ଯାଜପୁର: ଧର୍ମଶାଳା ଥାନା ଜାତୀୟ ରାଜପଥର ରଥିଆ ନିକଟ ୧୬ନମ୍ବର ଜାତୀୟ ରାଜପଥରେ ଆଜି ଏକ ଗୋରୁ ବୋଝେଇ କଣ୍ଟେନର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଓଲଟି ପଡ଼ିବାରୁ ୫ଟି ଗୋରୁଙ୍କ ମୃତ୍ୟୁ ହୋଇଛି। କିଛି ଗୋରୁ ଚାପି ହୋଇ ରହିଛନ୍ତି। ବେଆଇନ ଭାବେ ୪୫ଟି ଗୋରୁ ନେଇ କଣ୍ଟେନର୍ଟି ଖୋର୍ଦ୍ଧାରୁ କଲିକତା ଅଭିମୁଖେ ଯାଉଥିଲା। ଭୋର ୩ଟା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପିଡ଼ିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି […]
ସମ୍ବଲପୁର: ଶତ ପ୍ରତିଶତ ନିଯୁକ୍ତି ଦାବିରେ ସମ୍ବଲପୁର ଚିପିଲିମାର ଓୟୁଏଟି ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଉହ୍ଲାଇଛନ୍ତି। ଚାକିରି ଦାବି କରି ଓୟୁଏଟିର ଉଦ୍ୟାନକୃଷି ବିଭାଗର ଛାତ୍ରଛାତ୍ରୀ ତଥା ବିଭାଗର ପୁରାତନ ଛାତ୍ରଛାତ୍ରୀ ଧାରଣା ଦେଇଛନ୍ତି। ଉଦ୍ୟାନ କୃଷି ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସହକାରୀ ଉଦ୍ୟାନ କୃଷି ଅଧିକାରୀ ବା ଆସିଷ୍ଟାଣ୍ଟ ହର୍ଟିକଲ୍ଚର୍ ଅଫିସର ପଦବି ପାଇଁ ଏଗ୍ରିକଲ୍ଚର୍ ବିଭାଗର ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦିଆଯାଉଛି। ଯାହାର କଡ଼ା ବିରୋଧ କରିଛନ୍ତି ହର୍ଟିକଲ୍ଚର୍ ବିଭାଗର ଛାତ୍ରଛାତ୍ରୀ। ଉକ୍ତ ବିଭାଗରେ ପାଠ […]
କଳାହାଣ୍ଡି: ବିଭିନ୍ନ ଦାବି ନେଇ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀମାନେ ପଦଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶହ ଶହ ଚାଷୀ ଏକାଠି ହୋଇ ପଦଯାତ୍ରାରେ ପ୍ରାୟ ୨୫ କିଲୋମିଟର ରାସ୍ତା ଆସିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବେ। ଏଠାରେ ପହଞ୍ଚି ଜିଲ୍ଲାପାଳଙ୍କ ଆଗରେ ବିଭିନ୍ନ ଦାବି ଉପସ୍ଥାପନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବେ। ଏହି ଅଞ୍ଚଳରେ ମରୁଡି ଭଳି ପରିସ୍ଥିତି ଉପୁଜିଥିବାରୁ ଗତବର୍ଷର କୃଷି ବୀମା ଟଙ୍କା ପ୍ରଦାନ କରିବାକୁ ଚାଷୀ […]
କଳାହାଣ୍ଡି: ମାଓବାଦୀଙ୍କ ଟାର୍ଗେଟରେ ଏବେ ଠିକାଦାର। ଦୁଇ ଦିନରେ ଦୁଇ ଜଣ ଠିକାଦାରଙ୍କୁ ହତ୍ୟା କଲେଣି ମାଓବାଦୀ। ଗତକାଲି କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ମାଲିପଡ଼ା ସାପ୍ତାହିକୀ ହାଟରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ହତ୍ୟା କରିବା ପରେ ପୁଣି ସେଇ ରାତିରେ ଲାଞ୍ଜିଗଡ଼ ବ୍ଲକ୍ ବିଶ୍ୱନାଥପୁର ଥାନା ବାବୁପଦର ଗାଁର ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ଭୀମ ଦୋରା। ମାଓବାଦୀମାନେ ଭୀମଙ୍କୁ ଡୁକରିଗୁଡ଼ାରେ ଗୁଳି କରି ହତ୍ୟା କରିଛନ୍ତି। ଭୀମ ପେଷାରେ ଜଣେ ଠିକାଦାର […]
