ଇସ୍ଲାମ୍ବାଦ: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁ ଉପରେ ଆକ୍ରମଣ କମିବାର ନାଁ ନେଉନି। ଗତ ରବିବାର ମୁସ୍ଲିମ କଟ୍ଟରପନ୍ଥୀ ସିନ୍ଧ ଅଞ୍ଚଳର ଏକ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିଛନ୍ତି। ଏଥିସହିତ ଆଖପାଖ ଅଞ୍ଚଳରେ ଥିବା ୩୦୦ ହିନ୍ଦୁ ପରିବାରକୁ ନିର୍ଦ୍ଧୁମ ପିଟିଛନ୍ତି ଏବଂ ଏହି ସ୍ଥାନ ଛାଡ଼ି ଚାଲିଯିବାକୁ ଧମକ ଦେଇଛନ୍ତି। ଶେଷରେ ଏହି ଇଲାକାରେ ରହୁଥିବା ମୁସ୍ଲିମ ପରିବାରର ଲୋକମାନେ ଦଙ୍ଗାକାରୀମାନଙ୍କୁ ରୋକିବା ସହ ହିନ୍ଦୁ ପରିବାରକୁ ସୁରକ୍ଷା ଯୋଗାଇଛନ୍ତି। ଡନ୍ ଖବରକାଗଜ […]
ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବା ନେଇ UGC ଗାଇଡଲାଇନ ଜାରି କରିଛି। କେନ୍ଦ୍ରୀୟ ଓ ରାଜ୍ୟ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟ ପାଇଁ ଗାଇଡଲାଇନ ଜାରି କରିଛି UGC । ଗାଇଡ୍ଲାଇନ୍ରେ କୁହାଯାଇଛି ଯେ କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବ କି ନାହିଁ ଏ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜେ ନିଷ୍ପତ୍ତି ନେଇପାରିବେ। ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟ ବାବଦରେ ନିଷ୍ପତ୍ତି ରାଜ୍ୟ ସରକାର ନେଇପାରିବ ବୋଲି UGC କହିଛି। ସେହିପରି ଗବେଷଣାରତ ଓ ବିଜ୍ଞାନ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପାଇଁ […]
ସାଧାରଣତଃ ଖାଦ୍ୟର ବାସ୍ନା ଓ ସ୍ୱାଦ ବଢ଼ାଇବା ପାଇଁ ଭୃଷଙ୍ଗ ପତ୍ରକୁ ବ୍ୟବହାର କରାଯାଇଥାଏ। ହେଲେ ଅଧିକାଂଶ ଲୋକ ଜାଣିନଥିବେ ଯେ ଏହି ପତ୍ରରେ ଖାଦ୍ୟର ବାସ୍ନା ବଢ଼ାଇବା ସହିତ ଔଷଧୀୟ ଗୁଣ ମଧ୍ୟ ଭର୍ପୁର। ଭିଟାମିନ ଏ, ବି, ସି, ଏମିନୋ ଏସିଡ୍, କ୍ୟାଲ୍ସିୟମ, ଫାଇବର୍, ପ୍ରୋଟିନ୍, ଫସ୍ଫରସ୍ ଓ ଆଇରନ୍ ଭଳି ତତ୍ତ୍ୱ ଏହି ପତ୍ରରେ ରହିଛି। ଏମିତି କି ବିଭିନ୍ନ ଆୟୁର୍ବେଦୀୟ ଔଷଧ ପାଇଁ ମଧ୍ୟ ଏହି ପତ୍ର ବ୍ୟବହାର କରାଯାଇଥାଏ। ବ୍ଲଡ୍ […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ମଡେଲ୍ ପୁନମ୍ ପାଣ୍ଡେ ଓ ତାଙ୍କ ସ୍ୱାମୀ ସାମ୍ ବମ୍ବେଙ୍କୁ ପୋଲିସ୍ ଗିରଫ କରିଛି।ଦକ୍ଷିଣ ଗୋଆ ଚାପୋଲି ଡ୍ୟାମ୍ର ନିଷିଦ୍ଧ ଅଞ୍ଚଳରେ ଅଶ୍ଲୀଳ ଭିଡିଓ ଶୁଟ୍ କରି ବିବାଦ ଘେରକୁ ଆସିଥିଲେ ପୁନମ୍। ଏହି ଘଟଣାରେ ଗୋଆ ପୋଲିସ୍ ପୁନମ୍ ଓ ତାଙ୍କ ସ୍ୱାମୀଙ୍କୁ ଗତକାଲି ଗିରଫ କରିଛି। ସ୍ୱାମୀଙ୍କ ସହ ଉତ୍ତର ଗୋଆର ଏକ ବିଚ୍ ରିସର୍ଟରେ ରହୁଥିବା ପୁନମ୍ଙ୍କ ବିରୋଧରେ ମାମଲା ରୁଜୁ ହେବାପରେ କାନାକୋନା ପୋଲିସ୍ ପ୍ରଥମେ […]
