ହେଲେ ରାଜ୍ୟ ତଥା ଦେଶ ବାହାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟ ତଥା ଦେଶ ବାହାରକୁ ଯାଇ ଫେରୁଥିବା ବ୍ୟକ୍ତିଙ୍କୁ ନିଜ ସମ୍ପର୍କରେ ଅବଗତ କରାଇବାକୁ କୁହାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବଲାଙ୍ଗିର ଜିଲ୍ଲାରେ କରୋନା ସନ୍ଦେହରେ ଦମ୍ପତିଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି। ସେମାନେ ସଂପର୍କୀୟଙ୍କ ମୃତ୍ୟୁ ଖବର […]
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହାସହ ଷ୍ଟେଟ୍ ବଟାନିକାଲ ଗାର୍ଡେନ୍ ମଧ୍ୟ ବନ୍ଦ ରହିଛି। ଏ ନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେହିପରି ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ, କଲେଜ […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): “ଆଖି ଆଗରେ ଦିନୁ ଦିନ ଲୋକଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସୁଥିଲା। ଏହା ଦେଖି ଆମେ ପୂରାପୂରି ଭୟଭୀତ ହୋଇଯାଇଥିଲୁ। ତେଣୁ ଯଥାଶୀଘ୍ର ଉଦ୍ଧାର କରିବାକୁ ଆମେ ଭାରତ ସରକାରଙ୍କୁ ନିବେଦନ କରିଥିଲୁ। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କ୍ୱାରେଣ୍ଟାଇନ୍ ପିରିଅଡ୍ରେ ଆମେ ଫଳ, ନୁଡଲ୍ସ ଖାଇକି ରହୁଥିଲୁ।” ଏପରି ଭାବେ ନିଜ ଲୋମଟାଙ୍କୁରା କରୋନା ଅନୁଭୂତି ବଖାଣିଛନ୍ତି ଜାପାନରେ ଏକ ଜାହାଜରେ କିଛି ଦିନ ଧରି ଫସି ରହିବା ପରେ ସୁରକ୍ଷିତ ଭାବେ […]
ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ୍ରେ ଟ୍ରେନ୍ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଜଣେ ବୃଦ୍ଧ ଟ୍ରେନ୍ରୁ ଖସି ପଡ଼ିଥିଲେ ଓ ତାଙ୍କ ଉପରେ ଟ୍ରେନ୍ ଚଢ଼ି ଯାଇଥିଲା। ସେହିପରି ଆଜି ସକାଳେ ଜଣେ ଯୁବକଙ୍କୁ ଟ୍ରେନ୍ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ୍ ଧକ୍କାରେ ଯୁବକ ଜଣଙ୍କ ପ୍ରାଣ ହରାଇଥିବା ଜଣାପଡ଼ିଛି। ଜିଆରପି ପୁଲିସ୍ […]
ଭୁବନେଶ୍ୱର: ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ଆଜିଠୁ ଆଉ ମିଳିବ ନାହିଁ ପାଣି ଓ ବିଜୁଳି। ଖିଲାପକାରୀଙ୍କ ବିରୋଧରେ ବିଏମ୍ସି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏନେଇ ବିଏମ୍ସିର ନର୍ଥ ଜୋନାଲ ଡେପୁଟି କମିଶନର ଉଭୟ ସେସୁ ଏବଂ ଓ୍ୱାଟକୋକୁ ଚିଠି ଲେଖିଛନ୍ତି। ବିଏମସିର ନର୍ଥ ଜୋନରେ ଥିବା ମୋଟ ୧୮ ଜଣ ଖିଲାପକାରୀଙ୍କ ନାମ ସହ ସେମାନଙ୍କର ବକେୟା ଥିବା ହୋଲ୍ଡିଂ ଟିକସର ବିବରଣୀ ଏକ ଚିଠାରେ ଦିଆଯାଇଛି। ଆଜିଠାରୁ ଏହି ଖିଲାପକାରୀଙ୍କ ବିଜୁଳି ସାଙ୍ଗକୁ ପାଣି […]
