ଭୁବନେଶ୍ୱର: ଏଏସ୍ଆଇଙ୍କୁ ଦେବୋତ୍ତର କମିଶନ୍ଙ୍କ ଚିଠି ପରେ ଲିଙ୍ଗରାଜ ମନ୍ଦିର ବିପଦସଙ୍କୁଳ ହୋଇପଡ଼ିଥିବା ସନ୍ଦେହ ସୃଷ୍ଟି ହୋଇଛି। ଲିଙ୍ଗରାଜ ମନ୍ଦିର ଦଧିନଉତିରେ ଫାଟ୍ ଥିବା ନେଇ ଏଏସ୍ଆଇକୁ ଚିଠି ଲେଖିଛନ୍ତି ଦେବୋତ୍ତର କମିଶନର୍। ଏଏସ୍ଆଇ ବାରମ୍ବାର ମନ୍ଦିରର ରକ୍ଷଣାବେକ୍ଷଣ ପ୍ରତି ଅବହେଳା କରିଛି। ଫଳରେ ଏବେ ଦଧିନଉତିରେ ଫାଟ୍ ସୃଷ୍ଟି ହୋଇଛି। ଯାହାକୁ ନେଇ କମିଶନର ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ମରାମତି ପାଇଁ ଏଏସ୍ଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି। ପ୍ରତିଦିନ ମନ୍ଦିରକୁ ୮ ହଜାରରୁ […]
ଭୁବନେଶ୍ୱର: ମନ୍ଦିର ପାଣ୍ଠିଉପରେ ରହିବ ଏଜି(ଆକାଉଣ୍ଟିଂ ଜେନେରାଲ୍)ଙ୍କ ନଜର। ଏଣିକି ଅଡିଟ୍ ହେବ ମନ୍ଦିରର ସମସ୍ତ ଆୟଓ ବ୍ୟୟ। ଏଥିପାଇଁ ଦେବୋତ୍ତର କମିଶନର୍ ଏଜିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ୬୧ଟି ମନ୍ଦିରର ଅଡିଟ୍ ପାଇଁ ଏଜିଙ୍କୁ ଚିଠି ହୋଇଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରେ ରହିଛି- ଭୁବନେଶ୍ୱରର ଲିଙ୍ଗରାଜ, ରାମ ମନ୍ଦିର, ଶନି ମନ୍ଦିର, କଟକର କଟକ ଚଣ୍ଡୀ, ପଞ୍ଚମୁଖୀ ହନୁମାନ, ବାଙ୍କୀ ଚର୍ଚ୍ଚିକା, ଜଗତସିଂହପୁରର ମା’ ଶାରଳା, ଗୋରଖନାଥ ମନ୍ଦିର, କେନ୍ଦ୍ରାପଡ଼ା ବଳଦେବଜୀଉ, ଯାଜପୁରର ବିରଜା ମନ୍ଦିର, […]
ଭୁବନେଶ୍ୱର: ନୂତନ ସଂଶୋଧିତ ମୋଟର୍ ଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଧରପକଡ଼ ଚାଲିଛି। ତେଣୁ ଡ୍ରାଇଭିଂ ଲାଇସେନ୍ସ ସହ ଗାଡ଼ିର ସମସ୍ତ କାଗଜପତ୍ର କରିବାକୁ ଆରଟିଓ ଅଫିସ୍ରେ ଲୋକଙ୍କ ଲମ୍ୱା ଲାଇନ୍ ଲାଗୁଛି। ଏହାକୁ ଦୃଷ୍ଟିରେ ରଖି ବ୍ଲକ୍ ଓ ସବ୍ଡିଭିଜନ୍ ସ୍ତରରେ କ୍ୟାମ୍ପ କରାଯିବ ବୋଲି ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଫଳରେ ଲୋକେ ସେଠାରୁ ଡ୍ରାଇଭିଂ ଲାଇସେନ୍ସ ପାଇ ପାରିବେ। ପ୍ରଥମେ ଗାଡ଼ି ଚାଳକଙ୍କୁ ଲର୍ଣ୍ଣିଂ […]
ଭୁବନେଶ୍ୱର: ଅକ୍ଟୋବର ୧ରୁ ସବୁ ଗାଡ଼ି ପାଇଁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ। VAHANରେ ପଲ୍ୟୁସନ ସାର୍ଟିଫିକେଟ ଅପଲୋଡ ହୋଇଥିବା ଆବଶ୍ୟକ। ପୁରୁଣା ଅଫଲାଇନ ପଲ୍ୟୁସନ ସାର୍ଟିଫିକେଟ ଚଳିତମାସ ଶେଷରେ ଅକାମି ହୋଇଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ସଂଖ୍ୟା କମ ଥିବାରୁ ଚଳିତମାସ ଶେଷ ଯାଏ ପଲ୍ୟୁସନ ସାର୍ଟିଫିକେଟ କରିବାକୁ ସମୟ ଦିଆଯାଇଛି। ଅକ୍ଟୋବର ୧ ତାରିଖରୁ VAHANରେ ଅପ୍ଲୋଡ ହୋଇଥିବା ସାର୍ଟିଫିକେଟ ହିଁ ଗ୍ରହଣୀୟ ହେବ। ପଲ୍ୟୁସନ […]
