ପାଟକୁରା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ରେ ଆକ୍ରାନ୍ତ ନେଇ ସୋଶାଲ୍ ମିଡିଆରେ ମିଛ ଖବର ପ୍ରଚାର କରିବା ଅଭିଯୋଗରେ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ୍ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଏହି ୪ ଜଣ ଯୁବକ ପ୍ରଧାନମନ୍ତ୍ରୀ ମୋଦି କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ନେଇ ସୋଶାଲ ମିଡିଆରେ ମିଛ ଖବର ପ୍ରଚାର କରିଥିଲେ। ଏଭଳି ମିଛ ଖବର ପ୍ରଚାର କରି ଲୋକଙ୍କୁ ଆତଙ୍କିତ କରୁଥିବା ଅଭିଯୋଗରେ ପୁଲିସ୍ ସେମାନଙ୍କୁ ଗତକାଲି ଗିରଫ କରିଛି। ସେହିପରି […]
ଅନୁଗୁଳ: କରୋନାକୁ ନେଇ ଗୁଜବ ପ୍ରଚାର କରିବା ଅଭିଯୋଗରେ ଅନୁଗୁଳ କୋଲିୟରୀ ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ଅନୁଗୁଳ ନୂଆଁହତା ଗାଁର ଜଣେ ଯୁବକଙ୍କ କରୋନାରେ ମୃତ୍ୟୁ ହୋଇଥିବା ନେଇ ଗିରଫ ଯୁବକ ଜଣକ ନିଜ ଫେସବୁକ୍ ଆକାଉଣ୍ଟରେ ଗୁଜବ ପ୍ରଚାର କରିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଥାନାରେ ଏତଲା ହେବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ଉତ୍ତର-କେନ୍ଦ୍ରାଞ୍ଚଳ […]
ଭୁବନେଶ୍ୱର: କେବଳ ଟିଭି ଚ୍ୟାନେଲ୍ ଭାବରେ ନୁହେଁ, ଡିଜିଟାଲ୍ ପ୍ଲାଟଫର୍ମରେ ମଧ୍ୟ ଓଟିଭି ନମ୍ବର ଓ୍ୱାନ୍। ବିଶ୍ୱର ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ଭାବରେ, ୟୁଟ୍ୟୁବ୍ରେ ଏହା ୩ ମିଲିଅନ୍ ସବସ୍କ୍ରାଇବର୍ସ ହାସଲ କରିଛି। ଏହି ମାନଦଣ୍ଡ ହାସଲ କରିବାରେ ଓଟିଭି ହେଉଛି ରାଜ୍ୟର ପ୍ରଥମ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍। ଏବେ ଡିଜିଟାଲର ସମୟ। ଅଧିକାଂଶ ଯୁବପିଢ଼ି ମୋବାଇଲ୍ ମାଧ୍ୟମରେ ଖବର ଅପଡେଟ୍ ଜାଣିବାକୁ ପସନ୍ଦ କରୁଛନ୍ତି। ସେଥିପାଇଁ ଏବେ ସୋସିଆଲ୍ ମିଡିଆ ମୁହାଁ ସମସ୍ତେ। କିନ୍ତୁ […]
ଭୁବନେଶ୍ୱର: କରୋନା ସତର୍କତା ପାଇଁ ସମସ୍ତ ଟେକ୍ନିକାଲ୍ ଓ ପ୍ରଫେସ୍ନାଲ୍ ପାଠ୍ୟକ୍ରମର ଫାଇନାଲ ସେମିଷ୍ଟାର ଓ ବ୍ୟାକ୍ ପେପର୍ ପରୀକ୍ଷା(ଯେଉଁମାନେ ଫାଇନାଲ୍ ସେମିଷ୍ଟାର୍ରେ ପରୀକ୍ଷା ଦେବେ)କୁ ଛାଡ଼ି ସବୁ ପରୀକ୍ଷା ବାତିଲ୍ କରାଯାଇଛି। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖାଯାଇଛି। ଯେଉଁ ଅଧ୍ୟାପକ, ଅଧ୍ୟାପିକା କିମ୍ବା କର୍ମଚାରୀ ପରୀକ୍ଷା କିମ୍ବା ଖାତାଦେଖାରେ ସାମିଲ ନାହାନ୍ତି ସେମାନେ ଆସିବା ଦରକାର ନାହିଁ। କିନ୍ତୁ ସେମାନେ ଘରେ ରହି […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଦିନ ୧୧ଟା ୧୫ ମିନିଟ୍ ଯାଏ ୯ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ପୁରୀ, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝର ଓ କଟକ।
