ସଦାବାହାର ଗଛ ପ୍ରାୟ ସମସ୍ତଙ୍କ ବାଡ଼ିରେ ବା ଛାତ ଉପରେ କୁଣ୍ଡରେ ଶୋଭା ପାଇଥାଏ। ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଥିବା ଏହି ଆର୍ୟୁବେଦିକ ଗଛ ଡାଇବେଟିସ୍ ଓ କ୍ୟାନ୍ସର ଭଳି ରୋଗର ଉପଶମ କରିପାରିବ? କେବଳ ଏତିକି ନୁହେଁ ଏହା ବ୍ଲଡ୍ ସୁଗାର ବା ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଯଦି ଆପଣ ଏହାର ସଠିକ ଉପଯୋଗ କରିବେ ତାହାଲେ ଆପଣଙ୍କୁ ଅଧିକ ଟଙ୍କା ଦେଇ ଔଷଧ କିଣିବାକୁ ପଡ଼ିବନାହିଁ। […]
ଛେନା ତରକାରୀ, ରସଗୋଲା ଏବଂ ଛେନାରେ ତିଆରି ହୋଇଥିବା ଅନେକ ଆଇଟମ୍ ଆପଣ ଖାଇଥିବେ। କିନ୍ତୁ କେବେ ଛେନାରେ ତିଆରି ମୁଡୁକି ଖାଇଛନ୍ତି କି? ଏହାର ସ୍ୱାଦ ସବୁ ମିଠା ଜିନିଷ ଠାରୁ ଅଲଗା ହୋଇଥାଏ। ତେବେ ବହୁତ କମ୍ ସାମଗ୍ରୀରେ ଆଜି ଘରେ ପ୍ରସ୍ତୁତ କରନ୍ତୁ ଛେନା ମୁଡୁକି। ଜାଣନ୍ତୁ ,ଛେନା ମୁଡକି ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ବିଷୟରେ ପନୀର-୨୦୦ଗ୍ରାମ, ଚିନି-୩୫୦ ଗ୍ରାମ ଏବଂ ପାଣି-ତିନି କପ୍ ପ୍ରଥମେ ଏକ ଗଭିରିଆ ପ୍ୟାନ୍ […]
ଛୋଟ ଛୋଟ ଛୁଆମାନେ କଲରା ଖାଇବାକୁ ଭଲ ପାଆନ୍ତି ନାହିଁ। କାହିଁକି ନା ଏହା ବହୁତ ପିତା ଲାଗିଥାଏ। ଏହା ପିତା ଲାଗିଲେ ବି ଶରୀର ପାଇଁ ବହୁତ ହିତକର। ଯଦି କଲରାକୁ ଆମେ ନୂଆ ଟେଷ୍ଟ ଦେବା ଅର୍ଥାତ୍ ଏଥିରେ କିଛି ଚଟ୍ପଟା ଜିନିଷ ତିଆରି କରିବା ତେବେ ଖାଲି ଏହା ସୁସ୍ୱାଦୁ ଲାଗିବ ନାହିଁ ବରଂ ଏହା ସମସ୍ତଙ୍କୁ ଖାଇବାକୁ ଭଲ ମଧ୍ୟ ଲାଗିବ। ତେବେ ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ କଲରା କଖାରୁ […]
ସକାଳ ଜଳଖିଆରେ ହେଉ ବା ପିଲାଙ୍କ ଟିଫିନ୍ ପାଇଁ ସବୁବେଳେ ଆମେ ସୁସ୍ଥ ଓ ଅଳ୍ପ ସମୟ ମଧ୍ୟରେ ହୋଇପାରୁଥିବା ଖାଦ୍ୟ ପସନ୍ଦ କରିଥାଉ। ସେଥିପାଇଁ ବ୍ରେଡ୍କୁ ଆମେ ଏକ ସ୍ୱ୍ୟାସ୍ଥ୍ୟକର ଖାଦ୍ୟ ଭାବେ ଖାଇଥାଉ। ଅଧିକାଂଶ ଲୋକ ବ୍ରେଡ୍ ସହ ଜାମ୍ କିମ୍ବା ବଟର୍ ଲଗାଇ ଏହାକୁ ଖାଇଥାନ୍ତି। ଏହି ବ୍ରେଡ୍କୁ ଆହୁରି ସୁସ୍ୱାଦୁ କରିବା ପାଇଁ ପ୍ରସ୍ତୁତ କରନ୍ତୁ ବିନା ଅଣ୍ଡାରେ ବ୍ରେଡ୍ ଅମ୍ଲେଟ୍। ଯାହା ଖାଲି କମ୍ ସମୟରେ ହୋଇନଥାଏ ସୁସ୍ୱାଦୁ ମଧ୍ୟ […]
