ମୁମ୍ବାଇ: ଆଜି ବଲିଉଡ୍ ଅଭିନେତ୍ରୀ ରେଖାଙ୍କର ଜନ୍ମଦିନ। ୧୯୫୪ ମସିହା ଅକ୍ଟୋବର ୧୦ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ରେଖା। ୧୯୭୯ମସିହାରେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ‘ଅନ୍ଜାନା ସଫର୍’ ମାଧ୍ୟମରେ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ୧୮୦ରୁ ଉର୍ଦ୍ଧ୍ୱ ବଲିଉଡ୍ ଫିଲ୍ମରେ ଅଭିନୟ କରିଥିବା ରେଖାଙ୍କର ଫିଲ୍ମ ସଫର୍କୁ ନେଇ ଯେତିକି ପ୍ରଶଂସା ହୁଏ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୁଏ। ରେଖାଙ୍କର ପ୍ରକୃତ ନାଁ ଭାନୁରେଖା ଗଣେଶନ। ସେ ସାଉଥ ଷ୍ଟାର୍ ଜେମିନୀ […]
ନୂଆଦିଲ୍ଲୀ: ଆଜିଠୁ ଟ୍ରେନ୍ ଟିକେଟ୍ ରିଜର୍ଭେସନ୍ ନିୟମରେ ପରିବର୍ତ୍ତନ ହୋଇଛି। ଟ୍ରେନ୍ ଛାଡ଼ିବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ୍ ୩୦ ମିନିଟ୍ରୁ ୫ମିନିଟ୍ ମଧ୍ୟରେ ମଧ୍ୟ ଟିକେଟ୍ ବୁକ୍ କରିହେବ। ଆଜିଠୁ ରିର୍ଜଭେସନ୍ ଚାର୍ଟର ଏହି ପୁରୁଣା ନିୟମ ଲାଗୁ ହୋଇଛି। ଏହି ନିୟମ ପୂର୍ବରୁ ମଧ୍ୟ ଥିଲା। ହେଲେ କରୋନା ମହାମାରୀ ସମୟରେ ଏହା ସମ୍ଭବପର ହେଉ ନ ଥିଲା। ହେଲେ ପୁଣିଥରେ ଏହି ନିୟମ ଆଜିଠୁ ଲାଗୁ ହୋଇଛି। ରେଲ୍ୱେର କହିବା ମୁତାବକ […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’କୁ ସିନେମା ହଲ୍ରେ ରିଲିଜ୍ କରିବାର ଯୋଜନା ଚାଲିଛି। କରୋନା ମହାମାରୀ ପାଇଁ ଫିଲ୍ମକୁ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ କରାଯାଇଥିଲା। ଓଟିଟି ପ୍ଲାଟଫର୍ମ ‘ଡିଜ୍ନି ହଟଷ୍ଟାର୍’ ଫିଲ୍ମକୁ ଦେଖିବା ପରେ ଲୋକମାନେ ଢେର୍ ସାରା ଭଲ ପାଇବା ଦେଇଥିଲେ। ଯାହାକୁ ଦେଖି ଏବେ ଏହି ଫିଲ୍ମକୁ ସିନେମା ହଲ୍ରେ ରିଲିଜ୍ କରିବାକୁ ଯୋଜନା ଚାଲିଛି। ଅନ୍ଲକ୍-୫ରେ ଅକ୍ଟୋବର ୧୫ରୁ ସିନେମା ହଲ୍ ଖୋଲିବା […]
ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ଗାୟିକା ନେହା କକ୍କର ତାଙ୍କର ଦୀର୍ଘ ଦିନର ବନ୍ଧୁ ରୋହନପ୍ରୀତ୍ ସିଂଙ୍କୁ ଖୁବ୍ ଶୀଘ୍ର ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ଏପରିକି ରୋହନଙ୍କ ପ୍ରତି ଥିବା ଭଲପାଇବାକୁ ନେହା ସୋସିଆଲ୍ ମିଡିଆରେ ମଧ୍ୟ ଶେଆର୍ କରିଛନ୍ତି। ଇନ୍ଷ୍ଟାଗ୍ରାମରେ ରୋହନପ୍ରୀତଙ୍କ ସହ ଏକ ଫଟୋ ଶେଆର କରିବା ସହ ରୋହନପ୍ରୀତଙ୍କୁ ଟ୍ୟାଗ କରି ନେହା କକ୍କର ଲେଖିଛନ୍ତି, ‘You’re Mine’। ଯାହାର ଉତ୍ତରରେ ରୋହନ କହିଥିଲେ, Babuuuuuuuu 😍😍😍😍😍 i love youuuuu […]
