ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଣପୁର ଓ କାଶୀନଗରଠାରେ ନଦୀ ଜଳସ୍ତର ବୃଦ୍ଧି ପାଉଥିବାବେଳେ ରାୟଗଡ଼ା ସମେତ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ଜରୁରୀକାଳୀନ ଭିତ୍ତିରେ ରିପୋର୍ଟ ତଲବ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆଜି ସନ୍ଧ୍ୟାରେ ରାୟଗଡ଼ା, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳର ଜିଲ୍ଲାପାଳଙ୍କୁ ଚିଠି ଲେଖି ସମ୍ଭାବ୍ୟ ବନ୍ୟା […]
ଭୁବନେଶ୍ୱର: ଦେଶକୁ କନ୍ଦାଇ ଦେଇ ଆରପାରିକୁ ଚାଲିଗଲେ ସୁଷମା ସ୍ୱରାଜ୍। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ସହ ସୁଷମାଙ୍କ ସଂପର୍କ ବି ବେଶ୍ ନିବିଡ଼ି ଥିଲା। ତାଙ୍କରି ଉଦ୍ୟମରେ ଓଡ଼ିଶାରେ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ବା ଏମ୍ସର ମୂଳଦୁଆ ପଡ଼ିଥିଲା। ବାଜପେୟୀଙ୍କ ସରକାରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ବେଳେ ୨୦୦୩ ଜୁଲାଇ ୧୫ ତାରିଖରେ ଭୁବନେଶ୍ୱର ଏମ୍ସର ଭିତ୍ତି ପଡ଼ିଥିଲା। ବାଜପେୟୀଙ୍କ ସହ ସୁଷମା ବି […]
ପୁରୀ: ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତରେ ବାଲୁକାକଳା ମାଧ୍ୟମରେ ଶୋକ ବ୍ୟକ୍ତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଏକ ଆକର୍ଷଣୀୟ ବାଲୁକା କଳା କରି ସୁଷମାଙ୍କୁ ଏକ ପୁସ୍ତକର ଗୋଟିଏ ପାର୍ଶ୍ୱରେ ପ୍ରଦର୍ଶିତ କରିଥିବା ବେଳେ ଅପର ପାର୍ଶ୍ୱରେ ଭାରତ ମାନଚିତ୍ରକୁ ପ୍ରଦର୍ଶିତ କରିଛନ୍ତି। ବାଲୁକା କଳାରେ ୩୭୦ ଧାରାକୁ ନେଇ ସୁଷମାଙ୍କ ଶେଷ ଟୁଇଟ୍ ମଧ୍ୟ ପ୍ରଦର୍ଶିତ ହୋଇଛି। ଖାସ୍ କରି ସୁଷମାଙ୍କୁ ନେଇ ସୁଦର୍ଶନ କରିଥିବା […]
କଟକ: ରସଗୋଲା ପରେ ଏବେ କଟକ ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ପାଇଁ ଦାବି ହୋଇଛି। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ପରେ ତାରକସି କାମକୁ ଜିଆଇ ମାନ୍ୟତା ଦାବି ଜୋର୍ ଧରିଛି। ଚାନ୍ଦିର ଭଳିକି ଭଳି ଅଳଙ୍କାର ହେଉ ବା ମୃଣ୍ମୟୀ ମୂର୍ତ୍ତୀଙ୍କ ମେଢ଼ ସବୁଥିରେ ଚମତ୍କାର ତାରକସିର କାମର ଚମକ୍ ଦେଖାଇଥାନ୍ତି କଟକ କାରିଗର। ଚାନ୍ଦିର କାର୍, ରିକ୍ସା, ହରିଣ, ହାତୀ ଅବା ମାଛ ଭଳି ଭଳିକି […]
