ଆଠଗଡ଼: ବାହା ହେବାକୁ ଯାଉଥିଲେ, ହେଲେ ଅଧା ବାଟରେ ବରଯାତ୍ରୀ ଗାଡ଼ି ଅଟକାଇ ବରକୁ ଉଠାଇ ନେଇଗଲେ। ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳରେ। ସୂଚନା ଅନୁସାରେ, ଆଠଗଡ ସମସରପୁର ଗାଁର ଜଣେ ଯୁବତୀଙ୍କ ସହ ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗାଁର ଜଣେ ଯୁବକଙ୍କ ବିବାହ ସ୍ଥିର ହୋଇଥିଲା। ଆଜି ଆଠଗଡ଼ର ବୀରକିଶୋରପୁର ଶିବ ମନ୍ଦିରରେ ବାହାଘର ହେବାର ଥିଲା। ଏଥିପାଇଁ ବର, ବରଯାତ୍ରୀଙ୍କୁ ଧରି ବିବାହ ସ୍ଥଳ ଅଭିମୁଖେ ବାହାରିଥିଲେ। ହେଲେ ଆଠଗଡ ଥାନା […]
ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ୩ ଦିନ ଯାଏ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ନେଇ କିଛି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୫-୫୫ କି.ମି. ରହିବ। ଏହି ଜିଲ୍ଲା ଗୁଡ଼ିକ […]
ବ୍ରହ୍ମପୁର: ମହଙ୍ଗା ପଡ଼ିଲା ବାହାରେ ଅଳିଆ, ଆବର୍ଜନା ଫିଙ୍ଗିବା। ବାହାରେ ଅଳିଆ, ଆବର୍ଜନା ଫିଙ୍ଗିବା ଅଭିଯୋଗରେ ଏକ ଦେଶୀ ମଦ ଭାଟିକୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର କର୍ପୋରେସନ ରୋଡ୍ରେ ଥିବା ଏକ ଦେଶୀମଦ ଭାଟିକୁ ଏହି ଜରିମାନା କରିଛନ୍ତି ଜିଲ୍ଲାପାଳ। ଏହାସହ ଅନ୍ୟ ୪ ଜଳଖିଆ ଦୋକାନକୁ ୧୦ ହଜାର ଟଙ୍କା ଲେଖାଏ ମଧ୍ୟ ଜରିମାନା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା ଆଜି ସକାଳେ ସାଇକେଲ୍ରେ ବୁଲି ସଫେଇ କାର୍ଯ୍ୟ […]
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳରୁ ୧ କେଜିରୁ ଊର୍ଦ୍ଧ୍ୱ ଓଜନର ବ୍ରାଉନସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର STF ଚଢ଼ଉ କରି ଏହି ବ୍ରାଉନ୍ସୁଗର ଜବତ କରିଛି। ଜଟଣୀ ଅଞ୍ଚଳରେ ବ୍ରାଉନସୁଗର କାରବାରର ଏକ ବଡ଼ ଡିଲ୍ ହେବା ନେଇ ଗତକାଲି କ୍ରାଇମବ୍ରାଞ୍ଚର STF ସୂଚନା ପାଇଥିଲା। ଏହା ପରେ ଚଢ଼ଉ ନିମନ୍ତେ ଜାଲ ବିଛାଇଯାଇଥିଲା ଓ ଚଢ଼ଉ ସମୟରେ ୧ କେଜିରୁ ଊର୍ଦ୍ଧ୍ୱ […]
ବଲାଙ୍ଗିର: ବ୍ରିଜ ନିର୍ମାଣକୁ ୫ ବର୍ଷ ପୂରି ନାହିଁ, କିନ୍ତୁ ଦବିଗଲା ବ୍ରିଜ୍। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ୍ ଦବି ଯାଇଥିବା ଜଣାପଡ଼ିଛି। ୨୦୧୫ ମସିହାରେ ସୁକତେଲ ନଦୀ ଉପରେ ତମିଆଁ-ମୁଦଳସର ବ୍ରିଜ୍ ନିର୍ମାଣ କରାଯାଇଥିଲା। ହେଲେ ଏବେ ଏହା ଦବି ଯାଇଥିବା ଜଣାପଡ଼ିଛି। ବ୍ରିଜ୍ଟି ଦବି ଯାଇଥିବାବେଳେ କେତେବେଳେ ଯେ ଏହା ଭାଙ୍ଗିଯିବ ତା’ହା କେହି କହିପାରିବେ ନାହିଁ। ନିମ୍ନମାନର କାମ ଯୋଗୁ ବ୍ରିଜ୍ଟି ଦବି ଯାଇଥିବା […]
ନିଆଳି: କଟକ ଜିଲ୍ଲା ନିଆଳି ସାପ୍ତାହିକ ହାଟରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୬୦ରୁ ଅଧିକ ଚାଳି ଜଳି ଯାଇଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସାପ୍ତାହିକ ହାଟ ଥିବାରୁ ଜିନିଷପତ୍ର ଧରି ହନ୍ତସନ୍ତ ହୋଇଛନ୍ତି ବ୍ୟବସାୟୀ। ପୂର୍ବରୁ ଏହି ହାଟରେ ଚାରି ଥର ନିଆଁ ଲାଗିଥିଲା।