କୁଡ୍ଡଲୋର: ତାମିଲନାଡୁର କୁଡ୍ଡଲୋର ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଏକ ପଞ୍ଚାୟତ ବୈଠକରେ ସମସ୍ତ ସଦସ୍ୟ ଚେୟାରରେ ବସିଥିଲେ ମଧ୍ୟ ଜଣେ ଦଳିତ ମହିଳାଙ୍କୁ ତଳେ ବସିଥିବା ଦେଖିବାକୁ ମିଳିଥିଲା। ଏହାର ଫଟୋ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କୁଡ୍ଡଲୋରରେ ପଞ୍ଚାୟତ ଅଧ୍ୟକ୍ଷ ବୈଠକ ବସିଥିଲା। ବୈଠକରେ ଯୋଗ ଦେବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଚେୟାରର ବ୍ୟବସ୍ଥା କରାଯାଇଥିଲା। ହେଲେ ବୈଠକରେ ଯୋଗ ଦେଇଥିବା ଜଣେ ମହିଳାଙ୍କୁ ଚେୟାର ଦିଆଯାଇ […]
ମୁମ୍ବାଇ: ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାରଙ୍କ ଧମାକେଦାର୍ ଏଣ୍ଟ୍ରି। ସୂର୍ଯ୍ୟବଂଶୀ ରିଲିଜ୍ ଅନିର୍ଦ୍ଧିଷ୍ଟକାଳ ପାଇଁ ଘୁଞ୍ଚିବା ପରେ ଆସୁଛି ଅକ୍ଷୟଙ୍କ ଆଉ ଏକ ଫିଲ୍ମ। ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି ପିଲ୍ମ ଲକ୍ଷ୍ମୀ ବମ୍। ଗତକାଲି ଏହାର ଟ୍ରେଲର୍ ରିଲିଜ୍ ହୋଇଛି। ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ପୁଣିଥରେ ଅକ୍ଷୟଙ୍କ ପୁରୁଣା କମେଡି ଓ ଆକ୍ସନ୍କୁ ଏହି ଫିଲ୍ମରେ ଦର୍ଶକ ଦେଖିପାରିବେ । ଲକ୍ଷ୍ମୀ ବମ୍ ଏକ ହରର୍ କମେଡି ଫିଲ୍ମ ଯେଉଁଥିରେ ଅକ୍ଷୟଙ୍କ […]
ଦୁବାଇ: ଚଳିତ ଆଇପିଏଲର ୨୪ ତମ ମ୍ୟାଚ୍ ଆଜି ଆବୁଧାବିର ଶେଖ୍ ଜାୟେଦ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମ୍ୟାଚ୍ କିଙ୍ଗ୍ସ ଇଲେଭେନ ପଞ୍ଜାବ ଏବଂ କୋଲକାତା ନାଇଟ୍ ରାଇଡ୍ର ମଧ୍ୟରେ ଅନୁଷ୍ଠିତ ହେବ। ଆଜି ଦିନ ୩.୩୦ ସମୟରେ ଏହି ଦମ୍ଦାର ମ୍ୟାଚ୍ ଖେଳାଯିବ। ପଞ୍ଜାବ ପକ୍ଷରୁ ଆଜି ଖେଳିବେ: କ୍ରିସ୍ ଗେଲ, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (କ୍ୟା), ନିକୋଲାସ୍ ପୁରାନ୍ (କିପର), ପ୍ରଭାସୀମନ୍ ସିଂ/ ସରଫରାଜ ଖାନ୍, ମନଦୀପ ସିଂ, ମୁଜିବ […]
ଅବୁଧାବି: ଆଇପିଏଲର ୨୪ତମ ମ୍ୟାଚ୍ କିଙ୍ଗସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ କୋଲକାତାର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ପଏଣ୍ଟ ଟେବୁଲ୍ରେ କୋଲକାତା ୫ଟି ମ୍ୟାଚ୍ ଖେଳି ୩ଟି ଜିତି ଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ୬ ପଏଣ୍ଟ ହାସଲ ସହ ଟେବୁଲ୍ର ଚତୁର୍ଥ ସ୍ଥାନରେ ରହିଛି କୋଲକାତା। ସେହିଭଳି କିଙ୍ଗସ ଏକାଦଶ ପଞ୍ଜାବ ୬ଟି ମ୍ୟାଚ୍ ଖେଳି […]
ନୂଆଦିଲ୍ଲୀ: ଗତ କିଛି ଦିନ ହେବ ସୋଶାଲ୍ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି ଦିଲ୍ଲୀର ‘ବାବା କା ଢାବା’। ଦିନଥିଲା ମାଲବିୟା ନଗରରେ ଥିବା ଏହି ଢାବାକୁ ହାତ ଗଣତି କିଛି ଗ୍ରାହକ ଯାଉଥିଲେ। ଏବେ ଏହି ଢାବା ବାହାରେ ଲୋକଙ୍କ ଲାଇନ୍ ଲାଗୁଛି। ଏମିତିକି ଡେଟିଂ ଆପ୍ ଟିଣ୍ଡର ମଧ୍ୟ ତା ଗ୍ରାହାକଙ୍କୁ ଏହି ଢାବାକୁ ଯିବାକୁ ସୁପାରିଶ୍ କରିଛି। ନିକଟରେ ଟିଣ୍ଡର ଇଣ୍ଡିଆ ଟ୍ୱିଟ୍ କରି ଲେଖିଛି, ଆପଣଙ୍କ ସାଥୀ ସହ ପରବର୍ତ୍ତୀ ମିଳନ […]
