• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kashmir-encounter
ବଡ଼ ଧରଣର ଷଡଯନ୍ତ୍ର ରଚୁଥିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର କରୁଥିଲା ପାକିସ୍ତାନ । ଜାମ୍ମୁ କାଶ୍ମୀରରେ ନାଗ୍ରୋଟାରେ ୪ ଆତଙ୍କବାଦୀ ନିପାତ ହେବା ଓ ଟ୍ରକରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ପରେ ଏହି ଷଡ଼ଯନ୍ତ୍ରର ସୁରାକ ପାଇଛି ଭାରତ। ଏହି ଘଟଣାକୁ ଗୁରୁତର ସହ ବିଚାର କରୁଛନ୍ତି ସରକାର । ଏନେଇ ଆଜି ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନଙ୍କୁ ସମନ କରିଛି ବୈଦେଶିକ ମନ୍ତ୍ରଣାଳୟ । ପାକିସ୍ତାନ ମାଟିରୁ ଭାରତ ବିରୋଧରେ ଚାଲିଥିବା ଆତଙ୍କୀ କାର୍ଯ୍ୟକଳାପ ବନ୍ଦ କରିହବାକୁ […]

punjab
ସର୍ତ୍ତ ରଖି ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିଲା ପଞ୍ଜାବ କୃଷକ ସଂଘ

ଅମ୍ରିତସର: ସର୍ତ୍ତ ରଖି ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିଲା କେନ୍ଦ୍ର କୃଷି ବିଲ୍‌ ବିରୋଧରେ ଆନ୍ଦୋଳନ କରୁଥିବା ପଞ୍ଜାବ କୃଷକ ସଂଘ। ଯଦି ୧୫ ଦିନ ଭିତରେ କେନ୍ଦ୍ର ସରକାର ତାଙ୍କ ସହିତ କୃଷି ବିଲ୍ ସମ୍ପର୍କରେ ଆଲୋଚନା ନକରନ୍ତି, ତେବେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚାଷୀ ସଂଘ ଧମକ ଦେଇଛି। ଆନ୍ଧୋଳନ ସ୍ଥଗିତ ହେବା ପରେ ଆସନ୍ତାକାଲିଠାରୁ ରାଜ୍ୟରେ ରେଳଚାଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି। ରେଳରୋକକୁ ସ୍ଥଗିତ ରଖି ଆଗାମୀ ୧୫ […]

coronavirus
ଦେଶର ସୁସ୍ଥ ହାର ୯୩.୬୭ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ୨୪ ଘଣ୍ଟାରେ ଦେଶରେ ୪୬,୨୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୫୦ ହଜାର ୫୯୮ ହୋଇଛି। ଦିନକରେ ୫୬୪ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ନୂଆ ମୃତ ସଂଖ୍ୟାକୁ ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୩୨ ହଜାର ୭୨୬ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ […]

hanmid-ansari
ରାଷ୍ଟ୍ରବାଦକୁ ନେଇ ପୂର୍ବତନ ଉପରାଷ୍ଟ୍ରପତିଙ୍କ ବିବାଦୀୟ ବୟାନର ଜବାବ ଦେଲେ ଶିୟା ଧର୍ମଗୁରୁ

ନୂଆଦିଲ୍ଲୀ: ଅନେକ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିବା ଭାରତର ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅନସାରୀ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ଆକ୍ରମଣାତ୍ମକ ରାଷ୍ଟ୍ରବାଦକୁ ଏକ ରୋଗ ବୋଲି କହିଛନ୍ତି। କଂଗ୍ରେସ ନେତା ଶଶି ଥରୁରଙ୍କ ‘ଦି ବେଟଲ ଅଫ୍‌ ବିଲଙ୍ଗିଙ୍ଗ୍’ ପୁସ୍ତକ ଉନ୍ମୋଚନ ଅବସରରେ ଏପରି କହି ଚର୍ଚ୍ଚାକୁ ଆସିଛନ୍ତି ହମିଦ ଅନ୍‌ସାରୀ।    ପୁସ୍ତକ ଉନ୍ମୋଚନ ଅବସରରେ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶ ଏମିତି କିଛି ପ୍ରକଟ […]

