• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sling
ଦୀର୍ଘ ୧୫କିଲୋମିଟର ଭାରରେ ବୁହା ହୋଇ ଡାକ୍ତରଖାନା ଆସିଲେ ରୋଗୀ

ରାୟଗଡ଼ା: ପୁଣି ଭାରରେ ବୁହା ହେଲେ ରୋଗୀ। ଦୀର୍ଘ ୧୫କିଲୋମିଟର ଭାରରେ ବୁହା ହୋଇ ଡାକ୍ତରଖାନା ଗଲେ ରୋଗୀ। ଏଭଳି ଘଟଣା ସାମନାକୁ ଆସିଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଳକ ଡେଙ୍ଗୁଣି ଗାଁରୁ। ଗାଁର ହୁଣ୍ଡାରୀ ସିକକା ନାମକ ଜଣେ ମହିଳା ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ତେବେ ଲଗାଣ ବର୍ଷା ସହ ରାସ୍ତା ଖରାପ ଯୋଗୁ ମହିଳା ଜଣଙ୍କ ମେଡିକାଲକୁ ଯାଇପାରି ନଥିଲେ। ଆଜି ଦେହ ଅଧିକ ଖରାପ ହେବାରୁ ପରିବାର ଲୋକେ […]

  • Thursday, 22 July 2021
vv
ଜିନ୍ ହ୍ୱା ଜାହାଜରୁ ତେଲ କଢ଼ା ପ୍ରକ୍ରିୟା ଆରମ୍ଭ

ବାଲୁଗାଁ: ଚିଲିକା ରାଜହଂସରେ ଲାଗିଥିବା ଜିନ ହ୍ୱା ଜାହାଜରୁ ଆଜିଠାରୁ ତେଲ କଢ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱରରୁ ଆସିଥିବା ୭ଜଣିଆ ସାଲ୍‌ଭେଜ୍ ଟିମ୍ ଏହି ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି। ଚିଲିକା ନିକଟ ଭସାପୋଲ ଉପରେ ୪ଟି ଡ୍ରମ୍ ରଖାଯାଇଛି। ପ୍ରାୟ ୫୪୦ମିଟର ଲମ୍ବର ପାଇପ୍ ସଂଯୋଗ କରାଯାଇ ଜାହାଜରୁ ତେଲ କଢ଼ାଯାଉଛି। ଏହାପରେ ତେଲକୁ ସାତପଡ଼ା ସ୍ଥାନାନ୍ତର କରାଯିବା କୁହାଯାଉଛି। ଗତକାଲି ଜାହାଜ ମାଲିକଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ନୋଟିସ ଜାରି କରାଯାଇଥିଲା। ୨ […]

  • Thursday, 22 July 2021
pramod-2
ପ୍ରମୋଦଙ୍କ ସହ ଏହି ଖେଳାଳିମାନେ ପାଇଲେ ଖେଳ ପୁରସ୍କାର

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ ଆୟୋଜିତ ହୋଇଛି। ୨୦୧୬ ରିଓ ପାରାଅଲିମ୍ପିକରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ଆଥଲେଟ୍ ଦୀପା ମଲିକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏସିଆନ୍ ଗେମ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ରେସଲର୍ ବଜରଙ୍ଗ ପୁନିଆଙ୍କୁ ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପାଇଁ ଚୟନ କରାଯାଇଥିଲା, କିନ୍ତୁ ସେ […]

  • Thursday, 22 July 2021
babul
ଜଙ୍ଗଲ ସୃଷ୍ଟି ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଲା ୫ ହଜାର ୯୩୩ .୯୮ କୋଟି

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ସୃଷ୍ଟି ପାଇଁ କେନ୍ଦ୍ର ସରକାର ୫ ହଜାର ୯୩୩ .୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। କାମ୍ପା ଫଣ୍ଡ ଜରିଆରେ ଏହି ଟଙ୍କା ମଞ୍ଜୁର କରାଯାଇଥିବା ନେଇ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଗୁରୁବାର ଦିନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ କେନ୍ଦ୍ର ସରକାର ଓଡ଼ିଶା ସମେତ ୨୭ଟି ରାଜ୍ୟକୁ ୪୭ ହଜାର ୪୩୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଓଡ଼ିଶା ପରେ ଛତିଶଗଡ଼କୁ ଦ୍ୱିତୀୟ […]

  • Thursday, 22 July 2021
cccc
ମାନ୍ଦାବସ୍ଥା ମାଡ଼ରେ ପ୍ରଭାବିତ ରାଜ୍ୟ ଖଣି ବ୍ୟବସାୟ ; ରାଜସ୍ୱ ହାନୀ ଚିନ୍ତାରେ ସରକାର, କ'ଣ ହେବ କାଳିଆ ଭବିଷ୍ୟତ ?

ଭୁବନେଶ୍ୱର: ଦେଶର ଆର୍ଥିକ ମାନ୍ଦାବସ୍ଥା ମାଡ଼ରେ ଧିମେଇ ଯାଇଛି ରାଜ୍ୟର ଖଣି ବ୍ୟବସାୟ। ଖଣିଜ ଉତ୍ତୋଳନ କମିବା ସହ କମିଛି ଲୁହାପଥର ଦର। ଏପ୍ରିଲ୍‌ରେ ଲୁହାପଥର ଟନ୍‌ ପିଛା ହାରିହାରି ୪ ହଜାର ଟଙ୍କା ଥିବା ବେଳେ ଏବେ ୩ ହଜାର ଟଙ୍କାକୁ ଖସି ଆସିଛି। ଦେଶର ଆର୍ଥିକ ମନ୍ଦାବସ୍ଥା ଇସ୍ପାତ ଶିଳ୍ପକୁ ବିଶେଷ ପ୍ରଭାବିତ କରିଛି। ଫଳରେ ଖଣି ବ୍ୟବସାୟ ହ୍ରାସ ପାଇଛି। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ନହେଲେ ରାଜ୍ୟରେ ଖଣି ବ୍ୟବସାୟ ଆଗାମୀ ଦିନରେ […]

  • Thursday, 22 July 2021
mayak
ଏନ୍‌ଏସି ଫାଟକରେ ତାଲା ପକାଇ ଧାରଣା ଦେଲେ ସଫେଇ କର୍ମଚାରୀ

କଣ୍ଟାବାଞ୍ଜି(ସୁରୁଦାସ ବାଗ): ସ୍ୱଚ୍ଛତାକୁ ସମଗ୍ର ଦେଶରେ ଗୁରୁତ୍ୱ ଦିଆଯାଉଛି। ହେଲେ ସ୍ୱଚ୍ଛତାର ଏହି ସଂଗ୍ରାମରେ ସିପାହୀ ସାଜିଥିବା ସଫେଇ କର୍ମଚାରୀଙ୍କୁ ଉଚିତ ନ୍ୟାୟ ମିଳୁନି। ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି। ଏପରି ଅଭିଯୋଗ କଣ୍ଟାବାଞ୍ଜି ଏନ୍‌ଏସି କର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୋଧରେ ଆସିଛି। ଏହାର ପ୍ରତିବାଦରେ ଆଜି ସଫେଇ କର୍ମଚାରୀମାନେ ଏନ୍‌ଏସି ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ସଫେଇ କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସନ୍ତୋଷ ସିଂ ସାଲୁଜା। ସେ ମଧ୍ୟ ଧାରଣାରେ ବସିଥିବା ଜଣାପଡ଼ିଛି। […]

  • Thursday, 22 July 2021
pnkaj
ମଧ୍ୟାହ୍ନ ଭୋଜନରେ ସାଲୁବାଲୁ ହେଉଛନ୍ତି ପୋକ ! ପ୍ରଧାନଶିକଙ୍କୁ ତାଲା ପକାଇଲେ ଗାଁ ଅଭିଭାବକ