ଖୋର୍ଦ୍ଧା: ତୃତୀୟ ବିବାହ କରିବାକୁ ଯାଇ ହଟହଟା ହେଲା ବର। ଦ୍ୱିତୀୟ ପତ୍ନୀଙ୍କ ଅଭିଯୋଗ ଆଧାରରେ ବାହା ବେଦୀରୁ ଉଠାଇ ନେଲା ପୁଲିସ୍। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଧଳାପଥର ଅଞ୍ଚଳରେ। ସୂଚନା ଅନୁସାରେ, ବୋଲଗଡ଼ ଥାନା ଅଞ୍ଚଳର ଶିବ ପ୍ରସାଦ ମଙ୍ଗରାଜ ନାମକ ଜଣେ ବ୍ୟକ୍ତି ପୂର୍ବରୁ ୨ ଜଣଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ଦେଢ଼ ବର୍ଷ ତଳେ ଦ୍ୱିତୀୟ ବିବାହ କରିଥିଲେ ବୋଲି ଜଣାପଡ଼ିଛି। ତେବେ ଦ୍ୱିତୀୟ […]
ଜଳେଶ୍ୱର(ଅଜିତ ଦାସ): ଚା’ ପ୍ରସ୍ତୁତ ବେଳେ ଅଜାଣତରେ ସେଥିରେ ଚା’ ପତି ବଦଳରେ ପଡ଼ିଗଲା କୀଟନାଶକ। ଏହି ବିଷାକ୍ତ ଚା’ ପିଇ ୧୫ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ରଣସିଂହ ଗାଁରେ ଏଭଳି ଅଭାବନୀୟ ଘଟିଛି। ଗୁରୁତରଙ୍କ ମଧ୍ୟରୁ ୧୧ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ରଣସିଂହପୁର ଗାଁରେ ଏକ ବାହାଘର ଭୋଜିଥିଲା। ଏହି ଭୋଜିରେ କେତେକ ଗ୍ରାମବାସୀ […]
ରାଉରକେଲା/ରାଜଗାଙ୍ଗପୁର: ରାଜଗାଙ୍ଗପୁର ଷ୍ଟେସନରେ ସୁପରଫାଷ୍ଟ ଟ୍ରେନ୍ ନ ଅଟକିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ରାଜଗାଙ୍ଗପୁର ଷ୍ଟେସନ ମାଷ୍ଟର ନିଲମ୍ବିତ ହୋଇଛନ୍ତି। ଚକ୍ରଧରପୁର DRM ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରିଛନ୍ତି। ଗତକାଲି ପାଟନା-ବିଳାସପୁର ସାପ୍ତାହିକ ସୁପରଫାଷ୍ଟ ଟ୍ରେନ୍ ରାଜଗାଙ୍ଗପୁର ଷ୍ଟେସନରେ ଅଟକି ନ ଥିଲା। ଅପରାହ୍ନ ୨ଟା ୨୫ ମିନିଟ୍ରେ ଦ୍ରୁତ ଗତିରେ ଷ୍ଟେସନ୍ ଅତିକ୍ରମ କରି ପଳାଇଥିଲା ଟ୍ରେନ୍। ଉକ୍ତ ସମୟରେ ଶହେରୁ ଊର୍ଦ୍ଧ୍ୱ ଲୋକ ଟ୍ରେନ୍ ପାଇଁ ଅପେକ୍ଷା କରି […]
କୋଣାର୍କ: କୁକୁଡ଼ା ଗୋଟାକ ୧୦ ଟଙ୍କା। ପ୍ରଥମେ କୁକୁଡ଼ା ଗୋଟାକ ୪୦ ଟଙ୍କା ଓ ୩ଟାକୁ ଶହେ ଟଙ୍କାରେ ବିକ୍ରି ପାଇଁ ମାଇକ୍ ମାଧ୍ୟମରେ ଘୋଷଣା ହୋଇଥିଲେ ମଧ୍ୟ ଏହାକୁ କିଣିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରିନଥିଲେ। ଶେଷରେ କୁକୁଡ଼ା ଗୋଟାକ ୧୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି ଚାଷୀ। ପୁରୀ ଜିଲ୍ଲା ନିମାପଡ଼ା ବଜାରରେ ଶସ୍ତାରେ କୁକୁଡ଼ାକୁ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଯଦିଓ ଏତେ ଶସ୍ତାରେ ବିକ୍ରି ନେଇ ଘୋଷଣା ହେଉଛି, […]
