• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ଫୁଲବାଣୀର ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରକୁ ଗୁଳିମାଡ଼

ଫୁଲବାଣୀ: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଗାଡ଼ିର ପଛ କାଚ ଭାଙ୍ଗି ଯାଇଛି। ସୂଚନା ଅନୁସାରେ, ଟାଉନ୍ ଥାନା ଇରିଗେସନ୍ କଲୋନୀରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଗତକାଲି ଦେବେନ୍ଦ୍ର ଯାଇଥିଲେ। ଏହି ସମୟରେ ତାଙ୍କ ଗାଡ଼ିି ଉପରକୁ ଗୁଳି ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ଦେବେନ୍ଦ୍ର ଟାଉନ୍ ଥାନାରେ ଅଭିଯୋଗ […]

  • Thursday, 22 July 2021
odisha
ପରୀକ୍ଷାକୁ ନେଇ ମନ୍ତ୍ରୀଙ୍କ ସୂଚନା-ଜୁନ୍ ୧୭ ପରେ ଯେକୌଣସି ସମୟରେ ହେବ, ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ

ଭୁବନେଶ୍ୱର: “ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହେବ। ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ। ଲକ୍‌ଡାଉନ୍‌କୁ ଛାତ୍ରଛାତ୍ରୀ ସୁଯୋଗ ଭାବେ ଗ୍ରହଣ କରନ୍ତୁ” ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ସେହିପରି ୟୁଜିସିର ଗାଇଡ୍‌ଲାଇନ୍ସକୁ ନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି, “ତର୍ଜମା ହେବ, ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ୍ ହେବ, ତାହା ଆମେ କରିବୁ। ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ।” ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି […]

  • Thursday, 22 July 2021
whatsapp 1
ମେ’ ୪ରୁ ହ୍ୱାଟ୍ସଆପ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁ ହ୍ୱାଟ୍ସଆପ୍‌ ମାଧ୍ୟମରେ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ। “ଶିକ୍ଷା ସଂଯୋଗ” ନାମକ ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍ ମାଧ୍ୟମରେ ଦ୍ୱିତୀୟ ଶ୍ରେଣୀରୁ ମାଟ୍ରିକ୍ ଯାଏ ସମସ୍ତ ଛାତ୍ରଛାତ୍ରୀ ପାଠ ପଢ଼ିବେ। ବିଭିନ୍ନ ବିଷୟର ପ୍ରତ୍ୟେକ ଅଧ୍ୟାୟର PDF ଫାଇଲ୍‌ ଛାତ୍ରଛାତ୍ରୀଙ୍କୁ ଗ୍ରୁପ୍ ମାଧ୍ୟମରେ ପଠାଯିବ। ଏହି କାର୍ଯ୍ୟକ୍ରମ ମେ’ ୪ରୁ ଜୁନ୍ ୧୩ ପର୍ଯ୍ୟନ୍ତ ମୋଟ ୬ ସପ୍ତାହ ଚାଲିବ। ପ୍ରତିଦିନ ୪୫ ମିନିଟ୍‌ରୁ ୧ ଘଣ୍ଟା ଅବଧିର ୪ଟି କ୍ଲାସ୍‌ ରହିବ। ଏନେଇ […]

  • Thursday, 22 July 2021
corona
ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି। ଫଳରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚି ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍‌ କରୋନା […]

  • Thursday, 22 July 2021
odisha
ମନ୍ତ୍ରୀଙ୍କ ସୂଚନା-‌ ଲକ୍‌ଡାଉନ୍‌ ହଟିବା ପରେ ହେବ ଯୁକ୍ତ ୨ ବାକି ପରୀକ୍ଷା

ଭୁବନେଶ୍ୱର: ଲକ୍‌ଡାଉନ୍‌ ହଟିବା ପରେ ଯୁକ୍ତ ୨ ପରୀକ୍ଷାର ବାକି ଥିବା ବିଷୟ ପରୀକ୍ଷା କରିବାକୁ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ଅଛି। ତେବେ ଏନେଇ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଅଧାରୁ ସ୍ଥଗିତ ରହିଥିଲା। ତେବେ ଲକ୍‌ଡାଉନ୍‌ ହଟିବା ପରେ ସରକାରଙ୍କ ନିର୍ଦ୍ଦେଶ ମିଳିଲେ ବାକି ଥିବା ବିଷୟର ପରୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। […]