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଓଜନ ବଢ଼ିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅନ୍ୟକ ଲୋକ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ହଜମ ସମସ୍ୟା ଯୋଗୁ ମଧ୍ୟ ଓଜନ ବଢ଼ିଥାଏ। ଅଦା, ହଳଦୀ,ମହୁ ଇତ୍ୟାଦି ହଜମ ସମସ୍ୟା ଦୂର କରିବା ସହିତ ଓଜନ ମଧ୍ୟ କମାଇଥାଏ। ତେବେ ଆପଣ ଓଜନ କମାଇବାକୁ ଚାହୁଁଥିଲେ ଏହି ସବୁ ଜିନିଷରେ ପାନୀୟ ପ୍ରସ୍ତୁତ କରି ସକାଳେ ଖାଲି ପେଟରେ ପିଅନ୍ତୁ। ପଢ଼ନ୍ତୁ ଏହି […]
ପୁଦିନା ପତ୍ର ର ଉପକାରିତା ବିଷୟରେ ଆପଣ ଜାଣିଥିବେ। ଏଥିରେ ଅନେକ ଔଷଧିୟ ଗୁଣ ରହିଛି। ପୁଦିନା ଖାଇବା ଦ୍ୱାରା ଆପଣ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ। ପୁଦିନାକୁ ଆମେ ଚଟଣୀ ଭାବେ ବ୍ୟବହାର କରିଥାଉ। କିନ୍ତୁ ପୁଦିନା ଚା’ କେବେ ପିଇଛନ୍ତି କି? ତେବେ ଜାଣନ୍ତୁ ପୁଦିନା ଚା’ ତିଆରି କରିବାର ପ୍ରଣାଳୀ ଓ ଉପକାରିତା। ପୁଦିନା ଚା’ର ଉପକାରିତା -ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଛଥାଏ -ପାଚନ କ୍ରିୟା ନିୟନ୍ତ୍ରଣ କରେ […]
ଆଜିକାଲି ଛୋଟ ଛୁଆଠାରୁ ଆରମ୍ଭ କରି ବଡ଼ ଲୋକ ସମସ୍ତଙ୍କୁ ସ୍ମାର୍ଟଫୋନ୍ ନିଶା ଧରିଛି। ବିଷେଶ କରି ଛୋଟ ଛୁଆମାନେ ସ୍ମାର୍ଟଫୋନ୍ରେ ଗେମ୍ ନ ଖେଳିଲେ ଖାଉ ନାହାଁନ୍ତି। ଯେଉଁ ବୟସରେ ବାହାରେ ବୁଲି ଖେଳ କୁଦ କରିବା କଥା ସେତେବେଳେ ଘରେ ବସି ସ୍ମାର୍ଟଫୋନ୍ରେ ଗେମ୍ ଖେଳୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ସ୍ମାର୍ଟଫୋନ୍ ଆପଣଙ୍କ ପିଲାର କ’ଣ କ୍ଷତି କରୁଛି। ଜାଣନ୍ତୁ ସ୍ମାର୍ଟଫୋନ୍ ଆପଣଙ୍କ ପିଲା ଉପରେ କିପରି ଖରାପ ପ୍ରଭାବ ପକାଉଛି […]
