/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634562324.jpg)
vastu for sesame seeds
ବାସ୍ତୁ ଶାସ୍ତ୍ର ଅନୁସାରେ କଳା ରାଶିର ଅନେକ ମହତ୍ୱ ରହିଛି । କଳା ରାଶିର ବ୍ୟବହାର ବିଶେଷ କରି ପୂଜା ପାଠରେ ବ୍ୟବହାର କରାଯାଇଥାଏ । ବହୁ ସମୟରେ ଘରେ ନାନା ସମସ୍ୟା ଲାଗି ରହିଥାଏ । ବାସ୍ତୁ ଅନୁସାରେ ଏହାକୁ ଶନି ଦୋଷ ବା ରାହୁ କାଳ ଖରାପ ଥାଏ ବୋଲି ବିବେଚନା କରଯାଏ । ତେବେ ଚାଲନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କଳା ରାଶିର ପ୍ରୟୋଗ କଣ ରହିଛି ।
Advertisment
Also Read
- ଯଦି ଆପଣ ଶନିଦେବଙ୍କର ପ୍ରକୋପରେ କଷ୍ଟ ପାଉଛନ୍ତି ତେବେ ପ୍ରତ୍ୟେକ ଦିନ ସକାଳୁ ଗାଧୋଇ ସାରି କିଛି ମାତ୍ରାରେ କଳା ରାଶି ନେଇ ପାଣିରେ ଭସାଇବା ଦ୍ୱାରା ଶନି ଦେବ ସନ୍ତୁଷ୍ଟ ହୋଇଥାନ୍ତି । ଏହା ସହିତ ପିତୃ ଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିବେଚନା କରାଯାଏ ।
- ଯଦି ଆପଣ ଅନେକ ଦିନରୁ ଧନ ସମ୍ବନ୍ଧୀୟ ଅସୁବିଧା ଭୋଗ କରୁଛନ୍ତି କିମ୍ବା ଇଛା ଥାଇ ମଧ୍ୟ କୌଣସି କାର୍ଯ୍ୟରେ ସଫଳତା ହାସଲ କରି ପାରୁ ନାହାନ୍ତି ତେବେ ଗୋଟିଏ କଳା ରଙ୍ଗର କପଡ଼ାରେ କଳା ରାଶି ଓ କଳା ବିରି ବାନ୍ଧି କୌଣସି ଗରିବକୁ ଦାନ କରନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଜୀବନରେ ଧନର ଅସୁବିଧା ଧୀରେ ଧୀରେ ଦୂର ହେବ ଏବଂ ଧନ ସଞ୍ଚୟ ହେବ ଓ ବୃଦ୍ଧି ହେବ ।
- ଯଦି ପରିବାରରେ ସବୁବେଳେ ଅସୁବିଧା ଓ ଅଶାନ୍ତି ଦେଖା ଦେଉଛି ତେବେ ଗୋଟିଏ ମୁଠା କଳା ରାଶି ନେଇ ଘରର ସମସ୍ତ ସଦସ୍ୟଙ୍କ ମୁଣ୍ଡ ଉପରେ ଲଗାଇ ଉତ୍ତର ଦିଗକୁ ଫିଙ୍ଗି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଶାନ୍ତି ରହିବ ସହିତ ସମସ୍ତ କାମ ବିନା ବାଧାରେ ହୋଇଯିବ ।
- କଳା ରାଶି ସହିତ ରୋଗର ମଧ୍ୟ ଅନେକ ସମାନତା ଅଛି । ତେଣୁକରି ପ୍ରତେକ ଦିନ ଶିବଙ୍କୁ କଳା ରାଶି ଅର୍ପଣ କରିବା ଦ୍ୱାରା ଆପଣ ସମସ୍ତ ରୋଗରୁ ଦୂରେଇ ରହିବେ ଓ ଜୀବନରେ ଶାନ୍ତି ଆସିବ । କଳା ରାଶି ସହିତ ଶିବଙ୍କର ମଧ୍ୟ ଅନେକ ଭଲ ସମ୍ପର୍କ ରହିଛି ।
- କଳା ରାଶି ସହିତ ପିତଳ ଜିନିଷର ଅନେକ ସମାନତା ରହିଛି । ଯଦି ଆପଣ କୌଣସି ସମସ୍ୟାରେ ଅନେକ ଦିନରୁ ଫସି ରହିଛନ୍ତି ତେବେ ସକାଳୁ ଗାଧୋଇ ସାରି ଗୋଟିଏ ପିତଳ ପାତ୍ରରେ ରାଶି ଓ କ୍ଷୀର ମିଶାଇ ପିପ୍ପଳୀ ଗଛ ମୂଳରେ ଢାଳି ଦିଅନ୍ତୁ । ବାସ୍ତୁ ଅନୁଯାୟୀ ଏହା କରିବା ଦ୍ୱାରା ଆପଣଙ୍କ ଘରର ସମସ୍ତ ସମସ୍ୟା ଧୀରେ ଧୀରେ ଦୂର ହୋଇଯିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)