Advertisment

Daily Horoscope,25 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର ମାସ, ୨୫ ତାରିଖ, ସୋମବାର, ତୁଳା୯ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ,ପଞ୍ଚମୀତିଥି, ମୃଗଶିରା ନକ୍ଷତ୍ର, ବୃଷରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର,ବିଛାରାଶିର ଘାତଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

author-image
Otv Khabar Bureau
undefined

Daily Horoscope

ଆଜି ୨୦୨୧ ମସିହା, ଅକ୍ଟୋବର ମାସ, ୨୫ ତାରିଖ, ସୋମବାର, ତୁଳା୯ ଦିନ, କାର୍ତ୍ତିକମାସ, କୃଷ୍ଣପକ୍ଷ,ପଞ୍ଚମୀତିଥି, ମୃଗଶିରା ନକ୍ଷତ୍ର, ବୃଷରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର,ବିଛାରାଶିର ଘାତଚନ୍ଦ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Advertisment

ମେଷ:- ଶତ୍ରୃଙ୍କ ଉପରେ ବିଜୟୀ ହେବେ ଓ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ବୁଝାମଣା ରହିବପାରିବ । କର୍ମ କ୍ଷେତ୍ରରେ ସହକର୍ମୀମାନେ ଆପଣଙ୍କ କାର୍ଯ୍ୟଶୈଳୀ ଓ ସ୍ୱଭାବକୁ ପ୍ରଶଂସା କରିପାରିବେ । ରଚନାତ୍ମକ ଲେଖନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରନ୍ତି ।

ପ୍ରତିକାର:-କାଉ ଓ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

ବୃଷ:- ସରକାରୀ କର୍ମଚାରୀମାନେ କଠିନ ପରିଶ୍ରମ ଯୋଗେ ସମ୍ମାନିତ ହୋଇପାରିବେ । ଜୀବନସାଥୀଙ୍କ ସହଯୋଗ ପାଇ ଅଟକି ଥିବା କାର୍ଯ୍ୟ ପୂରଣ ହୋଇପାରେ । ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ ଓ ଜନସେବାରେ ନିଜକୁ ନିୟୋଜିତ କରିପାରନ୍ତି ।

Advertisment

ପ୍ରତିକାର:-ଗଙ୍ଗାଜଳ ଟିକେ ସେବନ କରନ୍ତୁ

ମିଥୁନ:- ଛାତ୍ର ଛାତ୍ରୀମାନେ ନିଜର ଅଭିଜ୍ଞତାକୁ ନେଇ ନୂଆ ଜ୍ଞାନ କୌଶଳ ଶିଖିବା ପାଇଁ ଚେଷ୍ଟା କରିପାରିବେ । ଚାକିରୀ କ୍ଷେତ୍ରରେ ନିଜର ଲକ୍ଷ୍ୟ ହାସଲ କରିପାରିବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।

ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

କର୍କଟ:- ସାଙ୍ଗ ସାଥି ଓ ଭାଇ ଭଉଣୀଙ୍କ ସହିତ ସମ୍ପର୍କ ମଜବୁତ୍ ହୋଇପାରିବ । ଆପଣଙ୍କର କାର୍ଯ୍ୟ କ୍ଷମତାରେ ବୃଦ୍ଧି ହେବା ଫଳରେ ମନ ଉତ୍ସାହପୂର୍ଣ୍ଣ ରହିପାରିବ । ଜୀବନସାଥୀଙ୍କ ପରାମର୍ଶରେ ଯେ କୌଣସି କାମ କରିବେ ତାହା ଭଲରେ ପୂରଣ କରିପାରିବେ ।