ଗଞ୍ଜାମ: ମଧ୍ୟାହ୍ନ ଭୋଜନରେ ସାଲୁବାଲୁ ହେଉଛନ୍ତି ପୋକ। ଥାଳିରେ ଭାତ ଡାଲି କମ୍, କିନ୍ତୁ ପୋକ ସଂଖ୍ୟା ଅଧିକ।  ଏହି ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଭିକାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ।  ମଧ୍ୟାହ୍ନ ଭୋଜନରେ ପୋକ ବାହାରିଥିବା ପିଲାମାନେ ଅଭିଯୋଗ କରିବା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ସ୍କୁଲରେ ତାଲା ପକାଇ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କୁ ଘେରାଉ କରିଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଏହା କେବଳ […]

  • Thursday, 22 July 2021
jhajkhand
ପ୍ରେମ, ପ୍ରତାରଣା ପରେ ଧାରଣା; ପ୍ରେମିକଙ୍କ ଘର ଆଗରେ ପ୍ରେମିକା ଓ ପରିବାରର ଧାରଣା

ରାୟଗଡ଼ା: ଲଭ୍ ସେକ୍ସ ଆଉ ତା ପରେ ଧୋକା। ଏଭଳି ଅଭିଯୋଗ ଆଣି ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ଯୁବତୀ ଓ ତାଙ୍କ ପରିବାର। ଏହି ଘଟଣା ଏବେ ରାୟଗଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁସାରେ, ରାୟଗଡ଼ାର ଏକ ଘରୋଇ କଲେଜ୍‌ରେ ପଢ଼ୁଥିଲେ ଝାଡ଼ଖଣ୍ଡ ଦୁମକା ଅଞ୍ଚଳର ଜଣେ ଛାତ୍ରୀ। ଏହି ସମୟରେ ସେହି କଲେଜର ଜଣେ ଶିକ୍ଷକଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ଇଞ୍ଜନିୟରିଂ ସରିବା ପରେ […]

  • Thursday, 22 July 2021
dhana
ରାସ୍ତାରେ ଧାନ ରୋଇଲେ ଲୋକେ

ବାଲେଶ୍ୱର: ରାସ୍ତାରେ ଧାନ ରୋଇଲେ ଲୋକେ। ଗାଁରେ ନିତିଦିନିଆ ଯିବା ଆସିବା ପାଇଁ ରାସ୍ତା ଖଣ୍ଡେ ନଥିବାରୁ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଗାଁ ଲୋକେ। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତର ମଲ୍ଲିକାପୁର ଗାଁରେ ନିତିଦିନିଆ ଯିବା ଆସିବା କରିବା ପାଇଁ ରାସ୍ତା ଖଣ୍ଡେ ନାହିଁ। ଯେଉଁ ମାଟି ରାସ୍ତା ଟି ଅଛି ତାହା ବର୍ଷାଦିନେ କାଦୁଅ ହୋଇଯାଉଛି। ଫଳରେ ଗାଡ଼ି ମଟର ଯିବା ଦୂରେ ଥାଉ, ଚାଲି କରି ଯିବା ମଧ୍ୟ […]

  • Thursday, 22 July 2021
dama
ବିଜେପି ଉପରେ ଅସନ୍ତୋଷ ଝାଡ଼ିଲେ ଦାମ ରାଉତ

ଭୁବନେଶ୍ୱର:  ନିର୍ବାଚନରେ ହାରିଲା ପରେ ଅଲୋଡ଼ା ହୋଇପଡ଼ିଛନ୍ତି ବିଜେପି ନେତା ଦାମୋଦର ରାଉତ। ବିଜେପି ନେତାମାନେ ଆଉ ଦାମୋଦର ରାଉତଙ୍କୁ ପଚାରୁ ନାହାନ୍ତି। କୌଣସି କାମରେ ତାଙ୍କୁ ଡକା ଯାଉନି କିମ୍ବା ତାଙ୍କର ଆବଶ୍ୟକତା ଆଉ ଲୋଡ଼ୁନି ବିଜେପି। ଆଜି ଏଭଳି କିଛି ଢଙ୍ଗରେ ନିଜ ଅସନ୍ତୋଷ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ବିଜେପିରେ ଥାଇ ବି ଏବେ ସେ ଅଲୋଡ଼ା ହୋଇପଡ଼ିଛନ୍ତି ବୋଲି ସେ ଦଳ ଉପରେ ଏକପ୍ରକାର ଅସନ୍ତୋଷ ଜାହିର […]

