ମୁମ୍ବାଇ: କାର୍ଯ୍ୟାଳୟ ଭାଙ୍ଗିବା ମାମଲାରେ ବମ୍ବେ ହାଇକୋର୍ଟରେ ପକ୍ଷ ରଖିଲେ କଙ୍ଗନା ରାଣାୱତ। ବମ୍ବେ ମହାନଗର ନିଗମ ବିରୋଧରେ ୨ କୋଟି ଟଙ୍କାର କ୍ଷତିପୂରଣ ପାଇଁ କୋର୍ଟରେ ପକ୍ଷ ରଖିଛନ୍ତି କଙ୍ଗନାଙ୍କ ଆଇନଜୀବୀ । ବେଆଇନ ଭାବେ କଙ୍ଗନାଙ୍କ ମଣିକର୍ଣ୍ଣିକା ଅଫିସ୍ କୋଠାକୁ ବିଏମ୍ସି ଭାଙ୍ଗିଥିବା ଅଭିଯୋଗ କୋର୍ଟରେ ହୋଇଛି। ଖାଲି ସେତିକି ନୁହେଁ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ବେଖାତିର କରାଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ଶୁଣାଣି କରି ବିଏମସିର କାର୍ଯ୍ୟାନୁଷ୍ଠାନକୁ ଭତ୍ସନା କରିଛନ୍ତି କୋର୍ଟ। ଗତ […]
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାଡାରରେ ଏବେ ବଲିଉଡର୍ ୨୦ରୁ ଅଧିକ କଳାକାର। A ଲିଷ୍ଟର୍ ଷ୍ଟାରଙ୍କୁ ଜେରା ପରେ ଆହୁରି କିଛି ଅଭିନେତ୍ରୀ ଏବଂ ଅଭିନେତାଙ୍କୁ ଜେରା କରିପାରେ ଏନସିବି। ଦୀପିକା, ସାରା, ଶ୍ରଦ୍ଧା ଏବଂ ରକୁଲପ୍ରୀତଙ୍କୁ ପଚରାଉଚରା ପରେ ଏନେଇ ସୁରାକ୍ ଲାଗିଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେମାନଙ୍କ ମୋବାଇଲରୁ କିଛି ତଥ୍ୟ ଏନସିବି ପାଖରେ ମିଳିଥିବା ଜଣାପଡ଼ିଛି। ସେହିଭଳି ଧର୍ମାଟିକ୍ ଏଣ୍ଟରଟେନମେଣ୍ଟର ପୂର୍ବତନ କର୍ମଚାରୀ କ୍ଷୀତିଜଙ୍କୁ ଜେରା କରିବା ପରେ ଡ୍ରଗ୍ସ […]
ଭୁବନେଶ୍ୱର: ହର୍ଡ ଇମ୍ୟୁନିଟିଠୁ ବହୁ ଦୂରରେ ଭାରତ। ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାକୁ ଲାଗିବ ଆହୁରି ଦୀର୍ଘ ସମୟ। ICMRର ଦ୍ୱିତୀୟ ସେରୋ ସର୍ଭେ ଏଭଳି ସୂଚାଉଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ପଜିଟିଭ ସଂଖ୍ୟା ନିୟନ୍ତ୍ରଣକୁ ଆସିନାହିଁ। ଭାରତରେ ମୃତ୍ୟୁ ସଂଖ୍ୟା ୯୫ ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ସଖ୍ୟା ୬୦ ଲକ୍ଷ […]
ଡେରାଡୁନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ କନ୍ଫରେନ୍ସରେ ମଙ୍ଗଳବାର ୬ଟି ବଡ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବରସରେ ମୋଦି କୃଷି ବିଲ୍କୁ ବିରୋଧକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଲ୍ ଯୋଗୁ ଦେଶର କୃଷକ, ଶ୍ରମିକଙ୍କ ସମସ୍ୟାରେ ସୁଧାର ଆସିବ। ଏହି ସୁଧାର ଯୋଗୁ ଦେଶର ଶ୍ରମିକ ସଶକ୍ତ ହେବ, ଚାଷୀ ସଶକ୍ତ ହେବେ। ଯୁବଗୋଷ୍ଠୀ ଓ ମହିଳାମାନେ ବି ସଶକ୍ତ ହେବେ। ହେଲେ ଏବେ ଦେଖିବାକୁ ମିଳିଛି, କିଛି ଲୋକ […]
ଦୁବାଇ: ଏକ ରୋମାଞ୍ଚକର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି ରୟାଲ ଚାଲେଞ୍ଜର୍ସ ବେଙ୍ଗଳୁରୁ । ମ୍ୟାଚ ଟାଇ ହେବା ପରେ ସୁପର ଓଭର ଦୁଇ ଟିମର ଭାଗ୍ୟ ନିର୍ଦ୍ଧାରଣ କରିଥିଲା। ଆଉ ଦର୍ଶକ ଦେଖିଥିଲେ ସୁପର ଓଭରରେ ସୁପର କମାଲ । ମୁମ୍ବାଇ ଇଣ୍ଡିଆନ୍ସକୁ ମାତ ଦେଇ ଆଇପିଏଲ ୧୩ ତମ ସଂସ୍କରଣର ଦଶମ ମ୍ୟାଚରେ ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ମାତ୍ର ୭ ରନ୍ କରିବାରେ ସକ୍ଷମ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇ ଜେଲରେ ଥିବା ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଆଜି ଶୁଣାଣି । ବମ୍ବେ ହାଇକୋର୍ଟ ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି କରିବେ। ଗତ ୨୩ ତାରିଖରେ ଜାମିନ ଆବେଦନର ଶୁଣାଣି ହେବାର ଥିଲା। କିନ୍ତୁ ମୁମ୍ବାଇରେ ଭାରି ବର୍ଷା କାରଣରୁ ଏହା ବାଧାପ୍ରାପ୍ତ ହୋଇଥିଲା। ଆସନ୍ତା ୬ ଅକ୍ଟୋବର ଯାଏ ରିୟା ନ୍ୟାୟିକ ହେପାଜତରେ […]
ଲଦାଖ: ଚୀନକୁ ଚେକ୍ ଦେବାପାଇଁ LACରେ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ଟ୍ୟାଙ୍କ ମୁତୟନ କରିଥିବା ଭାରତୀୟ ସେନା ତାର ସାମରିକ ଶକ୍ତିକୁ ଆହୁରି ମଜଭୁତ କରିଛି। ପରିସ୍ଥିତିକୁ ଦେଖିବା ପରେ ସ୍ୱଦେଶୀ ଜ୍ଞାନକୌଶଳରେ ର୍ନିମିତ ଦୂରଗାମୀ ଲକ୍ଷ୍ୟ ଭେଦୀ କ୍ଷେପଣାସ୍ତ୍ର ନିର୍ଭୟ ମୁତୟନ କରାଯାଇଛି। ଚୀନ ତା ସୀମାରେ କ୍ଷେପଣାସ୍ତ୍ର ଖଞ୍ଜୁ ଥିବାରୁ ଭାରତ ମଧ୍ୟ ଏହାର ଜବାବ ଦେବାକୁ ଲକ୍ଷ୍ୟ ରଖିଛି। ନିର୍ଭୟ ମିସାଇଲ ୧ ହଜାର କିମି ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଏମ୍ସ ତରଫରୁ ଚୂଡ଼ାନ୍ତ ବ୍ୟବଚ୍ଛେଦ ରିପୋର୍ଟ ଓ ଭିସେରା ରିପୋର୍ଟ ସିବିଆଇକୁ ପ୍ରଦାନ କରାଯାଇଛି । ଗତକାଲି ସଂଧ୍ୟାରେ ଏହି ରିପୋର୍ଟ ଦିଆଯାଇଥିବା ଜଣାପଡ଼ିଛି । ଏହି ବ୍ୟବଚ୍ଛେଦ ରିପୋର୍ଟ ସହିତ ଅନ୍ୟ ତଥ୍ୟ ପ୍ରମାଣକୁ ନେଇ ସିବିଆଇ ତଦନ୍ତ କରିବ। ପ୍ରକୃତରେ ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ? ଆଗରୁ ଥରେ ମୁମ୍ବାଇରେ ସୁଶାନ୍ତଙ୍କ ମୃତଦେହର ବ୍ୟବଚ୍ଛେଦ କରାଯାଇଥିଲେ ମଧ୍ୟ […]
ପେଇଚିଂ: ଚୀନରେ କରୋନା ଭାଇରସ ପରେ ଏବେ ଆସିଛି ଆଉ ଏକ ବିପଦ। ବ୍ୟୁବୋନିକ୍ ପ୍ଲେଗ୍ ରୋଗକୁ ନେଇ ଚୀନ୍ରେ ଖେଳି ଯାଇଛି ଆତଙ୍କ। ରୋଗ ସଂକ୍ରମଣର ଭୟାବହତାକୁ ଦେଖି ଦେଶର ଦକ୍ଷିଣ ଓ ପଶ୍ଚିମ ଭାଗରେ ଜରୁରୀକାଳିନ ସ୍ଥିତି ଲାଗୁ କରାଯାଇଛି। କୁହାଯାଉଛି, ଚୀନର ୟୁନ୍ନାନ ପ୍ରାନ୍ତର ମେଂଘାଇ କାଉଣ୍ଟିର ଏକ ତିନି ବର୍ଷର ଶିଶୁର ଏହି ରୋଗରେ ଆକ୍ରାନ୍ତ ହୋଇଛି। ଚୀନ୍ରେ ଗତ ସପ୍ତାହରେ ପ୍ଲେଗ ସଂକ୍ରମଣ ବିଷୟରେ ଗତ ସପ୍ତାହରେ ସାମ୍ନାକୁ ଆସିଥିଲା। […]
ନୂଆଦିଲ୍ଲୀ:ହଥରସ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ମୃତ୍ୟୁ ସହ ଲଢି ଲଢି ଶେଷରେ ଆଖି ବୁଜି ଦେଇଛନ୍ତି। ଗଣ ଦୁଷ୍କର୍ମ ପରେ ୧୯ ବର୍ଷର ଏହି ଯୁବତୀଙ୍କ ଜିଭ କାଟି ଦେଇଥିଲେ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ପୀଡିତାଙ୍କୁ ପ୍ରଥମେ ଜବାହରଲାଲ ନେହରୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପରେ ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାକୁ ରେଫର କରାଯାଇଥିଲା। ୧୫ ଦିନ ତଳେ ଘଟିଥିଲା ଏହି ଛାତିଥରା ଘଟଣା। ମଙ୍ଗଳବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଅବଶ୍ୟ […]
ନୂଆଦିଲ୍ଲୀ: ନୌସେନାର ଏୟାର କ୍ରାଫ୍ଟ କ୍ୟାରିୟର ଯାହାଜ INS ବିରାଟ ଗୁଜରାଟ ଅଲଙ୍ଗସ୍ଥିତ ଯାହାଜ ଭଙ୍ଗା ୟାର୍ଡରେ ପହଞ୍ଚିଛି। ଭାରତରେ ସବୁଠୁ ଦୀର୍ଘ ସମୟ ଧରି ସେବାରେ ରହିଥିଲା ଏହି ଜାହାଜ । ଗତ ୩୦ ବର୍ଷ ହେବ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଆସୁଥିଲା । କିଛି ଦିନ ତଳେ ମୁମ୍ବାଇର ନାଭାଲ ୟାର୍ଡରୁ ତାର ଶେଷ ଯାତ୍ରା ଆରମ୍ଭ କରିଥିଲା ଆଇଏନଏସ ବିରାଟ । ଗୁଜରାଟରେ ଏହି ଜାହାଜ ପହଞ୍ଚିବା ପରେ ଏବେ ଏହାକୁ […]