• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

babab-1
‘ବାବା କା ଢାବା’ରେ ଗ୍ରାହକଙ୍କ ଲମ୍ବା ଲାଇନ, ବୃଦ୍ଧ ଦମ୍ପତ୍ତିଙ୍କ ମୁହଁରେ ଫେରିଲା ହସ

ନୂଆଦିଲ୍ଲୀ: ଦିଲ୍ଲୀର ମାଲଭିଆ ନଗରର କାନ୍ତା ପ୍ରସାଦ ଏବଂ ତାଙ୍କ ପତ୍ନୀ ବାଦାମୀ ଦେବୀଙ୍କ ‘ବାବା କା ଢାବା’ରେ ଏବେ ଖୁବ୍ ଭିଡ। ଖାଁ ଖାଁ ପଡ଼ିଥିବା ଦୋକାନରେ ଏତେ ଲୋକଙ୍କ ଭିଡ ଦେଖି ବୃଦ୍ଧ ଦମ୍ପତିଙ୍କ ଖୁସି କହିଲେ ନ ସରେ। ସତେ ଯେମିତି ଗୋଡ ଆଉ ତଳେ ଲାଗୁନି ସେମାନଙ୍କର। କଥା ହେଲା, ମାଲଭିଆ ନଗରର କାନ୍ତା ପ୍ରସାଦ ବହୁ ବର୍ଷ ଧରି ଏକ ଛୋଟ ଦୋକାନ କରିଥିଲେ। ସେଠାରେ ବ୍ୟବସାୟ ନହେବାରୁ ସେମାନେ […]

police man shot dead
ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

ମୁଜାଫରପୁର: ପୋଲିସ୍‌ ଷ୍ଟେସନ ଯିବା ବାଟରେ ଜଣେ ପୋଲିସ୍ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ବିହାରରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ବିହାର ମୁଜାଫରଫୁର ଜିଲ୍ଲା ମଣିଆରି ଥାନାକୁ ଯିବା ବାଟରେ ସମ୍ପୃକ୍ତ ପୋଲିସ୍‌ କର୍ମଚାରୀଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଛି। ଗୁରୁବାର ସକାଳେ ଏହି ଘଟଣା ଘଟିଛି। ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ। ଗୁଳିମାଡ଼ ପଛରେ କାହାର ହାତ ଅଛି ? କେଉଁ କାରଣ ପାଇଁ ପୋଲିସ୍‌ କର୍ମଚାରୀଙ୍କୁ ଗୁଳିମାଡ଼ କଲା […]

ec
କରୋନା କଟକଣା ଭିତରେ ନିର୍ବାଚନ: ପ୍ରଚାର ଉପରେ କଟକଣା ଜାରିକଲେ EC

ନୂଆଦିଲ୍ଲୀ: କରୋନା କଟକଣା ମଧ୍ୟରେ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ ସହ ବିଭିନ୍ନ ରାଜ୍ୟର ଉପନିର୍ବାଚନ। କୋଭିଡ କଟକଣା ମଧ୍ୟରେ ହେବ ଏହି ନିର୍ବଚନ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟାର କ୍ୟାମ୍ପେନର ଗାଇଡ୍‌ଲାଇନ୍‌ରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ପ୍ରଚାର ସମୟରେ ଅଧିକ ଷ୍ଟାର ପ୍ରଚାରକ ନେଇପାରିବେ ନାହିଁ ବୋଲି ନିବାର୍ଚନ କମିଶନ ସ୍ପଷ୍ଟ କରିଛନ୍ତି। କରୋନା ସଂକ୍ରମଣ ଯୋଗୁ ଷ୍ଟାର କ୍ୟାମ୍ପେନର ଗାଇଡ ଲାଇନରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ । ଆଗାମୀ ନିର୍ବାଚନରେ […]

polece
ୟୁପିରେ ପୁଣି ନାବାଳିକାଙ୍କୁ ଗଣ ଦୁଷ୍କର୍ମ, ୩ ଗିରଫ

ନୋଏଡା: ଉତ୍ତରପ୍ରଦେଶରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ଯେମିତି କମିବାର ନାଁ ନେଉନି। ନିକଟରେ ହାଥରସ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ନିଆଁ ଜଳୁଥିବାବେଳେ ପୁଣି ସେହିପରି ଏକ ଘଟଣାର ପୁନରାବୃତ୍ତି ଘଟିଛି। ଉତ୍ତର ପ୍ରଦେଶ ଗ୍ରେଟର ନଏଡାରରେ ୧୩ ବର୍ଷର ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ତିନି ଜଣ ଯବକ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ କୁହାଯାଇଛି। ଗୌତମ ବୁଦ୍ଧ ନଗର ପୋଲିସ କହିବା ଅନୁଯାୟୀ, ଘଟଣା ମଙ୍ଗଳବାର […]

ପ୍ରେମ ପାଇଁ ଯୁବକଙ୍କୁ ଖଣ୍ଡ ଖଣ୍ଡ କରି ହାଣିଦେଲେ !

