ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡ୍ ତଥା ସାଉଥ୍ କୋରିଓଗ୍ରାଫର ପ୍ରଭୁଦେବାଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା। ପ୍ରଭୁ ତାଙ୍କ ଭାଣିଜୀଙ୍କ ସହ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ମିଳିଲା। କିନ୍ତୁ ଏବେ ଭାଣିଜୀକୁ ନୁହେଁ ମୁମ୍ବାର ଜଣେ ଡାକ୍ତରଙ୍କୁ ସେ ପ୍ରେମ ବିବାହ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଏ ବିଷୟରେ ଜଣାଇଛନ୍ତି ପ୍ରଭୁଙ୍କ ଭାଇ ରାଜୁ ସୁନ୍ଦରମ୍। ତେବେ ପ୍ରଭୁଙ୍କ ପତ୍ନୀଙ୍କ ନାମ ହିମାନୀ। ସେ ମୁମ୍ବାଇର ସାକିନାକା ଅଞ୍ଚଳରେ […]
ନୂଆଦିଲ୍ଲୀ: ଲଗାତାର ତୃତୀୟ ଦିନ ପାଇଁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଦର ଲିଟର ପ୍ରତି ୮ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପ୍ରତି ୧୯ ପଇସା ବୃଦ୍ଧି ପାଇଛି। ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଦର ୮୧ଟଙ୍କା ୪୬ ପଇସା ଥିବାବେଳେ ଡିଜେଲ ଦର ୭୧ଟଙ୍କା ୦୭ ପଇସା ରହିଛି। ଗତ ୩ ଦିନ ମଧ୍ୟରେ ପେଟ୍ରୋଲ ଦର ଲିଟର ପ୍ରତି ୪୦ ପଇସା ବୃଦ୍ଧି ପାଇ […]
ସିଡ୍ନୀ: ଆପଣ ଜାଣିଥିବେ ସାର୍କ ହେଉଛି ସମୁଦ୍ରରେ ରହୁଥିବା ଏକ ଭୟାନକ ମାଛ। ଏହି ମାଛର ହାବୁଡ଼ରେ ଯିଏ ପଡ଼ିଥାଏ ସେ ମୃତ୍ୟୁ ମୁଖରୁ ଖସି ଆସିବାଟା ଭାରି କଷ୍ଟ। ବେଳେବେଳେ ଏହା ସମୁଦ୍ରରେ ଯାଉଥିବା ଜାହଜକୁ ମଧ୍ୟ ଦୋହଲାଇ ଦେଇଥାଏ। ଏପରି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆର ସିଡ୍ନୀ ସହର ନିକଟବର୍ତ୍ତୀ ଏକ ଜଣାଶୁଣା ସମୁଦ୍ର କୂଳରେ। ଯେଉଁଠି ଗୋଟିଏ ସାର୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ଅଷ୍ଟ୍ରେଲିଆର ଉତ୍ତର-ପଶ୍ଚିମାଞ୍ଚଳର କେବୁଲ୍ ସମୁଦ୍ର କୂଳରେ […]
ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଟୀକା କୋଭାକ୍ସିନ୍ ନେଇ ଆଶା ବଢୁଛି। ଭାରତ ବାୟୋଟେକ୍ ପକ୍ଷରୁ ପ୍ରସ୍ତୁତ କରୋନା ଟୀକା କୋଭାକ୍ସିନ୍ ୬୦ ପ୍ରତିଶତ ଫଳପ୍ରଦ ହୋଇଛି। ଏହା ଆସନ୍ତାବର୍ଷ ଏପ୍ରିଲ ମାସରେ ବଜାରରେ ଉପଲବ୍ଧ ହେବା ନେଇ ସମ୍ଭାବନା ରହିଛି। ଭାରତ ବାୟୋଟେକ୍ର ଅଧିକାରୀ ସାଇ ଡି. ପ୍ରସାଦ ଏକ ଜାତୀୟ ଗଣମାଧ୍ୟମକୁ ଏଭଳି ସୂଚନା ଦେଇଥିବା ନେଇ ଖବର ପ୍ରକାଶ ପାଇଛି। ଭାରତ ବାୟୋଟେକ୍ ଏବଂ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ୍ ଉପରେ ଗବେଷଣା ଜାରି […]