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୭,୬୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ଲକ୍ଷ ୧୧ ହଜାର ୭୨୪କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦିନକରେ ୬୭୦ ଜଣଙ୍କ ମୃତ୍ୟୁ ହେବା ପରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ ହଜାର ୯୮୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ଟିଭ୍ କେସ୍- ୫,୨୦,୭୭୩ ରହିଥିବା […]
ମାଲକାନଗିରି: ଉଚ୍ଚ ଶିକ୍ଷିତ ହୋଇ ବି ଏବେ ପାଲଟିଛନ୍ତି ଜଙ୍ଗଲ ବୟ। ଜଙ୍ଗଲରେ ସମୟ ବିତାଇବା ସହ ପଶୁ, ପକ୍ଷୀଙ୍କ ଗହଳିରେ ଜୀବନ କାଟୁଛନ୍ତି ଏହି ଯୁବକ। ଭୋପାଳ ଏନଆଇଟିରେ ଏମ୍ଟେକ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି ମାଲକାନଗିରି ଜିଲ୍ଲା ଏମଭି-୭୯ ଗାଁର ରବୀନ୍ଦ୍ର ମଣ୍ଡଳଙ୍କ ପୁଅ ରାଜେଶ ମଣ୍ଡଳ। ହେଲେ ଚାକିରି ପ୍ରତି ରାଜେଶ ମନ ନ ଦେଇ ଏବେ ଜଙ୍ଗଲ ବୟ ପାଲଟିଛନ୍ତି। ଏମ୍ଟେକ୍ ସରିଲା ପରେ ସେ ଚାକିରି ପଛରେ ନ ଧାଇଁ ଅନ୍ୟ ପାଇଁ […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟର ଦ୍ୱାର ଦେଶରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ। ହ୍ୱାଇଟ ହାଉସ୍ ଠାରୁ ସେ ଅଳ୍ପ ଦୂରରେ ଅଛନ୍ତି। ଆଉ ଗୋଟିଏ ଷ୍ଟେଟ୍ସ ଜିତିଲେ ସେ ହ୍ୱାଇଟ ହାଉସ ଦଖଲ କରିବେ। ଓ୍ୱିସ୍କନ୍ସିନ୍ ଓ ମିସିଗାନ ଜିତିବା ପରେ, ରେକର୍ଡ ୭ କୋଟି ୧୦ ଲକ୍ଷରୁ ଅଧିକ ଭୋଟ ସହ ଆଗରେ ରହିଛି ଡେମୋକ୍ରାଟିକ ପାର୍ଟି। ନିଜର ବିଜୟ ସମ୍ଭାବନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ଦେଖି, ସେ ଆମେରିକାର ରାଷ୍ଟ୍ରପତି ଭାବେ […]
ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଗତ କିଛି ଦିନ ଧରି ବାୟୁ ପ୍ରଦୂଷଣରେ ଅତିଷ୍ଠ ହୋଇଥିବା ଦିଲ୍ଲୀବାସୀଙ୍କ ପାଇଁ ଏବେ ସମସ୍ୟା ବଢାଇଛି। ଯମୁନା ନଦୀରେ ସୃଷ୍ଟି ହୋଇଥିବା ବିଷାକ୍ତ ଫେଣ ବାୟୁ ପ୍ରଦୂଷଣର ମାଡ଼ ସହୁଥିବା ଦିଲ୍ଲୀରେ ଏବେ ଜଳ ପ୍ରଦୂଷଣ ଲୋକଙ୍କ ଚିନ୍ତା ବଢାଇଥିବାବେଳେ ସରକାରଙ୍କର ବି ନିଦ ହଜାଇଛି। ସେପଟେ ଖାଲି ପରିବେଶ ନୁହେଁ, ଏବେ ଦିଲ୍ଲୀ ପରିବେଶ ପାଇଁ ଦୁଇ ଆଡୁ ବିପଦ ରହିଛି। କହିବାକୁ ଗଲେ ଦିଲ୍ଲୀବାସୀଙ୍କୁ ବି […]
ପୁରୀ: ୧୦ ବର୍ଷରୁ ନିଖୋଜ ଥିଲେ ମହିଳା। ଘରୁ କେଉଁ ଆଡ଼େ ଚାଲି ଯାଇଥିଲେ। ପରିବାରଲୋକେ ବି ଆଶା ଛାଡ଼ି ଦେଇଥିଲେ। ହେଲେ ଶ୍ରୀକ୍ଷେତ୍ରରୁ ଆସିଲା ଖୁସି ଖବର। ପଶ୍ଚିମବଙ୍ଗରୁ ନିଖୋଜ ମହିଳାଙ୍କ ପତ୍ତା ପୁରୀରୁ ମିଳିଲା। ପରିବାରଲୋକଙ୍କୁ ୧୦ ବର୍ଷ ପରେ ଦେଖିପାରିଲେ ପୁଅ ଓ ସ୍ୱାମୀ। ଆଉ ଏବେ ଖୁସି କହିଲେ ନସରେ। ଘଟଣାଟି ଥିଲା ଏମିତି…. ପଶ୍ଚିମବଙ୍ଗ ବୋଲପୁରର ତାରା ଭଗତ। ୨୦୧୦ରୁ ନିଖୋଜ ଥିଲେ। ଘର ଛାଡ଼ି କେଉଁ ଆଡ଼େ ଚାଲି […]