ଆଜିର ବ୍ୟସ୍ତବହୁଳ ଜୀବନରେ ସଡ଼କ ଦୁର୍ଘଟଣା ଏକ ପ୍ରକାର ସାଧାରଣ କଥା ହୋଇଗଲାଣି। ଟିଭି ଖୋଲିଲେ ଦୁର୍ଘଟଣା। ଖବରକାଗଜ ଖୋଲୁଖୋଲୁ ଦୁର୍ଘଟଣା ଖବର। ସୋଶାଲ ମିଡିଆରେ ବି ଦୁର୍ଘଟଣାର ଲାଇଭ୍। ପ୍ରତି ବର୍ଷ ଭାରତରେ ପ୍ରାୟ ୧ଲକ୍ଷ ୨୦ ହଜାର ଲୋକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଓ ୧୨ ଲକ୍ଷ ୭୦ ହଜାର ଲୋକ ଗୁରୁତର ଆହତ ହେଉଛନ୍ତି। ପ୍ରତି ୪ମିନିଟ୍ରେ ଜଣେ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। ଏକ ସର୍ବେକ୍ଷଣ କହୁଛି, ପ୍ରତିଦିନ ପ୍ରାୟ […]
ରୋଜାଲିନ୍ ରଥ ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିସାତ୍ ମଧ୍ୟ କରିଦେଇପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳ ଶକ୍ତି ଉପରେ। ଆଜିକାଲି ଦେଖାଯାଉଛି ଯେ,ଦାମ୍ପତ୍ୟ ସମ୍ପର୍କ ଅଧିକା ଦିନ ତିଷ୍ଠି ପାରୁନାହିଁ। ତେବେ ପଢ଼ନ୍ତୁ କିପରି ଏକ ହସ ଖୁସିର ସହ ଦାମ୍ପତ୍ୟ ଜୀବନ ବିତାଇବେ। ୧.ଯେତେବେଳେ ଆପଣ ନିଜ ମନ କଥା ସ୍ୱାମୀଙ୍କ ଆଗରେ କହିବାକୁ […]
(ରୋଜାଲିନ୍ ରଥ)ଘରେ ହେଉ କିମ୍ବା ବାହାରେ, ଆଜିର ସମାଜରେ ମହିଳାମାନେ କେଉଁଠାରେ ମଧ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ମହିଳାଙ୍କ ଉପରେ ଦିନକୁ ଦିନ ବଢ଼ି ଚାଲିଛି ଅସଦାଚାରଣ ଓ ଦୁର୍ବ୍ୟବହାର। ନାବାଳିକା ବି ବାଦ୍ ପଡ଼ୁନାହାନ୍ତି। ଏହି ସବୁରୁ ନିଜକୁ କିପରି ରକ୍ଷା କରିପାରିବେ ସେ ନେଇ ଝିଅମାନେ ଜାଣିବା ନିହାତି ଦରକାର। କାରଣ ବିପଦ ସମୟରେ ଆପଣଙ୍କ ପାଖରେ ଆପଣଙ୍କ ସମ୍ପର୍କୀୟ ବଞ୍ଚାଇବାକୁ ନ ଥିବେ। ସେହି ସମୟରେ କିପରି ଆପଣ ବିପଦକୁ ଏଡ଼ାଇ […]