ସମ୍ବଲପୁର: ଶ୍ରେଷ୍ଠ ପ୍ରଶାସକର ଚାକିରି କରି କାହିଁକି କେଜାଣି ଥରୁଟେ ଶିକ୍ଷକ ହେବାକୁ ମନହେଲା। ପିଲାଙ୍କୁ ପାଠ ପଢ଼ାଇବାକୁ ସ୍କୁଲ୍ ଚାଲି ଆସିଲେ ଜିଲ୍ଲାପାଳ। ସ୍କୁଲ୍ ପିଲାଙ୍କୁ ପାଠ ବି ପଢ଼ାଇଲେ। ପର୍ଯ୍ୟଟନ ସ୍ଥଳ ବି ବୁଲାଇଲେ। ଆମେ କହୁଛୁ ସମ୍ବଲପୁର ଜିଲ୍ଲାର ଜିଲ୍ଲାପାଳ ଶୁଭମ୍ ସକ୍ସେନାଙ୍କ କଥା। ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନା ଆଜି ଜିଲ୍ଲାର ମାଓ ପ୍ରଭାବିତ ନାକଟିଦେଉଳ ବ୍ଲକ ପରିଦର୍ଶନ ବେଳେ ଶିମିଳିପାଳ ଓ ଘୋଷରାମାଲ ପଞ୍ଚାୟତର ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇଛନ୍ତି। […]
ଖୋର୍ଦ୍ଧା: ଆଉ ପାଦେ ଆଗେଇଲା ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କାମ। ନୟାଗଡ଼ ଟାଉନ ଷ୍ଟେସନ ଠାରୁ ମହିପୁର ଷ୍ଟେସନ ପର୍ଯ୍ୟନ୍ତ ୧୨ କିଲୋମିଟର ନବନିର୍ମିତ ରେଳ ଲାଇନ ଉପରେ ଆଜି ପରୀକ୍ଷାମୂଳକ ଭାବେ ଟ୍ରେନ୍ ଗଡ଼ିଛି। ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ଉପସ୍ଥିତିରେ ନୟାଗଡ଼ରୁ ବଗି ସହ ଏକ ଟ୍ରେନ୍ ସ୍ପିଡ୍ ଟ୍ରାଏଲ୍ରେ ମହିପୁର ପର୍ଯ୍ୟନ୍ତ ଆସିଥିଲା। ଯଦି ଏହା ସଫଳ ହେବେ ତେବେ ନିର୍ଦ୍ଧାରିତ ସମୟରେ ବିଧିବଦ୍ଧ ଭାବେ ମହିପୁର ଷ୍ଟେସନକୁ ରେଳ ଚଳାଚଳ ଆରମ୍ଭ […]
ଭୁବନେଶ୍ୱର: ଆଜି ଜେଲ୍ରୁ ମୁକୁଳିପାରନ୍ତି ସାରଥି ଓରଫ୍ ସନ୍ତୋଷ ରାଉଳ। ଏଥିପାଇଁ କେନ୍ଦ୍ରାପଡ଼ା SDJM କୋର୍ଟରେ ସାରଥୀଙ୍କ ପକ୍ଷରୁ ବେଲ୍ ବଣ୍ଡ୍ ଦାଖଲ ହୋଇଛି। ସେଠାରୁ ରିପୋର୍ଟ ଆସିବା ପରେ ସାରଥୀ ଜେଲରୁ ମୁକୁଳିବାର ସମ୍ଭାବନା ରହିଛି। ପୂର୍ବରୁ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ଅନ୍ତେବାସିନୀ ମା’ ଓ ଝିଅଙ୍କ ମାମଲାରେ ହାଇକୋର୍ଟ ସାରଥୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା […]
ସୁନ୍ଦରଗଡ଼: ଆଷାଢ଼ ଯାଇ ଶ୍ରାବଣ ମାସ ହେଲାଣି। କିନ୍ତୁ ବର୍ଷାର ଦେଖା ନାହିଁ। ଚଳିତ ବର୍ଷ ମରୁଡ଼ି ଆଶଙ୍କା କଲେଣି ଚାଷୀ କୂଳ। ଏପରି ଅବସ୍ଥାରୁ ତ୍ରାହି ପାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ତଥା ଏହାର ଆଖପାଖ ଅଞ୍ଚଳର ଶତାଧିକ ମହିଳା ଭଲ ବର୍ଷା ଓ ଭଲ ଚାଷ ପାଇଁ ବ୍ରାହ୍ମଣୀ ଦେବୀଙ୍କୁ ପୂଜା କରିଛନ୍ତି। ତେବେ ଏ ପରମ୍ପରା ଆଜିର ନୁହେଁ। କାହିଁ କେଉଁ ଯୁଗ ହେଲା ଏହି ପରମ୍ପରା ଚଳିଆସୁଛି। ୯ଶହ ନାଗରା […]
