• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

railway
ରେଲୱେ ହେଲ୍ପଲାଇନ୍ ନମ୍ବର ୧୮୨; ହଜିଗଲେ ଖୋଜିଆଣିବ

ଭୁବନେଶ୍ୱର: ରେଲୱେ ହେଲ୍ପଲାଇନ ନମ୍ବର୍ ୧୮୨ର ଉପାଦେୟତା ନେଇ ସୂଚନା ଦେଇଛି ରେଲୱେ।  ୧୮୨ ନମ୍ବର ମାଧ୍ୟମରେ ଯାତ୍ରୀଙ୍କୁ ଅନେକ ସହାୟତା ମିଳିଛି। ଚଳିତ ବର୍ଷର ପ୍ରଥମ ୮ ମାସ ମଧ୍ୟରେ ୩୧୦ଟି ମାମଲାରେ ଟ୍ରେନ୍‌ରେ ଛାଡ଼ି ଯାଇଥିବା ଯାତ୍ରୀମାନଙ୍କ ଜିନିଷପତ୍ର ଫେରସ୍ତ କରାଯାଇଛି। ୨୩୭ଟି ଲଗେଜ୍ ସମ୍ବନ୍ଧୀୟ ଜିନିଷପତ୍ର, ମନିପର୍ସ, ଲାପଟପ୍ ଓ ମୋବାଇଲ ଫୋନ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। ୨୭ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଉଦ୍ଧାର କରାଯାଇ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। […]

  • Thursday, 22 July 2021
722969-axeattack-1402989967
ଡାକ୍ତରଖାନାରୁ ଆସି ଭାଉଜକୁ ହତ୍ୟା କଲା ଦିଅର

ରାଉରକେଲା: କୁଆରମୁଣ୍ଡା ରିଉଁ ଗାଁରେ ଅଭାବନୀୟ ଘଟଣା ଘଟିଛି। ଭାଉଜକୁ ଟାଙ୍ଗିଆରେ ର୍ନିମମ ଭାବେ ହତ୍ୟା କରିଛି ଦିଅର। ଏବଂ ନିଜେ ଦିଅର ମଧ୍ୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ମହିଳା ଜଣକ ହେଲେ ମାନୀ ଭୂମିଜ। ଆଉ ଯୁବକ ଜଣକ ହେଲେ ଲଖୀରାମ ଭୂମିଜ। ମହିଳା ଜଣକର ବେକ ଓ ପେଟରେ କ୍ଷତ ଚିହ୍ନ ରହିଛି। ତେବେ ଲଖିରାମ କାହିଁକି ତାଙ୍କ ଭାଉଜକୁ ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ। ଗତକାଲି ରାତିରେ […]

  • Thursday, 22 July 2021
wine
ଲୋକେ କହୁଥିଲେ କୁକୁଡ଼ା ଫାର୍ମ; କିନ୍ତୁ ଭିତରେ ଚାଲିଥିଲା ଏମିତି କାମ

ଗଞ୍ଜାମ: ବାହାରକୁ ଲୋକେ ଦେଖୁଥିଲେ କୁକୁଡ଼ା ଫାର୍ମ। କିନ୍ତୁ ଭିତରେ ଚାଲିଥିଲା ବେଆଇନ୍‌ କାମ। ଗଞ୍ଜାମ ଦିଗପହଣ୍ଡି ଥାନା ବୀରପାଟଣା ଗାଁରେ ଏକ କୁକୁଡା ଫାର୍ମରେ ନକଲି ବିଦେଶୀ ମଦ କାରବାର ହେଉଥିବାର ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଚଢ଼ାଉ କରି ଏହି କାରଖାନା ଠାବ କରିଛି। ଉକ୍ତ କାରଖାନାରୁ ୪୬ଟି କାର୍ଟୁନରେ ୨୨ ଶହ ନକଲି ବିଦେଶୀ ମଦ ବୋତଲ, ୮୦ ଲିଟର ନକଲି ମଦ, ସ୍ପିରିଟ୍, ମେସିନ୍, ଲେବୁଲ ଏବଂ ଅନ୍ୟାନ୍ୟ ସାମଗ୍ରୀ […]

