• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mall
ଆଜିଠୁ କଟକ ଓ ଭୁବନେଶ୍ୱରର ସମସ୍ତ ସପିଂମଲ୍‌ ବନ୍ଦ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ଆଜିଠୁ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ସପିଂମଲ୍‌କୁ ଆସନ୍ତା ୩୧ ତାରିଖ ଯାଏ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କମିଶନରେଟ୍‌ ପୁଲିସ୍ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। କରୋନା ମୁକାବିଲା ପାଇଁ କମିଶନରେଟ୍‌ ପୁଲିସ୍ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶା ଅର୍ବାନ ପୁଲିସ୍‌ ଆକ୍ଟ ସେକ୍ସନ ୩୫ ଅନୁୟାୟୀ କମିଶନରେଟ ପୁଲିସ୍‌ ଏଭଳି ନିର୍ଦ୍ଦେଶ ଜାରି କରିଛି। ଆସନ୍ତା ୩୧ ତାରିଖ ଯାଏ ଟ୍ୱିନ୍‌ସିଟି […]

  • Thursday, 22 July 2021
dhauli
ପର୍ଯ୍ୟଟକଙ୍କ ପାଇଁ ଧଉଳି ବନ୍ଦ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀଉଦ୍ୟାନ, ଷ୍ଟେଟ୍‌ ବଟାନିକାଲ ଗାର୍ଡେନ୍ ପରେ ଆଜିଠୁ ମାର୍ଚ୍ଚ ୩୧ ଯାଏ ପର୍ଯ୍ୟଟକଙ୍କ ପାଇଁ ଧଉଳି ବନ୍ଦ ନେଇ ଘୋଷଣା ହୋଇଛି। ଏହାସହ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ସୂଚନା ଦେଇଛନ୍ତି। ସେଣ୍ଟ୍ରାଲ୍‌ ଜୁ ଅଥରିଟିଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ବୃଦ୍ଧି ଲାଗି ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସରରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ପ୍ରାଣୀଉଦ୍ୟାନରେ କାମ କରୁଥିବା […]

  • Thursday, 22 July 2021
scb
SCBରେ ଭର୍ତ୍ତି ହେଲେ ଇଟାଲି ଫେରନ୍ତା ଛାତ୍ର

କଟକ: ଇଟାଲିରୁ ଫେରିଥିବା ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ କରୋନା ସନ୍ଦେହରେ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଫଳରେ ଏବେ ଏସ୍‌ସିବିରେ ୨ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଜାରି ରହିଛି। ପୂର୍ବରୁ ଜଣେ ସନ୍ଦିଗ୍ଧଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଗତକାଲି ଇଟାଲି ଫେରନ୍ତା ଛାତ୍ର ଜଣକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ପୂର୍ବରୁ ଚିକିତ୍ସା ପରେ ୭ ସନ୍ଦିଗ୍ଧଙ୍କୁ ଏସ୍‌ସିବିରୁ ଡିସ୍‌ଚାର୍ଜ କରାଯାଇଥିଲା। କରୋନା ବିଶ୍ୱ ମହାମାରୀ ରୂପ […]

  • Thursday, 22 July 2021
students
ଆଜିଠୁ ସମସ୍ତ କୋଚିିଂ ଓ ଟ୍ୟୁସନ୍‌ ସେଣ୍ଟର ବନ୍ଦ

ଭୁବନେଶ୍ୱର: ପ୍ରାଣଘାତୀ କରୋନା ଭାଇରସ୍‌କୁ ରାଜ୍ୟ ବିପର୍ଯ୍ୟୟ ଭାବେ ରାଜ୍ୟ ସରକାର ଘୋଷଣା କରିବାପରେ ଏହାକୁ ନେଇ ସତର୍କତା ଓ ସଚେତନତା ଆରମ୍ଭ ହୋଇଯାଇଛି। ସମସ୍ତ କୋଚିିଂ ଓ ଟ୍ୟୁସନ୍‌ ସେଣ୍ଟର ଆଜିଠୁ ବନ୍ଦ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହାସହ ପିଲାମାନଙ୍କୁ କୋଚିଂ ସେଣ୍ଟରକୁ ନ ଛାଡ଼ିବାକୁ ଅଭିଭାବକଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି। ଏନେଇ ଗତକାଲି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍‌ କରି ସୂଚନା ଦେଇଥିଲେ। By way of clarification: […]