ବରଗଡ଼: ବରଗଡ଼ ଜିଲ୍ଲା ଏସ୍ ଡୁମେରପାଲି ପଞ୍ଚାୟତରେ ଜଣେ ଚାଷୀ ବିଷ ପିଇ ଜୀବନ ହାରିଛନ୍ତି। ନୂଆପଲ୍ଲୀ ଗାଁର ଚାଷୀ ମହେନ୍ଦ୍ର ସାହୁ ଗତ ଗୁରୁବାର ଦିନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଋଣ ଭାର ଓ ଫସଲହାନୀ ଯୋଗୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହେନ୍ଦ୍ରଙ୍କ ପରିବାର ଲୋକ କହିଛନ୍ତି ଯେ ଗତବର୍ଷ […]
ଭୁବନେଶ୍ୱର: ରାଜନୀତିରୁ ସନ୍ନ୍ୟାସ ଖବରକୁ ସଫା ସଫା ପ୍ରତ୍ୟାଖ୍ୟାନ କଲେ ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ହାତଗୋଡ଼ ଚଳୁଥିବା ଯାଏ ରାଜନୀତି କରୁଥିବି ବୋଲି ଦାମ କହିଛନ୍ତି। ଅବସର, ସନ୍ନ୍ୟାସ ନେବାକୁ ବେଳ କାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନୌପଚାରିକ ଭାବେ କହିଥିବା କଥାକୁ ପ୍ରସଙ୍ଗ କରାଯାଇଛି ବୋଲି କହିଛନ୍ତି ଦାମ। ଦାମ କହିଛନ୍ତି, କ୍ଷମତା ରାଜନୀତିରେ ଲୋଭ ନାହିଁ ବୋଲି କହିଥିଲି। ମୋ କଥାକୁ ଭୁଲ ତର୍ଜମା ଓ ଭୁଲ ଉପସ୍ଥାପନ […]
ଯାଜପୁର: ଯାଜପୁର ସୁକିନ୍ଦା ପୁଲିସର ଦାଦାଗିରି। ଗିରଫ କରିବାକୁ ଯାଇ ଅନ୍ୟ ଜଣଙ୍କ ଘରେ ପଶି ୧୨ବର୍ଷର ଝିଅକୁ ଶକ୍ତ ଧକ୍କା ଦେଇଥିଲେ। ନାବାଳିକା ଜଣକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଯାଜପୁର ଏସ୍ପି ଚରଣ ସିଂହ ମୀନାଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମାଆ। ଅଭିଯୋଗକାରିଣୀଙ୍କ କହିବାନୁଯାୟୀ ପୁଲିସ୍ ହଠାତ୍ ତାଙ୍କ ଘରକୁ ବୁଟ୍ ପିନ୍ଧି ପଶି ଆସିଥିଲେ। ପରେ ତାଙ୍କ କୁନି ଝିଅକୁ ଶକ୍ତ ଧକ୍କା ଦେଇଥିଲେ। ଝିଅଟିର କାନ୍ଧରେ ଆଘାତ […]
ଭୁବନେଶ୍ୱର: ଓସିଏର ପୂର୍ବତନ ,ସମ୍ପାଦକ ଆଶୀର୍ବାଦ ବେହେରା ଅସୁସ୍ଥ ହୋଇପଡ଼ିଛନ୍ତି। ଆଶୀର୍ବାଦଙ୍କୁ ଝାରପଡ଼ା ଜେଲରୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଛି। ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି ଆଶୀର୍ବାଦ। ସୂଚନା ଅନୁଯାୟୀ, ଭୁବନେଶ୍ୱର ସିବିଆଇ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଦେବାରୁ ଗୁରୁବାର ତାଙ୍କୁ ଝାରପଡ଼ା ଜେଲକୁ ପଠାଯାଇଥିଲା। ଅର୍ଥତତ୍ତ୍ୱ (ଏଟି) ଚିଟ୍ଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏଥିସହ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। […]
