• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

tatoo
ରାମ ମନ୍ଦିର ଭୂମି ପୂଜନ ପୂର୍ବରୁ ହାତରେ ଶ୍ରୀରାମ ଟାଟୁ ଆଙ୍କିଲେ ମୁସ୍‌ଲିମ୍‌ ଯୁବତୀ

ବାରାଣାସୀ: ଅଗଷ୍ଟ ୫ ତାରିଖରେ ହେବ ରାମମନ୍ଦିର ନିର୍ମାଣସ୍ଥଳର ଭୂମି ପୂଜନ ଉତ୍ସବ । ଏଥିପାଇଁ ସଜେଇ ହେଉଛି ଅଯୋଧ୍ୟା। ଶ୍ରୀରାମ ମନ୍ଦିର ଭୂମି ପୂଜନ ପାଇଁ ମନ୍ଦିର ଚାରିପଟକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ସଜା ଯାଉଛି। ତାସହ ସହରର ଗଳି କନ୍ଦିରେ ଏବେ ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଉଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେ ନେଇ କଳାକାର ତାଙ୍କ ତୂଳୀରେ ରାମଙ୍କ […]

gunjan-saxena
ରିଲିଜ୍ ହେଲା ବହୁପ୍ରତୀକ୍ଷିତ ଫିଲ୍ମ 'ଗୁଞ୍ଜନ ସକ୍ସେନା'ର ଟ୍ରେଲର୍

ମୁମ୍ବାଇ: ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ଗୁଞ୍ଜନ ସକ୍ସେନା-ଦ କାରଗିଲ୍ ଗର୍ଲ ଟ୍ରେଲର୍। ଭାରତୀୟ ବାୟୁ ସେନାରେ ପାଇଲଟ୍ ଗୁଞ୍ଜନ ସକ୍ସେନାଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଏକ ସାଧାରଣ ଘରର ଝିଅର ସଂଘର୍ଷ ଓ ପାଇଲଟ୍ ହେବା କାହାଣୀକୁ ଦର୍ଶାଯାଇଛି। ଏହି ଫିଲ୍ମରେ ଗୁଞ୍ଜନ ସକ୍ସେନା ଭୂମିକାରେ ନଜର ଆସିଛନ୍ତି ସ୍ୱର୍ଗତ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର। ଜାହ୍ନବୀଙ୍କୁ ଏହି ଫିଲ୍ମରେ ଲେଡି ପାଇଲଟ୍ ଭୂମିକାରେ ଦେଖିବାକୁ ମିଳିବ। ତେବେ ବାୟୁ […]

china-1111
ଲିପୁଲେଖରେ ଚୀନ ଠୁଳ କଲା ୧୦୦୦ ସୈନିକ

ଚାଇନା ଚାଲ୍‌ରେ ହାତ ମିଳାଇଲା ନେପାଳ !

crane
କ୍ରେନ୍‌ ତଳେ ଚାପି ହୋଇ ଚାଲିଗଲା ୧୦ ଜୀବନ

ବିଶାଖାପଟନମ: ବିଶାଖାପଟନମ୍‌ ସ୍ଥିତ ହିନ୍ଦୁସ୍ତାନ ଶିପ୍‌ୟାଡରେ ଏକ ବିରାଟ କ୍ରେନ ଖସି ପଡ଼ି ୧୦ ଜଣଙ୍କର ମୃତ୍ୟୁ ଘଟିଛି। କ୍ରେନ ତଳେ ଆହୁରି ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଆନ୍ଧ୍ରପ୍ରଦେଶର ବିଶାଖପଟନମ୍‌ ଠାରେ ଥିବା ହିନ୍ଦୁସ୍ତାନ ଶିପ୍‌ୟାଡରେ ଆଜି ଲୋଡ୍‌ ଟେଷ୍ଟିଂ କାମ ଚାଲିଥିଲା ହଠାତ୍‌ କ୍ରେନଟି ଖସି ପଡ଼ିଲା। କ୍ରେନ୍‌ ତଳେ ଅନେକ ଶ୍ରମିକ ଚାପି ହୋଇ ଯାଇଥିଲେ।  ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ […]

riya
୧୫ କୋଟି ଟଙ୍କା ଗାଏବ ମାମଲାରେ ରିୟାଙ୍କ ନାଁ ମାମଲା ରୁଜୁ କଲା ଇଡି

ମୁମ୍ବାଇ: ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ଗାଏବ ମାମଲାରେ ଖୋଳତାଡ଼ ପାଇଁ ଅଣ୍ଟା ଭିଡ଼ିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏ ନେଇ ରିୟାଙ୍କ ନାଁରେ ମାମଲା ରୁଜୁ କରିଛି  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ।  ରିୟାଙ୍କ ବିରୋଧରେ ଏକ ମାମଲା ରୁଜୁ କରିବା ସହ ସୁଶାନ୍ତଙ୍କ ଆକାଉଣ୍ଟରୁ କେତେ ଟଙ୍କା ଗାଏବ ହୋଇଛି ସେ ନେଇ ଯାଞ୍ଚ କରିଛି ଇଡି।  ଏହାପରେ ବାନ୍ଦ୍ରା କୋଟାକ୍ ବ୍ୟାଙ୍କକୁ ଯାଇ ତଦନ୍ତ କରିପାରେ ଇଡି।  […]