ଥାନେ: ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ୱାଲ୍ଧୁନି ନଦୀର ପାଣି ହଠାତ୍ ରକ୍ତର ରଙ୍ଗଭଳି ହୋଇଯାଇଛି। ଯାହାଫଳରେ ଏହାର ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ନଦୀର ପାଖାପାଖି ବସବାସ କରୁଥିବା ଉଲ୍ଲାସ ନଗର ଏବଂ ଅମ୍ୱରନାଥ ବସ୍ତି ବାସିନ୍ଦାଙ୍କ କହିବା ମୁତାବକ ୱାଲ୍ଧୁନି ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥକୁ ଛାଡ଼ିବା ଫଳରେ ପାଣିର ରଙ୍ଗ ଏପରି ହୋଇଛି। ଏଥିରେ ଖାଲି ନଦୀ ନୁହେଁ ବଂର ଏହାର କୂଳରେ ବାସ କରୁଥିବା ଲୋକମାନଙ୍କର ଚଳିବା ମଧ୍ୟ କଷ୍ଟକର […]
ମୁମ୍ୱାଇ: ପାର୍ବଣ ଋତୁରେ ମହାରାଷ୍ଟ୍ରରେ ହୋଇଥିବା ଜନ ଗହଳି କାରଣରୁ ଧିରେ ଧିରେ ରାଜ୍ୟରେ କରୋନା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଦିନକୁଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ପୁନର୍ବାର ଲକ୍ଡାଉନ୍ ଲାଗୁ କରାଯାଇପାରେ ବୋଲି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର କହିଛନ୍ତି। ସେ କହିଛନ୍ତି ଯେ ଦୀପାବଳି ସମୟରେ ଲୋକଙ୍କ ଗହଳି ରହିଥିଲା। ଏହା ସହିତ ଗଣେଶ ଚତୁର୍ଥୀରେ ମଧ୍ୟ ବହୁତ ଭିଡ଼ ଦେଖିବାକୁ ମିଳିଥିଲା। ଯାହାଫଳରେ କରୋନା […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଜାତୀୟ ସୀମା ନିକଟରୁ ୧୫୦ ମିଟର ଲମ୍ବର ଏକ ଅଣ୍ଡରଗ୍ରାଉଣ୍ଡ୍ ଟନେଲ୍ ଠାବ ହୋଇଛି। ବିଏସ୍ଏଫ୍ ଯବାନ ଏହି ଟନେଲ୍ ଠାବ କରିଛନ୍ତି। ଏହି ପଥ ଦେଇ ୪ଜଣ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ୨.୫ ମିଟର ପ୍ରସାର ଓ ୨୫ରୁ ୩୦ ମିଟର ଗଭୀର ଥିବା ଏହି ଟନେଲ୍ଟି ଇଞ୍ଜିନିୟରଙ୍କ ପୂରା ପ୍ଲାନିଂରେ ନିର୍ମିତ କରାଯାଇଥିବା ଜଣାପଡ଼ିଛି। ଟନେଲ୍ ବାହାରେ ରଖା […]
ବୁରହାନ୍ପୁର: ହେଡ୍ଫୋନ୍ ଲଗାଇ ରେଲ୍ୱେ ଟ୍ରାକ୍ ଉପରେ ଚାଲି ଚାଲି ଯାଉଥିଲେ, ପଛରୁ ଆସି ଧକ୍କା ଦେଲା ଟ୍ରେନ୍। ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ୨ ଯୁବକଙ୍କ ଜୀବନ। ମଧ୍ୟପ୍ରଦେଶ ବୁରହାନପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଉଭୟଙ୍କ ଶରୀର ୫୦ରୁ ୬୦ ଖଣ୍ଡ ହୋଇଯାଇଥିଲା। ମୃତ ୨ ଯୁବକ ବୁରହାନପୁର ବିରୋଦା ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏହି ୨ ଯୁବକ ରେଲ୍ୱେ ଟ୍ରାକ୍ରେ ଚାଲି […]
ଜୋହାନ୍ସବର୍ଗ: ମହାତ୍ମାଗାନ୍ଧିଙ୍କର ସାଉଥ ଆଫ୍ରିକାନ୍ ଅଣନାତି (great-grandson ) ସତୀଶ ଧୁପେଲିଆଙ୍କର ରବିବାର କୋନାରେ ମୃତ୍ୟୁ ଘଟିଛି। ୬୬ ତମ ଜନ୍ମ ଦିନ ପାଳନ କରିବାର ଗତ ତିନି ଦିନ ପରେ ସତୀଶଙ୍କର ମୃତ୍ୟୁ ଜୋହାନ୍ସବର୍ଗର ଏକ ଡାକ୍ତରଖାନାରେ ଘଟିଛି। ଜୋହାନ୍ସବର୍ଗରେ ରହୁଥିବା ସତୀଶଙ୍କ ପରିବାର ଲୋକେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସତୀଶଙ୍କ ଭଉଣୀ ଉମା ଧୂପେଲିଆ ସୋଶାଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ତାଙ୍କର ଭାଇ ସତୀଶ ଧୂପେଲିଆଙ୍କର କୋଭିଡ-୧୯ରେ ମୃତ୍ୟୁ ଘଟିଛି। ସେ […]