ଭୁବନେଶ୍ୱର:ପୋସ୍କୋ ବିଫଳତା ପରେ କୋରିଆର ଓଡ଼ିଶା ସ୍ୱପ୍ନ। ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କ ସହ ୧୪ ଜଣିଆ ପ୍ରତିନିଧି ଦଳ। ତେବେ ଏଥର ଇସ୍ପାତ ଶିଳ୍ପ ନୁହେଁ ବରଂ ଇଲୋକ୍ଟ୍ରୋନିକ୍ସ ଓ ଅଟୋମୋବାଇଲ୍ ଭଳି ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି କୋରିଆ। ଓଡ଼ିଶା ପ୍ରତି କୋରିଆର ଆଗ୍ରହ, ଶିଳ୍ପାୟନର ନୂଆ ସମ୍ଭାବନା ସୃଷ୍ଟି କରିଛି। ସାମ୍ସଙ୍ଗ, ଏଲଜି, ହୁଣ୍ଡାଇ, କିଆ ପରି ଜଣାଶୁଣା କମ୍ପାନୀର […]
ଭୁବନେଶ୍ୱର: ସଞ୍ଜ ନଇଁବା କ୍ଷଣି ରାଜଧାନୀର ରାତି ହେବ ରଙ୍ଗୀନ୍। ସୁରା ସହିତ ଯୁବତୀଙ୍କ ନୃତ୍ୟରେ ମତୁଆଲା ହେବେ ଗ୍ରାହକ। ପୁଣି ଖୋଲିବ ଡ୍ୟାନ୍ସବାର୍। ଏନେଇ ୭ଟି ଡ୍ୟାନ୍ସ ବାର୍କୁ ଅନୁମତି ଦେଲେ ଅବକାରୀ କମିଶନର। ଅବକାରୀ ଆଇନ୍ ୪୪(୫)ର ଗାଇଡ୍ ଲାଇନ୍ ମାନି ଏହି ଡ୍ୟାନ୍ସବାର୍ ଖୋଲାଯିବ। ତେବେ ଏଥିରେ କଟକଣା ରଖାଯାଇଛି। ମୁଖ୍ୟତଃ ଉଦ୍ଦୀପନା ସୃଷ୍ଟିକାରୀ ଡ୍ରେସ୍ ଓ ଅର୍ଦ୍ଧନଗ୍ନ ଶରୀରକୁ ବାରଣ କରାଯାଇଛି। ସେହିପରି ବାର୍ ଡ୍ୟାନ୍ସ ବେଳେ ଟଙ୍କା ଉଡ଼ାଇ ପାରିବେନି […]
ଜଗତସିଂହପୁର: ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ଅଧିକ ଖୋଳତାଡ଼ କରିବା ପାଇଁ ଅଭିଯୁକ୍ତ ରାଜାକୁ ରିମାଣ୍ଡରେ ନେବ ପୁଲିସ୍। ଏଥିପାଇଁ ଜଗତସିଂହପୁର ଏସ୍ଡିଜେଏମ୍ କୋର୍ଟ ତିନି ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ରିମାଣ୍ଡରେ ନେବା ପରେ ହତ୍ୟାକାଣ୍ଡ ଦିନ ଓ ପରେ ଫେରାର୍ ହୋଇଥିବା ରାଜାକୁ ପୁଲିସ ଅଧିକ ପଚରାଉଚରା କରିବ। ଗତ ଦୁଇ ଦିନ ତଳେ କୋର୍ଟରେ ହାଜର ହେବା ପରେ ରାଜାକୁ ଜେଲ୍ ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ ଗତ ୮ […]
ଭୁବନେଶ୍ୱର: ରାଜନୀତିରେ ଯୋଗ ଦେବେ ଆଥ୍ଲେଟ ଦୂତି ଚାନ୍ଦ୍। ଦୂତି ଆଜି କରିଥିବା ଏକ ଟୁଇଟ୍ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଏହି ଟୁଇଟ୍ରେ ଦୂତି ଲେଖିଛନ୍ତି ଯେ ପିଲାଦିନରୁ ହିଁ ରାଜନୀତିରେ ମିଶିବା ପାଇଁ ତାଙ୍କର ଇଛା ଥିଲା। ତାଙ୍କ ପରିବାର ତୃଣମୂଳ ସ୍ତରରେ ରାଜନୀତି ସହ ଜଡ଼ିତ ବୋଲି ଦୂତି ଲେଖିଛନ୍ତି। ଏପରିକି ତାଙ୍କ ମାଆ ଗାଁରେ ସରପଞ୍ଚ ରହିଥିବା କଥା ସେ ଟୁଇଟରେ ଉଲ୍କେଖ କରିଛନ୍ତି। ଏନେଇ ଓଟିଭିକୁ ପ୍ରତିକ୍ରିୟା ଦେଇ […]