ଭୁବନେଶ୍ୱର: କରୋନାକୁ ଆଦୌ ବ୍ୟାପିବାକୁ ନ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବା ବେଳେ ଆଜି ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ଉପ-ନିର୍ବାଚନକୁ ସ୍ଥଗିତ କରି ଦେଇଛନ୍ତି। ମାର୍ଚ୍ଚ ୨୪ ତାରିଖରେ ଏହି ଉପନିର୍ବାଚନ ହୋଇଥା’ନ୍ତ। ୨୦ଟି ଜିଲ୍ଲାରେ ୨ଟି ଜିଲ୍ଲା ପରିଷଦ ସଭ୍ୟ, ୬ ସରପଞ୍ଚ, ୮ ସମିତି ସଭ୍ୟ ଓ ୮୪ଟି ୱାର୍ଡ ସଭ୍ୟ ପଦବୀ ପୂରଣ ପାଇଁ ଏହି ଉପନିର୍ବାଚନ ହୋଇଥା’ନ୍ତା। ତେବେ ଏହି ଉପନିର୍ବାଚନ ପାଇଁ […]
ଭୁବନେଶ୍ୱର: କରୋନା ସତର୍କତା ପାଇଁ ପୂର୍ବରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିବା ବେଳେ ଆଜି ଭୁବନେଶ୍ୱର ସ୍ଥିତ ବାଣୀ ବିହାର ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୪ ଘଣ୍ଟା ଭିତରେ ହଷ୍ଟେଲ ଛାଡ଼ିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମିଡ୍ ସେମିଷ୍ଟର ପରୀକ୍ଷାକୁ ବି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଘୁଞ୍ଚାଇ ଦେଇଛନ୍ତି। ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆହୁରି ମଧ୍ୟ ପଢ଼ନ୍ତୁ: ଶିକ୍ଷକମାନଙ୍କୁ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ, ପରୀକ୍ଷା ଘୁଞ୍ଚିଲା
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଶିକ୍ଷକମାନଙ୍କୁ ସ୍କୁଲକୁ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସହ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପରୀକ୍ଷାକୁ ଘୁଞ୍ଚା ଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପରୀକ୍ଷା ସ୍ଥଗିତ ରଖାଯାଇଛି। ତେବେ ଦ୍ୱାଦଶ ଶ୍ରେଣୀ ପାଇଁ ଚାଲୁ ରହିଥିବା ପରୀକ୍ଷା ଜାରି ରହିବ। ସେହିପରି ଦଶମ […]
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି ହୋଇଛି। ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ଚଳାଚଳ କରୁଥିବା ଘରୋଇ ଏବଂ ସରକାରୀ ବସ୍ ଗୁଡ଼ିକରେ ଯେତିକି ସିଟ୍ ଅଛି, ସେତିକି ହିଁ ଯାତ୍ରୀ ପରିବହନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଯାତ୍ରୀବାହୀ ବସ୍ ଗୁଡ଼ିକରେ ଓଭରଲୋଡ଼ିଂ ନ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଛି। କରୋନାକୁ ନେଇ ଉଭୟ ଘରୋଇ ଓ ସରକାରୀ ବସ୍ ପାଇଁ […]
ଭୁବନେଶ୍ୱର: ଓଡ଼ିଶାରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି କୋଭିଡ୍ ୧୯ ମୁକାବିଲା ନେଇ ଗଠିତ ରାଜ୍ୟ କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ। ସେ କହିଛନ୍ତି, “ଜଣେ ୩୩ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସଂପୃକ୍ତ ଯୁବକ ଇଟାଲିରେ ଗବେଷଣା କରୁଥିଲେ। ମାର୍ଚ୍ଚ ୬ ତାରିଖରେ ଦିଲ୍ଲୀ ଫେରି ଥିଲେ ଓ ମାର୍ଚ୍ଚ ୧୨ରେ ଭୁବନେଶ୍ୱର ଆସିଥିଲେ। ମାର୍ଚ୍ଚ ୧୩ ତାରିଖରେ ଜଣେ ଘରୋଇ […]