  • Thursday, 22 July 2021
dam
ଲଗାଣ ବର୍ଷା ଯୋଗୁ ବୈତରଣୀରେ ବନ୍ୟା: ୧୦ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁ ଲଘୁଚାପ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସିଛି। ଫଳରେ ଭଦ୍ରକ ଧାମନଗର ବ୍ଲକର ସୋହାଡା, ପଧାନୀ, କରଦା, ଆନନ୍ଦପୁର ଆଦି ପଞ୍ଚାୟତର ୧୦ରୁ ଅଧିକ ଗାଁରେ ବନ୍ୟାଜଳ ପ୍ରବେଶ କରିଛି। ଶହଶହ ହେକ୍ଟର୍ ଚାଷ ଜମିରେ ବନ୍ୟା ପାଣି ମାଡ଼ିଯିବା ସହ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଖୁଆପଦା ଆନିକଟଠାରେ ଜଳସ୍ତର କମିଥିବାବେଳେ ଧାମନଗର ବ୍ଲକର ତଳିଆ ଅଂଚଳକୁ ବନ୍ୟା ଜଳ ପ୍ରବେଶ କରୁଛି। ସେହିଭଳି ବର୍ଷା ଯୋଗୁ […]

  • Thursday, 22 July 2021
PollutionCheck_Banner
ମାସେ ଯାଏ ଅଛି ସମୟ; ଏହି ୧୧ଟି ସେଣ୍ଟର୍‌ରେ ପଲ୍ୟୁସନ୍ ଚେକ୍‌ କରିପାରିବେ ରାଜଧାନୀବାସୀ

ଭୁବନେଶ୍ୱର: ନୂଆ ଟ୍ରାଫିକ୍ ନିୟମ ପାଇଁ ସାରା ଦେଶରେ ଏବେ ଜୋରଦାର ଧରପଗଡ଼ ଚାଲିଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ପାଖରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରାଯାଉଛି। ତେବେ ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଁ ଲୋକଙ୍କୁ  ମାସେ ସମୟ ଦେଇଛନ୍ତି ସରକାର। ଏହି ମାସକ ଭିତରେ ଗାଡ଼ି ଚାଳକଙ୍କୁ ପ୍ରଦୁଷଣ ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ। ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସାରା ରାଜ୍ୟରେ ମୋଟ ୨୯ଟି ପଲ୍ୟୁସନ୍ ସାର୍ଟିଫିକେଟ୍ ସେଣ୍ଟର୍ ଖୋଲାଯାଇଛି। କେବଳ ରାଜଧାନୀ ଭୁବନେଶ୍ୱରର ମୋଟ୍ […]

  • Thursday, 22 July 2021
sarala-puraskar.jpg11
ସାରଳା ପୁରସ୍କାର ପାଇବେ ଡଃ ପ୍ରଦୀପ ଦାଶ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ବିଶିଷ୍ଟ ଲେଖକ ଡଃ ପ୍ରଦୀପ ଦାଶ ଚଳିତବର୍ଷର ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ପଣ୍ଡିତ ହରମୋହନ ଖୁଣ୍ଟିଆ ଓ ଲଲାଟମୋହନ ପଟ୍ଟନାୟକ ମଧ୍ୟ ସଙ୍ଗୀତ ଓ ଚିତ୍ରକଳା ପାଇଁ ପୁରସ୍କୃତ ହେବେ। ଆଜି ସନ୍ଧ୍ୟାରେ ଶାରଳା ପୁରସ୍କାର ଉପଦେଷ୍ଟା ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଡଃ ଦାଶଙ୍କୁ ତାଙ୍କ ରଚିତ ‘ଚରୁ ଚିବର ଓ ଚର୍ଯ୍ୟା’ ପାଇଁ ୪୦ତମ ଶାରଳା ପୁରସ୍କାର ପ୍ରଦାନ କରାଯିବ […]