ଭୁବନେଶ୍ୱର: ଆଜି ବିଧାନସଭାରେ ଜଳ ସଂପଦ ବିଭାଗର ଆଲୋଚନା ବେଳେ ଭୂପୃଷ୍ଠ ଜଳକୁ ନେଇ ମନ୍ତ୍ରୀ ଦେଇଥିବା ତଥ୍ୟ ଉପରେ ଆଲୋଚନା ହୋଇଛି। ରାଜ୍ୟରେ ୯୫,୫୪୦ ମିଲିୟନ ଘନମିଟର ଭୂପୃଷ୍ଠ ଜଳରୁ ୫୦,୬୪୦ ମିଲିୟନ ଘନ ମିଟର ଜଳ ସମୁଦ୍ରକୁ ବୋହିଯାଉଛି ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି। ତେବେ ଭୂପୃଷ୍ଠ ଜଳ ରୋକିବାକୁ ୧୪,୫୮୮ ଆଡ଼ିବନ୍ଧ ନିର୍ମାଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୂତଳ ଜଳ ପରିମାଣ କ୍ରମାଗତ ଭାବେ କମିବା ନେଇ ବିଧାୟକ […]
ଭୁବନେଶ୍ୱର: ଆଜି ବିଧାନସଭାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲଚୋନା ହୋଇପାରେ। ଅନୁଗୋଳରେ ନାବାଳିକା ଦୁଷ୍କର୍ମ ଓ ଭବନୀପାଟଣାସ୍ଥିତ ଏକ ଆଶ୍ରୟ ଗୃହରେ ନାବାଳିକାକୁ ନିର୍ଯାତନା, ଗତ ୪ବର୍ଷ ମଧ୍ୟରେ ୬ହଜାରରୁ ଅଧିକ ପିଲା ନିଖୋଜ ଆଦି ପ୍ରସଙ୍ଗ ଉଠିପାରେ। ତେଣୁ ଏସବୁ ପ୍ରସଙ୍ଗ ନେଇ ଆଜି ଗୃହ ବେଶ୍ ସରଗରମ ହେବାର ଅଛି। ଏନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବେ। ସେପଟେ ଆଜି ଗୃହ, ଅର୍ଥ, ଅବକାରୀ, ସାଧାରଣ ପ୍ରଶାସନ, ସ୍ୱାସ୍ଥ୍ୟ, ଇସ୍ପାତ ଓ […]
ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ମରୁଡ଼ି ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ବେଶ୍ ସରଗରମ ହୋଇଛି। ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ ୧୫ ଜିଲ୍ଲାରେ ବର୍ଷା ଠିକ୍ ଭାବେ ହୋଇନଥିବାରୁ ମରୁଡ଼ି ସ୍ଥିତି ଉପୁଜିଛି ବୋଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିଭଳି ରାଜ୍ୟରେ ମେଗା ଲିଫ୍ଟ ପଏଣ୍ଟରେ ପାଣି ନଆସିବା ସହ ଅଧିକାଂଶ ଲିଫ୍ଟ ଇରିଗେସନ ପଏଣ୍ଟ, ଡିପ୍ ଇରିଗେସନ ପଏଣ୍ଟ ଅକାମି ଥିବା ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ […]
ଖୋର୍ଦ୍ଧା: କାର୍ଗିଲ୍ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଅବସରରେ ସହିଦଙ୍କ ମନେ ପକାଇଛି ପାଇକ ଭୂମି ଖୋର୍ଦ୍ଧା ଜିଲ୍ଲା। ଏଥିପାଇଁ ଜିଲ୍ଲାର ବାଲୁଗାଁ କଲେଜ୍ ପଡ଼ିଆରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜିତ ହୋଇଛି। ଭାରତୀୟ ନୌସେନା ଚିଲିକା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଥିବା ବେଳେ ଏଥିରେ ସ୍ଥାନୀୟ ଲୋକେ ମଧ୍ୟ ଯୋଗ ଦେଇଥିଲେ। ଆଇଏନ୍ଏସ୍ ଚିଲିକାର ବହୁ ଅଧିକାରୀ, ଏମ୍ଇଏସ୍ ଓ ଯବାନମାନେ ସାଇକେଲ୍ ରାଲିରେ ବାଣପୁର ନେହେରୁ ସେବା ସଂଘଠାରେ ପହଞ୍ଚିଥିଲେ। ଓ […]