ଏବେ ଅସହ୍ୟ ଥଣ୍ଡାରେ ଥରୁଛି ଓଡ଼ିଶା । ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଏହି ଶୀତରେ ନିଜକୁ କେମିତି ସୁରକ୍ଷିତ ରଖିବେ ସେ ନେଇ ଆପଣଙ୍କୁ କିଛି ଟିପ୍ସ କହୁଛୁ । ୧- ବଢ଼ୁଥିବା ଶୀତକୁ ଦୃଷ୍ଟିରେ ରଖି, ଯଥା ସମ୍ଭବ ଘର ଭିତରେ ରୁହନ୍ତୁ ଏବଂ ଏକୁଟିଆ ରହୁଥିବା ବୟସ୍କ ବ୍ୟକ୍ତି ଓ ଶିଶୁଙ୍କ ପ୍ରତି ବିଶେଷ ଧାନ ରଖନ୍ତୁ । ୨- ଘରୁ ବାହାରକୁ ବାହାରିଲେ, ସ୍ୱେଟର୍, ଟୋପି, […]
ଆଖିକାଲି ଅଧିକାଂଶ ଲୋକ ଛୋଟ ଠାରୁ ବୟସ୍କ ସମସ୍ତଙ୍କ ଆଖିରେ ଚଷମା । ଅନେକ ତ ସଉକରେ ଚଷମା ପିନ୍ଧନ୍ତି । କିନ୍ତୁ ଅଧିକାଂଶ ଆଖିର ଦୃଷ୍ଟି ଶକ୍ତି କମି ଯାଇଥିବାରୁ ଚଷମା ବ୍ୟବହାର କରିଥାନ୍ତି । ବର୍ତ୍ତମାନର ଜୀବନଶୈଳୀ ହିଁ ଆଜିର ଯୁବପିଢ଼ିଙ୍କ ପାଇଁ ଘାତକ ସାଜିଛି । ଏହାର ସିଧାସଳଖ ପ୍ରଭାବ ଆଖି ଉପରେ ପଡ଼ୁଛି। ଆଜିକାଲି ଯୁବପିଢ଼ିଙ୍କ ଅଧିକାଂଶ ସମୟ କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍ ଓ ଲ୍ୟାପଟପ୍ ଆଦି ବ୍ୟବହାରରେ କଟୁଛି। ଯାହାଫଳରେ […]
ଏବେ ଶୀତ ଧିରେ ଧିରେ ଅନୁଭୂତ ହେଲାଣି । ଆଉ ତ୍ୱଚା ଶୁଷ୍କ ହେବା ଦେଖାଦେଲାଣି । ଏହି ସମସ୍ୟାରେ ଭାରି ଅସହଜ ମନେହୁଏ । ଅଫିସରେ କୌଣସି କାମ କଲାବେଳେ କି କାହା ସହ କଥାବାର୍ତ୍ତା ହେଉଥିବା ବେଳେ ବାରମ୍ୱାର ମୁହଁ ହାତରୁ ଓଦା କରିବାକୁ ଇଚ୍ଛା କରିବାକୁ ଇଚ୍ଛା ହୁଏ । ଏହି ସମସ୍ୟାକୁ କିପରି ଦୂରେଇବା ଆସନ୍ତୁ ଜାଣିବା – ୧ – ଶୀତରେ ବେଶୀ ସାବୁନ୍ର ବ୍ୟବହାର କରନ୍ତୁ ନାହିଁ । […]
ଆଜିକାଲିର ନିତିଦିନିଆ ସମସ୍ୟା ହାଇଗଲାଣି ହୃଦରୋଗ , ଉଚ୍ଚରକ୍ତଚାପ ,ବାତ , କଫ ଇତ୍ୟାଦି । କାରଣ ଆମର ଆଡମ୍ୱରପୂର୍ଣ୍ଣ ଦୈନିକ ଜୀବନ ଶୈଳୀ ଏଥିପାଇଁ ଦାୟୀ । ଆମେ ଏମିତି ଅଭ୍ୟାସରେ ପଡିଗଲେଣି ଯେ, ସ୍ୱାସ୍ଥ୍ୟ ପାଇଁ ବି ସମୟ ଦେଉନେ । ଆପଣଙ୍କୁ ଏମିତି ଏକ ପ୍ରାଣାୟମ ବିଷୟରେ କହୁଛୁ , ଯାହା କି ବେଶୀ ସମୟ ଦେବାରେ ଆବଶ୍ୟକତା ନାହିଁ । ଏହାକୁ କେବଳ ପ୍ରତିଦିନ ୧୫ ମିନିଟ୍ ଅଭ୍ୟାସ କରିବାର ଅଛି […]