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଗୁଳିମାଡ଼ରେ ଜଣେ କନଷ୍ଟେବଲ୍ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାମଚନ୍ଦ୍ର ସାହୁ। ସେ ଆଇଆର୍ବିରେ କନଷ୍ଟେବଲ୍ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ଏହି ଗୁଳିମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ମେଲଣ କାର୍ଯ୍ୟକ୍ରମକୁ ନେଇ ଗାଁର ସଭାପତି ଶ୍ରୀକାନ୍ତ ସାହୁଙ୍କ ଭାଇଙ୍କ ସହ କନଷ୍ଟେବଲ୍ଙ୍କ ବଚସା ହୋଇଥିଲା। ଏଥିରେ ଗାଁ ସଭାପତି ଉତ୍କ୍ଷିପ୍ତ ହୋଇ ରାମଚନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା।
ରାୟଗଡ଼ା(ମନୋଜ ପାତ୍ର): ସୋଶାଲ୍ ମିଡିଆରେ କରୋନା ସମ୍ପର୍କରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ରାୟଗଡ଼ା ପୁଲିସ୍ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ସତ୍ୟନାରାୟଣ ସାମଲ। ରାୟଗଡ଼ାରେ ଜଣେ କରୋନା ଆକ୍ରାନ୍ତ ପହଞ୍ଚିଥିବା ଏବଂ ସେ ଜଣେ କେରଳ ଫେରନ୍ତା ଦାଦନ ଶ୍ରମିକ ବୋଲି ସତ୍ୟନାରାୟଣ ସୋଶାଲ୍ ମିଡିଆରେ ମିଥ୍ୟା ତଥା ଗୁଜବ ପ୍ରଚାର କରିଥିଲେ। ଏହାକୁ ନେଇ ଲୋକେ ଭୟଭୀତ ହୋଇଯାଇଥିଲେ। ଏହା ଏକ ଗୁଜବ ଖବର ଜଣାପଡ଼ିବା […]
ଭୁବନେଶ୍ୱର: କରୋନା ଭାଇରସ୍କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ପ୍ରାଣଘାତୀ କରୋନାରେ ଜଣଙ୍କ ପରେ ଜଣଙ୍କ ଜୀବନ ଚାଲି ଯାଉଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ସତର୍କତା ଓ ସଚେତନତା କରାଯାଉଛି। ଅନ୍ୟପକ୍ଷରେ କରୋନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ର ସମସ୍ତ ଶୋ’କୁ ଆସନ୍ତା ୩୧ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏତଦ୍ବ୍ୟତୀତ ବୁର୍ଲା ସ୍ଥିତ ଡଃ ଏପିଜେ ଅବଦୁଲ୍ […]
ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ରେଗୁଲେସନ୍ ଜାରି ହୋଇଛି। ଏହି ରେଗୁଲେସନ୍ ଅନୁଯାୟୀ ସବୁ ସରକାରୀ, ଘରୋଇ ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ଏହାସହ ହସ୍ପିଟାଲ୍କୁ ଆସୁଥିବା ସମସ୍ତ କରୋନା ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ରଖିବେ ହସ୍ପିଟାଲ କର୍ତ୍ତୃପକ୍ଷ। ଯଦି କେହି କରୋନା ସଂପର୍କରେ ଗୁଜବ ପ୍ରଚାର କରନ୍ତି, ଏହାକୁ ଅପରାଧ ଭାବେ ବିବେଚନା କରାଯିବ ଓ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି କୌଣସି […]