ଭୁବନେଶ୍ୱର: ଭୁବନେଶ୍ୱର ଓ କଟକର ୫ଟି ସିନେମା ହଲ୍ର ସ୍କ୍ରିନିଂ ବନ୍ଦ କରିବା ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି କମିଶନରେଟ ପୁଲିସ। ଏହି ନୋଟିସ୍ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି। ଏହି ହଲ୍ଗୁଡ଼ିକ ହେଲା ଭୁବନେଶ୍ୱରର ସ୍ୱାତି, ସ୍ତୁତି, ମହାରାଜ, କେଶରୀ ଓ କଟକର ବୃନ୍ଦାବନ ସିନେମାହଲ୍। ବାରମ୍ବାର ତାଗିଦ୍ ସତ୍ତ୍ୱେ ଏହି ହଲ୍ଗୁଡ଼ିକର ଫାୟାର ଏନ.ଓ.ସି ନଥିବାରୁ ଲାଇସେନ୍ସ ନବୀକରଣ ହୋଇପାରିନାହିଁ। ତେଣୁ ଲାଇସେନ୍ସ ନଥାଇ ସେମାନେ ପ୍ରେକ୍ଷାଳୟରେ ଫିଲ୍ମ […]
ଭୁବନେଶ୍ୱର: ଚାଷୀଙ୍କୁ ଘାରିଛି ରୋଗପୋକ ଚିନ୍ତା। ଏଣିକି ଏଥିରୁ ମିଳିବ ନିସ୍ତାର। କାରଣ, ଫସଲର ରୋଗ ଓ ପୋକ ନିୟନ୍ତ୍ରଣ ପାଇଁ ଚାଷୀଙ୍କୁ ମୋବାଇଲରେ ପରାମର୍ଶ ମିଳିବ। ଏଥିପାଇଁ ଚାଷୀ ନିଜ ଫସଲରେ ଦେଖାଦେଇଥିବା ରୋଗ ବା ପୋକ ସମ୍ପର୍କରେ ଭିଲେଜ୍ ଏଗ୍ରିକଲ୍ଚର ୱାର୍କର ବା ଭିଏଡବ୍ଲ୍ୟୁଙ୍କୁ ଜଣାଇବେ। ତା’ପରେ ଭିଏଡବ୍ଲ୍ୟୁ ଫସଲର ଫଟୋ ଉଠାଇ ମୋବାଇଲ ଆପ୍ରେ ପୋଷ୍ଟ କରିବା ପରେ ଏନେଇ ବିଶେଷଜ୍ଞମାନଙ୍କ ପାଖରୁ ସଠିକ କୀଟନାଶକ, ଏହାର ମାତ୍ରା ଓ ବ୍ୟବହାର ପ୍ରଣାଳୀ […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଗୋବିନ୍ଦପୁର ଗାଁରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ଚିକିତ୍ସା ଲାଗି ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲର ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଭୟଭୀତ ହୋଇପଡ଼ିଛନ୍ତି ଗ୍ରାମବାସୀ। ଏକ ଡାକ୍ତରି ଦଳ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଆଶା ଦିଦି ଘର ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। କୁଢ଼ କୁଢ଼ ମଇଳା ପଡ଼ି ରହିଥିବା ବେଳେ ଡ୍ରେନ୍ ସଫେଇ ହେଇନାହିଁ। […]
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଆମାନାରା ଗାଁ ନିକଟ ମୁସରିଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ଟି କଲରାପତରିଆ ବାଘ ବୁଲୁଥିବା ଦେଖିବାକୁ ମିଳିଛି। ଗାଁ ପାଖରେ ବାଘ ୨ଟି ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି। ଘଟଣାସ୍ଥଳରେ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ବାଘ ଉପରେ ନଜର ରଖିଛନ୍ତି । ତେବେ ବାଘ କୌଣସି ଧନଜୀବନ କ୍ଷତି କରିନାହିଁ ।