  • Thursday, 22 July 2021
odia-film-fare-awards
ଅନିର୍ଦ୍ଦିଷ୍ଟକାଳ ଯାଏ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡସ୍‌ ସ୍ଥଗିତ

ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟକାଳ ଯାଏ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡସ୍‌ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଜନତା ମଇଦାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା। ତେବେ କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଦୃଷ୍ଟିରେ ରହି ଏହାକୁ ସ୍ଥଗିତ ରଖାଯାଇଛି। ଏନେଇ ଆୟୋଜକ ହ୍ୱାଇଟ୍ କାନଭାସ୍ ପକ୍ଷରୁ କୁହାଯାଇଛି। ପରିସ୍ଥିତି ସୁଧୁରିବା ପରେ ଆୱାର୍ଡ ଶୋ’ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଆହୁରି ମଧ୍ୟ ପଢ଼ନ୍ତୁ: ତରଙ୍ଗ ସିନେ […]

  • Thursday, 22 July 2021
temple
କରୋନାକୁ ନେଇ ପୁଣି ଗୁଜବ; ରାତି ଅଧରେ ମନ୍ଦିରରେ ଭିଡ଼

ନବରଙ୍ଗପୁର: କରୋନାକୁ ନେଇ ଆଉ ଏକ ଗୁଜବ ସାମ୍ନାକୁ ଆସିଛି। କରୋନାକୁ ନେଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ଆଉଁଳି ଗାଁ ଲୋକେ ରାତି ଅଧରେ ଠାକୁରଙ୍କ ପାଖରେ ଅଧିଆ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଗାଁରେ ପ୍ରଚାରିତ ଗୁଜବ ଅନୁଯାୟୀ, ଯେଉଁ ପରିବାରରେ ଗୋଟିଏ ସନ୍ତାନ ଥିବେ ସେହି ପରିବାର ପକ୍ଷରୁ ଗାଁ ଶିବ ମନ୍ଦିରରେ ପୂଜା କରିବାକୁ ହେବ। ନ ହେଲେ ପରିବାର ସଦସ୍ୟଙ୍କ କ୍ଷତି ହେବା ସହ ଜୀବନ […]

  • Thursday, 22 July 2021
NANDANKANAN
ଆଜିଠୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ଆଜିଠୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହାସହ ଷ୍ଟେଟ୍‌ ବଟାନିକାଲ ଗାର୍ଡେନ୍ ମଧ୍ୟ ବନ୍ଦ ରହିଛି। ସେଣ୍ଟ୍ରାଲ୍‌ ଜୁ ଅଥରିଟିଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ବୃଦ୍ଧି ଲାଗି ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସରରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ପ୍ରାଣୀଉଦ୍ୟାନରେ କାମ କରୁଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ, ଏହି ସିଜିନ୍‌ରେ ପ୍ରତିଦିନ ୪ ହଜାରୁ ୬ ହଜାର ନନ୍ଦନକାନନକୁ ପର୍ଯ୍ୟଟକଙ୍କ ଆଗମନ […]

  • Thursday, 22 July 2021
cloudy
୭ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କି.ମି ରହିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ ୮ଟା ୩୦ ଯାଏ ୭ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର, ଦେବଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ବରଗଡ଼।

  • Thursday, 22 July 2021
nit
କରୋନା ପାଇଁ ରାଉରକେଲା NIT ଛୁଟି ଘୋଷଣା

ରାଉରକେଲା: କରୋନା ମୁକାବିଲା ପାଇଁ ରାଉରକେଲା NITକୁ ଛୁଟି ଘୋଷଣା କରାଯାଇଛି। ଏହାସହ ଏଠାରେ ରହି ପଢ଼ୁଥିବା ଦେଶ ବିଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି କ୍ୟାମ୍ପସ୍‌ରେ ରହିବାକୁ ଚାହିଁବେ, ତା’ହେଲେ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ […]

