ନୟାଗଡ: ପୋଲିସ ନିକଟରେ ଆତ୍ମସମର୍ପଣ କଲା ନୟାଗଡ଼ ଅସ୍ତ୍ରାଗାର ଲୁଟ ମାମଲାର ମାଷ୍ଟରମାଇଣ୍ଡ ତଥା ମାଓନେତା ସୋନୁ ଓରଫ ଡି.ପ୍ରଶାନ୍ତ ମିଡିଆମ। ଛତିଶଗଡ଼ ବିଜାପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଓ ସିଆରପିଏଫ୍ କମାଣ୍ଡାଣ୍ଟଙ୍କ ନିକଟରେ ସେ ଆତ୍ମସମର୍ପଣ କରିଛି। ୨୦୦୮ ନୟାଗଡ଼ ଅସ୍ତ୍ରାଗାର ଲୁଟର ମାଷ୍ଟରମାଇଣ୍ଡ ଥିଲା ପ୍ରଶାନ୍ତ ମିଡିଆମ। ସୋନୁ ନାଁରେ ୮ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଓଡ଼ିଶା ଓ ଛତିଶଗଡ଼ରେ ବହୁ ମାଓ ହିଂସାରେ ସେ […]
କଟକ: କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ପାରାଦୀପର ଜାହାଜରୁ ଉଦ୍ଧାର ୨ କର୍ମଚାରୀଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସଂକ୍ରମିତଙ୍କ ବଡ଼ ମେଡିକାଲର କରୋନା ଆଇସୋଲେସନ ଓ୍ୱାର୍ଡରେ ରଖାଯାଇ। ସେଠାରେ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯିବାକୁ ବ୍ୟବସ୍ଥା ହୋଇଛି। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ୨ କର୍ମଚାରୀ ପତିପତ୍ନୀ ସେମାନଙ୍କର ଚିକିତ୍ସା ସହ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବାକୁ ଏସ୍ସିବି ପକ୍ଷରୁ ବ୍ୟବସ୍ଥା କରାଯାଉଛି। ୨ ପତିପତ୍ନୀ ସିଙ୍ଗାପୁରରୁ ଆସି ପାରାଦୀପରେ ଲାଗିଥିବା […]
ବଲାଙ୍ଗିର: ବିନା ହେଲମେଟରେ ବାଇକ୍ ଚଳାଇବା ଜଣେ ପୋଲିସ କନଷ୍ଟେବଲଙ୍କୁ ମହଙ୍ଗା ପଡିଛି। ହେଲମେଟ୍ ନପିନ୍ଧି ବାଇକ୍ ଚଳାଉଥିବାରୁ ସଂପୃକ୍ତ ନଷ୍ଟେବଲଙ୍କୁ ୧ ହଜାର ଟଙ୍କା ଜୋରିମାନା କରାଯାଇଛି। ଜୋରିମାନା ହୋଇଥିବା ନେଇ ବଲାଙ୍ଗିର ଏସପି ସ୍ପଷ୍ଟ କରିଛନ୍ତି। ବିନା ହେଲମେଟରେ ବାଇକ ଚଳାଉଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ବଲାଙ୍ଗିର ଏସପି କନଷ୍ଟେବଲଙ୍କୁ ଫାଇନ କରାଯାଇଥିବା ନେଇ ଚାଲାଣ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଫାଇନ ହୋଇଥିବା କନଷ୍ଟେବଲ ଜଣକ […]