କଣ୍ଟାବାଞ୍ଜି: ଟ୍ରେନ୍‌ ଲାଇନ୍‌ରୁ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କୁକୁଡ଼ାହାଡ଼ ଗାଁ ନିକଟ ଟ୍ରେନ୍‌ ଲାଇନ୍‌ରୁ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ଘର କଣ୍ଟାବାଞ୍ଜି ୧୧ନଂ ଓ୍ୱାର୍ଡ ରାମନଗରପଡ଼ା ଗାଁରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଆଜି ସକାଳେ ଜିଆରପି ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା। ଯୁବକଙ୍କ ମୁଣ୍ଡ ଓ ଗୋଡ଼ ଅଲଗା ହୋଇଯାଇଥିବା ବେଳେ ହାତ ପାପୁଲି ଛିଣ୍ଡି ହୋଇ ଅନ୍ୟ ଏକ ସ୍ଥାନରେ […]

gym
ଭଡ଼ାଘରୁ ମିଳିଲା ଜିମ୍‌ ଟ୍ରେନର୍‌ଙ୍କ ମୃତଦେହ, ମା’ କହିଲେ-ପୁଅ ଭୁଲ୍‌ବଶତଃ...

ମୋହାଲି: ଭଡ଼ାଘରୁ ସନ୍ଦେହଜନକ ଅବସ୍ଥାରେ ଜଣେ ୨୩ ବର୍ଷୀୟ ଜିମ୍‌ ଟ୍ରେନର୍‌ଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ସାଙ୍ଗରୁର ଜିଲ୍ଲାର ଧୁରୀ ନିବାସୀ କୁଲ୍‌ଦୀପ ସିଂ। ସେ ପଞ୍ଜାବ ମୋହାଲି ଅଞ୍ଚଳର ସେକ୍ଟର ୬୮ରେ ଭଡ଼ା ଘରେ ରହୁଥିଲେ। ପୋଲିସ୍‌ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। କେଉଁ ପରିସ୍ଥିତିରେ ଜିମ୍‌ ଟ୍ରେନର୍‌ଙ୍କ ମୃତ୍ୟୁ ଘଟିଲା ସେନେଇ ପୋଲିସ୍‌ ଖୋଳତାଡ଼ ଆରମ୍ଭ କରିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜିମ୍‌ ଟ୍ରେନର୍ କୁଲ୍‌ଦୀପଙ୍କ ମାଆ […]

puran
ମ୍ୟାଚ୍‌ ହାରି ମଧ୍ୟ ଚର୍ଚ୍ଚାରେ କିଙ୍ଗସ ଇଲେଭେନ ପଞ୍ଜାବ

ଦୁବାଇ:ଆଇପିଏଲ ଗୁରୁବାର ମ୍ୟାଚ୍‌ରେ କିଙ୍ଗସ ଇଲେଭେନ ପଞ୍ଜାବ (KXIP)କୁ ପୁଣି ଏକ ପରାଜୟକୁ ସାମ୍ନା କରିବାକୁ ପଡ଼ିଛି। ସନରାଇଜର୍ସ ହାଇଦ୍ରାବାଦ (SRH) ୬୯ ରନ୍‌ରେ KXIPକୁ ହରାଇଛି। କ୍ୟାପ୍ଟେନ ଡେଭିଡ ୱାର୍ଣ୍ଣର ଏବଂ ଜନି ବେଷ୍ଟୋ ଯୋଡ଼ି ଜବରଦସ୍ତ ଖେଳିଲେ। ୱାର୍ଣ୍ଣର ୫୨ ଏବଂ ବେଷ୍ଟୋ ୯୭ ରନ କରିଥିଲେ। ତେବେ ପରାଜୟ ପରେ ମଧ୍ୟ ପଞ୍ଜାବର ନିକୋଲସ ପୂରନ(Nicholas Pooran )ଙ୍କ ବ୍ୟାଟିଂକୁ ନେଇ ଖୁବ୍‌ ଚର୍ଚ୍ଚା। ପଡିଆରେ ଯେମିତି ରନ୍‌ ବର୍ଷା ହେଉଥିଲା। ନିକଲୋସଙ୍କ […]