  • Thursday, 22 July 2021
corona-2
ଆଇସୋଲେସନ୍‌ ଓ୍ୱାର୍ଡରେ କରୋନା ସନ୍ଦିଗ୍ଧ ୨ ଦମ୍ପତି

ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନା ଭୟ। ଓଡ଼ିଶାରେ ଏବେ ସୁଦ୍ଧା କେହିବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ହେଲେ ରାଜ୍ୟ ତଥା ଦେଶ ବାହାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟ ତଥା ଦେଶ ବାହାରକୁ ଯାଇ ଫେରୁଥିବା ବ୍ୟକ୍ତିଙ୍କୁ ନିଜ ସମ୍ପର୍କରେ ଅବଗତ କରାଇବାକୁ କୁହାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବଲାଙ୍ଗିର ଜିଲ୍ଲାରେ କରୋନା ସନ୍ଦେହରେ ଦମ୍ପତିଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି। ସେମାନେ ସଂପର୍କୀୟଙ୍କ ମୃତ୍ୟୁ ଖବର […]

  • Thursday, 22 July 2021
NANDANKANAN
କାଲିଠୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହାସହ ଷ୍ଟେଟ୍‌ ବଟାନିକାଲ ଗାର୍ଡେନ୍ ମଧ୍ୟ ବନ୍ଦ ରହିଛି। ଏ ନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ସେହିପରି ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ, କଲେଜ […]

  • Thursday, 22 July 2021
odisha-11
ଘରକୁ ଫେରିଲେ ଓଡ଼ିଆ ଇଞ୍ଜିନିୟର, ବଖାଣିଲେ ଲୋମଟାଙ୍କୁରା ’କରୋନା’ ଅନୁଭୂତି

ବ୍ରହ୍ମପୁର(ଅଶୋକ ବ୍ରହ୍ମା): “ଆଖି ଆଗରେ ଦିନୁ ଦିନ ଲୋକଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସୁଥିଲା। ଏହା ଦେଖି ଆମେ ପୂରାପୂରି ଭୟଭୀତ ହୋଇଯାଇଥିଲୁ। ତେଣୁ ଯଥାଶୀଘ୍ର ଉଦ୍ଧାର କରିବାକୁ ଆମେ ଭାରତ ସରକାରଙ୍କୁ ନିବେଦନ କରିଥିଲୁ। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କ୍ୱାରେଣ୍ଟାଇନ୍‌ ପିରିଅଡ୍‌ରେ ଆମେ ଫଳ, ନୁଡଲ୍ସ ଖାଇକି ରହୁଥିଲୁ।” ଏପରି ଭାବେ ନିଜ ଲୋମଟାଙ୍କୁରା କରୋନା ଅନୁଭୂତି ବଖାଣିଛନ୍ତି ଜାପାନରେ ଏକ ଜାହାଜରେ କିଛି ଦିନ ଧରି ଫସି ରହିବା ପରେ ସୁରକ୍ଷିତ ଭାବେ […]

  • Thursday, 22 July 2021
train
ଟ୍ରେନ୍‌ ଧକ୍କାରେ ୨ ମୃତ

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଷ୍ଟେସନ୍‌ରେ ଟ୍ରେନ୍‌ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଜଣେ ବୃଦ୍ଧ ଟ୍ରେନ୍‌ରୁ ଖସି ପଡ଼ିଥିଲେ ଓ ତାଙ୍କ ଉପରେ ଟ୍ରେନ୍‌ ଚଢ଼ି ଯାଇଥିଲା। ସେହିପରି ଆଜି ସକାଳେ ଜଣେ ଯୁବକଙ୍କୁ ଟ୍ରେନ୍‌ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସ୍‌ ଧକ୍କାରେ ଯୁବକ ଜଣଙ୍କ ପ୍ରାଣ ହରାଇଥିବା ଜଣାପଡ଼ିଛି। ଜିଆରପି ପୁଲିସ୍ […]