କଟକ: କଟକ ଟ୍ରିପଲ୍ ମର୍ଡର ଅଭିଯୋଗରେ ‘ସାଇକୋ କିଲର୍’ କୁହାଯାଉଥିବା ନାରାୟଣ ସାହୁଙ୍କୁ କମିଶନରେଟ୍ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାକୁ ବିରୋଧ କରି ନାରାୟଣଙ୍କ ପତ୍ନୀ ଗୀତାଞ୍ଜଳି କଟକ ଜେଏମ୍ଏଫ୍ସି କୋର୍ଟରେ ମାମଲା ଦାୟର କରିଛନ୍ତି। ଗୀତାଞ୍ଜଳିଙ୍କ କହିବା ଅନୁସାରେ ଗତ ୨୨ ତାରିଖରେ ନାରାୟଣ ଭୁବନେଶ୍ୱରରେ ତାଙ୍କ ଭଉଣୀଙ୍କ ଘରେ ରହିଥିଲେ। ୨୩ ତାରିଖରେ ସେ ରହୁଥିବା ଗଞ୍ଜାମ ଜିଲ୍ଲାର କୁମ୍ପାପଡ଼ା ଘରକୁ ଚାଲିଯାଇ ଥିଲେ। ୨୪ ତାରିଖରେ ନୟାଗଡ଼ ସୁନାମୁହିଁ […]
ଭୁବନେଶ୍ୱର: ୧୯୮୬ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ଅଫିସର ବିଜୟ କୁମାର ଶର୍ମା ରାଜ୍ୟର ପୁଲିସ୍ ଡିଜି ଇନ୍ଚାର୍ଜ। ସେ ଏବେ ଅଗ୍ନିଶମ ବିଭାଗ ଡିଜି ଦାୟିତ୍ୱରେ ଅଛନ୍ତି। ପୂର୍ବରୁ ସେ କିଛିଦିନ ପାଇଁ ଡିଜିପି ଇନ୍ଚାର୍ଜ ଭାବେ ଦାୟିତ୍ୱ ତୁଲାଇଥିଲେ। ପୁଲିସ ମହାନିର୍ଦ୍ଦେଶ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେଥିପାଇଁ ସେ ମଙ୍ଗଳବାରଠାରୁ ସରକାରୀ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଛନ୍ତି। ନୂଆ […]
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନ୍ର ରୂପ ନେଇଛି। ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟ ସରକାର ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ ଓ ସୋନପୁର ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛନ୍ତି। ସେହିପରି ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ନୟାଗଡ଼, ଖୋର୍ଦ୍ଧା, […]
ଭୁବନେଶ୍ୱର: ଓଡ଼ିଶା ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ହେବେ ଲୋକାୟୁକ୍ତ ସଦସ୍ୟ। ଏନେଇ ଚୟନ କମିଟିର ସୁପାରିଶକୁ ଗ୍ରହଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏହି ବଦବୀ ପାଇଁ ପୂର୍ବରୁ ଚୟନ କମିଟି ଆର୍ପି ଶର୍ମାଙ୍କ ନାଁ ସୁପାରିଶ କରିଥିଲା। ଅନ୍ୟପକ୍ଷେ ଆର.ପି ଶର୍ମା ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଯେଉଁ ଆବେଦନ କରିଥିଲେ ତାହା ଏବେ ବି ବିଚାରାଧୀନ ଥିବା ସୂଚନା ମିଳିଛି। ତେବେ ଆର.ପି ଶର୍ମା ଲୋକାୟୁକ୍ତ ସଦସ୍ୟ ହେଉଥିବାରୁ ରାଜ୍ୟର […]