DESIDOC 2020 Job Recruitment
ସରକାରୀ ଚାକିରୀ ପାଇଁ ଆଗ୍ରହୀ ପ୍ରାର୍ଥୀଙ୍କ ଲାଗି ସୁଯୋଗ ଆଣିଲା DRDO

ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଅଧୀନ  ଡିଫେନ୍ସ ସାଇଣ୍ଟିଫିକ ଓ ଡକ୍ୟୁମେଣ୍ଟେସନ ସେଣ୍ଟର (DESIDOC)  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆପ୍ରେନଣ୍ଟିସ୍‌ ତାଲିମ ନେବାକୁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆହ୍ୱାନ କରିଛି। ଏହି ତାଲିମର ଅବଧି ଏକବର୍ଷ ରହିଛି। ଯୋଗ୍ୟ ପ୍ରାର୍ଥୀମାନେ DRDOର ଅଫିସିଆଲ ସାଇଟ୍‌ drdo.gov.in କୁ ଯାଇ ଆବେଦନ କରିପାରିବେ। ନିଯୁକ୍ତି ଖବରରେ ବିଜ୍ଞାପନ ପ୍ରକାଶ ପାଇବା ତାରିଖ ଠାରୁ ୧୫ ଦିନ ମଧ୍ୟରେ […]

corona-world
Corona Cases In World: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩.୪୮ ଲକ୍ଷ ପଜିଟିଭ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ସାରା ବିଶ୍ୱରେ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି।  ଗତ କିଛି ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା। ହେଲେ ପୁଣି ଆଜି ଉପର ମୁହାଁ ହୋଇଛି ।  ବିଶ୍ୱର ୨୧୪ ଦେଶରେ ଆତଙ୍କ ଖେଳାଇଥିବା କରୋନା ଭାଇରସରେ ୨୪ ଘଣ୍ଟାରେ ୩.୪୮ ଲକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଶ୍ୱରେ ୬୪୨୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଭାରତ, ଆମେରିକା ପରି ବ୍ରାଜିଲ, ଫ୍ରାନ୍ସ, ଆର୍ଜେଣ୍ଟିନା, ଋଷ ଏବଂ କଲମ୍ବିଆରେ […]

lotery
ମୁଠାଏ ଖାଦ୍ୟ ପାଇଁ ଭିକ୍ଷା ମାଗୁଥିଲେ, ଏହି ଭିକ୍ଷା କରିଦେଲା ମାଲାମାଲ୍‌

ନୂଆଦିଲ୍ଲୀ: ସେମାନେ ଥିଲେ ଗରିବ, ଦୁଃଖୀ। ଆଖିରେ ଥିଲା ଆଖିରେ ଥିଲା ଗୋଟିଏ ସ୍ୱପ୍ନ- ପେଟକୁ କେମିତି ଦୁଇମୁଠା ଖାଦ୍ୟ ମିଳିବ। ମୁଠାଏ ଖାଦ୍ୟ ପାଇଁ ହାତ ପତେଇଥିଲେ ଜଣେ ଲଟେରୀ ସଞ୍ଚାଳକଙ୍କ ପାଖରେ। ଲଟେରୀ ସଞ୍ଚାଳକ ତାଙ୍କୁ ଖାଦ୍ୟ ତ ଦେଲେନି। ଖାଦ୍ୟ ବଦଳରେ ତାଙ୍କୁ ଯାହା ଦେଲେ, ସେଥିରେ ସେମାନଙ୍କର ଭାଗ୍ୟ ବଦଳିଗଲା। ଏକଦମ ମାଲାମାଲ। ଘଟଣା ଘଟିଛି ଫ୍ରାନ୍ସରେ। ଫ୍ରେଞ୍ଚ ଲଟେରୀ ସଞ୍ଚାଳକ ଏଫଡିଜେ (French lottery operator FDJ) ମଙ୍ଗଳବାର ସୂଚନା […]