ଲକ୍ଷ୍ନୌ: ଅଭିନବ ଉପାୟରେ ହେଉଥିଲା ସୁନା ଚାଲାଣ। ଖୁବ୍ ସତର୍କତାର ସହ ସମସ୍ତଙ୍କ ଆଖିରେ ଧୂଳି ଦେଇ ଆଣୁଥିଲେ। କିନ୍ତୁ ଲକ୍ଷ୍ନୌ ଚୌଧୁରୀ ଚରଣ ସିଂ ଏୟାରପୋର୍ଟରେ ଧରାପଡ଼ିଗଲେ। ବିମାନ ବନ୍ଦର ଅଧିକାରୀମାନେ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଜବତ କରିଛନ୍ତି। ସୀମା ଶୁଳ୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ରିଲିଜ୍ରେ କୁହାଯାଇଛି, ଏହି ସୁନା ଦୁବାଇରୁ ଆସୁଥିଲା। ଲକ୍ଷ୍ନୌ ବିମାନବନ୍ଦରରେ FZ 8325 ବିମାନରୁ ଓହ୍ଲାଇଥିଲେ ଚାଲାଣକାରୀ। ପରେ ବିମାନବନ୍ଦର ଅଧିକାରୀମାନେ ତାଙ୍କୁ […]
ମୁମ୍ବାଇ: ଯଦି ଭାରତ-ପାକିସ୍ତାନ-ବାଂଲାଦେଶ ମିଶି ଗୋଟିଏ ରାଷ୍ଟ୍ର କରିଦିଆଯାଏ ତେବେ ସେ ଖୁସି ହେବେ। ଭାରତୀୟ ଜନତା ପାର୍ଟି ଯଦି ଏ ଦିଗରେ ପଦକ୍ଷେପ ନିଏ, ତେବେ ସେ ଏହାକୁ ସ୍ୱାଗତ କରିବେ। ଏମିତି ଆହ୍ୱାନ ଦେଇଛନ୍ତି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ନବାବ ମଲିକ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ କରାଚି ପ୍ରସଙ୍ଗର ଜବାବ ରଖି ସେ ଏପରି କହିଛନ୍ତି। ଦେବେନ୍ଦ୍ର ଫଡନାଭିସ କହିଥିଲେ- ‘ଏକ […]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏବେ ସେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି। ଗତ କିଛି ଦିନ ତଳେ ଅନୁଷ୍କା ଆଇପିଏଲ ଦେଖିବାକୁ ଦୁବାଇରେ ପହଞ୍ଚିଥିଲେ। ଏବେ ସେ ସ୍ୱାମୀ ବିରାଟଙ୍କ ସହ ମୁମ୍ବାଇ ଫେରିଛନ୍ତି। ଏବଂ ଶୁଟିଂ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ସେଟରୁ ଅନୁଷ୍କାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକମାନେ ବହୁତ ପ୍ରଶଂସା […]
ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ସୋମବାର ଅର୍ଥାତ୍ ନଭେମ୍ବର ୩୦ରେ ଲାଗିବ। ଚଳିତ ବର୍ଷର ଏହି ଶେଷ ଚନ୍ଦ୍ର ଗ୍ରହଣ ଉପଛାୟା ଗ୍ରହଣ ହେବ। ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୧୦, ଜୁନ୍ ୫ ଓ ଜୁଲାଇ ୫ରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା। ଚଳିତ ବର୍ଷର ଏହି ଚନ୍ଦ୍ର ଗ୍ରହଣ ବହୁତ ଖାସ୍ ବୋଲି କୁହାଯାଉଛି। କାହିଁକି ନା ଯେଉଁ ଦିନ ଏଇ ଚନ୍ଦ୍ର ଗ୍ରହଣ ସେହିଦିନ କାର୍ତ୍ତିକ ପୂର୍ଣ୍ଣିମା ପଡ଼ୁଛି। ତେଣୁ […]