ବୌଦ୍ଧ : ଅବିଭକ୍ତ ଫୁଲବାଣୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାରଥୀ ଭାବେ ଜଣାଶୁଣା ପ୍ରହ୍ଲାଦ ବେହେରାଙ୍କର ଆଜି ସକାଳେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଦୀର୍ଘ ବର୍ଷ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ତେବେ ପ୍ରାୟ ୨୦ ଦିନ ହେବ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତେବେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ମଧ୍ୟାହ୍ନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତାକାଲି ରାଜ୍ୟର ୧୪ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, […]
ନରସିଂହପୁର(ଦିଲୀପ ପଣ୍ଡା): ବନ୍ଧୁକ ମୁନରେ ମଦ ଦୋକାନ କର୍ମଚାରୀଙ୍କ ନିକଟରୁ ୪ଲକ୍ଷ ୬୦ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କଟକରୁ ଏଭଳି ଅଭିଯୋଗ ଆସିଛି। ଗତକାଲି ବିଳମ୍ବିତ ରାତିରେ କାନପୁର ଥାନା ଅନ୍ତର୍ଗତ ରିଷିପଡ଼ା ଛକ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନର ଦୁଇ ଜଣ କର୍ମଚାରୀ ଦୋକାନ ବନ୍ଦ କରି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ସେମାନଙ୍କୁ ଅଟକାଇଥିଲେ। ଏହାପରେ ବନ୍ଧୁକ ଦେଖାଇ […]
ମୁନିଗୁଡ଼ା(ନନ୍ଦକିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଦେଓକୁପୁଲିଠାରେ ଥିବା ଏକ କ୍ରସର ପରିସରରେ ଏକ ଅଘଟଣ ଘଟିଛି। ପାର୍କିଂ ବେଳେ ଏକ ଟିପ୍ପର ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ଗତକାଲି ସନ୍ଧ୍ୟାରେ କ୍ରସର ପରିସରରେ ଟିପ୍ପରଟି ପାର୍କିଂ କରୁଥିବା ବେଳେ ଏପରି ଅଘଟଣ ଘଟିଛି। ଡ୍ରାଇଭର ଜଣକ ଡାଲାକୁ ଉପରକୁ ଉଠାଇ ଦେବାରୁ ଟିପ୍ପରର କ୍ୟାବିନ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲା। ସଙ୍ଗେସଙ୍ଗେ […]
ଉଦଳା: “ମାର୍ଚ୍ଚ ୫ ସନ୍ଧ୍ୟା ସାଢ଼େ ୬ଟାରୁ ମୋ ସ୍ୱାମୀଙ୍କୁ କିଏ ଅପହରଣ କରି ନେଇଛନ୍ତି। ଉଦଳା ବସ୍ ଷ୍ଟାଣ୍ଡ୍ରେ ଓହ୍ଲାଇ ଫୋନ୍ କରି ମୋତେ ଆକାଉଣ୍ଟ୍ ନମ୍ବର ମାଗିଥିଲେ। ତା’ପରଠୁ ଫୋନ୍ ସ୍ୱିଚ୍ ଅଫ୍ ଆସିଥିଲା”। ଏଭଳି କିଛି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ୧୧ ନମ୍ବର ଓ୍ୱାର୍ଡରୁ। ୪ ଦିନ ହେଲା ଜଗଦାନନ୍ଦ ମହାପାତ୍ର ନାମକ ଜଣେ ଯୁବକଙ୍କ ପତ୍ତା ମିଳୁନାହିଁ। ଯାହାକୁ ନେଇ ପରିବାର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, […]
ନୟାଗଡ଼: ପୁଣି ଓକିଲଙ୍କ ଦବଙ୍ଗଗିରି। ବିଚ୍ ରାସ୍ତାରେ ଜଣେ ଓକିଲ ନିଜ ମହକିଲଙ୍କୁ ମାଡ଼ ମାରୁଥିବା ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହୋଇଛି। ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ଅନ୍ତର୍ଗତ ଫତେଗଡ଼ ଥାନା ଅଞ୍ଚଳରେ। ଓକିଲଙ୍କ ଆକ୍ରୋଶର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଅଜୟ ପରିଡ଼ା। ଅଭିଯୋଗ ଅନୁଯାୟୀ, ଅଜୟ ଲେବର କାର୍ଡ କରାଇ ଦେବାକୁ ସମ୍ପୃକ୍ତ ଓକିଲଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ତେବେ କାର୍ଡ ନ ହେବାରୁ […]