ଭୁବନେଶ୍ୱର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ କାଉଡ଼ିଆମାନେ ଦେବ ଦେବ ମହାଦେବଙ୍କ ନିକଟରେ ଜଳଲାଗି କରୁଛନ୍ତି। କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ବାବାଙ୍କ ମନ୍ଦିରରେ ଶ୍ରାବଣର ପ୍ରଥମ ସୋମବାର ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୋର ୩ଟାରୁ ମନ୍ଦିର ଫିଟାଯିବା ପରେ ଦର୍ଶନ ଓ ଜଳଲାଗି ଆରମ୍ଭ ହୋଇଛି। ଝୁଲା ପୋଲଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ କରାଯାଇଛି। ସେହିପରି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ପ୍ରସ୍ତୁତି କରିଛି ପ୍ରଶାସନ। ଭୋର […]
ଭୁବନେଶ୍ୱର: ସାରା ରାଜ୍ୟର ନଜର ରହିଥିବା ପାଟକୁରା ବିଧାନସଭା ଆଶନର ଆଜି ଫଳାଫଳ ଆସିଯାଇଛି। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏହି ଆସନରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ବାଜିମାତ କରିଛନ୍ତି। ୧୯ ରାଉଣ୍ଡ ସୁଦ୍ଧା ୧୭, ୯୨୦ ଭୋଟରେ ବିଜେଡି ଆଗୁଆ ରହିଛି। ଏହି ଅବସରରେ ସେ ପ୍ରଥମେ ଓଟିଭିକୁ ସାକ୍ଷାତକାର ଦେଇଛନ୍ତି। ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଅରିନ୍ଦମ ଦାସ। ପ୍ରଶ୍ନ: ବିଜୟର ଶ୍ରେୟ ଆପଣ କାହାକୁ ଦେବେ? ଉତ୍ତର: ବିଜୟର […]
ଭୁବନେଶ୍ୱର: ରାଜଧାନୀରେ ବିକ୍ରି ହେଉଛି ପ୍ଲାଷ୍ଟିକ ଅଣ୍ଡା ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ। ଉକ୍ତ ଅଞ୍ଚଳରେ ଥିବା ଏକ ଦୋକାନରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା କିଛି ଛାତ୍ର ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଛାତ୍ରମାନେ ନିର୍ଦ୍ଧିଷ୍ଟ ଏକ ଦୋକାନରୁ ଅଣ୍ଡା କିଣି ହଷ୍ଟେଲ୍କୁ ଫେରି ରୋଷେଇ କରିଥିଲେ। କିନ୍ତୁ ରୋଷେଇ ସମୟରେ ଏକ ପ୍ଲାଷ୍ଟିକ ଅଣ୍ଡା ବୋଲି ସେମାନଙ୍କର ସନ୍ଦେହ ହୋଇଥିଲା। ତେଣୁ ଛାତ୍ରମାନେ ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇ ସଂପୃକ୍ତ ଅଣ୍ଡା […]
କେନ୍ଦୁଝର: ପୁଣି ଅନ୍ଧବିଶ୍ୱାସରୁ ଗଡ଼ିଲା ମୁଣ୍ଡ। ଗୁଣିଗାରେଡ଼ି ସନ୍ଦେହରେ କେନ୍ଦୁଝର ବାଂଶପାଳ ଅଞ୍ଚଳରେ କକା ପୁତୁରାକୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ କଲଣ୍ଡା ଗାଁର ରାଜେନ୍ଦ୍ର ଦେହୁରୀ। ଅଭିଯୋଗ ଅନୁସାରେ, ରାଜେନ୍ଦ୍ର ଓ ତାଙ୍କ କକା ପାଉ ଦେହୁରୀ ଆଜି ମଧ୍ୟାହ୍ନରେ ସାଙ୍ଗ ହୋଇ ମଦ ପିଇଥିଲେ। ଏହି ସମୟରେ ପାଉଙ୍କ ଅସୁସ୍ଥ ପତ୍ନୀ ଆଉ ଭଲ ହେବେ ନାହିଁ ରାଜେନ୍ଦ୍ର କହିଥିଲେ। ଏହା ପରେ ରାଜେନ୍ଦ୍ର ଖିଆପିଆ ସାରି ଘରେ […]