bharati-sing
ଶେଷରେ ଗିରଫ ହେଲେ କମେଡି ଷ୍ଟାର୍‌ ଭାରତୀ ସିଂହ

ମୁମ୍ବାଇ: ଶେଷରେ ଗିରଫ ହେଲେ ହିନ୍ଦୀ କମେଡି ତାରକା ଭାରତୀ ସିଂହ। ଏହା ପୂର୍ବରୁ ଡ୍ରଗ୍ସ କାରବାର ମାମଲାରେ ଭାରତୀ ସିଂହ ଓ ତାଙ୍କ ପତି ହର୍ଷ ଲିମ୍ବାଚିଆଙ୍କୁ ଅଫିସ୍‌ ଡକାଇ ପଚାରଉଚରା କରାଯାଇଥିଲା। ପଚରାଉଚରା ବେଳେ ସେ ଡ୍ରଗ୍ସ ନେଉଥିବା ସ୍ୱୀକାର କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କୁ ଗିରଫ କରିଛି। ହର୍ଷ ଲିମ୍ବାଚିଆଙ୍କୁ ବର୍ତ୍ତମାନ ପଚରଉଚରା ଜାରି ରହିଛି। ତେବେ ଏହା ପୂର୍ବରୁ ଏନ୍‌ସିବି ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ […]

puri
ହାଜତ ମୃତ୍ୟୁକୁ ନେଇ ବିଧାନସଭା ହୁଲସ୍ତୁଲ

ପୁରୀ: ତିନିଦିନ ପରେ ବି ଥମୁନି ପୁରୀ ହାଜତ ମୃତ୍ୟୁର ତାତି। ବିଧାନସଭା ହୁଲସ୍ତୁଲ। ରାଜରାସ୍ତାରେ ଜାରି ରହିଛି ଅଶାନ୍ତିର ନିଆଁ ପୁରୀରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେପିର ହଲ୍ଲାବୋଲ୍। ଶୋଭାଯାତ୍ରା, ବିକ୍ଷୋଭ, କୁଶପୁତ୍ତଳିକା ଦାହ। ସମ୍ବିତ ପ୍ରଥମେ ମୃତ କେ.ରମେଶଙ୍କ ଘରେ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ କହିଥିଲେ, ଏହା ହାଜତ ମୃତ୍ୟୁ ନୁହେଁ, ହାଜତ ହତ୍ୟା। ଦୋଷୀଙ୍କ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ ହେଉ। ପରିବାରକୁ ରାଜ୍ୟ […]

masud-ajx=zhar
ନଗ୍ରୋଟା ଏନ୍‌କାଉଣ୍ଟରରେ ମୃତ ୪ ଆତଙ୍କବାଦୀଙ୍କ ପଛରେ ମାଷ୍ଟରମାଇଣ୍ଡ ଥିଲା ଅବଦୁଲ ଅସ୍‌ଗର

ନୂଆଦିଲ୍ଲୀ: ଗୁରବାର ନଗ୍ରୋଟା ଏନ୍‌କାଉଣ୍ଟରରେ ମୃତ୍ୟୁ ହୋଇଥିବା ୪ ଜୈଶ-ଇ-ମୋହମ୍ମଦ ଆତଙ୍କବାଦୀଙ୍କୁ ପଛରେ ଥିଲା ଅବ୍ଦୁଲ୍ ରୌଫ୍‌ ଅସ୍‌ଗର। ସେ ଜୈଶ-ଇ-ମୋହମ୍ମଦ ମୁଖ୍ୟ ମାସୁଦ ଅଜହରର ଭିଣୋଇ ହେଉଛି ଅବ୍ଦୁଲ୍ ରୌଫ୍‌ ଅସ୍‌ଗର। ଏନ୍‌କାଉଣ୍ଟରରେ ମୃତ ୪ ଆତଙ୍କବାଦୀ ପଛରେ ଅସ୍‌ଗର ମାଷ୍ଟରମାଇଣ୍ଡ ଥିଲା ବୋଲି ଜଣାପଡ଼ିଛି। ମୃତ ୪ ଆତଙ୍କବାଦୀଙ୍କ ଠାରୁ ବିପୁଳ  ପରିମାଣାରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ ହୋଇଥିବା ବେଳେ ପାକିସ୍ତାନ ନିର୍ମାତ କ୍ୟୁ ମୋବାଇଲ୍‌ ସେଟ୍‌ ମଧ୍ୟ ମିଳିଛି। ତା ସହିତ […]

covid
ବିଦେଶରୁ କୋଭିଡ୍ ଟିକା ଆସିଲେ କେମିତି ପାଇବେ ସାଧାରଣ ଲୋକେ? ରଣନୀତି ଆରମ୍ଭ

ଭୁବନେଶ୍ୱର: ବିଦେଶରୁ କୋଭିଡ୍ ଟିକା ଆସିଲେ କେମିତି ପାଇବେ ସାଧାରଣ ଲୋକେ? ଟିକା ଆସିଲେ କିଭଳି ଏହାର ସୁରକ୍ଷିତ ସଂରକ୍ଷଣ କରାଯିବ? ସାଧାରଣରେ କରୋନା ଭାକ୍ସିନ୍ ଉପଲବ୍ଧ ହେବା ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ଆରମ୍ଭ ହୋଇଛି ରଣନୀତିର ପ୍ରସ୍ତୁତି ପ୍ରକ୍ରିୟା। କୋଭିଡ୍ ଟିକାର ବିକାଶ ଓ ବଣ୍ଟନ ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନସ ମନ୍ଥନ ପରେ ଦେଶରେ ଖୁବଶୀଘ୍ର ଟିକା ଉପଲବ୍ଧତା ଆଶା ବଢ଼ିଛି। ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ […]