  • Thursday, 22 July 2021
It-was-a-bus-and-not-the-overturned-truck-that-killed-three-elephants-in-keonjhar-odisha
ଗଜରାଜଙ୍କୁ ମାରିଛି ‘ଐରାବତ’

କେନ୍ଦୁଝର(ପ୍ରଣୟ ପାଣି): ଗଜରାଜଙ୍କୁ ମାରିଛି ‘ଐରାବତ’। କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପ୍ରକୃତରେ କଥାଟି ହେଉଛି, ଗତକାଲି ବିଳମ୍ୱିତ ରାତିରେ ଗୋଟିଏ ହାତୀପଲ କେନ୍ଦୁଝର ଜିଲ୍ଲା ଘଟଗାଁ ଦେଇ ଯାଇଥିବା ୨୦ ନମ୍ୱର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ। ଏହି ସମୟରେ ‘ଐରାବତ’ ନାମକ ଏକ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ୩ଟି ହାତୀର ମୃତ୍ୟୁ ଘଟିଥିଲା। ଘଟଗାଁ ରେଞ୍ଜ ବାଲିଯୋଡ଼ି ନିକଟରେ ହାତୀପଲକୁ ଗୋଟିଏ ଟ୍ରକ୍‌ ଧକ୍କା ଦେଇଥିବା ପ୍ରଥମେ କୁହାଯାଉଥିଲା। […]

  • Thursday, 22 July 2021
cuttack.jpg-loot
ପ୍ରେମିକାକୁ ଦେଖା କରିବାକୁ ଆସୁଥିଲା ଦୁର୍ଦ୍ଦାନ୍ତ ଅପରାଧୀ; ଧରିନେଲା ପୁଲିସ୍

କଟକ: ଅନେକ ଫିଲ୍ମରେ ଆପଣ ଦେଖିବାକୁ ପାଇଥିବେ ଯେ ପ୍ରେମିକା ମୋହରେ ଫିଲ୍ମର ଭିଲେନ୍‌ ପୁଲିସ୍ ହାତରେ ଧରାପଡ଼ିଯାଏ କିମ୍ବା ପୁଲିସ୍‌ରେ ସରେଣ୍ଡର୍‌ କରିଯାଏ। ଆଜି ଯେଉଁ ଖବର ଆମେ ଆପଣଙ୍କୁ କହିବୁ, ଏହି ଖବର ବି କେଉଁ ସିନେମାଠାରୁ କମ୍‌ ନୁହେଁ। ପ୍ରେମିକାକୁ ଦେଖା କରିବାକୁ ଆସି ପୁଲିସ୍ ଜାଲରେ ଫସିଗଲା ଦୁର୍ଦ୍ଦାନ୍ତ ଅପରାଧୀ। ହିନ୍ଦୀ ଫିଲ୍ମ ‘ଧୂମ୍‌’ ଷ୍ଟାଇଲ୍‌ରେ ପୁଲିସ୍‌କୁ ଚକମା ଦେଇ କାର୍‌ ଚୋରି କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଶେଷରେ […]

  • Thursday, 22 July 2021
DSC_1489-4-1
କ୍ଷମାପ୍ରାର୍ଥନା ପରେ ହଟିଲା ନିଲମ୍ବନ ଆଦେଶ; ଏଥର ବରଗଡ଼ ଜିଲ୍ଲାପାଳ ହେଲେ

