ନୂଆଦିଲ୍ଲୀ: ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର। କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଏଭଳି ନୋଟିସ୍ ଜାରି କରିଛନ୍ତି। କୋର୍ଟରେ ଆଇନଜୀବୀ ଅଜୟ ଅଗ୍ରୱାଲ ଆବେଦନ କରି କହିଥିଲେ ଯେ, ଦେଶରେ କରୋନା ପାଇଁ ହେଉଥିବା ଆରଟିପିସିଆର ଟେଷ୍ଟ ନାଁରେ ଲୁଟ୍ କରାଯାଉଛି। ଆରଟିପିସିଆର ଟେଷ୍ଟ କିଟ୍ ଗୁଡିକ ମାତ୍ର ୨ ଶହ ଟଙ୍କାରେ ମିଳୁଛି। ତେବେ ହସପିଟାଲ ଏବଂ ବେସରକାରୀ ଲ୍ୟାବ ଗୁଡିକ ପରୀକ୍ଷା ପାଇଁ ଚଢା ଦର ନେଉଛନ୍ତି। ନାଗପୁରର ଜଣେ ବ୍ୟବସାୟୀ […]
ନୂଆଦିଲ୍ଲୀ: ବ୍ୟାଙ୍କ୍ ନୋଟ୍ ଦ୍ୱାରା କରୋନା ସଂକ୍ରମଣ ବ୍ୟାପିବା ସମ୍ଭାବନା ଖୁବ୍ କମ୍। ଗତ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚାକୁ ନେଇ ଏବେ ଏପରି କିଛି ନୂଆ ସାମ୍ନାକୁ ତଥ୍ୟ ଆସିଛି। ବ୍ୟାଙ୍କ ଅଫ୍ ଇଂଲଣ୍ଡର ରିସର୍ଚ୍ଚ ଅନୁସାରେ, ବ୍ୟାଙ୍କରୁ ଦିଆଯାଉଥିବା ନୋଟ୍ରେ କରୋନା ସଂକ୍ରମଣ ବ୍ୟାପିବା ସମ୍ଭାବନା ଖୁବ୍ କମ୍ ରହିଛି। ଯଦି କୌଣସି ବ୍ୟକ୍ତିଙ୍କ ପାଖରୁ ନୋଟ୍, ଭୂତାଣୁ ସଂସ୍ପର୍ଶରେ ଆସେ ତେବେ ଏହା କେବଳ କିଛି ଘଣ୍ଟା ପାଇଁ ସକ୍ରିୟ […]
ମୁମ୍ବାଇ: ଆଜିକାଲି ସୋଶାଲ ମିଡିଆରେ ସନା ଖାନ୍ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ମୌଲାନା ମୁଫ୍ତୀ ଅନସ ଖାନ୍ଙ୍କୁ ବିବାହ କରିବେ ବୋଲି ଘୋଷଣା କରି ସେ ସମସ୍ତଙ୍କୁ ଚମକାଇ ଦେଇଥିଲେ। କିଛି ଦିନ ତଳେ ସେ ଅନସ୍ଙ୍କ ସହ ଫଟୋ ମଧ୍ୟ ସେୟାର କରିଥିଲେ। ହେଲେ ଏବେ ବ୍ରାଇଡାଲ ଲେହଙ୍ଗା ପିନ୍ଧି ନବବଧୂ ବେଶରେ ସଜେଇ ହୋଇଥିବା ସନାଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଡିଜାଇନର ଲେହଙ୍ଗାରେ ସନା ଖୁବ୍ ସୁନ୍ଦର ଦିଶୁଛନ୍ତି। […]
ସକାଳୁ ସକାଳୁ ହେଡ୍ଫୋନ୍ ଲଗାଇ ଜଣେ ଯୁବକ ରେଲ୍ୱେ ଟ୍ରାକ୍ରେ ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ଦ୍ରୁତ ବେଗରେ ମାଡ଼ି ଆସିଲା ଟ୍ରେନ୍। ହେଲେ ଯୁବକଙ୍କୁ ଟ୍ରେନ୍ ଧକ୍କା ଦେବା ପୂର୍ବରୁ ସେ ତତ୍କ୍ଷଣାତ୍ ଟ୍ରାକ୍ରୁ ବାହାରକୁ ଚାଲି ଆସିଥିଲେ। ଫଳରେ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ଯୁବକ। ଏହି ହୃଦୟଥରା ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ନେଟ୍ୱର୍କ ରେଲ୍ର ସୂଚନା ଅନୁସାରେ, ନଭେମ୍ବର ୬ ସକାଳ ସାଢ଼େ ୮ଟାରେ ଲଣ୍ଡନର ଚିଲର୍ଟନ୍ […]