ଭୁବନେଶ୍ୱର: ଆସନ୍ତା ୨୯ ଯାଏ ବିଧାନସଭା ମୁଲତବି ଘୋଷଣା ହୋଇଛି। ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସ୍ଥଗିତ ରଖିବା ଲାଗି ଆସିଥିବା ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଯାଇଛି। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୯ ଯାଏ ଚାଲିବାକୁ ଧାର୍ଯ୍ୟ ହୋଇଛି। କରୋନା ଭାଇରସ୍ ଯୋଗୁ ବିଧାନସଭା ଅଧିବେଶନକୁ ସ୍ଥଗିତ ରଖିବା ଲାଗି ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ। ତେବେ ପ୍ରସ୍ତାବକୁ ବିଜେପି ବିରୋଧ କରିଥିଲା। କରୋନା ଆତଙ୍କ ସତ୍ତ୍ୱେ ସଂସଦ ଅଧିବେଶନ ଚାଲିଥିବାରୁ ବିଧାନସଭାକୁ […]
ଭୁବନେଶ୍ୱର: ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କରିଛନ୍ତି। ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ କରିବାକୁ ଘୋଷଣା ହୋଇଛି। ତେବେ ପରୀକ୍ଷା ଚାଲିଥିବା ଶିକ୍ଷାନୁଷ୍ଠାନ ବନ୍ଦ ହେବନାହିଁ ବୋଲି ରାଜ୍ୟ ସରକାର […]
କେନ୍ଦ୍ରାପଡ଼ା: ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ପାଟକୁରା ଦେଇ ଯାଇଥିବା ଚିତ୍ରତ୍ପୋଳା ନଦୀକୁ ଗାଧୋଇବା ପାଇଁ ଆଜି ସକାଳେ ୨ ଜଣ ଯୁବକ ଯାଇଥିଲେ। ଏହି ସମୟରେ କୌଣସି କାରଣ ବଶତଃ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ପାଟକୁରା ମେଡିକାଲ୍ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। […]
ଭୁବନେଶ୍ୱର: ପିଲା ଓ ଭିତ୍ତିଭୂମି ଅଭାବରୁ ରାଜ୍ୟର ୧୧ ହଜାର ୫୧୭ଟି ସ୍କୁଲର ମିଶ୍ରଣ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ୬ ହଜାର ୩୪୦ଟି ବିଦ୍ୟାଳୟ, ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ୫ ହଜାର ୧୭୭ଟି ପ୍ରାଇମେରୀ ସ୍କୁଲ ବନ୍ଦ ହେବ। ଏହିସବୁ ସ୍କୁଲ୍ ଗୁଡ଼ିକର ମିଶ୍ରଣ ହେବ…. ୧୦୦ ମିଟର ଦୂରତା କିମ୍ବା ଗୋଟିଏ କ୍ୟାମ୍ପସରେ ରହିଥିବା ପ୍ରାଥମିକ […]
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସକୁ ୧ କୋଟି ଟଙ୍କାର ଯନ୍ତ୍ରାଂଶ ପ୍ରଦାନ କରିବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(AAI)। ଏନେଇ ଗତକାଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ଏମ୍ସର ଚୁକ୍ତି ସ୍ୱାକ୍ଷର ହୋଇଛି। ସିଏସ୍ଆର୍ କାର୍ଯ୍ୟକ୍ରମ ଅଂଶ ସ୍ୱରୂପ AAI ଏମ୍ସକୁ କୋଟିଏ ଟଙ୍କାର ଯନ୍ତ୍ରାଂଶ ଯୋଗାଇଦେବ। ଚୁକ୍ତି ଅନୁସାରେ, ଏମ୍ସକୁ ଏୟାରପୋର୍ଟ ଅଥରିଟି ୬ଟି ICU ଭେଣ୍ଟିଲେଟର, ୨ପୋର୍ଟେବଲ ଭେଣ୍ଟିଲେଟର, ୨ ଡେଫିବ୍ରିଲେଟର ପ୍ରଦାନ କରିବ। ମେଡିକାଲ୍ ଭିତ୍ତିଭୂମି ବିସ୍ତାର କରିବାରେ AIIMS ନିର୍ଦ୍ଦେଶକ ଏବଂ […]