ଭୁବନେଶ୍ୱର: ହାଇକୋର୍ଟଙ୍କ ଆଦେଶ ଅବମାନନା କରି ସରକାରୀ ଚାକିରିରୁ ନିଲମ୍ବିତ ହୋଇଥିବା ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ରାଜ୍ୟ ସରକାର ଆଜି ବରଗଡ଼ର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରିଛନ୍ତି। ହାଇକୋର୍ଟରେ ସେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବା ପରେ ହାଇକୋର୍ଟଙ୍କ ପରାମର୍ଶରେ ରାଜ୍ୟ ସରକାର ଶ୍ରୀ ପ୍ରଧାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ସହ ଅନ୍ୟ ଜିଲ୍ଲାରେ ନିଯୁକ୍ତି ଦେଇଛନ୍ତି। ଏହାସହିତ ବରିଷ୍ଠ ଓଏଏସ୍ ସରୋଜ କୁମାର ସାମଲଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । […]

  • Thursday, 22 July 2021
asit
୧୫ରୁ କମି ରାଜ୍ୟରେ ଏବେ ୫ ନକ୍ସଲ୍‌ ପ୍ରଭାବିତ ଜିଲ୍ଲା ଅଛି; ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ନକ୍ସଲ କାର୍ଯ୍ୟକଳାପ ନିୟନ୍ତ୍ରଣନ କରିବା କ୍ଷେତ୍ରରେ ଓଡ଼ିଶାକୁ ଉଲ୍ଲେଖନୀୟ ସଫଳତା ମିଳିଛି ଓ ରାଜ୍ୟର ମାତ୍ର ୫ଟି ଜିଲ୍ଲା ଏବେ ନକ୍ସଲ ପ୍ରଭାବିତ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି। ଏବେ କେବଳ କୋରାପୁଟ, ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାରେ ନକ୍ସଲଙ୍କ ଉପସ୍ଥିତି ଥିବା ଜଣାପଡ଼ିଛି। ଯେ ରାଜ୍ୟର ୧୫ଟି ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରୁ ୧୦ଟି ଜିଲ୍ଲାକୁ ନକ୍ସଲଙ୍କ ପ୍ରଭାବରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ କରାଯାଇଛି। କ୍ରମାଗତ ପ୍ରତିକାରାତ୍ମକ […]

  • Thursday, 22 July 2021
election
ଛାତ୍ର ସଂସଦ ନିର୍ବାଚନ ବାତିଲ

ଭୁବନେଶ୍ୱର: ରାଜ୍ୟ ସରକାର ପୁଣି ଥରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ କରିଛନ୍ତି। ଆଜି ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି, ସରକାରୀ କଲେଜ ପ୍ରିନ୍ସିପାଲ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ପ୍ରିନ୍ସିପାଲମାନଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଅବଗତ କରିଛନ୍ତି। ଶ୍ରୀ ମିଶ୍ର ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଛାତ୍ର ସମୁଦାୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଚଳିତବର୍ଷ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜଗୁଡ଼ିକରେ […]

  • Thursday, 22 July 2021
justice-BP-DAS-OHRC
ଜଷ୍ଟିସ ବିପି ଦାସ ହେଲେ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଲ ପ୍ରସାଦ ଦାସଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଦୀର୍ଘ ପ୍ରାୟ ୭ବର୍ଷ ଧରି ମାନବାଧିକାର କମିଶନରେ କାହାରିକୁ ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳି ନଥିଲା। ନୂଆ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ରାଜଭବନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ପଠାଇଥିବା ସୁପାରିସ୍ ଆଧାରରେ ଜଷ୍ଟିସ ବିପି ଦାସଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଓ […]

  • Thursday, 22 July 2021
VEER-URENDRA
ବୁର୍ଲା ଭିସୁଟ୍‌ରେ ଦ୍ୱିତୀୟ ବର୍ଷ ଛାତ୍ରଙ୍କୁ ସିନିୟରଙ୍କ ଅଶୋଭନୀୟ ରାଗିଂ