ରାଉର୍କେଲା/ବଲାଙ୍ଗିର୍: ରାଜ୍ୟରେ ଦିନକୁ ଦିନ ଲୁଟ୍ତରାଜ ବଢ଼ିବାରେ ଲାଗିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଲୁଟ୍ପାଟ୍ର ଖବର ଶୁଣିବାକୁ ମିଳୁଛି। ଆଜି ଗୋଟିଏ ଦିନରେ ଦୁଇଟି ଜାଗାରୁ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ରାଉରକେଲା ମହାନଗର ଅଫିସ ସମ୍ମୁଖରୁ ରଂଜନ କୁମାର ଧଳ ନାମକ ବ୍ୟକ୍ତିଙ୍କଠାରୁ ୨ଜଣ ଦୁର୍ବୃତ୍ତ ସାଢ଼େ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଏହି ଲୁଟ୍ କରିଥିବା ଜଣାପଡ଼ିଛି। ଲୁଟ୍ର ଶିକାର ରଂଜନ କୁମାର […]
ଭୁବନେଶ୍ୱର: ସାପ କାମୁଡ଼ାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସବୁ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି। ଅନୁଗୋଳ ଜିଲ୍ଲା ବେଣ୍ଟପୁର ଗାଁରେ ସାପ କାମୁଡ଼ି ଦେବାରୁ ସୁମନ୍ତ ସାହୁଙ୍କ ଦୁଇ ଝିଅ ରୋଜାଲିନ୍ (୧୩) ଓ ସୁଜାତା (୧୧)ଙ୍କ ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୨ଟା ବେଳେ ଘରେ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଦେଇଥିଲା। ରୋଜାଲିନ୍ଙ୍କ ବେକରେ ଓ […]
ପୁରୀ: ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ଅବସରରେ ପୁରୀ ବେଳାଭୂମି ସଫେଇ ସହ “ମୋ ବିଚ୍”ର ବାର୍ତ୍ତା ବିଶ୍ୱକୁ ଦେବାପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ ଆରମ୍ଭ କରିଛି। ୧୪୦ କିଲୋମିଟରର ବିସ୍ତୀର୍ଣ ବେଳାଭୂମି ସଫେଇ କରି ବିଶ୍ୱ ରେକର୍ଡ ହାସଲ କରିବାକୁ ଯାଉଛି ପୁରୀ ଜିଲ୍ଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ ଯୋଗ ଦେଇଥିଲେ। ତେବେ ମୁଖ୍ୟ ଆକର୍ଷଣ ସାଜିଥିଲେ ବଲିଉଡ ଆକ୍ଟର ବିଦ୍ୟୁତ ଜାମଓ୍ୱାଲ ଓ […]
ଭୁବନେଶ୍ୱର: କଟକ ସହର ଦଶହରା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ନ ଡକାଯିବା ଓ ଜାଣିଶୁଣି ତାଙ୍କୁ ଅସମ୍ମାନ କରାଯିବା ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏଥିପାଇଁ କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ତୁରନ୍ତ ଦଶହରା ପୂଜା ପୂର୍ବରୁ ସେଠାରୁ ବଦଳି କରିବା ନିମନ୍ତେ ଦାବି କରିଛି କଂଗ୍ରେସ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ […]