ଶରୀର ଅଛି ତ ରୋଗ ନିଶ୍ଚୟ ହେବ । ଏକଥା ସତ । ହେଲେ ଆମେ ଯଦି ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତେ ଅନେକ ବଡ଼ ବଡ଼ ସମସ୍ୟାରୁ ମୁକୁଳି ପାରନ୍ତେ । ଆଉ ଅସୁବିଧାରେ ପଡନ୍ତେ ନାହିଁ । ଯେତେବେଳେ ଆମ ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଆମେ ଅସୁସ୍ଥ ହୋଇପଡୁ , ସେତେବେଳେ ଏହାର ପ୍ରତିକାର କଥା ଚିନ୍ତା କରୁ। ଏଣୁ ଆମର ଦୈନନ୍ଦିନ ଜୀବନରେ ଏମିତି ଏକ ଅଭ୍ୟାସ ଆସନ୍ତୁ କରିବା ଯଦ୍ୱାରା […]
ସୁସ୍ଥ ଓ ନିରାପଦରେ ରହିବା ପାଇଁ ଆମେ ବହୁତ କିଛି ଉପାୟ ଆପଣାଇଥାଉ। ତାହା ଡାୟଟିଂ କରିବାକୁ ପଡୁ ଅଥବା କଠିନ ୱର୍କଆଉଟ୍, ସବୁ କିଛି ଉପାୟ ଆପଣାଉଥାଉ। କିନ୍ତୁ ସବୁ ଲୋକଙ୍କ ପାଇଁ ଏସବୁ ସହଜକର ହୋଇ ନଥାଏ। ଅନେକ ଲୋକ ବହୁତ ପ୍ରକାରର ଡାଏଟିଂର ଚେଷ୍ଟା କରିଥାନ୍ତି ଓ ଖାଦ୍ୟରେ ଅନେକ ଜିନିଷକୁ ବନ୍ଦ କରିଦେଥାନ୍ତି। ବହୁତ କିଛି ଜିନିଷକୁ ତ୍ୟାଗ କଲା ପରେ ବି ଶରୀରର ଓଜନରେ କରିଛି ପ୍ରଭାବ ପଡନଥାଏ । […]
ଦିନକୁ ଦିନ ମଣିଷ ଯନ୍ତ୍ରମାନବ ପାଲଟିଗଲାଣି। ଏତେ କାର୍ଯ୍ୟବ୍ୟସ୍ତ ରହୁଛି ଯେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ସମୟ ପାଉନି। ଫଳରେ ନାନା ଶାରୀରିକ ସମସ୍ୟା ଦେଖାଦେଉଛି। ଆଉ ଏହାପରେ ପ୍ରତିକାର କଥା ଚିନ୍ତା କରୁଛି । ଆଜିକାଲି ମେଦବୃଦ୍ଧି , ଗ୍ୟାସ, ଜଙ୍ଘ , ନିତମ୍ୱ ଓ ଅଣ୍ଟା ଆଦିରେ ଚର୍ବି ବଢ଼ିବା , ଅମ୍ଲପିତ୍ତ ଓ ମେଦବୃଦ୍ଧି ପ୍ରଭୃତି ସମସ୍ୟା ଦେଖାଦେଉଛି। ଆଉ ଏହା ଆମର ବେପରୁଆ ଦୈନିକ ଜୀବନଶୈଳୀ ଯୋଗୁଁ ହିଁ ଘଟୁଛି। […]
ସମୟ ସହ ତାଳ ଦେଇ ବଦଳିଚାଲିଛି ଆମର ରୀତିନୀତି , ଚଳଣି। ଦେଖାଯାଇଛି ଏବେ ଖୁବ୍ ଧୁମ୍ଧାମରେ ସମସ୍ତେ ନିଜ ନିଜର ଜନ୍ମଦିନ ପାଳନ କରୁଛନ୍ତି। ବନ୍ଧୁ ବାନ୍ଧବ ଓ ସଂପର୍କୀୟଙ୍କ ଗହଣରେ ଉତ୍ସବମୁଖର ଓ ରଙ୍ଗୀନ ହୋଇଉଠୁଛି ଜନ୍ମଦିନର ମାହୋଲ। ଜନ୍ମଦିନରେ ମହମବତୀ ଜଳାଇ କେକ୍ କାଟିବା ଏବେ ଟ୍ରେଣ୍ଡ ପାଲଟିଯାଇଛି। ଏହା ପ୍ରଥମେ ପଶ୍ଚିମ ଦେଶ ମାନଙ୍କରେ ଦେଖାଯାଉଥିଲା । କେକ୍ ଉପରେ ଜଳନ୍ତା ମହମବତୀକୁ ଫୁଙ୍କି ଲିଭାଯାଇଥାଏ। ଧିରେ ଧିରେ ଏମିତି ଭାବେ […]
ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି। ବିଶେଷଜ୍ଞଙ୍କ ମତରେ ବହୁ ପୂର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଂକେତ ଦେଖାଯାଇଥାଏ। ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା ହେଲେ ରୋଗ ନିୟନ୍ତ୍ରଣରେ ରହିପାରିବ। ଯଦି ଡାଇବେଟିସ୍ରେ ଆପଣ ଆକ୍ରାନ୍ତ ତ ଚିନ୍ତା ମୁକ୍ତ ରୁହନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରତିଦିନ ‘ମଣ୍ଡୁକାସନ’ କରନ୍ତୁ । ଏ ଆସନଟି ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର କରିବାସହ ଡାଇବେଟିସ୍ ଆକ୍ରାନ୍ତ ବ୍ୟକ୍ତିଙ୍କ […]
ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ଭୁଲ ଖାଦ୍ୟ ପାନୀୟ କାରଣରୁ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ମୋଟାପାର ସମ୍ମୁଖୀନ ହୋଇଥାନ୍ତି । କିଛି ଲୋକଙ୍କ ଚର୍ବି ଅଧିକ ହୋଇ ପେଟ ବଢିଯାଇଥାଏ , ଏହା ଦ୍ୱାରା ତାଙ୍କ ଚେହେରା ବଦଳି ଯାଏ। ଖରାପ ଦେଖାଯାଏ। ଏହା ସହ ସାଙ୍ଗସାଥି ଓ ସହକର୍ମୀମାନେ ଥଟ୍ଟା ପରିହାସ କରନ୍ତି। ଏବେ ପେଟରୁ ଚର୍ବି କମାଇବାର ସହଜ ଉପାୟଟି କହୁଛୁ । ନା କୌଣସି ଔଷଧ ଖାଇବେ ନା […]
ଆଜିକାଲି ନା ଅଛି ରୋଗର ଅଭାବ ନା ଔଷଧର । କିନ୍ତୁ ଏମିତି କିଛି ରୋଗ ଅଛି ଯାହା ଅନେକ ଉପଚାର ପରେ ବି ଭଲ ହେଉନି। ନପୁଂସକତା ଏମିତି ଏକ ରୋଗ । ଏହାକୁ ନେଇ ପୁରୁଷମାନେ ଖୁବ୍ ମର୍ମାହତ ଥାଆନ୍ତି। ନିଜର ବୈବାହିକ ଜୀବନକୁ ନେଇ ଆଶା ଆଶଙ୍କାରେ ଦିନ କାଟନ୍ତି। ଏହି ସମସ୍ୟାରୁ ଆପଣ ଚାହିଲେ ବିନା ଔଷଧରେ ମୁକ୍ତି ପାଇପାରିବେ ଓ ଏକ ସୁନ୍ଦର ବୈବାହିକ ଜୀବନ ଅତିବାହିତ କରିପାରିବେ। କେବଳ […]