ନୂଆଦିଲ୍ଲୀ: ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକର। ଭାରତୀୟ ମଜଦୁର ସଂଘ ଛାଡ଼ି ୧୦ଟି ରାଷ୍ଟ୍ରାୟତ୍ତ ଟ୍ରେଡ୍ ୟୁନିଅନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା ଦିଆଯାଇଛି। କେନ୍ଦ୍ରର ପବ୍ଲିକ ସେକ୍ଟରକୁ ଘରୋଇକରଣ ଯୋଜନା ଓ ନୂଆ ଶ୍ରମ ଓ କୃଷି ଆଇନ୍କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି। ଏମାନେ କୃଷି ଆଇନ୍କୁ ନେଇ ଦୁଇ ଦିନ ଅର୍ଥାତ୍ ନଭେମ୍ବର ୨୬ ଓ ୨୭ରେ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। https://twitter.com/AIBEA_India/status/1325317206008164352?s=20 […]
କାବୁଲ୍: ଆଫଗାନ୍ସ୍ଥାନର ବାମିୟାନ ସହରରେ ମଙ୍ଗଳବାର ହୋଇଥିବା ୨ଟି ବିସ୍ଫୋରଣରେ ଅତି କମ୍ରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବାମିୟାନ ଆଫଗାନିସ୍ଥାନର ସବୁଠାରୁ ସୁରକ୍ଷିତ ପ୍ରାନ୍ତ । ମୃତକଙ୍କ ମଧ୍ୟରେ ସାଧାରଣ ଲୋକ ଓ ଜଣେ ଟ୍ରାଫିକ ପୋଲିସ ଅଛନ୍ତି। ବୋମା ରାସ୍ତାକଡ଼ରେ ଲୁଚାଇ ରଖାଯାଇଥିଲା ଏବାଂ ପରବର୍ତ୍ତୀ ସମୟରେ ବଡ ଧରଣର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ପରେ ରାଷ୍ଟ୍ରପତି ଅଶରଫ ଗନୀ କହିଛନ୍ତି, ସ୍ଥାୟୀ ଶାନ୍ତି ପ୍ରତିଷ୍ଠା […]
ସମୁଦ୍ରକୂଳରେ ମୃତଦେହ ପଡ଼ିଥିବା ଭାବି ଜଣେ ମହିଳା ପୋଲିସ୍କୁ ଖବର ଦେଇଥିଲେ।ଯେତେବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା, ତା’ପରେ ଜଣାପଡ଼ିଥିଲା ଯେ ଏହା ମୃତଦେହ ନୁହେଁ…ବରଂ ଆଉ କିଛି। ସୋସିଆଲ୍ ମିଡିଆରେ ଏମିତି କିଛି ଫଟୋ ଭାଇରାଲ୍ ହୋଇଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଫେସ୍ବୁକ୍ରେ Ocean Hour ନାମକ ଏକ ପେଜ୍ ପକ୍ଷରୁ ଏହି ଫଟୋ ସବୁ ଶେଆର କରାଯାଇଛି। ଫଟୋ ଗୁଡ଼ିକୁ ଆପଣ ମଧ୍ୟ ଦେଖିଲେ, ଭାବି ଯେ ଏହା ମୃତଦେହ ବୋଲି। […]