ଭୁବନେଶ୍ୱର: ନନ୍ଦନକାନନରେ ଆତଙ୍କ ଖେଳାଇ ଦେଇଛି ହରପିସ୍ ଭାଇରସ୍। ଶତଚେଷ୍ଟା ସତ୍ତ୍ୱେ ହାତୀ ‘ଗୌରୀ’କୁ ବଞ୍ଚାଇ ପାରି ନାହାନ୍ତି। ଜୁଲି, ଚନ୍ଦନ ଓ କମଳା ପରେ ଗୌରୀର ମଧ୍ୟ ଜୀବନ ନେଇଛି ହରପିସ୍ ଭାଇରସ୍। ଗୌରୀର ମୃତ୍ୟୁ ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ହାତୀ ମୃତ୍ୟୁ କେମିତି ରୋକା ଯାଇପାରିବ, ସେଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ହରପିସ୍ ଭାଇରସ୍ରେ ଆକ୍ରାନ୍ତ ‘ଗୌରୀ’କୁ ଅଲଗା ରଖି ଚିକିତ୍ସା କରାଯାଉଥିଲା। ଏହା ସତ୍ତ୍ୱେ ଗତକାଲି […]
ଭୁବନେଶ୍ୱର: କଟକ ବିଏସ୍ଏନ୍ଏଲ୍ ଆଞ୍ଚଳିକ କାର୍ଯ୍ୟାଳୟରେ ଗତକାଲିର ଅଗ୍ନିକାଣ୍ଡ ପରେ ରାଜ୍ୟର ୯ଟି ଜିଲ୍ଲାରେ ବିଏସ୍ଏନ୍ଏଲ୍ର ସବୁ ପ୍ରକାର ସେବା ବନ୍ଦ ହୋଇଯାଇଛି। ମୋବାଇଲ, ଇଣ୍ଟରନେଟ୍ ଓ ବ୍ୟାଙ୍କିଙ୍ଗ୍ ଭଳି ଅତ୍ୟାବଶ୍ୟକ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାରୁ ଲୋକେ ଅସୁବିଧାର ସମ୍ମଖୀନ ହୋଇଛନ୍ତି। ସେହିଭଳି ବ୍ରଡ୍ବ୍ୟାଣ୍ଡ୍ ସର୍ଭିସ୍ ଫେଲ୍ କାରଣରୁ ବିଭିନ୍ନ ସରକାରୀ ଅଫିସରେ ବି ଅଟକିଛି କାମ। ଏପଟେ କିଛି ଅଞ୍ଚଳରେ ମୋବାଇଲ ସେବା ସ୍ବାଭାବିକ ହୋଇଥିବା ବେଳେ ଆଉ ଦିନେ ଦୁଇ ଭିତରେ ସମସ୍ୟାର […]
ଭୁବନେଶ୍ୱର: ପୁଣି କନ୍ଦାଇଲା ପିଆଜ ଦର। ଗଲା କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ କିଲୋ ପ୍ରତି ଦର ଏବେ ୫୦ ଟଙ୍କା ଟପିଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ା ଦରରେ ପିଆଜ କିଣୁଛନ୍ତି ଗ୍ରାହକ। ତେବେ ପିଆଜର ଏଭଳି ଦରବୃଦ୍ଧି ପଛରେ ସ୍ବଳ୍ପ ଆମଦାନୀକୁ ଦାୟୀ କରିଛନ୍ତି ବ୍ୟବସାୟୀ। ନାସିକ୍ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି। ସେପଟେ ପିଆଜ […]
ବାଲେଶ୍ୱର: ଟଙ୍କା ନେଣ-ଦେଣ ପାଇଁ ‘ଗୁଗୁଲ୍ ପେ’ ଆପ୍ ବ୍ୟବହାର କରୁଛନ୍ତି କି? ତାହାହେଲେ ଏବେଠାରୁ ସତର୍କ ହୋଇଯାଆନ୍ତୁ। କାରଣ ଏହାଦ୍ୱାରା ଆପଣ ସାଇବର କ୍ରାଇମ୍ର ଶିକାର ହୋଇପାରନ୍ତି। ନିକଟରେ ଗୋଟିଏ ଦିନରେ ବାଲେଶ୍ୱରରେ ଏଭଳି ଦୁଇଦୁଇଟି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଖବର ଅନୁସାରେ, ରେମୁଣା ବ୍ଲକ୍ ଦୁମୁଦା ଗାଁର ବିଜୟ କୁମାର ଦାସ ନିଜର ଅଲ୍ଟୋ କାର୍ ବିକ୍ରି ପାଇଁ ଗତ […]