ସୁନ୍ଦରଗଡ଼: ସୁନ୍ଦରଗଡ଼ ଗସ୍ତରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ସେ ପ୍ରାୟ ୧୫ଶହ କୋଟି ମୂଲ୍ୟର ୧୫୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏହାପରେ ଭବାନୀ ଭବନ ପଡ଼ିଆରେ ଦଳୀୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି। ଶିଳାନ୍ୟାସ କରିଥିବା ପ୍ରକଳ୍ପଗୁଡ଼ିକ ହେଲା ଇବ୍ ନଦୀ କୂଳରେ ୮୫ କୋଟି ବ୍ୟୟରେ ରିଂରୋଡ, ଭୋଜପୁର ନିକଟରେ ଇବ୍ ନଦୀ ଉପରେ ୧୬ କୋଟି ବ୍ୟୟରେ ପୋଲ, ୨୨କୋଟି […]
ଭୁବନେଶ୍ୱର: ଓଟିଭି ପ୍ରଭାବ। ବେଙ୍ଗାଳୁରୁରେ ନିର୍ଯାତିତ ୮ ଯୁବତୀଙ୍କୁ ଉଦ୍ଧାର କଲା ଶ୍ରମ ବିଭାଗ। ନିର୍ଯାତନା ନେଇ ଓଟିଭିରେ ଖବର ପ୍ରସାରଣ ପରେ ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗର ଉଦ୍ୟମରୁ ଏହି ସମସ୍ତ ୮ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଆଜି ସେମାନେ ବଲାଙ୍ଗିରରେ ଆସି ପହଞ୍ଚିଛନ୍ତି। ଯୁବତୀମାନେ ବେଙ୍ଗାଳୁରୁରେ ଦୁଇଟି ବହୁରାଷ୍ଟ୍ରୀୟ କମ୍ପାନୀରେ ନିୟୋଜିତ ହୋଇଥିଲେ। ସେଠାରେ ତାଙ୍କୁ କାମ କରାଇବାକୁ ନେଇ ନିର୍ଯାତନା ଦିଆଯାଉଥିଲା। ଦିନକୁ ୧୨ରୁ ୧୪ ଘଣ୍ଟା କାମ କରାଯାଉଥିବା ଅଭିଯୋଗ କରିଥିଲେ […]
ପୁରୀ: ପୁରୀକୁ ଭିକାରୀ ମୁକ୍ତ କରିବାକୁ ପାଇଲଟ ପ୍ରୋଜେକ୍ଟ ‘ସକ୍ଷମ ଯୋଜନା’ ଆରମ୍ଭ ହୋଇଛି। ପ୍ରଥମ ଡ୍ରାଇଭ୍ରେ ସିଂହଦ୍ୱାର ସମ୍ମୁଖରେ ଥିବା ଭିକ୍ଷୁକଙ୍କ କାଉନସେଲିଂ କରାଯିବ। ଏହାପରେ ସେମାନଙ୍କୁ ନିଳାଦ୍ରୀ ନିଳୟକୁ ପଠାଯିବ। ଏଥିଲାଗି କିଛି ସାମାଜିକ ଏବଂ ବେସରକାରୀ ସଂଗଠନକୁ ନିୟୋଜିତ କରାଯାଇଛି। ‘ନୀଳାଦ୍ରି ନିଳୟ’ ଯୋଜନାରେ ଏହି ସମସ୍ତଙ୍କୁ ଥଇଥାନ କରାଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୬ଟି ନୀଳାଦ୍ରି ନିୟୟରେ ୫୦ ଜଣ ଲେଖାଏଁ ମୋଟ ୩ଶହ ଜଣଙ୍କୁ ପୁନର୍ବାସ କରାଯିବ।
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ଡିଏମ୍ଇଟିଙ୍କୁ ତଦାରଖ ପାଇଁ ଦାୟିତ୍ୱ ଦିଆଯାଇଛି। ସମସ୍ତ ଏୟାରପୋର୍ଟ ଓ ହସ୍ପିଟାଲକୁ ଆଲର୍ଟ କରାଯାଇଛି। ବିମାନ ଯାତ୍ରୀଙ୍କୁ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସବୁ ହସ୍ପିଟାଲକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରଖାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ସ୍କ୍ରିନିଂରେ ସନ୍ଦେହ ହେଲେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ କୁହାଯାଇଛି।