  • Thursday, 22 July 2021
bridge
ଭୁଶୁଡ଼ିଲା ବ୍ରିଜ୍‌, ୨ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ସୁକତେଲ ନଦୀ ଉପରେ ଥିବା ବ୍ରିଜ୍ ଭୁଶୁଡ଼ି ଯାଇଛି। ଦବି ଯାଇଥିବା ଗୋଟିଏ ପିଲରର ମରାମତି ବେଳେ ବ୍ରିଜ୍‌ଟି ଭୁଶୁଡ଼ି ପଡିଥିବା ସୂଚନା ମିଳିଛି। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ୨ଜଣ ପୋଲ ତଳେ ଦବି ରହିଥିବା ସନ୍ଦେହ କରାଯାଉଛି। ଏହି ବ୍ରିଜ ନିର୍ମାଣ ଲାଗି ୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ୨୦୧୪ ମସିହା, ଜାନୁଆରୀ ମାସରେ ୧୮୨ ମିଟର ଦୀର୍ଘ ବିଶିଷ୍ଟ ଏହି ବ୍ରିଜ୍‌ର  […]

  • Thursday, 22 July 2021
orissa high court
ଲକ୍‌ଡାଉନ୍ ନ ବଢ଼ିଲେ ବାତିଲ ହେବ କୋର୍ଟ ଖରାଛୁଟି

କଟକ: ମେ’ ୩ ପରେ ଯଦି ଲକ୍‌ଡାଉନ୍ ନ ବଢ଼େ ତେବେ ଉଭୟ ଓଡ଼ିଶା ହାଇକୋର୍ଟ ଓ ତଳକୋର୍ଟରେ ଖରାଛୁଟି ବାତିଲ ହେବ। ଏନେଇ ଓଡିଶା ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡିଶା ହାଇକୋର୍ଟ ବାର୍‌ ଆସୋସିଏସନର ସଭାପତି, ଉପସଭାପତି, ସମ୍ପାଦକ ଓ ଅାଡଭୋକେଟ ଜେନେରାଲଙ୍କ ସହ ବିଚାରବିମର୍ଶ ପରେ ହାଇକୋର୍ଟଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଲକ୍‌ଡାଉନ୍‌ରେ କୋର୍ଟ ବନ୍ଦ ଥିବାରୁ ଖରାଛୁଟିରେ କୋର୍ଟ କାର୍ଯ୍ୟ ଚାଲିବ ବୋଲି ସୂଚନା ମିଳିଛି। ସୂଚନାଥାଉ […]

  • Thursday, 22 July 2021
odisha
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ମହମ୍ମଦ ରଫିକ୍‌ ଆଜି ଶପଥ ଗ୍ରହଣ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଆୟୋଜିତ ସମାରୋହରେ ଜଷ୍ଟିସ ରଫିକ୍‌ ଶପଥ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଜଷ୍ଟିସ ରଫିକ୍‌ଙ୍କୁ ଶପଥ ପାଠ କରାଇଛନ୍ତି। କରୋନା ପାଇଁ ନିୟମାବଳୀ ଲାଗୁ ହୋଇଥିବାରୁ ଶପଥ ଗ୍ରହଣ ସମାରୋହରେ ସାମାଜିକ ଦୂରତା ପାଳନ କରାଯାଇଥିଲା। ଏହି ଶପଥ ପାଠ ଉତ୍ସବରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ବିରୋଧୀ […]

  • Thursday, 22 July 2021
representational image
ପୁଅର ମୃତ୍ୟୁ ଦେଖି ଟଳିପଡ଼ିଲେ ମା’