ସ୍ମାର୍ଟଫୋନର ବ୍ୟବହାର ଏବେ ଦୃତ ଗତିରେ ବଢିଚାଲିଛି । ଛୋଟ ଠାରୁ ବଡ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ସ୍ମାର୍ଟଫୋନ୍ । ଏକଥା ନିରାଟ ସତ । କିନ୍ତୁ ଏହା ବହୁତ ଖରାପ ପ୍ରଭାବ ପକାଇଥାଏ ଆମର ସ୍ୱାସ୍ଥ୍ୟ ଉପରେ । ଆପଣଙ୍କୁ ସ୍ମାର୍ଟଫୋନ୍ ରେଡିଏସନ କଥା କହୁଛି । ଯାହା ଦ୍ୱାରା ଅନେକ ଗୁଡିଏ ରୋଗରେ ପଡିଥାନ୍ତି ଲୋକମାନେ । ଏଣୁ ଆପଣ ଏବେ କୁହନ୍ତୁ ଏହାର ପ୍ରତିକାର କରିବା ନା ନାହିଁ । ନିଶ୍ଚୟ […]
ନିଜ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ନ ଆଣିବା ଓ ଆତ୍ମସମୀକ୍ଷା ଅଭାବରୁ ଉନ୍ନତି ବିଳମ୍ବ ହୋଇଯାଏ I ଯାହା ମଣିଷକୁ ମାନ୍ଦା ଆଉ ଅଳସୁଆ କରିଦିଏ I ଏହା ଦ୍ୱାରା ଆଜି କାଲି ହୋଇ ଅଯଥା ସମୟ ନଷ୍ଟ ହୋଇଯାଏ I ଏଭଳି ସ୍ଥିତି ନିଜ ପାଇଁ ଓ ସମାଜ ପାଇଁ କ୍ଷତିକାରକ I ଏଥିରୁ ସୁଧୁରିବା ପାଇଁ କଣ କରିବା ଦରକାର ? ପଢନ୍ତୁ ଏହି ସୁନ୍ଦର କାହାଣୀ ଗୋଟେ ତୁଳା କାରଖାନାର ମାଲିକ ତାଙ୍କ […]
ଯୋଗଶାସ୍ତ୍ରରେ ଏମିତି ଏକ ମୁଦ୍ରା ରହିଛି ଯାହା ଅତି ସହଜ ଓ ସେଥିରୁ ବହୁତ କିଛି ଉପକାର ମିଳିଥାଏ । ଏହି ମୁଦ୍ରାକୁ ଯେ କୌଣସି ସମୟରେ ଅଭ୍ୟାସ କରାଯାଇପାରିବ । ସସ୍କୃତରେ କୁହାଯାଇଛି ଯେ, ଆମ ହାତର ବୁଢା ଅଙ୍ଗୁଳି ଅଗ୍ନି ତତ୍ତ୍ୱ ଓ ତର୍ଜନୀ ଅଙ୍ଗୁଳି ବାୟୁ ତତ୍ତ୍ୱର ପ୍ରତୀକ । ଯେତେବେଳେ ଏହି ଦୁଇ ତତ୍ତ୍ୱ ମିଶି ଯାଆନ୍ତି ସେତେବେଳେ ଏହାର ସିଧା ପ୍ରଭାବ ମସ୍ତିଷ୍କର ସ୍ନାୟୁତନ୍ତ ଉପରେ ପଡ଼େ । ଏହାର […]
୨୫ ବର୍ଷ ବୟସ ପର୍ଯ୍ୟନ୍ତ ଅନେକ ପିଲାଙ୍କର ଖରାପ ଅଭ୍ୟାସ ଦେଖାଦେଇଥାଏ । ଏହି ବୟସ ଆପଣଙ୍କର ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବାର ବୟସ। ଯଦି ଏହି ଅଭ୍ୟାସ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଲାଗି ରହେ ତା ହାଲେ ଜୀବନରେ ସଫଳତା ହାସଲ କରିବା କ୍ଷେତ୍ରରେ ଅନେକ ବାଧା ଆଣିଥାଏ । ଆପଣ ଆଜି ହିଁ ସମୀକ୍ଷା କରନ୍ତୁ ଆପଣ କେଉଁ ରାସ୍ତାରେ ଅଛନ୍ତି । ଯଦି ଭୁଲ ରାସ୍ତାରେ ଅଛନ୍ତି […]