  • Thursday, 22 July 2021
bbsr
ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍ କ୍ୟୁରୀ ଓ ସଲିସିଟର୍ ଜେନେରାଲ୍

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍‌କ୍ୟୁରୀ ରଣଜିତ କୁମାର। ତାଙ୍କ ସହ ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ଆମିକସ୍‌ କ୍ୟୁରୀ ରଣଜିତ କୁମାର କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଆସନ୍ତାକାଲି ପୁରୀ ଯିବୁ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିବୁ ବୋଲି ସେ କହିଛନ୍ତି। ଆସନ୍ତାକାଲି ସେ ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଭଙ୍ଗା ହୋଇଥିବା […]

  • Thursday, 22 July 2021
vv
ପୁରୀରେ ଉଚ୍ଛେଦକୁ ବିରୋଧ ପରେ ସରକାରଙ୍କ ବ୍ୟଗ୍ରତା; ଲୋଭ ଦେଖାଇବା ପାଇଁ ଚାଲିଛି ପ୍ରକଳ୍ପ ଘୋଷଣା

ପୁରୀ: ଉଚ୍ଛେଦ ଅଭିଯାନ ସରିଲେ ଚିକ୍‌ ଚିକ୍‌ ଦିଶିବ ଶ୍ରୀକ୍ଷେତ୍ର, ବ୍ୟାଘ୍ରଦ୍ୱାର। ୨୫ କୋଟି ଟଙ୍କା ବ୍ୟୟରେ ତିଆରି ହେବ ରଘୁନନ୍ଦନ ଲାଇବ୍ରେରୀ। ପରିକଳ୍ପିତ ବିଶ୍ୱ ଐତିହ୍ୟ ନଗରୀର ଚିକ୍‌ ମିକ୍‌ ରୂପ ଥିବା କିଛି ଫଟୋ ଛାଡ଼ି ସାଧାରଣ ଜନତାର ଆଖି ଝଲ୍ସାଇ ଦେଇଥିଲେ ସରକାର। ଗତକାଲି ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏମିତି ଫଟୋସବୁ ଛାଡ଼ିଥିଲେ ସରକାର। କେବଳ ଏତିକି ନୁହେଁ, ଆଜି ମଧ୍ୟ ପୁରୀର ରୂପ ବଦଳେଇବାକୁ […]

  • Thursday, 22 July 2021
traffic-finnne
ନେତା ଓ ମନ୍ତ୍ରୀଙ୍କ ପାଇଁ ନିୟମ ନାହିଁ; ପୁଲିସ୍ ବି ବେଫିକର୍, ତଣ୍ଡ ଗଣୁଛି ଜନତା

ଭୁବନେଶ୍ୱର: ନୂଆ ଟ୍ରାଫିକ ନିୟମକୁ ନେଇ ଲୋକେ ଛାନିଆ। କାରଣ ଦେବାକୁ ପଡୁଛି ମୋଟା ଅଙ୍କର ଜୋରିମାନା। ହେଲେ ବଡ଼ବଡ଼ିଆଙ୍କ ପାଇଁ ଏହି ନିୟମ ଲାଗୁ ହେଲା ପରି ଲାଗୁନାହିଁ। ଆଜି ଲୋକସେବା ଭବନକୁ ଆସିଥିବା ନେତା ଓ ମନ୍ତ୍ରୀମାନେ ବିନା ସିଟ୍‌ ବେଲ୍‌ଟରେ ଯାଉଥିବା ଦେଖିବାକୁ ମିଳିଛି। ଏପରିକି ନିୟମ ଲାଗୁ କରୁଥିବା ପୁଲିସ ବାବୁ ମଧ୍ୟ ନିୟମ ପ୍ରତି ଆଖି ବୁଜି ଦେଇଛନ୍ତି। ଟ୍ରାଫିକ୍‌ ନିୟମ ପ୍ରତି କେତେ ଯତ୍ନବାନ ଆମ ନେତା ଓ […]

  • Thursday, 22 July 2021
swat
ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ତାଙ୍କ ଛାତ୍ରୀ