ନୀଳଗିରି: ପୁଅର ମୃତ୍ୟୁ ଦେଖି ଟଳିପଡ଼ିଲେ ମା’। ବରହମପୁର ଥାନା ବାଲିଚୁଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ବାଲିଚୁଆ ଗାଁର ଜଣେ ୨୫ ବର୍ଷୀୟ ଯୁବକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ପୁଅ ମୃତ୍ୟୁରେ ମ୍ରିୟମାଣ ହୋଇ ଘଟଣାସ୍ଥଳରେ ସମ୍ପୃକ୍ତ ଯୁବକଙ୍କ ମା’ଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

  • Thursday, 22 July 2021
lightning
ବଜ୍ରପାତ ନେଲା ଜୀବନ: ଶୌଚ ପାଇଁ ଯାଇଥିବାବେଳେ ବଜ୍ରପାତ ଘଟି ୩ ମୃତ

ନବରଙ୍ଗପୁର: ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ବଜ୍ରପାତ ହେବାରୁ ଦୁଇ ଭାଇଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡି ପଞ୍ଚାୟତର ବାଉଁଶିଆଗୁଡ଼ା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକମାନେ ହେଲେ ବାଉଁଶିଆଗୁଡ଼ା ଗାଁର ଲଳିତ ବିନ୍ଧାଣୀ ଓ ତାଙ୍କ ସାନଭାଇ ମୋତିରାମ ବିନ୍ଧାଣି ଏବଂ ତାଙ୍କର ସାଙ୍ଗ କାଦମ ହରିଜନ। ଆଜି ସନ୍ଧ୍ୟାରେ ତିନିଜଣ ଯାକ ଶୌଚ କରିବାକୁ ଗାଁ ନିକଟସ୍ଥ ପୋଖରୀକୁ ଯାଇଥିଲେ। ଏହି ସମୟରେ ହଠାତ୍ […]

  • Thursday, 22 July 2021
IMG-20200425-WA0028
ଓଡ଼ିଆ ହାସ୍ୟ ଅଭିନେତା ସୌମ୍ୟ ରଞ୍ଜନଙ୍କ ପରଲୋକ

ଆଠଗଡ଼: ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ସୌମ୍ୟ ରଞ୍ଜନ ପଣ୍ଡାଙ୍କ ପରଲୋକ ହୋଇଛି।ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ତାଙ୍କ ଘର ଆଠଗଡ଼ ରଥଗଡା ଅଞ୍ଚଳରେ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ। କଟକ ସ୍ଥିତ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଗତକାଲି ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଅନେକ ଓଡ଼ିଆ ଫିଲ୍ମ ଓ ସିରିଏଲରେ ଅଭିନୟ କରି ଓଡିଶାରେ ବେଶ ସୁନାମ ଅର୍ଜନ […]

  • Thursday, 22 July 2021
matric exam
ବଢ଼ିବ ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର

ଭୁବନେଶ୍ୱର: ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର ବଢ଼ିବା ସହ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସାମାଜିକ ଦୂରତା ଅବଲମ୍ବନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ସୂଚନା ଦେଇଛନ୍ତି। କରୋନା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବଢ଼ାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ଖାତା ମୂଲ୍ୟାୟନକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ାଯିବ। ୱେଟିଂ ଲିଷ୍ଟରେ ଥିବା ପରୀକ୍ଷକଙ୍କୁ ଖାତାଦେଖା ଲାଗି ଡକାଯିବ। ଖାତାଦେଖା ଆରମ୍ଭର ୪୫ […]

  • Thursday, 22 July 2021
shop11
ଲକ୍‌ଡାଉନ୍‌ କୋହଳ କଲେ ଓଡ଼ିଶା ସରକାର: ଖୋଲିବ ଏହିସବୁ ଦୋକାନ

ଭୁବନେଶ୍ୱର: କରୋନା ଲକ୍‌ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ମାତ୍ର ଏଥିରେ ଦ୍ୱନ୍ଦ୍ୱ ଉପୁଜିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଥିଲା। ଅନ୍ୟପକ୍ଷରେ ଲକ୍‌ଡାଉନ୍‌ ବେଳେ ରାଜ୍ୟରେ ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଦୋକାନ ଖୋଲା ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। […]