ଭୁବନେଶ୍ୱର: ନୀତି ଆୟୋଗ ଢାଞ୍ଚାରେ ପୁନର୍ଗଠନ ହେବ ରାଜ୍ୟ ଯୋଜନା ବୋର୍ଡ। ତେବେ ସଂଜୟ ଦାସବର୍ମାଙ୍କ ନିଯୁକ୍ତି ପରେ ପ୍ରଶ୍ନ, ସଚଳ ହେବ କି ଯୋଜନା ବୋର୍ଡ? ଗତ ୧୩ ବର୍ଷରେ ଥରୁଟିଏ ବି ବସି ନଥିବା ବୋର୍ଡର ବୈଠକ ଡାକିବେ କି ମୁଖ୍ୟମନ୍ତ୍ରୀ? ବିରୋଧୀଙ୍କ ଅଭିଯୋଗ, ବର୍ଷ ବର୍ଷ ଧରି ସରକାରଙ୍କ ଥଇଥାନ କେନ୍ଦ୍ର ପାଲଟିଥିବା ଯୋଜନା ବୋର୍ଡରେ ପୁଣି ରାଜନୈତିକ ନିଯୁକ୍ତି ଆରମ୍ଭ କରିଛନ୍ତି ସରକାର। ନୂଆ ଯୋଜନା ବୋର୍ଡ ଅଧ୍ୟକ୍ଷ ହେବା ପରେ […]
ଭୁବନେଶ୍ୱର: ଟ୍ରାଫିକ୍ ଆଇନ ଉଲଂଘନକାରୀଙ୍କ ବିରୋଧରେ ଆଜି ବି ହୋଇଛି ଜୋରଦାର ଧରପଗଡ଼। ପ୍ରଥମ ଦିନ ଅପେକ୍ଷା ଆଜି ଦ୍ୱିତୀୟ ଦିନରେ ଭଲ ରକମର ଜରିମାନା ଆଦାୟ କରିଛନ୍ତି ଟ୍ରାଫିକ୍ ପୋଲିସ୍ ଏବଂ ପରିବହନ ବିଭାଗ ଅଧିକାରୀ। ହେଲେ ଆଇନକୁ ଯେତେ କଡ଼ାକଡ଼ି କଲେ ମଧ୍ୟ ଆଜି ବି ଅଭ୍ୟାସଗତ ଉଲଂଘନକାରୀଙ୍କ ସଂଖ୍ୟା କମ୍ ନଥିଲା ତେବେ ଲୋକଙ୍କୁ ଅତ୍ୟାଚାର କରାଯାଉଥିବା ଅଭିଯୋଗ କରି କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। ଯେତେ ଧରପଗଡ଼ ହେଉ, ଯେତେ […]
ଯାଜପୁର: ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ। ପ୍ରେମ ନିବେଦନ କରି ବାରମ୍ବାର ଫେଲ୍ ହେବାରୁ ଯୁବତୀଙ୍କ ଘରେ ନିଆଁ ଲଗାଇ ଦେଇଛି ଏକ ତରଫା ଭଲ ପାଉଥିବା ଜଣେ ଯୁବକ। ଏହି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା କୋରେଇ ଥାନା ରଣସରପୁର ଗାଁରୁ। ରାତିରେ ଘରେ ସମସ୍ତେ ଶୋଇଥିବା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି ଅଭିଯୁକ୍ତ ପପୁ ସୁନ୍ଦରାୟ। ଅଭିଯୋଗ ଅନୁସାରେ, ଯୁବତୀ ଜଣକ ଭୁବନେଶ୍ୱରରେ ଚାକିରି କରୁଥିଲେ। ସେଠାରେ ତାଙ୍କ ସହିତ କଟକ ଜିଲ୍ଲା […]
ପୁରୀ: ପୁରୀ ବଡ଼ଦାଣ୍ଡରୁ ଉଦ୍ଧାର ହୋଇଥିବା ଶ୍ରୀଜିତ ପାଢ଼ୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। କଟକ ବଡ଼ ମେଡିକାଲର ମାନସିକ ରୋଗ ବିଭାଗରେ ସେ ଚିକିତ୍ସିତ ହେଉଛନ୍ତି। ସେଠାରେ ଶ୍ରୀଜିତଙ୍କୁ ଭେଟିଛନ୍ତି କଲେଜ ବେଳର କିଛି ସାଙ୍ଗ। ସାଙ୍ଗମାନଙ୍କ ସହ ବସି କଥାବାର୍ତ୍ତା ହେବାସହ ବିସ୍କୁଟ ମଧ୍ୟ ଖାଇଥିଲେ। କଲେଜ ବେଳର ସାଙ୍ଗମାନଙ୍କୁ ଚିହ୍ନିବା ସହ ଭଲରେ କଥାବାର୍ତ୍ତା କରିଥିଲେ। ପୂର୍ବାପେକ୍ଷା ତାଙ୍କର ହାବଭାବ ଓ ଚାଲିଚଳଣରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଠିକ୍ ସମୟରେ ଶ୍ରୀଜିତ ନିଜର […]