ନବରଙ୍ଗପୁର: ଉପାନ୍ତରେ ଥମୁନି ଜନନୀ ଯନ୍ତ୍ରଣା। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଡକରିକୋଟରେ ଆମ୍ବୁଲାନ୍ସ ଆସିନପାରିବାରୁ ଗର୍ଭବତୀ ମହିଳାଙ୍କୁ ସେବତୀ ମାଝୀଙ୍କୁ ଷ୍ଟ୍ରେଚରରେ ବୋହି ମେଡ଼ିକାଲ୍ ନେଲେ ସମ୍ପର୍କୀୟ। ପ୍ରାୟ ୫ କିଲୋମିଟର ଧରି କାଦୁଆ ରାସ୍ତା ଉପରେ ବିପଦଜନକ ଭାବେ ଗର୍ଭବତୀଙ୍କୁ ବୋହି ବୋହି ମେଡ଼ିକାଲ ଯାଇଥିଲେ ପରିବାର ଲୋକେ। ତେବେ ମେଡ଼ିକାଲକୁ ପହଞ୍ଚିବା ପୂର୍ବରୁ ବର୍କିଭଟ୍ଟା ଛକ ନିକଟରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଉଭୟ ମାଆ ଓ ନବଜାତ ସୁସ୍ଥ […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ଅଭାବନୀୟ ଘଟଣା ଘଟିଛି। ଜିଲ୍ଲାର ଚକଡ଼ା-ବଗୁଆ ଗାଁରେ ଏକ ଜୋରରୁ ମାଆ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସକାଳେ ଦୁହିଁଙ୍କ ଶବ ଭାସୁଥିବା ଦେଖି ପାଖ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ଦୁହିଁଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୌଣସି କାରଣରୁ ପରିବାରରେ ଝଗଡ଼ା ଲାଗିଥିଲା। ଏହାପରେ ଆଜି ଦୁହିଁଙ୍କ ମୃତଦେହ ଜୋରରେ ଭାସୁଥିବା ଦେଖିବାକୁ ମିଳିଥିଲା। ମାଆ ଝିଅ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛନ୍ତି, […]
ରାଉରକେଲା: ବିନ୍ଦୀ ଜୀବନରୁ ନାବାଳକକୁ ମଳିଲା ମୁକ୍ତି। ଦୀର୍ଘ ୫ ବର୍ଷ ଧର ଜଣଙ୍କ ଘରେ ବନ୍ଦୀ ଥିବା ନାବାଳକକୁ ପୁଲିସ ଉଦ୍ଧାର କରିଛି। ଏଥିସହ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ରାଉର୍କେଲାରେ ଘଟିଛି ଏଭଳି ଘଟଣ। ଅଭିଯୋଗ ଅନୁସାରେ, ଗତ ୫ ବର୍ଷ ହେଲା ଏମାନେ ନାବାଳକକୁ ଘରେ ବନ୍ଦ କରି ରଖିଥିଲେ। ଏହାସହ ବିଭିନ୍ନ ଘର କାମରେ ନିୟୋଜିତ କରୁଥିଲ। ତେବେ କୌଣସି ସୂତ୍ରରୁ ଖବର ପାଇବା ପରେ ପୁଲିସ୍ ଗତକାଲି […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ମଧୁପୁର ବସ୍ତିରେ ନିଆଁରେ ପୋଡ଼ି ହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେଦାର ସିଂ। କେଦାର ସିଂହଙ୍କ ଘର ଝାରଖଣ୍ଡ ଅଞ୍ଚଳରେ। ସେ ଏଠାରେ ତାଙ୍କ ପତ୍ନୀଙ୍କ ସହ ରହୁଥିଲେ ଏବଂ କୋଇଡା ଅଞ୍ଚଳରେ କାମ କରୁଥିଲେ। ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ କେଦାର ସିଂହ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ତାଙ୍କ ସ୍ତ୍ରୀ ରାଗି ବାପ ଘରକୁ ପଳାଇଥିଲେ। ଗତକାଲି […]