  • Thursday, 22 July 2021
corona virus photo
ଓଡ଼ିଶାରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ୟୁନିଟ-4 ମଧୁସୂଦନ ନଗରରେ। ତାଙ୍କ ବୟସ ୪୫ ବର୍ଷ ବୋଲି ଓଡିଶା  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 42କୁ ବୃଦ୍ଧି ପାଇଛି। One more Covid 19 positive case in Bhubaneswar. Male, 45 years, Madhusudan Nagar, Unit IV — […]

  • Thursday, 22 July 2021
Sarangi-final
ଲକ୍‌ଡାଉନ୍‌: ‘ଗାଡ଼ି ପାସ୍‌ର ନବୀକରଣ ଅନାବଶ୍ୟକ’

ଭୁବନେଶ୍ୱର: ଲକ୍‌ଡାଉନ୍‌ ପାଇଁ କମିଶନରେଟ୍ ପୁଲିସ୍‌ ପକ୍ଷରୁ ଜାରି ହୋଇଥିବା ସମସ୍ତ ଗାଡ଼ି ପାସ୍‌ର ନବୀକରଣ ଅନାବଶ୍ୟକ। କୋଭିଡ୍-୧୯ ଜନିତ ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଏହି ପାସ୍‌ ବୈଧ ରହିବ ବୋଲି ସ୍ପଷ୍ଟ କରିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ସବୁ ଗାଡ଼ି ପାସ୍‌ର ‌ଆଉ ନବୀକରଣର ଆବଶ୍ୟକତା ନାହିଁ। All vehicle passes […]

  • Thursday, 22 July 2021
bear
କଲେଜ କ୍ୟାମ୍ପସରେ ଭାଲୁ

ନୂଆପଡା: କଲେଜ କ୍ୟାମ୍ପସରେ ଭାଲୁ। ଗତକାଲି ନୂଆପଡ଼ା ସଦର ମହକୁମା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରକୁ ଏକ ଭାଲୁ ଚାଲି ଆସିଥିଲା। ଏହା ଦେଖି ଲୋକେ ଆତଙ୍କିତ ହୋଇ ପଡିଥିଲେ। ଭାଲୁଟି କଲେଜ କ୍ୟାମ୍ପସ ଭିତରେ ପ୍ରାୟ ୭ ଘଣ୍ଟା ଧରି ଏଣେ ତେଣେ ବୁଲିଥିଲା। ଖବର ପାଇ ନୂଆପଡା ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ତଡ଼ିଥିଲେ। ତେବେ ଭାଲୁଟି କାହାରି କିଛି କ୍ଷୟକ୍ଷତି କରି ନାହିଁ। ବନ ବିଭାଗର କହିବା ଅନୁସାରେ, […]

  • Thursday, 22 July 2021
odisha
SC/ST ହଷ୍ଟେଲ ପିଲାଙ୍କୁ ଘରେ ପହଞ୍ଚାଇବା ପାଇଁ ହେବ ବ୍ୟବସ୍ଥା

ଭୁବନେଶ୍ୱର: ଆଜି ସଂଧ୍ୟା ସୁଦ୍ଧା SC/ST ହଷ୍ଟେଲ ପିଲାଙ୍କୁ ଘରେ ପହଞ୍ଚାଯିବ। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କୁ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। କରୋନା ମୁକାବିଲାକୁ ନେଇ ରାଜ୍ୟ ସରକାର ଗଠନ କରିଥିବା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚି ଏନେଇ ସୂଚନା ଦେଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା ପିଲାମାନଙ୍କୁ ସେମାନଙ୍କର  ଅଭିଭାବକଙ୍କୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ, ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ ଡାଉନ ନେଇ  ଘୋଷଣା ହୋଇଛି। ସେହିପରି ଆନ୍ତଃରାଜ୍ୟ ବସ୍‌ ଚଳାଚଳ […]

  • Thursday, 22 July 2021
777777777999
ପଶ୍ଚିମବଙ୍ଗରେ ସଡ଼କ ଦୁର୍ଘଟଣା; ଚାଲିଗଲା ୪ ଓଡ଼ିଆଙ୍କ ଜୀବନ

