Advertisment

ବଲିଉଡ୍‌ ଅଭିନେତା ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ

ମୁମ୍ୱାଇ: ବଲିଉଡ୍‌ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସନ୍ନି ଦେଓଲ କରୋନା ଆକ୍ରାନ୍ତ ନେଇ ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତାଭ ଅବସ୍ତୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସେ ଏବେ ଆଇସୋଲେସନ୍‌ରେ ଅଛନ୍ତି। ସନ୍ନି ଟ୍ୱିଟ୍‌ କରି ଏହା କହିଛନ୍ତି। କିଛି ଦିନ ପୂର୍ବେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। मैंने […]

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ବଲିଉଡ୍‌ ଅଭିନେତା ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ

sunny deol

ମୁମ୍ୱାଇ: ବଲିଉଡ୍‌ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସନ୍ନି ଦେଓଲ କରୋନା ଆକ୍ରାନ୍ତ ନେଇ ହିମାଚଳ ପ୍ରଦେଶ ସ୍ୱାସ୍ଥ୍ୟ ସଚିବ ଅମିତାଭ ଅବସ୍ତୀ ସୂଚନା ଦେଇଛନ୍ତି।

Advertisment

ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସେ ଏବେ ଆଇସୋଲେସନ୍‌ରେ ଅଛନ୍ତି। ସନ୍ନି ଟ୍ୱିଟ୍‌ କରି ଏହା କହିଛନ୍ତି। କିଛି ଦିନ ପୂର୍ବେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।

Advertisment

ଗତ କିଛିଦିନ ସନ୍ନି ଦେଓଲ୍‌ ଧରି ହିମାଚଳପ୍ରଦେଶ କୁଲ୍ଲୁ ଜିଲ୍ଲାରେ ରହୁଥିଲେ। ଏ ନେଇ ଅମିତାଭ ଅବସ୍ତୀ ସୂଚନା ଦେଇଛନ୍ତି।  କୁଲ୍ଲୁର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ଅନୁସାରେ, ସନ୍ନି ଓ ତାଙ୍କ ସାଙ୍ଗମାନେ ମୁମ୍ୱାଇ ଫେରି ଯିବାକୁ ଯୋଜନା କରିଥିଲେ। ହେଲେ ଏହା ପୂର୍ବରୁ ମଙ୍ଗଳବାର ଦିନ ସନ୍ନି ଦେଓଲଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।

କିଛିଦିନ ତଳେ ମୁମ୍ବାଇରେ ସନ୍ନି କାନ୍ଧର ସର୍ଜରୀ କରିଥିଲେ ଓ ଆରାମ ପାଇଁ ସେ କୁଲ୍ଲୁ ଜିଲ୍ଲା ମନାଲି ନିକଟ ଏକ ଫାର୍ମ ହାଉସରେ ରହୁଥିଲେ।

ସୂଚନାଥାଉ କି, ଗତ ଜାନୁଆରୀରେ ପଠାନକୋଟର କିଛି ଅଛି ଅଞ୍ଚଳରେ ସନ୍ନି ଦେଓଲ ନିଖୋଜ ହେବା ନେଇ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସେହି ସମୟରେ ସେ ବେଶ୍‌ ଚର୍ଚ୍ଚାରେ ଥିଲେ।

Advertisment
Advertisment