ଭୁବନେଶ୍ୱର: ବିକାଶର ପ୍ରତିଟି କ୍ଷେତ୍ରରେ ଶ୍ରମିକଙ୍କ ଅବଦାନ ରହିଛି। ରାସ୍ତା, ଅଙ୍ଗନବାଡି, ସେତୁ ଆଦି ନିର୍ମାଣରେ ଶ୍ରମିକଙ୍କ ତ୍ୟାଗ ରହିଛି। ନିର୍ମାଣ ଶ୍ରମିକ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା। ସେମାନଙ୍କ କଲ୍ୟାଣ ଓ ସୁରକ୍ଷା ଆମର ଦାୟିତ୍ୱ ବୋଲି ରାଜ୍ୟସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନିର୍ମାଣ ଶ୍ରମିକ ଉନ୍ନତି ଲାଗି ବହୁ ପଦକ୍ଷେପ ନିଆଯାଆଉଛି। […]
ଭୁବନେଶ୍ୱର : ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିଯୁକ୍ତି ନେଇ ବିରୋଧୀ କଂଗ୍ରେସ କଟାକ୍ଷ କରିଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ ଯୋଜନା ବୋର୍ଡ ଏକ ସାଇନ୍ ବୋର୍ଡ ହୋଇ ରହିଯାଇଛି। ଉପାଧ୍ୟକ୍ଷଙ୍କୁ ସଚିବାଳୟରେ ଏକ ଚାମ୍ବର ଦିଆଯାଏ ଏବଂ କ୍ୟାବିନେଟ୍ ପାହ୍ୟା ଦିଆଯାଏ। କିନ୍ତୁ ତାଙ୍କ ନିକଟକୁ କିଛି ଫାଇଲ ଆସେନାହିଁ କି ଯୋଜନା ବୋର୍ଡ ବାବଦକୁ ସେ କିଛି ଜାଣନ୍ତି ନାହିଁ। ଏଠାରେ ନା କେବେ ବୈଠକ ବସେ ନା ଉପାଧ୍ୟକ୍ଷ […]
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ରୁ ୨୦ ତାରିଖ ଯାଏ ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ପାଳନ କରିବ ବିଜେଡି। ଏଥିପାଇଁ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଠାରୁ ଆରମ୍ଭ କରି ଦଳୀୟ ନେତାଙ୍କୁ ସୂଚନା ଦେଇଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ପ୍ରତି ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜୁ ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ନେଇଛି ବିଜୁ ଦନତା ଦଳ। ଏହାସହ ବିଜୁ ଜୟନ୍ତୀରୁ ତିରୋଧାନ ଦିବସ ଏପ୍ରିଲ ୧୭ ଯାଏଁ ବିଜେଡିର ଯୁବ ଓ ଛାତ୍ର ସଂଗଠନ ଦ୍ୱାରା […]