ଭୁବନେଶ୍ୱର: ଗତକାଲି ଗୁରୁ ଦିବସ ଅବସରରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଜଣେ ଛାତ୍ରୀ ଆକାଂକ୍ଷା କୁମାରୀ। ଏହି ଛାତ୍ରୀ ଜଣକ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଏକ ପୋଷ୍ଟ କରି ଶାଶ୍ୱତ ଯୋଶୀଙ୍କୁ ସବୁଠୁ ବଡ଼ ଶସ୍ତା ଓ ନିମ୍ନ ମାନସିକତାର ବ୍ୟକ୍ତି ବୋଲି କହିବା ସହିତ ତାଙ୍କ ଉପରେ ଅନେକ ଗୁରୁତର ଆରୋପ ଲଗାଇଛନ୍ତି। ଆକାଂକ୍ଷା ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ଲେଖିଛନ୍ତି, “୨୦୧୧ ମସିହାରେ ଗୋଟିଏ ଏନ୍‌ସିସି କ୍ୟାମ୍ପରେ […]

  • Thursday, 22 July 2021
MONSOON
ଉତ୍ତର ଉପକୂଳ ଆଡ଼କୁ ମୁହାଁଇଲା ଲଘୁଚାପ; ୨୪ ଘଣ୍ଟାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ଏବେ ଉତ୍ତର ଉପକୂଳ ଆଡ଼କୁ ମୁହାଁଇଛି। ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳରେ ମଧ୍ୟ ଲଘୁଚାପର ଏକ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଗୋଟିଏ ଟ୍ରପ୍ ଲାଇନ ପୂର୍ବକେନ୍ଦ୍ର ବଙ୍ଗୀୟ ଉପକୂଳରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାମଧ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ନୂଆପଡ଼ା, ବଲାଙ୍ଗିର, ବରଗଡ଼, ନବରଙ୍ଗପୁର, ସୋନପୁର, କଳାହାଣ୍ଡି ଓ ବୌଦ୍ଧ ଭଳି  ୭ ଜିଲ୍ଲାକୁ ଅରେଂଜ୍ ଆଲର୍ଟ ଜାରି କରାଯାଇଛି। କୋରାପୁଟ, […]

  • Thursday, 22 July 2021
cp
ନୂଆ ଟ୍ରାଫିକ୍ ନିୟମ: ପୁଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ: ନୂଆ ଟ୍ରାଫିକ୍ ନିୟମ ପରେ ଏବେ ରାଜ୍ୟରେ ଜୋରଦାର ଧରପଗଡ଼ ଚାଲିଛି। କମିଶନରେଟ ପୁଲିସ୍ ପକ୍ଷରୁ ଭୁବନେଶ୍ୱରରେ ଟ୍ରାଫିକ ନିୟମ କଡ଼ାକଡ଼ି କରାଯାଇଛି। ଏ ନେଇ ଟ୍ୱିନ୍ ସିଟି ପୁଲିସ କମିଶନର୍‌ଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଆରଟିଓ ଅଧିକାରୀ, ଡିସିପି ଟ୍ରାଫିକ୍, ଟ୍ରାଫିକ୍ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଜୋରିମାନା ଅଦାୟ ଏବଂ ଏନେଇ ସଚେତନତା କରିବାକୁ ବୈଠକରେ ଫୋକସ୍ ରହିଛି। ସେହିପରି ଲାଇସେନ୍ସ ଏବଂ ଅନ୍ୟ ଡକ୍ୟୁମେଣ୍ଟ […]

  • Thursday, 22 July 2021
arndam
ପୁରୀରେ ମଠ ପୁନରୁଦ୍ଧାର ପାଇଁ ଗଠନ ହେବ ଉପସମିତି; ପୁରୀ ଆସୁଛନ୍ତି ଆମିକସ୍‌ କ୍ୟୁରୀ