  • Thursday, 22 July 2021
electricity
ହୋଲ୍‌ଡିଂ ଟ୍ୟାକ୍ସ ଦେଇନଥିଲେ କଟିବ ପାଣି, ବିଜୁଳି

ଭୁବନେଶ୍ୱର: ହୋଲ୍‌ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ଆଜିଠୁ ଆଉ ମିଳିବ ନାହିଁ ପାଣି ଓ ବିଜୁଳି। ଖିଲାପକାରୀଙ୍କ ବିରୋଧରେ ବିଏମ୍‌ସି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏନେଇ ବିଏମ୍‌ସିର ନର୍ଥ ଜୋନାଲ ଡେପୁଟି କମିଶନର ଉଭୟ ସେସୁ ଏବଂ ଓ୍ୱାଟକୋକୁ ଚିଠି ଲେଖିଛନ୍ତି। ବିଏମସିର ନର୍ଥ ଜୋନରେ ଥିବା ମୋଟ ୧୮ ଜଣ ଖିଲାପକାରୀଙ୍କ ନାମ ସହ ସେମାନଙ୍କର ବକେୟା ଥିବା ହୋଲ୍‌ଡିଂ ଟିକସର ବିବରଣୀ ଏକ ଚିଠାରେ ଦିଆଯାଇଛି। ଆଜିଠାରୁ ଏହି ଖିଲାପକାରୀଙ୍କ ବିଜୁଳି ସାଙ୍ଗକୁ ପାଣି […]

  • Thursday, 22 July 2021
firing
କନଷ୍ଟେବଲ୍‌ଙ୍କୁ ଫାୟାରିଂ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଗୁଳିମାଡ଼ରେ ଜଣେ କନଷ୍ଟେବଲ୍‌ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରାମଚନ୍ଦ୍ର ସାହୁ। ସେ ଆଇଆର୍‌ବିରେ କନଷ୍ଟେବଲ୍ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ଏହି ଗୁଳିମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ମେଲଣ କାର୍ଯ୍ୟକ୍ରମକୁ ନେଇ ଗାଁର ସଭାପତି ଶ୍ରୀକାନ୍ତ ସାହୁଙ୍କ ଭାଇଙ୍କ ସହ କନଷ୍ଟେବଲ୍‌ଙ୍କ ବଚସା ହୋଇଥିଲା। ଏଥିରେ ଗାଁ ସଭାପତି ଉତ୍‌କ୍ଷିପ୍ତ ହୋଇ ରାମଚନ୍ଦ୍ରଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ […]

  • Thursday, 22 July 2021
lightning
ବର୍ଷା ସହ ବଜ୍ରପାତ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ଯାଏ ୬ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର ଓ ନୂଆପଡ଼ା।

  • Thursday, 22 July 2021
odisha
କରୋନା ସମ୍ପର୍କରେ ଗୁଜବ ପ୍ରଚାର କରି ବନ୍ଧା ହେଲେ

ରାୟଗଡ଼ା(ମନୋଜ ପାତ୍ର): ସୋଶାଲ୍ ମିଡିଆରେ କରୋନା ସମ୍ପର୍କରେ ଗୁଜବ ପ୍ରଚାର କରିବା ଅଭିଯୋଗରେ ରାୟଗଡ଼ା ପୁଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ସତ୍ୟନାରାୟଣ ସାମଲ। ରାୟଗଡ଼ାରେ ଜଣେ କରୋନା ଆକ୍ରାନ୍ତ ପହଞ୍ଚିଥିବା ଏବଂ ସେ ଜଣେ କେରଳ ଫେରନ୍ତା ଦାଦନ ଶ୍ରମିକ ବୋଲି ସତ୍ୟନାରାୟଣ ସୋଶାଲ୍‌ ମିଡିଆରେ ମିଥ୍ୟା ତଥା ଗୁଜବ ପ୍ରଚାର କରିଥିଲେ। ଏହାକୁ ନେଇ ଲୋକେ ଭୟଭୀତ ହୋଇଯାଇଥିଲେ। ଏହା ଏକ ଗୁଜବ ଖବର ଜଣାପଡ଼ିବା […]

  • Thursday, 22 July 2021
bbsr
ଆସନ୍ତା ୩୧ ଯାଏ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ସମସ୍ତ ଶୋ’ ବନ୍ଦ