ମାଲକାନଗିରି: ମାଲକାନଗିରିରେ ବେଧଡ଼କ ଚାଲିଛି କଇଁଛ କାରବାର। କାଲିମେଳା ଅଂଚଳକୁ ଶହ ଶହ ସଂଖ୍ୟାରେ କଇଁଛ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଚାଲାଣ କରାଯାଉଛି। ଏଥିପାଇଁ ଏକ ଆନ୍ତଃରାଜ୍ୟ ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି। କଇଁଛକୁ କାଲିମେଳା ଅଂଚଳର ବିଭିନ୍ନ ସ୍ଥାନରେ ବିକ୍ରି କରାଯାଉଛି। ସାବେରୀ ନଦୀ ପାର ହୋଇ ପଡ଼ିଆ ଦେଇ ଏହିସବୁ କଇଁଛ କାଲିମେଳାକୁ ଅଣାଯାଉଛି। କାଲିମେଳା ଅଂଚଳର ବିଭିନ୍ନ ସାପ୍ତାହିକ ହାଟରେ ଏହି କଇଁଛ ସବୁ ବିକ୍ରି କରାଯାଉଛି। କଇଁଛ ମାଂସ କିଲୋ […]
ଭୁବନେଶ୍ୱର : ମାର୍ଚ୍ଚ ପହିଲାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡାକଡି ଭାବେ ଲାଗୁ ହୋଇଛି। କିନ୍ତୁ ଏହି ଟ୍ରାଫିକ ନିୟମ ପାଇଁ କଡ଼ା ଜୋରିମାନା ଆଦାୟକୁ ଦୃଢ଼ ବିରୋଧ କରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ବିଧାୟକ ସୁର ରାଉତରାୟ। ସେ ଅଭିଯୋଗ କରି କହିଛନ୍ତି ଯେ ଗାଡ଼ି ଯାଞ୍ଚ ନାଁରେ ଲୋକଙ୍କ ଉପରେ ପୋଲିସ ଓ ଆରଟିଓ କର୍ମଚାରୀ ଜୁଲମ କରୁଛନ୍ତି। ଏବେ ମାଟ୍ରିକ ପରୀକ୍ଷା ଚାଲୁଛି ଆଉ କିଏ ହସ୍ପିଟାଲ ଯାଉଛି। କିନ୍ତୁ ଟ୍ରାଫିକ […]
ସୁବର୍ଣ୍ଣପୁର: ବାରମ୍ୱାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଆଘାତରେ ଲୋକଙ୍କ ଜୀବନ ଯାଉଛି। କିନ୍ତୁ ପ୍ରଶାସନ ଓ ବିଦ୍ୟୁତ ବିଭାଗ ନିଦାବିଷ୍ଣୁ ସାଜିଛି। ନିକଟରେ ଗଞ୍ଜାମ ଗୋଳନ୍ଥରାରେ ଏକ ବସ୍ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକାଧିକ ଜୀବନ ଯାଇଥିଲା ଏବେ ପୁଣି ବିଦ୍ୟୁତ୍ ତାର ଲାଗି ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ବ୍ଲକ ଗିଧମାଲ ଗାଁର କୌଳାସ ଚନ୍ଦ୍ର ସାହୁ। ତାଙ୍କ ମୃତ୍ୟୁ ପରେ […]
ଭଦ୍ରକ: ଶିକ୍ଷା ଓ ବିଜ୍ଞାନର ବିକାଶ ପରେ ବି ବଞ୍ଚିଛି ଅନ୍ଧ ବିଶ୍ୱାସ। ଚୋର ଧରିବାକୁ ଚାଲିଛି ଖଟବିଦ୍ୟାର ଖେଳ। କେତେବେଳେ କୁନି କୁନି ପିଲା କାନ୍ଧ ଦେଇଛନ୍ତି ତ ଆଉ କେତେବେଳ ବଡ଼ ମାନେ ବି ଚଳାଇଛନ୍ତି ଖଟବିଦ୍ୟା। କାରଣ ଗାଁରେ ଜଣଙ୍କ ଘରୁ ହୋଇଥିବା ଚୋରିର ପର୍ଦାଫାଶ ପାଇଁ ଏ ହେଉଛି ଅନ୍ଧବିଶ୍ୱାସର ଅପଚେଷ୍ଟା। ଏ କୌଣସି ଉପାନ୍ତ ଅଂଚଳର ଚିତ୍ର ନୁହେଁ, ଏ ଚିତ୍ର ଉପକୂଳ ଓଡ଼ିଶାର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅସୁରା […]