କାମାକ୍ଷାନଗର: “ପ୍ରାଇଭେଟ କାମ ପାଇଁ ଶହେ ଟଙ୍କା । କିନ୍ତୁ ସରକାରୀ କାମ ହେଲେ ଟଙ୍କାଟେ ବି ଦେବାକୁ ପଡ଼ିବନି।” ଏପରି ଭାବେ କହୁଥିବା ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି, ସେ ଜଣେ ଡାକ୍ତର। ତାଙ୍କ ନାଁ ସ୍ଥିତପ୍ରଜ୍ଞ ମହାନ୍ତି। ସେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ସେ ଜଣେ ବ୍ୟକ୍ତିଙ୍କଠାରୁ ୧୦୦ ଟଙ୍କା ଲାଞ୍ଚ ନେବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଡାକ୍ତର ସ୍ଥିତପ୍ରଜ୍ଞ […]
ଆଠଗଡ଼: ବାହା ହେବାକୁ ଯାଉଥିଲେ, ହେଲେ ଅଧା ବାଟରେ ବରଯାତ୍ରୀ ଗାଡ଼ି ଅଟକାଇ ବରକୁ ଉଠାଇ ନେଇଗଲେ। ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ। ସୂଚନା ଅନୁସାରେ, ଆଠଗଡ ସମସରପୁର ଗାଁର ଜଣେ ଯୁବତୀଙ୍କ ସହ ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ଆଜି ଆଠଗଡ଼ର ବୀରକିଶୋରପୁର ଶିବ ମନ୍ଦିରରେ ବାହାଘର ହେବାର ଥିଲା। ଏଥିପାଇଁ ବର, ବରଯାତ୍ରୀଙ୍କୁ ଧରି ବିବାହ ସ୍ଥଳ ଅଭିମୁଖେ ବାହାରିଥିଲେ। ହେଲେ ଆଠଗଡ ଥାନା […]
ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ୩ ଦିନ ଯାଏ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ନେଇ କିଛି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୫-୫୫ କି.ମି. ରହିବ। ଏହି ଜିଲ୍ଲା ଗୁଡ଼ିକ […]
ବ୍ରହ୍ମପୁର: ମହଙ୍ଗା ପଡ଼ିଲା ବାହାରେ ଅଳିଆ, ଆବର୍ଜନା ଫିଙ୍ଗିବା। ବାହାରେ ଅଳିଆ, ଆବର୍ଜନା ଫିଙ୍ଗିବା ଅଭିଯୋଗରେ ଏକ ଦେଶୀ ମଦ ଭାଟିକୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର କର୍ପୋରେସନ ରୋଡ୍ରେ ଥିବା ଏକ ଦେଶୀମଦ ଭାଟିକୁ ଏହି ଜରିମାନା କରିଛନ୍ତି ଜିଲ୍ଲାପାଳ। ଏହାସହ ଅନ୍ୟ ୪ ଜଳଖିଆ ଦୋକାନକୁ ୧୦ ହଜାର ଟଙ୍କା ଲେଖାଏ ମଧ୍ୟ ଜରିମାନା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା ଆଜି ସକାଳେ ସାଇକେଲ୍ରେ ବୁଲି ସଫେଇ କାର୍ଯ୍ୟ […]
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରୁ ୧ କେଜିରୁ ଊର୍ଦ୍ଧ୍ୱ ଓଜନର ବ୍ରାଉନସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର STF ଚଢ଼ଉ କରି ଏହି ବ୍ରାଉନ୍ସୁଗର ଜବତ କରିଛି। ଜଟଣୀ ଅଞ୍ଚଳରେ ବ୍ରାଉନସୁଗର କାରବାରର ଏକ ବଡ଼ ଡିଲ୍ ହେବା ନେଇ ଗତକାଲି କ୍ରାଇମବ୍ରାଞ୍ଚର STF ସୂଚନା ପାଇଥିଲା। ଏହା ପରେ ଚଢ଼ଉ ନିମନ୍ତେ ଜାଲ ବିଛାଇଯାଇଥିଲା ଓ ଚଢ଼ଉ ସମୟରେ ୧ କେଜିରୁ ଊର୍ଦ୍ଧ୍ୱ […]