ସମ୍ୱଲପୁର (ସଞ୍ଜୟ ଜେନା): ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(VSSUT) ହଷ୍ଟେଲ୍‌ରେ ଛାତ୍ରଙ୍କୁ ରାଗିଂ କରାଯାଉଥିବା ଅଭିଯୋଗ ହୋଇଛି। ଏନେଇ ଦୁଇଟି ଭିଡିଓ ସାମ୍ନାକୁ ଆସିବା ପରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାଏକ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇଟି ଭିଡିଓ ମଧ୍ୟରୁ ଗୋଟିକରେ ୫୦ରୁ ଅଧିକ ଛାତ୍ରଙ୍କୁ ୧୦୦ରୁ ଅଧିକ ଛାତ୍ର ରାଗିଂ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଉକ୍ତ ୫୦ ଜଣ ହେଉଛନ୍ତି ଦ୍ୱିତୀୟ ବର୍ଷର ଛାତ୍ର। ସେହିପରି […]

  • Thursday, 22 July 2021
kalia-1
୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ, ୩୧ ତାରିଖ ସୁଦ୍ଧା ବ୍ଳକ୍‌ ଓ ଜିଲ୍ଲା ସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କାମ ସରିବ। ରାଜ୍ୟରେ ସମୁଦାୟ ୫୧ ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସାମିଲ କରାଯାଇଥିବା ବେଳେ ସେଥିମଧ୍ୟରୁ ୩୬ ଲକ୍ଷ ୮୮ ହଜାର ଚାଷୀଙ୍କ ଯାଞ୍ଚ ସରିଛି। ଚୂଡ଼ାନ୍ତ ଚିହ୍ନଟ ରିପୋର୍ଟ ଆସିବା ପରେ ପରବର୍ତ୍ତୀ […]

  • Thursday, 22 July 2021
save
ମଧ୍ୟାହ୍ନ ଭୋଜନ ପାଇଁ କୁନି ପିଲାଙ୍କ ଆନ୍ଦୋଳନ

ବାଲେଶ୍ୱର: ସ୍କୁଲ୍ ବାହାରେ ପ୍ଲାକର୍ଡ ଧରି ବିକ୍ଷୋଭ କରୁଛନ୍ତି କୁନି କୁନି ପିଲା। ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳିନଥିବା ଯୋଗୁ ଏପରି ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଏଭଳି ଘଟଣା ହେଉଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ କୁଣ୍ଡି ସ୍ଥିତ ୟୁପି ସ୍କୁଲରେ। ସ୍କୁଲ୍‌ର ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ମଧ୍ୟାହ୍ନ ଭୋଜନ ଦେବାକୁ ସ୍ଲୋଗାନ ଦେଇଛନ୍ତି। ଅଭିଯୋଗ ଅନୁସାରେ ଗତ ମାସକ ଧରି ସ୍କୁଲରେ ରନ୍ଧା ଖାଦ୍ୟ ପରିବର୍ତ୍ତେ ଶୁଖିଲା ଖାଦ୍ୟ ଦିଆଯାଇଛି। ଯାହାକୁ […]

  • Thursday, 22 July 2021
bbbbbb
ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ତଳକୁ ଖସିଛି

ଭୁବନେଶ୍ୱର: ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ତଳକୁ ଖସିଛି। ୨୦୧୫-୧୬ ମସିହାରେ ଓଡ଼ିଶା ୯ ନମ୍ବରରେ ଥିବା ବେଳେ ୨୦୧୬-୧୭ ମସିହାରେ ୧୩ ସ୍ଥାନରେ ରହିଛି। ନୀତି ଆୟୋଗ ଦ୍ୱାରା ପ୍ରକାଶିତ କମ୍ପୋଜିଟ୍‌ ଓ୍ୱାଟର୍ ମ୍ୟାନେଜମେଣ୍ଟ ଇଣ୍ଡେକ୍ସ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଜଳସେଚନ, ପାନୀୟ ଜଳ ଯୋଗାଣର ସ୍ଥିତି ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପାଣିର ବ୍ୟବହାର ସଂପର୍କିତ ୨୮ଟି ସୂଚକାଙ୍କ ଆଧାରରେ ଏହି ରାଙ୍କ ପ୍ରସ୍ତୁତ ହୋଇଛି। ଜଳାଶୟ, ବଡ଼ ଓ ମଧ୍ୟମ […]