ଜଳେଶ୍ୱର (ଅଜିତ ଦାସ): ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅନ୍ତର୍ଗତ ନେକୁରସୁନିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଚାରି ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତ ମୃତାହତ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ବୋଲି ଜଣାପଡ଼ିଛି। ଆଜି ଦିନ ସାଢ଼େ ୧୧ଟା ବେଳେ ଏହି ଦୁର୍ଘଟଣା ଘଟି ଥିବା ଜଣାପଡ଼ିଛି। ଏମାନେ ସମସ୍ତେ  କୋଲକାତାକୁ ରୋଷେଇ କରିବାକୁ ଯାଇଥିଲେ। ସେଠାରୁ […]

  • Thursday, 22 July 2021
chicken
ମାଗଣାରେ ବଣ୍ଟାଗଲା କୁକୁଡ଼ା

ବାଙ୍କୀ: ଗାଁ ଗାଁ ବୁଲି ମାଗଣାରେ କୁକୁଡ଼ା ବାଣ୍ଟିଲେ କୁକୁଡ଼ା ଫାର୍ମ ମାଲିକ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଦୁର୍ଗାପୁର ଅଞ୍ଚଳର କିଛି କୁକୁଡ଼ା ଫାର୍ମ ମାଲିକ ଆଜି ଟ୍ରାକ୍ଟରରେ କୁକୁଡ଼ା ଆଣି ଲୋକଙ୍କୁ ମାଗଣାରେ ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ଲୋକମାନେ ମଧ୍ୟ ଭିଡ଼ ଜମାଇ କୁକୁଡ଼ା ନେଉଥିବା ନଜର ଆସିଛି। କରୋନାକୁ ନେଇ ଲୋକମାନେ କୁକୁଡ଼ା କିଣୁ ନ ଥିବା ଜଣାପଡ଼ିଛି। କୁକୁଡ଼ା ମାଂସ ଓ ଅଣ୍ଡା […]

  • Thursday, 22 July 2021
cloudy
ବର୍ଷା ସହ ବଜ୍ରପାତ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଦିନ ୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୫ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ ଓ ଜଗତସିଂହପୁର।

  • Thursday, 22 July 2021
earthquake
ଭୂକମ୍ପରେ ଦୋହଲିଲା ମାଲକାନଗିରି

ମାଲକାନଗିରି: ଭୂକମ୍ପରେ ଦୋହଲିଲା ମାଲକାନଗିରି। ମାଲକାନଗିରି ଜିଲ୍ଲା ନାୟକଗୁଡ଼ାରୁ କୋରକୋଣ୍ଡା ଅଞ୍ଚଳରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ଜଣାପଡ଼ିଛି। ୨ଥର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଆଜି ଦିନ ୧୧ଟା ୧୫ ମିନିଟ୍‌ ସମୟରେ ପ୍ରଥମେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଏହାର କିଛି ସେକେଣ୍ଡ୍‌ ପରେ ପୁଣିଥରେ ଦ୍ୱିତୀୟ ଥର ଭୂକମ୍ପ ହୋଇଥିଲା। ୨-୩ ସେକେଣ୍ଡ ପର୍ଯ୍ୟନ୍ତ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଦୁଇ ଦୁଇ ଥର ଭୂକମ୍ପ ଅନୁଭୂତ ହେବା […]

  • Thursday, 22 July 2021
odisha
ଦୁବାଇ ଫେରନ୍ତା ଯୁବକଙ୍କୁ ନେଇ ଗାଁରେ ଉତ୍ତେଜନା

କେନ୍ଦୁଝର: ଦୁବାଇ ଫେରନ୍ତା ଯୁବକଙ୍କୁ ନେଇ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତିଙ୍କ ଜ୍ୱାଇଁ ଦୁବାଇରୁ ଫେରି ୪ ଦିନ ହେବ ଶ୍ୱଶୁର ଘରେ ଥିଲେ। ଗତକାଲି ଘଟଣା ଜଣାପଡିବା ପରେ ଯୁବକଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ଗାଁ ଲୋକେ ଅଡ଼ି ବସିଛନ୍ତି। ଲୋକଙ୍କ ଜିଦ୍ ପରେ ସମ୍ପୃକ୍ତ ଯୁବକଙ୍କୁ ଏକ ଘରେ ଆଇସୋଲେସନ୍‌ରେ ରଖାଯାଇଛି। ଆଜି ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କ ପରୀକ୍ଷା […]