ପୁରୀ: ପୁରୀରେ ମଠ ଗଠନ ବା ପୁନରୁଦ୍ଧାର ପାଇଁ ଏକ ଉପସମିତି ଗଠନ ହେବ। ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର ଏହି ସୂଚନା ଦେଇଛନ୍ତି। ମଠ ସଂସ୍କୃତିକୁ ଆଗକୁ ନେବାକୁ ପରିଚାଳନା କମିଟି ମିଟିଂରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଏଥିସହିତ ୫ଟି ପ୍ରକଳ୍ପକୁ ଅନୁମୋଦନ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ଏଥିମଧ୍ୟରେ ରଥଦାଣ୍ଡକୁ ଐତିହ୍ୟ କରିଡର, ଶ୍ରୀମନ୍ଦିର ଚତୁପାର୍ଶ୍ୱ ଉନ୍ନତିକରଣ, […]

  • Thursday, 22 July 2021
aa
ଇତିହାସ ରଚିଲେ ଓଡ଼ିଆ ପୁଅ: ପ୍ରଥମ ଭାରତୀୟ ଭାବେ ଜିତିଲେ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଦେଶ ପାଇଁ ଗୌରବ ଆଣିବା ସହିତ ଇତିହାସ ରଚିଲେ ଓଡ଼ିଆ ପୁଅ ଅଶ୍ୱଥ ନାରାୟଣ। ପ୍ରଥମ ଭାରତୀୟ ଭାବରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନାରାୟଣ। ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରେ ଋଷିଆର କଜନ ସହରରେ ଏହି ପ୍ରତିଯୋଗିତା ହୋଇଥିଲା। ଅଗଷ୍ଟ ୨୩ ଓ ୨୭ରେ ହୋଇଥିବା ୱାଟର୍ ଟେକ୍ନୋଲୋଜି ପ୍ରତିଯୋଗିତାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ଓଡ଼ିଆ ପୁଅ ଅଶ୍ୱଥ ନାରାୟଣ। ଏହି ପ୍ରତିଯୋଗିତାରେ ଭାରତ […]

  • Thursday, 22 July 2021
govt-employees-are-not-coming-to-office-in-right-time
ନୂଆ ଅଫିସ୍‌ ଟାଇମ୍‌ ମାନୁ ନାହାଁନ୍ତି ସରକାରୀ ବାବୁ

ଭୁବନେଶ୍ୱର: ପ୍ରଶାସନକୁ ଅଧିକ ଦକ୍ଷ, କାର୍ଯ୍ୟକୁଶଳ ଓ ଲୋକାଭିମୁଖି କରିବା ଲକ୍ଷ୍ୟ ନେଇ କର୍ମଚାରୀଙ୍କ ପାଇଁ ପରିବର୍ତ୍ତିତ ଅଫିସ୍ ଟାଇମ୍‌ ଧାର୍ଯ୍ୟ କରିଥିଲେ ସରକାର। ୧୦ଟାରୁ ସାଢ଼େ ୫ଟା ଯାଏ ଧାର୍ଯ୍ୟ ହୋଇଥିଲା ଅଫିସ ଟାଇମ୍‌। ଏହି ନିୟମ କାର୍ଯ୍ୟକାରୀ ହେବାକୁ ପ୍ରାୟ ୨ ମାସ ବିତିଗଲାଣି। ହେଲେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ପାଳନ କରୁନାହାନ୍ତି କର୍ମଚାରୀ। ସରକାରଙ୍କ ନାକ ତଳେ ଚାଲିଛି ଖୋଲାଖୋଲି ଉଲ୍ଲଂଘନ। ଠିକ୍‌ ସମୟରେ କୌଣସି ଅଧିକାରୀ ଆସୁ ନାହାନ୍ତି। ଯାହା ଆଜି […]

  • Thursday, 22 July 2021
sarathi
ପୁଣି ପ୍ରବଚନ ଦେବାକୁ ଚାହୁଁଛନ୍ତି ସାରଥି; ଏଥିପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ

କଟକ : ନିଜର ଭକ୍ତଙ୍କୁ ପ୍ରବଚନ ଦେବା ପାଇଁ ବ୍ୟଗ୍ର ହୋଇ ପଡ଼ିଲେଣି ସାରଥି ଓରଫ ସନ୍ତୋଷ ରାଉଳ! ଏଥିପାଇଁ ଅନୁମତି ଦେବାକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜେଲ୍‌ରୁ ମୁକୁଳିବା ବେଳେ କୋର୍ଟ ତାଙ୍କ ପାଇଁ କିଛି ସର୍ତ୍ତ ରଖିଥିଲେ। ସେହି ସର୍ତ୍ତ ଅନୁଯାୟୀ, ଜେଲ୍‌ରୁ ମୁକୁଳିବା ପରେ ସାରଥି କୌଣସି ସ୍ଥାନରେ ପ୍ରବଚନ ଦେଇ ପାରିବେ ନାହିଁ। ଏପରିକି ଭକ୍ତଙ୍କୁ ଏକାଠି କରିପାରିବେ ନାହିଁ। ଏହା ଦ୍ୱାରା ତାଙ୍କ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି। […]

  • Thursday, 22 July 2021
chaula
ସରକାରଙ୍କୁ ଚୁନ ଲଗାଇ ଚାଉଳ ଲୁଟୁଛନ୍ତି ୩୧ ଲକ୍ଷରୁ ଅଧିକ ହିତାଧିକାରୀ !

ଭୁବନେଶ୍ୱର: ୩୧ ଲକ୍ଷରୁ ଅଧିକ ହିତାଧିକାରୀ ବର୍ଷ ବର୍ଷ ଧରି ସରକାରଙ୍କୁ ଚୁନ ଲଗାଇ ଟଙ୍କିକିଆ ଚାଉଳ ଲୁଟୁଛନ୍ତି। ରାସନ କାର୍ଡ ସହ ଆଧାର ସଂଯୋଗ ପାଇଁ ମାସେ ଧରି ଚାଲିଥିବା କ୍ୟାପେଂନରୁ ଏହି ତଥ୍ୟ ଜଣାପଡ଼ିବା ପରେ ଖାଦ୍ୟ ଯୋଗାଣ ବିଭାଗର ଅକଲ ଗୁଡୁମ୍ ହୋଇଯାଇଛି। ଗୋଟିଏ ଦିନ ପରେ ସରିବ ଡେଡ୍‌ଲାଇନ। ରାସନ କାର୍ଡକୁ ଆଧାର ସହ ଲିଙ୍କ୍ କରି ନଥିଲେ ମିଳିବ ନାହିଁ ଟଙ୍କିକିଆ ଚାଉଳ।  ହେଲେ ଆଧାର ସଂଯୋଗ କରିନାହାଁନ୍ତି ଆହୁରି […]

  • Thursday, 22 July 2021
Bk-mohapatra-sworn-in-as-state-information-commissioner
ସୂଚନା କମିଶନର ଭାବେ ଶପଥ ଗ୍ରହଣ କଲେ ପୂର୍ବତନ ଜିଲ୍ଲା ଜଜ୍ ବାଳକୃଷ୍ଣ ମହାପାତ୍ର

ଭୁବନେଶ୍ୱର: ପୂର୍ବତନ ଜିଲ୍ଲା ଜଜ୍ ବାଳକୃଷ୍ଣ ମହାପାତ୍ର ଆଜି ରାଜ୍ୟ ସୂଚନା କମିଶନର ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଶପଥ ସମାରୋହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ମୁଖ୍ୟ ସୂଚନା କମିଶନ ସୁନୀଲ କୁମାର ମିଶ୍ର, ସୂଚନା […]