ପ୍ରତିକାର:-ମଥାରେ ଶ୍ୱେଚନ୍ଦନର ଟିକା ଲଗାନ୍ତୁ

ସିଂହ:- ସନ୍ତାନଙ୍କ ପକ୍ଷରୁ ଶୁଭ ସମାଚାର ମିଳିବା ସହ ସ୍ୱାସ୍ଥ୍ୟ ଦିଗରୁ ଆଶ୍ୱସ୍ତି ଲାଭ କରିପାରିବେ । ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବା ସହ କର୍ମ କ୍ଷେତ୍ରରେ ପଦୋନ୍ନତିର ସୂଚନା ପାଇପାରିବେ । ବ୍ୟବସାୟରେ ନାନାପ୍ରକାର ସୁବିଧା ପାଇ ପୁରୁଣା ପ୍ରାପ୍ୟ ଆଦାୟ ହୋଇପାରେ ।

ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

କନ୍ୟା:- ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହୋଇ ହସଖୁସିରେ ସମୟ ବିତାଇପାରିବେ । ଅଚାନକ ଭାବରେ ଧନ ପ୍ରାପ୍ତି କରିବାର ସୁଯୋଗ ମିଳିପାରିବ । ଆଧ୍ୟାତ୍ମିକ ପ୍ରବୃତିର ଲୋକମାନଙ୍କ ସହିତ ସମୟ ବିତାଇବାକୁ ଚେଷ୍ଟା କରିପାରନ୍ତି ।

ପ୍ରତିକାର- ଅସହାୟକୁ ନିରାଶ କରନ୍ତୁ ନାହିଁ

ତୁଳା:- ଗୁରୁଜନ ମାନଙ୍କ ପରାମର୍ଶରେ କାର୍ଯ୍ୟ କଲେ ନିଜର ଯୋଜନାକୁ ସଫଳ କରିପାରିବେ । ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେଇପାରିବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିପାରିବ ।

ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ

ବିଚ୍ଛା:- ଶତୃମାନେ ଆପଣଙ୍କ ବିଚାରକୁ ପ୍ରଶଂସା କରିବା ସହ ଲେଖକ ଓ ସାମ୍ବାଦିକ ମାନେ ସମ୍ମାନ ପାଇପାରିବେ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇ ଧନ ପ୍ରାପ୍ତି ପାଇଁ ନୂତନ ବାଟ ଦେଖାଦେଇପାରେ । ଛାତ୍ର ଛାତ୍ରୀମାନେ କ୍ୟାରିୟରକୁ ନେଇ ଖୁସି ରହିପାରନ୍ତି ।

ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ଧନୁ:-ସ୍ୱାସ୍ଥ୍ୟ ଦିଗରୁ ଉତ୍ତମ ଫଳ ପାଇବେ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟ ହୋଇପାରେ । କର୍ମ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯଆଇପାରେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିପାରିବେ ।

ପ୍ରତିକାର-ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ

ମକର:-ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହୋଇପାରିବ । ନିମ୍ନବର୍ଗଙ୍କ ସହାୟତା ପାଇ କର୍ମ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବା ସହ ସୁନାମ ଅର୍ଜନ କରିପାରନ୍ତି । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ

ପ୍ରତିକାର:-କାଉ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ

କୁମ୍ଭ:- ସାମାଜିକ ପତିଆରା ଅମଳିନ ରହିବା ସହ ଆୟ ଉପାର୍ଜନ ବୃଦ୍ଧି ହୋଇପାରିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର କରି ସାମାନ୍ୟ ଲାଭ ପାଇପାରିବେ । କର୍ମଜୀବି ମାନଙ୍କ ପାଇଁ ସହକର୍ମୀ ଓ ପଦାଧିକାରୀମାନେ ସହଯୋଗ କରିବେ ।

ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷ ମୂଳରେ କ୍ଷୀର ଗୁଡ଼ ପଣାକରି ଢାଳନ୍ତୁ

ମୀନ:- ସ୍ୱାସ୍ଥ୍ୟ ଠିକ୍ ରହିବା ସହ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହୋଇପାରେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହୋଇପାରେ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତିର ସୂଚନା ପାଇପାରନ୍ତି ।

ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ

Daily Horoscope
Advertisment
Advertisment