ଯାଜପୁର: ଦୁନିଆ ଯେତେ ଆଗେଇଲେ ମଧ୍ୟ ଅର୍ଥଲୋଭି ମଣିଷର ମନରୁ ଯୌତୁକ ଲୋଭ ଯାଉନାହିଁ। ଯୌତୁକ ନିଶାରେ ଏମାନେ ଯେ କେତେ ନିଷ୍ଠୁର ହୋଇପାରନ୍ତି ତାହା କଳ୍ପନାର ବାହାରେ। ଏହି ନିଷ୍ଠୁରତାର ଆଉ ଏକ ପରିଣତି ଦେଖିବାକୁ ମିଳିଛି ଜିଲ୍ଲା ବିଂଝାରପୁର ଥାନା ଗୁଣ୍ଡୁରିପଡ଼ା ଗାଁରୁ। ଏଠାରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଆଉ ଏହି ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ଭାଇ। ତାଙ୍କ ଭଉଣୀକୁ ଶାଶୁଘର ଲୋକେ […]
କଳାହାଣ୍ଡି: ବିଜେପୁର ଥାନା ମାଲିପଡ଼ା ସାପ୍ତାହିକୀ ହାଟରେ ହିଂସାକାଣ୍ଡ ଘଟିଛି। ନାଏବ ସରପଞ୍ଚ ଶାନ୍ତିଲତା ସାହୁଙ୍କ ସ୍ୱାମୀ ରାଜେନ୍ଦ୍ର ସାହୁଙ୍କୁ ହାଟ ମଝିରେ ଗୁଳିକରି ହତ୍ୟା କରାଯାଇଛି। ଦୁଇ ଜଣ ବ୍ୟକ୍ତି ଚାଲି ଚାଲି ଆସି ରାଜେନ୍ଦ୍ରଙ୍କ ଉପରକୁ ୪ଟି ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଟଳିପଡ଼ିଥିଲେ ରାଜେନ୍ଦ୍ର ସାହୁ। ପୂର୍ବରୁ ରାଜେନ୍ଦ୍ରଙ୍କୁ ମାଓବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଥିଲା। ଏପରିକି ଠିକା କାମରେ ନିୟୋଜିତ ସାମଗ୍ରୀକୁ ମଧ୍ୟ ମାଓବାଦୀ ପୂର୍ବରୁ ଜାଳିଦେଇଥିଲେ। ଏହାପରେ ସେ ଭବାନୀପାଟଣା ଆସି […]
ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ଶିଶୁ ନିଖୋଜ ଘଟଣା। ଗତ ୪ ବର୍ଷରେ ସାଢ଼େ ୬ ହଜାରରୁ ଅଧିକ ଶିଶୁ ନିଖୋଜ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟରୁ ଅଧାରୁ କମ୍ ଶିଶୁଙ୍କୁ ଉଦ୍ଧାର କରିବାରେ ସଫଳତା ମିଳିଛି। ବିଧାନସଭାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ରଖିଥିବା ଏହି ତଥ୍ୟକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି। ନୟାଗଡ଼ ଚାନ୍ଦପୁର ଅଞ୍ଚଳର ଜଣେ ୮ବର୍ଷୀୟା ନାବାଳିକା ଝିଅ ନିଖୋଜ ହୋଇଥିଲେ। ବହୁ ଖୋଜା ଖୋଜି କରିବା ପରେ ୧୩ […]
ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ହାଇଦର ତେଲାଙ୍ଗାନାରୁ ଗିରଫ ହେବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। କମିଶନରେଟ ପୋଲିସ ହାଇଦରକୁ ଓଡ଼ିଶା ଆଣିବା ପରେ ତାକୁ କୋର୍ଟରେ ହାଜର କରଯାଇଛି। ଏହାସହ ହାଇଦରକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା। ତେବେ ହାଇଦରକୁ ୭ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି। କଟକ ସିଟି JMFC କୋର୍ଟ ଏହି ଅନୁମତି ଦେଇଛନ୍ତି। ଶନିବାରଠାରୁ ହାଇଦରକୁ ରିମାଣ୍ଡରେ ନେବ କଟକ […]