ଭୁବନେଶ୍ୱର: ଆରମ୍ଭ ହେଲା ଶିଶୁ ଅଧିକାର ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳର ପଞ୍ଚମ ସଂସ୍କରଣ। ସାମାଜିକ ଅନୁଷ୍ଠାନ ଆଇନା ଓ ୟୁନିସେଫ୍ ଓଡ଼ିଶା ପକ୍ଷରୁ ଏହା ଆୟୋଜିତ ହୋଇଛି। ଚଳିତ ବର୍ଷର ଥିମ୍ ରହିଛି ସୁପୋଷଣ-ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର। ଥିମକୁ ନେଇ ୩୦, ୬୦ ଏବଂ ୯୦ ସେକେଣ୍ଡ ଅବଧିର କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ପାଇଁ ଅଂଶଗ୍ରହଣକାରୀଙ୍କ ଠାରୁ ଦରଖାସ୍ତ ଗ୍ରହଣ ଆରମ୍ଭ ହୋଇଛି। ଏଥିରେ ପେଶାଦାର ଚଳଚ୍ଚିତ୍ର ନିର୍ମାତା, ଛାତ୍ରଛାତ୍ରୀଙ୍କ […]
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଏବଂ ତାର ଆଖପାଖ ଅଞ୍ଚଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ଅଧିକ ପରିମାଣରେ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ତା’ସହିତ ମାଲକାନଗିରି, ରାୟଗଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଜଗତସିଂହପୁର ଆଦି ଜିଲ୍ଲାରେ ଅଧିକ ବର୍ଷିପାରେ। ସେହିପରି ରାଜ୍ୟରେ ଅନ୍ୟ କିଛି ସ୍ଥାନରେ ସାମାନ୍ୟ ବର୍ଷା ସହ ଘଡ଼ଘଡ଼ ବର୍ଷା ହୋଇପାରେ। ଏନେଇ […]
ଭୁବନେଶ୍ୱର: ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍ ବା ସ୍ୟାଟକୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ସ୍ୟାଟ୍ ଉଚ୍ଛେଦ ନେଇ କେନ୍ଦ୍ର ସରକାର ଗେଜେଟ ନୋଟିଫିକେସନ ଜାରି କରିଛନ୍ତି। ୧୯୮୬, ଜୁଲାଇ ୪ରେ ଓଡ଼ିଶା ପ୍ରାଶାସନିକ ଟ୍ରିବ୍ୟୁନାଲ୍ ପ୍ରତିଷ୍ଠା ନେଇ ପ୍ରକାଶିତ ବିଜ୍ଞପ୍ତିକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରଦ୍ଦ କରିଛନ୍ତି। ସ୍ୟାଟ୍ ଉଚ୍ଛେଦ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଥିଲା। ଏନେଇ ହାଇକୋର୍ଟଙ୍କ ଅନୁମୋଦନ ମିଳିବା ପରେ କେନ୍ଦ୍ର ସରକାର ଏହାର ଉଚ୍ଛେଦ ସଂପର୍କିତ ନୋଟିଫିକେସନ ଜାରି କରିଛନ୍ତି। […]
କନ୍ଦ୍ରାପଡ଼ା: ରାଜଧାନୀ ପରେ ଏବେ କେନ୍ଦ୍ରାପଡ଼ାରେ ବି ଏନ୍କାଉଣ୍ଟର ହୋଇଛି। ଭୋର୍ ସମୟରେ କେନ୍ଦ୍ରାପଡ଼ା- ଗଣ୍ଡାଖିଆ ରାସ୍ତାର ଏରା ଛକ ଠାରେ ସଦର୍ ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରି ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ମେହେତାବ୍କୁ ଏନ୍କାଉଣ୍ଟର କରିଛନ୍ତି। ଖବର ଅନୁସାରେ ମେହେତାବ୍ ଓ ତାର୍ ସହଯୋଗୀ ବାଇକ୍ରେ କେନ୍ଦ୍ରାପଡ଼ା ଆସୁଥିବାର ଖବର ପାଇଁ ପୁଲିସ୍ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତି ଭାବେ ଚଢ଼ଉ କରି ଏନ୍କାଉଣ୍ଟର୍ କରିଥିଲା। ପ୍ରଥମେ ମେହେତାବ୍ ଓ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିବ ବିଶ୍ୱର ପ୍ରଥମ ବୈଦିକ ସ୍ମୃତି ଗବେଷଣାଗାର। ସ୍ମୃତିଶକ୍ତି, ମାନସିକ ଶାନ୍ତି ତଥା ଆହୁରି ଅନେକ ଅନ୍ତର୍ନିହିତ ଶକ୍ତିର ବିକାଶ ଦିଗରେ ଏହି ଗବେଷଣାଗାର କାର୍ଯ୍ୟ କରିବ। ସବୁ ବର୍ଗର ଲୋକଙ୍କୁ ଏଠାରେ ଶିକ୍ଷା ଦିଆଯିବ। ମଣିଷ ଭିତରେ ଥିବା ଅନ୍ତଃର୍ନିହିତ ଶକ୍ତିର ବିକାଶ ଓ ବିନିଯୋଗ ପାଇଁ ଲିମ୍କା ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡର ଅଧିକାରୀ ବୀରେନ୍ଦ୍ର ମେହେତା ଏହି ଗବେଷଣାଗାର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ […]
ବରଗଡ଼: ପିଲାଏ ପଢ଼ିବେ, ପିଲାଏ ବଢ଼ିବେ। ସର୍ବଶିକ୍ଷା ଅଭିଯାନର ଏ ହେଉଛି ସରକାରୀ ନାରା। ହେଲେ ପିଲା କେମିତି ପଢ଼ୁଛନ୍ତି ଆଉ କେମିତି ବଢ଼ୁଛନ୍ତି, ତାହାର ଦୃଶ୍ୟ ଦେଖିଲେ ଆପଣ ବି ତାଜୁବ୍ ହୋଇଯିବେ। ପାଠ ପଢ଼ିବେ ବୋଲି ଜୀବନକୁ ପାଣି ଛଡ଼ାଇ ଭରା ନଈରେ ସ୍କୁଲ ଯାଉଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ଛାତ୍ରଛାତ୍ରୀ। ପ୍ରବଳ ବର୍ଷା ହେଲେ ତ ଅଘୋଷିତ ସ୍କୁଲ ଛୁଟି। ବର୍ଷ ବର୍ଷ ଧରି ଲାଗିରହିଥିବା ଏଭଳି ସମସ୍ୟା ଉପରେ ନା […]
ଯାଜପୁର: ଯାଜପୁର ଜିଲ୍ଲାର ବାପା-ପୁଅ ବିବାଦରେ ନୂଆ ଟ୍ୱିଷ୍ଟ। ବିବାଦର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ପୁଅ ସୂର୍ଯ୍ୟମୋହନ ମିଶ୍ର। ବାପା କ୍ଷେତ୍ରମୋହନଙ୍କ ସମସ୍ତ ଦାୟିତ୍ୱ ସେ ନେବାକୁ ପ୍ରସ୍ତୁତ। ସମ୍ପର୍କୀୟଙ୍କୁ ଛାଡ଼ି ତାଙ୍କ ସହ ତାଙ୍କ ବାପା କ୍ଷେତ୍ରମୋହନ ରୁହନ୍ତୁ ବୋଲି ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି ପୁଅ ସୂର୍ଯ୍ୟମୋହନ। ସେପଟେ ଏହା ଏକ ପାରିବାରିକ ବିବାଦ ତେଣୁ ପରିବାର ସଦସ୍ୟଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ଜିଲ୍ଲାପାଳ ପରାମର୍ଶ […]
ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧି ଓ ତାଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ନେଇ ବିଧାନସଭାରେ ପୁଣି ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ। ବନ୍ଦେ ମାତରମ୍, ଭାରତମାତା କି ଜୟ, ଜାତୀୟ ପତାକା, RSS , ନାଥୁରାମ ଗଡ଼ସେ ଓ ମହାତ୍ମା ଗାନ୍ଧି ଆଦି ପ୍ରସଙ୍ଗ ନେଇ ଦୁଇ ବିରୋଧୀ ଦଳ ଭିତରେ କଳିର ମଜା ନେଇଛି ଶାସକ ବିଜେଡି ଦଳ। କେବଳ ଆଜି ନୁହେଁ, ଗତ ୪ରୁ ୫ ଦିନ ହେବ ଏହି […]