ମୋସ୍କୋ; ଶାରୀରିକ ଅସୁସ୍ଥତା ଯୋଗୁ ରାଷ୍ଟ୍ରପତି ପଦ ଛାଡ଼ିପାରନ୍ତି ଋଷିଆ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍। ୬୮ ବର୍ଷୀୟା ପୁଟିନ ପାର୍କିନସନ୍ ରୋଗରେ ପୀଡ଼ିତ ଥିବାରୁ ସେ ଜାନୁଆରୀରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଅସୁସ୍ଥତା କାରଣରୁ ପୁଟିନଙ୍କ ଘର ଲୋକ ତାଙ୍କୁ ପଦ ଛାଡ଼ିବାକୁ ଅନୁରୋଧ କରୁଥିବା କୁଆଯାଉଛି। ପୁଟିନଙ୍କର ୩୭ ବର୍ଷିୟା ଗର୍ଲଫ୍ରେଣ୍ଡ ଅଲିନା କାବାଇଭା ଓ ତାଙ୍କର ଦୁଇଟି ଝିଅ ତାଙ୍କୁ ଅବସର ନେବାକୁ ବାଧ୍ୟ କରୁଛନ୍ତି। […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଦେଶର ୧୭ ମିଲିୟନ ଓଧ ମାରିବାକୁ ନିଷ୍ପତ୍ତି ନେଇଛି ୟୁରୋପୀୟ ଦେଶ ଡେନ୍ମାର୍କ। ଓଧ ଠାରୁ ମଣିଷ ଶୀରରେ କରୋନା ବ୍ୟାପିବା ଜଣା ପଡ଼ିବା ପରେ କରୋନା ଭାଇରସ ଥିବା ସମସ୍ତ ଓଧ ମାରିବାକୁ ନିଷ୍ପତ୍ତି ନେଇଛନ୍ତି ଡେନ୍ମାର୍କ ସରକାର। ଡେନ୍ମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟି ଫ୍ରିଡେରିକ୍ସେନ୍ ସୂଚନା ଦେଇ କହିଛନ୍ତି ଯେ ଓଧ ଓ ମଣିଷ ଠାରେ କରୋନାର ଭିଭିନ୍ନ ଷ୍ଟେନ୍ ଥିବା ଜଣାପଡ଼ିଛି। ଯାହା ଆଣ୍ଟିବଡି ତିଆରି କରିବାରେ ବାଧା […]
ବାଣ ଫୁଟାଇ ଆଲୋକର ପର୍ବ ଦୀପାବଳିକୁ ଲୋକମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରିଥାନ୍ତି। ହେଲେ କରୋନା ଯୋଗୁ ଚଳିତ ବର୍ଷ ଦୀପାବଳି ଫିକା ପଡ଼ିପାରେ। ପୁରାଣ ଅନୁସାରେ, ଦୀପାବଳି ଦିନ ଭଗବାନ ଶ୍ରୀରାମ ଅଯୋଧ୍ୟା ଫେରିଥିଲେ। ଏହି ଖୁସିରେ ଅଯୋଧ୍ୟାବାସୀ…
ନୂଆଦିଲ୍ଲୀ: ନଭେମ୍ବର ୧୪ ତାରିଖରେ ପଡ଼ୁଛି ଆଲୋକର ପର୍ବ ଦୀପାବଳି। ଏହି ପର୍ବକୁ ସାରା ଦେଶରେ ବଡ଼ ଧୁମ୍ଧାମରେ ପାଳନ କରାଯାଏ। କିଏ ଏହାକୁ ଅନ୍ଧାର ଉପରେ ଆଲୋକର ବିଜୟ କୁହେ ତ ଆଉ କିଏ କହେ ପାପ ଉପରେ ପୁଣ୍ୟର…
ମୁମ୍ବାଇ: ପୁନମ ପାଣ୍ଡେ ଓ ତାଙ୍କ ସ୍ୱାମୀ ସାମ ବମ୍ବେଙ୍କୁ ମିଳିଲା ଜାମିନ। ଅଶ୍ଲୀଳ ଭିଡିଓ ଶୁଟିଂ କରିବା ଅଭିଯୋଗରେ ଗୁରୁବାର ଗୋଆ ପୋଲିସ ଉଭୟଙ୍କୁ ଅଟକ ରଖିଥିଲା। ଚାପୋଲି ଡାମରେ ଅଶ୍ଲୀଳ ଭିଡିଓ ଶୁଟିଂ କରିବା ନେଇ ବୁଧବାର ଦମ୍ପତିଙ୍କ ନାଁରେ ଥାନାରେ ଅଭିଯୋଗ ହେବା ପରେ ଉଭୟଙ୍କୁ ଅଟକ ରଖିଥିଲା ପୋଲିସ। ଗୁରବାର ରାତିରେ ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ପୁନମ ଓ ସାମଙ୍କୁ କାନାକୋନାର ଫାଷ୍ଟକ୍ଲାସ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଜାମିନ ମଞ୍ଜୁର […]