amar-singh
ପରଲୋକରେ ରାଜ୍ୟସଭା ସାଂସଦ ଅମର ସିଂହ

ନୂଆଦିଲ୍ଲୀ: ଆଉ ନାହାନ୍ତି ସମାଜବାଦୀ ପାର୍ଟି (ଏସପି)ର ପୂର୍ବତନ ନେତା ଓ ରାଜ୍ୟସଭା ସାଂସଦ ଅମର ସିଂ। ଅସୁସ୍ଥତା କାରଣରୁ ସିଙ୍ଗାପୁରରେ ଏକ ହସ୍ପିଟାଲରେ ତାଙ୍କର ଗତ ୬ ମାସ ଧରି ଚିକିତ୍ସା ଚାଲିଥିଲା। କିନ୍ତୁ ଆଜି ସେ ୬୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅମରଙ୍କ ପରଲୋକରେ ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ପଡ଼ିଯାଇଛି। ଏକ ସମୟରେ ଉତ୍ତର ପ୍ରଦେଶର ଅନ୍ୟତମ ହେଭିୱେଟ୍ ନେତା ଭାବେ ଅମର ସିଂ ସମାଜବାଦୀ ପାର୍ଟିର ମୁଖ୍ୟ […]

dog
ପ୍ରଥମଥର କରୋନା ନେଲା କୁକୁର ଜୀବନ

ନୂଆଦିଲ୍ଲୀ: କରୋନାଭାଇରସ୍ ନେଲାଣି ଲକ୍ଷାଧିକ ଲୋକଙ୍କ ଜୀବନ। ଏହି ମହାମାରୀ ଏବେ ସାରା ଦୁନିଆକୁ ଆତଙ୍କିତ କରି ରଖିଛି। କିନ୍ତୁ ଏବେ ଏହି ଭୂତାଣୁ ମଣିଷ ଭିତରେ ଆଉ ସୀମିତ ହୋଇ ରହିନାହିଁ। ଏବେ ଏହା ପଶୁମାନଙ୍କ ଭିତରେ ଦେଖାଗଲାଣି। ଆମେରିକାରେ କୋଭିଡ୍-୧୯ରେ ସଂକ୍ରମିତ ‘ଜର୍ମାନ୍ ଶେଫର୍ଡ’ ପ୍ରଜାତିର ଏକ କୁକୁରର ମୃତ୍ୟୁ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। କରୋନା ଯୋଗୁ କୌଣସି କୁକୁରର ମୃତ୍ୟୁ ହେବା ସାରା ଦୁନିଆରେ […]

rhea-1
ରିଆଙ୍କୁ ଖୋଜୁଛି ବିହାର ପୋଲିସ୍

ମୁମ୍ବାଇ: ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଜୀବନକୁ ବାଜି ଲଗାଇଦେବୁ। ସତ ସାମ୍ନାକୁ ଆସିବ। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କିଛି ଏପରି ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିହାର ପୋଲିସ୍ ଡିଜି ଗୁପ୍ତେଶ୍ୱର ପାଣ୍ଡେ। ମୁମ୍ବାଇରେ ତଦନ୍ତକୁ ତ୍ୱରାନିତ କରାଯାଇଛି। ମାମଲାରେ ସୁଶାନ୍ତଙ୍କ ଭଉଣୀ, ଚିକିତ୍ସା କରୁଥିବା ଡାକ୍ତର, ଘରର କୁକ୍, ସୁଇପର୍, ବନ୍ଧୁ ମହେଶ ସେଠୀ, ପୂର୍ବତନ ଗାର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କୁ ପଚରାଉଚୁରା କରାଯାଇଛି। ଏହାସହ ମୁମ୍ବାଇ ପୋଲିସ୍ ସମସ୍ତ ପ୍ରକାର ସମର୍ଥନ କରିବା […]

RAM-MANDIR
ଅଯୋଧ୍ୟାରେ ପହଞ୍ଚିଲା ଜଳ ଓ ମାଟି

ନୂଆଦିଲ୍ଲୀ: ରାମ ମନ୍ଦିର ଭୂମି ପୂଜନ ପାଇଁ ସଜେଇ ହେଉଛି ଅଯୋଧ୍ୟା। ସହରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଗଳି କନ୍ଦି ସବୁଠି ରାମଙ୍କ ଗାଥାକୁ ଚିତ୍ରରେ ଅଙ୍କା ଯାଇଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମଠୁ ରାମାୟଣର ବିଭିନ୍ନ କାହାଣୀକୁ ଲୋକେ ଯେପରି ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ସେଭଳି ଭାବରେ ସହରକୁ ଚିତ୍ରିତ କରାଯାଉଛି। ସେହିପରି ଦେଶର ବିଭିନ୍ନ ସ୍ଥାନରୁ ପବିତ୍ର ଜଳ ଓ ମାଟି ଆସି ଅଯୋଧ୍ୟାରେ ପହଞ୍ଚିଛି। ଦିନକ ପରେ ଭୂମି ପୂଜନ ଉତ୍ସବ […]

mrtyer
ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନରେ ଜଣେ ଯବାନ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲା ବାଲାକୋଟ୍ ସେକ୍ଟରରେ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଶୁକ୍ରବାର ରାତିରେ ପାକିସ୍ତାନ ଯବାନ ଗୁଳି ଚଳାଇବାରୁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ଏନେଇ ଜାମ୍ମୁ ଆର୍‌ମି ବେସ୍ ମୁଖପାତ୍ର ଲ୍ୟୁଟନାଣ୍ଟ କଲୋନେଲ୍ ଦେବେନ୍ଦର ଆନନ୍ଦ ସୂଚନା ଦେଇଛନ୍ତି। ସହିଦ ଯବାନ ହେଲେ ହିମାଚଳ ପ୍ରଦେଶ ହାମିରପୁରର ୨୪ ବର୍ଷୀୟ ସିପୋଏ ରୋହିନ କୁମାର। ଦେବେନ୍ଦରଙ୍କ ସୂଚନା ଅନୁସାରେ, ପାକିସ୍ତାନର ଗୁଳି ଚାଳନାରେ ରୋହିନ୍‌ […]