ଆବଶ୍ୟକ ସାମଗ୍ରୀ- ଟମାଟୋ ପେଷ୍ଟ, ତେଜପତ୍ର, ଫୁଟଣ, କଙ୍କଡ଼ା, ପିଆଜ ବଟା, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, କଟା ପିଆଜ, ଲୁଣ, ଗରମ ମସଲା, ଜିରା ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ତେଲ ପ୍ରସ୍ତୁତି ପ୍ରଣାଳୀ- କଙ୍କଡ଼ାକୁ ସଫା କରିବା ପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଅଳ୍ପ ଲୁଣ, ଅଦା-ରସୁଣ ବଟା ଓ ପିଆଜ ବଟା ପକାଇ ଗୋଳାଇ ଦିଅନ୍ତୁ। ଏବେ ମାଟି ହାଣ୍ଡିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ […]
ୱାଶିଂଟନ: ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦ ଭିତରେ ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ଭାରତ ବିରୋଧରେ ଚାଇନା ଷଡ଼ଯନ୍ତ୍ରକୁ ପଦାରେ ପକାଇଛନ୍ତି। ଚୀନ ବିବାଦୀୟ ସୀମା ରେଖାରେ ପ୍ରାୟ ୬୦ ହଜାର ଯବାନ ମୁତୟନ କରି ରଖିଛି ବୋଲି ପମ୍ପିଓ କହିଛନ୍ତି। ତା ସହିତ କ୍ୱାଡ୍ ଦେଶଙ୍କୁ ଚାଇନା ପକ୍ଷରୁ ବିପଦ ରହିଛି ବୋଲି ଆମେରିକା ବିଦେଶ ମନ୍ତ୍ରୀ କହିଛନ୍ତି। ନିକଟକରେ ମାଇକ ପମ୍ପିଓ ଟୋକିଓରେ କ୍ୱାଡ ଦେଶର ବୈଠକରେ […]
ବେଙ୍ଗାଲୁରୁ: ପ୍ରଖ୍ୟାତ କାନାଡ଼ା ଫିଲ୍ମ ନିର୍ଦ୍ଦେଶକ ଭିଜୟ ରେଡ୍ଡୀଙ୍କ ପରଲୋକ ହୋଇଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲ୍ରେ ୮୪ ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରଛନ୍ତି ବିଜୟ। କାନାଡ଼ା ଫିଲ୍ମ ଜଗତରେ ଜଣେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ହେଲେ ବିଜୟ ରେଡ୍ଡୀ। ସେ ଦର୍ଶକଙ୍କୁ ଅନେକ ବ୍ଲକବଷ୍ଟର ଫିଲ୍ମ ଭେଟି ଦେଇଛନ୍ତି। ପରିବାର ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଜୟ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ […]
ନୂଆଦିଲ୍ଲୀ: ସୋଶାଲ୍ ମିଡିଆରେ ଦିଲ୍ଲୀର ‘ବାବା କା ଢାବା’କୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ଏବେ ଆଉ ଏକ ବୃଦ୍ଧଙ୍କ ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡ଼ିଓଟି ଆଗ୍ରାର। ଏଥିରେ ବୃଦ୍ଧ ଜଣଙ୍କ ବରା ବିକ୍ରି କରୁଥିବା ନଜର ଆସିଛନ୍ତି। ଏହି ଭିଡ଼ିଓକୁ ପ୍ରିୟାଂଶି ଜୟେସ୍ୱାଲ୍ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଶେଆର କରିଛନ୍ତି। ଭିଡ଼ିଓ ଶେଆର କରି ସେ ଲେଖିଛନ୍ତି, ଏଠି ବି ଜଣେ ବାବା […]