t--20-world-cuip
୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

ନୂଆଦିଲ୍ଲୀ: ୨୦୨୨ରୁ ୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ। ଏନେଇ ଗୁରୁବାର ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ ବା ଆଇସିସି। ଆଗାମୀ ଟି-୨୦ ମହିଳା ବିଶ୍ୱକପ ଦକ୍ଷିଣ‌ଆଫ୍ରିକାର ହେବ ବୋଲି ସ୍ଥିର ହୋଇଛି। ଟି-୨୦ ଦକ୍ଷିଣ‌ଆଫ୍ରିକା ସଂସ୍କରଣକୁ ୨୦୨୨ ନଭେମ୍ବରରୁ ୨୦୨୩ ଫେବ୍ରୁଆରିକୁ ଘୁଞ୍ଚାଇ ଦିଆଯାଇଛି। କାରଣ ୨୦୨୨ରେ ମହିଳା ଦିନିକିଆ ବିଶ୍ୱକପ୍‌ ରହିଛି ତା ସହିତ କମନୱେଲ୍ଥ ଗେମ୍‌ ମଧ୍ୟ ରହିଛି। ଆଉ ଯଦି ଟି-୨୦ ବିଶ୍ୱକପ୍ ହୁଏ ତେବେ ଗୋଟିଏ ବର୍ଷରେ ୩ଟି […]

ion-jone
ଏହି ବିଦେଶୀଙ୍କ ବେଳ ଖରାପ; କରୋନା, ଡେଙ୍ଗୁ ପରେ ମ୍ୟାଲେରିଆ, ଶେଷରେ କାମୁଡ଼ିଲା ନାଗ

ଜୟପୁର: ପ୍ରଥମେ କରୋନା ହେଲା, ପରେ ଡେଙ୍ଗୁ ଓ ମ୍ୟାଲେରିଆ ବି ହେଲା, ଶେଷକୁ କାମୁଡ଼ିଲା ନାଗ। ବିଦେଶରୁ ଭାରତକୁ ଆସି ଏତେ ହନ୍ତସନ୍ତ ହେଲେଣି ବିଦେଶୀ। ଆମେ କହୁଛୁ ବ୍ରଟିଶ ଚାରିଟି ୱାର୍କର ଇଅନ ଜୋନସଙ୍କ କଥା। ଇୟନ ଜୋନସଙ୍କୁ ନାଗ କାମୁଡ଼ିବା ପରେ ତାଙ୍କୁ ରାଜସ୍ଥାନର ଯୋଧପୁର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଥାନୀୟ ମେଡିପ୍ଲସ ହସ୍‌ପିଟାଲ ଡାକ୍ତର ଅଭିଷେକ ଟାଟେରଙ୍କ ସୂଚନା ଅନୁସାରେ ଜୋନସ ସାପ କାମୁଡ଼ିବା ପରେ ଗତ ସପ୍ତାହରେ ହସ୍‌ପିଟାଲକୁ ଆସିଥିଲେ। […]

bharati
ଭାରତୀଙ୍କ ପରେ ଗିରଫ ହେଲେ ସ୍ୱାମୀ ହର୍ଷ

ମୁମ୍ବାଇ(ସୁରେଶ ଦାଶ): ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(NCB) ଗିରଫ‌ କରିଛି। ୧୫ ଘଣ୍ଟାର ଜେରା ପରେ ହର୍ଷଙ୍କୁ ଗିରଫ କରାଯାଇଛି। ୫ ଘଣ୍ଟାର ଜେରା ପରେ ଗତକାଲି ସନ୍ଧ୍ୟାରେ ଏନ୍‌ସିବି ଭାରତୀଙ୍କୁ ଗିରଫ କରିଥିଲା। ଏନ୍‌ସିବି ଭାରତୀଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌ ଓ ପ୍ରଡକ୍ସନ ହାଉସ୍‌ରେ ରେଡ୍‌ କରି ୮୬.୫ ଗ୍ରାମ୍‌ର ଗଞ୍ଜେଇ ଜବତ କରିଥିଲା। ଏହାପରେ ପଚରାଉଚରା ପାଇଁ ଉଭୟଙ୍କୁ ଏନ୍‌ସିବି ଅଫିସ ନିଆଯାଇଥିଲା। ଉଭୟଙ୍କୁ ଆଜି […]