ବାଲେଶ୍ୱର: ମୃତ୍ୟୁ ଏମିତି ବି ଆସେ। ମା’ର ମାଡ଼ରୁ ବଞ୍ଚିବା ପାଇଁ ଲୁଚିଥିଲା କୁନି ଝିଅ। ହେଲେ ମା’ର ମାଡ଼ରୁ ତ ବଞ୍ଚିଗଲା କିନ୍ତୁ ସବୁଦିନ ପାଇଁ ଚାଲିଗଲା । କୁହାଯାଏ ମା’ ମାନେ ପିଲାକୁ ଆକଟ କରନ୍ତି। ପିଲାମାଙ୍କର ଠିକ ସମୟରେ ଖାଇବା-ଶୋଇବା-ଗାଧୋଇବା ଆଦିକୁ ଗୁରୁତ୍ୱ ଦିଅନ୍ତି। କୁନି ପିଲାମାନେ ଏଥିରେ ଅଝଟ ହେଲେ ମା’ମାନେ ରାଗନ୍ତି। ଆଉ ଆବଶ୍ୟକ ପଡ଼ିଲେ ଚାପୁଡ଼ା ମଧ୍ୟ ମାରନ୍ତି। ହେଲେ ମା’ର ଏହି ଆଚରଣ କେବେ ଏଭଳି ପରିସ୍ଥିତି […]
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୯୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସୁବୁ ଜିଲ୍ଲା ପାଇଁ ସ୍ୱତନ୍ତ୍ର ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ସଚିବମାନେ ଜିଲ୍ଲାରେ କରୋନା ସଂକ୍ରମଣକୁ କିଭଳି ରୋକାଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ନେବେ। ତେବେ ଭୁବନେଶ୍ୱର ସହର ପାଇଁ ସ୍ୱତନ୍ତ୍ର ଭାବେ ଅନୁ ଗର୍ଗ ଓ ଏନ୍. ଥିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି। […]
ପିପିଲି ବିଧାନସଭା ଉପନିର୍ବାଚନ ସ୍ଥଗିତ। ଏନେଇ ଘୋଷଣା କରିଛନ୍ତି ପୁରୀ ADM। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ଯୋଗୁଁ ସ୍ଥଗିତ ହେଲା ଉପ-ନିର୍ବାଚନ। ସ୍ଥଗିତ ନେଇ ଏକ ଚିଠି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ECIଙ୍କୁ ପଠାଯାଇଛି ବୋଲି ସୂଚନା ଦେଇଛନ୍ତି ପୁରୀ ADM। ଖାଲି ସେତିକି ନୁହେଁ ଗୁରୁବାର ପିପିଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଏମ୍। ଆସନ୍ତା ୧୭ ତାରିଖରେ ପିପିଲିରେ ହୋଇଥାନ୍ତା ନିର୍ବାଚନ। ଏନେଇ ସମସ୍ତ […]
ପିପିଲି: ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ମହୋଲ ସେତିକି ଉଷ୍କତା ଧରୁଛି। ଦଳଗୁଡ଼ିକ ମଧ୍ୟ ସେତିକି ତତ୍ପର ହେଉଛନ୍ତି। ୧୭ ତାରିଖରେ ଭୋଟ ହେବାକୁ ଥିବା ବେଳେ ୧୫ ତାରିଖ ସନ୍ଧ୍ୟା ସୁଦ୍ଧା ଅର୍ଥାତ ଗୁରୁବାର ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶ କରାଯାଉଛି ଏବଂ କଂଗ୍ରେସ ରେସରେ ନଥିବା ଭଳି ମନେ ହେଉଛି। ଗୋଟିଏ ପଟେ ରାଜନୈତିକ ଛକାପଞ୍ଜା, ହିଂସା, ଉତ୍ତେଜନା […]