ଭଦ୍ରକ: କରୋନା ମୁକାବିଲା ଲାଗି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରି ଦିଆଯାଇଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରାଯାଇ ସୂଚନା ଦିଆଯାଇଛି। ପ୍ରାଥମିକ ଭାବେ ମାର୍ଚ୍ଚ ୩୧ ଯାଏ ଛୁଟି ବାତିଲ କରାଯାଇଥିବା ଜଣାପଡ଼ିଛି। #CoronavirusOutbreak Leaves of all Government Employees of Bhadrak district stand cancelled with immediate effect. — District Administration,Bhadrak (@DM_Bhadrak) […]
ଭୁବନେଶ୍ୱର: କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଭାଇରସ୍ ବ୍ୟାପୁଥିବା ନେଇ ଯେଉଁ କଥା ପ୍ରଚାର ହେଉଛି, ତାହା ସଂପୂର୍ଣ୍ଣ ମିଛ ଓ ଗୁଜବ ବୋଲି ପଶୁପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ କହିଛି। ଯାହା ଜଣାପଡ଼ିଛି, ବର୍ତ୍ତମାନ କେବଳ ମଣିଷରୁ ମଣିଷକୁ କରୋନା ଭାଇରସ୍ ବ୍ୟାପୁଛି। ପଶୁପକ୍ଷୀଙ୍କଠାରୁ ମଣିଷକୁ ଏବେ କରୋନା ବ୍ୟାପୁଥିବା ନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି। ଏହାସହ ବିଭାଗ କହିଛି ଯେ, ପ୍ରାଣୀମାନେ ଭାଇରସ୍ର ଉତ୍ସ […]
କଟକ: ଇଞ୍ଜିନ୍ରୁ ଅଲଗା ହେଲା ବଗି। ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଟ୍ରେନ୍ର ୨ଟି ବଗି ଇଞ୍ଜିନ୍ରୁ ଅଲଗା ହୋଇଯାଇଥିବା ସୂଚନା ମିଳିଛି। ଏକ୍ସପ୍ରେସ୍ ଟ୍ରେନ୍ଟି ଭୁବନେଶ୍ୱରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବାବେଳେ ଆଜି ଶାଳଗାଁ-ବରହମ୍ପୁର ଷ୍ଟେସନ୍ ପଲାସିଆ ନିକଟରେ ୨ଟି ବଗି ଇଞ୍ଜିନ୍ରୁ ଅଲଗା ହୋଇଯାଇଥିଲା। ଏନେଇ ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମରାମତି ପରେ ଇଞ୍ଜିନ୍ ସହ ବଗିକୁ ଯୋଡ଼ା ଯାଇଥିଲା ଓ ପୁଣିଥରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା ଏକ୍ସପ୍ରେସ୍ ଟ୍ରେନ୍। ତେବେ କେଉଁ […]
ବାରିପଦା: ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବାରିପଦା ସ୍ଥିତ ପି.ଆର୍.ଏମ୍ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଚୁ ମୁଖାର୍ଜୀଙ୍କ ପରଲୋକରେ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି। ଶେଷ ଦର୍ଶନ ପାଇଁ ତାଙ୍କ […]
ପୁରୀ: ଆଜିଠୁ ପିପିଲି ଟୋଲ୍ ଗେଟ୍ରେ ପୁରୀକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ଗାଡ଼ିକୁ ଯାଞ୍ଚ କରାଯିବା ସହ ପର୍ଯ୍ୟଟକଙ୍କ ସ୍କାନିଂ କରାଯିବ। ଏହି ଯାଞ୍ଚରେ ଡାକ୍ତରୀ ଟିମ୍, ପରିବହନ ଅଧିକାରୀ ଏବଂ ପୁଲିସ୍ ରହିବେ। ଯଦି, କୌଣସି ପର୍ଯ୍ୟଟକଙ୍କ ପାଖରେ କରୋନାକୁ ନେଇ ସନ୍ଦେହ ଦେଖାଦିଏ ତେବେ ତାଙ୍କୁ ସେଠୁ ଫେରାଇ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ପୁରୀକୁ ରାଜ୍ୟ ଓ ବାହାର ରାଜ୍ୟରୁ ଆସୁଥିବା ଲୋକେ ଅତ୍ୟାବଶକ କାମ ହେଲେ […]
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ଆଜିଠୁ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ସପିଂମଲ୍କୁ ଆସନ୍ତା ୩୧ ତାରିଖ ଯାଏ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। କରୋନା ମୁକାବିଲା ପାଇଁ କମିଶନରେଟ୍ ପୁଲିସ୍ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଓଡ଼ିଶା ଅର୍ବାନ ପୁଲିସ୍ ଆକ୍ଟ ସେକ୍ସନ ୩୫ ଅନୁୟାୟୀ କମିଶନରେଟ ପୁଲିସ୍ ଏଭଳି ନିର୍ଦ୍ଦେଶ ଜାରି କରିଛି। ଆସନ୍ତା ୩୧ ତାରିଖ ଯାଏ ଟ୍ୱିନ୍ସିଟି […]