କେନ୍ଦ୍ରାପଡା: ଜଣେ ଡାକ୍ତର ଭାବେ ଅନେକ ଘଟଣା, ଦୁର୍ଘଟଣା ତାଙ୍କ ସ୍ମୃତିକୁ ଜୀବନ୍ତ କରି ରଖିଛି। ହେଲେ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କଟିଥିବା କେଇଟି ମୁହୂର୍ତ୍ତ ତାଙ୍କର ସାରା ଜୀବନର ସ୍ମୃତିକୁ କରିଛି ସତେଜ। ଆଜି ପରିଣତ ବୟସରେ ସେଇ ସ୍ମୃତିକୁ ରୋମନ୍ଥନ କରି ପୁଲକିତ ହୁଅନ୍ତି ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାଶ। କେନ୍ଦ୍ରାପଡାରେ ରୁହନ୍ତି ଓଡ଼ିଆ ଡାକ୍ତର ଗୋବିନ୍ଦ ଚନ୍ଦ୍ର ଦାଶ। ଓଡ଼ିଶା ସହ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସଂପର୍କ ନିଆରା। ଅନେକ […]
ଇସ୍ଲାମାବାଦ୍: ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏଣିକି ଆଉ ଜେଲ କି ଜରିମାନା ହେବନି । ମିଳିବ ନୂଆ ଦଣ୍ଡ। ଦୁଷ୍କର୍ମ ଅଭିଯୁକ୍ତଙ୍କୁ ରାସାୟନିକ ପ୍ରକ୍ରିୟାରେ ନପୁସଂକ କରାଯିବ। ସେତିକି ନୁହେଁ, ଯୌନ ଅପରାଧ ମୂଳକ ମାମଲାର ଶୁଣାଣି ଅଦାଲତରେ ଶୀଘ୍ର କରାଯିବ। ଏ ନେଇ ଆସିଥିବା ଆଇନକୁ ମଞ୍ଜୁରୀ ମିଳିଛି। ତେବେ କେଉଁ ଦେଶରେ ଜାଣନ୍ତି ? ପଡ଼ୋଶୀ ପାକିସ୍ତାନରେଏପରି ଆଇନ ଅନୁମୋଦନ କରାଯାଇଛି। ସଂଘୀୟ ମନ୍ତ୍ରୀମଣ୍ଡଳ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଙ୍ଗଳବାର ଏପରି ଆଇନକୁ […]
ମୁମ୍ବାଇ: ଡ୍ୟାନ୍ସର ରାକ୍ଷୀ ସାୱନ୍ତ ଆଜିକାଲି ସୋଶାଲ ମିଡିଆରେ ଚର୍ଚ୍ଚାରେ। ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ରାକ୍ଷୀ ସାୱନ୍ତଙ୍କର ଅନେକ ଫ୍ୟାନ୍ସ ଅଛନ୍ତି। ତାଙ୍କ ପାଖରେ ଆଜି ସବୁକିଛି ଅଛି। ଅର୍ଥ, ପରିଚୟ ସମ୍ମାନ…। ହେଲେ ତାଙ୍କ ବାଲ୍ୟକାଳ ଯେ ଏପରି ଦୁଃଖ ଆଉ ଯନ୍ତ୍ରଣା ମଧ୍ୟରେ କଟିଥିଲା ଏକଥା ବହୁତ କମ୍ ଲୋକ ଜାଣନ୍ତି। ରାଜୀବ ଖଣ୍ଡେଲବାଲଙ୍କ ଶୋ ଜଜ୍ବାତ୍ରେ ରାଖୀ ନିଜ ପିଲାଦିନ ସମ୍ପର୍କରେ ଅନେକ ଦୁଃଖଦ ଅନୁଭୂତି ଶେୟାର କରିଥିଲେ। […]
ନୂଆଦିଲ୍ଲୀ: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯିବ। ଏ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂ ନିର୍ଦ୍ଦେଶ ଦେଇଛନ୍ତି। ଏହି କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢୁଥିବାରୁ ଆଇନ୍କୁ କଡ଼ାକଡ଼ି କରାଯାଇଛି। ପୂର୍ବରୁ ରହିଥିବା ଫାଇନ୍କୁ ବଢ଼ାଇ ୧ ହଜାର ଟଙ୍କା କରାଯାଇଥିବା ବେଳେ ଏହି ନିୟମ ଆସନ୍ତା ମାସ ଡିସେମ୍ୱର ୧ ତାରିଖରୁ ଲାଗୁ ହେବା ନେଇ ଅମରିନ୍ଦର […]