moderna
ମହଙ୍ଗା ହୋଇପାରେ ମଡର୍ଣ୍ଣା ଟିକା

ଫ୍ରାଙ୍କଫର୍ଟ: ଆମେରିକୀୟ ବାୟୋଟେକ୍ ଫାର୍ମ୍ ମଡର୍ଣ୍ଣା ପକ୍ଷରୁ ଚାଲିଥିବା କରୋନା ଟିକା ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ ଟିକା ଯୋଗାଣ ପାଇଁ ଆଲୋଚନା ଚାଲିଛି। ପ୍ରତି ଡୋଜ୍‌ ପାଇଁ ୨୫ ଡଲାରରୁ ୩୭ ଡଲାର ମଧ୍ୟରେ ଟିକା ଯୋଗାଇ ଦିଆଯିବ ବୋଲି ମଡର୍ଣ୍ଣାର ଚିଫ୍ ଏକଜିକ୍ୟୁଟିଭ୍‌ ଷ୍ଟିଭେନ୍ ବନ୍‌ସଲ୍‌ ସୂଚନା ଦେଇଛନ୍ତି। ଅର୍ଥାତ ଭାରତୀୟ ବଜାରରେ ଏହାର ମୂଲ୍ୟ ୧୮୫୪ ଟଙ୍କାରୁ ୨୭୪୪ ଟଙ୍କା ମଧ୍ୟରେ ରହିବ। ୟୁରୋପୀୟ […]

sanas
ବଲିଉଡ୍‌ ଛାଡିବା ପରେ ମୌଲାନା ମୁଫତି ଅନାସଙ୍କୁ ବିବାହ କଲେ ସନା

ମୁମ୍ବାଇ: ନିକଟରେ ବଲିଉଡ୍‌ ଅଭିନେତ୍ରୀ ତଥା ବିଗ୍ ବସ୍ ରନର୍ ଅପ୍ ସନା ଖାନ୍ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରି ଦେଇଥିଲା। ସନା ଖାନ ନିକଟରେ ଫିଲ୍ମ ଜଗତ ଛାଡି ଧର୍ମର ପଥ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ନେଇ ତାଙ୍କ ପ୍ରଶଂସକମାନେ ନାନା ପ୍ରତିକ୍ରିୟା ଦେଇଥିଲା। ଏବେ ସନା ଖାନ ଆଉ ଏକ କାରଣ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସନା ଗୁଜରାଟର ମୌଲାନା […]

mohan
୩ ଦିନ ପାଇଁ ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରସଂଘଚାଳକ ମୋହନ ଭାଗବତ ନଭେମ୍ବର ୨୪ରୁ ୩ ଦିନ ପାଇଁ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ସଂଘର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳର ପୂର୍ବ କ୍ଷେତ୍ର ବୈଠକରେ ଯୋଗଦେବେ। ଭାଗବତ ୨୪ ତାରିଖରେ ଆସି ଭୁବନେଶ୍ୱରରେ ପହଞ୍ଚିବେ। ୨୫ ଓ ୨୬ ତାରିଖରେ ସେ ବୈଠକରେ ଅଂଶଗ୍ରହଣ କରିବେ। ତାଙ୍କ ସହ ସଂଘର ସରକାର୍ଯ୍ୟବାହ ସୁରେଶ ଭୟାଜୀ ଯୋଶୀ ମଧ୍ୟ ଆସୁଛନ୍ତି। ତେରାପନ୍ଥ ଭବନରେ ହେବାକୁ ଥିବା […]

jimut-patnaik-1
ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକଙ୍କ ପରଲୋକ

କଟକ: ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ କଟକ ସିଡିଏ ସେକ୍ଟର-୧୦ରେ ରହୁଥିଲେ। ଏକ ଟିଭି ସିରିଏଲ୍‌ ପାଇଁ ଶୁଟିଂ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ […]

lina
ଚାଲିଗଲେ ଅଭିନେତ୍ରୀ ଲୀନା

ମୁମ୍ୱାଇ: ଟେଲି ଅଭିନେତ୍ରୀ ଲୀନା ଆଚାର୍ଯ୍ୟଙ୍କର ଦେହାନ୍ତ ହୋଇଛି। ଶନିବାର ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଡ୍‌ନୀ ଫେଲ୍‌ ହେବାରୁ ଲୀନାଙ୍କର ମୃତ୍ୟୁ ହୋଇଛି। ତେବେ ଦାର୍ଘ ଦିନ ଧରି ଲୀନା କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ। କିଛିଦିନ ପୂର୍ବରୁ ତାଙ୍କ ଶରୀରରେ ତାଙ୍କ ମା’ଙ୍କର ଏକ କିଡ୍‌ନୀ ପ୍ରତିରୋପଣ କରାଯାଇଥିଲା। ଶେଷରେ ଗତକାଲି  ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ‘ମେରି ହାନିକାରକ ବିବି’  ‘ସେଠ୍‌ ଜୀ’, ‘ଆପ କେ […]