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀଉଦ୍ୟାନ, ଷ୍ଟେଟ୍ ବଟାନିକାଲ ଗାର୍ଡେନ୍ ପରେ ଆଜିଠୁ ମାର୍ଚ୍ଚ ୩୧ ଯାଏ ପର୍ଯ୍ୟଟକଙ୍କ ପାଇଁ ଧଉଳି ବନ୍ଦ ନେଇ ଘୋଷଣା ହୋଇଛି। ଏହାସହ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ ରାଉତଙ୍କ ସୂଚନା ଦେଇଛନ୍ତି। ସେଣ୍ଟ୍ରାଲ୍ ଜୁ ଅଥରିଟିଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ବୃଦ୍ଧି ଲାଗି ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସରରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ପ୍ରାଣୀଉଦ୍ୟାନରେ କାମ କରୁଥିବା […]
କଟକ: ଇଟାଲିରୁ ଫେରିଥିବା ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ କରୋନା ସନ୍ଦେହରେ କଟକ ଏସ୍ସିବିରେ ଭର୍ତ୍ତି କରାଯାଇଛି। ଫଳରେ ଏବେ ଏସ୍ସିବିରେ ୨ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ଜାରି ରହିଛି। ପୂର୍ବରୁ ଜଣେ ସନ୍ଦିଗ୍ଧଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଗତକାଲି ଇଟାଲି ଫେରନ୍ତା ଛାତ୍ର ଜଣକ ଏସ୍ସିବିରେ ଭର୍ତ୍ତି ହୋଇଛନ୍ତି। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ପୂର୍ବରୁ ଚିକିତ୍ସା ପରେ ୭ ସନ୍ଦିଗ୍ଧଙ୍କୁ ଏସ୍ସିବିରୁ ଡିସ୍ଚାର୍ଜ କରାଯାଇଥିଲା। କରୋନା ବିଶ୍ୱ ମହାମାରୀ ରୂପ […]
ଭୁବନେଶ୍ୱର: ପ୍ରାଣଘାତୀ କରୋନା ଭାଇରସ୍କୁ ରାଜ୍ୟ ବିପର୍ଯ୍ୟୟ ଭାବେ ରାଜ୍ୟ ସରକାର ଘୋଷଣା କରିବାପରେ ଏହାକୁ ନେଇ ସତର୍କତା ଓ ସଚେତନତା ଆରମ୍ଭ ହୋଇଯାଇଛି। ସମସ୍ତ କୋଚିିଂ ଓ ଟ୍ୟୁସନ୍ ସେଣ୍ଟର ଆଜିଠୁ ବନ୍ଦ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହାସହ ପିଲାମାନଙ୍କୁ କୋଚିଂ ସେଣ୍ଟରକୁ ନ ଛାଡ଼ିବାକୁ ଅଭିଭାବକଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି। ଏନେଇ ଗତକାଲି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ କରି ସୂଚନା ଦେଇଥିଲେ। By way of clarification: […]
ଭୁବନେଶ୍ୱର: ଅନିର୍ଦ୍ଦିଷ୍ଟକାଳ ଯାଏ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡସ୍ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଜନତା ମଇଦାନରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା। ତେବେ କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଦୃଷ୍ଟିରେ ରହି ଏହାକୁ ସ୍ଥଗିତ ରଖାଯାଇଛି। ଏନେଇ ଆୟୋଜକ ହ୍ୱାଇଟ୍ କାନଭାସ୍ ପକ୍ଷରୁ କୁହାଯାଇଛି। ପରିସ୍ଥିତି ସୁଧୁରିବା ପରେ ଆୱାର୍ଡ ଶୋ’ ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଆହୁରି ମଧ୍ୟ ପଢ଼ନ୍ତୁ: ତରଙ୍ଗ ସିନେ […]