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଗ୍ ବସ୍ ଫେମ୍ ସନା ଖାନ୍ ବଲିଉଡ ଛାଡିବେ। ସୋଶାଲ୍ ମିଡିଆ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ନିକଟରେ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ ଏ ସମ୍ପର୍କିତ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଭାଇ ଓ ଭଉଣୀ ମାନେ ମୁଁ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ରହିଛି। ମୁଁ ବର୍ଷ ବର୍ଷ ଧରି ଚଳଚ୍ଚିତ୍ର ଜଗତ ସହ ଜଡିତ। ଫିଲ୍ମ ଜଗତରୁ ମତେ ଅନେକ ଖ୍ୟାତି, ସମ୍ମାନ ଏବଂ […]
ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ମହିଳାଙ୍କ ସୁରକ୍ଷା ନେଇ କଠୋର ହୋଇଛନ୍ତି କେନ୍ଦ୍ର ସରକାର। ମହିଳା ବିରୋଧୀ ହିଂସା ରୋକିବାକୁ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି କେନ୍ଦ୍ର ସରକାର। ମହିଳା ବିରୋଧୀ ହିଂସା ପ୍ରତି କଡ଼ା ପଦକ୍ଷେପ ନେବାକୁ ସବୁ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟଗୁଡ଼ିକର ମୁଖ୍ୟ ଶାସନ ସଚିବଙ୍କୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଚିଠି ଲେଖାଯାଇଛି। ଯୌନ ନିର୍ଯାତନା ଅଭିଯୋଗ ଥିଲେ ପୋଲିସ ଏତଲା ଗ୍ରହଣ କରିବାକୁ […]
ଦୁବାଇ: ଆଇପିଏଲର ୨୫ତମ ମ୍ୟାଚ୍ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ ହେଉଛନ୍ତି । ଏହି ମ୍ୟାଚ୍ରେ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଚେନ୍ନାଇ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ। ଏ ପର୍ଯ୍ୟନ୍ତ ବାଙ୍ଗାଲୋର ୫ଟି ମ୍ୟାଚ୍ରୁ ୩ଟି ଜିତି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ଏବଂ ଚେନ୍ନାଇ ୬ଟି ମ୍ୟାଚ୍ ଖେଳି ୪ଟିରେ […]
ଲଣ୍ଡନ: ଦିନେ କ୍ରିକେଟ୍ ଖେଳୁଥିଲେ, ପରେ ପାର୍ଲାମେଣ୍ଟରେ ସାଂସଦ ହେଲେ। ବଦଳିଗଲା କ୍ରିକେଟରଙ୍କ ଭାଗ୍ୟ। ମାତ୍ର ୧୬ ବର୍ଷ ବୟସରେ ଲଣ୍ଡନର ଲର୍ଡସ ଗ୍ରାଉଣ୍ଡରେ କ୍ରିକେଟ ଖେଳିବା ପାଇଁ ବ୍ୟାଟ୍ ଧରିଥିବା ବାଳକ ଯେ ଦିନେ ବ୍ରିଟେନର ହାଉସ ଅଫ୍ ଲର୍ଡସରେ ପହଞ୍ଚିଯାଇ ପାରେ, ଏକଥା କେହି କେବେ ଭାବି ନଥିଲେ। ଏହି ବାଳକ, କ୍ରିକେଟ ଖେଳି ଏବେ ସାରା ବିଶ୍ୱରେ ନାଁ କମେଇଛନ୍ତି। କ୍ରିକେଟରେ ଯେଉଁ କେତେଜଣ ଆଗଧାଡ଼ିର ପ୍ରବାଦପୁରୁଷ ଭାବେ ଗଣା ହୁଅନ୍ତି ସେମାନଙ୍କ […]
ସାମ୍ୱାଦିକତାରେ ଫେୟାର ବା ନ୍ୟାୟସଙ୍ଗତ ରିପୋର୍ଟିଂ ଅପରାଧ ନୁହେଁ। ଜମ୍ମୁ ଓ କାଶ୍ମୀର ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେବାସହ ଜଣେ ବରିଷ୍ଠ ସାମ୍ୱାଦିକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ରଦ୍ଦ କରିଦେଇଛନ୍ତି। ୨୦୧୮ ମସିହା ଏପ୍ରିଲ୍ ୩ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶ ପାଇଥିଲା ଯେ, ‘ଜମ୍ମୁ ଓ କାଶ୍ମୀରରେ ଷ୍ଟୋନ୍ ପେଲ୍ଟର ବା ପଥର ଫିଙ୍ଗାଳିମାନେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଛନ୍ତି, ୪ ମହିଳା ଆହତ’। ବିଭିନ୍ନ ଟ୍ରାଭେଲ ଏଜେନ୍ସୀ ଆସୋସିଏସନ୍ ଏହାକୁ ନେଇ […]