ବଣାଇ: ରେଗୁଲାର ଜାଗାରେ ଏକ୍ସ ରେଗୁଲାର ପ୍ରଶ୍ନପତ୍ରରେ ପରୀକ୍ଷା ଦେଲେ ଦୁଇ ଛାତ୍ରୀ। ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ କେନା ଭେଟା କଲେଜରୁ। ମିଳିଥିବା ସୂଚନା ଅନୁସାରେ, ଗତ ୪ ତାରିଖରେ ଯୁକ୍ତ ଦୁଇ କଳାର ଦୁଇ ଛାତ୍ରୀ ପିଙ୍କି କିଷାନ ଏବଂ ଖିରେଶ୍ୱରୀ ଭଗତ ମାତୃଭାଷା ସାହିତ୍ୟ ପରୀକ୍ଷା ଦେଇଥିଲେ। ହେଲେ ପରୀକ୍ଷାକେନ୍ଦ୍ରରେ ସେମାନଙ୍କୁ ରେଗୁଲାର ଜାଗାରେ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ଏନେଇ ଦୁଇ ଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ […]
ଭୁବନେଶ୍ୱର: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ନିର୍ବାଚନ ଲାଗି ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛନ୍ତି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ବିଜେଡି ସଂଖ୍ୟାଲଂଘୁ ସେଲ୍ର ପରାମର୍ଶଦାତା ମୁନା ଖାଁ, ସ୍ପେସାଲ ଡେଭଲପମେଣ୍ଟ କାଉନସିଲ୍ର ଉପଦେଷ୍ଟା ସୁଜିତ୍ କୁମାର ଓ ମୟୂରଭଞ୍ଜରେ ବିଜୁ ମହିଳା ଦଳର ସଭାନେତ୍ରୀ ମମତା ମହନ୍ତଙ୍କ ନାଁରେ ମୋହର ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷରେ ବ୍ରହ୍ମପୁରର ପୂର୍ବତନ […]
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଓଡ଼ିଆ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ବଢ଼ାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଶନିବାର ଦିନ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାମାନେ ବିନା ବ୍ୟାଗରେ ସ୍କୁଲ ଆସିବେ ବୋଲି ନିୟମ କରାଯାଇଛି। ଏହାସହ ସ୍କୁଲରେ ସେମାନଙ୍କୁ ପାଠପଢ଼ା ଉପକରଣ ଓ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସ୍କୁଲରେ ସେମାନଙ୍କୁ ମନୋରଞ୍ଜନ ମାଧ୍ୟମରେ ପାଠପଢ଼ାଇବାକୁ ବ୍ୟବସ୍ଥା ହୋଇଛି। ଫଳରେ ସ୍କୁଲକୁ ଆସିବା ପ୍ରତି ପିଲାଙ୍କ ଆଗ୍ରହ […]
ବାଲେଶ୍ୱର: ଟ୍ୟାକ୍ସ ଓ ପେନାଲ୍ଟି ବାବଦକୁ ଲକ୍ଷାଧିକ ଟଙ୍କା ଟିକସ ଦେଲେନି ବସ୍ ମାଲିକ। ଫଳରେ ମାଲିକଙ୍କ ଅନ୍ୟ ଏକ ବସ୍କୁ ଅଟକାଇ ସିଜ୍ କଲେ ଆର୍ଟିଓ। ଏଭଳି କିଛି ଘଟଣା ଘଟିଛି ବାଲେଶ୍ୱରରେ। ଆଜି ବାଲେଶ୍ୱର ଆର୍ଟିଓ ଅଫିସ ସାମ୍ନାରେ ‘ଶ୍ରୀ ଲୋକନାଥ’ ନାମକ ଏହି ଘରୋଇ ବସ୍କୁ ଅଟକା ଯାଇ ସିଜ୍ କରାଯାଇଛି। ଏଥିସହ ବସ୍ର କାଗଜପତ୍ର ବି ଯାଞ୍ଚ କରାଯାଇଛି। ସୂଚନା ଅନୁସାରେ, ‘ଶ୍ରୀ ଲୋକନାଥ’ ବସ୍ର ମାଲିକ ଗୋପ ପଣ୍ଡାଙ୍କ ଉପରେ […]
ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ଆଜି ବର୍ଷା ସହିତ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି। ଏହାସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଏଥିପାଇଁ ଦିନ ୧ଟା ୩୦ ପର୍ଯ୍ୟନ୍ତ ୫ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା-ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି ଓ ବାଲେଶ୍ୱର।