ନବରଙ୍ଗପୁର: କରୋନାକୁ ନେଇ ଆଉ ଏକ ଗୁଜବ ସାମ୍ନାକୁ ଆସିଛି। କରୋନାକୁ ନେଇ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକର ଆଉଁଳି ଗାଁ ଲୋକେ ରାତି ଅଧରେ ଠାକୁରଙ୍କ ପାଖରେ ଅଧିଆ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ଗାଁରେ ପ୍ରଚାରିତ ଗୁଜବ ଅନୁଯାୟୀ, ଯେଉଁ ପରିବାରରେ ଗୋଟିଏ ସନ୍ତାନ ଥିବେ ସେହି ପରିବାର ପକ୍ଷରୁ ଗାଁ ଶିବ ମନ୍ଦିରରେ ପୂଜା କରିବାକୁ ହେବ। ନ ହେଲେ ପରିବାର ସଦସ୍ୟଙ୍କ କ୍ଷତି ହେବା ସହ ଜୀବନ […]
ଭୁବନେଶ୍ୱର: କରୋନାକୁ ଦୃଷ୍ଟିରେ ରଖି ଆଜିଠୁ ମାର୍ଚ୍ଚ ୩୧ ଯାଏ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ବନ୍ଦ ରଖାଯାଇଛି। ଏହାସହ ଷ୍ଟେଟ୍ ବଟାନିକାଲ ଗାର୍ଡେନ୍ ମଧ୍ୟ ବନ୍ଦ ରହିଛି। ସେଣ୍ଟ୍ରାଲ୍ ଜୁ ଅଥରିଟିଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ବୃଦ୍ଧି ଲାଗି ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସରରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ପ୍ରାଣୀଉଦ୍ୟାନରେ କାମ କରୁଥିବା ଲୋକଙ୍କୁ ମାସ୍କ ପିନ୍ଧିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ, ଏହି ସିଜିନ୍ରେ ପ୍ରତିଦିନ ୪ ହଜାରୁ ୬ ହଜାର ନନ୍ଦନକାନନକୁ ପର୍ଯ୍ୟଟକଙ୍କ ଆଗମନ […]
ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କି.ମି ରହିପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସକାଳ ୮ଟା ୩୦ ଯାଏ ୭ଟି ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ସମ୍ବଲପୁର, ଦେବଗଡ଼, ନୂଆପଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ବରଗଡ଼।
ରାଉରକେଲା: କରୋନା ମୁକାବିଲା ପାଇଁ ରାଉରକେଲା NITକୁ ଛୁଟି ଘୋଷଣା କରାଯାଇଛି। ଏହାସହ ଏଠାରେ ରହି ପଢ଼ୁଥିବା ଦେଶ ବିଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି କ୍ୟାମ୍ପସ୍ରେ ରହିବାକୁ ଚାହିଁବେ, ତା’ହେଲେ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମାର୍ଚ୍ଚ ୩୧ ଯାଏ ରାଜ୍ୟର ସବୁ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ […]
ଭୁବନେଶ୍ୱର: ସମସ୍ତଙ୍କୁ ଘାରିଛି କରୋନା ଭୟ। ଓଡ଼ିଶାରେ ଏବେ ସୁଦ୍ଧା କେହିବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ହେଲେ ରାଜ୍ୟ ତଥା ଦେଶ ବାହାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ରାଜ୍ୟ ତଥା ଦେଶ ବାହାରକୁ ଯାଇ ଫେରୁଥିବା ବ୍ୟକ୍ତିଙ୍କୁ ନିଜ ସମ୍ପର୍କରେ ଅବଗତ କରାଇବାକୁ କୁହାଯିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବଲାଙ୍ଗିର ଜିଲ୍ଲାରେ କରୋନା ସନ୍ଦେହରେ ଦମ୍ପତିଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯାଇଛି। ସେମାନେ ସଂପର୍କୀୟଙ୍କ ମୃତ୍ୟୁ ଖବର […]