ଦୁବାଇ: ଆଇପିଏଲ୍ରେ ରୟାଲଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପାଇଁ ୬୦୦୦ ରନ୍ ପୂରଣ କଲେ କ୍ୟାପ୍ଟେନ୍ ବିରାଟ କୋହଲି। ଆଜି ଦୁବାଇରେ ଖେଳାଯାଉଥିବା ଆଇପିଏଲ୍ର ୨୫ ତମ ମ୍ୟାଚ୍ରେ ବିରାଟ୍ ଚେନ୍ନାଇ ବିରୋଧରେ ଏହି ଲମ୍ବା ସ୍କୋର୍ ପୂରଣ କରିଛନ୍ତି। ଏପରି କରିବାରେ କୋହଲି ବାଙ୍ଗାଲୁରୁ ଦଳର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହି ୬ ହଜାରରୁ ଚାମ୍ପିୟନ ଲିଗ୍ ଟି-୨୦ରେ ବିରାଟ ୩୮.୫୪ ହାରରେ ମାତ୍ର ୧୫ଟି ମ୍ୟାଚ୍ ଖେଳି ୪୨୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧ […]
ଦୁବାଇ: ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି। ବିରାଟଙ୍କ ଦୃଢ଼ ବ୍ୟାଟିଂ ବଳରେ ବାଙ୍ଗାଲୋର ୨୦ ଓଭର୍ରେ ୪ ୱିକେଟ ହରାଇ ୧୬୯ ରନର ସ୍କୋର କରିଛି। ଫଳରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୭୦ ରନ୍ର ଟାର୍ଗେଟ ରହିଛି। ଟସ୍ ଜିତି ପ୍ରଥମେ ବିରାଟ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଦଳ ୩ୟ ଓଭର୍ରେ ଆରୋନ ଫିଞ୍ଚ(୨)ଙ୍କୁ ହରାଇଥିଲା। ଏହାପରେ ଦେବଦତ୍ତ […]
ନୂଆଦିଲ୍ଲୀ: ତିନି ତଲାକ ବିରୋଧରେ ଦୀର୍ଘଦିନ ଧରି ଆଇନଗତ ଲଢ଼େଇ ଲଢ଼ିଥିବା ମୁସଲମାନ ମହିଳା ଶାୟରା ବାନୋ ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତରାଖଣ୍ଡ ବିଜେପି ନେତା ତଥା ରାଜ୍ୟ ବିଜେପି ସଭାପତି ବଂଶୀଧର ଭଗତଙ୍କ ଉପସ୍ଥିତିରେ ଶାୟରା ଆଜି ଦେହରାଡୁନ ଠାରେ ବିଜେପିରେ ସାମିଲ ହୋଇଛନ୍ତି। ଦଳରେ ଶାୟରାଙ୍କ ସାମିଲ୍ ନେଇ ଉତ୍ତରାଖଣ୍ଡ ବିଜେପି ଟ୍ୱିଟ୍ କରି ସୂଚନା ଦେଇଛି। ଦଳ ଟ୍ୱିଟ୍ରେ ଲେଖିଛି “ ତିନି ତଲାକ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ସାହସୀ ମହିଳା […]
ପାଟନା: ବାପାଙ୍କୁ ହରାଇବା ପରେ ପୁଅ କେମିତି ବେସାହାରା ମନେ କରେ ତାହା ଶବ୍ଦରେ ପ୍ରକାଶ କରିବା କଷ୍ଟକର। କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶ୍ୱାନ ଦେହାନ୍ତ ପରେ ତାଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ଅବସ୍ଥା ବି ଠିକ୍ ସେହିପରି। ବାପାଙ୍କ ବିୟୋଗରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ଚିରାଗ। ଆଜି ରାମ ବିଲାଶଙ୍କର ଅନ୍ତିମ ସଂସ୍କାରରେ ମୁଖାଗ୍ନି ବେଳେ ଧୈର୍ଯ୍ୟ ରଖି ପାରିନଥିଲେ ଚିରାଗ। ମୁଖାଗ୍ନି ଦେବା ପରେ ପରେ ହିଁ ସେ ସେଇଠି ଅଚେତ୍ ହୋଇପଡ଼ିଥିଲେ। ରାମ […]