ଭୁବେଶ୍ୱର: ଆରମ୍ଭ ହୋଇଛି ରାଜ୍ୟସଭାର ହିସାବକିତାବ। ନିର୍ବାଚନ ପୂର୍ବରୁ ଥଇଥାନ ହୋଇଛନ୍ତି ଅନ୍ୟତମ ଆଶାୟୀ ସଂଜୟ ଦାଶବର୍ମା। ତାଙ୍କୁ ମିଳିଛି ଯୋଜନ ବୋର୍ଡ ଉପାଧ୍ୟକ୍ଷ ପଦ। ସଂଖ୍ୟା ଦୃଷ୍ଟିରୁ ବିଜେଡି ଭାଗରେ ପଡ଼ିବ ୩ଟି ଆସନ। ତେବେ ରାଜ୍ୟସଭା ରେସ୍ରେ ଅନେକ ଆଶାୟୀ ଅଛନ୍ତି। ସେମାନଙ୍କ ମଧ୍ୟରୁ କଳିକେଶ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ରବୀନ୍ଦ୍ର ଜେନା, ଦେବାଶିଷ ସାମନ୍ତରାୟ, ମହେଶ୍ୱର ମହାନ୍ତି ନିର୍ବାଚନ ହାରି ଥିବା ବେଳେ ଟିକଟ ପାଇନଥିବା ପ୍ରସନ୍ନ ପାଟଶାଣୀ ଓ ରମେଶ ଚ୍ୟାଉ […]
ମାଲକାନଗିରି: ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଚମ୍ପା ନଗରରେ ରହିଥିବା ଇଟାଭାଟିରେ ଶିଶୁ ଶ୍ରମିକମାନଙ୍କୁ କାମ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଇଟାଭାଟିରେ ଚଢ଼ଉ କରିଥିଲେ। ଚଢ଼ାଉବେଳେ ଚାରି ଜଣ ନାବାଳିକା ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତ ନାବାଳିକା ଚାଲାଣଗଡ଼ା ଅଂଚଳର ବୋଲି ଜଣାପଡ଼ିଛି। ବିଭାଗ ପକ୍ଷରୁ ଏକ ଟାସ୍କ […]
କୋଣାର୍କ: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଏବେ ବିପଦରେ। ଗର୍ଭଗୃହରେ ପୋତାଯାଇଥିବା ବାଲି ୫ ମିଟର ତଳକୁ ଦବିଯାଇଛି। ମନ୍ଦିରର ଉପଯୁକ୍ତ ସଂରକ୍ଷଣ ପାଇଁ ASI ପକ୍ଷରୁ କୋଣାର୍କ ଯାତ୍ରୀନିବାସରେ ଚାଲିଥିବା ଦୁଇଦିନିଆ ଜାତୀୟ କର୍ମଶାଳାରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ମନ୍ଦିରର ଗର୍ଭଗୃହର ଉପରି ଭାଗରେ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଦିଗର ବିଭିନ୍ନ ସ୍ଥାନର ପଥର ସବୁ ଝୁଲନ୍ତା ଅବସ୍ଥାରେ ଥିବାବେଳେ କୌଣସି ମୁହୁର୍ତ୍ତରେ ବି ଖସିପାରେ। ତେଣୁ ୧୧୫ ବର୍ଷ ତଳେ ଭର୍ତ୍ତି […]
କଟକ: କଟକ SCB ମେଡିକାଲର ବିକାଶ ଓ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ କରିଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଜଣ ବିଶିଷ୍ଟ ଡାକ୍ତରଙ୍କୁ ଏଥିପାଇଁ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି। ଏହି ୧୦ଜଣଙ୍କ ମଧ୍ୟରୁ ୭ଜଣ ପଦ୍ମ ପୁରସ୍କାର ବିଜେତା ଓ ଉପଦେଷ୍ଟା ଟିମରେ ଥିବା ୪ଜଣ SCB ମେଡିକାଲର ଆଲୁମିନି ମଧ୍ୟ। ପରାମର୍ଶଦାତା ମଣ୍ଡଳୀରେ ଥିବା ସଦସ୍ୟ ମାନେ ହେଲେ, ଡାକ୍ତର ରମାକାନ୍ତ ପଣ୍ଡା, ଡାକ୍ତର ଦେବୀ ସେଠୀ, ଡାକ୍ତର କେ. ଶ୍ରୀନାଥ […]