କଟକ: ବହୁଚର୍ଚ୍ଚିତ ନର୍ସ ନିହାରିକା ମର୍ଡର ମିଷ୍ଟ୍ରୀର ପର୍ଦ୍ଦାଫାସ୍ ହୋଇଛି। ବୟଫ୍ରେଣ୍ଡ ରାଜା ଓରଫ୍ କିଶୋର ଅଞ୍ଚଳ ହିଁ ନିହାରିକାଙ୍କ ହତ୍ୟାକାରୀ ବୋଲି ନିଜ ମୁହଁରେ ମାନିଛି ରାଜା। ଯୋଜନା ବଦ୍ଧ ଭାବେ କଟକ ଚାଉଳିଆଗଞ୍ଜ ସ୍ଥିତ ଜଣେ ସାଙ୍ଗର ଭଡ଼ା ଘରେ ରାଜା ନିହାରିକାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟାର କାରଣ ସମ୍ପର୍କରେ ଖୁଲାସା କରି ଜଗତସିଂହପୁର ଏସପି କହିଛନ୍ତି, ରାଜାକୁ ବିବାହ କରିବାକୁ ଅମଙ୍ଗ ଥିଲେ ନିହାରିକା। କାରଣ ନିହାରିକା ଏକ ପ୍ରାଇଭେଟ୍ ନର୍ସିଂହୋମ୍ରେ […]
ରାୟଗଡ଼ା: ବିନା ପଞ୍ଜିକରଣରେ ଗାଡ଼ି ବିକ୍ରି କରିବା ସୋରମକୁ ମହଙ୍ଗା ପଡ଼ିଲା। ସୋରୁମ ମାଲିକ ଉପରେ ୧ ଲକ୍ଷ ଟଙ୍କା ଜରିମାନା ସହ ଲାଇସେନ୍ସ ରଦ୍ଦ ପାଇଁ ରାୟଗଡା ଆରଟିଓଙ୍କୁ ଚିଠି ଲେଖିଛି ଗଜପତି ଜିଲ୍ଲା ପରିବହନ ବିଭାଗ। ସୂଚନା ଅନୁଯାୟୀ, ରାୟଗଡ଼ା ସ୍ଥିତ ସୀତାରାମ ମୋଟରରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ଗାଁର ଜୁବିନାସ ଭୂୟାଁ ଏକ ମୋଟର ସାଇକେଲ କିଣିଥିଲେ। ତେବେ ବିନା ପଞ୍ଜିକରଣ ନମ୍ବରରେ ସମ୍ପୃକ୍ତ ସୋରୁମ ଜୁବିନାସଙ୍କୁ ଗାଡ଼ି ଦେଇଥିଲା। […]
ଭୁବନେଶ୍ୱର: ରାସ୍ତା ମଝିରେ କାର୍ ଛିଡ଼ା କରି ହଙ୍ଗାମା କଲେ ଦୁଇ ନିଶାସକ୍ତ ଯୁବତୀ। ଆଜି ଏପରି ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। କମିଶନରେଟ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରିବା ସହିତ କାର୍କୁ ଜବତ କରିଛି। ଆଜି କପିଳେଶ୍ୱର ରାସ୍ତା ମଝିରେ ହଠାତ୍ ଏକ କାର୍ ଅଟକିଗଲା। ଆଉ ତା’ପରେ କାର୍ ଭିତରେ ବସିଥିବା ବ୍ୟକ୍ତି ଡୋର୍ ଖୋଲି ଦେଇଥିଲେ। କାର୍ର ଡୋର୍ଟି ଜଣେ ବ୍ୟକ୍ତିଙ୍କ ଦେହରେ ବାଜିଥିଲା। […]
ବାଲେଶ୍ୱର: ଡ୍ରଗ୍ସ ମାଫିଆ ସେକ୍ ରାଜା ସହ ଲିଙ୍କ୍ ଅଭିଯୋଗରେ ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁ। ତାଙ୍କୁ ସ୍ପେଶାଲ ଟାକ୍ସ ଫୋର୍ସ(ଏସ୍ଟିଏଫ୍) ଗିରଫ କରିଛି। ଗିରଫ କରିବା ପରେ ତାଙ୍କୁ ବାଲେଶ୍ୱର ଡିଷ୍ଟ୍ରିକ୍ ଜଜ୍ଙ୍କ କୋର୍ଟରେ ହାଜର କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଦୁଇ ଦିନ ତଳେ ତାଙ୍କୁ ସେକ୍ ରାଜା ସହ ଲିଙ୍କ୍ ଅଭିଯୋଗରେ ବାଲେଶ୍ୱର ଏସ୍ପି ନିଲମ୍ବିତ କରିଥିଲେ। ଡ୍ରଗ୍ସ କାରବାର ସମ୍ପର୍କରେ […]