ଭୁବନେଶ୍ୱରର: କରୋନା ସନ୍ଦେହରେ କଟକ SCB ଯାଇ ସେଠାରୁ ଫେରି ଆସି ଭୁବନେଶ୍ୱରର ଏକ ହୋଟେଲରେ ଆଇସୋଲେସନ୍ରେ ରହିଥିବା ବିଦେଶୀ ନାଗରିକଙ୍କୁ ଶେଷରେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଆୟର୍ଲାଣ୍ଡର ଏହି ନାଗରିକ ଓ ତାଙ୍କର ଜଣେ ସ୍ଥାନୀୟ ସହଯୋଗୀଙ୍କୁ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯିବା ସହ ଡାକ୍ତରୀ ଟିମ୍ ସେମାନଙ୍କ ଉପରେ ନଜର ରଖିଛନ୍ତି। ଉଭୟଙ୍କ ରକ୍ତ ନମୁନା ଗତକାଲି ସଂଗ୍ରହ କରାଯାଇଛି। ଏହାକୁ ପରୀକ୍ଷା ପାଇଁ ପୁନେ ଓ କୋଲକାତା ପଠାଯିବ ବୋଲି ଜଣାପଡ଼ିଛି। ସେଠାରୁ […]
ଭୁବନେଶ୍ୱର: କମିଲା ବସ୍ ଭଡ଼ା। ଗତକାଲି ବସ୍ ଭଡ଼ା କମାଇଛନ୍ତି ରାଜ୍ୟ ସରକାର। ଅର୍ଡିନାରୀ (ସାଧାରଣ) ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୧ ପଇସା ହ୍ରାସ ପାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ କିଲୋମିଟର ପିଛା ୨ ପଇସା କମିଛି। ଅର୍ଡିନାରୀ ବସ୍ ଭଡ଼ା ପୂର୍ବରୁ କି.ମି. ପିଛା ୬୯ ପଇସା ଥିବାବେଳେ ଏବେ ଏହା ୬୮ ପଇସାକୁ କମିଛି। ଏକ୍ସପ୍ରେସ୍ ବସ୍ ଭଡ଼ା କି.ମି. ପିଛା ୭୨ ପଇସାରୁ ୭୧ ପଇସା, […]
ଭୁବନେଶ୍ୱର: ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ‘ମୋ ବସ୍’ରେ ଆସନ୍ତାକାଲି ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ଏନେଇ ମୋ ବସ୍ ପରିଚାଳନା କରୁଥିବା କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (CRUT)ର ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ଅନ୍ତର୍ଜାତୀୟ ମହିଳା ଦିବସ ଥିବାରୁ ଯାତ୍ରା ଲାଗି ମହିଳାଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ସୂଚନା ଦେଇଛନ୍ତି ଦିପ୍ତୀ ମହାପାତ୍ର। Important announcement- On the occasion of #InternationalWomensDay […]
ଭୁବନେଶ୍ୱର: ବିଶ୍ୱବ୍ୟାପୀ ମହାମାରୀ ରୂପ ଧାରଣ କରିଥିବା କରୋନାକୁ ନେଇ ଏବେ ଓଡ଼ିଶା ଆଲର୍ଟ ହୋଇଛି। ତେବେ ପ୍ରାଣଘାତୀ କରୋନାସଂକ୍ରମଣକୁ ଆଖି ଆଗରେ ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଚଳିତବର୍ଷ ହୋଲି ନଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜଭବନ ପକ୍ଷରୁ ସୂଚନା ଜାରି ହୋଇଛି। ସୂଚନା ଅନୁସାରେ, ରାଜ୍ୟପାଳ ଚଳିତବର୍ଷ ହୋଲି ଖେଳିବେ ନାହିଁ କିମ୍ବା ହୋଲି ମିଳନ ଓ ଉତ୍ସବ ଆଦିରେ ଯୋଗ ଦେବେ ନାହିଁ। ଭୟାବହ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନିମନ୍ତେ […]