  • Thursday, 22 July 2021
corona
କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ବନ୍ଧା ହେଲେ

ଅନୁଗୁଳ: କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ଅନୁଗୁଳ ଜିଲ୍ଲାର ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଶଙ୍କର ସିନେମା ରୋଡ ୬ନମ୍ବର ଓ୍ୱାର୍ଡରେ ରହୁଥିବା ବିଜୟ କୁମାର ସୋନି। ପୁଲିସ୍‌ ସୂଚନା ଅନୁଯାୟୀ, ବିଜୟ, କରୋନା ଭାଇରସ୍‌କୁ ନେଇ ମିଥ୍ୟା ଖବର ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଅନୁଗୁଳରେ କରୋନା ଭୂତାଣୁରେ ଜଣେ ସଂକ୍ରମିତ ହୋଇଥିବା ନେଇ ସେ ସୋଶାଲ ମିଡିଆରେ ଗୁଜବ ପ୍ରଚାର […]

  • Thursday, 22 July 2021
vehicle
ଟ୍ୱିନ୍‌ସିଟିରେ କେଉଁ ଗାଡ଼ି କେଉଁ ଦିନ ଗଡ଼ିବ, ଜାଣନ୍ତୁ...

ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱରେ କରୋନା ମୁକାବିଲା ଲାଗି ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ସର୍ବସାଧାରଣ ସ୍ଥାନରେ ଅଧିକ ଜନସମାଗମ ନ କରିବାକୁ ପରାମର୍ଶ ଦିଆଯାଉଥିବା ବେଳେ ଅଧିକ ଜରୁରୀ କାମ ନ ଥିଲେ ଘରୁ ବାହାରିବାକୁ ବାରଣ କରାଯାଉଛି। ଆଜିିଠାରୁ ଟ୍ୱିନ୍‌ସିଟିରେ ଅଡ୍‌-ଇଭିନ୍(ଯୁଗ୍ମ-ଅଯୁଗ୍ମ) ଫର୍ମୁଲା ଲାଗୁ ହୋଇଛି। ଯୁଗ୍ମ-ଅଯୁଗ୍ମ ସଂଖ୍ୟା ଗାଡ଼ିକୁ ନେଇ ଏହି କଟକଣା ଲାଗୁ ହୋଇଛି। ଗାଡ଼ିର ଶେଷ ନମ୍ବର ଯୁଗ୍ମ-ଅଯୁଗ୍ମକୁ ଧରାଯିବ। ଯେପରି ୨, ୪, ୬, ୮ […]

  • Thursday, 22 July 2021
Coronavirus-breaking
ଆଜିଠୁ ବାହାରେ ୭ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ

ଭୁବନେଶ୍ୱର: ଆଜିଠାରୁ ବାହାରେ ସର୍ବସାଧାରଣ ସ୍ଥାନରେ ୭ରୁ ଅଧିକ ଲୋକ  ଏକାଠି ହୋଇପାରିବେ ନାହିଁ। କରୋନା ସତର୍କତା ସ୍ୱରୂପ ରାଜ୍ୟ ସରକାର  ଏଭଳି ନିଷ୍ପତ୍ତି ନେଇଥିବା  ଜଣାପଡ଼ିଛି। କରୋନା ଛଡ଼ା ଅନ୍ୟ କୌଣସି ମିଟିଂ ହୋଇପାରିବ ନାହିଁ। ସେହିପରି ଜୟନ୍ତୀ ପାଳନ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଛନ୍ତି। ରବିବାର […]

  • Thursday, 22 July 2021