  • Thursday, 22 July 2021
WhatsApp
ଭୁଲ୍‌ ଇଞ୍ଜେକ୍ସନ ପାଇଁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ବ୍ରହ୍ମପୁର: ରୋଗୀ ମୃତ୍ୟୁକୁ ନେଇ ବ୍ରହ୍ମପୁର ଗେଟ୍ ବଜାର ସ୍ଥିତ ଅମିତ ହସ୍‌ପିଟାଲରେ ଉତ୍ତେଜନା ଦେଖା ଦେଇଛି। ଜଣେ ୧୩ ବର୍ଷର ବାଳକକୁ ଭୁଲ୍ ଇଂଜେକସନ ଦେବାରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ ବାଳକ ଜଣକ ହେଲେ ଗେଟ୍ ବଜାର ଅଂଚଳର ମାଲେଶ ସେଠିଙ୍କ ପୁଅ ନାଗରାଜ୍। ଗତ ୨୨ ତାରିଖରେ ନାଗରାଜର ଗଳା ଫୁଲିବାରୁ ତାଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଅମିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ନାଗରାଜ […]

  • Thursday, 22 July 2021
firing-in-nayagarh
ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗୁଳିମାଡ଼

ନୟାଗଡ଼: ପଞ୍ଚାୟତ ନିର୍ବାହୀ ଅଧିକାରୀ (ଭିଏଲଡବ୍ଲ୍ୟୁ)ଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଏପରି ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଞ୍ଚାୟତରେ ଘଟିଛି। ମାତ୍ର କେଉଁକାରଣ ଗୁଳିମାଡ଼ ହୋଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ଦଶପଲ୍ଲା ଥାନା ମଧ୍ୟଖଣ୍ଡ ପଞ୍ଚାୟତରେ ଶ୍ରମିକ ପଞ୍ଜିକରଣ ହୋଇଥିଲା। ଭିଏଲଡବ୍ଲ୍ୟୁ ମୁରଲୀ ବାରିକ ପଞ୍ଜିକରଣ କରାଉ ଥିଲେ। ଠିକ୍‌ ଏତିକି ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଆସି ତାଙ୍କ […]

  • Thursday, 22 July 2021
indrajit
ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତି ହୋଇପାରନ୍ତି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି

ଭୁବନେଶ୍ୱର: କଟକରେ ଜନ୍ମିତ ଜଷ୍ଟିସ ଇନ୍ଦ୍ରଜିତ୍ ମହାନ୍ତି ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇବାର ସମ୍ଭାବନା ରହିଛି। ଜଷ୍ଟିସ ମହାନ୍ତି ଏବେ ବମ୍ବେ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି। ଜଷ୍ଟିସ ମହାନ୍ତିଙ୍କ ନୂଆ ନିଯୁକ୍ତି ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ୍ କରିଛନ୍ତି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ ମହାନ୍ତିଙ୍କ ନାମ ସୁପାରିସ୍ କରିଛନ୍ତି। ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି […]

  • Thursday, 22 July 2021
ss
୩୦ ବର୍ଷ ହେଲା ଘରଡିହ ଓ ଜମି ପଟ୍ଟା ପାଇଁ ସଂର୍ଘଷ କରୁଛନ୍ତି ଏମାନେ

ଦେବଗଡ଼: ଥଇଥାନର ୩ ଦଶନ୍ଧି ପରେ ବି ନିଜ ଘରଡିହ, ଜମି ପଟ୍ଟା ପାଇଁ ସଂର୍ଘଷ କରୁଛନ୍ତି ଦେବଗଡ଼ ଜିଲ୍ଲାର କେଶଲା ଗାଁ ଲୋକେ। ଜମିର ଚିହ୍ନଟ ଲାଗି ତହସିଲ ଅଫିସକୁ ଦୌଡି ଦୌଡ଼ି ନିରାଶ ହେଲେଣି ବିସ୍ଥାପିତ। ତଥାପି ଦେବଗଡ଼ କେଶଲା ଗ୍ରାମବାସୀଙ୍କ ଦୁଃଖ ଦୂର ହେଉନି। ନକ୍ସା ନଥିବା ବାହାନା ଦେଖାଇ ଆରଆଇ, ତହଲସିଲଦାର ଦୂରଦୂର ମାର ମାର କରୁଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି। ଏହି ମାମଲା ନେଇ ବିଭିନ୍ନ ସମୟରେ ପାଟିତୁଣ୍ଡ […]