ଭୁବନେଶ୍ୱର: କରୋନା ଭାଇରସ୍‌କୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ପ୍ରାଣଘାତୀ କରୋନାରେ ଜଣଙ୍କ ପରେ ଜଣଙ୍କ ଜୀବନ ଚାଲି ଯାଉଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ସତର୍କତା ଓ ସଚେତନତା କରାଯାଉଛି। ଅନ୍ୟପକ୍ଷରେ କରୋନାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌ର ସମସ୍ତ ଶୋ’କୁ ଆସନ୍ତା ୩୧ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏତଦ୍‌ବ୍ୟତୀତ ବୁର୍ଲା ସ୍ଥିତ ଡଃ ଏପିଜେ ଅବଦୁଲ୍‌ […]

  • Thursday, 22 July 2021
corona
କରୋନା ସଂପର୍କରେ ଗୁଜବ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ରେଗୁଲେସନ୍‌ ଜାରି ହୋଇଛି। ଏହି ରେଗୁଲେସନ୍‌ ଅନୁଯାୟୀ ସବୁ ସରକାରୀ, ଘରୋଇ ହସ୍ପିଟାଲରେ କରୋନା ସନ୍ଦିଗ୍ଧଙ୍କ ପାଇଁ ବ୍ୟବସ୍ଥା ରହିବ। ଏହାସହ ହସ୍ପିଟାଲ୍‌କୁ ଆସୁଥିବା ସମସ୍ତ କରୋନା ସନ୍ଦିଗ୍ଧଙ୍କ ସବୁପ୍ରକାର ତଥ୍ୟ ରଖିବେ ହସ୍ପିଟାଲ କର୍ତ୍ତୃପକ୍ଷ। ଯଦି କେହି କରୋନା ସଂପର୍କରେ ଗୁଜବ ପ୍ରଚାର କରନ୍ତି, ଏହାକୁ ଅପରାଧ ଭାବେ ବିବେଚନା କରାଯିବ ଓ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି କୌଣସି […]

  • Thursday, 22 July 2021
odisha
ଆସନ୍ତା ୨୯ ଯାଏ ବିଧାନସଭା ମୁଲତବି ଘୋଷଣା

ଭୁବନେଶ୍ୱର: ଆସନ୍ତା ୨୯ ଯାଏ ବିଧାନସଭା ମୁଲତବି ଘୋଷଣା ହୋଇଛି। ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସ୍ଥଗିତ ରଖିବା ଲାଗି ଆସିଥିବା ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଯାଇଛି। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୯ ଯାଏ ଚାଲିବାକୁ ଧାର୍ଯ୍ୟ ହୋଇଛି। କରୋନା ଭାଇରସ୍‌ ଯୋଗୁ ବିଧାନସଭା ଅଧିବେଶନକୁ ସ୍ଥଗିତ ରଖିବା ଲାଗି ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଥିଲେ। ତେବେ ପ୍ରସ୍ତାବକୁ ବିଜେପି ବିରୋଧ କରିଥିଲା। କରୋନା ଆତଙ୍କ ସତ୍ତ୍ୱେ ସଂସଦ ଅଧିବେଶନ ଚାଲିଥିବାରୁ ବିଧାନସଭାକୁ […]

  • Thursday, 22 July 2021
school closed
ମାର୍ଚ୍ଚ ୩୧ ଯାଏ ରାଜ୍ୟର ସମସ୍ତ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କରିଛନ୍ତି। ଏହାସହ ସିନେମା ହଲ୍ ଓ ସୁଇମିଂ ପୁଲ୍ ମଧ୍ୟ ବନ୍ଦ କରିବାକୁ ଘୋଷଣା ହୋଇଛି। ତେବେ ପରୀକ୍ଷା ଚାଲିଥିବା ଶିକ୍ଷାନୁଷ୍ଠାନ ବନ୍ଦ ହେବନାହିଁ ବୋଲି ରାଜ୍ୟ ସରକାର […]

  • Thursday, 22 July 2021
Representational Image
ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ପାଟକୁରା ଦେଇ ଯାଇଥିବା ଚିତ୍ରତ୍ପୋଳା ନଦୀକୁ ଗାଧୋଇବା ପାଇଁ ଆଜି ସକାଳେ ୨ ଜଣ ଯୁବକ ଯାଇଥିଲେ। ଏହି ସମୟରେ କୌଣସି କାରଣ ବଶତଃ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ପାଟକୁରା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। […]