ବଲାଙ୍ଗିର: ବ୍ରିଜ ନିର୍ମାଣକୁ ୫ ବର୍ଷ ପୂରି ନାହିଁ, କିନ୍ତୁ ଦବିଗଲା ବ୍ରିଜ୍। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ୍ ଦବି ଯାଇଥିବା ଜଣାପଡ଼ିଛି। ୨୦୧୫ ମସିହାରେ ସୁକତେଲ ନଦୀ ଉପରେ ତମିଆଁ-ମୁଦଳସର ବ୍ରିଜ୍ ନିର୍ମାଣ କରାଯାଇଥିଲା। ହେଲେ ଏବେ ଏହା ଦବି ଯାଇଥିବା ଜଣାପଡ଼ିଛି। ବ୍ରିଜ୍ଟି ଦବି ଯାଇଥିବାବେଳେ କେତେବେଳେ ଯେ ଏହା ଭାଙ୍ଗିଯିବ ତା’ହା କେହି କହିପାରିବେ ନାହିଁ। ନିମ୍ନମାନର କାମ ଯୋଗୁ ବ୍ରିଜ୍ଟି ଦବି ଯାଇଥିବା […]
ନିଆଳି: କଟକ ଜିଲ୍ଲା ନିଆଳି ସାପ୍ତାହିକ ହାଟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬୦ରୁ ଅଧିକ ଚାଳି ଜଳି ଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସାପ୍ତାହିକ ହାଟ ଥିବାରୁ ଜିନିଷପତ୍ର ଧରି ହନ୍ତସନ୍ତ ହୋଇଛନ୍ତି ବ୍ୟବସାୟୀ। ପୂର୍ବରୁ ଏହି ହାଟରେ ଚାରି ଥର ନିଆଁ ଲାଗିଥିଲା।
ଖୋର୍ଦ୍ଧା: ତୃତୀୟ ବିବାହ କରିବାକୁ ଯାଇ ହଟହଟା ହେଲା ବର। ଦ୍ୱିତୀୟ ପତ୍ନୀଙ୍କ ଅଭିଯୋଗ ଆଧାରରେ ବାହା ବେଦୀରୁ ଉଠାଇ ନେଲା ପୁଲିସ୍। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଧଳାପଥର ଅଞ୍ଚଳରେ। ସୂଚନା ଅନୁସାରେ, ବୋଲଗଡ଼ ଥାନା ଅଞ୍ଚଳର ଶିବ ପ୍ରସାଦ ମଙ୍ଗରାଜ ନାମକ ଜଣେ ବ୍ୟକ୍ତି ପୂର୍ବରୁ ୨ ଜଣଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ଦେଢ଼ ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ ବୋଲି ଜଣାପଡ଼ିଛି। ତେବେ ଦ୍ୱିତୀୟ […]
ଜଳେଶ୍ୱର(ଅଜିତ ଦାସ): ଚା’ ପ୍ରସ୍ତୁତ ବେଳେ ଅଜାଣତରେ ସେଥିରେ ଚା’ ପତି ବଦଳରେ ପଡ଼ିଗଲା କୀଟନାଶକ। ଏହି ବିଷାକ୍ତ ଚା’ ପିଇ ୧୫ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ରଣସିଂହ ଗାଁରେ ଏଭଳି ଅଭାବନୀୟ ଘଟିଛି। ଗୁରୁତରଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ରଣସିଂହପୁର ଗାଁରେ ଏକ ବାହାଘର ଭୋଜିଥିଲା। ଏହି ଭୋଜିରେ କେତେକ ଗ୍ରାମବାସୀ […]
ରାଉରକେଲା/ରାଜଗାଙ୍ଗପୁର: ରାଜଗାଙ୍ଗପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ନ ଅଟକିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ରାଜଗାଙ୍ଗପୁର ଷ୍ଟେସନ ମାଷ୍ଟର ନିଲମ୍ବିତ ହୋଇଛନ୍ତି। ଚକ୍ରଧରପୁର DRM ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରିଛନ୍ତି। ଗତକାଲି ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ ରାଜଗାଙ୍ଗପୁର ଷ୍ଟେସନରେ ଅଟକି ନ ଥିଲା। ଅପରାହ୍ନ ୨ଟା ୨୫ ମିନିଟ୍ରେ ଦ୍ରୁତ ଗତିରେ ଷ୍ଟେସନ୍ ଅତିକ୍ରମ କରି ପଳାଇଥିଲା ଟ୍ରେନ୍। ଉକ୍ତ ସମୟରେ ଶହେରୁ ଊର୍ଦ୍ଧ୍ୱ ଲୋକ ଟ୍ରେନ୍ ପାଇଁ ଅପେକ୍ଷା କରି […]