  • Thursday, 22 July 2021
para
ପଶ୍ଚିମବଙ୍ଗର ପାଞ୍ଚ ଶହ ପାରା ଜବତ

ବଲାଙ୍ଗିର: ବଲାଙ୍ଗିର ଆର୍‌ପିଏଫ୍‌ ଦ୍ୱାରା ଜବତ ହୋଇଛନ୍ତି ପଶ୍ଚିମବଂଗର ଶହ ଶହ ପାରା। ହାୱଡ଼ା-କୋରାପୁଟ ଏକ୍ସପ୍ରେସରେ ପଶ୍ଚିମବଂଗର ଉଲବେରିଆ ଅଞ୍ଚଳରୁ ପାଞ୍ଚ ଶହ ପାରାଙ୍କୁ ପାଞ୍ଚଟି ପେଟିରେ ପୂରାଇ ଟିଟିଲାଗଡ଼ ଚାଲାଣ କରାଯାଉଥିବା ଜଣାପଡ଼ିଛି। ବେଆଇନ ଭାବେ ପାସେଞ୍ଜର ବଗିରେ ପାରା ଚାଲାଣ କରାଯାଉଥିବା ଖବର ପାଇ ଟିଟିଲାଗଡ଼ ଆରପିଏଫ୍ ପାରାମାନଙ୍କୁ ଜବତ କରିବା ସହିତ ଟିଟିଲାଗଡ଼ର ନନ୍ଦିକେଶର ଦୁର୍ଗା ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ଆର.ପି.ଏଫ୍ ଅଧିକାରୀମାନେ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ପାଇଁ ସମ୍ବଲପୁର […]

  • Thursday, 22 July 2021
criminal
ଚିହ୍ନଟ ହେଲା ରାଜଧାନୀର ଯୌନ ପିପାସୁ

ଭୁବନେଶ୍ୱର: କିଛି ଦିନ ତଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକାକୁ ବିଚ୍ ରାସ୍ତାରେ ଅସଦାଚରଣ କରିଥିବା ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ଟ୍ୟୁସନ ଯାଉଥିବା ବେଳେ  ଅଭିଯୁକ୍ତ ଜଣ ନାବାଳିକାଙ୍କୁ ଅନେକ ସମୟ ପିଛା କରିବା ପରେ, ରାସ୍ତାରେ ଅଟକାଇ ଅସଦାଚରଣ କରିଥିଲା। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗର ପ୍ରାୟ ଏକ ସପ୍ତାହ ପରେ […]

  • Thursday, 22 July 2021
chilika
ଚିଲିକା ଉପରେ ଘୂରି ବୁଲିଲା ଉଡ଼ାଜାହାଜ; ଲୋକେ ଭୟଭୀତ

ବାଲୁଗାଁ: ଚିଲିକା ଉପରେ ଘୂରି ବୁଲିଲା ଏକ ଅଜଣା ଉଡ଼ାଜାହାଜ ଭୂପୃଷ୍ଠରୁ ଅତି ନିକଟରେ ୮-୧୦ ଥର ଏହି ଉଡ଼ାଜାହାଜଟି ଚକ୍କର କାଟିବା ପରେ ସେଠାକାର ଲୋକେ ଭୟଭିତ ହୋଇ ପଡ଼ିଛନ୍ତି। ଗତକାଲି ସକାଳ ୧୦ ଟା ସମୟରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିଶେଷ କରି ସାତପଡ଼ା, ମହିସା, ବ୍ରହ୍ମଗିରି ଆଦି ଅଞ୍ଚଳର ଗାଁ ଲୋକେ ଏତେ ନିକଟରୁ ଉଡ଼ାଜାହାଜ ଦେଖି ଡରି ଯାଇଥିଲେ। ଘଟଣାର ତଦନ୍ତ ପରେ ମେରାଇନ୍ ଇନ୍ସପେକ୍ଟର କହିଛନ୍ତି, […]

  • Thursday, 22 July 2021

Total Seats 70

BJP 42
APP 28
INC 0
OTHERS 0

Delhi Vidhan Sabha Election Result