  • Thursday, 22 July 2021
school
ରାଜ୍ୟର ୧୧ ହଜାରରୁ ଅଧିକ ସ୍କୁଲର ହେବ ମିଶ୍ରଣ

ଭୁବନେଶ୍ୱର: ପିଲା ଓ ଭିତ୍ତିଭୂମି ଅଭାବରୁ ରାଜ୍ୟର ୧୧ ହଜାର ୫୧୭ଟି ସ୍କୁଲର ମିଶ୍ରଣ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ୨୦ କିମ୍ବା ତା’ଠାରୁ କମ୍‌ ଛାତ୍ରଛାତ୍ରୀ ଥିବା ୬ ହଜାର ୩୪୦ଟି ବିଦ୍ୟାଳୟ, ୪୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ୫ ହଜାର ୧୭୭ଟି ପ୍ରାଇମେରୀ ସ୍କୁଲ ବନ୍ଦ ହେବ। ଏହିସବୁ ସ୍କୁଲ୍‌ ଗୁଡ଼ିକର ମିଶ୍ରଣ ହେବ…. ୧୦୦ ମିଟର ଦୂରତା କିମ୍ବା ଗୋଟିଏ କ୍ୟାମ୍ପସରେ ରହିଥିବା ପ୍ରାଥମିକ […]

  • Thursday, 22 July 2021
aai
ଭୁବନେଶ୍ୱର ଏମ୍ସକୁ କୋଟିଏ ଟଙ୍କାର ଯନ୍ତ୍ରାଂଶ ଦେବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସକୁ ୧ କୋଟି ଟଙ୍କାର ଯନ୍ତ୍ରାଂଶ ପ୍ରଦାନ କରିବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ(AAI)। ଏନେଇ ଗତକାଲି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ସହ ଏମ୍ସର ଚୁକ୍ତି ସ୍ୱାକ୍ଷର ହୋଇଛି। ସିଏସ୍‌ଆର୍ କାର୍ଯ୍ୟକ୍ରମ ଅଂଶ ସ୍ୱରୂପ AAI ଏମ୍ସକୁ କୋଟିଏ ଟଙ୍କାର ଯନ୍ତ୍ରାଂଶ ଯୋଗାଇଦେବ। ଚୁକ୍ତି ଅନୁସାରେ, ଏମ୍ସକୁ ଏୟାରପୋର୍ଟ ଅଥରିଟି ୬ଟି ICU ଭେଣ୍ଟିଲେଟର, ୨ପୋର୍ଟେବଲ ଭେଣ୍ଟିଲେଟର, ୨ ଡେଫିବ୍ରିଲେଟର ପ୍ରଦାନ କରିବ। ମେଡିକାଲ୍ ଭିତ୍ତିଭୂମି ବିସ୍ତାର କରିବାରେ AIIMS ନିର୍ଦ୍ଦେଶକ ଏବଂ […]

  • Thursday, 22 July 2021
doctor
ଡାକ୍ତର ବାବୁଙ୍କ ଲାଞ୍ଚ ଭିଡିଓ ଭାଇରାଲ

କାମାକ୍ଷାନଗର: “ପ୍ରାଇଭେଟ କାମ ପାଇଁ ଶହେ ଟଙ୍କା । କିନ୍ତୁ ସରକାରୀ କାମ ହେଲେ ଟଙ୍କାଟେ ବି ଦେବାକୁ ପଡ଼ିବନି।” ଏପରି ଭାବେ କହୁଥିବା ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି, ସେ ଜଣେ ଡାକ୍ତର। ତାଙ୍କ ନାଁ ସ୍ଥିତପ୍ରଜ୍ଞ ମହାନ୍ତି। ସେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ସେ ଜଣେ ବ୍ୟକ୍ତିଙ୍କଠାରୁ ୧୦୦ ଟଙ୍କା ଲାଞ୍ଚ ନେବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଡାକ୍ତର ସ୍ଥିତପ୍ରଜ୍ଞ […]

  • Thursday, 22 July 2021

Total Seats 70

BJP 47
AAP 23
INC 0
OTHERS 0

Delhi Vidhan Sabha Election Result