  • Thursday, 22 July 2021
onion
ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର। ଯେଉଁ ପିଆଜ ସପ୍ତାହେ ତଳେ କିଲୋ ପିଛା ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାହା ୩୫ଟଙ୍କା ଛୁଇଁଲାଣି। ରାଜ୍ୟ ସରକାର ପିଆଜ ଦର ନିୟନ୍ତ୍ରଣ ନେଇ ନିଦାବିଷ୍ଣୁ ହୋଇ ବସିଥିବାବେଳେ ତେଣେ ବେକାବୁ ପିଆଜ ଦର ଉପରେ ଲଗାମ୍ ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ଅବସ୍ଥାରେ ପ୍ରଥମେ ରାଜଧାନୀ ଦିଲ୍ଲୀରେ ପିଆଜ ଦର ସ୍ଥିତି ଉପରେ ଖାଉଟି ବ୍ୟାପାର […]

  • Thursday, 22 July 2021
modi
ଶିଳ୍ପାୟନକୁ ଓ ପୁଞ୍ଜିନିବେଶ ପ୍ରତିଶ୍ରୁତିକୁ ନେଇ ବିଜେପି-ବିଜେଡି କଳି

ଭୁବନେଶ୍ୱର: ଶିଳ୍ପାୟନ ଓ ପୁଞ୍ଜିନିବେଶର ପ୍ରତିଶ୍ରୁତିକୁ ନେଇ ପୁଣି ବିଜେପି- ବିଜେଡି ମଧ୍ୟରେ କଳି ଲାଗିଛି।  ଗୋଟିଏ ଦିନ ତଳେ ସରକାର ୨ ଲକ୍ଷ କୋଟି ପୁଞ୍ଜିନିବେଶକୁ ଅନୁମତି ଦେବା ପରେ ଏଥିରେ କେନ୍ଦ୍ର ସରକାରଙ୍କ ଶ୍ରେୟ କଥା ଉଠାଇ ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି। ୭୮ ହଜାର କୋଟିର ହଳଦିଆ ପେଟ୍ରୋକେମିକାଲ୍ସ ଓ ପାରଦ୍ୱୀପରେ  ରିଫାଇନାରୀର ପରିବର୍ଦ୍ଧିତ ପ୍ରକଳ୍ପ ପାଇଁ କେନ୍ଦ୍ରର ଅନୁମତି ପରେ ବି ରାଜ୍ୟ ସରକାର ବିଳମ୍ବ କରିଥିଲେ ବୋଲି […]

  • Thursday, 22 July 2021
j-9089
ସେନା ପାଇଁ ଫିଲ୍ମ ତିଆରି କଲେ ୨୨ ଯୁବକ ଓ ଛାତ୍ର

ରାୟଗଡ଼ା: କୁହାଯାଏ ଇଚ୍ଛା ଥିଲେ ବୁଦ୍ଧି ଆପେ ଆପେ ଆସେ। ଆଉ ଏହାକୁ ପ୍ରମାଣ କରି ଦେଖାଇଛନ୍ତି, ରାୟଗଡ଼ା ଜିଲ୍ଲା ଗୁଣପୁରର କିଛି ଛାତ୍ର ଓ ଯୁବକ। ନିଜ ପକେଟ ମନିକୁ ସଂଚୟ କରି ତିଆରି କରିଛନ୍ତି କ୍ଷୁଦ୍ର ସିନେମା ‘ବଳିଦାନ’।  ଭାରତୀୟ ଯବାନଙ୍କ ଉଦ୍ଦେଶ୍ୟରେ ଏହି କ୍ଷୁଦ୍ର ସିନେମା ତିଆରି କରାଯାଇଥିବାବେଳେ, ସିନେମାର ସମସ୍ତ ସଂପାଦାନ ଭାର ବି ନିଜେ ଯୁବକମାନେ ତୁଲାଇଛନ୍ତି। ଯୁବ ବୟସରେ ଏଭଳି ପ୍ରୟାସ ପାଇଁ ସ୍ଥାନୀୟ ବାସିନ୍ଦା ବେଶ ପ୍ରଶଂସା […]

  • Thursday, 22 July 2021